ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ତଳେ ତାଙ୍କ ଡ୍ରାଇଭର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଫଳରେ ବିଧାୟକ ହୋମ କ୍ବାରଣ୍ଟାଇନରେ ଥିଲେ। ପରବର୍ତ୍ତ ସମୟରେ ତାଙ୍କର ଏବଂ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର ନେଗେଟିଭ ଆସିଥିବା ବେଳେ ବିଧାୟକଙ୍କର ପଜେଟିଭ ଆସିଥିଲା।ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ। ଏ ନେଇ ଦେବୀ ମିଶ୍ର ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ହୋମ ଆସୋଲେସନରେ ଅଛନ୍ତି। କେବେଳ ଜରୁରୀ କାମରେ ତାଙ୍କୁ ଫୋନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
Author: Samikhsya Bureau
ନୂଆଦିଲ୍ଲୀ : ଅଭିନେତା ହିମାଂଶ କୋହଲି କହିଛନ୍ତି ଯେ ତାଙ୍କ ଘରେ ସେ ହେଉଛନ୍ତି ଏକମାତ୍ର ସୁସ୍ଥ ବ୍ୟକ୍ତି । କାରଣ ତାଙ୍କ ପିତାମାତା ଏବଂ ଭଉଣୀଙ୍କର କୋଭିଡ -19 ପଜିଟିଭ୍ ଆସିଛି। “ମୁଁ ଘରର ଏକମାତ୍ର ସୁସ୍ଥ ବ୍ୟକ୍ତି ଭାବେ ମୋର ଦୁଇଟି ମୁଖ୍ୟ ଦାୟିତ୍ବ ଅଛି, ଗୋଟିଏ ହେଉଛି ମୋର ପରିବାରର ଯତ୍ନ ନେବା ଏବଂ ଦ୍ୱିତୀୟଟି କୋଭିଡ ସଂକ୍ରମିତ କ୍ଲବରେ ଯୋଗ ନ ଦେବା। ଏହାକୁ ପରିଚାଳନା କରିବା ନିଶ୍ଚିତ ସହଜ ନୁହେଁ, କିନ୍ତୁ ଏହା ହେଉଛି ଏକ ସମୟର କଥା। ଏହି ସମୟରେ ମୋ ପରିବାର ମୋତେ ଅଧିକ ଆବଶ୍ୟକ କରନ୍ତି, ହେଲେ ଖୁସିର କଥା ମୁଁ ତାଙ୍କ ପାଖରେ ଅଛି।’ ଟୁଇଟ କରି ହିମାଂଶୁ କହିଛନ୍ତି।
Kolkata: BJP activists wear Narendra Modi masks and listen to Narendra Modi speech at “Mann Ki Baat” on AIR in Kolkata on Aug 30, 2020. (Photo: IANS)
ନୂଆଦିଲ୍ଲୀ, ଅନଲାଇନ୍ ଗୁପ୍ତଚର ସଂସ୍ଥା ସାଇବଲ୍ ରବିବାର ଦିନ କହିଛି ଯେ ପେଟିଏମ୍ ମଲର ସମସ୍ତ ଡାଟାବେସରେ ସେମାନେ ପ୍ରବେଶ କରିପାରିବେ। ଏପରିକି ଡାଟା ବେସକୁ ମଧ୍ୟ ଚୋରୀ କରିପାରିବେ। ବର୍ତ୍ତମାନ ସେମାନେ ପେଟିମର ଆଡମିନର ଦ୍ବାର ଦେଶରେ ପହଁଚି ସାରିଲେଣି। ଆଉ କିଛିଦିନ ପରେ ପୁରା ଭିତରକୁ ପ୍ରବେଶ କରିପାରିବୁ ବୋଲି ଏହି ସଂସ୍ଥା ଦାବୀ କରିଛି। ତେବେ ଇ-କମର୍ସ ପ୍ଲାଟଫର୍ମ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପେଟିଏମ୍ ମଲ୍ ମୁଖପାତ୍ର କିନ୍ତୁ କହିଛନ୍ତି ଯେ ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସମସ୍ତ ଉପଭୋକ୍ତା ତଥା କମ୍ପାନୀ ତଥ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ନିରାପଦ ଅଟେ। ଏକ ସମ୍ଭାବ୍ୟ ହ୍ୟାକ୍ ଏବଂ ଡାଟା ଉଲ୍ଲଂଘନ ଦାବିକୁ ଆମେ ଲକ୍ଷ୍ୟ କରିଛୁ ଏବଂ ଅନୁସନ୍ଧାନ କରିଛୁ…
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ) ଫ୍ୟୁଚର ଗ୍ରୁପ୍ର ଖୁଚୁରା ଓ ପାଇକାରୀ (ହୋଲ୍ସେଲ୍) ବ୍ୟବସାୟ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ ବ୍ୟବସାୟକୁ ଗ୍ରୁପ୍ର ସମସ୍ତ ବ୍ୟବସାୟିକ ସଂସ୍ଥା ବିକ୍ରି ଭିତ୍ତିରେ ଏକକାଳୀନ ୨୪,୭୧୩ କୋଟି ଟଙ୍କାରେ ଅଧିଗ୍ରହଣ କରୁଥିବା ସଂପର୍କରେ ଶନିବାର ଘୋଷଣା କରିଛି। ସମ୍ମିଳିତ ବୁଝାମଣାରେ ଉଲ୍ଲିଖିତ ବ୍ୟବସ୍ଥା ଅନୁଯାୟୀ ଏହି ଅଧିଗ୍ରହଣ ସମ୍ପନ୍ନ କରାଯିବ। ଏହି ଅଧିଗ୍ରହଣ ଯୋଜନାର ଅଂଶ ଭାବରେ ଫ୍ୟୁଚର ଗ୍ରୁପ୍ ବ୍ୟବସାୟ ପରିଚାଳନା କରୁଥିବା କେତେକ କମ୍ପାନୀକୁ ଫ୍ୟୁଚର ଏଣ୍ଟରପ୍ରାଇଜେସ୍ ଲିମିଟେଡ (ଏଫଇଏଲ)ରେ ମିଶ୍ରଣ କରୁଛି ସେହି ସମାନ ଯୋଜନାର ଅଂଶସ୍ୱରୂପ ଖୁଚୁରା ଓ ପାଇକାରୀ ବ୍ୟବସାୟ ସଂସ୍ଥାକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍) ର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଆଣ୍ଡ ଫ୍ୟାଶନ ଲାଇଫଷ୍ଟାଇଲ ଲିମିଟେଡ (ଆରଆରଏଫଏଲଏଲ)କୁ ହସ୍ତାନ୍ତର କରାଯାଉଛି। ସେହିଭଳି ଲଜିଷ୍ଟିକ୍ସ ଏବଂ ୱେୟାରହାଉସିଂ ବ୍ୟବସାୟକୁ ରିଲାଏନ୍ସ ରିଟେଲ୍ (ଆରଆରଭିଏଲ୍)କୁ…
ପ୍ରମୋଦ କୁମାର ମହାକୁଡ କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଟସର ଚାଷୀ ସମବାୟ ସମିତି ଭଗାମୁଣ୍ଡା ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀର ଅନଲାଇନ ବିକ୍ରି ପାଇଁ ଫ୍ଲିପକାର୍ଟ ସହିତ ରାଜିନାମା ସ୍ଵାକ୍ଷର ହୋଇଛି। ଆଜିର ଦିନରେ ପ୍ରତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହେଉ ବା ଯେକୌଣସି ସାମଗ୍ରୀର ବିକ୍ରି ପାଇଁ ଅନଲାଇନ ସୁବିଧା ହୋଇପାରିଛି। ଘରେ ବସି ମଣିଷ ଯେକୌଣସି ପସନ୍ଦର ଜିନିଷ ଉଚିତ୍ ମୂଲ୍ୟରେ କିଣିପାରୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ଚାଷୀ ସମବାୟ ସମିତି ଟସର ଶିଲ୍କ ପ୍ରସ୍ତୁତ ସାମଗ୍ରୀକୁ ଖାଉଟି ନିକଟକୁ ପହଞ୍ଚାଇବା ପାଇଁ ଅନଲାଇନ ମାଧ୍ୟମରେ ସୁଯୋଗ ସୃଷ୍ଟି କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମବାୟ ସମିତିର ଚାଷୀ, ହିତାଧିକାରୀ, କର୍ମଚାରୀ, ସହଯୋଗ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ ଥାଉକି, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଠାରେ ପ୍ରାୟ ୧୫୦୦ ଟସର ଚାଷୀକୁ ନେଇ ଟସର…
ଭୁବନେଶ୍ବର, ଆସନ୍ତା ୩୧ ତାରିଖରେ ପଶ୍ଚିମବଙ୍ଗରେ ହେଉଥିବା ସମ୍ପୂର୍ଣ୍ଣ ଲକ୍ ଡାଉନ ପାଇଁ ପୂର୍ବ ତଟ ରେଳପଥର ଟ୍ରେନ ଗୁଡିକ ପ୍ରଭାବିତ ହେବ। ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳବାଇ ପୂର୍ବରୁ ସୂଚନା ପ୍ରଦାନ କରୁଛି। ଏହା ଦ୍ବାରା ଯେଉଁ ଟ୍ରେନ ପ୍ରଭାବିତ ହେଉଛି ସେଗୁଡିକ ହେଉଛି.. ବାତିଲ ହେଉଥିବା ଟ୍ରେନ : 1-. ଯଶୋବନ୍ତପୁରରୁ ଛାଡୁଥିବା ୦୨୨୪୬ ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ ୩୦ ଅଗଷ୍ଟ ୨୦୨୦ ତାରିଖରେ ଯଶୋବନ୍ତପୁର ଠାରୁ ବାତିଲ କରାଯିବ 2. ସିଆଲଦାରୁ ଛାଡୁଥିବା ୦୨୨୦୧ ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ ୩୧ ଅଗଷ୍ଟ ୨୦୨୦ ତାରିଖ ଦିନ ବାତିଲ କରାଯିବ 3. ଭୁବନେଶ୍ୱରରୁ ଛାଡୁଥିବା ୦୨୨୦୨ ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ ୨୦୨୦ ସେପ୍ଟେମ୍ବର ପହିଲା ଦିନ ବାତିଲ କରାଯିବ 4. ୦୨୦୭୪/୦୨୦୭୩ ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ ୩୧ ଅଗଷ୍ଟ , ୨୦୨୦ ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା…
Patna: Labourers from Bihar waiting their turn to catch flights at Patna airport, in Patna on August 30, 2020.
Mathura: Four coaches of Goods train derailed in Mathura on Sunday, rail traffic disturbed between Delhi & Mathura, on August 30,2020. (Photo: IANS)
ପିଲିଭିଟ (ଉତ୍ତରପ୍ରଦେଶ), ପ୍ରେମ ପାଇଁ ଏକ ବିଚିତ୍ର ଘଟଣା ଉତ୍ତର ପ୍ରଦେଶର ପିଲିଭିଟ ଅଞ୍ଚଳରେ ଘଟିଯାଇଛି। ଜଣେ ୩୬ ବର୍ଷିୟା ମହିଳା ତାଙ୍କ ସ୍ବାମୀଙ୍କ ନାମରେ ପ୍ରେମିକଙ୍କ ପାଇଁ ଏକ ଜାଲ ପାସପୋର୍ଟ କରି ଅଷ୍ଟ୍ରେଲିୟା ବୁଲି ଆସିଲେ ସିନା କେହି ଧରିପାରିଲେ ନାହିଁ। ହେଲେ ସ୍ବାମୀ ଘରକୁ ଫେରି ଦେଖିବା ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ଅଷ୍ଟ୍ରେଲିଆ ଯାଇଛନ୍ତି। ସେ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ଜାଣିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବିଦେଶ ଯାଇଛନ୍ତି। ପରେ ମହିଳାଙ୍କ ସ୍ବାମୀ ଥାନାରେ ଉଭୟଙ୍କ ନାମରେ ଏତାଲା ଦାୟର କରିଛନ୍ତି। ତେବେ ଘଟଣାରୁ ଜଣାପଡିଛି ଯେ, ମହିଳାଙ୍କ ୪୬ ବର୍ଷର ସ୍ବାମୀ ମୁମ୍ବାଇରେ କାମ କରନ୍ତି। ସେ ବେଳେ ବେଳେ ତାଙ୍କ ସ୍ତ୍ରୀଙ୍କୁ ଦେଖିବା ପାଇଁ ନିଜ ଗାଁ ଦାମଗରୀକୁ ଆସନ୍ତି। ସେ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଗାଁ ରେ ଥିବା ଫାର୍ମ ହାଉସରେ…
ଚଣ୍ଡିଗଡ଼ : ପଞ୍ଜାବରେ ଜନ୍ମିତ ଜଣେ ବ୍ୟକ୍ତି ଗତ 40 ବର୍ଷ ଧରି ନରୱେ ଖାଦ୍ୟ ଜଗତରେ ଏକ ଇତିହାସ ସୃଷ୍ଟି କରି ଆସୁଛନ୍ତି। ସେ ହେଉଛନ୍ତି ଗୁରୁଦୟାଲ ସିଂ। ନରୱେର ଓସଲୋ ଠାରେ ଏହି ରେଷ୍ଟୁରାଣ୍ଟ କରି ସେ ବର୍ତ୍ତମାନ ସମସ୍ତଙ୍କ ସ୍ବାଦ ଜିତି ପାରିଛନ୍ତି। ମୁଖ୍ୟତଃ ଭାରତୀୟ ପାରମ୍ପାରିକ ଖାଦ୍ୟ ପରିବେଷଣ କରି ସେ ନରୱେବାସୀଙ୍କ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଏହି ରେଷ୍ଟୁରାଣ୍ଟ ସଂରପର୍କରେ ଜାତିସଂଘର ପୂର୍ବତନ ପରିବେଶ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏରିକ୍ ସୋଲହାଇମ୍ ଶନିବାର ଏକ ଟୁଇଟ୍ରେ କହିଛନ୍ତି, “ଚାଳିଶ ବର୍ଷ ପୂର୍ବେ କାପୁରଥାଲାର ଗୁରୁଦୟାଲ ସିଂ ନରୱେରେ ପ୍ରଥମ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେ ମୋତେ ଏବଂ ଅନ୍ୟ ନରୱେମାନଙ୍କୁ ଭାରତୀୟ ଖାଦ୍ୟକୁ ଭଲ ପାଇବାକୁ ଶିଖାଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, “ବର୍ତ୍ତମାନ ତାଙ୍କ ପରିବାର ଦୁନିଆର କିଛି ସର୍ବୋତ୍ତମ ଭାରତୀୟ ରେଷ୍ଟୁରାଣ୍ଟ ଚଳାନ୍ତି। ଅବିଶ୍ୱାସନୀୟ ଖାଦ୍ୟର ସ୍ବାଦ ଉପଭୋଗ କରନ୍ତୁ।”ଗୁରୁଦୟାଲ ସିଂ…
କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବନ ଉପଖଣ୍ଡ ନାକଟିଦେଉଳ ବ୍ଲକ ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମରେ ଜନୈକ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିଥିବା ଖବର ହସ୍ତଗତ ହୋଇଛି। ସୂଚନାଯୋଗ୍ୟ ଯେ, ଜାମୁଜୋରୀ ପଞ୍ଚାୟତ କୁଡ଼ାନାଳୀ ଗ୍ରାମର ଚିଲାଣ୍ଟୁ ସାହୁ (୮୦) ନାମକ ଜଣେ ବୃଦ୍ଧ ସକାଳ ୧୦ ଟା ୩୦ରେ ନିଜ ବାଡିପଟ ବଗିଚାରେ କାମ କରୁଥିଲେ। ହଠାତ ଗୋଟେ ଭାଲୁ ଜଙ୍ଗଲରୁ ଆସି ବୃଦ୍ଧ ଜଣଙ୍କୁ ଆକ୍ରମଣ କରିଥିଲା। ଚିଲାଣ୍ଟୁଙ୍କୁ ଭାଲୁ ଆକ୍ରମଣ ହୋଇଥିବା ଶୁଣି ଗ୍ରାମବାସୀ ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଛେଣ୍ଡିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି।
କେନ୍ଦୁଝର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜେଇଇ ଏବଂ ନିଟ ପରୀକ୍ଷାର୍ଥିଙ୍କୁ ନେଇ କେନ୍ଦୁଝରରୁ ଏକ ବସ ବାହାରିଛି। ଏଥିରେ ପରୀକ୍ଷାର୍ଥୀଙ୍କ ସହିତ ତାଙ୍କର ଅଭିଭାବକ ମଧ୍ୟ ଯାଇଛନ୍ତି। ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ନୋଡାଲ ଅଫିସରଙ୍କ ସହଯୋଗରେ ଏହି ବସ କେନ୍ଦୁଝରରୁ ଭୁବନେଶ୍ବର ଯିବ। ତେବେ ଏହାପରେ ଆଉ ଏକ ପରୀକ୍ଷାର୍ଥୀ ବ୍ୟାଚକୁ ନେଇ ଏକ ବସ ବାହାରିବ ବୋଲି ଜଣାପଡିଛି। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଇଇ ଏବଂ ନିଟ୍ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ମାଗଣା ବ୍ୟବସ୍ଥା ଘୋଷଣା କରିଥିଲେ। ସେହିପରି ପରୀକ୍ଷା କେନ୍ଦ୍ର ସହରରେ ସେମାନଙ୍କୁ ମାଗଣା ରହିବା ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯିବ। ସେହି ଅନୁସାରେ ଓଡିଶାର ବିଭିନ୍ନ ଜିଲ୍ଲାର ପ୍ରଶାସନ ଏବଂ ନିଯୁକ୍ତ ନୋଡାଲ ଅଫିସର ସହଯୋଗ କରୁଛନ୍ତି।
ଲକ୍ଷ୍ନୌ: ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଲକ୍ଷ୍ନୌର ଗୌତମ ପଲ୍ଲୀ ଥାନା ଅନ୍ତର୍ଗତ ସରକାରୀ ବଙ୍ଗଳା ଠାରେ ରେଲୱେ ବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର.ଡି ବାଜପାୟୀଙ୍କ ପରିବାର ରହିଆସୁଥିଲେ। ସେଠାରେ ତାଙ୍କର ସ୍ତ୍ରୀ, ୧୫ ବର୍ଷିୟା ଝିଅ ଏବଂ ପୁଅ ରହୁଥିଲେ। ଅଧିକାରୀଙ୍କ ଝିଅ ଯିଏ ଦଶମ ଶ୍ରେଣୀରେ ପଢେ ଏବଂ ଜଣେ ତାଲିମ ପ୍ରାପ୍ତ ସୁଟର। ମାନସିକ ଭାରସାମ୍ୟ ହରାଇ ଝିଅଟି ନିଜ ମା ଏବଂ ଭାଇକୁ ହତ୍ୟା କରିଥିବା ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଲକ୍ଷ୍ନୌ କମିଶନର ପୋଲିସ (ସିପି) ସୁଜିତ ପାଣ୍ଡେ କହିଛନ୍ତି ଯେ ଦୁଇଜଣଙ୍କୁ ହତ୍ୟା କରିବା ପରେ ମାନସିକ ସ୍ୱାସ୍ଥ୍ୟ ଭଲ ନଥିବା ନାବାଳିକା ଜଣକ ମଧ୍ୟ ନିଜ ହାତକୁ ବ୍ଲେଡ ସାହାଯ୍ୟରେ ଆଘାତ କରି ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା। ଘଟଣା ସମୟରେ ରେଳ ଅଧିକାରୀ ଦିଲ୍ଲୀରେ…
ଭୁବନେଶ୍ବର, ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର ଶୁଣିଲା ନାହିଁ। ବର୍ତ୍ତମାନ କୋଭିଡ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କ ସ୍ବାସ୍ଥ୍ୟ ପ୍ରାଥମିକତା। ସେଥିପାଇଁ ନବୀନ କେନ୍ଦ୍ରଙ୍କୁ ଚିଠି ଲେଖିବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଫୋନ ଯୋଗେ ମଧ୍ୟ କଥା ହୋଇଥିଲେ। ହେଲେ କେନ୍ଦ୍ର ଶୁଣି ନାହିଁ ବୋଲି ଏକ ଅଭିମାନ ଭରା କଣ୍ଠରେ ନବୀନ ବିଜେଡି ବିଧାୟକମାନଙ୍କୁ କହିଥିଲେ। ଆଜି ନବୀନ କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହିତ ଭିଡିଓ କଂନଫ୍ରେସିଂ ମାଧ୍ୟମରେ ଏକ ବୈଠକ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରର ଏପରି ଆଭିମୁଖ୍ୟ ସଂପର୍କରେ ବିଧାୟକଙ୍କୁ ଅବଗତ କରାଇଥିଲେ। ତେବେ ଏହି ପରୀକ୍ଷା ବର୍ତ୍ତମାନ ହେଉଥିବାରୁ ବିଧାୟକମାନେ ତାଙ୍କ ଅଞ୍ଚଳର ପରୀକ୍ଷାର୍ଥିଙ୍କୁ ସହଯୋଗ କରନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି। ପୂର୍ବରୁ ରାଜ୍ୟ ସରକାର ଏହି ପରୀକ୍ଷାର୍ଥୀଙ୍କ ପାଇଁ ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି।
ଭୁବନେଶ୍ବର, କୋଭିଡ ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସମସ୍ତ ବିଧାୟକଙ୍କ ସହିତ ଆଲୋଚନା କରିଛନ୍ତି। ଭିଡିଓ କଂନଫ୍ରେସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ସେ ବୈଠକରେ ଯାହା କହିଲେ ତାହା ହେଲା ନମସ୍କାର, ଆପଣମାନେ ଜାଣନ୍ତି, କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍ ଅଛି। ମୋର ଅନୁରୋଧ, ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ। ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ…
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ମେନପୁରୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମାନ ସମ୍ପ୍ରଦାୟର ଜଣେ ଦଳିତ ବିଧବା ଏବଂ ଜଣେ ପୁରୁଷଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଭୟଙ୍କୁ ଧରି ଲଜ୍ଜିତ କରାଯାଇଥିଲା। ଶୁକ୍ରବାର ରାତିରେ ନାଗଲା ଗୁରୁବାକ୍ ଗ୍ରାମରେ ଏହି ଘଟଣା ଘଟିଛି। ଉଭୟଙ୍କୁ ସର୍ବସାଧାରଣ ଆଗରେ ଲଣ୍ଡା କରିବା ସହିତ, ସେମାନଙ୍କ ମୁହଁକୁ କଳା କରାଯାଇଥିଲା। ସେମାନଙ୍କୁ ଜୋତାର ମାଳ ପିନ୍ଧାଇ ଅପମାନିତ କରାଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ପୀଡିତାଙ୍କ ମଧ୍ୟରୁ ଜଣେ ଦେଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ଶନିବାର ଦିନ ତିନି ଜଣଙ୍କୁ ଗିରଫ କରିଛି। ମେନପୁରୀ ପୋଲିସ ଅଧୀକ୍ଷକ ଅଜୟ କୁମାର କହିଛନ୍ତି ଯେ ଆଇପିସି ଧାରା ୪୯୯ ଏବଂ ୫୦୦, ୨୬୯ ଏବଂ ୨୭୦ ଅନୁଯାୟୀ ୧୦ ଜଣ ଅଜଣା ମହିଳାଙ୍କ ସମେତ ୧୬…
ପୁରୀ, ଜାପାନ ପ୍ରଧାନମନ୍ତ୍ରୀ ଅବେ ସିଞ୍ଜୋ ଅସୁସ୍ଥ୍ୟ ହୋଇପଡିବାରୁ ତାଙ୍କର ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ବାଲୁକା କଳା। ଏହି ଅସୁସ୍ଥ୍ୟତା ପାଇଁ ଅବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।
ସିଙ୍ଗାପୁର, ଆପଲ୍ କଂପାନୀ ସିଙ୍ଗାପୁରରେ ତାହାର ତୃତୀୟ ଆଉଟଲେଟ୍ ଖୋଲିବାକୁ ଯାଉଛି। ଯାହା ସାରା ବିଶ୍ବରେ ଏହି ଷ୍ଟୋର ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ତାହା ହେଲା ଏହି ସୋ’ରୁମ ହେଉଛି ଭାସମାନ। ଅର୍ଥାତ ଗ୍ରାହକମାନେ ସେ ଭିତରକୁ ଆପଲ ଜିନିଷ କିଣିବାକୁ ଗଲେ ତାହା ପାଣିରେ ହଲଚଲ ହେଉଥିବ। ଏହି ଭାସମାନ ସୋ’ରୁମ ସିଙ୍ଗାପୁରର ମାରିନା ବେ ସ୍ୟାଣ୍ଡସରେ ନିର୍ମାଣ ହୋଇଛି। ୨୦୧୭ ରେ ଅର୍କାର୍ଡ ରୋଡ୍ ସହିତ ନାଇଟସବ୍ରିଜ୍ ବିଲଡିଂରେ ଆପଲ୍ ସିଙ୍ଗାପୁରରେ ଏହାର ପ୍ରଥମ ଷ୍ଟୋର୍ ଖୋଲିଥିଲା। ଜୁଏଲ୍ ଚାଙ୍ଗି ବିମାନବନ୍ଦରରେ ଅବସ୍ଥିତ ଏହାର ଦ୍ୱିତୀୟ ଷ୍ଟୋର୍ ଗତ ବର୍ଷ ଜୁଲାଇରେ ଖୋଲା ଯାଇଥିଲା। ଏହି ନୂତନ ଭାସମାନ ଷ୍ଟୋର୍ ହେଉଛି ବିଶ୍ବରେ ଆପଲ୍ ର ୫୧୨ ତମ ଷ୍ଟୋର, ଯାହା ଏକ ରେକର୍ଡ ସୃଷ୍ଟି କରିବାକୁ ଯାଉଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଜପତି ଜିଲ୍ଲାରୁ ଖୋର୍ଦ୍ଧାକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଂଜେଇକୁ ଗତକାଲି ବ୍ରହ୍ମପୁରରେ ଇଆଇ ଆଣ୍ଡ ଆଇବି ବ୍ରହ୍ମପୁର ପକ୍ଷରୁ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ଗତକାଲି ସକାଳ ୫.୩୦ ସମୟରେ ଗଂଜେଇ ଭର୍ତ୍ତି ଏକ ଅଶୋକ ଲିୟାଲେଣ୍ଡ ଗାଡ଼ି (ଓଡ଼ି ୦୨ ବିବି ୩୩୮୦)ଟି ଯାଉଥିବା ନେଇ ଅବକାରୀ ବିଭାଗ କୌଣସି ବିଶେଷ ସୂତ୍ରୁର ଖବର ପାଇଥିଲା। ବ୍ରହ୍ମପୁର ଏସାର ପେଟ୍ରୋଲ ପମ୍ପ ବିଦ୍ୟୁତ କଲୋନୀ ନିକଟରେ ଗାଡ଼ିଟିକୁ ଅଟକାଇ ଗାଡ଼ିଟି ଯାଞ୍ଚ କରାଯାଇଥିଲା। ଗାଡ଼ି ମଧ୍ୟରୁ ୬୨୧ କିଲୋ ଗଂଜେଇ ଜବତ ହେବା ସହ ଗାଡ଼ି ଚଳାଉଥିବା ଡ଼୍ରାଇଭରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗିବାଡ଼ିର ମୃତ୍ୟୁଞ୍ଜୟ ସିଂହ (୪୦)। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଅବକାରୀ ଇଆଇଆଣ୍ଡଇବି ବ୍ରହ୍ମପୁର ଆଇଆଇସି ମିହିର କୁମାର ସେଠୀ, ଜେ.କେ ନାୟକ,…
ଭୁବନେଶ୍ବର: ଆଜି ରାଜ୍ୟରୁ କରୋନାରେ ମୃତ୍ୟୁବରଣ କଲେ ୧୨ ଜଣ କରୋନା ଆକ୍ରାନ୍ତ। ରାଜ୍ୟରେ ସର୍ବମୋଟ କୋରୋନଜନିତ ମୃତ୍ୟୁ ସଂଖ୍ୟା ୪୮୨କୁ ବୃଦ୍ଧି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ସୁନ୍ଦରଗଡ, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା, କଟକ, ରାୟଗଡା, ଯାଜପୁରରୁ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି। ତେବେ ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟ ପୁରୁଷ, ଜଣେ ୩୦ ବର୍ଷୀୟ ଯୁବକ, ଜଣେ ୬୫ ବର୍ଷିୟା ମହିଳା ଏବଂ ଜଣେ ୫୦ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭୁବନେଶ୍ବରରୁ ଜଣେ ୫୩ ବର୍ଷୀୟ ପୁରୁଷ, କଟକରୁ ଜଣେ ୬୩ ବର୍ଷୀୟ ପୁରୁଷ, ଯାଜପୁରରୁ ଜଣେ ୬୨ ବର୍ଷୀୟ ମହିଳା , ମାଲକାନଗିରିରୁ ଜଣେ ୫୯ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୬୨ ବର୍ଷୀୟ ପୁରୁଷ, ପୁରୀରୁ…

