ଭୁବନେଶ୍ବର: ଭାରତ ସରକାରଙ୍କ ପଶୁପାଳନ ଓ ଡାଏରୀ ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ସହଯୋଗରେ ଭୁବନେଶ୍ବରରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ମୌସୁମୀ ବୈଠକ ଅବସରରେ 12 ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମବେତ ଅତିଥିମାନଙ୍କୁ ରାତ୍ରି ଭୋଜନ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ଆମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉପସ୍ଥିତ ରହି ଅତିଥିମାନଙ୍କ ସହ ମତ ବିନିମୟ କରିବା ସହିତ ଓଡ଼ିଶାର ଆଧ୍ୟାତ୍ମିକ-ସାଂସ୍କୃତିକ ଐତିହ୍ୟ ଉପରେ ଅବଗତ କରାଇଥିଲେ। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଓ ରାଜ୍ୟ ମତ୍ସ୍ୟ, ପ୍ରାଣୀସଂପଦ ବିକାଶ, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ, ଡାୟେରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂ ବଘେଲ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିୟାନଙ୍କ ସମେତ…
Author: Samikhsya Bureau
ଭୁବନେଶ୍ବର: ଏକଦା ବିଜେଡି ସରକାରରେ ଦବଦବା ରହିଥିବା ପ୍ରଣବ ପ୍ରକାଶ ଦାସଙ୍କ ଚର୍ଚ୍ଚିତ କ୍ବାଟରରେ ରହିବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଜିଏ ବିଭାଗ ତାଙ୍କୁ ରାଜଭବନ ନିକଟରେ ଥିବା ଏହି କ୍ବାଟରଟିରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ଫଳରେ ସେହି କ୍ବାଟରରେ ଜିଏ ବିଭାଗ ରଂଗଦେବା ସହିତ ନୂଆ କାମ କରିବା ପରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ହସ୍ତାନ୍ତର କରିଛନ୍ତି। ଆଜି କନକ ବର୍ଦ୍ଧନ ସିଂହଦେଓ ସେହି କ୍ବାଟରରେ ପୂଜା କରିବା ସହିତ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରିଥିଲେ। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନେତ୍ରୀ ପ୍ରତ୍ୟୁଶା ରାଜେଶ୍ବରୀ ପ୍ରମୁଖ ବହୁ ନେତା ଓ ମନ୍ତ୍ରୀ ଯୋଗଦେଇଥିଲେ। କନକ ବର୍ଦ୍ଧନଙ୍କ ଘର ସେହି ପାଖରେ ଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ତାଙ୍କୁ ଏକ ବଡ କ୍ବାଟର ଯୋଗାଇ ଦିଆଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, ବବିଦାସ ସେହି କ୍ବାଟର ପଛପଟେ କରିଥିବା ବର୍ଦ୍ଧିତ…
ଭୁବନେଶ୍ୱର: ଆଜି ଓଡିଶା ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୁଲ୍ୟରେ ଓଡିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏୟୁ ସିରିଜ୍ ଉଠାଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ଜନସାଧାରଣ ଅପବ୍ୟୟ ପରିହାର କରି ମିତବ୍ୟୟିତା ଅବଲମ୍ବନ ପୂର୍ବକ ନିୟମିତ ସଞ୍ଚୟ ମାଧ୍ୟମରେ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ କରିବା ପାଇଁ ସେ ଆହ୍ୱାନ କରିଥିଲେ। ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡ. ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ କିପରି…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ହେଉଛି ସେପ୍ଟେମ୍ବର ୧୭ ତାରିଖ। ଏହି ଦିନରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ସେବାପକ୍ଷ ଭାବେ ପାଳନ କରାଯିବ। ଏହି ସମୟ ମଧ୍ୟରେ ବିଜେପିର କାର୍ଯ୍ୟକର୍ତାମାନେ ବିଭିନ୍ନ ସେବା କାର୍ଯ୍ୟକରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବେ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି, ସେପ୍ଟେମ୍ବର ୧୭ ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସେବା ପକ୍ଷରେ ବିଭନ୍ନ ପ୍ରକାର ସେବା କାର୍ଯ୍ୟ କରାଯିବ । ପ୍ରଥମ ଦିନ ଓ ଏହାର ପୂର୍ବଦିନ ଅର୍ଥାତ୍ ସେପ୍ଟେମ୍ବର ୧୬, ୧୭ ରେ ସମାଜର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜୀବନୀ, ଉଦ୍ଦେଶ୍ୟ ଓ ଦେଶର ପ୍ରଗତିରେ ତାଙ୍କ ଯୋଗଦାନ…
ଭୁବନେଶ୍ବର: ନିର୍ବାଚନ ପରେ ପରେ ବେଶ କିଛିଦିନ ଧରି ଦଳୀୟ ରାଜନୀତିରେ ସକ୍ରିୟ ରହିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ହେଲେ ମାସଟିଏ ପରେ ସେ ସଂପୂର୍ଣ୍ଣ ନିରବି ଗଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସବୁବେଳେ ମିଡିଆ ଆଗକୁ ଆସି କିଛି ନା କିଛି ବିସ୍ପୋରକ ତଥ୍ୟ ଦେଉଥିବା ଅପରାଜିତା ଏବେ ପୁରା ଚୁପଚାପ କିପରି ହେଲେ ବୋଲି ପ୍ରଶ୍ନ ଉଠିଛି। ସେତିକି ନୁହେଁ କିଛି ଦିନ ତଳେ ତାଙ୍କର ଦୃଢ ସମର୍ଥକ ତଥା ସଂଗଠକଙ୍କୁ ବିଜେପି ଦଳରୁ ନିଲମ୍ବନ କରିଦେଲା। ତାହାକୁ ନେଇ ଅପରାଜିତ ପୁରା ଚୁପ ରହିଲେ। ହେଲେ ସେ ଖେଳ ଖେଳିବାକୁ ଭଲ ପାଉଥିବାରୁ ସେହି ନିଲମ୍ବିତ ନେତାଙ୍କୁ ଆଣି ନିଜ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକ୍ରମରେ ସାମିଲ କଲେ। ଏଥିରୁ ସ୍ପଷ୍ଟ ହେଲା ଯେ, ଦଳ ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତା ଅନ୍ୟପଟେ ଯାଉଛନ୍ତି। ଦଳ ପ୍ରତି ତାଙ୍କର…
ଭୁବନେଶ୍ବର: ବିଜେଡି ଛାଡି ବିଜେପି କ୍ୟାମ୍ପରେ ଯୋଗଦେଇଥିବା ଦୁଇ ରାଜ୍ୟସଭା ସାଂସଦଙ୍କୁ ନେଇ ନବୀନ ପଟ୍ଟନାୟକ ସମାଲୋଚନା କରିଛନ୍ତି। ଗତକାଲି ଶଙ୍ଖ ଭବନରେ ଆୟୋଜିତ ବିଜୁ ଯୁବ ସମାବେଶରେ ଯୋଗ ଦେଇ ନବୀନ ଏହି ଦଳ ଛାଡୁଥିବା ନେତାଙ୍କୁ ଚରମ ବାଣୀ ଶୁଣାଇଛନ୍ତି। ସେ କହିଛନ୍ତି ଯେ ସୁବିଧାବାଦୀ ନେତାମାନେ ଏମିତି ଦଳ ଛାଡିବେ। ହେଲେ ତାହା ଆମକୁ ଆହୁରି ସଶକ୍ତ କରିବାକୁ ବଳ ଦେଇଛି। ସେ ଆହୁରି କହିଥିଲେ ଯେ, ଏକ ବିକଶିତ ଓ ସଶକ୍ତ ଓଡିଶା ର ସ୍ବପ୍ନ ଦେଖିଥିବା ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ କାମ କରୁଛି। ଯେ ପର୍ଯ୍ୟନ୍ତ ଆମେ ଏହି ଆଦର୍ଶ ରେ କାମ କରୁଥିବା ସେ ପର୍ଯ୍ୟନ୍ତ ଲୋକଙ୍କ ହୃଦୟ ରେ ବିଜେଡି ରହିଥିବ। ବିଜେଡି କିଛି ବ୍ୟକ୍ତିଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏକ ଆଦର୍ଶ ଉପରେ ପ୍ରତିଷ୍ଠିତ। ସୁବିଧାବାଦୀଙ୍କ ଦଳ ତ୍ୟାଗ ଆମ ଆଦର୍ଶ ପାଇଁ ସଂଗ୍ରାମକୁ ଲହୁ…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ଭାରତର ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୁଡଙ୍କ ବାସଭବନକୁ ଯାଇଥିଲେ। ବାସଭବନ ଦୁଆରରେ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ କଳ୍ପନା ଦାସ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କୁ ଘରକୁ କାହିଁକି ଗଲେ ସେ ନେଇ ପ୍ରଶ୍ନ ଉଠିଛି। ତେବେ ଗଣେଷ ପୂଜା ଉପଲକ୍ଷେ ମୁଖ୍ୟ ବିଚାରପତିଙ୍କ ଘରକୁ ପୂଜା କରିବା ପାଇଁ ପ୍ରଧାନମନ୍ତ୍ରୀ ଯାଇଥିଲେ। ମୋଦି ସେଠାରେ ମୁଖ୍ୟ ବିଚାରପତିଙ୍କ ଘରେ ପ୍ରତିଷ୍ଠା କରାଯାଇଥିବା ପ୍ରତିମୂର୍ତ୍ତିରେ ସେ ଆଳତି କରିଥିଲେ। ପାଖରେ ଖୋଦ ମୁଖ୍ୟ ବିଚାରପତି ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରିୟାନ ଟୋପି ଏବଂ ପାରଂପାରିକ ପୋଷାକ ପରିଧାନ କରିଥିଲେ।
ଭୁବନେଶ୍ବର: ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ସହିତ “ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ : ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବିନୋବା ସେବା ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିନୋବା ଭାବେଙ୍କ ସ୍ମୃତି ଚାରଣ କରି କହିଲେ ସମାଜର ସମସ୍ତ ଜନସାଧାରଣ ଆତ୍ମନିର୍ଭାର ହେଲେ ହିଁ ସାମଗ୍ରିକ ବିକାଶ ହୋଇ ପାରିବ। ସମ୍ମାନିତ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ ଆମେ କେବଳ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କିଛିକାଂଶରେ ଆତ୍ମନିର୍ଭର ହୋଇଛେ। ଯଦି ବଜେଟର 70 % ରୁ ଉର୍ଦ୍ଧ…
ଭୁବନେଶ୍ବର: ରାଜ୍ୟର ସମସ୍ତ ସହରାଞ୍ଚଳରେ ଏବଂ ଗ୍ରାମାଞ୍ଚଳରେ ଥିବା ସବୁ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା, ଟ୍ୟାପ୍ ଯୋଗେ ପିଇବା ପାଣି ଏବଂ ଭୂପୃଷ୍ଠରୁ ବହିଯାଉଥିବା ବର୍ଷା ଜଳକୁ ସଂରକ୍ଷଣ ତଥା ଭୂତଳ ଜଳ ଭରଣ ଉଦ୍ଦେଶ୍ୟରେ ରେନ୍ ଓ୍ୱାଟର ହାର୍ଭେଷ୍ଟିଂ ଷ୍ଟ୍ରକ୍ଚର ବ୍ୟବସ୍ଥାକୁ ନିଶ୍ଚିତ କରାଯିବ। ଏଥି ସହିତ ସମସ୍ତ ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ରହିବ। ଏ ସଂପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗତକାଲି ମଙ୍ଗଳବାର ଅପରାହ୍ଣରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସଂପୃକ୍ତ ବିଭିନ୍ନ ବିଭାଗ ସହିତ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ଏହି ସବୁ ବ୍ୟବସ୍ଥା ରହିଥିବା ସଂପର୍କରେ ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ ରାଜ୍ୟରେ ଯେଉଁ ସବୁ ବିଦ୍ୟାଳୟରେ ଅଦ୍ୟାବଧି ଏହି ସବୁ ବ୍ୟବସ୍ଥା ହୋଇନାହିଁ,…
ଭୁବନେଶ୍ୱର: ଆପଣମାନେ ହେଉଛନ୍ତି ନିର୍ମାଣର ମେରୁଦଣ୍ଡ। ରାସ୍ତା, ଘାଟ, କୋଠା ବାଡ଼ି, କଳ କାରଖାନା, ବନ୍ଦର, ବିମାନ ବନ୍ଦର, ଶିକ୍ଷାୟତନ, ଡାକ୍ତରଖାନା, ଯେ କୌଣସି ନିର୍ମାଣ ହେଉ, ଆପଣମାନଙ୍କ ବିନା ଏସବୁର ପରିକଳ୍ପନା ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଆୟୋଜିତ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଈଶ୍ୱରଙ୍କ ପରିକଳ୍ପନାରେ ମଣିଷ ହିଁ ଏଭଳି ଏକ ସୃଷ୍ଟି, ଯିଏ ସର୍ଜନା କରିପାରେ, ଭାବିପାରେ ଓ ନିର୍ମାଣ କରିପାରେ। ଗଢିବାର ପ୍ରକ୍ରୟା ଟି ହେଲା ନିର୍ମାଣ। ନିର୍ମାଣ ପାଇଁ ଶ୍ରମର ଯୋଗଦାନ ସବୁଠୁ ଅଧିକ। ଆମ କୁଶଳୀ ଶ୍ରମିକମାନେ ସାଧାରଣକୁ ଅସାଧାରଣ କରିପାରନ୍ତି। ସିମେଣ୍ଟ, ବାଲି, ଗୋଡିକୁ ବ୍ୟବହାର କରି ଗଢି ପାରନ୍ତି ସୁନ୍ଦର ଅଟ୍ଟାଳିକା। ଲୁହା, ଇସ୍ପାତ, ଆଲୁମିନିୟମକୁ ବ୍ୟବହାର କରି ତିଆରି କରନ୍ତି…
ଭୁବନେଶ୍ବର: ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପି ର ମିଛ, ଦୁଇ ପ୍ରକାର କଥା।ତିନି ମାସ ହୋଇଗଲା। ଏବେ ଆଈ ମା ଗପ ଛାଡି କାମ କରି ଦେଖାଇବାକୁ ଶ୍ରୀ ପଟ୍ଟନାୟକ ବିଜେପି କୁ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଘଟଣା ବଳୀ ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ…
ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ। ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା.. “ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।” “ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”…
ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି। ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’ ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ…
ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥଭିଲ୍ ( Healthville ) ତଥା ୟୁ.ଏସ୍.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି। ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ। ହେଲ୍ଥଭିଲ୍ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର…
ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବଳରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର ନବଘନ ମହାରଣା, ଗଞ୍ଜାମ ଜିଲ୍ଲା ମୋହନପୁର ଗ୍ରାମର ମନୋଜ କୁମାର ପଲେଇ, ବିହାରରୁ ମହମ୍ମଦ ନୱାବ ଓ ଉତ୍ତର ପ୍ରଦେଶରୁ ମହମ୍ମଦ ଇରଫାନ ଚଳିତ ବର୍ଷ ଏପ୍ରିଲ- ମଇ ମାସରେ ସାଉଦି ଆରବରେ ପାଇପମିସ୍ତ୍ରୀ, ରାଜମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ…
ଭୁବନେଶ୍ବର: ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୫ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ,ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ। କେନ୍ଦ୍ର…
ଭୁବନେଶ୍ବର: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ। ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ। ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରମର୍ଶ ଦେଇଥିଲେ। ସେ କହିଥିଲେ ଆଦିବାସୀ…
ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧ ରେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ…
ଭୁବନେଶ୍ବର: ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବାର ୧୦୦ ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହୁଥିଲେ ଯେ ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଯାହା ସଂପ୍ରତି ଜନତାଙ୍କ ପ୍ରତି ମହା ଛଳନାରେ ପରିଣତ ହୋଇଛି। ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା ଦେବାର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲାବେଳେ ବର୍ତ୍ତମାନ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଲୋକଙ୍କୁ ଉକ୍ତ ଅର୍ଥରାଶି ମିଳିବାର ସର୍ତ୍ତ ରଖିବା ନିଶ୍ଚୟ ଓଡ଼ିଶାର ହଜାର ହଜାର ବୟୋବୃଦ୍ଧଙ୍କ ପ୍ରତି ସରକାରଙ୍କର ଏକ ବିକୃତ ପରିହାସ । ଭାଜପା ତାର ନିର୍ବାଚନୀ…
ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ, ଭୁବନେଶ୍ବର ସାଂସଦ। ଏଥର ନିର୍ବାଚନ ପରେ ତାଙ୍କର ରାଜନୈତିକ ହାବଭାବରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହେଲା ନାହିଁ। ତାଙ୍କର ସେହି ପୁରୁଣା ରୋଗ ଏକଲା ଚଲୋ ନୀତିକୁ ପୁଣି ସେ ଆପଣେଇ ନେଲେଣି। ଫଳରେ ସେ ବର୍ତ୍ତମାନ ନା ଦଳକୁ ଖାତିର କରୁଛନ୍ତି ନା ସଭାପତିଙ୍କୁ ନିର୍ଦ୍ଦେଶକୁ ମାନୁଛନ୍ତି। ତାଙ୍କର ଏପରି ନୀତି ଦେଖି ଦଳ ଭିତରେ ଗୁଂଜରଣ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ନିକଟରେ ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ଗଡିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା। ତାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ହେଲେ ଆଶ୍ଚର୍ଯ୍ୟର କଥା, ସେଠାକୁ ଖୋଦ ଭୁବନେଶ୍ବର ସାଂସଦଙ୍କୁ ଦେଖା ମିଳିଲା ନାହିଁ। ଶୁଣିବାକୁ ମିଳିଲା ଯେ, କୁଆଡେ ମ୍ୟାଡମ ରାଗିଛନ୍ତି। ସେଥିପାଇଁ ସଭାକୁ ଆସିଲେ ନାହିଁ। ରାଗିବାର କାରଣ ହେଲା…
ଝାରସୁଗୁଡା: ଶ୍ରୀଗଣେଷଙ୍କୁ ପୂଜା କଲେ ସବୁ ବିଘ୍ନକୁ ନାସ କରନ୍ତି। ସେଥିପାଇଁ ସମସ୍ତେ ଗଣେଷ ଚତୁର୍ଥୀରେ ପ୍ରଭୃ ଶ୍ରୀ ଗଣେଷଙ୍କୁ ଆବାହନ କରିଥାନ୍ତି। ଠିକ ସେହିପରି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ବିନାୟକଙ୍କୁ ପୂଜା କରିଛନ୍ତି। ଝାରସୁଗୁଡାର ସରବାହାଲ ସ୍ଥିତ ବାସଭବନରେ ସେ ଗଣେଷ ଚତୁର୍ଥୀରେ ବିଘ୍ନ ବିନାସନଙ୍କୁ ପୂଜା କରିଥିଲେ। ଏହି ଉତ୍ସବରେ ବହୁ ଲୋକ ଏକାଠି ହୋଇଥିଲେ। ଏହାପରେ ଦୀପାଳି ନିଜ ଅଞ୍ଚଳରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରୀ ଗଣେଷଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସୋମବାର ଦିନ ସେ ଝାରସୁଗୁଡ଼ା କୋଲାବିରା ବ୍ଲକ ସମାସିଂହାରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଯୋଗଦେଇ ଥିଲେ। ସେଠାରେ ସେ ବିଘ୍ନ ବିନାଶକଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇ ସୁଖ ଶାନ୍ତିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରିଥିଲେ। ତାଙ୍କର ଉପସ୍ଥିତି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି କରିଥିଲା।

