ନୂଆଦିଲ୍ଲୀ, ସାଧାରଣତଃ ଘରୁ କୌଣସି ଶୁଭ କାମରେ ବାହାରିବା ବେଲେ ସମସ୍ତେ ଭଗବାନଙ୍କ ନାମକୁ ସ୍ମରଣ କରି ବାହାରିଥାନ୍ତି। ଏହାର କାରଣ ହେଲା ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଯେପରି ଶୁଭ ହୁଏ। ହେଲେ ବେଳେ ବେଳେ ଘରୁ ବାହାରିବା ବେଳେ କିଛି ଏପର ଘଟଣା ଘଟେ ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଯାଏ। କାର୍ଯ୍ୟଟି ସଫଳ ହୋଇ ନ ଥାଏ। ସେହିପରି କିଛି ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବେଶ ଦରକାରରେ ଆସିପାରେ। ପୋଷାକ ବଟନ୍: ଯଦି ଆପଣ ପୋଷାକ ପିନ୍ଧିସା ବେଳେ ବଟମଗୁଡିକ ଭୁଲରେ ଲଗାଇଲେ ତେବେ ଏହା ଖରାପ । ବିଶ୍ୱାସ କରାଯାଏ ଯେ ଏହା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସିଧା ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ତୁମେ ପୁଣି ପୋଷାକ କାଢିବା ଉଚିତ ଏବଂ ସେହି ବଟନ୍ କୁ ସଠିକ୍ ଭାବରେ ରଖିବା…
Author: Samikhsya Bureau
ମେଷ: ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ବୃଷ: ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ। ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ। ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ। ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ। ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ। କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ। ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ଏଥିପାଇଁ ମଧ୍ୟ…
କୁମ୍ଭ: ଆଜି ମଧ୍ୟ ଆପଣଙ୍କ ସପକ୍ଷରେ ରହିବ । କିନ୍ତୁ ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିବ। ପୁରୁଣା ଝୁଲୁଥିବା କାର୍ଯ୍ୟଗୁଡ଼ିକ ଗତି ଲାଭ କରିବ । ନୂତନ ଯୋଜନାଗୁଡିକ ଅଧିକ ଫଳପ୍ରଦ ହେବ । ସାମାଜିକ କାରଣରୁ ଆପଣ ଆଜି ଅଧିକ ବ୍ୟସ୍ତ ରହିପାରିବେ । ମୀନ: ଆଜି ମଧ୍ୟ ଆପଣଙ୍କୁ ଶୁଭ ଫଳାଫଳ ଦେବାକୁ ଯାଉଛି । ଆଜି ତୁମେ ତୁମର କୈଶଳ ସହିତ କାହା ଉପରେ ଜିତିବ । ସରକାରୀ କିମ୍ବା ଅସ୍ଥାବର ସମ୍ପତ୍ତିକୁ ଦଲିଲ କରିବା ପାଇଁ ଆଜି ଶୁଭ ଦିନ । ବ୍ୟବସାୟରେ ବିନିଯୋଗ ଭବିଷ୍ୟତ ପାଇଁ ଲାଭଦାୟକ ହେବ ।
ଧନୁ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନହେବା ଏକ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ । ପରିବାର ସଦସ୍ୟଙ୍କଠାରୁ ସମାନ ସମର୍ଥନ ପାଇବା ଦ୍ୱାରା ମାନସିକ ଶାନ୍ତି ମିଳିବ । ଆଜି ମହିଳାଙ୍କ ସ୍ବାସ୍ଥ୍ୟ ହେତୁ ଘର କାମ ଛିନ୍ନଛତ୍ର ହୋଇ ରହିବ, ଥଣ୍ଡା ସାମଗ୍ରୀ ପାଇଁ ସଞ୍ଚୟ କରନ୍ତୁ ନାହିଁ । ବନ୍ଧୁମାନେ ମଧ୍ୟ ସମର୍ଥିତ ହେବେ । ମକର: ଆଜି କାର୍ଯ୍ୟ କ୍ଷେତ୍ର ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡିପାରେ । ଅଧିକ ଅଂଶ ପାଇଁ ଦୈଡ଼ିବା କାରଣରୁ ପ୍ରକୃତିର ଥକ୍କା ଏବଂ ରୁଗ୍ଣତା ହେତୁ ପ୍ରେମ ସମ୍ପର୍କକୁ ଖରାପ କରିବାର ସମ୍ଭାବନା ଅଛି ।
ତୂଳା: ଆଜି କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ଉତ୍ସାହ ସହିତ ପ୍ରଗତିର ରାସ୍ତା ଖୋଲାଯିବ। ବ୍ୟବସାୟରେ ଲାଭ ପାଇବା ପାଇଁ ଏହା ଟିକିଏ କଠିନ ପରିଶ୍ରମ ନେଇପାରେ, କିନ୍ତୁ ଫଳାଫଳ ଆଶ୍ଚର୍ଯ୍ୟଜନକ ହେବ । ବିଛା: ସ୍ୱର ଏବଂ ଆଚରଣକୁ ସଂଯମ ରଖନ୍ତୁ, ନଚେତ୍ ସମ୍ମାନ ହ୍ରାସ ହୋଇପାରେ। ସରକାରୀ କାର୍ଯ୍ୟରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ବୋଧହୁଏ ଆପଣଙ୍କ ବିପରୀତ ହେବ।
ସିଂହ: କାର୍ଯ୍ୟ କ୍ଷେତ୍ରରେ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ହେତୁ ବନ୍ଦ ହୋଇଥିବା କାର୍ଯ୍ୟ ସମାପ୍ତ ହେବ । ପିଲାମାନଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ପାଇବ, ମହିଳାମାନେ ଅସଂଗଠିତ ପରିବାର ପରିଚାଳନାରେ ଅଧିକ ବ୍ୟସ୍ତ ରହିବେ । କନ୍ୟା: ଆଜିର ନିତ୍ୟକର୍ମ ଅସମାନ ହେବ । ଆଜିର ପ୍ରଥମାର୍ଦ୍ଧ ପରିବାରରେ ଅସନ୍ତୋଷ ହେତୁ ଅଶାନ୍ତ ରହିବ, ଆପଣ ଏହାର କାରଣ ହୋଇ ରହିବେ । କାର୍ଯ୍ୟ କ୍ଷେତ୍ରରେ ଭଲ ଅଭିଜ୍ଞତା ରହିବ ନାହିଁ । ଅର୍ଥର ଲାଭ ପାଇଁ ଆପଣଙ୍କୁ ଆଜି କାମ କରିବାକୁ ପଡିବ ।
ମିଥୁନ: ଅବହେଳା ହେତୁ, କରାଯାଇଥିବା କାର୍ଯ୍ୟରେ ବାଧା ଆସିବ । ଲାଭର ଚୁକ୍ତି ହେବାର ସମ୍ଭାବନା ଅଛି, କିନ୍ତୁ ଗୋଡରେ ବାଧା ସୃଷ୍ଟି ହେତୁ ଦ୍ୱନ୍ଦ୍ୱରେ ପଡ଼ିବେ । କର୍କଟ: ସରକାରୀ କାର୍ଯ୍ୟ ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିବ, କିନ୍ତୁ ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟରେ ଏହାର ସମାଧାନ ମିଳିବ । ଆଜି କାର୍ଯ୍ୟକ୍ଷେତ୍ରରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ ।
ନୂଆଦିଲ୍ଲୀ, ଧାର୍ମିକ ଯାତ୍ରା ହେଉଛି ଦେବ ଦର୍ଶନଙ୍କର ସମଷ୍ଟି । ବୈବାହିକ କାର୍ଯ୍ୟର ଡିଜାଇନ୍ ଘରେ କରାଯିବ। କାର୍ଯ୍ୟ ବ୍ୟବସାୟରେ ମଧ୍ୟ ଦିନଟି ଲାଭଦାୟକ ହେବ । ପୁରୁଣା ପରିଚିତମାନଙ୍କୁ ଭେଟିବେ । ଛୋଟ ଜିନିଷକୁ ଅଣଦେଖା କରନ୍ତୁ । ଏହି ରାଶି ହେଲା ମେଷ ଏବଂ ବୃଷ ରାଶି। ଆଜି ଅର୍ଥର ଖର୍ଚ୍ଚ ଆୟଠାରୁ ଅଧିକ ହେବ, ତଥାପି ଦିନସାରା ମାନସିକ ସ୍ତରରେ ଖୁସି ରହିବ । ଘରେ ଅବିବାହିତ ସମ୍ପର୍କ ବିଷୟରେ ଆଲୋଚନା ଚାଲିବ । ମୂଲ୍ୟବାନ ଜିନିଷ କିଣିବାରେ ଖର୍ଚ୍ଚ ହେବ । ଆଜି କାର୍ଯ୍ୟ କ୍ଷେତ୍ରରୁ ସୀମିତ ଲାଭ ମିଳିବ ।
ଆନ୍ତର୍ଜାତିକ ମହିଳା ଦିବସ ପୂର୍ବରୁ ‘ଜୟ ଓଡ଼ିଶା’ ପକ୍ଷରୁ ଯୁବତୀଙ୍କ ମଟର ସାଇକେଲ ରାଲି, ସହିଦ ନଗର ଦୁର୍ଗା ମଣ୍ଡପରୁ ମହିଳା ଥାନାରେ ପହଁଚିଥିଲା ବାଇକ ରାଲି। ମହିଳା ପୋଲିସଙ୍କୁ ସମ୍ବର୍ଦ୍ଧନା ଦେଲା ‘ଜୟ ଓଡ଼ିଶା’।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 9, 2021 ମଧ୍ୟାହ୍ନ 12ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ତ୍ରିପୁରାର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କରିବା ସହିତ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ‘ମୈତ୍ରୀ ସେତୁ’ ଭାରତୀୟ ରାଜ୍ୟ ତ୍ରିପୁରା ଏବଂ ବାଂଲାଦେଶର ସୀମା ଦେଇ ପ୍ରବାହିତ ହୋଇଥିବା ଫେନି ନଦୀ ଉପରେ ନିର୍ମିତ ହୋଇଛି। ଭାରତ ଓ ବାଂଲାଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଦ୍ୱିପାକ୍ଷିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆଧାରରେ ଏହି ‘ମୈତ୍ରୀ ସେତୁ’ର ନାମକରଣ କରାଯାଇଛି। 133 କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟରେ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଦ୍ୱାରା ହାତକୁ ନିଆଯାଇଥିଲା। 1.9 କିମି ଲମ୍ବ ସେତୁ ଭାରତର ସବ୍ରୁମ ସହିତ ବାଂଲାଦେଶର ରାମଗଡ଼କୁ ଯୋଡ଼ୁଛି। ଏହା ଭାରତ ଓ ବାଂଲାଦେଶ ମଧ୍ୟରେ ବାଣିଜ୍ୟ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା ଏବଂ ଡକ୍ଟର କରଣ ସିଂ ମଧ୍ୟ ଉପସ୍ଥିତ ରହିବେ । ଶ୍ରୀମଦ୍ ଭଗବଦଗୀତା : ମୂଳ ହସ୍ତଲିପିରେ ବିରଳ ଏକାଧିକ ସଂସ୍କୃତ ବ୍ୟାଖ୍ୟା ସାଧାରଣତଃ ଶ୍ରୀମଦ୍ ଭଗବଦଗୀତା ଗୋଟିଏ ବ୍ୟାଖ୍ୟା ସହିତ ପଢିବା ଲାଗି ଉପଲବ୍ଧ ହୋଇଥାଏ । ପ୍ରଥମ ଥର ପାଇଁ, ଶ୍ରୀମଦ୍ ଭଗବଦଗୀତା ସମ୍ପର୍କରେ ଏକ ବିସ୍ତୃତ ଏବଂ ତୁଳନାତ୍ମକ ଜ୍ଞାନ ହାସଲ କରିବା ଲାଗି ପ୍ରସିଦ୍ଧ ଭାରତୀୟ ବିଦ୍ଵାନମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନେକ ବ୍ୟାଖ୍ୟାଗୁଡିକୁ ସଂକଳିତ କରାଯାଇଛି । ଧର୍ମାର୍ଥ ଟ୍ରଷ୍ଟ ଦ୍ଵାରା ପ୍ରକାଶିତ ପାଣ୍ଡୁଲିପିରେ ଶଙ୍କର ଭାଷ୍ୟ ଠାରୁ ଭାସାନୁବାଦ…
ଭୁବନେଶ୍ୱର, ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ନବମ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବାଣିଜ୍ୟ ମେଳାର ତୃତୀୟ ଦିନରେ ‘ନୂତନ ଉଦ୍ୟୋଗ ପ୍ରସଙ୍ଗ’ ((Start up Talk)) ଆଲୋଚନାଚକ୍ର ସେମିନାର ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ଆଲୋଚନା ଚକ୍ରରେ ସ୍ୱତନ୍ତ୍ର ନିମନ୍ତ୍ରିତ ବିଶେଷଜ୍ଞ ଭାବେ ଯୋଗଦେଇ ନୂତନ ଉଦ୍ୟୋଗୀମାନଙ୍କର କାର୍ଯ୍ୟଧାରାର ମାନ ବୃଦ୍ଧି ନିମନ୍ତେ ୬ଟି କୌଶଳ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ସେଗୁଡ଼ିକ ହେଲା ଭାବନା, କୌଶଳ, ବୁଦ୍ଧି, ପ୍ରତିଷ୍ଠା, ନିଜ କର୍ମଚାରୀଙ୍କୁ ମାପିବା ଏବଂ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବା । ସୁନ୍ଦର ରାଜନ୍ଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗୁଣା କୁକୁଡ଼ା ଫାର୍ମର ଉଦାହରଣ ଦେଇ ତାହା ୬୦୦ କୋଟି ଟଙ୍କାର ଉଦ୍ୟୋଗ ହୋଇପାରିଥିବାର ସଫଳ କାହାଣୀକୁ ସେ ଆଲୋଚନା ଚକ୍ରରେ ଉପସ୍ଥାପନ କରିଥିଲେ। ଏକ କ୍ଷୁଦ୍ର ଉଦ୍ୟୋଗକୁ କିପରି ବିଶାଳ କରିହେବ ସେଥିପାଇଁ ଆବଶ୍ୟକ ଅଧ୍ୟବସାୟ…
ଭୁବନେଶ୍ୱର, ଆମେ କେବଳ ବିଧାୟକ କିମ୍ବା ସାଂସଦ ହେବା ନୁହେଁ ବରଂ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ସର୍ବାଙ୍ଗୀନ କଲ୍ୟାଣ ପାଇଁ କାର୍ଯ୍ୟକର୍ତାମାନେ ଏହାକୁ ଏକ ରାଜନୈତିକ ଲକ୍ଷ୍ୟ ଭାବରେ ନେଇ କାମ କରିବା ଦରକାର ବୋଲି ରବିବାର ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେଧୀରେ ଧୀରେ କାର୍ଯ୍ୟକର୍ତାଙ୍କ ପରିଶ୍ରମ ଏବଂ ଜନଆଶୀର୍ବାଦ ବଳରେ ଆଗକୁ ଆଗକୁ ବଢ଼ୁଛେ । ଦଳ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କାରଣରୁ ସାମ୍ପ୍ରତିକ ରାଜ୍ୟ ରାଜନୀତିରେ ବିଜେପି ଅଭୁତପୂର୍ବ ସଫଳତା ପ୍ରଦର୍ଶନ କରୁଛି । ବିଗତ ୬ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ବିଜେପିର ଓଡ଼ିଶା ପ୍ରତି ଥିବା ପ୍ରତିବଦ୍ଧତା ଓ ଦାୟିତ୍ୱ ୨୦୧୯ ନିର୍ବାଚନରେ ମଧ୍ୟ ପ୍ରତିଫଳିତ ହୋଇଛି । ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ ଆଗକୁ…
କୋଲକାତା, ଶେଷରେ ପ୍ରଖ୍ୟାତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଲକାତା ଗସ୍ତ ବେଳେ ମିଥୁନ ଦା ପଦ୍ମଫୁଲ ଧରିଛନ୍ତି। ମିଥୁନ ବିଜେପିରେ ସାମିଲ ହେବେ ବୋଲି ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର୍ ଧରିଥିଲା । ସେ ସମସ୍ତ ଚର୍ଚ୍ଚା ଉପରୁ ପରଦା ହଟାଇ ଦେଇଛନ୍ତି।ମୋଦୀଙ୍କର କଲୋକାତା ଗସ୍ତ ବେଳେ ମିଥୁନ ଏବଂ ସୌରଭ ଗାଙ୍ଗୁଲି ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଚାଲିଥିଲା। ହେଲେ ଗାଙ୍ଗୁଲି ସାମିଲ ହୋଇ ନ ଥିଲେ।
ଭୁବନେଶ୍ୱର, ଭୁବନେଶ୍ୱର ମ୍ୟୁନିସପାଲଟି ଏବେ ଭୁବନେଶ୍ୱର ସହରାଂଚଳରେ ବସବାସ କରୁଥିବା ଘର ମାଲିକ ମାନଙ୍କ ପାଖରୁ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯାଉଛି, ତାହା ସଂପୂର୍ଣ୍ଣଭାବେ ବେଆଇନ ଏବଂ ମ୍ୟୁନିସ୍ପାଲଟି ଅଧିକାରୀମାନଙ୍କର ସ୍ୱେଚ୍ଛାଚାରୀ ନିଷ୍ପତି ବୋଲି ଅଭିଯୋଗ କରିଛି ଭୁବନେଶ୍ବର ଜିଲ୍ଲା କଂଗ୍ରେସ। ଏହି ନିଷ୍ପତି ସ୍ପଷ୍ଟ ଭାବରେ ଓଡ଼ିଶା ମ୍ୟୁନିସ୍ପାଲ ଆଇନ -୨୦୦୩ର ବିଭିନ୍ନ ନିୟମାବାଳିକୁ ଉଲଙ୍ଘନ କରୁଛି । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଆହୁତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋ କହିଲେ ଯେ ଏହି ନିଷ୍ପତି ବଳ ପୂର୍ବକ ଭୁବନେଶ୍ୱର ବାସିନ୍ଦାଙ୍କ ଉପରେ ଲଦି ଦିଆଯାଇଛି । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ ଯେଉଁ ହୋଲଡିଂ ଟ୍ୟାକ୍ସ ଆଦାୟ କରୁଥିଲା ଏବେ ସେହି ହୋଲଡିଂ ଟ୍ୟାକ୍ସର ୧୦ ରୁ ୨୦ ଗୁଣା ବୃଦ୍ଧି ଘଟିଛି । ଏଭଳି ବୃଦ୍ଧି ଘଟିବାର କାରଣ…
ଯାଜପୁର, ଯାଜପୁର ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି । ବିଭିନ୍ନ ମେଗା ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରାଯିବା ସହ ତାହାର ସୁଫଳ ଲୋକମାନଙ୍କୁ ଯଥାଶିଘ୍ର ମିଳିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରବିବାର ପୁର୍ବାହ୍ନରେ ଯାଜପୁର ଜିଲାକୁ ଦିନିକିଆ ଗସ୍ତରେ ଆସି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିର ଚତୁଃପାଶ୍ୱ ପରିଦର୍ଶନ କରିବା ସହ ମନ୍ଦିରର ଉନ୍ନୟନ ପାଇଁ ୬କୋଟି ୫୦ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । ମା’ଙ୍କ ମନ୍ଦିରର ଉନ୍ନୟନ ଓ ଉନ୍ନତିକରଣ କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ମହାପାତ୍ର ଜିଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ କୁସୁମା ପୋଖରୀ ପରିଦର୍ଶନ ସହ ତାହାର ଉନ୍ନତି କରଣ ପାଇଁ ବିଭିନ୍ନ ପରାମର୍ଶ ମୁଖ୍ୟ ସଚିବ ଦେଇଥିଲେ । ପରେ ପରେ ଜିଲା ମୁଖ୍ୟ ଚିକିତ୍ସାଳୟର…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ଵ ବଖରା ଜଳି ପାଉଁଶ ହୋଇଯାଇଛି। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ସାନନଇରୀର ଦଣ୍ଡା ସାହିରେ ଭୟଙ୍କର ନିଆଁ ଲାଗି ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ କୁମାର ସାହୁଙ୍କ ସୂଚନା ଅନୁଯାୟୀ, ରୋଷେଇ ଘରୁ ଗ୍ୟାସ ଲିକ୍ ହେବାରୁ ନିଆଁ ଲାଗିଯାଇଥିଲା। ଯଦ୍ୱାରା ନିଆଁ ଦ୍ରୁତ ଗତିରେ ନିକଟସ୍ଥ ଚାଳ ଘରକୁ ବ୍ୟାପୀ ଯାଇଥିଲା। ଏହି ନିଆଁକୁ ଲିଭାଇବା ପାଇଁ ୨ଟି ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଆୟତ୍ତ ହେବା ବେଳକୁ ୧୦ ଟି ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିବା ବେଳେ ୬ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ନିଆଁରେ ଲକ୍ଷାଧିକ ଟଙ୍କାର…
ଭୁବନେଶ୍ୱର, ଆଜି ସ୍ଥାନୀୟ କଳ୍ପନା ଠାରେ ରୋଟାରୀ କ୍ଲବ ଭୁବନେଶ୍ୱର କଳିଙ୍ଗ ଏବଂ ଓଡିଶା ଟେକର୍ସ କ୍ଲବ ପକ୍ଷରୁ ଏକ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଛି। ମହିଳାମାନେ କଳ୍ପନା ସ୍ଥିତ ତୃପ୍ତି ହୋଟେଲ ପାଖରୁ ବାହାରି ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ।ଏହି ପଦଯାତ୍ରାକୁ ରୋଟାରୀ ଗଭର୍ଣ୍ଣର ନୋମିନ ପ୍ରଭୁଦତ ସୁବୁଦ୍ଧି ଏବଂ ପ୍ରତିଷ୍ଠିତ ସମାଜସେବି ରୀନା ରାଉତରାୟ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ପାଞ୍ଚ କିଲୋମିଟର ପଥ କୁ ମହିଳା ମାନେ 40 ମିନଟ ରେ ଅତିକ୍ରମ କରିଥିଲେ। ରୋଟାରୀ କ୍ଲବ ର ସଭାପତି ଦେବଯାନୀ ବୋଷ, ସମ୍ପାଦକ ଶର୍ମିଷ୍ଠା ମହାନ୍ତି ଏବଂ ପୂର୍ବତନ ସଭାପତି ସଞ୍ଜୟ ବୋଷ, ଟେକକେର୍ସ କ୍ଲବ ର ସଭାପତି ଆଂସୂ ତ୍ରିପାଠୀ ମିଳିତ ଭାବରେ ଏହି ପଦଯାତ୍ରା କୁ ଆୟୋଜନ କରିଥିଲେ। ରୋଟାରୀ କ୍ଲବ କଳିଙ୍ଗ ପକ୍ଷରୁ ରାଧାମୋହନ ପଟ୍ଟନାୟକ, ମନୀନ୍ଦ୍ର ପାଣିଗ୍ରାହୀ, ଶିବନାରାୟଣ ମହାପାତ୍ର, ଆଶୁତୋଷ ନନ୍ଦ, ରୋଟ୍ରାକ୍ଟ କ୍ଲବ ପକ୍ଷରୁ ଜାଜ୍ଞଶିନୀ ଯୋଗଦାନ…
ଭୁବନେଶ୍ବର: ଆଜି ରାଜ୍ୟରେ ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୭୪୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୯୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୮୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୬, ସମ୍ବଲପୁର ଜିଲ୍ଲାରୁ ୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୨ ଜଣ, ଅନୁଗୁଳ ଜିଲ୍ଲାରୁ ୧୧ ଜଣ, ବରଗଡ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, କଟକ ଜିଲ୍ଲାରୁ ୩…
ଭୁବନେଶ୍ୱର: ଆଜି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏଥିରେ ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି ପାଇବା, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତୃଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ।
କନ୍ଧମାଳ: ସରକାରୀ ଅର୍ଥ ହଡପ ଅଭିଯୋଗରେ ଆଜି ଫୁଲାବଣୀ ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଦୁଇ ଜଣ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ ୨୦୧୪ ମସିହାରେ କନ୍ଧମାଳ ଜିଲା ବାଲିଗୁଡା ବ୍ଲକର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ସୀମାଂଚଳ ନାୟକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରାକାରୀ ଅନୁଦାନ ଖର୍ଚ୍ଚ ନ କରି ଆତ୍ମସାତ କରିଥିବା ଅଭିଯେ୍ାଗ ହୋଇଥିଲା। ଅଭିଯୋଗ ପ୍ରକାରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ ନଂ ୪୯ା୦୦୪ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ତଦନ୍ତରେ ସୀମାଂଚଲ ଅର୍ଥ ହଡପ କରିଥିବା ସ୍ପଷ୍ଟ ହେବାରେ ତାଙ୍କ ବିରୋଧରେ ଫୁଲବାଣୀ ଭିଜିଲାନସ୍ ଅଦାଲତରେ ମାମଲା ଚାଲିଥିଲା। ଗତକାଲି ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ସୀମାଂଚଳଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ…

