Author: Samikhsya Bureau

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ…

Read More

ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପବିତ୍ର ମାସ କାର୍ତ୍ତିକର ଆଜି ହେଉଛି ଶେଷ ଦିନ। ଏହି ଦିନରେ ଡଙ୍ଗା ଭସାଇବା ଏକ ପରଂପରା କାହିଁ କେଉଁ କାଳରୁ ରହିଆସିଛି। ସାଧାବ ପୁଅମାନେ ବୋଇତରେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବାଣିଜ୍ୟ କରିବାକୁ ଯାଇଥିଲେ। ସେହି ସ୍ମୃତି ଅନୁସାରେ ଆଜି ସାରା ଓଡିଶାରେ ବୋଇତ ବନ୍ଦାଣ ଉତ୍ସବ ବା ଡଙ୍ଗା ଭସା ଉତ୍ସବ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲକ୍ଷ ଲକ୍ଷ ଲୋକ ବଡି ଭୋରରୁ ସମୁଦ୍ର କୂଳରେ ପୂଜାପାଠ କରି ଡଙ୍ଗା ଭସାଇଛନ୍ତି। ସମୁଦ୍ରରେ ସାଧାବ ପୁଅମାନେ ବାଣିଜ୍ୟ କରିବାକୁ ଯାଉଥିବାରୁ ପୁରୀ ସମୁଦ୍ର କୂଳରେ ସେଥିପାଇଁ ଏହି ଭିଡ ପରିଲକ୍ଷିତ ହୋଇଛି। କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀ ଆସିଥିବା ହବିଷ୍ୟାଳିମାନେ ମଧ୍ୟ ଏହି ଡଙ୍ଗା ଭସା ଉତ୍ସବରେ ଯୋଗ ଦେଇଛନ୍ତି। ଭକ୍ତମାନେ ସମୁଦ୍ରରେ ଡଙ୍ଗା…

Read More

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି, ବାଲୁଗାଁର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି “ଚିଲିକା ବୋଇତ ବନ୍ଦାଣ ମହୋତ୍ସବ- ୨୦୨୪”। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଏ ନେଇ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଚିଲିକା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଏକ ମହୋତ୍ସବ ନୁହେଁ,ଏହା ଓଡ଼ିଆ ଜାତିର ସ୍ପନ୍ଦନ ଓ ଗୈାରବ ର ପ୍ରତୀକ। ଚ଼ିଲିକା ବୋଇତ ବନ୍ଦାଣ ଉତ୍ସବର ଗୈାରବମୟ ଇତିହାସ ସମଗ୍ର ଭାରତବର୍ଷରେ ଜନାଦୃତ।ଏହି ମହୋତ୍ସବ ପ୍ରାଚ଼ୀନ କଳିଙ୍ଗର ଐତିହାସିକ ନୈବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥାଏ। ସେ ଆହୁରି କହିଥିଲେ ଯେ, ଓଡ଼ିଆ ସାଧବ ପୁଅର ବାଲି, ଜାଭା, ସୁମାତ୍ରା ତଥା ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କୁ ନୌବାଣିଜ୍ୟ ଯାତ୍ରା ଆର୍ଥିକ ପ୍ରଗତିର ଆଧାର ହେବା ସହ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର…

Read More

ଭୁବନେଶ୍ବର: ତିନି ବର୍ଷ ଧରି ବାକି ରହିଥିବା ଓଡିଆ ଚଳଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ତିନି ବର୍ଷର ବିଭିନ୍ନ ବର୍ଗରେ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ.. ୨୦୨୦ ମସିହା ପାଇଁ ଓଡିଆ ଚଳଚିତ୍ର ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର-ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଜୀବନବ୍ୟାପୀ ସାଧନା ପାଇଁ ପାଇବେ । ଶ୍ରେଷ୍ଠ ଚଳଚ୍ଚିତ୍ର -ସହିଦ୍‌ ରଘୁ ସର୍ଦ୍ଦାର’ ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ(ରୋମିଓ ରାଜା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଦେବାଶିଷ ପାତ୍ର(ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ(ରୋମିଓ ରାଜା) ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟାକିରଣ ଶୁକ୍ଳା(ସହିଦ୍‌ ରଘୁ ସର୍ଦ୍ଦାର), ଶ୍ରେଷ୍ଠ କାହାଣୀକାର ଡକ୍ଟର ବିଶ୍ୱନାଥ ପଟ୍ଟନାୟକ(ସହିଦ୍‌ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ସଙ୍ଗୀତ…

Read More

ଭୁବନେଶ୍ଵର:  ଶିଶୁମାନେ ବହୁମୂଖୀ ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ପ୍ରତିଭାର ସଠିକ ବିକାଶ ପାଇଁ ସବୁ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନର ଅବଶ୍ୟକତା ରହିଛି ବୋଲି ୩୫ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ରାଜ୍ୟର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି। ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ଵପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି…

Read More

ଭୁବନେଶ୍ବର: ଆଜି ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଶେଷ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ନୂତନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା କାର୍ଯ୍ୟକ୍ରମ ଗୁଡିକ ହେଲା:- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ: ରାଜ୍ୟର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ…

Read More

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)। ସେହି ଅନୁସାରେ ଯେଉଁ ଦିନ ବିଭିନ୍ନ ବିଷୟରେ ପରୀକ୍ଷା ରହିଛି ତାହା ହେଲା.. ଫେବ୍ରୁଆରୀ ୨୧ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ଫେବ୍ରୁଆରୀ ୨୪ ରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ଫେବ୍ରୁଆରୀ ୨୭ ରେ ଗଣିତ ପରୀକ୍ଷା ମାର୍ଚ୍ଚ ୧ ରେ ବିଜ୍ଞାନ ପରୀକ୍ଷା ହେବ ମାର୍ଚ୍ଚ ୩ ରେ ସାମାଜିକ ବିଜ୍ଞାନ ମାର୍ଚ୍ଚ ୬ ରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ବୋର୍ଡ ତରଫରୁ କୁହାଯାଇଛି।

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ ସମବାୟ ଭବନ ପରିସରରେ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଉଦ୍‌ଘାଟନ କରିଛନ୍ତି। ସୂଚନାଯୋଗ୍ୟ ଯେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ସମବାୟ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଉପସ୍ଥିତ ବିଭିନ୍ନ ସମବାୟ ୟୁନିୟନର ସଦସ୍ୟ, ସମବାୟବିତ୍ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ୨୬୦୦ରୁ ଅଧିକ ପ୍ରାଥମିକ ସମବାୟ ସଂସ୍ଥା ସରକାର ଓ ଚାଷୀଙ୍କ ମଧ୍ୟରେ ସେତୁ ସଦୃଶ କାମ କରୁଛନ୍ତି। ଫସଲ ୠଣ, ଫସଲ ବୀମା, ସାର, ବିହନ, କୀଟନାଶକ ଇତ୍ୟାଦି ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ପାଖକୁ ଯାଇଥାଏ। ତେଣୁ ଏହି ସବୁ ସଂସ୍ଥା ଗୁଡିକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହି ସବୁ ଅନୁଷ୍ଠାନ ଗୁଡିକ ହେଉଛି ସମାଜର ତଳ ସ୍ତରରେ ରହିଥିବା ଗରିବ ଓ ନିଷ୍ପେଷିତଙ୍କ ଆଶା ଓ ଭରସା। ଆଜି ଓଡିଶାର…

Read More

ଭୁବନେଶ୍ବର: ବିଭିନ୍ନ ରାଜ୍ୟ ସହିତ ଓଡ଼ିଶାର ଥିବା ବିବାଦ ଗୁଡ଼ିକର ସମାଧାନ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ( Inter Ministerial Committee ) ଗଠନ କରାଯିବ। ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୈଠକରେ ବିଭିନ୍ନ ଆନ୍ତଃ ରାଜ୍ୟ ବିବାଦ ସଂପର୍କରେ ବିଷଦ ଆଲୋଚନା କରାଯାଇଥିଲା। ପୋଲାଭରମ, ବଂଶଧାରା, ମହାନଦୀ, କୋଟିଆ ଆଦି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ଆଲୋଚନାରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

Read More

ବାଲୁଗାଁ: ମାସ ମଧ୍ୟରେ କାର୍ତ୍ତିକ ମାସ ସବୁଠାରୁ ପବିତ୍ର ମାସ। ସେଥିପାଇଁ ଏହି ମାସରେ ବିଭିନ୍ନ ସ୍ଥାନରେ ନାମଯଜ୍ଞର ଆୟୋଜିତ ହୋଇଥାଏ। ସେହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ପାଳିତ ହେଉଛି ଅଷ୍ଟପ୍ରହରୀ ନାମଯଜ୍ଞ। ଯେଉଁଥିରେ ଚାଷଙ୍ଗରା ସହିତ ସ୍ଥାନୀୟ ଗ୍ରାମର ବହୁ ଭକ୍ତଙ୍କର ସମାଗମ ହୋଇଛି। ଗତକାଲି ଭୋରରୁ ଆରମ୍ଭ ହୋଇଛି ଏହି ନାମଯଜ୍ଞ। ଆଜି ଦିନ ତମାମ ଏହି ନାମଯଜ୍ଞ ଜାରୀ ରହିଛି। ଏଥିପାଇଁ ବିଭିନ୍ନ ସ୍ଥାନରୁ ସାତଟି ନାମଯଜ୍ଞ ଦଳ ଏଥିରେ ଭାଗ ନେଇଛନ୍ତି। ଗୁରୁବାର ଦିନ ଏହାର ପୂର୍ଣ୍ଣାହୁତି ହେବା ସହ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି। ଶେଷରେ ହଜାର ହଜାର ଭକ୍ତଙ୍କ ପାଇଁ ପ୍ରସାଦ ଉତ୍ସବର ଆୟୋଜନ କରାଯାଇଛି। ପ୍ରାୟ ଦୀର୍ଘବର୍ଷ ଧରି ଏହି ନାମଯଜ୍ଞ ଚାଷଙ୍ଗରା ଗ୍ରାମରେ ଆୟୋଜିତ ହୋଇଆସୁଛି।

Read More

ଭୁବନେଶ୍ବର: ଦିନକୁ ଦିନ ବେଦାନ୍ତ କଂପାନୀ ବିଭିନ୍ନ ବିବାଦରେ ଛନ୍ଦି ହେବାରେ ଲାଗିଛି। ବର୍ତ୍ତମାନ ବେଦାନ୍ତ ଝାରସୁଗୁଡା କଂପାନୀର ମନମୁଖୀ ପାଉଁଶ ପରିଚାଳନା ନେଇ ଆରମ୍ଭ ହୋଇଛି ବଡ ବିବାଦ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କଠାରୁ ଆରମ୍ଭ ରାଜନୈତିକ ନେତାମାନେ ବିରୋଧ କରିବା ଆରମ୍ଭ କଲେଣି। ଏ ନେଇ ବିଜେଡି ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀର କରି ବିଜେପି ସରକାରଙ୍କୁ ଘେରିଛି ବିଜେଡି। ଦଳର ନେତ୍ରୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ବେଦାନ୍ତ କଂପାନୀ ପ୍ରତି କିପରି ରାଜ୍ୟ ସରକାର ଦରଦ ଦେଖାଉଛନ୍ତି ତାହାର ପ୍ରମାଣ ଦେଇଛନ୍ତି। ବିଶେଷ କରି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଂପାନୀ ପ୍ରତି ଦରଦକୁ ପର୍ଦ୍ଦାଫାର୍ସ କରିଛନ୍ତି। ମନ୍ତ୍ରୀ କେଉଁ ସ୍ବାର୍ଥରେ  ଏପରି କାର୍ଯ୍ୟ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମତୀ ସାମନ୍ତସିଂହାର ଏହି ସାମ୍ବାଦିକ ସମ୍ମିଳନୀରେ ଦୁଇଟି ଚିଠି ଦେଖାଇଛନ୍ତି। ଗୋଟିଏ ଚିଠିରେ ରାଜ୍ୟ ସରକାର ବେଦାନ୍ତ କଂପାନୀକୁ ଖାଲ ଥିବା ସ୍ଥାନରେ ପାଉଁଶ…

Read More

ଭୁବନେଶ୍ବର: ଝାଡଖଣ୍ଡ ନିର୍ବାଚନ ପ୍ରଚାରରେ ନିଜକୁ ସାମିଲ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ଆଜି ଦିନିକିଆ ଗସ୍ତରେ ଯାଇ ସେଠାରେ ଷଢେଇକଳା ଖରସୁଆଁ ଏବଂ ପଶ୍ଚିମ ସିହଂଭୂମିରେ ପ୍ରଚାର କରିଛନ୍ତି। ସେହି ଅଞ୍ଚଳରେ ବହୁ ଓଡିଆ ତଥା ଆଦିବାସୀ ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଭାବ ପଡିବ ବୋଲି ରାଜ୍ୟ ବିଜେପି ଆଶା କରିଛି। ଏହି ପ୍ରଚାର ବେଳେ ସେ ଓଡିଶାର ପୂର୍ବ ସରକାର କିପରି ଖଣି ଦୁର୍ନିତିରେ ଲିପ୍ତ ରହିଥିଲା ତାହା ଭାଷଣ ମାଧ୍ୟମରେ କହିଥିଲେ। ଏଥିସହିତ ସେଠାରେ ବର୍ତ୍ତମାନ ଡବଲ ଇଂଜିନ ସରକାର ଚାଲିବା ପରେ କିପରି ସୁଫଳ ମିଳିଛି ସେ ସଂପର୍କରେ ଲୋକଙ୍କୁ କହିଥିଲେ। ଏଥିସହିତ ଝାଡଖଣ୍ଡରେ ମଧ୍ୟ ଡବଲ ଇଂଜିନ ସରକାର ଚାଲିବା ବୋଲି ସେ ଦୃଢତାର ସହିତ କହିଛନ୍ତି। ମୁକ୍ୟମନ୍ତ୍ରୀ ବିବାଦୀୟ ନେତା ଚମ୍ପେଇ ସୋରେନଙ୍କ ପାଇଁ ମଧ୍ୟ ପ୍ରଚାର କରିଛନ୍ତି। ସୋରେନ ଷଢେଇକଳା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେଠାରେ…

Read More

ପୁରୀ: ଆସନ୍ତାକାଲିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ପଞ୍ଚୁକ ବ୍ରତ। ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବାରୁ ଶ୍ରୀକ୍ଷେତ୍ରରେ ଭକ୍ତ ଙ୍କ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ରହିବ।  ତେବେ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନପାଇଁ ବ୍ୟାରିକେଡ଼ର  ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ଭକ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କୁ ରାଧାଦାମୋଦର ବେଶ ଓ ହରିହର ବେଶରେ ଦର୍ଶନ କରି ସୌଭାଗ୍ୟ ପ୍ରାପ୍ତି ଲାଭ କରିଛନ୍ତି। ତେବେ ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ରେ ଆଜିଠୁ ଭକ୍ତଙ୍କ ପ୍ରବଳ ଗହଳି ଦେଖାଯାଇଥିବା ବେଳେ ଚଳିତ ବର୍ଷ ପଞ୍ଚୁକ ଚାରି ଦିନ ପଡୁଅଛି। ପଞ୍ଚୁକ ତିଥିରେ ଏକ ଦିବସ କ୍ଷୟ ପଡୁଥିବାରୁ ଚଳିତ ବର୍ଷ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ ନାହିଁ । ପଞ୍ଚକର ପ୍ରଥମ ଦିବସ ଆସନ୍ତାକାଲି ବଡ଼ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀ…

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ  ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ- ୨୦୨୪ର ଦ୍ୱିତୀୟ ତଥା ଉଦଯାପନୀ ଦିବସର ଏକ ସମ୍ପାନରେ ଆଜି  ‘ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ଵ ପାଇଁ  ଦୀର୍ଘମିଆଦି ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା କରାଯାଇଥିଲା। ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପରିଚାଳନା ନିର୍ଦ୍ଦେଶକ, ଆପିକଲଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି  ସମ୍ପାନରେ ଅଂଶଗ୍ରହଣକାରୀମାନେ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକୁ ସ୍ଥାୟୀରୂପେ କାର୍ଯ୍ୟଶୀଳ କରାଯିବା ପାଇଁ ଆବଶ୍ୟକୀୟ ଦୀର୍ଘମିଆଦୀ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସମ୍ପାନର ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକର କାର୍ଯ୍ୟକାରିତା ଓ ତାହା ଦ୍ୱାରା ଏଫପିଓ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରିଥିଲେ। ବିଶେଷଜ୍ଞ ବକ୍ତା ଶ୍ରୀ ଭାବେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ଓଏସ୍ଏସସି ପ୍ରାଥମିକ ବିହନ ପ୍ରକ୍ରିୟାକରଣର ସୁଯୋଗ ଓ ଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ। ସେହିଭଳି…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାଡଖଣ୍ଡ ଗସ୍ତରେ ଯିବେ। ସେଠାରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବେ। ଏଥିପାଇଁ ଝାଡଖଣ୍ଡ ବିଜେପି ତରଫରୁ ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସେଠାରେ ଓଡିଶାର ମନ୍ତ୍ରୀଗଣ ଡେରାପକାଇ ପ୍ରଚାର କରିବାରେ ଲାଗିଛନ୍ତି। ସୂଚନା ଅନୁସାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମାରାଥନ୍ ସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ସେ ଷଢ଼େଇକଳା ଖରସୁଆଁ ଓ ସିଂହଭୂମିରେ ସଭା କରିବେ ବୋଲି ଜଣାପଡିଛି।

Read More

ନୂଆଦିଲ୍ଲୀ: ଆଜି ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର 51 ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

Read More

ଭୁବନେଶ୍ବର: ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ଏହି ଦିନ ଦେବଦେବ ମହାଦେବଙ୍କୁ ଦର୍ଶନ କରାଯାଇଥାଏ। କାରଣ କାର୍ତ୍ତିକ ମାସର ସବୁ ସୋମବାର ହେଉଛି ସବୁଠାରୁ ବଡ। ସେଥିପାଇଁ ଏହି ମାସର ପ୍ରତିଟି ସୋମବାରରେ ଭକ୍ତମାନେ ଶିବ ଦର୍ଶନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ଆଜି ପ୍ରତିଷ୍ଠିତ ଧବଳେଶ୍ବର ପିଠରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଭକ୍ତମାନେ ଭୋରରୁ ବାବାଙ୍କୁ ଦର୍ଶନ କରିବା ପାଇଁ ଧାଡିରେ ଛିଡା ହୋଇଛନ୍ତି। ଆଜି ଧବଳେଶ୍ବରରେ ଭୋର ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା।

Read More

କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୧ତମ ସମାବର୍ତ୍ତନ ଉତ୍ସବ ଆଜି ମହାସମାରୋହରେ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ମାନବବାଦୀ, ଆଧ୍ୟାତ୍ମିକ ଗୁରୁ ତଥା ବିଶ୍ୱବିଦ୍ୟାଳୟର ଆଜୀବନ ସଭାପତି ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସଦୟ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ଦ୍ୱିଗୁଣିତ କରିଥିଲା। ଉକ୍ତ ସମାରୋହରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ତଥା ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଏବଂ ଆମେରିକୀୟ ନିବେଶକ ତଥା ଡ୍ରାପର ଆସୋସିଏଟ୍ସ ଏବଂ ଡ୍ରାପର ଭେଞ୍ଚର ନେଟୱର୍କର ପ୍ରତିଷ୍ଠାତା, ଡଃ. ଟିମ୍ ଡ୍ରାପର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ, ସେମାନଙ୍କ ଉପସ୍ଥିତି ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଭବ୍ୟତାକୁ ବହୁଗୁଣିତ କରିଥିଲା । ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ପରିକଳ୍ପିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ୨୦୧୨ ମସିହାରେ ଏହାର ପ୍ରତିଷ୍ଠା ପରଠାରୁ ପାଶ୍ଚାତ୍ୟର ଅଗ୍ରଣୀ ଉଦ୍ଭାବନ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକାଥରେ ୮୯ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପ୍ରମୋସନ ସହିତ ବଦଳି କରିଛନ୍ତି। ଏହି ବରିଷ୍ଠ ଅଧିକାରୀମାନଙ୍କୁ ଅତିରିକ୍ତ ଏସପି ପଦବୀକୁ ପ୍ରମୋସନ କରାଯାଇଛି। ସେମାନେ ହେଲେ ଏଥିସହିତ ୧୧ ଜଣଙ୍କୁ ମଧ୍ୟ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଛି। ଗୃହ ବିଭାଗ ତରଫରୁ ଏହି ବିଜ୍ଞପ୍ତି ପ୍ରକାଶିତ କରାଯାଇଛି।

Read More

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର 51 ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

Read More

ଭୁବନେଶ୍ବର: ପ୍ରଥମ ଥର ଓଡ଼ିଶା ଆୟୋଜିତ କରିବାକୁ ଯାଉଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪- ‘ଉଦ୍ଭବ’। ନଭେମ୍ବର ୧୨ ରୁ ୧୫ ତାରିଖ ଯାଏଁ ଏହି ଜାତୀୟସ୍ତରୀୟ ଉତ୍ସବ ହେବାକୁ ଥିବା ବେଳେ ନ୍ୟାସନାଲ୍ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏଥିସହ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ୍, ରାଜ୍ୟମନ୍ତ୍ରୀ ଶ୍ରୀ ଦୁର୍ଗାଦାସ ଉଇକେ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଉଦଘାଟନୀ ସମାରୋହରେ ସାମିଲ ହେବେ । ତେବେ, ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ…

Read More