Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରରେ ଓଡ଼ିଶାର ସ୍ଥାନ ଭାବେ ରିଜିଓନାଲ୍ ଫରେନ୍‌ସିକ୍ ସାଇନସ୍ ଲେବ୍ରୋଟରି ସ୍ଥାପନ ହେବ। ଯେଉଁଠାରେ ଡ଼ିଏନ୍‌ଏ ପରୀକ୍ଷା ଏବଂ ସାଇବର ଫରେନ୍‌ସିକ୍ ଯାଞ୍ଚ ହୋଇପାରିବ। ଏଥିପାଇଁ ଆଜି ଅତିରିକ୍ତ ଡ଼ିଜି ସୁଶାନ୍ତ ନାଥ ବ୍ରହ୍ମପୁର ଗସ୍ତରେ ଆସିଥିଲେ। କମାପଲ୍ଲୀ ସ୍ଥିତ ପୁରୁଣା ବୈଦ୍ୟନାଥପୁର ଥାନା ପରିସରରେ ଏହା ସ୍ଥାପିତ ହେବ। ପୁରୁଣା ବୈଦ୍ୟନାଥପୁର ଥାନାକୁ ପୁନଃ ନୂତନ ଭାବେ ନିର୍ମାଣ କରାଯିବ। ଯେଉଁଭଳି ଭାବେ ସେଠାରେ ବହୁତ ପ୍ରକାର ମେସିନ୍ ଏବଂ ଉପକରଣ ଲାଗିବ। ଜାଗା ଚିହ୍ନଟ ହୋଇ ପରିଦର୍ଶନ ସମୟରେ ପିଡ଼ବ୍ଲୁଡ଼ି ଅଧିକାରୀ, ଏସ୍‌ପି, ଡ଼ିଆଇଜି ପ୍ରମୁଖ ଉପସ୍ଥିତ ଥିଲେ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ନୀଳକଣ୍ଠନଗର ସରସ୍ୱତୀ ଶିଶୁମନ୍ଦିରର ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ସାରା ରାଜ୍ୟରେ ର‌୍ୟାଙ୍କ ରଖିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏସ୍‌ବିଆଇ ଜୋନାଲ୍ ଅଫିସ, ବ୍ରହ୍ମପୁର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟଅତିଥି ଭାବେ ସ୍କୁଲର ସଂପାଦକ ନାରାୟଣ ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଏସ୍‌ବିଆଇର ରବିନ୍ଦ୍ର କୁମାର ସେନାପତି, ସୋମନାଥ ନନ୍ଦ, ରବିନ୍ଦ୍ର କୁମାର ରଥ, ଏମ୍‌.ଏନ୍‌.ସେଶୁ କୁମାର ପ୍ରମୁଖ ଯୋଗ ଦେଇଥିଲେ। ସଭାପତିତ୍ୱ ଡ଼ିଜିଏମ୍ ସାକ୍ୟ ସିହ୍ନା ବୈରାଗୀ, ସଂଯୋଜନା ଓ ସ୍ୱାଗତ ଭାଷଣ ସୋମନାଥ ନନ୍ଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ରାଉତ, ସବ୍ୟସାଚୀ ଆଚାର୍ଯ୍ୟ, ସନ୍ତୋଷ ମିଶ୍ର, ଅସାନ୍ତୁଲୁ ସେଠୀ ପ୍ରଭୃତି ଯୋଗ ଦେଇଥିଲେ। ଏହି ଅବସରରେ ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍ ବ୍ରହ୍ମପୁର ତରଫରୁ ର‌୍ୟାଙ୍କ ରଖିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଷ୍ଟେଟ ବ୍ୟାଙ୍କ ଅଫ୍…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷ ମାର୍ଚ୍ଚ ମାସରେ ଅନୁଷ୍ଠିତ +୨କଳା ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଂଜାମ, ଗଜପତି, କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ +୨ କଳା ପରୀକ୍ଷାରେ ସାମଗ୍ରିକ ଫଳାଫଳ ହାର ୬୧.୨୨ ପ୍ରତିଶତ ରହିଛି। ଦକ୍ଷିଣାଞ୍ଚଳରେ ୪୫୪୫୫ ଜଣ କଳାରେ ପରୀକ୍ଷା ଦେଇଥିବାବେଳେ ୨୯୪୯୩ ଜଣ ପାସ୍ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୩୨୯୬, ଦ୍ୱିତୀୟ ଶ୍ରେଣୀରେ ୪୮୪୮, ୨୧୩୩୩ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ଦକ୍ଷିଣାଞ୍ଚଳ ଧନ୍ଦାମୂଳକ ପରୀକ୍ଷାରେ ୯୬୧ ପରୀକ୍ଷାର୍ଥୀ ମଧ୍ୟରୁ ୪୯୪ ଜଣ ପାସ୍ କରିଛନ୍ତି। ୬୩ ଜଣ ପ୍ରଥମ, ୧୫୬ ଜଣ ଦ୍ୱିତୀୟ ଓ ୨୬୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଂଜାମ ଜିଲ୍ଲାରେ +୨ କଳା ପରୀକ୍ଷା ଦେଇଥିବା ମୋଟ ୧୮୧୫୦ ଛାତ୍ରଛାତ୍ରୀ ମଧ୍ୟରୁ ୧୩୫୧୭ ଜଣ ପାସ୍ ହୋଇଛନ୍ତି।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଏକ ଅଭିଯୋଗ କ୍ରମେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପୋଲିସ ଠୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ଼ ଗ୍ରାମର ଜନୈକ ମା ତାଙ୍କ ଝିଅଙ୍କୁ ସମ୍ପୃକ୍ତ ଗ୍ରାମର ଜଣେ ଯୁବକ ହଇରାଣ ହରକତ କରିବା ପ୍ରସଙ୍ଗକୁ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଯୁବକ ଜଣକ ତାଙ୍କ ଝିଅଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ତାଙ୍କୁ ବିବାହ କରିବା ପାଇଁ ଜିଦି କରୁଥିଲେ। ଯଦି ଏହା ନ ହୁଏ ତାହାଲେ ସେ ଯୁବତୀଙ୍କୁ ଘରୁ ଉଠାଇ ନେଇଯିବାର ଧମକ ମଧ୍ୟ ଦେଇଥିବାର ଉକ୍ତ ଏତଲାରେ ଉଲ୍ଲେଖ କରିଛନ୍ତି ଯୁବତୀଙ୍କ ମା। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କେସ ନମ୍ବର ୨୭୯/୨୦ ରେ…

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 409 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ 409 ପଜିଟିଭଙ୍କ ମଧ୍ୟରୁ 242 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ  167ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନାଦେଇଛି । କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ  242ଜଣଙ୍କ ମଧ୍ୟରେ  ଷ୍ଟେସନ ସ୍କୋୟାରରୁ 7ଜଣ, ଚନ୍ଦ୍ରଶେଖରପୁରରୁ 11ଜଣ, 6ଜଣ ସରକାରୀ କର୍ମଚାରୀ ରହିଥିବାବେଳେ କେଳାବସ୍ତିରୁ 8ଜଣ, ବେହେରାସାହିରୁ 5 ଜଣ,  5ଜଣ ସରକାରୀ ହସ୍ପିଟାଲ କର୍ମଚାରୀ ରହିଛନ୍ତି । 167ଜଣ ଲୋକାଲ୍‌ କଣ୍ଟାକ୍ଟ ମଧ୍ୟରୁ ଭିଏସଏସ ନଗରରୁ 10 ଜଣ, ନୟାପଲ୍ଲୀରୁ 6ଜଣ, ଶହୀଦନଗରରୁ 5 ଜଣ, ବାୟାବାବା ମଠ ନିକଟରୁ ଜଣେ, ଖଣ୍ଡଗିରିରୁ ଚାରିଜଣ ରହିଛନ୍ତି । ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 344ଜଣ ସୁସ୍ଥ ହୋଇଛନ୍ତି । ରାଜଧାନୀରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 12 ହଜାର 812ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ସାତ ହଜାର 867ଜଣ । ସେହିପରି…

Read More

ସୀତରାମ ଅଗ୍ରଓ୍ବାଲ ଚିଲିକା :  ଖୋର୍ଦ୍ଧା ଜିଲ୍ଲା ରେ ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣ କୁ ବ୍ରେକ ଦେବା ପାଇଁ ନିକଟରେ ରାଜ୍ୟ ସରକାର ଦୁଇ ଜଣ ଯୁବ ଆଇଏଏସ୍‌ ଅଧିକାରୀ ଯେଉଁମାନେ କି ଗଞ୍ଜାମ ଜିଲ୍ଲାରେ କୋଭିଡ ସଂକ୍ରମଣ କୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହୋଇଥିଲେ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ରୂପେ ନିଯୁକ୍ତି ଦେଇଛନ୍ତି।  ସେମାନେ ହେଲେ ଆଇ.ଏ.ଏସ୍‌ ପରୁଲ ପଟୱାରି ଏବଂ ଆଇ.ଏ.ଏସ୍‌ ବିଶାଲ ସିଂ । ପରୁଲ ପଟୱାରି ଙ୍କୁ ଭୁବନେଶ୍ୱର କୋଭିଡ ମ୍ୟାନେଜମେଣ୍ଟ ଇନ ଚାର୍ଜ ରୂପେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲପାଳ ଦାୟିତ୍ୱ ଦିଆଯାଇଥିବା ବେଳେ ବିଶାଲ ସିଂ ଙ୍କୁ ଖୋର୍ଦ୍ଧା କୋଭିଡ ମ୍ୟାନେଜମେଣ୍ଟ ଇନ ଚାର୍ଜ ରୂପେ ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲପାଳ ଦାଇତ୍ୱ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢୁଥିବା କରୋନା ସଂକ୍ରମଣ କୁ ରୋକିବା ପାଇଁ ଆଜି ସ୍ୱତନ୍ତ୍ର ଅତିରିକ୍ତ…

Read More

ଢାକା : ବାଂଲାଦେଶ ରାଜଧାନୀ ଢାକାର ଏକ ମସଜିଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 12 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 25 ଜଣ ଆହତ ହୋଇଛନ୍ତି । ଢାକାର ନାରାୟଣଗଞ୍ଜରେ ରହିଥିବା ଏକ ମସଜିଦରେ ରାତି 9ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ଶୁକ୍ରବାର 11 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶନିବାର ଜଣେ ନାବାଳକ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ବର୍ଣ୍ଣ ଆଣ୍ଡ ପ୍ଲାଷ୍ଟିକ ସର୍ଜରୀରେ ଭର୍ତ୍ତି କରାଯାଇଛି । ଏହା ମଧ୍ୟରୁ ୧୨ ଜଣ ଲୋକଙ୍କ ଶରୀରର 90 ପ୍ରତିଶତ ପୋଡି ଯାଇଥିବା ଜଣାପଡିଛି । ତେବେ ବିସ୍ଫୋରଣରେ ପ୍ରକୃତ କାରଣ ଜଣାପଡିନାହିଁ । ସର୍ଟସର୍କିଟ୍‌ ଯୋଗୁଁ ବିସ୍ଫୋରଣ ହୋଇଥିବାର ଅନୁମାନ କରାଯାଉଛି ।

Read More

ନୂଆଦିଲ୍ଲୀ : ସର୍ବସାଧାରଣ ଯାତାୟତ ବ୍ୟବସ୍ଥା ଦ୍ବାରା କୋଭିଡ୍ ସଂକ୍ରମଣ ବଢିପାରେ ବୋଲି ସୂଚନା ରହିଛି । ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣ ପରିବହନ ପରି ଏକ ବନ୍ଦ ତଥା ଛୋଟ ସ୍ଥାନରେ ଏହି ମାରାତ୍ମକ ଭୂତାଣୁ ସହଜରେ ବିସ୍ତାର ହୋଇପାରେ। ଏକ ଯାତ୍ରୀବାହୀ ବସ୍‌ରେ 67 ଜଣ ଯାତ୍ରା କରୁଥିବାବେଳେ ସେମାନଙ୍କ ମଧ୍ୟରୁ 23ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି। ଝେଜିଆଙ୍ଗ ପ୍ରଦେଶରେ ଥିବା ଜାମା ଇଣ୍ଟରନାଲ ମେଡିସିନ୍ସ ପ୍ରତିଷ୍ଠାନର ଗବେଷକମାନେ କହିଛନ୍ତି ଯେ ଗୋଟିଏ ବସ୍‌ରେ ଜଣେ କରୋନା ରୋଗୀଙ୍କ ସାଙ୍ଗରେ ଏକାଠି ଯାତ୍ରା କରି 23  ଜଣ ସଂକ୍ରମିତ ହେବା ପରେ ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀ 19 ରେ ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ବସରେ 67 ଜଣ ବ୍ୟକ୍ତି ଏକ ଉତ୍ସବରେ ଯୋଗ ଦେବା ପାଇଁ ଯାତ୍ରା କରିଥିଲେ । ସେମାନେ ମୋଟେ ଘଣ୍ଟାଏ ଚାଳିତ…

Read More

ନୂଆଦିଲ୍ଲୀ : ରାଷ୍ଟୀୟ ବିଜେପିର ପୁରୁଣା ସଭାପତି ପୂର୍ବରୁ ଯାହା କହି ଆସୁଥିଲେ, ନୂଆ ସଭାପତି ଭାବେ ଜେପି ନଡ୍ଡା ଦାୟତ୍ବ ନେବା ପରେ ସେହି କଥା ଦୋହରାଇଛନ୍ତି। ତାହା ହେଲା ଓଡିଶାର ବିଜେପି, ସରକାର କରିବ। ଆଜି ଭିଡିଓ କନଂଫ୍ରେସିଂରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ସଭାପତି  ନଡ୍ଡା ଯୋଗ ଦେଇ ଏହା କହିଛନ୍ତି। ତେବେ ନୂଆ ସଭାପତିଙ୍କ ଏହି ଭାଷଣ ରାଜ୍ୟର ନୂଆ କର୍ମକର୍ତ୍ତାଙ୍କୁ ବେଶ୍ ଉତ୍ସାହିତ କରିପାରିଛି। ରାଜ୍ୟରେ ବିଜେପିର “ସ୍ଥିର” ସରକାର ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି, ୨୦୧୪ ମସିହା ବିଧାନସଭା ନିର୍ବାଚନରେ ବିଜେପି ୧୮ ପ୍ରତିଶତ ଭୋଟ୍ ପାଇଥିବାବେଳେ ୨୦୧୯ ରେ ଏହା ୩୨ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଭୋଟ୍ ପାଇବାକୁ ଲକ୍ଷ୍ୟ ରଖିବା ଆବଶ୍ୟକ ବୋଲି ନଡ୍ଡା କର୍ମି ଓ ନେତାଙ୍କୁ କହିଛନ୍ତି। ଓଡିଶାରେ ବିଜେପିର ଅଗ୍ରଗତି ସଂପର୍କରେ ସେ…

Read More

ଭୁବନେଶ୍ବର : ଆଜି ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇଛି । ପାସ୍‌ ହାରରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତ ଥର କଳାରେ 67.56% ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଚଳିତ ଥର 2ଲକ୍ଷ 19 ହଜାର 716 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ  ପାସ୍‌ କରିଛନ୍ତି 1 ଲକ୍ଷ 48 ହଜାର 452ଜଣ। ପୁଅଙ୍କ ପାସ୍‌ ହାର୍‌ 57.53% ରହିଥିବାବେଳେ ଝିଅଙ୍କ ପାସ୍‌ ହାର ରହିଛି 74.48% । ସେହିପରି ପ୍ରଥମ ଶ୍ରେଣୀରେ 22 ହଜାର 196 ପରୀକ୍ଷାର୍ଥୀ ପାସ୍‌ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 26 ହଜାର 027 ଜଣ, ତୃତୀୟଶ୍ରେଣୀରେ 1ଲକ୍ଷ 101ଜଣ ପାସ୍‌ କରିଛନ୍ତି । ବରଗଡ଼ ଜିଲ୍ଲାରୁ ସର୍ବାଧିକ 76.63 ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ  44. 67 ପ୍ରତିଶତ ପିଲା ପାସ କରିଥିବା…

Read More

ଭୁବନେଶ୍ବର :  ଓଲିଉଡ୍‌ର ଲୋକପ୍ରିୟ କଳାକାର ଅନୁଭବ-ବର୍ଷାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବାର ସୂଚନା ରହିଛି । ଓଲିଉଡ୍‌ର ଲୋକପ୍ରିୟ ଯୋଡ଼ି ଭାବେ ଦୁହେଁ ଦର୍ଶକଙ୍କୁ ଅନେକ ସୁପରହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତେବେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିନଥିବାର ସୂଚନା ରହିଛି।  ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।  କଟକ ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା ଦାୟର କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ହିଂସା ନିରୋଧ ଆଇନ୍‌ ଧାରା-୧୨ ଅନୁଯାୟୀ ମାମଲା ରୁଜୁ ହୋଇଥିବାର ସୂଚନା ରହିଛି । ଆସନ୍ତା  ୭ ତାରିଖ ଦିନ ମାମଲାର ପ୍ରଥମ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବାର ସୂଚନା ରହିଛି । ମାମଲା ନେଇ ଜିଲ୍ଲା କୋର୍ଟର ଅଫିସିଆଲ୍‌ ଓ୍ବେବସାଇଟ୍‌ରେ ସୂଚନା ରହିଛି । ସଦ୍ୟତମ ଖବର ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ବର୍ଷା ମାନସିକ- ଶାରିରୀକ ନିର୍ଯାତନାର…

Read More

ମୁମ୍ବାଇ : ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଏବଂ ସାମୁଏଲ ମିରାଣ୍ଡାଙ୍କୁ ଚାରି ଦିନିଆ ରିମାଣ୍ଡରେ ନେଇଛି ଏନସିବି । ଉଭୟଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ମୁମ୍ବାଇ ସ୍ଥିତ ଏସପ୍ଲାନେଡ୍ କୋର୍ଟରେ ହାଜର କରାଯାଇଥିଲା । ଏନସିବି ପକ୍ଷରୁ ଉଭୟଙ୍କ  ସାତ ଦିନିଆ ରିମାଣ୍ଡ ଦାବି କରାଯାଇଥିବା ବେଳେ କୋର୍ଟଙ୍କ ପକ୍ଷରୁ ଚାରି ଦିନିଆ ରିମାଣ୍ଡ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଏହା ପରେ ବିଭିନ୍ନ ହ୍ୱାଟ୍ସଆପ୍ ଚାଟରେ ସୌଭିକ୍ ଏବଂ ସାମୁଏଲଙ୍କ ନାଁ ଆସିବା ପରେ ଏନସିବି ପକ୍ଷରୁ ଗତକାଲି ଉଭୟଙ୍କୁ ଗିରଫ କରାଯାଇଥିଲା । (ଏଜେନ୍ସି)

Read More

ଫତେପୁର : ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁରଥାନା ଅନ୍ତର୍ଗତ ଚକରସୁଲପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଗ୍ରାମର ଏକ ପୋଖରୀରୁ 11 ବର୍ଷୀୟ ବାଳକର ଶବ ମିଳିଛି । ଶବ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ବାଳକଟିର ନାମ ରବି ବୋଲି ସୂଚନା ରହିଛି । ପୋଖରୀରେ ଗାଧୋଉଥିବାବେଳେ ବାଳକର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ବାଳକର ପିତା ପୋଖରୀରେ ଗାଧୋଉଥିବାର ଦେଖି ଗାଳି କରି ଘରକୁ ପଠାଇଥିଲେ । କିନ୍ତୁ ବାଳକଟି ପୁନଶ୍ଚ ସନ୍ଧ୍ୟାବେଳେ ଘରୁ ନିଖୋଜ ଥିଲେ । ପରେ ଘରର ସମସ୍ତ ସଦସ୍ୟ ବାଳକକୁ ଖୋଜାଖୋଜି କରିଥିଲେ । ନିଖୋଜ ହେବାର ଦ୍ବିତୀୟ ଦିନରେ ବାଳକର ଶବ ପୋଖରୀରୁ ମିଳିଥିଲା । ତେବେ ଏନେଇ ପୋଲିସ୍‌କୁ ସୂଚନା ଦିଆଯାଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ଶବକୁ ଜବତ କରିବା ପୋଷ୍ଟମର୍ଟମ କରିବାକୁ ପଠାଇଛନ୍ତି । 11 ବର୍ଷୀୟ…

Read More

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ମ୍ୟାନେଜର୍ ସାମୁଏଲ ମିରାଣ୍ଡାଙ୍କୁ କୋର୍ଟରେ ହାଜର କରାଯାଇଛି। ଗତକାଲି ତାଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି ।  ତାଙ୍କ ନାଁରେ ଥିବା ଡ୍ରଗ୍ସ କିଣିବା ଏବଂ ଏହାର ବ୍ୟବହାର ନେଇ ଏନସିବି ହାତରେ ପ୍ରମାଣ ଲାଗିଛି। ଯାହାକୁ କୋର୍ଟରେ ଉପସ୍ଥାପନ କରି ସାତଦିନିଆ ରିମାଣ୍ଡ ମାଗିଲା ନାର୍କୋଟେକ୍ କଣ୍ଟ୍ରୋଲ୍ ବ୍ୟୁରୋ  ।  ସୌଭିକ୍‌ ଓ ସାମୁଏଲଙ୍କ ସମେତ କାଏଜାନ୍‌ ଇବ୍ରାହିମ୍‌ଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ଅପରପକ୍ଷରେ ଆଜି ପୁଣିଥରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟକୁ ଯାଇ ତଦନ୍ତ କରିଛି ସିବିଆଇ।

Read More

ନ୍ୟୁୟର୍କ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସରତ ଅଛନ୍ତି । ମୋଦି ତାଙ୍କର ଭଲ ବନ୍ଧୁ ଏବଂ ଆମେରିକାର ଭାରତୀୟ ମାନେ ତାଙ୍କୁ ହିଁ ଭୋଟ କରିବେ ବୋଲି ଟ୍ରମ୍ପ ଶୁକ୍ରବାର ମତ ଦେଇଛନ୍ତି । ଆସନ୍ତା ନଭେମ୍ବର 3ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଜୋ ବିଡେନଙ୍କୁ ପରାଜିତ କରିବା ନେଇ ଟ୍ରମ୍ପ ଦୃଢୋକ୍ତି ପ୍ରକାଶ କରିଛନ୍ତି । ମୋଦି ଭଲ କାମ କରୁଛନ୍ତି ବୋଲି ମତ ଦେବା ସହିତ ସେପ୍ଟେମ୍ବରରେ ମୋଦିଙ୍କ ସହିତ ହାଉଡି ମୋଦିର ଅନୁଭବ ସମ୍ପର୍କରେ ବର୍ଣ୍ଣନା କରିଥିଲେ ଟ୍ରମ୍ପ । ହଷ୍ଟନର ଏନଆରଜି ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାରତୀୟ ମାନେ ଅତ୍ୟନ୍ତ ଉତ୍ସାହର ସହିତ ଯୋଗ ଦେଇଥିଲେ । ପୂର୍ବରୁ ଭାରତୀୟ ଭୋଟର ମାନେ ଡେମୋକ୍ରାଟିକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ବେଳେ ହାଉଡି ମୋଦି କାର୍ଯ୍ୟକ୍ରମ ପରେ ଭାରତୀୟ ଭୋଟର ଧୀରେ ଧୀରେ ରିପବ୍ଲିକାନ ଦଳ…

Read More

ନୂଆଦିଲ୍ଲୀ : ଆଜି ସେପ୍ଟେମ୍ବର 5 ତାରିଖକୁ ସାରା ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପୂର୍ବତନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣିଙ୍କ ଜନ୍ମଦିବସ । ଗୁରୁଦିବସ ଉପଲକ୍ଷେ ଗୁଗୁଲ୍‌ ଏକ ସ୍ବତନ୍ତ୍ର ଡୁଡୁଲ୍‌ ପ୍ରସ୍ତୁତ କରିଛି । ଏହି ଡୁଡୁଲ୍‌ ଜରିଆରେ ଆପଣ ସ୍କୁଲ ଦିନର ସ୍ମୃତିକୁ ତାଜା କରିପାରିବେ । ଗୁଗୁଲ୍‌ ପ୍ରସ୍ତୁତ କରିଥିବା ଡୁଡୁଲ୍‌ରେ ପୁସ୍ତକ, ଲାପଟପ୍‌, ସ୍କେଲ୍‌,  ପ୍ରଜାପତି, ମୁଖା, କଲରବୋର୍ଡ, ସ୍କୁଲ ଘଣ୍‌ଟି, ପୃଥିବୀ ଓ ଇଲେକ୍ଟ୍ରି ବଲବ୍‌ ତଥା ଅନ୍ୟ ବିଷୟ ସହିତ ସମ୍ପର୍କିତ କିଛି ବସ୍ତୁକୁ ଦେଖାଯାଇଛି ।ଗୁଗୁଲ୍‌ର ଏହି ଡୁଡୁଲ୍  ଛାତ୍ର ଜୀବନରେ ଶିକ୍ଷକଙ୍କ ଭୂମିକା ଉପରେ ଗୁରୁତ୍ବାରୋପ କରିଛି । ଗୁଗୁଲ୍‌ର ଏହ ଡୁଡୁଲ୍‌ ଉପରେ କ୍ଲିକ୍‌ କଲେ ସ୍କୁଲ ସମ୍ପର୍କରେ ସମସ୍ତ ତଥ୍ୟ ନଜରକୁ ଆସୁଛି । ଏହା ସହିତ ସମାଜ ସେବାରେ ଶିକ୍ଷକଙ୍କ ଯୋଗଦାନକୁ ଦେଖି ଶିକ୍ଷକକୁ ପ୍ରଶଂସା କରିଛି ଗୁଗୁଲ୍‌…

Read More

ସାଇବେରିଆ, ରୁଷିଆରେ ଥିବା ଜଗନ୍ନାଥ ଭକ୍ତମାନେ ଏକ ଅଭିନବ ପରକଳ୍ପନା କରିଛନ୍ତି। ସେମାନେ ବରଫାବୃତ ସାଇବେରିଆ ଅଞ୍ଚଳରେ ନିର୍ମାଣ କରିଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି। ତେବେ ପଥର କିମ୍ବା କାଠରେ ନୁହେଁ। ସେମାନେ ସେଠାରେ ଜମାଟ ବନ୍ଧି ରହିଥିବା ବରଫ ଉପରେ ଏହି ତ୍ରିମୂର୍ତ୍ତି ନିର୍ମାଣ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ବରଫରେ ସେମାନେ ବିଭିନ୍ନ ରଂଗ ଦେଇ ମୂର୍ତ୍ତି ତିନୋଟି ବେଶ୍ ଆକର୍ଷଣୀୟ କରିଛନ୍ତି। ଏଥିସହିତ ସେମାନେ ଏହି ବରଫରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୂର୍ତ୍ତି ତିନୋଟି ଏପରି ଅବିକଳ ହୋଇଛି ଯେ, ସେଠାକୁ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଜଗନ୍ନାଥ ଭକ୍ତଙ୍କ ଆଗମନ ହେବାରେ ଲାଗିଛି।

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଛିା ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ପାର୍ଥିବ ଶରୀରକୁ ବିରିଡ଼ି ବ୍ଲକର ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ବାଲିଆ ସ୍ଥିତ ବାସଭବନରେ ରଖାଯାଇଛି। ଆଜି ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ବାଲିଆ ସ୍ଥିତ ବାସଭବନରେ ପହଞ୍ଚି ରବିନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି ଜିଲ୍ଲାର ମନ୍ତ୍ରୀ, ସାଂସଦ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ରବୀନ୍ଦ୍ର ନାଥ ଭୋଇ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ…

Read More

ଭୁବନେଶ୍ବର :  ଆଜି ରାଜ୍ୟରେ କରୋନା ଯୋଗୁଁ 7ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଗଞ୍ଜାମ, ବଲାଙ୍ଗିର, ସୁନ୍ଦରଗଡ ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ବୋଲି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଖୋର୍ଦ୍ଧା ଜିଲ୍ଳାରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଭୁବନେଶ୍ବରର 70 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 59 ବର୍ଷୀୟପୁରୁଷ ବୋଲି ସୂଚନା ରହିଛି । ସେହିପରି କଟକରୁ 61 ବର୍ଷୀୟ ପୁରୁଷ, ଗଞ୍ଜାମରୁ 70 ବର୍ଷୀୟ ପୁରୁଷ, ବଲାଙ୍ଗିରର 78 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ 68 ବର୍ଷୀୟ ପୁରୁଷ ଥିବାବେଳେ ମାଲକାନଗିରିରୁ ଜଣେ 13 ବର୍ଷୀୟ ବାଳକର କରୋନା ଯୋଗୁଁ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର : ଆଜି ରାଜ୍ୟର ମୋଟ୍‌ 30ଟି ଜିଲ୍ଲାରୁ3 ହଜାର 543ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 878 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ 326, କଟକରୁ 295,  ବରଗଡରୁ 274. ଯାଜପୁରରୁ 206.  ବାଲେଶ୍‌ବରରୁ 153, ଗଞ୍ଜାମରୁ 102,  ସୋନପୁରରୁ 99, ନୂଆପଡାରୁ 98, କୋରାପୁଟରୁ 90, ଝାରସୁଗୁଡାରୁ 87,  ଜଗତସିଂହପୁରରୁ 85, ସମ୍ବଲପୁରରୁ 83,  ଢେଙ୍କାନାଳରୁ 69, ଅନୁଗୁଳରୁ 68, ବୌଦ୍ଧ ଓ ରାୟଗଡାରୁ 67ଜଣ ଲେଖାଏଁ ରହିଥିବାବେଳେ ପୁରୀରୁ 61, ସୁନ୍ଦରଗଡରୁ 56, ଭଦ୍ରକରୁ 50,  କେନ୍ଦ୍ରାପଡାରୁ 48, କେଉଁଝରରୁ 44, କନ୍ଧମାଳରୁ 38, କଳାହାଣ୍ଡି ଓ ବଲାଙ୍ଗିରରୁ 37ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ନୟାଗଡରୁ 34, ନବରଙ୍ଗପୁରରୁ 33,  ଗଜପତିରୁ 29, ମାଲକାନଗିରିରୁ 25, ଦେବଗଡରୁ 4 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 543 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2161ଜଣ ଚିହ୍ନଟ ହୋଇଥିବାବେଳେ 1382ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 20ହଜାର221 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 29 ହଜାର 299ଜଣ । ସେହିପରି ସୁସ୍ଥ ହୋଇଛନ୍ତି 90 ହଜାର 331ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 531ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More