Author: Samikhsya Bureau

ଭୁବନେଶ୍ବର: ଭରତପୁର ଥାନା ରେ ଯେପରି ଭାବରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳା ଙ୍କୁ ନିର୍ଯ୍ୟାତନାଦିଆଗଲା ତାକୁ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିବା ସହ ଏ ଘଟଣା କୁ ଲୋମହର୍ଷଣ କାରି ଓ କଳ୍ପନାତୀତ ବୋଲି ବର୍ଣ୍ଣନା କରିଛନ୍ତି। ଥାନା ଭିତରେ ପୋଲିସ ଯେଭଳି ନିର୍ଦୟ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ତାହା ସାରା ଦେଶ ର ବିବେକ କୁ ଦୋହଲାଇ ଦେଇଛି। ଓଡିଶା ଭିତରେ ଜଣେ ମିଲିଟାରୀ ଅଧିକାରୀ ଓ ଜଣେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ଏହି ନାରକୀୟ ଘଟଣାର ବିଜୁ ଜନତା ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ଘଟଣା ରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ବିଜେପି ସରକାର ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି। ଶ୍ରୀ…

Read More

ନୂଆଦିଲ୍ଲୀ: ଏଲ ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଗୁଲାପାଲ୍ଲୀ ଏନ ରାଓ ୨୦୨୪ ପାଇଁ ଆନ୍ତର୍ଜାତୀୟ ଚକ୍ଷୁ ଚିକିତ୍ସା ପରିଷଦ ଦ୍ୱାରା ଦିଆ ଯାଉଥିବା ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି। ସେ କାନାଡାର ଭାନକୋଭର ଠାରେ ଅନୁଷ୍ଠିତ ବିଶ୍ୱ ଚକ୍ଷୁ ଚିକିତ୍ସା କଂଗ୍ରେସ ୨୦୨୪ (ଡବ୍ଲ୍ୟୁଓସି ୨୦୨୪) ସମାରୋହ ରେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ଗୋଲ୍ଡେନ୍ ପଦକ ପ୍ରତି ଚାରି ବର୍ଷରେ ଥରେ ଚକ୍ଷୁ ଚିକତ୍ସା ରେ ସର୍ବୋଚ୍ଚ ବୈଜ୍ଞାନିକ ମାନର କାର୍ଯ୍ୟ ପାଇଁ ଦିଆ ଯାଇଥାଏ। ଡକ୍ଟର ରାଓ ହେଉଛନ୍ତି ସମ୍ମାନଜନକ ଆଇସିଓ ଜୁଲେସ୍ ଫ୍ରାଙ୍କୋଇସ୍ ସ୍ବର୍ଣ୍ଣ ପଦକ ରେ ସମ୍ମାନିତ ହୋଇଥିବା ପ୍ରଥମ ଭାରତୀୟ ଓ ବିଶ୍ୱର କେବଳ ଏଗାର ଜଣ ଚକ୍ଷୁ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ। ଏହି ସ୍ୱର୍ଣ୍ଣ ପଦକ ବେଲଜିୟମର ଚକ୍ଷୁ ବିଶେଷଜ୍ଞ ଡକ୍ଟର ଜୁଲେସ୍ ଫ୍ରାଙ୍କୋଇସ୍ ଙ୍କ ନାମରେ ନାମିତ…

Read More

ରାୟଗଡା: ବେଦାନ୍ତ କଂପାନୀ ବିରୋଧରେ ତାତିଛନ୍ତି ଆଦିବାସୀ। ଆଜି ଅପରାହ୍ନରେ ଉତ୍ୟେକ୍ତ ଆଦିବାସୀମାନେ ରାୟଗଡା ଜିଲ୍ଲା କାଶୀପୁର ଥାନା ଭିତରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଥାନା ବାହାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି। ପରିସ୍ଥିତି ଉତ୍ତେଜନା ରହିବାରୁ ଅଧିକ ଫୋର୍ସ ମୁତୟନ କରାଯାଇଛି। ଘଟଣାରୁ ପ୍ରକାଶ ଯେ, କାଶୀପୁର ଥାନା ପୋଲିସ ଜଣେ ଆଦିବାସୀଙ୍କୁ ଗିରଫ କରିଛନ୍ତି। ତାଙ୍କ ନାମ ହେଉଛି କାର୍ତ୍ତିକ ନାୟକ। ତାଙ୍କ ଗିରଫ ପ୍ରତିବାଦରେ ଚାରିଖଣ୍ଡ ଆଦିବାସୀ ଗ୍ରାମର ପ୍ରାୟ 400 ରୁ 500 ମହିଳା ଓ ପୁରୁଷ ଏକ ଶୋଭାଯାତ୍ରା କରି କାଶୀପୁର ଥାନା ଆଡକୁ ମାଡିଆସିଥିଲେ। ସେମାନେ ବେଦାନ୍ତ କଂପାନୀ ଗୋ ବ୍ୟାକ୍, ମୈତ୍ରୀ କଂପାନୀ ଗୋ ବ୍ୟାକ୍ କହି ଥାନା ଘେରାଉ କରିଥିଲେ। ଉତ୍ୟେକ୍ତ ଆଦିବାସୀ ହାତରେ ସେମାନଙ୍କ ପାରଂପାରିକ ହତିୟାର ଧରି ଥାନା ଭିତରେ ପ୍ରବେଶ କରିଥିଲେ। ସେଠାରେ ଗିରଫ କାର୍ତ୍ତକଙ୍କୁ ଛାଡି ଦିଅ ବୋଲି ଦାବୀ କରିଥିଲେ। ଏହା…

Read More

ଭୁବନେଶ୍ୱର: ଜିଓ ସହିତ ଆସିଥିବା ସୁଲଭ ଇଣ୍ଟରନେଟ୍ ସେବା ସମଗ୍ର ଭାରତରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ନେଇଆସିଛି। ୟୁପିଆଇ ଜରିଆରେ କାରବାର କରୁଥିବା ଦୁର୍ଗମ ଅଂଚଳର ଦୋକାନୀ ଠାରୁ ଆରମ୍ଭ କରି ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଦ୍ୱାରା ଉପକୃତ ହେଉଥିବା ଜଣେ ଆଦିବାସୀ କୃଷକ କିମ୍ବା ଅନଲାଇନ୍ ପାଠ୍ୟକ୍ରମର ଲାଭ ଉଠାଉଥିବା ଅପହଞ୍ଚ ଅଂଚଳର ଛାତ୍ରଛାତ୍ରୀ, ଡିଜିଟାଲ୍ ଇଣ୍ଡିଆର ସଫଳତାର କାହାଣୀ ସବୁଆଡ଼କୁ ବ୍ୟାପ୍ତ ହୋଇଛି। ସହଜ ଇଣ୍ଟରନେଟ ଉପଲବ୍ଧତା ତଥା ଡିଜିଟାଲ୍ ଦୁନିଆକୁ ସହଜ ପ୍ରବେଶ ଦୁର୍ଗମ ଅଂଚଳର ଅନେକ ଆଦିବାସୀ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନଙ୍କୁ ସେମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବାରେ ସହାୟକ ହୋଇଛି। ଏହାର ଏକ ଉଦାହରଣ ଓଡିଶାର ମାଲକାନଗିରି ଜିଲ୍ଲାର ମୁଦୁଲିପଡା ପଞ୍ଚାୟତର ଦୁର୍ଗମ ବଡ଼ବେଲ ଗାଁର ବଣ୍ଡା ଜନଜାତିର ଛାତ୍ର ମଙ୍ଗଳା ମୁଦୁଲି ଯିଏ ନିଜ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଭାବେ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ଗ୍ରାମ ତଥା ନିକଟବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର କୌଣସି ସୁବିଧା ନଥିବା ଦେଖି ସେ ପିଲାଦିନରୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ମୁଦୁଲିପଡାସ୍ଥିତ…

Read More

ଭୁବନେଶ୍ବର: ଇଣ୍ଟରନାସନାଲ୍ ଥିଏଟର (ଇଟ୍‌) ଏକ ନାଟ୍ୟ ସଂସ୍ଥା ଯାହା ସ୍ୱର୍ଗତଃ ଗୋବିନ୍ଦ ଗୁପ୍ତା ଓ ଶ୍ରୀମତୀ ବିଜୟା ଗୁପ୍ତାଙ୍କ ଦ୍ୱାରା ୧୯୭୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ଆଜି ଇଟ୍‌ର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ। ସେଥିପାଇଁ ଇଟ୍ ଆସନ୍ତା ୩ ଡିସେମ୍ବର ଠାରୁ ୭ ଡିସେମ୍ବର ଯାଏଁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ରେ ଏହାର ସୁବର୍ଣ୍ଣ ଜୟନ୍ତୀ ମହା ସମାରୋହରେ ପାଳନ କରିବ। ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ସେଥିରେ ଜାତୀୟ ନାଟକ ଉତ୍ସବ ଆୟୋଜନ ହେବ ଓ ଭାରତର ବିଭିନ୍ନ ସ୍ଥାନରୁ ଦଳ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହି ଉତ୍ସବରେ ୫୦ ଜଣଙ୍କୁ ଇଟ୍ ସମ୍ମାନରେ ସମ୍ମାନୀତ କରାଯିବ ଏବଂ ୫ ଜଣଙ୍କୁ ଇଟ୍ ପୁରସ୍କାର ପ୍ରଦାନକରାଯିବ । ଏହି ଅବସରରେ ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜନ କରାଯିବାର ଯୋଜନା କରାଯାଇଛି । ସେହିପରି ନାଟ୍ୟ ପରିସରରେ…

Read More

ଭୁବନେଶ୍ବର: ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମିଳିଛି ନୂଆ କ୍ବାଟର। ଜିଏ ବିଭାଗ ସୁପାରିଶ କରିବା ପରେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିଛନ୍ତି। ଫଳରେ ସେହି କ୍ବାଟରରେ ବର୍ତ୍ତମାନ ଯୁଦ୍ଧ କାଳିନ ଭିତିରେ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଏଜି ଛକ ପାଖରେ ରହୁଛନ୍ତି। ହେଲେ ସେଠାରେ ସୁରକ୍ଷା ଦୃଷ୍ଟିରୁ ଠିକ ନ ଥିବାରୁ ଏବେ ନୂଆ କ୍ବାଟରକୁ ଆସିବେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରାଜଭବନ ଏଜି ରାସ୍ତାରେ ଥିବା ଅଭିଯୋଗ ପ୍ରକୋଷ୍ଠକୁ ଲାଗି ରହିଥିବା କ୍ବାଟରକୁ ଯିବେ। ପୂର୍ବରୁ ଏହି କ୍ବାଟରରେ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ଏବଂ ହେମାନନ୍ଦନ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଥିବା ବେଳେ ରହୁଥିଲେ। ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜ ବାସଭବନରେ ରହି ଏହାକୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କରିଦେଇଥିଲେ। ସୂଚନା ଅନୁସାରେ ଅଭିଯୋଗ ପ୍ରକୋଷ୍ଠ ଭିତରେ ଥିବା କ୍ବାଟରକୁ ବର୍ତ୍ତମାନ ନୂଆ ରୂପ ଦିଆଯାଉଛି। ଏହି କ୍ବାଟରକୁ ଖୋଦ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ଘୋଷଣା କରୁଥିବା ମାଗଣା ଯୋଜନା ଉପରେ ଲାଗିବ ଅଙ୍କୁଶ। ଏ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଜନସ୍ବାର୍ଥ ମାମଲାର ରାୟକୁ ଅପେକ୍ଷା କରାଯାଇଛି। ଯଦି କୌଣସି ଦଳ ନିର୍ବାଚନ ପ୍ରଚାରରେ ଭୋଟ ହାତେଇବା ପାଇଁ ମାଗଣା ଯୋଜନା ଘୋଷଣା କରେ ତେବେ ସେ ଦଳର ଚିହ୍ନକୁ ବାତିଲ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ଗତକାଲି ସୁପ୍ରିମକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଉପରେ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହା ପଡିବା ପରେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ଶୁଣାଣି ହୋଇପାରିଲା ନାହିଁ। ହେଲେ ମୁଖ୍ୟ ବିଚାରପତି ଏହି ମାମଲାକୁ ତାଲିକାରୁ ହଟାଯିବ ନାହିଁ ଏବଂ ପରବର୍ତ୍ତି ସମୟରେ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ଯେତେବେଳେ ଏହି ମାମଲାର ଶୁଣାଣି ହେବ ସେତେବେଳେ ରାଜନୈତିକ ଦଳର ଏହି ଫନ୍ଦିଫାନ୍ଦି ଘୋଷଣାର ଏକ ବିରାମ ଲାଗିବ ବୋଲି ଆଶା କରାଯାଉଛି। ସାଧାରଣତଃ ନିର୍ବାଚନ ସମୟରେ…

Read More

ଭୁବନେଶ୍ବର: ଆଜି ବିଜେପି ରାଜ୍ୟରେ ସରକାର ଗଠନ କରିବାର ୧୦୦ ଦିନରେ ପହଞ୍ଚିଛି। ଏହି ଉପଲକ୍ଷେ ପୁରୀରେ ଆଜି ବିରାଟ ସମାବେଶର ଆୟୋଜନ କରାଯାଇଛି। ଶରଧାବାଲିଠାରେ ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ପ୍ରଗତିର ନୂଆ ସୂର୍ଯ୍ୟୋଦୟ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଏହାକୁ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗଦେବେ। ଗତକାଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକ ସାମ୍ବାଦିକ ସମ୍ମିଳନୀ କରି ୧୦୦ ଦିନର ହିସାବ ଦେଇଥିଲେ। ସେ କହିଥିଲେ ଯେ, ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର…

Read More

ଭୁବନେଶ୍ୱର:  ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର ଆଜି ଭୁବନେଶ୍ୱରରେ ପହଂଚିଥିଲେ। ଏହା ପରେ ତାଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ, ବିଧାୟକ ବାବୁ ସିଂହ, ରାଜ୍ୟ ସାଧାରଣ ସଂପାଦକ ଶାରଦା ଶତପଥୀ, ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପୁ୍‌ଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇବା ସହିତ ସୁଜିତ କୁମାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଅଗଷ୍ଟ ୧ରେ ପୂର୍ବତନ ବିଜେଡି ନେତ୍ରୀ ତଥା ସାଂସଦ ଶ୍ରୀମତୀ ମମତା ମହନ୍ତ ବିଜେଡି ଏବଂ ରାଜ୍ୟସଭା ସାଂସଦ ପଦ ଛାଡ଼ି ବିଜେପିରେ ଯୋଗ ଦେଇଥିବାବେଳେ ଏବେ ଶ୍ରୀ ସୁଜିତ୍ କୁମାରଙ୍କ ଯୋଗଦାନ ଦଳକୁ…

Read More

ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଜଳ ସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନ ୧୦ଘଣ୍ଟା ସମୟରେ ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲା ତଥା ସୁବର୍ଣ୍ଣରେଖା ନଦୀ ଅବବାହିକାରେ ସଦ୍ୟତମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସ୍ଥିତି ସମୀକ୍ଷା କରିଥିଲେ। ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଉପରମୁଣ୍ଡରେ ବର୍ଷା ଓ ବନ୍ୟାର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହିତ ଝାରଖଣ୍ଡ ରାଜ୍ୟର ଜଳସଂପଦ ବିଭଗ ସଚିବ ଶ୍ରୀ ପ୍ରଶାନ୍ତ କୁମାରଙ୍କ ସହିତ କଥା ହୋଇଥିଲେ। ସୁବର୍ଣ୍ଣରେଖାର ରାଜଘାଟ ଠାରେ ଜଳସ୍ତର ଗତ ୨ ଘଣ୍ଟା ଧରି ୧୧.୬୦ ମିଟରରେ ସ୍ଥିର ରହିଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ର ଜୁଆରିଆ ହେତୁ ଜଳ ନିଷ୍କାସନରେ ବିଳମ୍ବ ଘଟୁଛି। ଗତ ୨ ଦିନରେ ବର୍ଷ।…

Read More

ଭୁବନେଶ୍ୱର: ଭୁବନେଶ୍ୱରର ରାଜ୍ୟ ସହରାଞ୍ଚଳ ବିକାଶ ଏଜେନ୍ସି (SUDA) ର କନଫରେନ୍ସ ହଲରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ର କର୍ମଚାରୀଙ୍କ ପାଇଁ ନୂତନ ପେନସନ୍ ସିଷ୍ଟମ (NPS) ର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ତାଲିମ କାର୍ଯ୍ୟକ୍ରମଟି ପୌରାଞ୍ଚଳର ପ୍ରମୁଖ ଆର୍ଥିକ କର୍ମଚାରୀଙ୍କ ମଧ୍ୟରେ ନୂତନ ପେନସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ପୂର୍ବକ ଜ୍ଞାନ ବୃଦ୍ଧି କରିବା, ମ୍ୟୁନିସିପାଲିଟି କର୍ମଚାରୀଙ୍କ ପାଇଁ ପେନସନ୍ ସ୍କିମର ସଠିକ କାର୍ଯ୍ୟକାରିତା ଏବଂ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି କର୍ମଶାଳାରେ ରାଜ୍ୟର ୫ ଟି ମ୍ୟୁନିସିପାଲ କର୍ପୋରେସନ୍ ଏବଂ ୩୫ ଟି ମ୍ୟୁନିସିପାଲିଟି ସମେତ ୪୦ ଟି ୟୁଏଲ୍ ବି ଆକାଉଣ୍ଟା ଓ ଅନ୍ୟ ସମ୍ପୃକ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏହି ବିବିଧ ପ୍ରତିନିଧିତ୍ୱ ୟୁ ଏଲ୍ ବି କର୍ମଚାରୀଙ୍କୁ ପେନ୍‌ସନ୍‌ ସମ୍ବନ୍ଧୀୟ ଆର୍ଥିକ ବ୍ୟବସ୍ଥାଗୁଡ଼ିକୁ ଦକ୍ଷତାର ସହିତ ପରିଚାଳନା କରିବା ପାଇଁ ଆବଶ୍ୟକ…

Read More

ଭୁବନେଶ୍ବର: ଆସନ୍ତାକାଲି ଗୁରୁବାରରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡିଶାରେ ପ୍ରଥମ ଥର ବିଜେପି ସରକାରର ୧୦୦ ଦିନ ପୁର୍ତି କରିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଓଡିଶାବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। କେନ୍ଦ୍ର ସରକାରଙ୍କ ସଫଳତା ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଗତ ୧୦ ବର୍ଷରେ ଗରୀବ ବାସହୀନଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଜୁଳି, ୫ କିଲୋ ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଦୀନଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସଂଗଠିତ କରାଯିବା ସହିତ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଦୁତ ସାଜିଛନ୍ତି । ଏଥି ସହ ୧୧ ଲକ୍ଷ…

Read More

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ବାଲେଶ୍ବର ବନ୍ୟା ପ୍ରପିଡିତ ଅଞ୍ଚଳ ଆକାଶ ମାର୍ଗରୁ ଦେଖିଥିଲେ। ଏହାପରେ ସେ ବାଲେଶ୍ବରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ, ବାଲେଶ୍ବରର ଜିଲ୍ଲାର ତିନିଟି ବ୍ଲକ ଏବଂ 35 ପଞ୍ଚାୟତ ବହୁ ପରିମାଣରେ କ୍ଷତିଗସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ଦୁଇ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। କେତେ ଅଞ୍ଚଳ ବାହ୍ୟ ଜଗତରୁ ମଧ୍ୟ ବିଛିନ୍ନ ହୋଇଯାଇଛି। ସେଥିପାଇଁ ଆଠଟି ଅଗ୍ନଶମ, ତିନିଟି ଓଡ୍ରାଫ ଏବଂ ଗୋଟିଏ ଏନଡିଆରଫ ଟିମକୁ ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି।

Read More

ନୂଆଦିଲ୍ଲୀ: ସାର୍ବଜନୀନ ପରିମଳ ବ୍ୟାପକତା ପାଇଁ ଭାରତର ଅଭିଯାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସ୍ୱଚ୍ଛତାକୁ ମିଶ୍ରଣ କରୁଥିବା ଅଭିନବ ସମାଧାନ ଦ୍ୱାରା ପରିଚାଳିତ ହୋଇଛି। ୨ ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବା ପରଠାରୁ ଦେଶ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ସୁଲଭ ସାର୍ବଜନୀନ ପରିମଳ ସୁବିଧା ଦିଗରେ ଅଗ୍ରସର ହେଉଛି। ଭାରତର କ୍ରମାଗତ ବୃଦ୍ଧି ପାଉଥିବା ଏବଂ ଆକାଂକ୍ଷୀ ସହରୀ ଜନସଂଖ୍ୟାକୁ ସମର୍ଥନ କରିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଦେଶର ପରିମଳ ଭିତ୍ତିଭୂମିକୁ ବୃଦ୍ଧି କରି ସହର ଗୁଡିକରେ ୬.୩୬ ଲକ୍ଷ ସମୁଦାୟ ଏବଂ ସାର୍ବଜନୀନ ଶୌଚାଳୟକୁ ସମନ୍ୱିତ କରିଛି। ସ୍ୱଚ୍ଛ ଭାରତ ମିଶନକୁ ଏକ ଦଶନ୍ଧି ପୂରଣ ହେବା ସହିତ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” ଶୀର୍ଷକ ଅଧୀନରେ ଏହାର ସପ୍ତମ ବର୍ଷ ପାଳନ କରୁଥିବା ବେଳେ, ପ୍ରଯୁକ୍ତି – ସକ୍ଷମ,…

Read More

ଯାଜପୁର: ସୁଭଦ୍ରା ଟଙ୍କା କି ପ୍ରକାରର ବାୟା କରିଛି କେଜାଣି ବର୍ତ୍ତମାନ ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା। କେଉଁଠାରେ କିଏ ଫର୍ମ ଫିଲପ ପାଇଁ ଟଙ୍କା ମାଗିଲାଣି ତ କିଏ ଆଧାର ସଂଯୋଗ ପାଇଁ ହାତଗୁଞ୍ଜା ମାଗୁଛି। ତେବେ ରାଜ୍ୟ ସରକାରଙ୍କ ତରଫରୁ ସେ ସବୁ ନିୟନ୍ତ୍ରଣ କରାଯାଉଥିବା ବେଳେ ବର୍ତ୍ତମାନ କାହିଁକି ଟଙ୍କା ଆସି ନାହିଁ ସେ ନେଇ ସମସ୍ତଙ୍କର ଚିନ୍ତା। ଏସବୁ ଭିତରେ ଯାଜପୁରରୁ ଆସିଛି ଏକ ଅଭାବନୀୟ ଘଟଣା। ତାହା ହେଲା ଯାଜପୁର ବରିର ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଆଗରେ ମହିଳାମାନଙ୍କ ଅସମ୍ଭବ ଭିଡ। ଏକ ପୁରୁଣା ଘରେ ହୋଇଥିବା ଏହି ବ୍ୟାଙ୍କର ସିଡିରେ ମହିଳାମାନେ ଯେପରି ବିପଦ ପୂର୍ଣ୍ଣ ଭାବେ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାରୁ ଜଣାପଡିଛି ଯେ, ଗତକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ବିଭିନ୍ନ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା…

Read More

One Nation One Election: ଆଜି ଜାତୀୟ ରାଜନୀତି ପାଇଁ ଏକ ଐତିହାସିକ ଦିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି କେନ୍ଦ୍ର କ୍ୟାବିନେଟ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ମୋଦୀ କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଆଜି ବୁଧବାର ସେପ୍ଟେମ୍ବର ୧୮ ତାରିଖରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସ୍ତାବ ​​ଉପସ୍ଥାପିତ କରାଯାଇ ଥିଲା। ଯାହାକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏ ନେଇ ଗଣମାଧ୍ୟମକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ ଗୋଟିଏ ଦେଶ-ନିର୍ବାଚନ ବିଲ୍ ଉପସ୍ଥାପନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟରେ ତାହା ଅନୁମୋଦନ ଲାଭ କରିଛି। ସେ କହିଥିଲେ ଯେ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ମାର୍ଚ୍ଚ ମାସରେ ଲୋକସଭା ନିର୍ବାଚନ ପୂର୍ବରୁ କ୍ୟାବିନେଟ ସମ୍ମୁଖରେ ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ଏହି ରିପୋର୍ଟ ଅନୁସାରେ ଏଣିକି ଲୋକସଭା ଓ ବିଧାନସଭା ନିର୍ବାଚନ…

Read More

ଭୁବନେଶ୍ବର: ବେଦାନ୍ତ ଲାଞ୍ଜିଗଡ କଂପାନୀର ରେଡ ମଡ ପଣ୍ଡ ଭୁଷୁଡି ପଡିବା ବିବାଦ ଧିରଧିରେ ଘନେଇବାରେ ଲାଗିଛି। ବାରମ୍ବାର କାହିଁକି ବେଦାନ୍ତ କଂପାନୀରେ ଏପରି ଘଟୁଛି ତାହାର ଏକ ବିଚାରବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସାଗର ଦାସ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସେ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଚାରିଟି ଦାବୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ କରିଛନ୍ତି। ପ୍ରଥମତଃ ଏହି ଘଟଣାଟି ବିଚାର ବିଭାଗୀୟ ତଦନ୍ତ କରାଯାଉ। କାରଣ ସ୍ଥାନୀୟ ଅଧିବାସୀଙ୍କ ହଇରାଣ କରିବାରେ ଏହା ଏକ ଚକ୍ରାନ୍ତ ହୋଇଥିବାର ସନ୍ଦେହ କରାଯାଉଛି। ସେହିପରି କ୍ଷତିଗସ୍ତ ଲୋକଙ୍କୁ ତୁରନ୍ତ ସର୍ବାଧିକ କ୍ଷତି ପୂରଣ ପ୍ରଦାନ କରାଯାଉ। ଏଥିସହିତ ବର୍ତ୍ତମାନ ନାଲିପାଣି ମାଡି ଯେଉଁ କ୍ଷତି ହୋଇଛି ତାହାର ପୁନଃଉଦ୍ଧାର କରାଯାଉ ବୋଲି ସେ ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ସେ ଲେଖିଛନ୍ତି ଯେ, ବେଦାନ୍ତ କର୍ତ୍ତୁପକ୍ଷଙ୍କ ମନମୁଖୀ ଶାସନ ଯୋଗୁଁ ଏପରି ଘଟଣା ଘଟୁଥିବାର ଅନୁମାନ…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୭୪ ତମ ଜନ୍ମଦିନ ଉପଲକ୍ଷେ ବିଜେପି ତରଫରୁ ଦେଶବ୍ୟାପୀ “ସେବା ଦିବସ” ଭାବେ ପାଳନ କରାଯାଉଛି। ସେହିପରି “ସେବା ପକ୍ଷ” ପାଳନ ଅବସରରେ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଆଗାମୀ ୧୫ ଦିନ ଧରି ପାର୍ଟୀ ତରଫରୁ ବିଭିନ୍ନ ସେବା କାର୍ଯ୍ୟ ଜାରୀ ରହିବ । ସେବା ପକ୍ଷ ପାଳନ ଉପଲକ୍ଷେ ଆଜି ପ୍ରଥମ ଦିନରେ “ସେବା ଦିବସ” ଅବସରରେ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଜୀବନୀକୁ ନେଇ ଏକ ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱେଚ୍ଛାକୃତ ଭାବେ ଅନେକ କାର୍ଯ୍ୟକର୍ତା ରକ୍ତଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ତାଙ୍କୁ ଉତ୍ସାହିତ କରିଥିଲେ ।…

Read More

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପୂର୍ବାହ୍ନରେ ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧା ଗାଡକଣ ଗାଁକୁ ଯାଇଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେଠାକାର ବାସିନ୍ଦାଙ୍କୁ ଘର ପ୍ରଦାନ କରିଥିଲେ। ଏଥିସହିତ ସେ ଅନ୍ତର୍ଯ୍ୟାମୀ ନାୟକଙ୍କ ଘରେ ନିଜେ ପ୍ରବେଶ କରି ତାଙ୍କ ପରିବାର ସହିତ କିଛି ସମୟ ବିତାଇଥିଲେ। ସେହି ଘର ଭିତରେ ମୋଦି ନିଜେ ବୁଲିବା ସହିତ ଠାକୁରଙ୍କୁ ପୂଜା କରିଥିଲେ। ଏହାପରେ ସେଠାରେ ବସି ସେ ଘରର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ତାଙ୍କୁ ଖିରୀ ଖାଇବାକୁ ଦିଆଯାଇଥିଲା। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେମାନେ ରାନ୍ଧିଥିବା ଖିରୀ ଉଭୟ ଖାଇଥିଲେ। ଏହାପରେ ମୋଦି ଜନତା ମଇଦାନ ଯାଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ସେଠାରେ ସେ ଅଭିଭାଷଣ ଦେବା ବେଳେ ଏହି ଖିରୀ କଥା କହିଥିଲେ। ମୋଦି କହିଥିଲେ ଯେ, ଆଜି ମୋର…

Read More

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କୁ ସେ ସୁଇଚ ଟିପି ଟଙ୍କା ପ୍ରଦାନ କରିଛନ୍ତି। ପୂର୍ବରୁ ଯେଉଁମାନଙ୍କ ଆକାଉଣ୍ଟକୁ ଏକ ଟଙ୍କା ପରୀକ୍ଷା ମୂଳକ ଭାବେ ଯାଇଥିଲା ସେମାନଙ୍କ ଆକାଉଣ୍ଟକୁ ଆଜି ପାଞ୍ଚ ହଜାର ଟଙ୍କା ପଠାଯାଇଛି। ତେବେ ଯେଉଁମାନଙ୍କ ଆକାଉଣ୍ଟକୁ ପଇସା ଯାଇ ନାହିଁ ସେମାନେ କିଛି ବ୍ୟସ୍ତ ହେବାର ନାହିଁ। କାରଣ ପ୍ରଥମ ପର୍ଯ୍ୟାୟରେ କିଛି ମହିଳାଙ୍କୁ ଏହି ଟଙ୍କା ପ୍ରଦାନ କରାଯାଇଛି। ପରବର୍ତ୍ତି ସମୟରେ ଆଉ ଯେଉଁମାନେ ରହିଲେ ସେମାନଙ୍କ ଆକାଉଣ୍ଟକୁ ଖୁବ ଶିଘ୍ର ଟଙ୍କା ପଠାଯିବ। ଏଥିସହିତ ଯେଉଁମାନେ ଆବେଦନ କରି ନାହିଁନ୍ତି ସେମାନେ ମଧ୍ୟ ଏବେ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Read More

ଭୁବନେଶ୍ବର: ପୂର୍ବତନ ରାଜ୍ୟପାଳ ତଥା ବିଜେପିର ବରିଷ୍ଠ ନେତା ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଏକ ପ୍ରେସ ଇସ୍ତାହରରେ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ଯେ, ଛତିଶଗଡ ର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଙ୍କ ଅସୁସ୍ଥତା ଖବର ପାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଶ୍ରୀ ହରିଚନ୍ଦନ ଙ୍କ ପୁଅ ତଥା ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More