Author: Samikhsya Bureau

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ଜଙ୍ଗଲ ଅଧିକାରୀମାନେ ପ୍ରାୟ ୧୯ କିଲୋଗ୍ରାମର ୧୪ ଟି ହାତୀ ଦାନ୍ତ ଜବତ କରିଛନ୍ତି। ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦୁଝର ଜଙ୍ଗଲ ବିଭାଗ କହିଛି। ସୋମବାର ବିଳମ୍ବିତ ରାତିରେ ପିଟାପିଟି ଗ୍ରାମ ନିକଟରୁ ଏକ କାରରୁ ଏହି ଦାନ୍ତ ଜବତ କରାଯାଇଛି ବୋଲି ହରିଚନ୍ଦନପୁର ପୋଲିସ ଅଧିକାରୀ କହିଛନ୍ତି। ଏକ କାରରେ ଦାନ୍ତ ନିଆଯାଉଛି ବୋଲି ସୂଚନା ମିଳିବା ପରେ ପୋଲିସ ଓ ଜଙ୍ଗଲ ବିଭାଗର ଅଧିକାରୀମାନେ ଜଗି ବସିଥିଲେ। କାରଟି ଆସିବା ପରେ ତାକୁ ଅଟକାଇ ଥିଲେ ମଧ୍ୟ ତାହା ରହି ନ ଥିଲା। ସେଠାରୁ ଖସି ପଳାଇବା ପାଇଁ ଡ୍ରାଇଭର ଜୋରରେ କାର ଚଳାଇଥିଲା। ହେଲେ ସେମାନଙ୍କୁ ପୋଲିସ ଗୋଡାଇ ଗୋଡାଇ ଧରିବା ପରେ ଦାନ୍ତ ବାହାରିଥିଲା। ବର୍ତ୍ତମାନ ଏହା ପଛରେ କେଉଁମାନେ ଅଛନ୍ତି ତାହା ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।

Read More

ଭୁବନେଶ୍ବର, ଗ୍ୟାଙ୍ଗେଟିକ୍ ପଶ୍ଚିମ-ବଙ୍ଗ ଏବଂ ତାର ଆଖପାଖ ଅଂଚଳରେ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ସମୁଦ୍ର ପତ୍ତନ ଠାରୁ ୦.୯ କିମି ଯାଇଁ ବ୍ୟାପିଛି। ଏହା ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଭିତରେ ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ, ସୁନ୍ଦରଗଡ, ଅନୁଗୁଳ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ଏବଂ ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ଗଜପତି, ସମ୍ବଲପୁର ଏବଂ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ-ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ପୁରୀ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି।

Read More

ଭୁବନେଶ୍ବର : ଏଣିକି ସପ୍ତାହର ସାତ ଦିନ ଯାକ ମୋ’ ବସ ଚଳାଚଳ କରିବ ।  ଏନେଇ ସୂଚନା ଦେଇଛନ୍ତି କ୍ରୁଟ୍ ତଥା ଓଏସ୍‌ଆର୍‌ଟିସି ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା। ସେହିପରି ଅଧିକ ଡିମାଣ୍ଡ ଥିବା 8ଟି ରୁଟ୍‌ – ରୁଟ୍‌ ନମ୍ବର 11, 16, 20, 23, 24, 25 ଓ 33ରେ ଏହି ବସ୍ ସବୁଦିନେ ଚାଲିବ । ତେବେ ଏଥିପାଇଁ କିଛି  ନିୟମ ମଧ୍ୟ କରାଯାଇଛି । ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବାବେଳେ କେହି ଛିଡା ହୋଇ ଯାଇପାରିବେ ନାହିଁ ବୋଲି ସୂଚନା ରହିଛି । ସେହିପରି ଡିଜିଟାଲ ପେମେଣ୍ଟ କରାଯିବ ବୋଲି ସୂଚନା ରହିଛି ।

Read More

ମୁମ୍ବାଇ : ଆକ୍ସନ୍ ତାରକା ଟାଇଗର ଶ୍ରଫ୍ ୨୨୦ କିଲୋ ଓଜନ ଟେକି ନିଜ ପ୍ରଶଂସକଙ୍କୁ ଭୟଭୀତ କରାଇଦେଇଛନ୍ତି। ଅଭିନେତା ସେୟାର କରିଥିବା ଏକ ନୂତନ ଇନଷ୍ଟାଗ୍ରାମ ଭିଡିଓରେ ସେ ୨୨୦ କିଲୋ ସହିତ ଡେଡଲିଫ୍ଟ କରୁଥିବା ଦେଖିବାକୁ ମିଳିଛି। ଏକ କଳା ରଙ୍ଗର ପୋଷାକ ଏବଂ କଳା ପ୍ୟାଣ୍ଟରେ ପିନ୍ଧି ଏହି ଚମତ୍କାରିତା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଓଜନ ବହୁତ ଭାରୀ। ଭିଡିଓ ଦେଖି ଟାଇଗରଙ୍କ ସାଙ୍ଗ ଏବଂ ସହକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତ୍ରୀ ଦିଶା ପାଟାନି କରତାଳି ଇମୋଜି ଛାଡି ଦେଇଥିବା ବେଳେ ଟାଇଗରଙ୍କ ମା ଆୟେଶା ଶ୍ରଫ ଲେଖିଛନ୍ତି: ପାଗଳ। ଅଭିନେତା ସିକନ୍ଦର ଖେର ଲେଖିଛନ୍ତି: ସୁପର। ଟାଇଗରର ଭଉଣୀ କୃଷ୍ଣ ଶ୍ରଫଙ୍କ ମନ୍ତବ୍ୟ: ବିଷ୍ଟ ମୋଡ୍। ସେହିପରି ରାପର ୟୋ ହନି ସିଂ କହିଛନ୍ତି: ହେ ବାଲି ଶେରା।

Read More

ନୂଆଦିଲ୍ଲୀ : ମୋରାଟୋରିୟମ ଉପରେ ସୁଧକୁ ନେଇ ନିଜର ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ମୋରାଟେଗାରିୟମ ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରି ହେବ ମାତ୍ର ମୋରାଟୋରିୟମ ଉପରେ ସୁଧ ଛାଡ କରିବା ସମୀଚୀନ ନୁହେଁ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମତ ଦେଇଥିଲେ । ଏହା ପୂର୍ବରୁ ସୁପ୍ରିମ୍‌କୋର୍ଟ ଏହି ମାମଲା ଉପରେ ବିଚାର କରି  ସରକାରଙ୍କୁ ସମାଲୋଚନା କରିବା ସହିତ ଆରବିଆଇ ଆଳରେ ସରକାର ଲୁଚି ପାରିବେ ନାହିଁ ବୋଲି ମତ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ, କରୋନା ଲକଡାଉନ କାରଣରୁ ଆରବିଆଇ ପକ୍ଷରୁ ମୋରାଟୋରିୟମ ସେବା ପ୍ରଦାନ କରାଯାଇଥିଲା । ତେବେ ଏହି ମୋରାଟୋରିୟମ ଉପରେ ସୁଧକୁ ବିରୋଧ କରି ମାମଲା ରୁଜୁ କରାଯାଇଥିଲା । ଜଷ୍ଟିସ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଏବଂ ଏମ ଆର ଶାହଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

Read More

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀର ଆଜି ପଞ୍ଚତତ୍ତ୍ବରେ ବିଲୀନ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହିତ ଲୋଧୀ ଶ୍ମଶାନଘାଟରେ ପ୍ରଣବ ଦା’ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆର୍ମି ହସ୍ପିଟାଲରୁ ପ୍ରଣବଙ୍କ ମରଶରୀରକୁ ଆଜି ରାଜାମୀ ମାର୍ଗ ସ୍ଥିତ ସରକାରୀ ବାସଭବନକୁ ଅଣାଯାଇଥିଲା । ସେଠାରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍‌ରେ ମଧ୍ୟ ଆକ୍ରାନ୍ତ ଥିଲେ । ପ୍ରଣଙ୍କ ଅନ୍ତିମ ସଂସ୍କାରରେ ବହୁତ କମ ଲୋକ ସାମିଲ୍‌ ହୋଇଥିଲେ । ସମସ୍ତେ ପିପିଇ କିଟ୍‌ରେ ନଜର ଆସିଥିଲେ । ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ଅଭିଜିତ୍‌ ମୁଖାର୍ଜୀ ମୁଖାଗ୍ନି ଦେଇଥିଲେ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବ ମୁଖାର୍ଜୀଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ, ସିଡିଏସ୍‌ ବିପିନ୍‌ ରାଓ୍ବତ, ରକ୍ଷା…

Read More

ଭୁବନେଶ୍ବର, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳି

Read More

ପୁରୀ, ନିଜ ବାଲୁକା କଳାରେ ଭାରତର ପୂବର୍ତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପ ସୁଦର୍ଶନ ପଟ୍ଟନାୟକ

Read More

ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

Read More

ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ ହୋଇଛନ୍ତି।1948 ଝାଡଖଣ୍ଡ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ହେଉଛନ୍ତି ରାଜୀବ କୁମାର । ଅଶୋକ ଲାଭସା ନିର୍ବାଚନ କମିଶନର ପଦବୀରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ଦାୟିତ୍ବ ମିଳିଛି ।

Read More

ଭୁବନେଶ୍ବର :ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ 6 ଜଣଙ୍କର ମୃତ୍ୟୁ ହୋଇଛି ।ଆନନ୍ଦପୁରରେ 4 ଏବଂ ଜଳେଶ୍ବର ଅଞ୍ଚଳରେ 2ଜଣଙ୍କ ମୃତ୍ୟୁହୋଇଛି। ଆନନ୍ଦପୁର ନନ୍ଦିପଦା ଥାନା ରମ୍ପାସ୍‌ରେ ଜଣେ ଓ ଇଞ୍ଚଳ ଗାଁରେ ଜଣକର ମୃତ୍ୟୁ ହୋଇଛି । ରାମଚନ୍ଦ୍ରପୁର ଥାନା ସାପୁଆ ସାହିରେ ଜଣେ ଓ ପଣ୍ଡୁଆରେ ଜଣେ ନାବାଳିକାର ମୃତ୍ୟୁ ବ୍ରଜାଘାତ ଯୋଗୁଁହୋଇଛି । ଜଳେଶ୍ବର ଲକ୍ଷ୍ମଣନାଥରେ ଜଣେ ଯୁବକ, ଭୋଗରାଇ କାଉବଣିରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି ।

Read More

କୋଣାର୍କ: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। କରୋନା ଯୋଗୁଁ ସୂର୍ଯ୍ୟ ମନ୍ଦିର ବନ୍ଦ ରହିଥିଲା। ମାର୍ଚ୍ଚ 16 ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ଆଜି ସକାଳ 6ଟାରୁ ସୂର୍ଯ୍ୟ ମନ୍ଦିର ଗେଟ୍ ଖୋଲାଯାଇଛି । ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ବ ପାଳନ କରିବା ଉପରେ ଗୁରୁତ୍ବ ଦିଆଯିବ।

Read More

ତାଇଓ୍ବାନ : ତାଇଓ୍ବାନ ସହରର ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଏକ ଗୁଡି ଉଡା ଉତ୍ସବ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଡି ଉଡା ପର୍ବ ପାଳନ ହେଉଥିବା ସମୟରେ ଏକ ଗୁଡି ସହିତ ତିନି ବର୍ଷର ଶିଶୁ ମଧ୍ୟ ପବନରେ ଉଡି ଯାଇଥିଲେ । ପ୍ରାୟ 18 ସେକେଣ୍ଡେ ଧରି ସେ ଗୁଡିକୁ ଧରି ପବନରେ ଉଡିଥିଲେ । ଏହା ପରେ ବହୁ ପରିଶ୍ରମ ପରେ ଶିଶୁକୁ ତଳକୁ ଅଣାଯାଇଥିଲା । ଶିଶୁଟି ସୁସ୍ଥ ଥିବାର ଜଣାପଡିଛି । ଗୁଡି ଉଡିବା ସମୟରେ ପବନର ବେଗ ଏତେ ପ୍ରବଳ ଥିଲା ଯେ ଶିଶୁଟି ଗୁଡି ସହିତ 100 ଫୁଟ୍‌ ଉପରକୁ ଉଡିଯାଇଥିଲେ । କିନ୍ତୁ ସାବଧାନୀ ସହକାରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ପବନ ଟିକେ କମ୍‌ ହେବା ପରେ ତଳେ ଥିବା ଲୋକେ  ଶିଶୁଟିକୁ ଧରି ପକାଇଥିଲେ । ଶିଶୁଟି…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବଡକର୍ଳାକଟ ଗ୍ରାମର ଶୁଣ୍ଡି ପଡା ଠାରେ ତିନି ଲକ୍ଷ୍ୟ ଅଟକଳ ମୂଲ୍ୟରେ ନିର୍ମାଣ ହେଉଥିବା କମ୍ୟୁନିଟି ହଲ୍‌ ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି, ଏହି କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ଦୀର୍ଘ ଦିନ ଧରି ଗ୍ରାମ ବାସୀ ଦାବି କରି ଆସୁଥିଲେ,ବିଧାୟକଙ୍କ ଅନୁରୋଧ କ୍ରମେ ଜୟପାଟଣା ବ୍ଲକରୁ ତିନି ଲକ୍ଷ ଟଙ୍କାରେ କମ୍ୟୁନିଟି ହୋଲ ନିର୍ମାଣ କରିବା ପାଇଁ ମଞ୍ଜୁରୀ କରାଯାଇଥିଲା,ଏହି କମ୍ୟୁନିଟି ହଲ୍‌ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତାଙ୍କ ନିଜ ସଂପର୍କୀୟ ଲୋକଙ୍କୁ ଧରି ଗୃହ କାର୍ଯ୍ୟ ଆରମ୍ଭ କରି କାମ ସମାପ୍ତ ନ ହେବା ପୂର୍ବରୁ ଆସିଥିବା ଅର୍ଥକୁ ହଡପ କରିବାଥିବା ଏକ ସାଘାଂତିକ ଅଭିଯୋଗ ଆଣୁଛନ୍ତି ଗ୍ରାମବାସୀ, ଖାଲି ସେତିକି ନୁହେଁ କନିଷ୍ଠ ଯନ୍ତ୍ରୀ ମିତାଞ୍ଜଲୀ ଦାସ ତିନି ଲକ୍ଷ ଟଙ୍କାରେ କେବଳ ଦଶଟି ପିଲାର ଠିଆ କରି…

Read More

ରମେଶ ମହାନ୍ତି ଜଗତସିଂହପୁର :  ଜଗତସିଂହପୁର ସଂସ୍କୃତି ଭବନ ଠାରେ ଜଗତସିଂହପୁର ପୌରପ୍ରଶାସନ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜଗତସିଂହପୁର ପୌରପରିଷଦକୁ ସରସସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ୩କୋଟି ୮୪ଲକ୍ଷ ୪୧ହଜାର ୨୧୨ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଓ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ଵାରା କରାଯାଇଛି। ଏତଦବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ ୧କୋଟି ୭୦ଲକ୍ଷ ଟଙ୍କାର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଜଗତସିଂହପୁର ପୌରପରିଷଦ ନିମନ୍ତେ ଉନ୍ନତି ଯୋଜନାରେ ଅନେକ ଅର୍ଥ ଆସିଛି। ଜଗତସିଂହପୁର ପୌରପରିଷଦକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ରଗତିଶୀଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ସ୍ୱଚ୍ଛ ପୌରପରିଷଦ ଭାବରେ ପାରାଦ୍ବୀପ ପୌରପାଳିକାକୁ ସର୍ବଭାରତୀୟ…

Read More

ନୂଆଦିଲ୍ଲୀ, ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଆଜି ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଉଛି। ନୂଆଦିଲ୍ଲୀସ୍ଥିତ 10 ରାଜାଜୀ ମାର୍ଗରେ ଥିବା ତାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ପୂର୍ବତନ ସଭାପତି ରାହୁଳ ଗାନ୍ଧୀ, ବିଜେପି ସଭାପତି ଜେ.ପି ନଡ୍ଡା, ବହୁ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ପ୍ରଣବଙ୍କ ଗତକାଲି ପରଲୋକ ହୋଇଥିଲା। ସେ ଦୀର୍ଘଦିନ ଧରି ହସପିଟାଲରେ ଚିକିତ୍ସା ହେଉଥିଲେ। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଆଜି ନୂଆଦିଲ୍ଲୀରେ ତାଙ୍କର ଶେଷକୃତ୍ୟ ସଂପର୍ଣ୍ଣ ହେବ।

Read More

ନୂଆଦିଲ୍ଲୀ : ସଶସ୍ତ୍ର ସୀମା ବଳ ତରଫରୁ କନେଷ୍ଟବଳ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି। ପ୍ରାୟ 1500ରୁ ଉର୍ଦ୍ଧ୍ବ ପଦବୀ ପାଇଁ ଆବେଦନ ଆହ୍ବାନ କରାଯାଉଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁଯୋଗ ରହିଥିବାବେଳେ ଆକର୍ଷଣୀୟ ଦରମା ମଧ୍ୟ ରହିଛି । ପଦବୀର ନାମ : କନଷ୍ଟେବଳ ପଦବୀ ସଂଖ୍ୟା :1522 ମାସିକ ଦରମା : 21,700ରୁ 69 ହଜାର 100/- ରହିଛି । ଭାରତ ମଧ୍ୟରେ ନିଯୁକ୍ତି ପାଇବାର ସୁବର୍ଣ୍ଣ ସୁଯୋଗ ଆବେଦନ ଶୁଳ୍କ : ସାଧାରଣ ବର୍ଗ (ଅନରିଜର୍ଭଡ), ଆର୍ଥିକ କ୍ଷେତ୍ରର ଅନଗ୍ରସର ବର୍ଗ (ଇଡବ୍ଲ୍ୟୁଏସ୍‌) ଓ ଓବିସି କ୍ୟାଟେଗୋରୀ ପାଇଁ 100ଟଙ୍କା ଆବେଦନ ଫି ରହିଛି । ଯାହା ଫେରସ୍ତ ଦିଆଯିବ ନାହିଁ । ସେହିପିର ଏହି ଆବେଦନ ଫି’କୁ ନେଟ୍‌ବ୍ୟାକିଂ/.  କ୍ରେଡିଟ୍‌ କାର୍ଡ, ଡେବିଟ୍‌କାର୍ଡ/ ଚାଲାଣ ଦ୍ବାରା ଡିପୋଜିଟ୍‌ କରିପାରିବେ । ସେହିପରି ଏସି (ଅନୁସୂଚିତ ଜାତି) ଏସ୍‌ଟି (ଅନୁସୂଚିତ ଜନଜାତି) ଏକ୍ସ –…

Read More

କେଦାର ମିଶ୍ର ଦୁଇ ମାସର ସଂପୂର୍ଣ୍ଣ ଲକ ଡାଉନ ପରେ ଭାରତର ଅର୍ଥନୀତି ଯେ ଖରାପ ପ୍ରଦର୍ଶନ କରିବ, ଏକଥା ସମସ୍ତେ ଜାଣିଥିଲେ। ତେବେ ଏପ୍ରିଲ ରୁ ଜୁନ, ଏହି ତିନି ମାସ ଭିତରେ ଦେଶର ଅର୍ଥନୀତି ଯେ ଏଇ ସ୍ତରକୁ ଖସିବ, ଏକଥା କେହି କଳ୍ପନା କରି ନଥିଲେ। ଦେଶର ପ୍ରାୟ ଅର୍ଥନୈତିକ ସଂସ୍ଥା ଓ ବିଶେଷଜ୍ଞ ଏହି ତିନିମାସରେ ଆମର ଅଭିବୃଦ୍ଧି ଅତି ବେଶୀରେ ମାଇନସ ୫/୬% ହୋଇପାରେ ବୋଲି କହୁଥିଲେ। ପରେ ଏହି ସଂଖ୍ୟା ବଢିଥିଲା। ଅତିବେଶିରେ ଆମର ଅଭିବୃଦ୍ଧି ମାଇନସ ୧୫-୧୮% ହେବ ବୋଲି କୁହା ଯାଉଥିଲା। ତେବେ ଗତକାଲି ସନ୍ଧ୍ୟାରେ ଯେଉଁ ସରକାରୀ ତଥ୍ୟ ଆସିଲା, ସେଥିରୁ ଜଣା ପଡିଲା ଯେ ଦେଶର ଅଭିବୃଦ୍ଧି ମାଇନସ ୨୩.୯% କୁ ଖସି ଆସିଛି। ଗତ ବର୍ଷ ଏହି ସମୟରେ(ଏପ୍ରିଲ-ଜୁନ-୨୦୧୯) ଆମ ଜିଡିପିର ମୂଲ୍ୟ ୩୫.୩୫କୋଟି ଟଙ୍କା ହୋଇଥିବା ବେଳେ ଏ ବର୍ଷ ତାହା ୨୬.୯୦ ଲକ୍ଷ…

Read More

ନୂଆଦିଲ୍ଲୀ, ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଫୋନପେ ସୋମବାର ଏକ ବଡ ଘୋଷଣା କରିଛି। ତାହା ହେଉଛି ଆସନ୍ତା ଏକ ବର୍ଷ ମଧ୍ୟରେ ଭାରତରେ 2.5 କୋଟିରୁ ଅଧିକ ଛୋଟ ବ୍ୟବସାୟୀଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସକ୍ଷମ କରିବାରେ ସମର୍ଥ ହେବ ଫୋନ ପେ। ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ ଖୁବ ଶିଘ୍ର ‘ଫୋନ୍ ପେ ଫର୍ ବିଜନେସ୍’ ଆପ ବିକଶିତ କରାଯିବ। ସେଥିରେ ତୁରନ୍ତ ଦେୟ ନିଶ୍ଚିତକରଣ, ରସିଦ ସହିତ ପେମେଣ୍ଟ ପ୍ରକ୍ରିୟାର ଏଣ୍ଡ-ଟୁ-ଏଣ୍ଡ ନିୟନ୍ତ୍ରଣ ପ୍ରଦାନ କରିବ।  ଆସନ୍ତା ବର୍ଷେ ମଧ୍ୟରେ 5,500ଟି ଛୋଟ ସହରରେ ପହଞ୍ଚିବାକୁ ଯୋଜନା କରିଛି ଯାହା ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ 10,000 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। “ଡିଜିଟାଲ୍ ପେମେଣ୍ଟ୍ର ଦ୍ରୁତ ଅନୁପ୍ରବେଶ ସତ୍ବେ ସମଗ୍ର ଭାରତରେ ନଗଦ ପେମେଣ୍ଟ ଉପରେ ଲୋକେ ନିର୍ଭର କରନ୍ତି। ମାଲିକଙ୍କ ପାଖରେ ସ୍ମାର୍ଟଫୋନ୍, ଡାଟା ଏବଂ ନୂତନ ବୈଷୟିକ ଜ୍ଞାନ ଗ୍ରହଣ କରିବାର…

Read More