Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର
ଜାତୀୟ ଖବର

ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ, ଏଥର ଆନ୍ଦୋଳନ ହେବ ଜୋରଦାର

March 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ।

ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ ଦୀର୍ଘ ତିନିମାସ ଧରି ଆନ୍ଦୋଳନରେ ବସିଛନ୍ତି। ଯେ ପର୍ଯ୍ୟନ୍ତ ସରକାର ଏହି ଚାଷୀ ବିଲକୁ ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଚାଷୀ ସଂଗଠନ ଚେତାବନି ଦେଇଛି।

ଚାଷୀମାନଙ୍କର ଏହି ଦାବୀ ସଂପର୍କରେ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନ ସହିତ ବାରମ୍ବାର ବୈଠକ ବସିଛି। ହେଲେ କୌଣସି ବୈଠକ ଫଳପ୍ରଦ ହୋଇପାରି ନାହିଁ। ଏହି ଆଲୋଚନାରେ ସରକାର ବିଲରେ କେତକ ସଂଶୋଧନ କରିବାକୁ ରାଜି ହୋଇଥିଲେ ମଧ୍ୟ ଚାଷୀ ସଂଗଠନ ଏଥିରେ ରାଜି ହେଉ ନାହାଁନ୍ତି। ସେମାନଙ୍କର ଗୋଟିଏ ଦାବୀ ଏହି ତିନୋଟି ବିଲକୁ ପ୍ରତ୍ୟାହାର କରାଯାଉ।

ଅନ୍ୟପଟେ କେନ୍ଦ୍ର ସରକାର ବର୍ତ୍ତମାନ ବିଲ ପ୍ରତ୍ୟାହାର ନେଇ ରାଜି ହେଉ ନାହାଁନ୍ତି। ଫଳରେ ଚାଷୀ ସଂଗଠନର ଆନ୍ଦୋଳନ ସେହିପରି ଚାଲୁ ରହିଛି। ଏପରିକି ଏହି ଆନ୍ଦୋଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମାଲୋଚନା କରାଯାଉଛି। ଭାରତରେ ମଧ୍ୟ ସମସ୍ତ ବିରୋଧୀ ଦଳ ଚାଷୀ ସଂଗଠନର ଆନ୍ଦୋଳନକୁ ସମର୍ଥନ କରିବାରେ ଲାଗିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲକୁ ପ୍ରତ୍ୟାହାର କରୁ ନ ଥିବାରୁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମାର୍ଚ୍ଚ 26 ତାରିଖରେ ଏହି ଆନ୍ଦୋଳନକୁ ଜୋରାଦାର କରିବାକୁ ଚାଷୀ ସଂଗଠନ ଯୋଜନା କରିଛନ୍ତି।

Farm Bill Farmers Protest କୃଷି ବିଲ କୃଷି ବିଲକୁ ବିରୋଧ ଚାଷୀ ଆନ୍ଦୋଳନ ଭାରତ ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026
Latest News

ନେପାଳରେ ଭୟାବହ ବନ୍ୟାତାଣ୍ଡବ: ମୃତ୍ୟୁସଂଖ୍ୟା ୯୦୦ ଡେଇଁଲା, ୪୮୦୦ରୁ ଉର୍ଦ୍ଧ୍ୱ ନିଖୋଜ

August 31, 2026

ଅପହୃତ ୭ ବର୍ଷର ନାବାଳିକା ସୁରକ୍ଷିତ ଉଦ୍ଧାର: ଜଣେ ଅଟକ

August 31, 2026

ରାୟଗଡ଼ାରେ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଗଣତି: ବାହାରିଲା କୋଟି କୋଟି ଟଙ୍କା

August 31, 2026

ଭୋଟର ତାଲିକା ସଂଶୋଧନ: ସେପ୍ଟେମ୍ବର ୩ରୁ ଭୁବନେଶ୍ୱରରେ ପାଇଲଟ୍ ସର୍ଭେ

August 31, 2026

ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ: ୭ ମୃତ, ୨୪ ଆହତ

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.