କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ ବେଳେ ଡକାୟତୀ ଉଦ୍ୟମ କରୁଥିବା କଟକ ଅଂଚଳର ଦୁଇଜଣ ନକଲି ପୋଲିସ ଅଧିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପୋଲିସ ପୋଷାକ ସମେତ ନକଲି ପିସ୍ତଲ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଙ୍ଗ ବେଳେ ବାଲିଗୁଡା ଥାନା ପୋଲିସ ବାଲିଗୁଡା ଖଡଗ ନଦୀ ନିକଟରେ କିଛି ସନ୍ଦିଗ୍ଧ ଲୋକଙ୍କୁ ଦେଖିବାପରେ ସେମାନଙ୍କ ପିଛାକରିଥିଲା। ପୋଲିସକୁ ଦେଖି ସେମାନେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିବାବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନେ ପୋଲିସ ଏସ.ଆଇ ପୋଷାକରେ ନିଜକୁ ସଜାଇ ସ୍ଥାନୀୟ କିଛି ଲୋକଙ୍କ ସହଯୋଗରେ ସେହି ବାଟ ଦେଇ ଯାଉଥିବା ଲୋକଙ୍କଠାରୁ ଡକାୟତୀ କରିବାକୁ ମସୁଧା କରୁଥିଲେ। ପୋଲିସ ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ନକଲି ପୋଲିସ ପୋଷାକ, ଗୋଟିଏ ମାରୁତୀ ସ୍ୱିଫଟ୍ ଡିଜାୟାର(ଓଡି-୦୫-୬୮୬୬), ଲୁହା ରଡ, ନକଲି ପିସ୍ତଲ, ପୋଲିସ…
Author: Samikhsya Bureau
ଭୁବନ: ବେଆଇନ ମଦ ବିକ୍ରି ଅଭିଯୋଗରେ ସ୍ଥାନୀୟ ଜେଏମଏଫସି କୋର୍ଟ ୨ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ ଆଦେଶ ଦେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ମହୁଲପାଳ ଗ୍ରାମର ଜ୍ୟୋତିରଂଜନ ଜେନା ଓ ବେବିନା ଜେନା ବେଆଇନ ମଦ ବିକ୍ରି କରୁଥିବା ଖବର ପାଇ କାମାକ୍ଷାନଗର ଅବକାରୀ ବିଭାଗ ଏସ.ଆଇ ସ୍ୱପ୍ନାରାଣୀ ସାହୁ ଗତ ୮.୩.୨୦୧୯ ରିଖରେ ଚଢାଉ କରି ତାଙ୍କ ନିକଟରୁ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଜବତ କରିଥିଲେ। ଏ ସଂପର୍କରେ ୨(ଏ)ସି.ସି କେଶ ନଂ-୩/୨୦୧୯ ର ଶୁଣାଣି କରି ଜେଏମଏଫସି ଶ୍ରୀଚନ୍ଦନ ଦାସ ଓଡିଶା ଏକସାଇଜ ଆକ୍ଟ ୨୦୦୮ ଦଫା ୫୨(ଏ)(ଆଇ) ଆଧାରରେ ଜ୍ୟୋତିରଂଜନ ଓ ବେବିନାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ। ଜରିମାନା ଅନାଦୟ ଅଧିକ ୩ ମାସ ଜେଲଦଣ୍ଡ ପାଇଁ ଆଦେଶ…
ବାରିପଦା: ବାଙ୍ଗିରିପୋଷି-ରୁପ୍ସା ରେଳପଥର ବୈଦ୍ୟୁତିକରଣ କାର୍ଯ୍ୟ ପ୍ରାୟ ଶେଷ ହେବା ଉପରେ ପହଁଚି ଯାଇଥିଲା। ଏହି ସମୟରେ ମାର୍ଚ୍ଚ ୬ ଶନିବାର ପ୍ରାତଃ ସମୟରେ ବାରିପଦା ଭଞ୍ଜପୁର ରେଳ ଷ୍ଟେସନ ମଧ୍ୟ ସ୍ଥଳ ବାଘଡ଼ାରୋଡ଼ ଶନି ମନ୍ଦିର ନିକଟରେ ଥିବା ରେଳପଥର ବିଦ୍ୟୁତ୍ ଖୁଂଟରୁ ମୂଲ୍ୟବାନ ତାର ଚୋରୀ କରିବା ନିମନ୍ତେ କେତେକ ଦୁର୍ବୃତ୍ତ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଖୁଂଟ ଉପରକୁ ଚଢ଼ି ତାରକୁ କାଟି ଦେଇଥିବା ବେଳେ ସେ ଖୁଂଟ ଉପରେ ନିଜର ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା ଓ ଖୁଂଟ ମୁଳ କଂକ୍ରିଟ ଢ଼ଳେଇରେ ମୁଣ୍ଡ ବାଡ଼େଇ ହେବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହା ଦେଖି ଅନ୍ୟ ଦୁର୍ବୁତମାନେ ଭୟଭିତ ହୋଇ ଦୌଡ଼ି ପାଳାଇ ଯାଇଥିଲେ। ଏହି ସମୟରେ ବାଙ୍ଗିରିପୋଷି-ଭୂବନେଶ୍ୱର ସୁପରଫାଷ୍ଟ ଟ୍ରେନ ଆସି ସେଠାରେ ଅଟକି ରହିଥିଲା। ଖବର ପାଇ ରେଳ ସୁରକ୍ଷା ବଳ ଘଟଣାସ୍ଥଳରେ ପହଁଚି ଶବକୁ ଚିହ୍ନଟ କରିବା ସହିତ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୭୧୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୧୦ ହଜାର ୭୯୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୭୫୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୬୮ ହଜାର ୫୨୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୫୨୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଶୁକ୍ରବାର ଏହି ସଂସ୍ଥା ପରିଚାଳିତ ଟିଭି ଚ୍ୟାନେଲ୍ ନ୍ୟୁଜ୍୭ର ସର୍ଟ ଫିଲ୍ମ କଂଟେଷ୍ଟ ‘ସୋ-କେଶ ୨୦୨୦’ର ବିଜେତା ମାନଙ୍କୁ ଏଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏଥିରେ ଓଡ଼ିଆ ସିନେ ଇଣ୍ଡିଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗ ଦେଇ ବିଜେତା ମାନଙ୍କୁ ପୁରସ୍କୃତ କରିଛନ୍ତି। ‘ସୋ-କେଶ ୨୦୨୦’ ରେ ମୋଟ ୮୭ଟି କ୍ଷୁଦ୍ର ଚଳଚ୍ଚିତ୍ର ଅଂଶ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ ୧୨ଟି ବର୍ଗରେ କଳାକାର ଓ ନିର୍ମାତାମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ସିନେମା ଭାବେ ବିବେଚିତ ହୋଇଛି ପ୍ରଯୋଜକ କାଳିନ୍ଦି ଚରଣ ସାହୁଙ୍କ ଚଳଚ୍ଚିତ୍ର “ଥ୍ରୁ ଦ ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ”। ପ୍ରଯୋଜକଙ୍କୁ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କାର ଅର୍ଥରାଶି…
ନୂଆଦିଲ୍ଲୀ, ଗୋଲିମରିଚ କେବଳ ରୋଷୋଇ କାମରେ ବ୍ୟବହାର କରାଯାଏ ନାହିଁ। ଏହା ବିଭିନ୍ନ ରୋଗ ଉପଶମ ପାଇଁ ମଧ୍ୟ ବ୍ୟବହାର ହୋଇଥାଏ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଛୋଟ ଗୋଲମରିଚରେ ବଡ ରୋଗ ମଧ୍ୟ ଭଲ ହୋଇଥାଏ। ଆଜି ଆସନ୍ତୁ ଏହି ଗୋଲମରିଚରୁ ପାଞ୍ଚୋଟି ରୋଗ କିପରି ଉପଶମ ହୋଇଥାଏ। ମୁଣ୍ଡବିନ୍ଧା- ଯଦି ମୁଣ୍ଡ ବିନ୍ଧା ହେଉଥିବ ତେବେ ଗୋଟିଏ ଗୋଲମରିଚ ଛୁଞ୍ଚିରେ ଫୋଡି ତାହାକୁ ନିଆଁରେ ଜାଳନ୍ତୁ। ସେଥିରୁ ଯେଉଁ ଧୂଆଁ ବାହାରିବ ତାହା ନାକ ବାଟେ ଗ୍ରହଣ କରନ୍ତୁ। ଦେଖିବେ ମୁଣ୍ଡ ବିନ୍ଧା ଭଲ ହୋଇଯିବ। ଦନ୍ତରୋଗ- ଗୋଲମରିଚ ଗୁଣ୍ଡରେ ମଝିରେ ମଝିରେ ଦାନ୍ତ ଘସିଲେ ବିଭିନ୍ନ ଦାନ୍ତ ରୋଗରୁ ମିଳିଥାଏ ଉପଶମ। ଆମାଶୟ- ଗୋଲମରିଚ ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ବହୁ ପୁରୁଣା ଆମାଶୟ ରୋଗ ଭଲ ହୋଇଥାଏ। କାଶ- ଗୋଲମରିଚ ଗୁଣ୍ଡ ଏବଂ ମହୁ ମିଶାଇ ସେବନ କଲେ ନୂଆ ପୁରୁଣା କାଶ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯ, ଜୀବନ କାଳ ମଧ୍ୟରେ ଆପଣମାନେ ଏମାନଙ୍କ ବ୍ୟବହାରରେ କିପରି ପରିବର୍ତ୍ତନ ହୁଏ ତାହା ବର୍ଣ୍ଣନା କରିଛନ୍ତି। ସେ ମାତ୍ର ଚାରୋଟି ଉଦାହରଣ ଦେଇ ଏହାର ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। 1- ଧନହୀନ ପୁରୁଷକୁ ବେଶ୍ୟା- ଚାଣକ୍ୟ କହିଛନ୍ତି ଯେ, ଯେତେେବଳେ ପୁରୁଷଙ୍କଠାରୁ ପଇସା ସରିଯାଏ ସେତେବେଳେ ବେଶ୍ୟା ତାଙ୍କୁ ତ୍ୟାଗ କରିଥାଏ। ପଇସା ଥିବା ବେଳେ ସେ ପୁରା ନିଜର ହୋଇ ବାନ୍ଧି ରଖିବାକୁ ଚେଷ୍ଠା କରେ। ଉଦ୍ଦେଶ୍ୟ ହେଉଛି ସବୁ ପଇସା ମାରି ନେବା। 2-ଶକ୍ତିହୀନ ରାଜାକୁ ପ୍ରଜା- ସେହିପରି ଯେ ପର୍ଯ୍ୟନ୍ତ ରାଜା ଶକ୍ତିଶାଳୀ ଥିବେ ସେ ପର୍ଯ୍ୟନ୍ତ ପ୍ରଜା ତାଙ୍କୁ ଖାତିର କରି ରହିବେ। ହେଲେ ଯେତେବେଳ ରାଜା ଶକ୍ତିହୀନ ହେବେ ସେତେବେଳେ ସେହି ପ୍ରଜାମାନେ ଦୂରେଇ ଯିବେ। ଏପରିକି ହଇରାଣ କରିବାକୁ ମଧ୍ୟ ପଛେଇବେ ନାହିଁ। 3-ଫଳହୀନ ବୃକ୍ଷକୁ ପକ୍ଷୀ- ଯେ ପର୍ଯ୍ୟନ୍ତ…
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ…
କୁମ୍ଭ: – ସୁଖ ବୃଦ୍ଧି ପାଇବ। ଏକ ଚିତ୍ତାକର୍ଷକ ମାର୍ଗ ପ୍ରସ୍ତୁତ କରାଯାଇପାରିବ। ଛାତ୍ରମାନେ ସେମାନଙ୍କର କାର୍ଯ୍ୟକୁ ସଫଳତାର ସହିତ କରିବାକୁ ସମର୍ଥ ହେବେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ। ମୀନ: – ମାନସିକ ଅସ୍ଥିରତା ଦେଖାଯିବ। ବନ୍ଦ କାର୍ଯ୍ୟଗୁଡିକ କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଗତି କରିବ। ବିବାଦର ସମାଧାନ ହୋଇପାରିବ। ଜୀବନସାଥୀ ଉପହାର ଦେବାର ସୁଯୋଗ ପାଇବେ।
ଧନୁ: – କାରବାରରେ ସାବଧାନ ରୁହ । ସ୍ଥାୟୀ ସମ୍ପତ୍ତି ବୃଦ୍ଧିର ସମ୍ଭାବନା ହେଉଛି । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ଆୟ ବୃଦ୍ଧି ପାଇବ । ଅଂଶୀଦାରମାନଙ୍କଠାରୁ ଭିନ୍ନତା ପରିସ୍ଥିତିକୁ ଅନୁକୂଳ କରିବ । ମକର : – ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି । ଯାନ ଏବଂ ଯନ୍ତ୍ରପାତି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ଶାରୀରିକ ଯନ୍ତ୍ରଣା ଦ୍ୱାରା କରାଯାଇଥିବା କାର୍ଯ୍ୟରେ ବ୍ୟାଘାତ ହୋଇପାରେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ ।
ତୂଳା : – ଯାତ୍ରାରେ ଶୀଘ୍ର ଯାଆନ୍ତୁ ନାହିଁ । ଜଣେ ବ୍ୟକ୍ତି ସହିତ ବିନା କାରଣରେ ବିବାଦ ହୋଇପାରେ । ଦୌଡାଦୌଡି ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ବେପରୁଆ ହୁଅନ୍ତୁ ନାହିଁ। କିଛି ଦୁଃଖଦ ଖବର ପାଇବାର ସମ୍ଭାବନା ଅଛି । ବିଛା: – ବିବାଦକୁ ପ୍ରୋତ୍ସାହନରୁ ଦୂରେଇ ରୁହନ୍ତୁ । ତତ୍ପରତା ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି । ପ୍ରୟାସ ସଫଳ ହେବ । ଚାକିରିରେ କାର୍ଯ୍ୟକୁ ପ୍ରଶଂସା କରାଯିବ । କିଛି ବଡ କରିବାର ଇଚ୍ଛା ହେବ । ବ୍ୟବସାୟ ଭଲ କରିବ । ଟଙ୍କା ମିଳିବା ସହଜ ହେବ ।
ସିଂହ : – ଦୂରରୁ ଭଲ ଖବର ଗ୍ରହଣ କରାଯିବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଚାକିରିରେ ଥିବା ସହକର୍ମୀମାନେ ଆପଣଙ୍କୁ ସମର୍ଥନ କରିବେ। ପରିବାରରେ ଯେ କୈଣସି ଚାହିଦା କାମ ସମ୍ଭବ। ଅସ୍ଥିରତା ହୋଇପାରେ। କନ୍ୟା: ଶତ୍ରୁତା ରହିବ । ମନ ପୂଜାରେ ନିୟୋଜିତ ହେବେ। ବ୍ୟବସାୟରୁ ଲାଭ ବୃଦ୍ଧି ହେଉଛି ରାଶି । କୋର୍ଟ ଇତ୍ୟାଦିରେ ପରିସ୍ଥିତି ଅନୁକୂଳ ହେବ। ଏକ ବିବାଦରେ ବିଜୟ ହାସଲ କରାଯାଇପାରେ।
ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ। ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ। ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ। ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। କର୍କଟ : – ଯେ କୈଣସି ବଡ ସମସ୍ୟାର ସମାଧାନ ସହଜ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଭାଗ୍ୟ ଆପଣଙ୍କ ସହିତ ରହିବ।
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ। ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି। ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ।
ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଡକ୍ଟର ବିନୋଦ କେ. ପାଲ, ସଦସ୍ୟ ,ସ୍ୱାସ୍ଥ୍ୟ , ନୀତି ଆୟୋଗ, ଆଜି ହରିୟାଣା, ଆନ୍ଧ୍ରପ୍ରଦେଶ, ଓଡିଶା, ଗୋଆ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ଚଣ୍ଡିଗଡ଼ର ସ୍ୱାସ୍ଥ୍ୟ ସଚିବ ଏବଂ ଏନଏଚଏମର ଏମ୍.ଡି. ମାନଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପ୍ରତି ଏହି ରାଜ୍ୟଗୁଡିକ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ଓ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି। ଏହି ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ନୂତନ ସଂକ୍ରମଣର କ୍ରମାଗତ ବୃଦ୍ଧି ଏବଂ ଅଧିକ ସଂଖ୍ୟକ ସକ୍ରିୟ ଆକ୍ରାନ୍ତ ରିପୋର୍ଟ ହେବା ପରେ ସେମାନେ କୋଭିଡ ସଂକ୍ରମଣର ନୀରିକ୍ଷଣ, କଣ୍ଟେନମେଣ୍ଟ ଏବଂ କୋଭିଡ ପରିଚାଳନା ଉପରେ ଚାଲିଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପଗୁଡିକର ସମୀକ୍ଷା କରିଥିଲେ। ଏକ ବିସ୍ତୃତ ଉପସ୍ଥାପନାରେ ଦର୍ଶାଯାଇଛି ଯେ ଦିଲ୍ଲୀର ୯ ଟି ଜିଲ୍ଲା, ହରିୟାଣାରେ…
ଭୁବନେଶ୍ୱର, ବ୍ୟକ୍ତି ସ୍ୱାଧୀନତା ଓ ନିର୍ଭୀକତାର ସମାଜ ବିକାଶ ଦିଗରେ ବଡ଼ ଭୂମିକା ରହିଥିବା କଥାକୁ ଗୁରୁତ୍ୱ ପ୍ରଦାନ କରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବରେ ନିଜ ବକ୍ତବ୍ୟ ରଖି କହିଥିଲେ ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭର ହେବା ପାଇଁ ବ୍ୟକ୍ତି ଜଣଙ୍କୁ ‘ନିର୍ଭୟ’ ହେବା ଦରକାର । କେବଳ ‘ନିର୍ଭୟ’ ବାଣୀରେ ନୁହେଁ ବରଂ ମନରେ ମଧ୍ୟ ସେହି ଭାବନା ରହିବା ଦରକାର । ଓଡ଼ିଶାରେ ପ୍ରଜାତନ୍ତ୍ରରେ ସମାଲୋଚନାର ବଡ଼ ଆବଶ୍ୟକତା ରହିଥିଲା ବେଳେ ‘ନିର୍ଭୟ’ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ଉଲ୍ଲେଖ କରିଥିଲେ । ଶନିବାର ସ୍ଥାନୀୟ ହୋଟେଲ ମେ ଫେୟାର ଲାଗୁନର କନଭେନସନ ହଲ୍ ଠାରେ ‘ନିର୍ଭୟ’ର ୭ମ ବାର୍ଷିକୋତ୍ସବ ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ମୁଖ୍ୟ ସମାରୋହରେ…
ଭୁବନେଶ୍ୱର: ଓଡିଶା ରାଜ୍ୟ ବିହନ ନିଗମର ବ୍ୟବସାୟିକ କାରବାର ବୃଦ୍ଧିପାଇ ପ୍ରାୟ ୧୭୯ କୋଟି ଟଙ୍କାରେ ପହଂଚିଥିବାରୁ ନିଗମକୁ ୧୦୦ କୋଟି ଟଙ୍କାର କର୍ପସ ପାଣ୍ଠି ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଛି। ଏହି ୧୦୦ କୋଟି ଟଙ୍କାର ପାଣ୍ଠି ଯୋଜନା ଓଡିଶା ରାଜ୍ୟ ବିହନ ନିଗମ କର୍ପସ ପାଣ୍ଠି ଉନ୍ନତମାନର ବିହନ ଏବଂ ଚାରା ସଂଗହ ଓ ଚାଷୀମାନଙ୍କୁ ଯୋଗାଣ ନିମନ୍ତେ ଉପଯୋଗ କରାଯିବ। ଏହା ଦ୍ୱାରା ବିଭିନ୍ନ ଫସଲର ଉତ୍ପାଦନ ଓ ଉତ୍ପାଦିକତା ବୃଦ୍ଧି ହେବା ସହ ରାଜ୍ୟର କୃଷକମାନେ ଲାଭବାନ ହୋଇପାରିବେ।
ଭୁବନେଶ୍ୱର: ରାଜ୍ୟରେ ମିଶନ ଶକ୍ତି ନାମରେ ଏକ ନୂତନ ବିଭାଗ ଗଠନ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ଏହାକୁ ମଂଜୁରୀ ଦେଇଛି। ପୂର୍ବରୁ ଏହି ବିଭାଗ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୬ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଶକ୍ତି, କୃଷି ଏବଂ କୃଷକ ସଶକ୍ତିକରଣ, ସାମାଜିକ ନିରାପତା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ, ଅବକାରୀ, ସାଧାରଣ ପ୍ରଶାସନ ତଥା ସାଧାରଣ ଅଭିଯୋଗ, ପଂଚାୟତ ରାଜ ଏବଂ ପାନୀୟ ଜଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଏବଂ ଇସ୍ପାତ ଏବଂ ଖଣି ବିଭାଗର ବିଭିନ୍ନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। କ୍ୟାବିନେଟ୍ ବୈଠକର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଅନୁଯାୟୀ ଦଶଟି ମେଗା ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନା କୁ ଅନୁମୋଦନ କରାଯାଇଛି । ଆଉଲ୍, ରାଜକାନିକା, ଚିଲିକା, ଟାଙ୍ଗି, ବାଣପୁର, ଖୋର୍ଦ୍ଧା, ଜଟଣୀ, ଗଁଡିଆ,…
କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଠାରେ ମାଓ ଦମନ ନିମନ୍ତେ ସୀମାସୁରକ୍ଷା ବଳର-୧୫ ନଂ ବାଟାଲିୟନ ନିୟୋଜିତ ହୋଇଛନ୍ତି। ଆଜି ସକାଳୁ ଏହି ବାଟାଲିୟନର ଇନ୍ଦର ସିଂହ ନାମକ ଜଣେ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପ୍ରକାଶ ଥାଉ କି, ସେ ଗତକାଲି ସେ ନିଜ ବାସସ୍ଥାନ ରାଜସ୍ଥାନରୁ ଫେରି କାର୍ଯ୍ୟରେ ଯୋଗ ଦେଇଥିଲେ।
ମୁମ୍ବାଇ, ଟାୱାଲ ପିନ୍ଧିଥିବା ଭାଇଜାନର ଚିତ୍ର ଭାଇରାଲ ହେବାରେ ଲାଗିଛି, ବଲିଉଡର ଭାଇଜାନ ଅର୍ଥାତ ସଲମାନ ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଚିତ୍ରରେ ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସହ ଛିଡା ହୋଇଛନ୍ତି। ବଡ କଥା ହେଉଛି ସଲମାନ ଏହି ଥ୍ରୋବ୍ୟାକ୍ ଚିତ୍ରକୁ ତାଙ୍କ ପ୍ରିୟ ଭଉଣୀ ଅର୍ପିତା ଖାନ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୪, ଯାଜପୁରରୁ ୧୩, ବାଲେଶ୍ବରରୁ ୯, ଖୋର୍ଦ୍ଧାରୁ ୯, ସୁନ୍ଦରଗଡରୁ ୮, ବରଗଡରୁ ୬, ବଲାଙ୍ଗୀରିରୁ ୬, ଝାରସୁଗୁଡାରୁ ୪, ପୁରୀରୁ ୪, ସୋନପୁରରୁ ୪, ଅନୁଗୁଳରୁ ୨, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨, ବୌଦ୍ଧରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୂଆପଡାରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୯୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୬୭୪ କୁ ବୃଦ୍ଧି ହୋଇଛି। ତେବେ ୭୧୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…

