ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ଆଜି ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। କରୋନା କଟକଣା ଅନୁପାଳନ କରି କମିଟିର ସଦସ୍ୟ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ପୂର୍ବାହ୍ନରେ ବଜାର ସାହି ସ୍ଥିତ ରଙ୍କନାଥ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ବଜାର ପରିକ୍ରମା କରି ସ୍ଥାନୀୟ ଦକ୍ଷପ୍ରଜାପତି ମନ୍ଦିରଠାରେ ପହଞ୍ଚିଥିଲେ। ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁମାନେ କଳସରେ ଜଳ ନେଇ ପୁନଶ୍ଚ ରଙ୍କନାଥ ମନ୍ଦିରରେ ପହଞ୍ଚିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜିଠାରୁ ତିନି ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀହରି କଥାମୃତ ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ରବି ନାରାୟଣ ପଣ୍ଡା। ଅନୁରୂପ ଭାବେ ମହାଶିବରାତ୍ରି(ଗୁରବାର) ଦିନ ସଂଧ୍ୟାରେ ୧୦୮…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଝାରସୁଗୁଡାରୁ ୧୨, ସୁନ୍ଦରଗଡରୁ ୧୦, ସମ୍ବଲପୁରରୁ ୯, ବାଲେଶ୍ବରରୁ ୭, ଯାଜପୁରରୁ ୬, ଖୋର୍ଦ୍ଧାରୁ ୬, ବରଗଡରୁ ୪, କଟକରୁ ୪, ମୟୂରଭଞ୍ଜରୁ ୪, ପୁରୀରୁ ୪, ଅନୁଗୁଳରୁ ୩, ବଲାଙ୍ଗୀରିରୁ ୩, ଦେବଗଡରୁ ୩, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୩, ଗଞ୍ଜାମରୁ ୨, କଳାହାଣ୍ଡିରୁ ୧, କୋରାପୁଟରୁ ୧, ନୂଆପଡ଼ାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୧୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୮୦୩ କୁ ବୃଦ୍ଧି ହୋଇଛି। ତେବେ…
ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ୧୯୯୫ ବ୍ୟାଚର ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ଦିଆଯାଇଛି। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ଦୀର୍ଘ ଦେଢ ବର୍ଷ ଧରି ସୁଧାଂଶୁ ଷଡଙ୍ଗୀ ଟୁଇନ୍ ସିଟିର ପୋଲିସ୍ କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସୁଧାଂଶୁ ଷଡଙ୍ଗୀଙ୍କୁ ଏବେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ।ପୋଲିସ୍ କମିଶନର ହେବା ପୂର୍ବରୁ ସେ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ। ସେହିପରି ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ଵ ମିଳିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଜଣେ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା। ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ୍ ଅଭିହିତ କରି ପ୍ରଶଂସା କରିଥିଲେ। ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର…
ମୁମ୍ବାଇ/ଭୁବନେଶ୍ୱର: ଚଳିତ ବର୍ଷ ମହିଳା ଦିବସ ଅବସରରେ ନୀତା ମୁକେଶ ଅମ୍ବାନି ଉଲ୍ଲାସର ସହ ହର୍ ସର୍କଲ୍ ବିଷୟରେ ଘୋଷଣା କରିଛନ୍ତି ଯାହା ହେଉଛି ଏକ ସ୍ୱତନ୍ତ୍ର ଅଭିଯାନ ଯାହା ଡିଜିଟାଲ୍ ବିପ୍ଳବର ଶକ୍ତି ଜରିଆରେ ମହିଳାଙ୍କ ଶକ୍ତିକୁ ଆହୁରି ସୁଦୃଢ଼ କରିବ। ଏହା ହେଉଛି ପ୍ରଥମ ଧରଣର ଡିଜିଟାଲ୍ ନେଟ୍ୱର୍କିଂ ପ୍ଲାଟଫର୍ମ ଯେଉଁଥିରେ ଆଲୋଚନା, ସଂପୃକ୍ତି, ସହଯୋଗିତା ଓ ଆପୋଷ ସମର୍ଥନ ପାଇଁ ଏକ ଉଲ୍ଳାସପୂର୍ଣ୍ଣ ଓ ସୁରକ୍ଷିତ ସ୍ଥାନ ପ୍ରଦାନ କରି ବିଶ୍ୱସ୍ତରରେ ଭଗିନୀତ୍ୱର ସମ୍ପର୍କୁ ସୁଦୃଢ଼ କରିବା ସହ ମହିଳାଙ୍କ ସଶକ୍ତୀକରଣରେ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ହର୍ ସର୍କଲ୍ ବିଶ୍ୱସ୍ତରରେ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ୍ କଲେକ୍ଟିଭ୍ ହେବ-ଭାରତୀୟ ମହିଳାଙ୍କ ଠାରୁ ଆରମ୍ଭ ହେବ କିନ୍ତୁ ସାରା ବିଶ୍ୱର ମହିଳାଙ୍କ ଅଂଶଗ୍ରହଣ ପାଇଁ ଏହା ଉନ୍ମୁକ୍ତ ରହିବ। ଏହା ହେଉଛି ଏକ ସମ୍ପୂର୍ଣ୍ଣ କନ୍ଟେଂଟ୍, ସୋସିଆଲ ମିଡିଆ ଓ ଲକ୍ଷ୍ୟପୂରଣକାରୀ ଗୋଷ୍ଠୀ ଯାହା ସବୁ ସାମାଜିକ…
ଭୋପାଳ, ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ନୂଆ କଥା କରିଛନ୍ତି। ତାହା ହେଲା ଶିବରାଜ ସପତ୍ନୀକ ଭୋପାଳ ନିକଟରେ ଥିବା ଦିଦି କାଫେକୁ ଖାଇବାକୁ ଯାଇଥିଲେ। ଏକ ପଞ୍ଚାୟତ କ୍ୟାମ୍ପସ ଭିତରେ ନିର୍ମିତ ହୋଇଥିବା ଦିଦି କାଫେ ହେଉଛି କେବଳ ମହିଳା ବା ଦିଦିମାନଙ୍କ ଦ୍ବାରା ପରିଚାଳିତ ହୋଟେଲ। ସପତ୍ନିକ ମୁଖ୍ୟମନ୍ତ୍ରୀଙ୍କୁ ଦେଖ୍ ଦିଦିମାନେ ଇତସ୍ତତଃ ହୋଇପଡିଥିଲେ। ହେଲେ କିଛି ବ୍ୟସ୍ତ ହୁଅ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ମହିଳା ଦିବସରେ ତୁମ କାଫେକୁ ଖାଇବାକୁ ଆସିଛି ବୋଲି କହିଥିଲେ। ଏହାପରେ ଦିଦିମାନେ ତାଙ୍କ କାଫେର ସବୁଠୁ ସ୍ବାଦିଷ୍ଠ ଖାଦ୍ୟ ପରଷି ଦେଇଥିଲେ।
ନୂଆଦିଲ୍ଲୀ, ଆରସେଲର ମିତ୍ତଲ ନିପ୍ପନ ଇସ୍ପାତ କଂପାନୀ ଓଡିଶା ସହିତ ଗୁଜୁରାଟରେ ମଧ୍ୟ ଏକ ବୃହତ୍ତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବେ। ଏ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ର ବିଜୟ ରୂପାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଂପାନୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ସହିତ ନୂଆ ଦିଲ୍ଲୀରେ ସେ ଆଲୋଚନା କରିଛନ୍ତି। ଏଥିରେ ଲକ୍ଷ୍ମୀ ମିତ୍ତଲ ଗୁଜୁରାଟରେ ଏକ ବୃହତ୍ତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମୁଖ୍ୟତଃ ଗୁଜୁରାଟରେ ଶିଳ୍ପପତିଙ୍କୁ ପୁଂଜି ନିବେଶ କରିବା ପାଇଁ ଯେଉଁ ସୁବିଧା ରହଛି ସେଥିରେ ସେ ଖୁସି ଅଛନ୍ତି। ସେଥିପାଇଁ ସେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବେ ବୋଲି କହିଛନ୍ତି। ଲକ୍ଷ୍ମୀ ମିତ୍ତଲ ନିକଟରେ ଓଡିଶା ସରକାରଙ୍କ ସହିତ ମଧ୍ୟ 50 ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ କରିବେ ବୋଲି ବୁଝାମଣା କରିଛନ୍ତି।
ଭୁବନେଶ୍ୱର, ଦେଶରେ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପ୍ରତିଷ୍ଠା କରିବା ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ସଂସ୍ଥାନ ଭୁବନେଶ୍ୱର ଠାରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶର ଆୟୁର୍ବିଜ୍ଞାନ ଏବଂ ବିକାଶ ସଂସ୍ଥାନ ଯଥା ପୁନେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ କରୋନା ମହାମାରୀ ସହ ଲଢିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରିଥିଲା । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି । ତେଣୁ ମାନବ ସମାଜକୁ ପ୍ରଭାବିତ କରୁଥିବା କରୋନା ମହାମାରୀ ଭଳି ଭୂତାଣୁଗୁଡିକ ସହ ଲଢିବା ପାଇଁ ପଦକ୍ଷେପ ସ୍ୱରୂପ ଚଳିତ ସାଧାରଣ ବଜେଟରେ ଦେଶରେ ଅତିରିକ୍ତ ୪ଟି…
ରାୟଗଡା, ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାୟଗଡା ପୋଲିସ ନେଇଛି ଏକ ଅଭିନବ ପଦକ୍ଷେପ। ଆଜିଠାରୁ ପ୍ରଚଳନ କରିଛି ମହିଳା ସୁରକ୍ଷା ପାଟ୍ରୋଲିଂ ଗାଡି। ଏହି ଗାଡିରେ ଜଣେ ମହିଳା କନଷ୍ଟେବଳ ସହତି ଅନ୍ୟ ଅଧିକାରୀ ରହିବ। ଏହି ଗାଡିଟି ସ୍କୁଲ, କଲେଜ ଏବଂ ବଜାର ଅଞ୍ଚଳରେ ତଦାରଖ କରିବ। ମୁଖ୍ୟତଃ ମହିଳାମାନଙ୍କୁ ଆଶାଳିନ ବ୍ୟବହାର, ଦୁଃବ୍ୟବହାର ପ୍ରଭୃତି ଘଟଣାକୁ ତୁରନ୍ତ ଯାଇ ସୁରକ୍ଷା ପ୍ରଦାନ କରିବ। ଏହିପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।
ଭୁବନେଶ୍ବର, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ 21 ତାରିଖରେ ଏତ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଁଚିବେ। ସେଠାରୁ ସେ ରାଜଭବନ ଆସି ରାତ୍ରୀ ଯାପନ କରିବେ। ଏହାପରେ ସେ ସକାଳୁ ହେଲିକାପ୍ଟରରେ କୋଣାର୍କ ଯିବେ। ସେଠାରୁ ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।
ଭୁବନେଶ୍ବର, ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି । ୮୦ ଲକ୍ଷ ମା ମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି । ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ କାହାଣୀ । ସେହି କାହାଣୀ ହେଉଛି ଆମର ମିଶନ ଶକ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟ ସ୍ତରୀୟ ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏହା କହିଛନ୍ତି । ମିଶନ ଶକ୍ତିର ଏ ସଫଳତା ଅଧିକରୁ ଅଧିକ ମା ମାନଙ୍କୁ ପ୍ରେରଣା ଦେବ ଏବଂ ମିଶନ ଶକ୍ତି ଖୁବ ଶୀଘ୍ର ଏକ କୋଟି ମହିଳାଙ୍କର ଏକ ବିରାଟ ଆନ୍ଦୋଳନ ରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଓଡିଶାର ଘରେ ଘରେ ସଶକ୍ତ ଓଡିଶାର ବାର୍ତ୍ତା ଦେବ । ମିଶନ ଶକ୍ତି ସ୍ଵତନ୍ତ୍ର ବିଭାଗ…
ଭୁବନେଶ୍ବର, ଶିମିଳିପାଳ ଏବଂ ରାଜ୍ୟର ବିଭିନ୍ନ ଜଙ୍ଗଲୀ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ ଟାକ୍ସ ଫୋର୍ସ ଗଠନ କରିଛନ୍ତି। ନଅ ଜଣିଆ ଏହି କମିଟର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ। ଏଥିସହିତ ବର୍ତ୍ତମାନ ପିସିସିଏଫ ଜିତେନ୍ଦ୍ର କୁମାର ଏହାର ଆବାହକ ଅଛନ୍ତି। ଏହି କମିଟରେ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ ଶଶୀ ପାୱାଲ ପିସିସିଏଫ ବନ୍ୟପ୍ରାଣୀ, ପଙ୍କଜ ଅଗ୍ରୱାଲା, ଡିଜି ଏଫଏସଆଇ ଡେରାଡୁନ ଏବଂ ଡେରାଡୁନସ୍ଥିତ ଆଇସିଏଫଆରଏଫ ଜଣେ ମନୋନତ ସଦସ୍ୟ। ସେହିପରି ହାଇଦ୍ରାବାଦର ଏନଆରଏସସି ସଂସ୍ଥାର ଜଙ୍ଗଲ ଏବଂ ପରିବେଶ ବିଭାଗୀୟ ମୁଖ୍ୟ, ପି.କେ ମଲ୍ଲିକ ବରିଷ୍ଠ ଆଇଏଫଏସ, ଜେ.କେ ପାଣିଗ୍ରାହୀ ଓଡିଶା ପରିବେଷ ସମାଜର ସଂପାଦକ ଏବଂ ବାରିପଦାର ବିଜୁ ଅଗ୍ରୱାଲା ସଦସ୍ୟ ଅଛନ୍ତି। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଷ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତିରେ କମିଟକୁ ପାଞ୍ଚୋଟି ଟର୍ମସ…
ଭୁବନେଶ୍ବର, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଆଗରେ ରହିଛନ୍ତି । ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଏକ ଐତିହାସିକ ନିଷ୍ପତି ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ଓ ପୌରାଞ୍ଚଳରେ ପଚାଶ ପ୍ରତିଶତ ସଂରକ୍ଷଣ କରିଛୁ । ମା ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି । ମା ମାନେ ହେଉଛନ୍ତି ଜନ୍ମିତ ନେତା । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା ଭିତରେ ଅଛି ନେତୃତ୍ଵ ର କ୍ଷମତା। ଆମକୁ…
ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ମେ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଲୀପ ରାୟ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରୋଇ ଏକାନ୍ତବାସରେ ରହିଛନ୍ତି। କିଛିଦିନ ତଳେ ଦିଲ୍ଲୀପଙ୍କ ଦେହରେ କରୋନା ଲକ୍ଷଣ କିଛି ପରିଲକ୍ଷିତ ହେଲା। ଫଳରେ ସେ କୋଭିଡ ଟେଷ୍ଟ କରାଇ ନେଇଥିଲେ। ଆଜି ଏ ନେଇ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଦିଲ୍ଲୀପ ଅନୁରୋଧ କରିଛନ୍ତି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି । ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆନ୍ତର୍ଜାତିକ ମହିଳା ଦିବସରେ ଆମର ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଉଛି! ଆମ ଦେଶର ମହିଳାଙ୍କ ଦ୍ଵାରା ସମ୍ପାଦିତ ହୋଇଥିବା ଅନେକ କାର୍ୟ୍ୟ ପାଇଁ ଭାରତ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ବୃଦ୍ଧି କରିବାର ସୁଯୋଗ ମିଳିଥିବାରୁ ଏହା ଆମ ସରକାର ପାଇଁ ଗର୍ବର ବିଷୟ ।
ଭୁବନେଶ୍ବର, ଆଜି ଓଡିଶାରୁ 59 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 34 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ 24 ଜଣ ଅଛନ୍ତି। ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 1. ଅନୁଗୁଳ: 4 2. ବାଲେଶ୍ବର: 4 3. ବରଗଡ: 1 4. ବାଲାଙ୍ଗୀର: 1 5. କଟକ: 2 6. ଦେଓଗଡ: 3 7. ଗଜପତି: 1 8. ଯାଜପୁର: 5 9. ଝାରସୁଗୁଡା: 4 10. କେଉଁଝର:3 11. ଖୋର୍ଦ୍ଧା: 3 12. ମୟୂରଭଞ୍ଜ: 3 13. ନବରଙ୍ଗପୁର: 1 14. ନୟାଗଡ଼: 3 15. ନୁଆପଡା: 2 16. ପୁରୀ: 2 17. ରାୟଗଡା: 2 18. ସମ୍ବଲପୁର: 9 19. ସୁନ୍ଦରଗଡ: 6
International Women’s Day: ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ମମତା, ମିସନ୍ ଶକ୍ତି, ନ୍ୟୁଟ୍ରିସନ୍ ବଜେଟ୍ ଏବଂ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣ ମହିଳା ସଶକ୍ତିକରଣକୁ ସୁଦୃଢ କରିପାରିଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳା ନେତୃତ୍ବ ପାଇଁ ସେ ଅପିଲ କରିଛନ୍ତି।
ଭୁବନେଶ୍ବର, ଓଡିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର 85 ବର୍ଷରେ ପଦାର୍ପଣ କଲାଣି। ହେଲେ ଏ ପର୍ଯ୍ୟନ୍ତ ନାରୀମାନେ ଯେପରି ଉପରକୁ ଯିବା କଥା ସେହିପରି ସ୍ଥିତି ସୃଷ୍ଟି ହୋଇ ନାହିଁ। ଏହିପରି କେତୋଟି ପ୍ରସଂଗ ଆମେ ଉପସ୍ଥାପିତ କରୁଛୁ ଯାହା ନାରୀମାନେ ସେହିପରି ସ୍ଥିତିକୁ ଉଠି ପାରି ନାହାଁନ୍ତି। ୧୯୩୬ ରୁ ୨୦୨୦, ୮୪ ବର୍ଷର ଓଡିଶା ରାଜ୍ୟରେ ମାତ୍ର ଜଣେ ମହିଳା ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ୧୪/୬/୧୯୭୨ ରୁ ୩/୩/୧୯୭୩ ଓ ୬/୩/୭୪ ରୁ ୧୬/୧୨/୭୬, ପାଖାପାଖି ତିନି ବର୍ଷ ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ନନ୍ଦିନୀ ଶତପଥି ଦାୟିତ୍ଵ ତୁଲାଇଥିଲେ। ସେ ଥିଲେ ଓଡିଶାର ପ୍ରଥମ ଓ ଅନ୍ତିମ ମହିଳା ମୁଖ୍ୟମନ୍ତ୍ରୀ। ଓଡିଶାରେ ଜଣେ ବି ମହିଳା ରାଜ୍ୟପାଳ ଆଜିଯାଏଁ ନିଯୁକ୍ତି ପାଇନାହାନ୍ତି। ମନ୍ତ୍ରୀମଣ୍ଡଳର ତିନି ପ୍ରମୁଖ ବିଭାଗ- ଅର୍ଥ, ଗୃହ ଓ ରାଜସ୍ୱ ବିଭାଗ ଦାୟିତ୍ଵ କେବେ ବି କୌଣସି ମହିଳାଙ୍କ ହାତକୁ ଯାଇନାହିଁ। ଓଡିଶା…
ଭୁବନେଶ୍ବର, ଧୀରେ ଧୀରେ ଶିମିଳିପାଳର ଜଙ୍ଗଲୀ ନିଆଁ ଅଣଆୟତ ଅବସ୍ଥାକୁ ଆସିଲାଣି। ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି। ନିଆଁ ଲିଭିବାର ନାଁ ଧରୁ ନାହିଁ। ଫଳରେ ଏହି ନିଆଁ ବର୍ତ୍ତମାନ ଜନବସତି ଆଡକୁ ମୁହାଁଇଲାଣି। ଏହି ନିଆଁକୁ ଲିଭାଇବା ପାଇଁ ବର୍ତ୍ତମାନ ହଜାରରେ ଅଧିକ କର୍ମଚାରୀ ମୁତୟନ ହୋଇଛନ୍ତି। ହେଲେ ମଧ୍ୟ ନିଆଁକୁ ଆୟତ କରାଯାଇ ପାରୁ ନାହିଁ। ବର୍ତ୍ତମାନ ଏହି ନିଆଁ ଜଙ୍ଗଲ ସଂପଦ ନଷ୍ଟ କରିବା ସହିତ ସେଠାକାର ପରିବେଷକୁ ମଧ୍ୟ ପ୍ରଦୂଷଣ କରିବାରେ ଲାଗିଛି। ଗତ କିଛି ଦିନ ଧରି ସ୍ଥାନୀୟ ଅଞ୍ଚଳ ଧୂଆଁର ଆସ୍ତରଣ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ନିଃସ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ସୃଷ୍ଟି ହେଲାଣି। ଏପରିକି ପୋଡା ପାଉଁଶ ମଧ୍ୟ ବିଭିନ୍ନ ସ୍ଥାନରେ ଉଡି ଜନବସତିରେ ପଡିବାରେ ଲାଗିଛି। ଫଳରେ ଏହାର ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି।
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି। ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ। ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ…

