ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଯୁବକକୁ ଧରିଲେ ବନ କର୍ମଚାରୀ

Published: Mar 9, 2021, 11:58 am IST

ବାରିପଦା: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଯଶୀପୁର ଥାନା ଅନ୍ତର୍ଗତ ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନାମକ ଜଣେ ଯୁବକକୁ ଧରିବାରେ ସଫଳ ହୋଇଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ଅଭିଯୁକ୍ତ ପ୍ରଧାନ ହେମ୍ବ୍ରମଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି। ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

Related posts