ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗୋଟିଏ ମଦ ଦୋକାନ ନିଲାମ ହେଲା 510 କୋଟି ଟଙ୍କାରେ

Published: Mar 9, 2021, 7:28 am IST

ଜୟପୁର, ଆପଣ କେବେ ଭାବିଛନ୍ତି କି ଗୋଟିଏ ମଦ ଦୋକାନ କୋଟି କୋଟି ଟଙ୍କାରେ ନିଲାମ ହେବ। ଏହି କଥାଟିକୁ କେହି ବିଶ୍ବାସ ନ କଲେ ମଧ୍ୟ ସତ କଥା। କାରଣ ଏକ ଗ୍ରାମାଞ୍ଚଳର ମଦ ଦୋକାନ ସରକାର ନିଲାମ କରୁଥିଲେ। ଯାହାର ନିଲାମର ଡକା ମୂଲ୍ୟ ରହିଥିଲା ମାତ୍ର 72 ଲକ୍ଷ ଟଙ୍କା। ଶେଷରେ ନିଲାମ ଧାରୀ ଏହି ମଦ ଦୋକାନକୁ ବଢି ବଢି 510 କୋଟି ଟଙ୍କାରେ ପହଁଚିଲେ। ଆଉ ସେହି ନିଲାମଧାରୀ ସେହି ମଦ ଦୋକାନ ମଧ୍ୟ ନେଲେ ।

ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। ଏହି ଘଟଣାଟି ରାଜସ୍ଥାନର ହନୁମାନଗଡ ଜିଲ୍ଲାର ନୋହାର ଅଞ୍ଚଳର ଏକ ମଦ ଦୋକାନ ପାଇଁ ଘଟିଛି। ଗତକାଲି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ମଦ ଦୋକାନ ପାଇଁ ନିଲାମ ଡକାଯାଇଥିଲା। ଅନ ଲାଇନରେ ହେଉଥିବା ଏହି ନିଲାମରେ ବିଭିନ୍ନ ବ୍ୟବସାୟୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ପ୍ରାୟ 7 ହଜାର ମଦଦୋକାନ ପାଇଁ ନିଲାମ ହୋଇଥିଲା।

ଏହି ସରକାରୀ ନିଲାମ ଦିନ 11ଟାରୁ ଆରମ୍ଭ ହୋଇ ଅପରାହ୍ନ ସୁଦ୍ଧା ସରିଯାଇଥିଲା। ହେଲେ ହନୁମାନଗଡ ଜିଲ୍ଲାର ଏହି ମଦ ଦୋକାନ ପାଇଁ ନିଲାମ ଶେଷ ହୋଇପାରି ନ ଥିଲା । ଏହି ମଦ ଦୋକାନ ନେବା ପାଇଁ ଯେଉଁମାନେ ନିଲାମରେ ଭାଗ ନେଇଥିଲେ ସେମାନେ ଅନ ଲାଇନରୁ ହଟିଲେ ନାହିଁ। 72ରୁ ଲକ୍ଷରୁ କୋଟିଏ, ପାଞ୍ଚ କୋଟି, 10 କୋଟିଠାରୁ ଆରମ୍ଭ କରି ଶେଷରେ ଶହେ, ଦୁଇଶହ, 4 ଶହ ଏବଂ ପାଞ୍ଚ ଶହ କୋଟିରେ ପହଁଞ୍ଚିଲା ସିନା କେହି ହଟିଲେ ନାହିଁ।

ଅନଲାଇନରେ ଯେଉଁମାନେ ପରିଚାଳନା କରୁଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ। କାଳେ କଂପୁଟରରେ କିଛି ତ୍ରୁଟି ଥିବ ବୋଲି ଭାବି ତାହାକୁ ପରୀକ୍ଷା ନିରୀକ୍ଷା କଲେ, ହେଲେ ସବୁ ଠିକ୍ ଅଛି। ନିଲାମଧାରୀ ମଧ୍ୟ ଠିକ ଅଛନ୍ତି। ଏପରି ଦର ବଢିବା ନେଇ ସମସ୍ତଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଗଲା। କାରଣ ଦିନ 11 ଟାରୁ ଆରମ୍ଭ ହୋଇଥିବା ଏହି ନିଲାମ ରାତି 12 ଟା ପର୍ଯ୍ୟନ୍ତ ଚାଲିଥିଲା ସିନା ଶେଷ ହେଉ ନ ଥିଲା।

ନିଲାମ ଶେଷ ହେଉ ନ ଥିବାରୁ ସରକାରୀ କର୍ମଚାରୀମାନେ ମଧ୍ୟ କୁଆଡେ ଯାଇପାରୁ ନ ଥିଲେ। ସେମିତି ରାତି ପର୍ଯ୍ୟନ୍ତ ଅନ ଲାଇନରେ ନିଲାମ ପରିଚାଳନା କରୁଥିଲେ। ଏହିପରି ଭାବେ ନିଲାମ ବଢିବଢି ରାତି ପ୍ରାୟ 2 ଟାରେ 510 କୋଟି ଟଙ୍କାରେ ଶେଷ ହେଲା। ଏହାକୁ ନେଇ ପୁରା ରାଜସ୍ଥାନରେ ଏକ ବଡ ଚର୍ଚ୍ଚାର ବିଷୟ ପାଲଟିଯାଇଛି।

Related posts