ଭୁବନେଶ୍ବର: ଆସନ୍ତା ୧୧ ତାରିଖରେ ଜାଗର ଯାତ୍ରା ପାଳନ କରାଯାଉଛି। ସେଥିପାଇଁ ଓଡିଶାରେ ଜାଗର ଯାତ୍ରା ପାଇଁ କଟକଣା ଜାରି କରାଯାଇଛି। ମନ୍ଦିର ପରିସରରେ କିମ୍ବା ମନ୍ଦିର ବାହାରେ ଜନଗହଳି ପାଇଁ ବାରଣ କରାଯାଇଛି। ମେଳା ବସିବା ଉପରେ ମଧ୍ୟ କଟକଣା ଲାଗିଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ହେବ। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Author: Samikhsya Bureau
ବାରିପଦା: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଯଶୀପୁର ଥାନା ଅନ୍ତର୍ଗତ ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନାମକ ଜଣେ ଯୁବକକୁ ଧରିବାରେ ସଫଳ ହୋଇଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ଅଭିଯୁକ୍ତ ପ୍ରଧାନ ହେମ୍ବ୍ରମଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି। ଘଟଣାରେ ତାଙ୍କୁ ଗିରଫ କରାଯାଇଛି।
ଭବାନୀପାଟଣା: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଗଳାକାଟି ହତ୍ୟା ଉଦ୍ୟମ କରିଛି ଯୁବକ। ଯୁବତୀଙ୍କ ମାଆ ଝିଅକୁ ବଂଚାଇବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତର ଛୁରାଘାତରେ ପ୍ରାଣ ହରାଇଛନ୍ତି। ଗତକାଲି ଏଭଳି ଏକ ହତ୍ୟାକାଣ୍ଡ ଘଟିଯାଇଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଂଟା ଗ୍ରାମରେ। ଯୁବତୀ ଜଣକ ପୋଖରୀରୁ ଗାଧୋଇ ସାରି ଫେରୁଥିବା ବେଳେ ଅଭିଯୁକ୍ତ ଯୁବକ ଜଣକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଘଟଣାରେ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବତୀଙ୍କୁ ଚିକିତ୍ସା ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ କେସିଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରୀ ରଖିଛି। ଏକ ତରଫା ପ୍ରେମ କରି ବିଫଳ ହେବାରୁ ଉତ୍ୟେକ୍ତ ଯୁବକ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ସପ୍ତାହ ଧରି ଲାଗିଛି ନିଆଁ। ପ୍ରଶାସନ ପକ୍ଷରୁ ନିଆଁ ନିୟନ୍ତ୍ରଣାଧିନ ବୋଲି କୁହାଯାଉଥିଲେ ସୁଦ୍ଧା ବାସ୍ତବ ଚିତ୍ର କିଛି ଭିନ୍ନ ରହିଥିବା ଦେଖିବାକୁ ମିଳୁଛି। ରାତିରେ ଜଙ୍ଗଲ ଲାଲବର୍ଣ୍ଣ ଧାରଣ କରୁଥିବା ଏବଂ ପାହାଡ଼ ଉପରେ ଥିବା ଜଙ୍ଗଲରେ ନିଆଁ ଜଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଯାହାକି ସାଧାରଣରେ ପାହାଡ଼ ଏକ ଲାଲ ରଙ୍ଗର ମାଳା ପରିଧାନ କରିଥିବାର ଭ୍ରମ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରୀ ରହିଥିବା ନେଇ ସୂଚନା ମିଳିଛି। ଏହି ନିଆଁ ଲିଭା କାର୍ଯ୍ୟରେ ୫ଟି ଅଗ୍ନିଶମ ଟିମ୍ ତଥା ହଜାରେରୁ ଉର୍ଦ୍ଧ୍ୱ ବନ କର୍ମଚାରୀ ନିୟୋଜିତ ରହିଛନ୍ତି। ୨୧୦ଟି ବ୍ଲୋୟର ମେସିନ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛି। ନିଆଁ ବ୍ୟାପୀବାକୁ କିପରି ରୋକାଯାଇପାରିବ ସେନେଇ ଫାୟାର ଲାଇନିଂ କରାଯାଉଛି, ଯାହାଦ୍ୱାରା କି ନିଆଁ ଆଉ ଆଗକୁ ମାଡି ପାରିବ ନାହିଁ…
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ବାଘଡ଼ା ପଚାଂୟତର ଦାରୁଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜବାମଣୀ ମାର୍ଣ୍ଡିଙ୍କ ନାମରେ ନିଶା ସେବନ କରିବା ସାଙ୍ଗକୁ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏହାସହିତ ବେଂଚ, ଡ଼େସ୍କ, ଚଉକି, ଟେବୁଲ ଓ ପିଲାମାନଙ୍କ ଖେଳ ସାମଗ୍ରୀ ଆଦିକୁ ଲକ୍ ଡ଼ାଉନ ସମୟରେ ଘରକୁ ନେଇଯାଇଥିବା ବିଷୟରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମନ୍ମଥ ମହାନ୍ତଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମିଳିତ ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ପତ୍ରରେ ସ୍ଥାନୀୟ ସରପଚଂ ରଶ୍ମୀତା ସିଂ ମଧ୍ୟ ସ୍ୱାକ୍ଷର କରିଥିଲେ। ଗ୍ରାମବାସୀମାନେ କରିଥିବା ଅଭିଯୋଗ ଦେଢ଼ ମାସ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୫ ହଜାର ୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୪୪ ହଜାର ୭୮୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୯୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୯୯ ହଜାର ୩୯୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୭ ହଜାର ୪୬୨ ଆକ୍ଟିଭ୍ କେସ୍ ରହିଛି।
ଜୟପୁର, ଆପଣ କେବେ ଭାବିଛନ୍ତି କି ଗୋଟିଏ ମଦ ଦୋକାନ କୋଟି କୋଟି ଟଙ୍କାରେ ନିଲାମ ହେବ। ଏହି କଥାଟିକୁ କେହି ବିଶ୍ବାସ ନ କଲେ ମଧ୍ୟ ସତ କଥା। କାରଣ ଏକ ଗ୍ରାମାଞ୍ଚଳର ମଦ ଦୋକାନ ସରକାର ନିଲାମ କରୁଥିଲେ। ଯାହାର ନିଲାମର ଡକା ମୂଲ୍ୟ ରହିଥିଲା ମାତ୍ର 72 ଲକ୍ଷ ଟଙ୍କା। ଶେଷରେ ନିଲାମ ଧାରୀ ଏହି ମଦ ଦୋକାନକୁ ବଢି ବଢି 510 କୋଟି ଟଙ୍କାରେ ପହଁଚିଲେ। ଆଉ ସେହି ନିଲାମଧାରୀ ସେହି ମଦ ଦୋକାନ ମଧ୍ୟ ନେଲେ । ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଏହି ଘଟଣାଟି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ନୋହାର ଅଞ୍ଚଳର ଏକ ମଦ ଦୋକାନ ପାଇଁ ଘଟିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ମଦ ଦୋକାନ ପାଇଁ ନିଲାମ ଡକାଯାଇଥିଲା। ଅନ ଲାଇନରେ ହେଉଥିବା ଏହି ନିଲାମରେ ବିଭିନ୍ନ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ। ଏଥିରେ…
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମାନବ ସ୍ବାସ୍ଥ୍ୟ ଉପରେ ବେଶ ଭଲ ଉପଦେଶ ଦେଇଛନ୍ତି। ଯାହା ସାଧାରଣ ଜୀବନରେ ପ୍ରତିଟି ମଣିଷ ତାହାକୁ ମାନିବା ଉଚିତ। ଚାଣକ୍ୟଙ୍କ ହିସାବରେ ଜଣେ ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଜରୁରୀ କାମ ଥାଉ ନା କାହିଁକି ଦିନରେ ଥରୁଟିଏ ସ୍ବାସ୍ଥ୍ୟ ପ୍ରତି ନଜର ଦେବା ଆବଶ୍ୟକ। କାରଣ ଆପଣ ଯେତେଦିନ ସୁସ୍ଥ୍ୟ ରହିବେ ସେତେଦିନ ପର୍ଯ୍ୟନ୍ତ ମୃତ୍ୟୁ ଦୂରେଇ ରହିବ। ଯଦି ଆପଣ ବଞ୍ଚି ରହିବେ ତେବେ ଧର୍ମକର୍ମ ଏବଂ ପରିବାରର ମଙ୍ଗଳ କରିବେ। ହେଲେ ମରିଗଲେ କିଛି କରିପାରିବେ ନାହିଁ। ନିଜେ ଅସୁସ୍ଥ୍ୟ ରହି ରୋଗ ବ୍ୟାଧିରେ ପଡିରହିଲେ ଆପଣ କାହାର କାମରେ ଆସିବେ ନାହିଁ। କାହାର ଉପକାରଟିଏ ମଧ୍ୟ କରିପାରିବେ ନାହିଁ। କେବଳ ଆପଣଙ୍କ ରୋଗ କଥା ଚିନ୍ତା କରି ଶେଷରେ ଦେହତ୍ୟାଗ କରିବେ। ତେଣୁ ବଞ୍ଚିଥିଲେ କିଛି କରିବେ, ବଞ୍ଚିବା ପାଇଁ…
ମେଷ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଏବଂ ଚାକିରି ଅନୁକୂଳ ଲାଭ ଦେବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରମାଦରୁ ଦୂରେଇ ରୁହନ୍ତୁ। ବୃଷ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ। ପାରିବାରିକ ସହଯୋଗରେ ଖୁସି ହେବେ ।…
କୁମ୍ଭ: – ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ। ବିବାହ ପ୍ରସ୍ତାବ ପକ୍କା ହେବ। ଯଦି ଆବଶ୍ୟକ ଆଇଟମ୍ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଚାକିରି ପ୍ରଭାବ ବୃଦ୍ଧି କରିବ। ଆୟ ବୃଦ୍ଧି ପାଇବ। ସମୟ ସୁସଙ୍ଗତତା ମିଳିବ । ମୀନ: – ଜମି ବିକ୍ରୟ ଏବଂ ନିର୍ମାଣ ଲାଭଦାୟକ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ । ଘର ବାହାରେ ସୁଖ ମିଳିବ ।
ଧନୁ: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବନ୍ଧୁଙ୍କ ସମର୍ଥନ ହେବ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । ମକର : – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେକୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସୁଖ ଏବଂ ମନୋରଞ୍ଜନର ମାଧ୍ୟମ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ। ଭାଇମାନଙ୍କଠାରୁ ସମର୍ଥନ ପାଇବେ । ଅସଂଗଠିତତା କ୍ଷତି ଘଟିବ । ଚାକିରିରେ ପ୍ରଶଂସା ପାଇବେ ।
ତୂଳା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ଟଙ୍କା ପାଇବା ସହଜ ହେବ । ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ସମୟ ସୁସଙ୍ଗତତାର ଲାଭ ନିଅ। ପାରିବାରିକ ଚିନ୍ତା ହ୍ରାସ ପାଇବ । ବିଛା: – ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ବିନିଯୋଗ ଶୁଭ ହେବ । ସେଠାରେ ଖୁସିର ପରିବେଶ ରହିବ । ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।
ସିଂହ: – ଯୋଜନା ସଫଳ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ । ଲାଭ ସୁଯୋଗ ଆସିବ । ସମ୍ମାନ ପାଇବୋ। ବ୍ୟବସାୟ ଅନୁକୂଳ ଲାଭ ପ୍ରଦାନ କରିବ । ସେୟାର ବଜାର କିଣିବିକାରୁ ଦୂରେଇ ରୁହନ୍ତୁ। କନ୍ୟା: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ସଂପତ୍ତି ମୂଲ୍ୟ ବୃଦ୍ଧି ହେବ । ଏହା ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ବିବେଚନା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ ।
ମିଥୁନ: – କାର୍ଯ୍ୟରେ ମନ ଦେବେ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛା ଶକ୍ତି ଏକ ଅପଚୟ ହେବ । ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ମିଳିଥିବା ସ୍ୱାସ୍ଥ୍ୟ ଦୁର୍ବଳ ରହିବ । କର୍କଟ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଏଥର ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ ।
ମେଷ: – ନୂଆ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ବାହାର ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ । କାର୍ଯ୍ୟ ସନ୍ତୁଷ୍ଟ ହେବ । ବୃଷ: – ବୁଡି ଯାଇଥିବା ଟଙ୍କା ପୁଣି ଗ୍ରହଣ କରାଯାଇପାରେ । ଯାତ୍ରା ଅନୁକୂଳ ହେବ । ନୂତନ କାର୍ଯ୍ୟଗୁଡ଼ିକ ଆସିବ । ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅନ୍ତୁ । ଅଧସ୍ତନମାନଙ୍କ ସହଯୋଗ ମିଳିବ ।
ଭୁବନେଶ୍ୱର: ରାଜ୍ୟରେ କୋଭିଡ଼ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୧ ଜଣଙ୍କୁ ଗିରଫ କରାଯାଇଛି। ୭୫୭ ବାହନକୁ ଜବତ କରା ଯାଇଛି। ଏହି ସମୟ ମଧ୍ୟରେ ୨୩,୬୪,୨୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆଯାଇଛି।
କଟକ: ପୁଣି କଟକ ବଡ଼ ମେଡ଼ିକାଲରେ ଘଟିଛି ଅଘଟଣ। ମେଡ଼ିକାଲ ଛାତରୁ ଫ୍ୟାନ୍ ଖସି ଜଣେ ଚିକିତ୍ସାଧିନ ମହିଳା ରୋଗୀଙ୍କ ଉପରେ ପଡିବାରେ ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ଆଇସିୟୁରେ ଭର୍ତି କରାଯାଇଛି। ଏହି ମହିଳାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ନିଆଁରେ ପୋଡ଼ି ଆହତ ହୋଇଥିବା ଏହି ମହିଳା ଜଣକ ଗତ ୪ ଦିନ ପୂର୍ବେ ଚିକିତ୍ସା ନିମନ୍ତେ ଏସସିବି ମେଡ଼ିକାଲରେ ଭର୍ତି ହୋଇଥିଲେ। ସେ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିଲେ। ତେବେ ଆଜି ହଠାତ୍ ଫ୍ୟାନ୍ ଟି ଘୁରୁଥିବା ଅବସ୍ଥାରେ ତାଙ୍କ ଉପରେ ଖସି ପଡିଥିଲା। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ମେଡ଼ିକାଲ କର୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଟକ ବଡ଼ ମେଡ଼ିକାଲ ଛାତରୁ ଫ୍ୟାନ୍ ଖସିବା ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସମୟରେ ଛାତରୁ ଫ୍ୟାନ୍ ଖସି ଚିକିତ୍ସାଧିନ ରୋଗୀ ଗୁରୁତର ହୋଇଥିବାର ନଜିର୍ ରହିଛି।…
ଗଞ୍ଜାମ: ଗତକାଲି ରାତି ପ୍ରାୟ ୯ଟା ସମୟରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର ଉପକଣ୍ଠସ୍ଥ ଝାଡ଼ାଙ୍କୁଲି ଗ୍ରାମରେ ସଂଘବଦ୍ଧ ଆକ୍ରମଣରେ ପୁଅର ଆଖି ସାମ୍ନାରେ ବାପାକୁ ହତ୍ୟା କରାଯାଇଛି। ବାପା ପୁଅ ଦୁହେଁ କୌଣସି କାମରେ ନିକଟସ୍ଥ ସାତକୁଟୁଣୀ ଗ୍ରାମକୁ ଯାଇ ଫେରୁଥିବା ବେଳେ ଝାଡ଼ାଙ୍କୁଲି ଗ୍ରାମ ନିକଟରେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ଖଣ୍ଡା, କାତି, ଠେଙ୍ଗା ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ। ଫଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ। ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବାପା କୋରା ସେଠୀଙ୍କ ମୃତ୍ୟୁ ଘଟିଥିଲା। ପୁଅ ପ୍ରଶାନ୍ତଙ୍କ ଅବସ୍ଥା ଶଙ୍କଟାପନ୍ନ ହୋଇପଡିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଡ଼ାକ୍ତରଖାନାରେ ଏବଂ ଘଟଣାସ୍ଥଳରେ ସଦର ଥାନା ପୋଲିସ ଆଇଆଇସି ଓ ବୈଦ୍ୟନାପୁର ଥାନା ଆଇଆଇସି…
ଗଞ୍ଜାମ: ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍ କୁ ଦୃଷ୍ଟିରେ ରଖି ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସର୍ବସାଧାରଣ ସ୍ଥାନରେ କିମ୍ବା ରାସ୍ତା ଘାଟରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଜାରୀ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ.ଏ.ସି ର ସମସ୍ତ ମହିଳା ସଂଘଗୁଡିକର ମିଳିତ ଆନୁକୁଲ୍ୟରେ ଉକ୍ତ ଦିବସ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏନ୍ଏସିର ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ୍ଵ ମହିଳାମାନେ ସ୍ଥାନୀୟ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ କଲ୍ୟାଣମଣ୍ଡପ ଠାରେ ଏକତ୍ରିତ ହୋଇ ଉକ୍ତ ଦିବସ ପାଳନ କରଥିଲେ। ମହିଳା ମାନଙ୍କ ଦ୍ୱାରା ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତାରୂପେ ପ୍ରଜାପତି ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାଲୁଗାଁ ଶାଖାର ମୁଖ୍ୟ ଭଉଣୀ ବି. କେ ସରିତା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିରୂପେ ବାଲୁଗାଁ ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଆକୃତି ଗୋଏଙ୍କା ଯୋଗଦେଇଥିଲେ। ସମସ୍ତ ଅତିଥିମାନେ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିବା ସହ…
କନ୍ଦର୍ପ ବେହେରା ରେଢାଖୋଲ: ଜଣେ ସହଜ ଜନସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ଗତ ଫେବୃଆରୀ ମାସ ୧୭ ତାରିଖ ଦିନ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଆଜି ରେଢାଖୋଲ ପୋଲିସ୍ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଡକାୟତି ଘଟଣାର ଅଭିଯୁକ୍ତ ମାନେ ହେଲେ ତ୍ରିବଣପୁର ପଂଚାୟତ ଖଜୁରୀଝରଣ ଗ୍ରାମର ବୁଲୁ ଭୋଇ (୧୯), ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ପ୍ରଦୀପ ବେହେରା (୨୮) ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ରାଜେନ୍ଦ୍ର ସାହୁ(୩୦)। ଏମାନଙ୍କ ଠାରୁ ରେଢାଖୋଲ ପୋଲିସ୍ ନଗଦ ୧୩ ହଜାର ୫ ଶହ ଟଙ୍କା , ନୂଆଁ ମ୍ୟୁଜିକ ସିଷ୍ଟମ୍, ଲାପଟପ୍, ଚାର୍ଜର, ମାଉସ୍, ଏୟାର ବ୍ୟାଗ୍, ଖଣ୍ଡା ଆଦି ଜବତ କରିବାରେ ସଫଳ ହୋଇଛି। ରେଢାଖୋରଲ ଥାନା କେସ୍ ନଂ ୩୪/୨୦୨୧ ରେ ରେଢାଖୋଲ ପୋଲିସ୍ ଏକ…

