Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରଛାତ୍ରୀଙ୍କୁ ନିଶାସକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ଓ ବିଦ୍ୟାଳୟର ସାମଗ୍ରୀ ନେଇଯିବାର ଅଭିଯୋଗ
ଆଜିର ଖବର

ଛାତ୍ରଛାତ୍ରୀଙ୍କୁ ନିଶାସକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ଦୁର୍ବ୍ୟବହାର ଓ ବିଦ୍ୟାଳୟର ସାମଗ୍ରୀ ନେଇଯିବାର ଅଭିଯୋଗ

March 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶୁଲିଆପଦା ବ୍ଲକ ବାଘଡ଼ା ପଚାଂୟତର ଦାରୁଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜବାମଣୀ ମାର୍ଣ୍ଡିଙ୍କ ନାମରେ ନିଶା ସେବନ କରିବା ସାଙ୍ଗକୁ ବିଦ୍ୟାଳୟର ଛାତ୍ରୀଛାତ୍ରୀମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ ଓ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏହାସହିତ ବେଂଚ, ଡ଼େସ୍କ, ଚଉକି, ଟେବୁଲ ଓ ପିଲାମାନଙ୍କ ଖେଳ ସାମଗ୍ରୀ ଆଦିକୁ ଲକ୍ ଡ଼ାଉନ ସମୟରେ ଘରକୁ ନେଇଯାଇଥିବା ବିଷୟରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମନ୍ମଥ ମହାନ୍ତଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମିଳିତ ଭାବେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଲୋକସଭା ସାଂସଦ ବିଶ୍ୱେଶର ଟୁଡ଼ୁ, ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୁଖଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଉକ୍ତ ଅଭିଯୋଗ ପତ୍ରରେ ସ୍ଥାନୀୟ ସରପଚଂ ରଶ୍ମୀତା ସିଂ ମଧ୍ୟ ସ୍ୱାକ୍ଷର କରିଥିଲେ। ଗ୍ରାମବାସୀମାନେ କରିଥିବା ଅଭିଯୋଗ ଦେଢ଼ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରିଲା ନାହିଁ। ପୁଣି ପ୍ରଧାନ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀମାନଙ୍କୁ ଅଶାଳୀନ ଭାଷାରେ ଗାଳିମନ୍ଦ କରୁଥିବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ଅମଙ୍ଗ ରହିଥିବା କାରଣରୁ ଚଳିତ ବର୍ଷ ଛାତ୍ର ଉପସ୍ଥାନ ହ୍ରାସ ପାଇଛି।

ଫଳରେ ଶିକ୍ଷା ବିଭାଗର ଗାଇଡ଼୍ ଲାଇନ ଅନୁସାରେ ଆବଶ୍ୟକ ସଂଖ୍ୟକ ଛାତ୍ର ଉପସ୍ଥାନ ଅଭାବରୁ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ଉଚ୍ଛେଦ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀକୁ ମିଶାଇ ମୋଟ୍ ୨୧ ଜଣ ଛାତ୍ରଛାତ୍ରୀ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀକୁ ମିଶାଇ ମୋଟ୍ ୨୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାର ଜଣାପଡ଼ିଛି। ଏଣୁ ସରକାର ଏହାକୁ ଗୁରୁତ୍ୱ ନ ଦେଲେ ଏହାର ପ୍ରଭାବ ଆସନ୍ତା ତ୍ରିସ୍ତରୀୟ ପଚାଂୟତ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଗ୍ରାମବାସୀ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ

September 8, 2026

ପାକିସ୍ତାନରେ ଅହମଦୀୟା ସମ୍ପ୍ରଦାୟ ଉପରେ ନିର୍ଯାତନା ପ୍ରସଙ୍ଗ: ଚେତାବନୀ ଦେଲା ଜାତିସଂଘ

September 8, 2026

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026
Latest News

ମାମୁଲି ବଚସାରୁ ମର୍ଡର: ଅବସରପ୍ରାପ୍ତ ସଂଗୀତ ଶିକ୍ଷକ ମୃତ

September 8, 2026

HDFC Bankର ବଡ଼ ଘୋଷଣା: କମିଲା ଋଣର ସୁଧ ହାର, ଜାଣନ୍ତୁ କେତେ

September 8, 2026

ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ ଅଟୋ ଚାଳକ

September 8, 2026

ପାକିସ୍ତାନରେ ଅହମଦୀୟା ସମ୍ପ୍ରଦାୟ ଉପରେ ନିର୍ଯାତନା ପ୍ରସଙ୍ଗ: ଚେତାବନୀ ଦେଲା ଜାତିସଂଘ

September 8, 2026

ଗୁଆହାଟୀରେ ବିଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀଙ୍କୁ ମାରି ଫ୍ରିଜ୍‌ରେ ରଖିଲା କଟାମୁଣ୍ଡ, ସ୍ୱାମୀର ଆତ୍ମସମର୍ପଣ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.