Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ମଦ ଦୋକାନ ନିଲାମ ହେଲା 510 କୋଟି ଟଙ୍କାରେ
ଜାତୀୟ ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ମଦ ଦୋକାନ ନିଲାମ ହେଲା 510 କୋଟି ଟଙ୍କାରେ

March 9, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜୟପୁର, ଆପଣ କେବେ ଭାବିଛନ୍ତି କି ଗୋଟିଏ ମଦ ଦୋକାନ କୋଟି କୋଟି ଟଙ୍କାରେ ନିଲାମ ହେବ। ଏହି କଥାଟିକୁ କେହି ବିଶ୍ବାସ ନ କଲେ ମଧ୍ୟ ସତ କଥା। କାରଣ ଏକ ଗ୍ରାମାଞ୍ଚଳର ମଦ ଦୋକାନ ସରକାର ନିଲାମ କରୁଥିଲେ। ଯାହାର ନିଲାମର ଡକା ମୂଲ୍ୟ ରହିଥିଲା ମାତ୍ର 72 ଲକ୍ଷ ଟଙ୍କା। ଶେଷରେ ନିଲାମ ଧାରୀ ଏହି ମଦ ଦୋକାନକୁ ବଢି ବଢି 510 କୋଟି ଟଙ୍କାରେ ପହଁଚିଲେ। ଆଉ ସେହି ନିଲାମଧାରୀ ସେହି ମଦ ଦୋକାନ ମଧ୍ୟ ନେଲେ ।

ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଏହି ଘଟଣାଟି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ନୋହାର ଅଞ୍ଚଳର ଏକ ମଦ ଦୋକାନ ପାଇଁ ଘଟିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ମଦ ଦୋକାନ ପାଇଁ ନିଲାମ ଡକାଯାଇଥିଲା। ଅନ ଲାଇନରେ ହେଉଥିବା ଏହି ନିଲାମରେ ବିଭିନ୍ନ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ପ୍ରାୟ 7 ହଜାର ମଦଦୋକାନ ପାଇଁ ନିଲାମ ହୋଇଥିଲା।

ଏହି ସରକାରୀ ନିଲାମ ଦିନ 11ଟାରୁ ଆରମ୍ଭ ହୋଇ ଅପରାହ୍ନ ସୁଦ୍ଧା ସରିଯାଇଥିଲା। ହେଲେ ହନୁମାନଗଡ ଜିଲ୍ଲାର ଏହି ମଦ ଦୋକାନ ପାଇଁ ନିଲାମ ଶେଷ ହୋଇପାରି ନ ଥିଲା । ଏହି ମଦ ଦୋକାନ ନେବା ପାଇଁ ଯେଉଁମାନେ ନିଲାମରେ ଭାଗ ନେଇଥିଲେ ସେମାନେ ଅନ ଲାଇନରୁ ହଟିଲେ ନାହିଁ। 72ରୁ ଲକ୍ଷରୁ କୋଟିଏ, ପାଞ୍ଚ କୋଟି, 10 କୋଟିଠାରୁ ଆରମ୍ଭ କରି ଶେଷରେ ଶହେ, ଦୁଇଶହ, 4 ଶହ ଏବଂ ପାଞ୍ଚ ଶହ କୋଟିରେ ପହଁଞ୍ଚିଲା ସିନା କେହି ହଟିଲେ ନାହିଁ।

ଅନଲାଇନରେ ଯେଉଁମାନେ ପରିଚାଳନା କରୁଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ। କାଳେ କଂପୁଟରରେ କିଛି ତ୍ରୁଟି ଥିବ ବୋଲି ଭାବି ତାହାକୁ ପରୀକ୍ଷା ନିରୀକ୍ଷା କଲେ, ହେଲେ ସବୁ ଠିକ୍ ଅଛି। ନିଲାମଧାରୀ ମଧ୍ୟ ଠିକ ଅଛନ୍ତି। ଏପରି ଦର ବଢିବା ନେଇ ସମସ୍ତଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା। କାରଣ ଦିନ 11 ଟାରୁ ଆରମ୍ଭ ହୋଇଥିବା ଏହି ନିଲାମ ରାତି 12 ଟା ପର୍ଯ୍ୟନ୍ତ ଚାଲିଥିଲା ସିନା ଶେଷ ହେଉ ନ ଥିଲା।

ନିଲାମ ଶେଷ ହେଉ ନ ଥିବାରୁ ସରକାରୀ କର୍ମଚାରୀମାନେ ମଧ୍ୟ କୁଆଡେ ଯାଇପାରୁ ନ ଥିଲେ। ସେମିତି ରାତି ପର୍ଯ୍ୟନ୍ତ ଅନ ଲାଇନରେ ନିଲାମ ପରିଚାଳନା କରୁଥିଲେ। ଏହିପରି ଭାବେ ନିଲାମ ବଢିବଢି ରାତି ପ୍ରାୟ 2 ଟାରେ 510 କୋଟି ଟଙ୍କାରେ ଶେଷ ହେଲା। ଏହାକୁ ନେଇ ପୁରା ରାଜସ୍ଥାନରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୬: କେରଳର କାଜିଆ ଲିଜ୍ ମେଜୋଙ୍କ ମୁଣ୍ଡରେ ବିଜୟ ମୁକୁଟ

August 24, 2026
Latest News

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.