Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବନ କର୍ମଚାରୀକୁ ଗୁଳିମାରି ହତ୍ୟା ଉଦ୍ୟମ ଘଟଣା: ଆଉ ଜଣେ ଅଭିଯୁକ୍ତ ଗିରଫ

କନ୍ଦର୍ପ ବେହେରା

ରେଢାଖୋଲ: ରେଢାଖୋଲ ବନଖଣ୍ଡ ମୋଚିବାହଳ ନିକଟସ୍ଥ ବଡମାଳ ବନାଂଚଳ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲରେ ଗତ ତା ୯ ନଭେମ୍ବର ରାତିରେ ଦୁଇ ଜଣ ବାଣୁଆ ଜନ୍ତୁ ଶିକାର ପାଇଁ ଯାଇଥିବା ବେଳେ ବନବିଭାଗ ଖବର ପାଇ ଚଢଉ କରିବାକୁ ଯାଇଥିଲେ। ଦୁଇ ଜଣ ବାଣୁଆ ବନବିଭାଗର କର୍ମଚାରୀମାନଙ୍କୁ ଦେଖି ବନ୍ଧୁକ ରୁ ଗୁଳି ମାରିଥିଲେ ହେଲେ ଭାଗ୍ୟକୁ ଫରେଷ୍ଟ ଗାର୍ଡ କୈଳାସ ମିଶ୍ରଙ୍କ ଦେହରେ ନ ବାଜି ଗୁଳିଟି ଲକ୍ଷ୍ୟଚ୍ୟୁତ ହୋଇଥିଲା। ଫରେଷ୍ଟ ଗାର୍ଡ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏଥିରେ ସଂପୃକ୍ତି ଥିବା ଜଣେ ବାଣୁଆକୁ ବନବିଭାଗ ଧରିଥିବା ବେଳେ ଅନ୍ୟ ଅଭିଯୁକ୍ତ ନାମରେ ଚାରମାଳ ଥାନାରେ ମୋଚିବାହାଳ ଫରେଷ୍ଟର ସୁନୀଲ୍ କୁମାର ମିର୍ଦ୍ଧା ଅଭିଯୋଗ କରିଥିଲେ।

ଚାରମାଳ ପୋଲିସ୍ ଘଟଣାଟିକୁ ଗୁରୁତର ସହ ନେବା ଏବଂ ଆଉ ଜଣେ ବାଣୁଆକୁ ଧରିବା ସହ ତା ପାଖରୁ ବନ୍ଧୁକ ଓ ଆବଶ୍ୟକୀୟ ଜିନିଷ ଜବତ କରିବାରେ ସଫଳ ହୋଇଛି। ଚାରମାଳ ପୋଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଚାରମାଳ ଥାନା କେସ୍ ନଂ ୧୫୬ ତା ୧୦/୧୧/୨୦୨୨ ୟୁଏସ୍‌-୩୦୭/୫୦୬ ଆଇପିସି ଆର୍ /ଡବ୍ଲୁ ସେକସନ୍ ୨୫/୨୭ଆର୍ମସ୍ ଆଇନ୍‌ରେ ମାମଲା ରୁଜୁ ହୋଇଥିବା ଚାରମାଳ ଥାନାଧିକାରୀ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।

ସୁଚନା ଥାଉକି , ରେଢାଖୋଲ ବନଖଣ୍ଡ ବଡମାଳ ବନାଂଚଳ ଅନ୍ତର୍ଗତ ଲଣ୍ଡାକୋର୍ଟ ସଂରକ୍ଷିତ ଜଙ୍ଗଲ ସେରେନି ମନ୍ଦିର ପାଖ କଂପାଟ୍ ମେଂଟ୍ ନଂ ୬୪କୁ ଶିକାରୀମାନେ ଜନ୍ତୁ ଶିକାର ପାଇଁ ଯାଇଥିଲେ। ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ରାତି ପ୍ରାୟ୧୨.୩୦ ସମୟରେ ଜଙ୍ଗଲକୁ ଶିକାରୀମାନଙ୍କୁ ଧରିବାକୁ ଯାଇଥିଲେ। ସେଇ ଜଙ୍ଗଲରେ ଶିକାରୀ ଦ୍ୱୟ ଟର୍ଚ୍ଚ ଲାଇଟ୍ ମାରୁଥିବାରୁ ବନବିଭାଗ ଜାଣି ପାରିଥିଲେ। ଏହି ଶିକାରୀମାନେ ବନବିଭାଗ କର୍ମଚାରୀମାନଙ୍କୁ ଦେଖିବା ମାତ୍ରକେ ଗୁଳିଚାଳନା କରିଥିଲେ। ସୋଭାଗ୍ୟ କୁ ବନ୍ଧୁକର ଗୁଳି ଫରେଷ୍ଟ ଗାର୍ଡ କୈଳାସ ମିଶ୍ରଙ୍କ ଦେହରେ ନ ବାଜି ଲକ୍ଷ୍ୟଚ୍ୟୁତ ହୋଇଯାଇଥିଲା। ଏକ ବଡ ଧରଣର ଦୁର୍ଘଟଣାରୁ ଫରେଷ୍ଟ ଗାର୍ଡ ବର୍ତି ଯାଇଥିଲେ। ଅଭିଯୁକ୍ତ ମୋଚିବାହାଳର ରମେଶ ପ୍ରଧାନକୁ ବନବିଭାଗ ଧରିବାରେ ସଫଳ ହୋଇଥିଲା। ତା ଠାରୁ ଏକ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲା ବନବିଭାଗ। ଜୁଜୁମୁରା ଥାନା ବଡପାଳ ଗ୍ରାମର ସୁରେଶ ପ୍ରଧାନ ଫେରାର୍ ହୋଇଯାଇଥିଲା। ରମେଶ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ଆଜି ଚାରମାଳ ପୋଲିସ୍ ସୁରେଶ ପ୍ରଧାନଙ୍କୁ ନିଜ ଗ୍ରାମ ଜୁଜୁମୁରା ଥାନା ବଡପାଳରୁ ଗିରଫ କରିବାରେ ସଫଳ ହୋଇଥିଲା। ତା ପାଖରୁ ଏହ ଦେଶୀ ବନ୍ଧୁକ, ୨ ଟି ଟର୍ଚ୍ଚ ଲାଇଟ୍, ଗନ୍ ପାଉଡର୍ ଆଦି ଜବତ କରିଥିବା ପୋଲିସ୍ ପ୍ରକାଶ କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଦୁଃଖଦ ଘଟଣା, ଜଙ୍ଗଲ ନିଆଁରେ ପୋଡି ହୋଇ ମରିଗଲେ ବନ କର୍ମଚାରୀ

ବାରିପଦା, ମୟୁରଭଂଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡ ଅନ୍ତର୍ଗତ ଠାକୁର ମୁଣ୍ଡା ଜଙ୍ଗଲରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ସେହି ଜଙ୍ଗଲରେ ନିଆଁ ଲାଗିବା ପରେ ତାହାକୁ ଲିଭାଇଭା ପାଇଁ ଜଣେ ବନ କର୍ମଚାରୀ ଏକାକୀ ଚେଷ୍ଠା କରିଥିଲେ। ହେଲେ ନିଆଁ ଲିଭାଇବା ଦୂରେ ଥାଉ ତାଙ୍କ ନିଜ ପୋଷାକରେ ନିଆଁ ଲାଗିଗଲା। ଫଳରେ ସେ ସେହିଠାରେ ଛଟପଟ ହୋଇ ମରିଗଲେ। ପାଖରେ କେହି ନ ଥିବାରୁ ଏପରି ମୃତ୍ୟୁ ହୋଇଗଲା ବୋଲି ଜଣାପଡିଛି।

ମୃତ ବନ କର୍ମଚାରୀ ଜଣଙ୍କ ହେଉଛନ୍ତି 60 ବର୍ଷ ବୟସ୍କ ଯଦୁମଣି ମହନ୍ତ। ସେ ହେଉଛନ୍ତି ନିକଟସ୍ଥ ଜଡିବିଲ ଗ୍ରାମର। ତାଙ୍କୁ ଜଙ୍ଗଲରେ ଲଗାଯାଇଥିବା ଗଛକୁ ଦେଖାରଖା କରିବା ପାଇଁ ନିଯୁକ୍ତି କରାଯାଇଥିଲା। ଗତକାଲି ଦିନ 12ଟାରେ ସେ ଜଙ୍ଗଲରେ ଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା। ସେହି ନିଆଁକୁ ଲିଭାଇଭା ପାଇଁ ସେ ଆପ୍ରାଣ ଉଦ୍ୟମ କରିଥିଲେ। ହେଲେ ହଠାତ ତାଙ୍କ ପିନ୍ଧା ଲୁଗାରେ ନିଆଁ ଧରିଥିଲା। ତାହାକୁ ଯେତେ ଚେଷ୍ଠା କରିଥିଲେ ମଧ୍ୟ ନିଆଁ ଲିଭି ନ ଥିଲା। ବଂର ଅଧିକ ହୋଇ ତାଙ୍କ ଶରୀର ସାରା ନିଆଁ ଲାଗିଯାଇଥିଲା।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଯୁବକକୁ ଧରିଲେ ବନ କର୍ମଚାରୀ

ବାରିପଦା: ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣଙ୍କୁ ଧରିଛି ବନ ବିଭାଗ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ଯଶୀପୁର ଥାନା ଅନ୍ତର୍ଗତ ଆମ୍ବତଳିଆ ଗ୍ରାମର ପ୍ରଧାନ ହେମ୍ବ୍ରମ ନାମକ ଜଣେ ଯୁବକକୁ ଧରିବାରେ ସଫଳ ହୋଇଛନ୍ତି ଦୁଧିଆଣି ରେଞ୍ଜର ସରୋଜ ପଣ୍ଡା। ଅଭିଯୁକ୍ତ ପ୍ରଧାନ ହେମ୍ବ୍ରମଙ୍କୁ ବନ ବିଭାଗ ନିଜ ହେପାଜତରେ ରଖି ପଚରାଉଚରା ଜାରି ରଖିଥିବାର ଜଣାପଡ଼ିଛି। ଘଟଣାରେ ତାଙ୍କୁ ଗିରଫ କରାଯାଇଛି।