ବାଣପୁର( ସୀତାରାମ ଅଗ୍ରହୱାଲ): ଛଅ ଭଉଣୀଙ୍କୁ ବିଦାୟ ଦେଇ ପିତ୍ରାଳୟକୁ ବାହୁଡ଼ିଲେ ମା’ଭଗବତୀ’ । ବାଣପୁରରେ ଶାରଦୀୟ ପର୍ବ ଶେଷ। ବାଣପୁର ଦୀର୍ଘ 16 ଦିନର ମହାର୍ଘବେଳାରେ ଭିତର ଓ ବାହାର ପର୍ବ ଗୃହରେ ମା’ଙ୍କ ଆବାହନ ସଂସ୍ଥାପନ, ଚଣ୍ଡୀପାଠ , ବଗଳା ସ୍ତୋତ୍ର ଫଠନ , ଦୀପ, ଧୂପ ନୈବେଦ୍ୟ ଅର୍ପଣ, ଯାଗଯଜ୍ଞ, ଆଳତୀ ଗୁପ୍ରପୂଜା, ବନ୍ଦାପନା ପରେ ପହଡ଼ ପରି ନିତି କାନ୍ତି ଇତ୍ୟାଦି ଏକ ବିଚିତ୍ରମୟ ପରିବେଶ ସୃଷ୍ଟି କରିଥିଲା। ପ୍ରତ୍ୟହ ମା’ ଭଗବତୀଙ୍କ ସହିତ ମା’ ମାନଙ୍କର ଅଙ୍ଗରାଗ ମାଜଣା, ମହାପ୍ରସାଦ ଅର୍ପଣ,ବେଶ ,ବଲ୍ଲଭ ପରେଶଙ୍କୁଡ଼ି ଧୂପ, ସଂଧ୍ୟାରେ ନିଶଙ୍କୁଡ଼ି ପୂଜା ପରେ ଦେବୀ ନୃତ୍ୟ , “କାଠିନୃତ୍ୟ “ବଳି ଜେନାନୃତ୍ୟ ଇତ୍ୟାଦି ପାରମ୍ପରିକ ନୀତି କାନ୍ତି ଓମଧ୍ୟରାତ୍ରରେ ଗୁପ୍ତ ପୂଜା ଦର୍ଶନ କରିବାପାଇଁ,ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଭିତରେ,”ଜୟମା ଭଗବତୀଙ୍କର ଜୟ” ଧ୍ୱନୀରେ ଉଚ୍ଛୁଳି ପଡ଼ୁଥିଲା ପାଟ ଅଗଣା। ମୂଳାଷ୍ଟମୀଠାରୁ କୃଷ୍ଣ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମା’ଙ୍କ…
Author: Samikhsya Bureau
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ପଞ୍ଚାୟତ ସମିତିର ଭାଟପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୧୦୩୪ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା। ସେଥିମଧ୍ୟରୁ ୧୦୦୦ ଗୋଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୨୪ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା। ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୮ଗୋଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l ଅନୁରୂପ ଭାବେ ଜଣେ ହିତାଧିକାରୀଙ୍କୁ ୨୦,୦୦୦/-ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଅନ୍ୟ ଜଣେ ହିତାଧିକାରୀ ଙ୍କୁ ୫୦୦୦/-ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ ରଖାଯାଇଛି । ଜନ ସଚେତନତା ପାଇଁ ବିଭିନ୍ନ ବିଭାଗ ତରଫରୁ ଯଥା- ସାମାଜିକ ସୁରକ୍ଷା ବିଭାଗ, ଗ୍ରାମିଣ ଆବାସ ବିଭାଗ, ମାଗଣା ସ୍ୱାସ୍ଥ୍ୟ ଶିବିର, ଆୟୁଷ୍ମାନ ଆରୋଗ୍ୟ ଶିବିର,…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫ ତାରିଖରେ ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ତିନୋଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ। ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ତିନୋଟି ଉତ୍କର୍ଷ କେନ୍ଦ୍ରକୁ ଶୀର୍ଷ ଶିକ୍ଷାନୁଷ୍ଠାନ, ଶିଳ୍ପ ଅଂଶୀଦାର ଏବଂ ଷ୍ଟାର୍ଟଅପ୍ ମାନେ ନେତୃତ୍ୱ ପ୍ରଦାନ କରିବେ। ସେମାନେ ଆନ୍ତଃବିଭାଗୀୟ ଗବେଷଣା କରିବେ, ଅତ୍ୟାଧୁନିକ ଆପ୍ଲିକେସନ୍ ବିକଶିତ କରିବେ ଏବଂ ଏହି ତିନୋଟି କ୍ଷେତ୍ରରେ ଅଧିକ ସମାଧାନ ସୃଷ୍ଟି କରିବେ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ପ୍ରଭାବଶାଳୀ ଏଆଇ ଇକୋସିଷ୍ଟମକୁ ବିକଶିତ କରିବା ଏବଂ ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗୁଣାତ୍ମକ ମାନବ ସମ୍ବଳକୁ ପ୍ରସ୍ତୁତ କରିବା। ୨୦୨୩-୨୪ ବଜେଟ୍ ଘୋଷଣାର ପାରା ୬୦ ଅଧୀନରେ “ଭାରତରେ ଏଆଇ ତିଆରି କରିବା ଏବଂ ଭାରତ ପାଇଁ ଏଆଇ କାର୍ଯ୍ୟ କରିବା ଲକ୍ଷ୍ୟର ଏକ ଅଂଶ ଭାବରେ…
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଦୁର୍ଗା ମୂର୍ତ୍ତି ବିସର୍ଜନକୁ ନେଇ ସୃଷ୍ଟି ହୋଇଥିବା ତୁମୁଳ କାଣ୍ଡ ଧିରେଧିରେ ସାଂପ୍ରଦାକ ହିଂସା ଆଡକୁ ଗତି କରୁଛି। ଗତକାଲି ଉତ୍ତର ପ୍ରଦେଶର ବାହାରାଇଚ ଜିଲ୍ଲାର ମହାଶିରେ ଦୁର୍ଗା ମୂର୍ତ୍ତି ବିସର୍ଜନ କରାଯାଉଥିଲା। ଏହି ସମୟରେ ଶୋଭାଯାତ୍ରାରେ ବାଜୁଥିବା ସଂଗୀତକୁ ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଗୋଟିଏ ଗୋଷ୍ଠୀର ଲୋକେ ପଥର ମାଡ କରିଥିଲେ। ଏପରିକି ଗୁଳି ମାଡ ମଧ୍ୟ କରାଯାଇଥିଲା। ଏଥିରେ ପାଞ୍ଚଜଣ ଆହାତ ହେବା ସହିତ ଗୁଳି ମାଡରେ ରାମ ଗୋପାଳ ନାମକ 22 ବର୍ଷର ଯୁବକ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ନେଇ ଆଜି ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଧିରେ ଧିରେ ଏହି ଘଟଣା ଚାରିଆଡେ ବ୍ୟାପି ଯିବା ପରେ ସମସ୍ତେ ଏକଜୁଟ ହେବାରେ ଲାଗିଛନ୍ତି। ସେମାନେ ଉତ୍ତେକ୍ତ ହୋଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି କରିବାରେ ଲାଗିଛନ୍ତି। ଘଟଣାସ୍ଥଳରେ…
ଭୁବନେଶ୍ବର: ଆଜି ବିଜେଡି ରେ ତୁ.. ତୁ.. ମେ.. ମେ .. ଭିତରେ ଏକ ବଡ ଖୋଲାସା ଆସିଛି। ତାହା ହେଲା ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କର ବଡ ବୟାନ ପଦାକୁ ଆସିଛି। ଆଜି ସେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କୁ କାଉଣ୍ଟର କରିବାକୁ ଯାଇ ଖୋଲିଛନ୍ତି ବିଜେଡି ସହିତ ତାଙ୍କ ସଂପର୍କ। ଲେନିନ କହିଥିଲେ ଯେ, ଯଦି ଅମର ଶତପଥୀଙ୍କର ବିଜେଡିରେ ରହିଲେ ଅଣନିଃସ୍ବାଶୀ ଲାଗୁଛି ତେବେ ସେ ଦଳ ଛାଡି ଦେଉ ନାହାଁନ୍ତି। ଏହାର ଉତ୍ତର ଦେଇ ଅମର କହିଛନ୍ତି ଯେ, ପ୍ରକୃତରେ ସେ ବର୍ତ୍ତମାନ ବିଜେଡିରେ ନାହାଁନ୍ତି। କାରଣ ଦଳର ବର୍ତ୍ତମାନ ସମସ୍ତେ ନୂଆ ସଦସ୍ୟ ହେଉଛନ୍ତି। ସେହି ହିସାବରେ ଦେଖିବାକୁ ଗଲେ ମୁଁ ଏ ପର୍ଯ୍ୟନ୍ତ ମୋର ଦଳର ସଦସ୍ୟତାକୁ ନବୀକରଣ କରି ନାହିଁ। ତେଣୁ ବର୍ତ୍ତମାନ ବୈଷୟିକ ଦୃଷ୍ଟିରୁ ଦେଖିଲେ ମୁଁ ବର୍ତ୍ତମାନ ବିଜେଡିରେ ନାହିଁ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା। ସେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିବା ସହିତ କିଛି ସମୟ ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆମ ଆଦିମ ପାର୍ଟିର ଏହି ନେତ୍ରୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି। କାରଣ ବିଜେପିର ବଡ ଟାର୍ଗେଟରେ ରହିଛି ଆମ ଆଦମି ପାର୍ଟୀ। ଆଉ କିଛି ମାସ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ। ଏପରି ସମୟରେ ଆତିଶୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରୀ ରହିଛି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ଆତିଶୀଙ୍କ ଏହା ହେଉଛି ଏକ ସୌଜନ ମୂଳକ ସାକ୍ଷାତ ବୋଲି ଜଣାପଡିଛି।
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟ ପରେ ଦଳ ଭିତରେ ଆଭ୍ୟନ୍ତରଣ କନ୍ଦଳ ଲାଗି ରହିଛି। ଜଣେ ଜଣେ ନେତା ବିଭିନ୍ନ ସମୟରେ ଦଳ ବିପର୍ଯ୍ୟୟ କାରଣ କହି ଦଳର ମଙ୍ଗୁଆଳମାନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିବାରେ ଲାଗିଛନ୍ତି। ପୂର୍ବରୁ ପ୍ରଦୀପ ମାଝୀ, ଅବିନାଶ ସାମଲ ଏବଂ ନିକଟରେ ସୌଭିକ ବିଶ୍ବାଳ ପ୍ରମୁଖ ବିଷ ଉଗାଳି ସାରିଲେଣି। ଏସବୁ ଭିତରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ଅମର ଶତପଥୀ। ଅମର ଶତପଥୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେ ନବୀନ ପଟ୍ଟନାୟକଙ୍କୁ ନେତା କରିଥିଲୁ, ହେଲେ ଅନ୍ୟକାହାକୁ ନୁହେଁ। ଅନ୍ୟଜଣେ କାହିଁକି ତାଙ୍କୁ ହାଇଜାକ କରି ସବୁ ଶ୍ରେୟ ନେବାକୁ ଚେଷ୍ଠା କରୁଥିଲେ। ଲୋକେ ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରନ୍ତି ଅନ୍ୟ କାହାକୁ ନୁହେଁ। ଅମର ଏପରି କହି ପରୋକ୍ଷରେ ଭି କେ ପାଣ୍ଡିଆନଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ଭୁଲ ନିଷ୍ପତି ଯୋଗୁଁ ଆଜି…
ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ପୋଲିସ୍ ଏବଂ ଗୁଜୁରାଟ ପୋଲିସର ସ୍ୱତନ୍ତ୍ର ସେଲ୍ ଗୁଜୁରାଟରୁ ୫୧୮ କିଲୋଗ୍ରାମ କୋକେନ ଜବତ କରିଛି। ସୂତ୍ରରୁ ପ୍ରକାଶ ଯେ, ମିଳିତ ଅପରେସନ୍ ବେଳେ ଗତକାଲି ଗୁଜରାଟର ଆଙ୍କଲେଶ୍ୱରର ଆଭାର୍ ଡ୍ରଗ୍ସ ଲିମିଟେଡ୍ କମ୍ପାନୀରୁ ଏହି କୋକେନ୍ ଉଦ୍ଧାର କରାଯାଇଛି। ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ଏହାପୂର୍ବରୁ, ଚଳିତ ମାସ ୧ ତାରିଖ ଦିନ ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ମହିପାଲପୁରର ଏକ ଗୋଦାମ ଉପରେ ଚଢାଉ କରି ୫୬୨ କିଲୋଗ୍ରାମ କୋକେନ୍ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାର ଅନୁସନ୍ଧାନ ବେଳେ ୧୦ ଅକ୍ଟୋବରରେ ଦିଲ୍ଲୀର ରମେଶ ନାଗର ଅଞ୍ଚଳର ଏକ ଦୋକାନରୁ ପ୍ରାୟ ୨୦୮ କିଲୋଗ୍ରାମ କୋକେନ ଉଦ୍ଧାର କରାଯାଇଥିଲା। ପଚରାଉଚରା ବେଳେ ଜଣାପଡିଥିଲା ଯେ ଉଦ୍ଧାର ହୋଇଥିବା ନିଶା ଦ୍ରବ୍ୟ ଫାର୍ମା ସଲ୍ୟୁସନ୍ ସର୍ଭିସେସ୍ ନାମକ…
ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ବିଧାୟକ ବାବା ସିଦ୍ଦିକଙ୍କ ଘନିଷ୍ଠ ବନ୍ଧୁ ସଲମାନ ଖାନ ରବିବାର ସନ୍ଧ୍ୟାରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। ପୂର୍ବ ବାନ୍ଦ୍ରାର ନେତା ସିଦ୍ଦିକଙ୍କୁ ଗତ ଶନିବାର ଦିନ ଗୁଳି ମାଡରେ ମୃତ୍ୟୁବରଣ କରିଥିଲେ। ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଘରକୁ ଯାଇଥିଲେ ଭାଇଜାନ। କଡା ସୁରକ୍ଷା ଏବଂ ତାଙ୍କ ଅଙ୍ଗରକ୍ଷୀ ଶେରାଙ୍କୁ ଘେରି ରହିଥିବା ଜଣେ ଶୋକସନ୍ତପ୍ତ ସଲମାନ ଖାନ ସମବେଦନା ଜଣାଇବା ପରେ ଘରୁ ବାହାରକୁ ଯାଇଥିବାର ନଜର ଆସିଛନ୍ତି। ବାବା ସିଦ୍ଦିକଙ୍କ ଦୁଃଖଦ ମୃତ୍ୟୁ ଖବର ଶୁଣିବା ପରେ ସଲମାନ ଖାନ ବିଗ୍ ବସ୍ 18 ର ସୁଟିଂକୁ ବାତିଲ କରି ଲିଳାବତୀ ଡାକ୍ତରଖାନାକୁ ଯାଇଥିଲେ। ରବିବାର ସନ୍ଧ୍ୟାରେ ବାବା ସିଦ୍ଦିକଙ୍କୁ ରାଜ୍ୟ ସମ୍ମାନରେ ଶେଷକୃତ୍ୟ ସଂପର୍ଣ୍ଣ କରାଯାଇଥିଲା।
ନୂଆଦିଲ୍ଲୀ: ସୁରକ୍ଷାକୁ ନେଇ ଆଜି ସକାଳେ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ଏୟାର ଇଣ୍ଡିଆ ବିମାନ ନୂଆଦିଲ୍ଲୀକୁ ଫେରିଆସିଛି। ଏହି ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ (ଆଇଜି) ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଯେଉଁଠାରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି, “ଅକ୍ଟୋବର ୧୪ ରେ ମୁମ୍ବାଇରୁ ଜେଏଫକେ ପର୍ୟ୍ୟନ୍ତ ବିମାନ ଚଳାଚଳ କରୁଥିବା ଏକ ନିର୍ଦ୍ଦିଷ୍ଟ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ଫଳରେ ସରକାରଙ୍କ ସୁରକ୍ଷା ନିୟାମକ କମିଟିର ନିର୍ଦ୍ଦେଶ ଅନୁଯାୟୀ ବିମାନଟିକୁ ଦିଲ୍ଲୀ ଫେରାଇ ଅଣାଯାଇଥିଲା। ସମସ୍ତ ଯାତ୍ରୀ ଓହ୍ଲାଇ ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅଛନ୍ତି।” ବିମାନଟି ବିମାନବନ୍ଦରରେ ଏକ ଦୂର ରନୱେରେ ଅଟକି ରହିଥିଲା ଏବଂ ଏକ ବୋମା ସ୍କ୍ବର୍ଡ ଟିମ୍ ସମେତ ସୁରକ୍ଷା ଏଜେନ୍ସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ସୁରକ୍ଷା ସୁନିଶ୍ଚିତ…
ଭୁବନେଶ୍ବର: ରାବଣ ପୋଡି ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ବକ୍ତବ୍ୟକୁ ନେଇ ବର୍ତ୍ତମାନ ପାରାଦୀପ ରାଜନୀତି ହଲଚଲ। କାରଣ ସମ୍ପଦ ଏମିତି ଏକ ବାଣ ମାରିଛନ୍ତି ଯେଉଁଥିରେ ରାବଣ ପୋଡି ଉତ୍ସବ ଫିକା ପଡିଯାଇଛି। ସମ୍ପଦ କହିଛନ୍ତି ଯେ ପାରାଦୀପରେ ମଣିଷ ରୂପୀ ରାବଣମାନେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ସ୍ଥାନ ଦେଖାଇ ଦିଆଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି। ସେ କାହାର ନାଁ ନ ନେଇ କହିଛନ୍ତି ଯେ, ଏଠାକାର ଲୋକେ ଜାଣିଛନ୍ତି ସେ ମଣି। ରୂପୀ ରାବଣ କିଏ। ମୁନା ପତି ଓ ମହେନ୍ଦ୍ର ସ୍ବାଇଁଙ୍କ ହତ୍ୟାକାରୀଙ୍କ ସହ ସଂପର୍କ ରଖିଥିବା ଏହି ରାବଣ ଏଠାରେ ବୁଲୁଛନ୍ତି। ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ସମ୍ପଦ କହିଛନ୍ତି। ସେହିପରି ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କୁ ନେଇ ଶିଳ୍ପମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ବାପା ଦାମୋଦର ରାଉତ ଜଣେ ସ୍ବାଭିମାନ ନେତା ଥିଲେ। ଯେଉଁମାନେ ହତ୍ୟାକାଣ୍ଡରେ ସଂପୃକ୍ତ ତାଙ୍କୁ ସେ ଜୀବନ…
ଦୀପାବଳି ୨୦୨୪: ଦୀପାବଳି ଦିନ ମୁଖ୍ୟତଃ ମା ଲକ୍ଷ୍ମୀ ଏବଂ ମା କାଳୀଙ୍କୁ ପୂଜା କରାଯାଏ। ହେଲେ ଧ୍ୟାନ ରଖିବା ଉଚିତ ଯେ, ପୂଜା ଯେପରି ବିଧି ମୁତାବିକ ହେବା ଦରକାର। ଫଳରେ ଧନ ଏବଂ ସମୃଦ୍ଧତା ସହିତ ସୁଖ ଏବଂ ଶାନ୍ତି ବର୍ଷସାରା ରହିଥାଏ। ପୂଜା ସମୟରେ ଏହି କେତୋଟି କଥା ଭୁଲରେ କରିବା ଉଚିତ ନୁହେଁ। ମଇଳା: ଦୀପାବଳି ଦିନ ଘରଟି ସଂପୂର୍ଣ୍ଣ ପରିସ୍କାର କରିବା ଉଚିତ। ଏହି ଦିନ ଘରେ ମଇଳା ରହିଲେ ଦେବୀ ଲକ୍ଷ୍ମୀ ରାଗିଯାଆନ୍ତି ବୋଲି ବିଶ୍ବାସ ରହିଛି। ଦୀପାବଳି ଦିନ, ମା ଲକ୍ଷ୍ମୀ ଘରେ ମଇଳା, ଅଳିଆ ଆବର୍ଜନା ଥିଲେ ସେ ଗୃହରେ ପ୍ରବେଶ କରନ୍ତି ନାହିଁ। ତେଣୁ ଏହି ଦିନ ଘରକୁ ସଫା ଏବଂ ପରିଷ୍କାର ରଖନ୍ତୁ। ଉପହାର: ଦିୱାଲିରେ, ଛୁରୀ, କଞ୍ଚା, ବ୍ଲେଡ୍, ପେନ୍ ଇତ୍ୟାଦି କୈଣସି ତୀକ୍ଷ୍ଣ ଜିନିଷ କେବେବି ଉପହାର ଦେବା ଉଚିତ୍ ନୁହେଁ। ଏହା ଦୁର୍ଭାଗ୍ୟ ସୃଷ୍ଟି କରେ। ଏହି…
ଭୁବନେଶ୍ବର: ଲୋକମାନେ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଅନେକ ସମୟରେ ଗଛ ଲଗାନ୍ତି। କିନ୍ତୁ ବାସ୍ତୁ ବିଜ୍ଞାନ ଅନୁଯାୟୀ, ଏପରି କିଛି ଉଦ୍ଭିଦ ଅଛି, ଯାହା ଘରେ ଲଗାଇଲେ ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ। ଏହାର ସକରାତ୍ମକ ପ୍ରଭାବ ଘରେ ପଡିଥାଏ। କିନ୍ତୁ ଏପରି ଅନେକ ଗଛ ଅଛି ଯାହା ଘରେ ଲଗାଇବା ଦ୍ୱାରା ଲାଭ ହୁଏ ନାହିଁ କିନ୍ତୁ ବହୁ କ୍ଷତି ଘଟିଥାଏ। ଆସନ୍ତୁ ଆପଣଙ୍କୁ ସେହି ଉଦ୍ଭିଦଗୁଡ଼ିକ ବିଷୟରେ କହିବୁ ଯାହା ଘରେ ଲଗାଯିବା ଉଚିତ୍ ନୁହେଁ। କୋଳି ଗଛ ଘରେ କୌଣସି କୋଳି ଗଛ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଠିକ୍ ବିବେଚନା କରାଯାଏ ନାହିଁ। ଘରେ ଏହି ଗଛ ଲଗାଇବା ଦ୍ୱାରା ନକାରାତ୍ମକତା ବଢିଥାଏ, ଏହା ସହିତ ଏହା ସମସ୍ତ ପ୍ରକାରର ସମସ୍ୟା ବା କଳି ସୃଷ୍ଟି କରିଥାଏ । ଏହା ମଧ୍ୟ କୁହାଯାଏ ଯେ…
ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍ ରୂପେ ସାମ୍ନା କରିବପାରିବେ ସେ…
ନୂଆଦିଲ୍ଲୀ: ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।
ମେଷ: ଆପଣ କଠିନ ପରିଶ୍ରମର ଫଳ ପାଇବେ। ଶକ୍ତି ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ବିନିଯୋଗ, ଭ୍ରମଣ ଏବଂ ଚାକିରି ଅନୁକୂଳ ହେବ। ବନ୍ଧୁ ଏବଂ ସମ୍ପର୍କୀୟମାନେ ସହଯୋଗ କରିବେ। ବିରୋଧୀମାନେ ସକ୍ରିୟ ରହିବେ। ଟଙ୍କା ପାଇବା ସହଜ ହେବ । ରିସ୍କ ନେବାକୁ ସାହସ କର। ସୁଖ ବୃଦ୍ଧି ପାଇବ। ପ୍ରଲୋଭିତ ହୁଅ ନାହିଁ। ବୃଷ: ଅତିଥିମାନେ ଆସିବେ। ଆପଣ ଉତ୍ସାହଜନକ ସୂଚନା ପାଇବେ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବିନିଯୋଗ ଭଲ ହେବ। ଚାକିରିରେ କିଛି ଅସୁବିଧା ହୋଇପାରେ। ବ୍ୟବସାୟ ଭଲ ହେବ। ଘର ବାହାରେ ସୁଖ ମିଳିବ। ମିଥୁନ: ବ୍ୟବସାୟ ଯାତ୍ରା ସମ୍ପୂର୍ଣ୍ଣ ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯାଇପାରେ। ବିନିଯୋଗ ଭଲ ହେବ। ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ସୁଖ…
ଭୁବନେଶ୍ବର: ଆସନ୍ତାକାଲି ସୋମବାର ଦିନ ଓଡିଶାର ସବୁଠାରୁ ଧୂମଧାମରେ ଭସାଣୀ ଉତ୍ସବ ହେଉଥିବା କଟକର ଟ୍ରାଫିକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସେହି ଅନୁସାରେ ଯେଉଁ ପରିବର୍ତ୍ତନ ହୋଇଛି ତାହା ହେଲା ତେବେ ଏହି ନିୟମ ଯେଉଁମାନେ ପାଳନ ନ କରିବେ ସେମାନଙ୍କୁ ପାଞ୍ଚ ଶହ ଟଙ୍କାରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ଜରିମାନ ଦେବାକୁ ପଡିବ।
ଭୁବନେଶ୍ବର: ଆସନ୍ତାକାଲି ମା ଦୁର୍ଗାଙ୍କ ବିଦାୟ ଉତ୍ସବ। ଅର୍ଥାତ ଭସାଣୀ ଉତ୍ସବ। ଏହି ଉତ୍ସବ ବେଶ ଧୂମଧାମରେ ପାଳନ କରାଯିବ। ସେଥିପାଇଁ ଆସନ୍ତାକାଲି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଭୁବନେଶ୍ବର ଟ୍ରାଫିକ ପୋଲିସ ସୂଚନା ଅନୁସାରେ ଏହିପରି ଭାବେ ଆସନ୍ତାକାଲି ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ତେବେ ଏହି ଟ୍ରାଫିକ ପରିବର୍ତ୍ତନକୁ କଡାକଡି ଲାଗୁ କରାଯିବ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ଭୁବନେଶ୍ବର: ଆଜି କେନ୍ଦୁଝରର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକାପ୍ଟରରେ କେନ୍ଦୁଝର ଯାଇଥିଲେ। ସେଠାରେ ଆଜି ସେ ବିଭିନ୍ନ ପୂଜା ମଣ୍ଡପ ଭ୍ରମଣ କରିଛନ୍ତି। କେନ୍ଦୁଝର ଝୁମ୍ପୁରା ଦୁର୍ଗା ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂଜାପାଠ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ କେନ୍ଦୁଝର ସୁନରିପସି ଦୁର୍ଗା ମଣ୍ଡପରେ କିଛି ସମୟ ଅତିବାହିତ କରିଥିଲେ। ପୂଜା ମଣ୍ଡପ ପରିଦର୍ଶନ ପରେ ସେ କେନ୍ଦୁଝରରେ କଚ୍ଛ ଗୁର୍ଜର କ୍ଷତ୍ରୀୟ ସମାଜର ନବରାତ୍ର ଉତ୍ସବ ପାଳନରେ ଯୋଗ ଦେଇଥିଲେ। ଏହାପରେ ନିଜ ଗାଁ ରାଇକଳାରେ ‘ ମା ପାଇଁ ଗଛଟିଏ ‘ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷ ରୋପଣ କରିଥିଲେ।
ଭୁବନେଶ୍ବର: ଏଣିକି ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ମାଗଣାରେ ଅଭଡା ପ୍ରଦାନ କରାଯିବ। ଯେଉଁମାନେ ମହାପ୍ରସାଦ ସାରିବାକୁ ଚାହୁଛନ୍ତି ସେମାନଙ୍କୁ ମାଗଣା ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ବର୍ଷକୁ ଅଭଡା ବାବଦରେ 14 ରୁ ପନ୍ଦର କୋଟି ଟଙ୍କା ଖର୍ଚ୍ଚ ହେବ। ଏ ନେଇ ସରକାର ବାଚର ବିମର୍ଷ କରିବେ। ତେବେ ଏହି ଟଙ୍କା ସରକାରଙ୍କ ଉପରେ ନ ପକାଇ ବଦାନ୍ୟ ବ୍ୟକ୍ତିଙ୍କଠାରୁ ସଂଗ୍ରହ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ତେବେ ଏହା ଚଳିତ କାର୍ତ୍ତିକ ମାସ ପରେ ଲାଗୁ କରାଯିବ। ସେହିପରି ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ତା ଉପରେ ଆଲୋଚନା ଚାଲିଛି। ମୁଖ୍ୟତଃ ସାତପାହଚରୁ ଧାଡିରେ କିପରି ଗୋଟିଏ ପଟେ ଭକ୍ତମାନ ପ୍ରବେଶ କରି ଅନ୍ୟପଟେ ବାହାରିବେ ସେ ନେଇ ପଦକ୍ଷେପ ନିଆଯାଉଛି। ଏହି ଶୃଙ୍ଖଳିତ ଦର୍ଶନ ଖୁବ ଶିଘ୍ର କାର୍ଯ୍ୟକାରୀ ହେବ।
ନୂଆଦିଲ୍ଲୀ: ଗତ ଶନିବାର ବିହାରର ସୀତାମାରି ଜିଲ୍ଲାରେ ବିଜୟା ଦଶମୀ ଉତ୍ସବରେ ବିଜେପି ବିଧାୟକ ମିଥାଇଲେଶ କୁମାର ଝିଅମାନଙ୍କୁ ଖଣ୍ଡା ବଣ୍ଟନ କରିଥିଲେ। ସେ କହିଛନ୍ତି ଯେ, ଯଦି କୈଣସି ମନ୍ଦ ବ୍ୟକ୍ତି ଆମ ଭଉଣୀମାନଙ୍କୁ ଛୁଇଁବାକୁ ସାହସ କରନ୍ତି, ତେବେ ଏହି ଖଣ୍ଡା ଦ୍ୱାରା ତାଙ୍କ ହାତ କାଟି ଦିଆଯିବ। ଯାହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଚାଲିଛି। ସେ ଆହୁରି କହିଛନ୍ତି ଯେ, “ଆମ ଭଉଣୀମାନଙ୍କୁ ସେମାନଙ୍କ ହାତ କାଟିବାର କ୍ଷମତାକୁ ସକ୍ଷମ କରିବାକୁ ପଡିବ ଏବଂ ଯଦି ଆବଶ୍ୟକ ହୁଏ ତେବେ ମୁଁ ଏବଂ ଆପଣ ସମସ୍ତେ ଏହା କରିବାକୁ ପଡ଼ିବ। ସେହି ସମସ୍ତ ଦୁଷ୍କର୍ମକାରୀ, ଯେଉଁମାନେ ଆମ ଭଉଣୀମାନଙ୍କ ବିରୁଦ୍ଧରେ ଖରାପ ଦୃଷ୍ଟିରେ ଦେଖୁଛନ୍ତି ସେମାନଙ୍କୁ ଧ୍ୱଂସ କରିବାକୁ ପଡ଼ିବ ବୋଲି ଶ୍ରୀ କୁମାର କହିଛନ୍ତି। ଏହାକୁ ସମର୍ଥନ କରିବା ପାଇଁ ମିଥାଇଲେଶ କୁମାର ଲୋକମାନଙ୍କୁ ନିବେଦନ ମଧ୍ୟ କରିଥିଲେ। ଲୋକଙ୍କୁ, ବିଶେଷକରି ମହିଳାମାନଙ୍କୁ…

