ନୂଆଦିଲ୍ଲୀ/ଭୁବନେଶ୍ୱର: ପାରାଦୀପ ପ୍ଲାଷ୍ଟିକ୍ ପାର୍କର ବିକାଶ ପାଇଁ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନଫ୍ରାଷ୍ଟକଚର ଡେଭଲପମେଂଟ୍ କର୍ପୋରେସନ(ଇଡକୋ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ନିର୍ମାଣ ହେବାକୁ ଥିବା ପାରାଦୀପ ପ୍ଲାଷ୍ଟିକ ପାର୍କ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅନେକ ସମ୍ଭାବନା ଆଣିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି। ରାଜ୍ୟ ସରକାର ସଂଘୀୟ ଢାଂଚାରେ କେନ୍ଦ୍ର ସରକାରଙ୍କ ସହଯୋଗ ତଥା ନିଜ ଦାୟିତ୍ୱ ନେଇ ପୂରଣ କଲେ ଓଡିଶାର ସର୍ବାଙ୍ଗୀନ ବିକାଶ ହେବ। ସେହିପରି ଏହି ବୁଝାମଣା ପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଓଡିଶାରେ ଯୁବକ ଯୁବତୀଙ୍କ ରୋଜଗାର ପାଇଁ ଶିଳ୍ପାୟନର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ରାଜ୍ୟ ସରକାରଙ୍କ ଠାରୁ ପାରାଦୀପ ବିଶୋଧନାଗରର ସମ୍ପ୍ରସାରଣ, ଟେକ୍ସଟାଇଲ ଶିଳ୍ପ ସ୍ଥାପନ ତଥା…
Author: Samikhsya Bureau
ଭୁବନେଶ୍ୱର: ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆଗାମୀ ଦିନରେ ସମସ୍ତଙ୍କର ଆହୁରି ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
ଭୁବନେଶ୍ୱର: ଭୁବନେଶ୍ୱରରେ ବେଆଇନ୍ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧିର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମଙ୍ଗଳବାର ଦିନ ମଧ୍ୟ ଭୁବନେଶ୍ୱର ବଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ରାସ୍ତା ଉପରେ ବସି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିଏମ୍ସି କମିଶନର ଏବଂ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ନବୀନ ସରକାରକୁ ସମର୍ଥନ କରୁଛନ୍ତି। ମାତ୍ର ପ୍ରତିବଦଳରେ ନବୀନ ବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଂଟି ଚିପି ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଦାୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହା ପୂର୍ବ ଦେୟର ଦଶଗୁଣରୁ ଅଧିକ। ସ୍ଥଳ ବିଶେଷରେ…
ଭୁବନେଶ୍ୱର: ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୮ ଜଣଙ୍କୁ ଗିରଫ ଜବତ କରା ଯାଇଛି। ୮୦୦ ବାହନକୁ ଜବତ କରା ଯାଇଛି। ଏହି ସମୟ ମଧ୍ୟରେ ୨୧,୭୪,୮୫୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି।
କୋରାଇ: ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆଜି ଯାଜପୁର ଏସପି ରାହୁଲ ପିଆର ଏକ ପ୍ରେସମିଟରେ କାଳିଆପାଣି ଗଣ ଦୁର୍ଷ୍କମ ନେଇ ସୂଚନା ଦେଇଛନ୍ତି। ଗତ ୭ ତାରିଖ ଶିକ୍ଷା ବୃତି ପାଇଁ ଯାଇଥିବା ଜଣେ ଆଦିବାସୀ ନାବଳିକା ଗଣ ଦୁର୍ଷ୍କମର ଶିକାର ହେବା ସହ ଉଲଗ୍ନ ହୋଇ ରାସ୍ତାରେ ଦୌଡି ଜଣଙ୍କ ଘରେ ଆଶ୍ରୟ ନେବା ଘଟଣା ଜାଣିବା ପରେ କାଳିଆପାଣି ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। କାଳିଆପାଣି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଘଟଣାର ୪ଜଣ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା। ସେମାନଙ୍କୁ ଥାନାକୁ ଆଣିବା ପରେ କୋର୍ଟର୍ ଚାଲାଣ କରାଯାଇଛି। ସାଇଂଟିଫିକ ଟିକ ଘଟଣାସ୍ଥଳେ ଅନୁସନ୍ଧାନ କରିଛନ୍ତି। ଏନେଇ ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ସୂଚନା ଦେଇଥିଲେ।
ବାରିପଦା: ବାରିପଦା ପୌରପରିଷଦର ୱାର୍ଡ଼ ନମ୍ବର ୮, ବଡ଼ବଜାର ଅଂଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧) ବାରିପଦା ପୌରପରିଷଦର ଜନୈକ ଯୁବତୀକୁ ପ୍ରଥମେ ଭଲ ପାଇ ବସିଥିଲା। ଏହାପରେ ୨୦୨୦ ଡ଼ିସେମ୍ବରଠାରୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀ ଜଣକ ଉଠାଇଥିବା ୭୦ ହଜାର ଟଙ୍କା ଗ୍ରୁପ ଲୋନ ହାତେଇ ନେବା ସାଙ୍ଗକୁ ପିନ୍ଧିଥିବା ସୁନା କାନଫୁଲ ଆଦି ନେଇଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଅନନ୍ତ କୁମାର ରଣାଙ୍କ ସମ୍ମୁଖରେ ଯୁବତୀ ଜଣକ ବିବାହ ପ୍ରସଙ୍ଗ ଉପସ୍ଥାପନ କରିବା ପରେ ଅନନ୍ତ ପ୍ରଥମେ ପ୍ରଥମେ ବିବାହକୁ ଟାଳି ଆସୁଥିଲା। ମାତ୍ର ଯୁବତୀ ଜଣକ ବିବାହକୁ ନେଇ ଅଡ଼ିବସିବାରୁ ଅଭିଯୁକ୍ତ ଅନନ୍ତ ତାଙ୍କୁ କାହିଁକି ବିବାହ କରିବ ବୋଲି ପ୍ରଶ୍ନ କରିବା ସାଙ୍ଗକୁ ଅଶାଳୀନ ଓ କଟୁ ଶବ୍ଦରେ ଗାଳିଗୁଲଜ କରିଥିଲା। ଏଥି ସହିତ ଅନନ୍ତ ନିଜ ମୋବାଇଲରେ ରଖିଥିବା ଯୁବତୀର କେତେକ ଫଟୋକୁ ଭାଇରାଲ କରିଦେବାର ଧମକ ଦେଇଥିଲା। ଏଥି ସହିତ…
ନୂଆଦିଲ୍ଲୀ: ଦେଶରେ ଷ୍ଟାଣ୍ଡଅପ ଯୋଜନା ପ୍ରଚଳନ ହେବା ଦିନଠାରୁ ୨୦୨୧ ମସିହା ଜାନୁୟାରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଏହି ଯୋଜନାରେ ଋଣ ପାଇସାରିଲେଣି। ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ପାଇପାରିବେ। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହା ଜଣାଇଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀଠାକୁର ଆହୁରି ମଧ୍ୟ ଜଣାଇଛନ୍ତି ଯେ ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାର ଅବଧିକୁ ୨୦୨୫ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଯୋଜନାରେ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟର ସମ୍ପ୍ରସାରଣ କିମ୍ବା ନୂଆ ବ୍ୟବସାୟ ପାଇଁ ବ୍ୟାଙ୍କଗୁଡିକ ଋଣ ଦେଇଥାଆନ୍ତି। ସବୁଜ ଉଦ୍ୟୋଗ କ୍ଷେତ୍ର ଅନ୍ତର୍ଗତ…
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ ଗତକାଲି ଜଣେ ବିଧବା ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ତାଙ୍କ ଦେଢ଼ଶୁର ପ୍ରକାଶ ବିଶୋଇଙ୍କୁ ଗିରଫ କରିଛି। ଗତକାଲି ଦେଶବ୍ୟାପୀ ଆନ୍ତର୍ଜତିକ ମହିଳା ଦିବସ ପାଳନ ଚାଲିଥିବା ବେଳେ ଏଭଳି ନୃଶଂସ ଭାବେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାକୁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି। ସୁମନ ବିଶୋଇ ନାମକ ଏହି ୫୦ ବର୍ଷିୟା ବିଧବା ମହିଳା କ୍ଷେତରେ ମୁଗ ଅମଳ କରୁଥିବା ବେଳେ ଜମି ବିବାଦକୁ କେନ୍ଦ୍ର କରି ତାଙ୍କ ଦେଢ଼ଶୁର ତାଙ୍କୁ ହତ୍ୟା କରିଥିବା ଜଣାପଡିଛି। ଖବର ପାଇ ସାଇଂଟିଫିକ୍ ଟିମ୍ ସହିତ ସଦର ଥାନା ଆଇଆଇସି ସନ୍ତୋଷିନୀ ଓରାମ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଥିଲେ। ଆଜି ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।
ଭଦ୍ରକ: ଚଳିତ ବର୍ଷ କରୋନା କଟକଣା ପାଇଁ ପ୍ରଶାସନିକ ନିଷ୍ପତି ପ୍ରକାରେ ଭଦ୍ରକ ଆରଡ଼ି ସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେବାକୁ ଯାଉଛି ଜାଗର ଯାତ୍ରା। କେବଳ ମନ୍ଦିର ସେବାୟତ ମାନେ କୋଭିଡ଼୍ କଟକଣା ଅନୁଯାୟୀ ସମସ୍ତ ନୀତିକାନ୍ତି କରିବେ। ଏଥି ପୂର୍ବରୁ ସମସ୍ତ ସେବାୟତଓ ସେବାକାରୀଙ୍କ କୋଭିଡ଼୍ ଟେଷ୍ଟ କରାଯିବ। ଏହା ବ୍ୟତୀତ ସମସ୍ତ ସେବାୟତ ମନ୍ଦିର ମଧ୍ୟରେ ସେବା ପୂଜା ବେଳେ ମୁହଁରେ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ଼୍ କଟକଣାକୁ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜାଗରଯାତ୍ରା ପ୍ରସ୍ତୁତି ନେଇ ପ୍ରଶାସନ ପକ୍ଷରୁ ଆରଡ଼ି ପୀଠର ଅତିଥି ନିବାସରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ତଥା ମନ୍ଦର ଟ୍ରଷ୍ଟି ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିରର ପାଳିଆ ସେବାୟତ, ମହାଦ୍ୱୀପ ସେବାୟତ ମାନଙ୍କ ସହିତ ଅନ୍ୟ ନିଯୋଗର ସେବାୟତ ମାନେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୬, ମୟୂରଭଞ୍ଜରୁ ୮, ବାଲେଶ୍ବରରୁ ୭, ଖୋର୍ଦ୍ଧାରୁ ୭, ପୁରୀରୁ ୬, ସୁନ୍ଦରଗଡରୁ ୬, ଅନୁଗୁଳରୁ ୪, ବରଗଡରୁ ୪, ଭଦ୍ରକରୁ ୪, କଟକରୁ ୪, ଯାଜପୁରରୁ ୪, ଝାରସୁଗୁଡାରୁ ୪, ବଲାଙ୍ଗୀରିରୁ ୩, ଦେବଗଡରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୨୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଛି। ତେବେ ୬୪୦ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭…
ଲକ୍ଷ୍ନୌ: ଭାରତୀୟ ମହିଳା ଟିମ୍ ଦ୍ଵିତୀୟ ଦିନିକିଆ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମହିଳା ଟିମକୁ ହରାଇ ୫ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ଭାରତ ପକ୍ଷରୁ ଝୁଲଣ ଗୋସ୍ଵାମୀ ୪ ଟି ୱିକେଟ ନେଇଥିବା ବେଳେ ସ୍ମୃତ୍ତି ମାନ୍ଧନା ଅପରାଜିତ ୮୦ ରନ ସଂଗ୍ରହ କରିଥିଲେ। ଭାରତୀୟ ଅଧିନାୟିକା ମିତାଲି ରାଜ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲେ। ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୪୧ ଓଭରରେ ୧୫୭ ରନ କରି ସମସ୍ତ ୱିକେଟ ହରାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲାରା ଗୁଡାଲ ୭୭ ଟି ବଲରେ ସର୍ବାଧିକ ୪୯ ସଂଗ୍ରହ କରିଥିବା ବେଳେ ଅଧିନାୟିକା ସାନେ ଲୁସ ୩୬ ରନ କରିଥିଲେ। ଭାରତୀୟ ଦୃତ ବୋଲର ଝୁଲଣ ଗୋସ୍ଵାମୀ ୪୨ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ରାଜେଶ୍ଵରୀ ଗାୟକ୍ଵଡ ୩୭ ରନ ଦେଇ ୩ ଟି ୱିକେଟ ଏବଂ ମାନସୀ ଯୋଶୀ…
ଭୁବନେଶ୍ବର, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଗସ୍ତ କରୁଛନ୍ତି। ସେ ସକାଳୁ ହେଲିକାପ୍ଟରରେ ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଖଡିଆଳସ୍ଥିତ ରାଜା ଆତ୍ରତ୍ରାଣ ହାଇସ୍କୁଲ ପଡିଆରେ ଓହ୍ଲାଇବେ। ସେଥିପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଗସ୍ତ କାଳରେ ସେ ନୂଆପଡାର ବହୁ ପ୍ରତିକ୍ଷିତ ଲୋୟାର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଦ୍ବାରା ନୂଆପଡାର 13 ହଜାର ଏବଂ ବଲାଙ୍ଗିରର 16 ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ମିଳିବ। ଏଥିସହିତ ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ପ୍ରାୟ 4 ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ। ଏଥିସହିତ ନୂଆପଡା ଏସଏଚଜି ମା ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ନବୀନ ଖଡିଆଳ ହାଇସ୍କୁଲ ପଡିଆରେ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ନିକଟରେ ନବୀନ କଳାହାଣ୍ଡି ଗସ୍ତ କରି ସେହି ଜିଲ୍ଲା ପାଇଁ ପ୍ରାୟ ଦୁଇ ହଜର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ଜଣେକରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ଜଣଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଜଣେ ବରିଷ୍ଠ ନାଗରିକ ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଆତ୍ମାହୁତି ଧମକ ଦେଇଛନ୍ତି। ଖଣି ଲିଜ କାଗଜପତ୍ର ନମିଳିଲେ ସେ ତହସିଲଦାରଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ କାର୍ଯ୍ଯାଳୟ ପରିସରରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ମୁତାବକ ଆନନ୍ଦ ପ୍ରଧାନ ନାମକ ଜଣେ ବରିଷ୍ଠ ନାଗରିକ ଦୀର୍ଘ ଦିନ ହେଲା ରାମେଶ୍ଵର ମୌଜାରେ ଏକ ମାଙ୍କଡା ପଥର ଖଣିକୁ ନିଲାମ ପ୍ରକ୍ରିୟା ମାଧ୍ୟମରେ ଲିଜ୍ ନେଇଥିଲେ। ସେ ଉକ୍ତ ଖଣିକୁ ୫ ଲକ୍ଷ ଟଙ୍କା ମୂଲ୍ୟରେ ୫ ବର୍ଷ ପାଇଁ ଲିଜରେ ନେଇଥିଲେ। ହେଲେ ଲିଜ୍ ନେବାର ୮ ମାସ ବିତିଯାଇଥିଲେ ମଧ୍ୟ ତହସିଲଦାର ତାଙ୍କୁ କୌଣସି କାଗଜପତ୍ର ଦେଉନଥିବା ସହ ଅଭିଯୋଗ କରିଛନ୍ତି। ସେ କରଜ କରି ଖଣିରେ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ତହସିଲଦାରଙ୍କୁ ୫୦…
ସୀତାରାମ ଅଗ୍ରୱାଲ ବାଣପୁର: ନାରୀଙ୍କୁ ସମ୍ମାନିତ କରିବାର ଓ ସ୍ବୀକୃତି ଦେବାର ଅବସର ହେଉଛି ମହିଳା ଦିବସ। ମହିଳାଙ୍କ ସ୍ୱପ୍ନର ଜୀବନ ହେଉଛି ସଶକ୍ତିକରଣ, ସ୍ବାଧୀନତା ଓ ସୁରକ୍ଷା। ନିଜ ପାଇଁ ନିଜେ ଉଦାହରଣ ପାଲଟୁଛନ୍ତି ମହିଳା, ନିଜେ ସ୍ୱାବଲମ୍ବୀ ହେବା ସହ ଆର୍ଥିକ ସ୍ଵଚ୍ଛଳ ହେଉଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରୁଛନ୍ତି ରୋଜଗାରର ଅବସର। ମହିଳା ସଶକ୍ତିକରଣ କହିଲେ ଆତ୍ମବିଶ୍ବାସ ସୃଷ୍ଟିକରି ପ୍ରଗତି ପଥରେ ନିଜକୁ ସାମିଲ କରିବା ହେଉଛି ସଶକ୍ତିକରଣ। ଯଦିଓ ଆଜି ମହିଳାମାନେ ଅନେକ ସୋପାନ ଅତିକ୍ରମ କରିଛନ୍ତି। ତଥାପି ଏହାର କିଛି ଓଲଟା ଛବି ପ୍ରତିଫଳିତ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମରେ। ଗତକାଲି ଏକତା ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ ଏହାର ପ୍ରତିଷ୍ଠାତ୍ରୀ ସମାଜସେବୀକା ସନ୍ଧ୍ୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରା ପଞ୍ଚାୟତର କୋଷରଡା ଗ୍ରାମ…
ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଉପଲକ୍ଷେ ସିଲଭର ଗାନ୍ଧୀଙ୍କ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ସିଲଭର ଗାନ୍ଧୀ ଯାଜପୁର ଜିଲ୍ଲାରୁ ଶୁଭାରମ୍ଭ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୩୧୪ଟି ବ୍ଲକ ପଦଯାତ୍ରା କରି ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ମହିଳା ଦିବସ ଅବସରରେ ସିଲଭର ଗାନ୍ଧୀ ‘ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ’ର ନାରା ଦେଇ ଲୋକମାନଙ୍କୁ ସଚେତନ କରୁଛନ୍ତି।
ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର କଳାହାଣ୍ଡି ସାହିର ଶୈଳ ଠାକୁର ନାମକ ବ୍ୟକ୍ତି ପଡୋଶୀ ଙ୍କ ଦଶା କାମରେ ସିଲେରୁ ନଦୀର ଦୋରା ଗୁଡ଼ା ଘାଟକୁ ଯାଇଥିଲେ। ଗାଧୋଉଥିବାବେଳେ ସେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ନିଖୋଜ ହେବାର ଦୁଇଦିନ ପରେ ଦୋରାଗୁଡା ନଦୀ ଘାଟଠାରୁ ଅଳ୍ପ ଦୂରରେ ଶୈଳର ଶବ ଭାସୁଥିବା କିଛି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲୋ ଖବର ପାଇଁ ପୋଲିସ ଓ ଓଡ୍ରାଫ ଟିମ ପହଂଚିି ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ବାଇପାସର ମଠପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଆଜି ସକାଳ ପାଖାପାଖି ୭.୩୦ ସମୟରେ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମଠପାଟଣା ଗ୍ରାମର ଗୋବିନ୍ଦ ରାଉତ (୭୫) ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ମଠପାଟଣା ଛକରେ ଭୁବନେଶ୍ୱର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣା ବାଇକ ତାଙ୍କୁ ଧକ୍କା ଦେଇ ଘଟଣାରୁ ଫେରାର ହୋଇଯାଇଥିଲା। ଫଳରେ ଗୋବିନ୍ଦଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା। ଏଥିରେ ଉତ୍ୟକ୍ତ ହୋଇ ଗ୍ରାମବାସୀମାନେ ସ୍ୱଳ୍ପ ସମୟ ପାଇଁ ରାସ୍ତାରୋକ କରିବା ସହ ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଗୋବିନ୍ଦଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ…
ଆଜି ମଧ୍ୟ ସୁନା ଦର ପୁଣି ଥରେ ନିମ୍ନମୁଖୀ ହୋଇଛି। ବିଗତ 11 ମାସ ମଧ୍ୟରେ ସୁନା ଦର ପ୍ରାୟ 12 ହଜାର ଟଙ୍କା ଖସି ଯାଇଛି । ଆଜି ଭୁବନେଶ୍ବରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପିଛା 41 ହଜାର 650 ରହିଛି। ଗତକାଲି ଏହି ଦର 42 ହଜାର ଥିଲା। ଅର୍ଥାତ ଆଜି 10 ଗ୍ରାମ ପିଛା 350 ଟଙ୍କା ହ୍ରାସ ପାଇଛି। ସେହିପରି 24 କ୍ୟାରେଟ ସୁନା ଦର ଦଶ ଗ୍ରାମ ପିଛା ଆଜି 45 ହଜାର 4ଶହ ଟଙ୍କା ରହିଛି। ଗତକାଲି ଏହି ଦର 45 ହଜାର 8ଶହ 20 ଥିଲା। ଅର୍ଥାତ ଗୋଟିଏ ଦିନ ଭିତରେ ଏହି ଦର 380 ଟଙ୍କା ହ୍ରାସ ପାଇଛି। ତେବେ ଗତ ମାର୍ଚ୍ଚ 5 ତାରିଖରେ ସୁନା ଦର ସର୍ବାଧିକ ହ୍ରାସ ଘଟିଥିଲା। ସେଦିନ 22 କ୍ୟାରେଟ ସୁନା 10 ଗ୍ରାମ ପିଛା 41 ହଜାର…
ଭୁବନେଶ୍ବର: ଆଜି ରାଜ୍ୟରେ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୧୬୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୩ ଟି ଜିଲ୍ଲାରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବରଗଡ ଜିଲ୍ଲାରୁ ୨ ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, କଟକ…
ଭୁବନେଶ୍ବର: ଆସନ୍ତା ୧୨ ତାରିଖରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଭିତରକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର କୋଭିଡ଼ ପରୀକ୍ଷା କରିବାକୁ ପଡିବ। ସମସ୍ତେ ଆଣ୍ଟିଜେନ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ରିପୋର୍ଟ ନେଗେଟିଭ ଆସିଲେ ଗୃହ ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ। ଏନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

