ଓଡିଶା ପରେ ଗୁଜୁରାଟରେ ମଧ୍ୟ ଲକ୍ଷ୍ମୀ ମିତ୍ତଲ ପ୍ରତିଷ୍ଠା କରିବେ 45 ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ

Published: Mar 8, 2021, 5:31 pm IST

ନୂଆଦିଲ୍ଲୀ, ଆରସେଲର ମିତ୍ତଲ ନିପ୍ପନ ଇସ୍ପାତ କଂପାନୀ ଓଡିଶା ସହିତ ଗୁଜୁରାଟରେ ମଧ୍ୟ ଏକ ବୃହତ୍ତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବେ। ଏ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ର ବିଜୟ ରୂପାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଂପାନୀ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ସହିତ ନୂଆ ଦିଲ୍ଲୀରେ ସେ ଆଲୋଚନା କରିଛନ୍ତି।

ଏଥିରେ ଲକ୍ଷ୍ମୀ ମିତ୍ତଲ ଗୁଜୁରାଟରେ ଏକ ବୃହତ୍ତ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମୁଖ୍ୟତଃ ଗୁଜୁରାଟରେ ଶିଳ୍ପପତିଙ୍କୁ ପୁଂଜି ନିବେଶ କରିବା ପାଇଁ ଯେଉଁ ସୁବିଧା ରହଛି ସେଥିରେ ସେ ଖୁସି ଅଛନ୍ତି। ସେଥିପାଇଁ ସେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବେ ବୋଲି କହିଛନ୍ତି।

ଲକ୍ଷ୍ମୀ ମିତ୍ତଲ ନିକଟରେ ଓଡିଶା ସରକାରଙ୍କ ସହିତ ମଧ୍ୟ 50 ହଜାର କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ କରିବେ ବୋଲି ବୁଝାମଣା କରିଛନ୍ତି।

Related posts