Author: Samikhsya Bureau

ମୁମ୍ବାଇ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ  ବଲିଉଡ ଅଭିନ୍ରେତୀ କଙ୍ଗନା ରଣାୱତ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ମୁମ୍ବାଇ ନଆସିବାକୁ ତାଙ୍କୁ ଧମକ ମିଳିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ତାଙ୍କୁ ଏଭଳି ଧମକ ଦେଇଥିବା ଲୋକଙ୍କ ନାମ ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ । ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲାଖୋଲି ଧମକ ଦେଇଥିବା କଙ୍ଗନା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏବେ ମୁମ୍ବାଇ ପାକ ଅଧିକୃତ କାଶ୍ମୀର ଭଳି ଲାଗୁଛି ବୋଲି କଙ୍ଗନା କହିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଅଭିନେତ୍ରୀ କଙ୍ଗନା ତାଙ୍କ ଟୁଇଟକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଖୋଲାଖୋଲି ତଥା ସାହସର ସହିତ ବୟାନ ଦେଉଛନ୍ତି କଙ୍ଗନା ।  ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କଙ୍ଗନା ବଲିଉଡରେ ନେପୋଟିଜିମ କରାଯାଉଥିବା ଅଭିଯୋଗ…

Read More

ଥିରୁଅନନ୍ତପୁରମ: କରୋନା ମହାମାରୀ ଲଢେ଼ଇରେ ଆଗଧାଡିରେ ଯୋଦ୍ଧା ସାଜିଛନ୍ତି ଡାକ୍ତରମାନେ । ନିଜ ଜୀବନକୁ ବାଜି ଲଗାଇ ଯୋଦ୍ଧା ସାଜିଥିବା ଏହି ଡାକ୍ତରମାନଙ୍କୁ ମୋଟା ଅଙ୍କର ଦରମା ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ କେରଳ ସରକାର ନିଜର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଥିବାରୁ ପାଖାପାଖି 900 ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଚନ୍ତି। ଏହି ଡାକ୍ତରମାନେ କୋଭିଡ କେୟାର କେନ୍ଦ୍ରରେ ନିଯୁକ୍ତି ମିଳିଥିଲା । ଏମାନେ ଚଳିତ ବର୍ଷ ସରକାରୀ ମେଡିକାଲ କଲେଜରୁ ଡାକ୍ତରୀ ଶିକ୍ଷାରେ ସ୍ନାତକ ହାସଲ କରିଥିଲେ। ସଦ୍ୟ ସ୍ନାତକ ହାସଲ କରିଥିବା 1080 ଜଣ ଡାକ୍ତରୀ ଛାତ୍ର କୋଭିଡ କେୟାର କେନ୍ଦ୍ରରେ ଅସ୍ଥାୟୀ ରୂପେ ନିଯୁକ୍ତି ପାଇଥିଲେ। ସେମାନଙ୍କୁ ମାସିକ 42,000 ଟଙ୍କା ଦରମା ମିଳିବ ବୋଲି କୁହାଯାଉଥିଲା । କିନ୍ତୁ ସେମାନଙ୍କୁ ମାତ୍ର 27,000 ଟଙ୍କା ମାସିକ ଦରମା ଦିଆଯାଉଛି। ଏନେଇ ସେମାନେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ…

Read More

ଭୁବନେଶ୍ବର: ସେପ୍ଟେମ୍ବର 30 ତାରିଖ ପୂର୍ବରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି।ପ୍ରଥମେ ଲୋକସଭା କାର୍ଯ୍ୟକାଳକୁ ଦେଖିବା ପରେ ହିଁ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ବର୍ତ୍ତମାନ ରାଜସ୍ଥାନରେ ବିଧାନସଭା ବସିଛି। ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ କଥା ହୋଇଛି ବୋଲି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ଗାଇଡ୍ ଲାଇନ୍ ଆସିବା ପରେ ଆମ ରାଜ୍ୟର କୋଭିଡ୍ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି।

Read More

ଲଦାଖ : ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରାୱଣେ ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଛନ୍ତି । ଏଲଏସିରେ ଉତ୍ତେଜନା ପରେ ସ୍ଥଳସେନା ମୁଖ୍ୟ ଲଦାଖ ଏବଂ ଲେହରେ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡିଛି । ଏହି ଦୁଇ ଦିନିଆ ଗସ୍ତ ସମୟରେ ଭାରତୀୟ ସେନାର ପ୍ରସ୍ତୁତି ଉପରେ ମଧ୍ୟ ଧ୍ୟାନ ଦେବେ ନରାୱଣେ । ଅଗଷ୍ଟ 29 ତାରିଖରେ ଚୀନ୍ ସେନା ପକ୍ଷରୁ ପେଙ୍ଗଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା । ଭାରତୀୟ ଯବାନ ମାନେ ଏହି ଉଦ୍ୟମକୁ ପଣ୍ଡ କରି ଦେଇଥିଲେ ମଧ୍ୟ ଏହାକୁ ସତର୍କ ସୂଚନା ଭାବରେ ଗ୍ରହଣ କରାଯାଇଥିଲା।ପୂର୍ବ ଲଦାଖରେ ପେଂଗାଙ୍ଗରେ ଯଥାସ୍ଥିତି ବଦଳାଇବା ପ୍ରୟାସରେ ଚୀନ ସେନାର ଉଗ୍ର କାର୍ଯ୍ୟକଳାପ ପରେ ଉଭୟ ଦେଶ ମଧ୍ୟରେ ଗତ ତିନି ଦିନ ହେଲା କଥାବାର୍ତ୍ତା ଜାରି ରହିଛି  । ଉଭୟ ଦେଶର ବ୍ରିଗେଡ କମାଣ୍ଡରସ୍ତରୀୟ  ଅଧିକାରୀ ଚୁଶୁଲରେ ସାକ୍ଷାତ କରିଥିବାର…

Read More

ଭୁବନେଶ୍ବର :  କରୋନା ରାଜ୍ୟରେ ତାର କାୟା ବିସ୍ତାର କରିସାରିଲେଣି । ଏହି ପରିସ୍ଥିତିରେ ରାଜନେତାଠାରୁ ଆରମ୍ଭ କରି କଳାକାର, ସାଧାରଣ ଜନତା କେହି ବର୍ତ୍ତୁ ନାହାନ୍ତି । ଏହାରି ମଧ୍ୟରେ ରାଜ୍ୟ ହସ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ଏହାସହ ସେ ହୋମ ଆଇସୋଲେସନରେ ରହିବା ସହ ସୁସ୍ଥ ଅଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ତୁରନ୍ତ ନିଜର କରୋନା ଟେଷ୍ଟ କରାଇ ନେବାକୁ ପଦ୍ମିନୀ ଦିଆନ ଅନୁରୋଧ କରିଛନ୍ତ । ପୂର୍ବରୁ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କୃଷି ମନ୍ତ୍ରୀ ଅରୁଣ ସାହୁ ଓ କିଛି ବିଧାୟକମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Read More

ମାଲାକାନାଗିରି, ଗତକାଲି ମାଲକାନାଗିରି ରାତିରେ ପୋଲିସ ଏକ ବଡ ଗଂଜେଇ ବେପାରୀଙ୍କ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ଦୁଇ କ୍ବଣ୍ଟା 76 କେଜି ଗଂଜେଇ ଜବତ କରାଯାଇଛି। ରାତିରେ 8 ଜଣ ଦୁଇଟି କାର ଏବଂ ଗୋଟିଏ ମୋଟର ସାଇକେଲରେ ଗଂଜେଇ ନେଇ ଯାଉଥିଲେ। ପୋଲିସ ପାଖରେ ଖବର ପହଁଚିବା ପରେ ସେମାନଙ୍କୁ ଧରିବା ପାଇଁ ଯୋଜନା କରାଯାଇଥିଲା। ଫଳରେ ମୋଟୁ ପୋଲିସ ଷ୍ଟେସନର ଇନସ୍ପେକ୍ଟର ଏସ କ ସାହୁଙ୍କ ନେତୃତ୍ବରେ ଏକ ଟିମ ଗଠନ କରାଗଲା। ଏଥିରେ ମୋଟୁ ପୋଲିସ ଷ୍ଟେସନର ଏସଆଇ ଏନ ପି ବାତ୍ରା ଏବଂ ଆର କେ ସେଠୀ ସାମିଲ ହେଲେ। ଯୋଜନା ମୁତାବକ ସେମାନଙ୍କୁ ଧରାଯିବା ସହିତ ସମସ୍ତ ଗଂଜେଇ ଜବତ କରାଯାଇଛି। ଏଥିସହିତ ଏହି ମାମଲାରେ ଆଠ ଜଣଙ୍କୁ ପୋଲିସ ଗିରଫ କରିବା ସହ ଗାଡି ମଧ୍ୟ ଜବତ କରିଛି।  

Read More

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଟ୍ୱିଟ୍ଟରକୁ ଆକାଉଣ୍ଟଟିକୁ ଜନ ୱିକ ନାମକ ଜଣେ ହ୍ୟାକର ହ୍ୟାକ କରି ନେଇଛନ୍ତି । ଆକାଉଣ୍ଟକୁ ହ୍ୟାକ କରିବା ସହିତ କ୍ରିପଟୋକରେନ୍ସିରେ ପିଏମ କେୟାର୍ସ ଫଣ୍ଡକୁ ଅର୍ଥ ପଠାଇବା ପାଇଁ ଏକାଧିକ ପୋଷ୍ଟ ମଧ୍ୟ କରାଯାଇଥିଲା। ରାତି 3.15 ମିନିଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍ଟର ଆକାଉଣ୍ଟଟି ହ୍ୟାକ ହୋଇଥିଲା । ଏକ କ୍ରିପଟୋ କରେନ୍ସି ଆକାଉଣ୍ଟ ନମ୍ବର ସହିତ ପିଏମ କେୟାର୍ସ ଫଣ୍ଡକୁ ଦାନ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ଏହି ଘଟଣା ଜଣା ପଡିବା ପରେ ଟ୍ୱିଟ୍ଟର ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ସୂଚନାଥାଉ କି, ହ୍ୟାକିଂ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ୱେବ୍‌ସାଇଟ୍‌ର ଅଫିସିଆଲ୍‌ ଟ୍ୱିଟର୍‌ ଆକାଉଣ୍ଟ୍‌ରେ 2.5 ମିଲିୟନ ଫଲୋଅର୍ସ ଅଛନ୍ତି। ବିଗତ କିଛି ମାସ ମଧ୍ୟରେ ବିଭିନ୍ନ ସେଲିବ୍ରିଟିଙ୍କ ଟ୍ୱିଟ୍ଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିବା…

Read More

ବଣାଇ : କରୋନା ପାଇଁ 2ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଓପିଡି ବନ୍ଦ ରହିଛି । ଗୁରୁଣ୍ଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର 72 ଘଣ୍ଟା ପାଇଁ ବନ୍ଦ ଘୋଷଣା । ସରସରା ବଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି । ଉଭୟ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ କର୍ମଚାରୀ ଓ ଜଣେ ରୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ଏପରି ପଦକ୍ଷେପ ନିଆଯାଇଛି । ଉଭୟ ହସ୍ପିଟାଲର ଓପିଡି ବନ୍ଦ ରହିଥିବାବେଳେ ଏମଜେନ୍ସି ଖୋଲା ରହିବ ବୋଲି ସୂଚନା ରହିଛି । ସାନିଟାଇଜେସନ୍‌ ଓ କଣ୍ଟାକ୍ଟ ଟ୍ରେସିଂ ପାଇଁ ସଟ୍‌ଡାଉନ୍‌ ଘୋଷଣା ରହିଛି ।

Read More

ଭୁବନେଶ୍ବର, ଚଳିତ ଲଘୁଚାପ ଜନିତ ବନ୍ୟାରେ ବିଭିନ୍ନ ନଦୀ ଓ ଶାଖା ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟବଡ ଘାଇ ଏବଂ ଘଳିଆଗୁଡିକର ବନ୍ଦ କରାଯିବା କାର୍ଯ୍ୟ ଜଳ ସମ୍ପଦ ବିଭାଗ ଦ୍ବାରା ଜାରି ରହିଛି। ବିଭାଗର ସଚିବ ଅନୁ ଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନେ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ମରାମତି କାମ ତଦାରଖ କରୁଛନ୍ତି।

Read More

ଭୁବନେଶ୍ୱର : ରାଜ୍ୟ ସାରା ରେଷ୍ଟୁରାଣ୍ଟ ଓ ବାର ଖୋଲିବାକୁ ଅନୁମତି ମିଳିଛି । ଲୋକମାନେ ଏଣିକି ରେଷ୍ଟୁରାଣ୍ଟରେ ବସି ଖାଇପାରିବେ। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍, ପଶ୍ଚିମ ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ଆସୋସିଏସନକୁ ଚିଠି ଲେଖିଛନ୍ତି । ପ୍ରକାଶଯେ, କରୋନା ପାଇଁ ଦୀର୍ଘ 6 ମାସ ହେବ ସମସ୍ତ ରେଷ୍ଟୁରାଣ୍ଟ ଓ ବାର ବନ୍ଦ ରଖାଯାଇଥିଲା । କରୋନା ସଂକ୍ରମଣ ଭୟ କାରଣରୁ କେବଳ ପାର୍ସଲ ମାଧ୍ୟମରେ ରେଷ୍ଟୁରାଣ୍ଟ ଓ ବାର ଚାଲିଥିଲା । ଏକା ସାଙ୍ଗରେ ବସି ଖାଇଲେ କରୋନା ସଂକ୍ରମଣ ଭୟ କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିଲା। ତେବେ ସେତେବେଳେ କରୋନା ସଂକ୍ରମଣ ସଂଖ୍ୟା କମ୍ ଥିବା ସମୟରେ ରେଷ୍ଟୁରାଣ୍ଟ ଓ ବାର ବନ୍ଦ କରାଯାଇଥିବା ବେଳେ ଏବେ ଦିନକୁ ଦିନ…

Read More

ଭୁବନେଶ୍ବର: ଶନିବାର ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ । ଅପରାହ୍ନ 4ଟାରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।  ଆସନ୍ତା 5 ତାରିଖ ଶନିବାର ଦିନ ପରିଷଦର ଓ୍ବେବସାଇଟ୍‌ରେ କଳା ରେଜଲ୍ଟ ଉପଲବ୍ଧ ହେବ ବୋଲି ସୂଚନାରହିଛି ।  ଚଳିତଥର ଦୁଇଲକ୍ଷରୁ ଅଧିକ ପିଲା କଳା ପରୀକ୍ଷା ଦେଇଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିସାରିଥିବାବେଳେ କଳା ପରୀକ୍ଷା ଫଳ ବାହାରିବାକୁ ବାକି ରହିଛି । ଚଳିତ ଥର କରୋନା ଯୋଗୁଁ ଯୁ୍କ୍ତ ଦୁଇ ପରୀକ୍ଷାରେ ବାଧାପ୍ରାପ୍ତ ହେବା ସହ ଖାତା ଦେଖାରେ ମଧ୍ୟ ବାଧକ ସୃଷ୍ଟି ହୋଇଥିଲା।

Read More

ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ବିଗତ 24 ଘଣ୍ଟା ମଧ୍ୟରେ 83 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ ଅତିକ୍ରମ କରିଛି। ଏହା ସହିତ ଭାରତ ବ୍ରାଜିଲ ଠାରୁ ମାତ୍ର 1 ଲକ୍ଷ ଆକ୍ରାନ୍ତ ପଛରେ ରହିଛି । 83 ହଜାର 883 ନୂତନ ଆକ୍ରାନ୍ତଙ୍କ ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 38 ଲକ୍ଷ 53 ହଜାର 407 ଛୁଇଁଛି । ଏହା ସହିତ 24 ଘଣ୍ଟା ମଧ୍ୟରେ 1043 ଜଣଙ୍କର ମୃତ୍ୟୁ ଘଟିଛି । ସମୁଦାୟ ମୃତ୍ୟୁ ସଂଖ୍ୟା 67 ହଜାର 376ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ 29 ଲକ୍ଷ 70 ହଜାର 492 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 15 ହଜାର 538 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77 ପ୍ରତିଶତ ଛୁଇଁଛି…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ 8ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ କଟକ ଜିଲ୍ଳାରୁ 2ଜଣ, ବାଲେଶ୍ବର, କନ୍ଧମାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 78 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 78ଓ 56 ବର୍ଷ ବୋଲି ସୂଚନା ରହିଛି। ସେହିପରି କଟକରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 66 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି। ଭୁବନେଶ୍ବରର ମୃତ୍ୟୁ ଆକ୍ରାନ୍ତ ଜଣକ 72ବର୍ଷୀୟ ପୁରୁଷ ହୋଇଥିବାବେଳେ ବାଲେଶ୍ବରରୁ ଜଣେ 60ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲାର ମୃତକଙ୍କ…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ବର୍ତ୍ତମାନ ସମୟରେ କରୋନା ମହାମାରୀ କୁ ଜନସାଧାରଣ ମାନେ ହାଲୁକା ଭାବେ ଗ୍ରହଣ କରୁଛନ୍ତି ଏବଂ ନିୟମ କୁ ମାନୁନାହାନ୍ତି ଯାହା ଦ୍ୱାରା ଆକ୍ରାନ୍ତ ଏବଂ ମୃତକ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।  କରୋନା ମହାମାରୀ କେତେ ମାରାତ୍ମକ ତାହାର ଉଦାହରଣ ଗତକାଲି ଖୋର୍ଦ୍ଧା ଜିଲ୍ଲା ର ବାଲୁଗାଁ ସହରରେ ଦେଖିବାକୁ ମିଳିଛି । କୋଭିଡ ଲାଗି ପ୍ରାଣ ହରାଇଛନ୍ତି ଜଣେ ସ୍ଥାନୀୟ ଏନ.ଏ.ସି କର୍ମଚାରୀ ।  ଏଭଳି ଦୁଖଃଦଘଟଣା ଘଟିଯାଇଛି ବାଲୁଗାଁ ଏନ.ଏ.ସି ଅଞ୍ଚଳରେ । ମିଳିଥିବା ସୂଚନା ଅନୁଯାୟୀ ବାଲୁଗାଁ ଏନ.ଏ.ସି ର ଠିକା କର୍ମଚାରୀ କବିନ୍ଦ୍ର ଜାଲି(୫୯) ଯିଏ କି ବିଗତ ୨୫ ବର୍ଷ ହେବ ଏନ.ଏ.ସି ର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ ତାଙ୍କର ଗତକାଲି ମୃତ୍ୟୁ ହୋଇଛି ।  କବିନ୍ଦ୍ରଙ୍କ ଘର ଅଠରବାଟିଆ ପଞ୍ଚାୟତ ଅନ୍ତର୍ଗତ ଛେଡ଼ାପଦର ଗ୍ରାମ । କବିନ୍ଦ୍ର ପୂର୍ବରୁ କୋଭିଡ ଟେଷ୍ଟ କରାଇ…

Read More

ନୂଆଦିଲ୍ଲୀ, ୨୪ ଘଣ୍ଟା ମଧ୍ୟରେ ୮୩,୮୮୩ ତାଜା କରୋନାଭାଇରସ୍ ସଂକ୍ରମଣ ସହିତ ଗୁରୁବାର ଦିନ ଭାରତର ସଂଖ୍ୟା ୩,୮୫୩,୪୦୬ କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୧,୦୪୩ ହୋଇ ଏହା ମୋଟ ୬୭,୩୭୬ କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ସମୁଦାୟ ମାମଲା ମଧ୍ୟରୁ ମାତ୍ର ୮ଲକ୍ଷ ୧୫ ହଜାର ୫୩୮ ଟି ସକ୍ରିୟ ମାମଲା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୨,୯ ଲକ୍ଷ ୭୦ ହଜାର ୪୯୨ ଜଣ ସୁସ୍ଥ୍ୟ ହୋଇଛନ୍ତି। ଗୋଟିଏ ଦିନରେ ୬୮,୫୮୪ ଆରୋଗ୍ୟା ସହିତ ଏହାର ହାର ୭୭.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଦାମନ ଏବଂ ଡିୟୁ, ଦିଲ୍ଲୀ, ବିହାର, ତାମିଲନାଡୁ, ଆଣ୍ଡାମାନ ଏବଂ ନିକୋବର, ପଶ୍ଚିମବଙ୍ଗ ଇତ୍ୟାଦି ୧୨ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ହାରଠାରୁ ଅଧିକ ଆରୋଗ୍ୟ ହାର ରିପୋର୍ଟ କରିଛି। ଦୁଇଟି ରାଜ୍ୟ – ମହାରାଷ୍ଟ୍ର ଏବଂ…

Read More

ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 631ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 722ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 370, ମୟୂରଭଞ୍ଜରୁ 365,  ବରଗଡରୁ 238, ଭଦ୍ରକରୁ 186, ପୁରୀରୁ 157, ଯାଜପୁରରୁ 127, ବାଲେଶ୍ବରରୁ 114, ରାୟଗଡାରୁ 111, ଗଞ୍ଜାମରୁ 107, ନୟାଗଡରୁ 100, ସୁନ୍ଦରଗଡରୁ 95, କୋରାପୁଟରୁ 93, କେନ୍ଦ୍ରାପଡାରୁ 85, ଝାରସୁଗୁଡା ଓ କେଉଁଝରରୁ 80ଜଣ ଲେଖାଏଁ ରହିଥିବାବେଳେ, ଜଗତସିଂହପୁରରୁ 79, ସମ୍ବଲପୁରୁର 68, ଢେଙ୍କାନାଳରୁ 56, ମାଲକାନଗିରିରୁ 55, ସୋନପୁରରୁ 50,  ନୂଆପଡାରୁ 49, ନବରଙ୍ଗପୁରରୁ 46, କନ୍ଧମାଳରୁ 44, ଅନୁଗୁଳରୁ 41, ବଲାଙ୍ଗିରରୁ 39,  ବୌଦ୍ଧରୁ 27, ଦେବଗଡରୁ 11, ଗଜପତିରୁ 9 ଜଣ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି  3ହଜାର 631 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2214ଜଣ ଚିହ୍ନଟ ହୋଇଥିବାବେଳେ 1417ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  1 ଲକ୍ଷ 13ହଜାର411 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 763ଜଣ । ସେହିପରି ସୁସ୍ଥ ହୋଇଛନ୍ତି 84 ହଜାର 73ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 514ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବେଙ୍ଗାଲୁରୁ, କୃଷକଙ୍କ ପାଇଁ ଉଦ୍ଦିଷ୍ଠ ସରକାରୀ ପାଣ୍ଠିକୁ ବେଆଇନ ବିନିଯୋଗ କରି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ୫୦ କୋଟି ଟଙ୍କାର ହେରଫେର ହୋଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସେ ହେଉଛନ୍ତି ୫୭ ବର୍ଷିୟ ବିଜୟ ଆକାଶ। ସେ ଦୀର୍ଘ ନଅ ମାସ ଧରି ଫେରାର ଥିଲେ ବୋଲି କ୍ରାଇବ୍ରାଞ୍ଚ କହିଛି। ଆକାଶ ଉତ୍ତରାଲହଲିର ଏକ ବ୍ୟାଙ୍କ ଶାଖାରେ ଥିବା ଆକାଉଣ୍ଟରୁ ଚେନ୍ନାଇର ଏକାଧିକ ଆକାଉଣ୍ଟକୁ ସ୍ଥାନାନ୍ତର କରିବାରେ ସଫଳ ହୋଇଛନ୍ତି। ଏହି ପାଣ୍ଠି କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ପ୍ରଦାନ ପାଇଁ ରଖାଯାଇଥିଲା। ଏହି ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଆକାଶଙ୍କ ପୁଅ ପ୍ରେମ ରାଜ, ତାଙ୍କ ଜ୍ବାଇଁ ଏବଂ କିଛି ବ୍ୟାଙ୍କ ଅଧିକାରୀଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି।

Read More

ୱାଶିଂଟନ୍,  ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ସାରା ବିଶ୍ବ କରୋନା ଭାଇରସ୍ ରୋଗର ମୋଟ ସଂଖ୍ୟା ୨୬ ନିୟୁତ ମାର୍କରେ ପହଞ୍ଚିଛି। ଗୁରୁବାର ସକାଳ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୭ ହଜାର ୬୦୩ ରେ ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୮ଲକ୍ଷ ୬ ହଜାର ୫୧୨ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ବିଶ୍ବର ଋଷିଆରେ ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ଯଥାକ୍ରମେ ୬୧ ଲକ୍ଷ ୧୩ ହଜାର ୧୬୦ ଏବଂ ୧ ଲକ୍ଷ ୮୫ ହଜାର ୭୦୪ ଥିଲା। ଏହାପରେ ବ୍ରାଜିଲ ୩୯ ଲକ୍ଷ ୯୭ ହଜାର ୮୬୫ ସଂକ୍ରମଣ ଏବଂ ୧ ଲକ୍ଷ ୨୩ ହଜାର ୭୮୦ ମୃତ୍ୟୁ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ରିପୋର୍ଟ ଅନୁଯାୟୀ, ଭାରତ…

Read More

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ତଥା ବିଜେଡିର ଯୁବ ନେତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ବାସପ୍ରଶାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ କରୋନା ଟେଷ୍ଟ କରାଇଥିଲେ। ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ଆସିଥିଲା। ଏହାପରେ ସେ ସମ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ମାନସ ଟୁଇଟ କରି ଜଣାଇଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ମାନସ ନିବେଦନ କରିଛନ୍ତି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ଖଜୁରିଆ ରୋଡ଼୍‌ରେ ଥିବା ଚନ୍ଦ୍ରଚୁଡ଼େଶ୍ୱର ମନ୍ଦିର ପରିସରରେ ଚୋରି ହୋଇଛି। କିଛି ଦୁବୃର୍ତ୍ତ ମନ୍ଦିର ମଧ୍ୟରେ ପସି ସେଠାରେ ଥିବା ମା’ ଠାକୁରାଣୀଙ୍କ ମୂର୍ତ୍ତିରେ ଲାଗିଥିବା ସୁନାର ଆଖି ଏବଂ ବେକରେ ଲାଗିଥିବା ସୁନା ଚୋରି କରି ନେଇଯାଇଛନ୍ତି। ଚୋରି ସମୟରେ ପୂଜକ ଜାଣିଦେବା ପରେ ତାଙ୍କୁ ଏକ ରୁମ୍‌ରେ ତାଲା ପକାଇବା ସହ ମାଡ଼ ମାରିଥିବା ନେଇ ମଧ୍ୟ ପୂଜକ ଜଣକ ଗୋଷାଣିନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ଗୋଷାଣିନୂଆଗାଁ ଥାନା ପୋଲିସ୍ ମନ୍ଦିରରେ ପହଞ୍ଚି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Read More