ନୂଆଦିଲ୍ଲୀ : କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଯାନବାହନର ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି । ମୋଟର ଭାଇକେଲ ସହ ଜଡ଼ିତ ସମସ୍ତ କାଗଜପତ୍ରର ଅବଧିକୁ ଡ଼ିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ମୋଟର ଭାଇକେଲ କାଗଜପତ୍ର ଯଥା ଡିଏଲ୍, ଆର୍ସି, ଫିଟ୍ନେସ୍ ଓ ପଲ୍ୟୁସନ୍ ସାର୍ଟିଫିକେଟ ଆଦିର ଅବଧିକୁ ଡିସେମ୍ବର 31 ଯାଏ ବୃଦ୍ଧି କରାଯାଇଛି। ଏନେଇ ସୋମବାର କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ଚତୁର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ପୂର୍ବରୁ ଏହା ସେପ୍ଟେମ୍ବର 30 ଯାଏ ବୃଦ୍ଧି କରାଯାଇଥିଲା ।
Author: Samikhsya Bureau
ଲିସବନ : ଚାମ୍ପିୟନ୍ସ ଲିଗ୍ ଫାଇନାଲ ପରାଜୟ ପରେ ପିଏସଜି ସମର୍ଥକଙ୍କ ପକ୍ଷରୁ ହିଂସାକାଣ୍ଡ ଘଟାଯାଇଛି । ଏକାଧିକ କାରକୁ ନିଆଁ ଲଗାଇ ଦିଆଯାଇଥିବା ବେଳେ ପୋଲିସ 148 ଜଣଙ୍କୁ ଗିରଫ କରିଛି । ଫ୍ରାନ୍ସର ଚାମ୍ପସ-ଏଲିସରେ ଏହି ହିଂସାକାଣ୍ଡ ଘଟିଛି। ଲିସବନରେ ଅନୁଷ୍ଠିତ ଫାଇନାଲରେ ରବିବାର ଦିନ ବାୟେର୍ନ ମ୍ୟୁନିକ୍ 1-0 ରେ ପିଏସଜିକୁ ପରାସ୍ତ କରିଥିଲା । ପରାଜୟ ପରେ ଷ୍ଟାଡିୟମରେ ସଂଘର୍ଷ ହୋଇଥିଲା ଏବଂ ଚାମ୍ପସ-ଏଲିସରେ ଏହା ହିଂସାକାଣ୍ଡର ରୂପ ନେଇଥିଲା । ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହିଂସାକାଣ୍ଡ ବନ୍ଦ ହୋଇନଥିଲା । ପରେ ପୋଲିସ 148 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ଖଲ୍ଲିକୋଟ : ସାଧାରଣ ଜନତାଙ୍କୁ ପୋଲିସ ସୁରକ୍ଷା ଯୋଗାଇଥାଏ ମାତ୍ର ପୁଲିସ ଯେତେବେଳେ ନିଜେ ଅସୁରକ୍ଷିତ ସେଠି କଣ କୁହାଯାଇପାରିବ । ଜଣେ ମହିଳା ଏସଆଇ ସହକର୍ମୀ ପୁରୁଷ ଏସଆଇଙ୍କ ବିରୋଧରେ ଏହିଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଏସ୍ଆଇ ଜଣଙ୍କ ଅଭିଯୋଗ କରିଛନ୍ତି । ଖଲ୍ଲିକୋଟ ଏସଆଇଙ୍କ ବିରୋଧରେ ଏଭଳି ସଙ୍ଗୀନ ଆଣିବା ସହିତ ମହିଳା ଏସ୍ଆଇ ଜଣକ ଡିଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଖଲ୍ଲିକୋଟ ଏସ୍ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି ଜଣାଇଛନ୍ତି ।
ଭୁବନେଶ୍ବର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଦେଢ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରୁ ପରଦା ହଟିପାରିନି । ହତ୍ୟା ନା ଆତ୍ମହତ୍ୟାକୁ ନେଇ ସନ୍ଦେହ ରହିଥିବାବେଳେ ପ୍ରତ୍ୟେକ ଦିନ କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାର ବର୍ତ୍ତମାନ ତଦନ୍ତଭାର ସମ୍ଭାଳିଥିବା କ୍ରାଇମବ୍ରାଞ୍ଚ ଏହି ମାମଲାରେ ଚାରିଜଣଙ୍କ ଲାଏ ଡିଟେକସନ ଟେଷ୍ଟ କରିବ ବୋଲି ଜଣାପଡିଛି । ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବା ସଦସ୍ୟ ପପୁ, ବିକାଶ ଓ ଅନ୍ୟ ଜଣଙ୍କର ଲାଏ ଡିଟେକସନ ଟେଷ୍ଟ ହେବ ବୋଲି ଜଣାପଡିଛି। ତେବେ ଏହି ଲାଏ ଡିଟେକ୍ସନ୍ କେତେବେଳେ ଓ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ ।
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସଓ୍ବାନ୍ ଦିଲ୍ଲୀ ଫର୍ଟିସ୍ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କର ଫୁସ୍ଫୁସ୍ ଏବଂ କୀଡ୍ନି ଜନିତ ସମସ୍ୟା ଦେଖାଦେବାରୁ ପାସଓ୍ବାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ହୋଇଛି । ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା । 2017ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ରାମ ବିଲାସ ପାସଓ୍ବାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି । ତାଙ୍କର ହାର୍ଟ ଠିକ୍ ଭାବେ କାମ କରୁନଥିବାବେଳେ ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି। କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି । ରାହୁଲଙ୍କ ଏପରି…
ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ 45 ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍ ଏହି ଘଟଣାର ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ଓମ୍ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ପୋଲିସ୍ ତାଙ୍କ ଚାକରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ତାଙ୍କ ଦରମା ନ ବଢାଇବାରୁ ଚାକର ଜଣକ ରାଗରେ ଏପରି କାଣ୍ଡ ଘଟାଇଛନ୍ତି । ଅଗଷ୍ଟ 22 ତାରିଖରେ ବାବା ହରିଦାସ ନଗର ଥାନା ପୋଲିସ୍କୁ କୂଅରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଏକ ବସ୍ତା ଉଦ୍ଧାର କରିଥିଲା । ଏହି ବସ୍ତା ଭିତରେ ଜଣେ ଯୁବକର ମୃତଦେହ ରହିଥିଲା । ମୃତଦେହର ହାତ ଗୋଡ ବନ୍ଧା ହୋଇଥିଲା । ଏହା ପରେ ପୋଲିସ୍…
ଭୁବନେଶ୍ବର : ଆଜି ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମ୍ମତି କ୍ରମେ ଏକ ତାଲିକା ଘୋଷଣା କରାଯାଇଛି । ଘୋଷଣା କରାଯାଇଥିବା ଟିମରେ 27ଜଣ ପରାମର୍ଶଦାତା, , 23 ଜଣ ସାଧାରଣ ସମ୍ପାଦକ, 24 ଜଣ ଉପ-ସଭାପତି, 79ଜଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ସେହିଭଳି 41 ନମ୍ୱର ଓ୍ୱାର୍ଡର ଅଖିଳ ମହାପାତ୍ରଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ମିଳିଛି ।
ମୁମ୍ବାଇ : ଦେଶର ସବୁଠୁ ମହଙ୍ଗା ଖାଦ୍ୟ (ପନିପରିବା) ମଧ୍ୟରେ ଏହା ଅନ୍ୟତମ । କେବଳ ଏହା ଶ୍ରାବଣ ମାସରେ ବିକ୍ରି ହୋଇଥାଏ । ଏହା ଦେଶର କେବଳ ଦୁଇଟି ରାଜ୍ୟରେ ଉପଲବ୍ଧ ହୋଇଥାଏ । କିନ୍ତୁ ଏହି ଦୁଇ ଜାଗାରେ ଏହାର ନାମ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏହି ସବ୍ଜିରନାମ ଖୁଖାଡି । ଏହାର ମୂଲ୍ୟ ପ୍ରତି କିଲୋ 1200ଟଙ୍କା । କିନ୍ତୁ ବଜାରକୁ ଆସିବା ମାତ୍ରେ ହିଁ ଏହି ସବ୍ଜୀ ବିକ୍ରି ହୋଇଥାଏ । ଏହି ସବ୍ଜୀରେ ମାତ୍ରାଧିକ ପ୍ରୋଟିନ୍ ରହିଥାଏ । ଛତିଶଗଡରେ ଏହାକୁ ଖୁଖାଡୀ କୁହାଯାଉଥିବାବେଳ ଝାରଖଣ୍ଡରେ ଏହାକୁ ରୁଗ୍ଡା କୁହାଯାଏ । ଏହି ଖାଦ୍ୟ ପଦାର୍ଥଟି ମସରୁମ୍ ପ୍ରଜାତିର ବୋଲି ସୂଚନା ରହିଛି । ଏହାକୁ ଦୁଇ ଦିନ ମଧ୍ୟରେ ରୋଷେଇ କରି ଖାଇବାକୁ ହୋଇଥାଏ । ନହେଲେ ଏହା ନଷ୍ଟ ହୋଇଯାଇଥାଏ । ଏହା ଛତିଶଗଡର ବଳରାମପୁର, ସୁରଜପୁର, ସରଗୁଜା ସମେତ…
କେଦାର ମିଶ୍ର ଅଦାଲତ ଅବମାନନା ଅଭିଯୋଗକୁ ନେଇ ଏବେ ସାରା ଦେଶରେ ବିତର୍କ ଚାଲିଛି। ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ତାଙ୍କର ଦୁଇଟି ଟୁଇଟ ଲାଗି ଅଦାଲତ ଅବମାନନା ଦୋଷରେ ମାନ୍ୟବର ସୁପ୍ରିମ କୋର୍ଟ ଦୋଷୀ ଘୋଷଣା କରିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ରାୟକୁ ନେଇ ଦେଶରେ ଏବଂ ପୃଥିବୀର ବିଭିନ୍ନ ବୈଧାନିକ ମହଲରେ ବ୍ୟାପକ ବିତର୍କ ଚାଲିଛି। ଭାରତୀୟ ସାମ୍ବିଧାନିକ ଆଇନକୁ ଦୀର୍ଘ ବର୍ଷ ଧରି ତର୍ଜମା କରି ଆସୁଥିବା ସଲି ସରାବଜି, ଦେଶର ପୂର୍ବତନ ୧୨ ଜଣ ବରିଷ୍ଠ ବିଚାରପତି, ଶହ ଶହ ଆଇନଜୀବୀ ଓ ମାନବାଧିକାର ସଂଗଠନ, ଖୋଦ ଭାରତ ସରକାରଙ୍କର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରମୁଖ ଏହି ରାୟକୁ ବିରୋଧ କରିଛନ୍ତି। ନିଜେ ପ୍ରଶାନ୍ତ ଭୂଷଣ ନିଜ ବକ୍ତବ୍ୟରେ ଅଟଳ ସହିବା ସହିତ ଏଥିଲାଗି ଅଦାଲତ ଯାହା ଦଣ୍ଡ ଦେବେ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ଲିଖିତ ଭାବରେ କହିଛନ୍ତି। ଆଜି ଏ…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଦଶ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଗଞ୍ଜାମ ଜିଲାରେ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୨ ଜଣ, କଟକ, ନୟାଗଡ, ରାୟଗଡାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ ହୋଇଛନ୍ତି। ଗଞ୍ଜାମ ରୁ ୪ ଜଣ ପୁରୁଷ ଏବଂ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ଯଥାକ୍ରମେ ୭୦, ୬୩, ୬୦, ୬୦ ଏବଂ ୬୮ ବର୍ଷ ବୋଲି ଜଣାପଡିଛି। ସୁନ୍ଦରଗଡର ଦୁଇ ଜଣ ମୃତକ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୬୫ ଏବଂ ୬୭। ସେହିପରି ରାୟଗଡାରୁ ଜଣେ ୫୫ ବର୍ଷୀୟ ପୁରୁଷ, ନଯାଗଡର ଜଣେ ୬୫ ବର୍ଷୀୟ ପୁରୁଷ ଏବଂ କଟକରୁ ଜଣେ ୬୫ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆଜି ମୃତ୍ୟୁ ବରଣ କରିଥିବା ୧୦ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ…
ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି। କଟକରୁ ସର୍ବାଧିକ ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୭୪ ଜଣ ଚିହ୍ନ ହୋଇଛନ୍ତି। ସେହିପରି ଯାଜପୁରରୁ ୨୧୫, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୂରଭଞ୍ଜରୁ ୧୫୬, ରାୟଗଡାରୁ ୧୪୩, ସମ୍ବଲପୁରରୁ ୧୦୪, ନୟାଗଡରୁ ୯୩, ବାଲେଶ୍ବରରୁ ୮୮, ପୁରୀରୁ ୮୬, ସୁନ୍ଦରଗଡରୁ ୮୧, ମାଲକାନଗିରିରୁ ୭୮, ଭଦ୍ରକରୁ ୬୬, ବରଗଡରୁ ୬୨, ବଲାଙ୍ଗିରିରୁ ୫୭, କେନ୍ଦ୍ରାପଡାରୁ ୫୬, ଜଗତସିଂହପୁରରୁ ୫୧, କନ୍ଧମାଳରୁ ୩୪, କଳହାଣ୍ଡିରୁ ୩୦, କେନ୍ଦୁଝରରୁ ୩୦, ନବରଙ୍ଗପୁରରୁ ୨୬, ସୋନପୁରରୁ ୨୬, ଝାରସୁଗୁଡାରୁ ୨୦, ଢେଙ୍କାନାଳରୁ ୧୩, ବୌଦ୍ଧରୁ…
ଭୁବନେଶ୍ବର: ଆଜି ୩୦ଟି ଜିଲ୍ଲାରୁ ମୋଟ୍ ୨ହଜାର ୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛି। ୨ହଜାର ୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ୧୮୨୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୧୧୨୩ ଜଣ ସ୍ଥାନୀୟ ମାମଲା। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ହୋଇଛି। କୋରୋନରୁ ୫୪,୪୦୫ ଜଣ ସୁସ୍ଥ ହୋଇଥିବାବେଳେ ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି।
ନୂଆଦିଲ୍ଲୀ: ଆଜି ଦେଶରେ ୬୧,୪୦୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୩୬ ଜଣ ମୃତ୍ୟୁବରଣ କରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୯ କୁ ବୃଦ୍ଧି ପାଇଛି। ତେବେ ସୁସ୍ଥ ହୋଇ ୨୩,୩୮,୦୩୫ ଜଣ ଘରକୁ ଫେରିଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୭,୧୦୭୭୧ ଜଣ ଏବଂ କରୋନା ରେ ୫୭,୫୪୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରେ ସର୍ବାଧିକ ୨୨,୨୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ତାମିଲନାଡୁରେ ୬୫୧୭, କର୍ଣ୍ଣାଟକରେ ୪୬୮୩, ଦିଲ୍ଲୀରେ ୪୩୦୦ ଜଣ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି ମନ୍ତ୍ରୀ ଅନୁରାଗ ଠାକୁର
ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଆଜିଠୁ ୨୭ ତାରିଖ ଯାଏ ବର୍ଷ ହେବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୃବାନୁମାନ କରାଯାଇଛି। ସମ୍ଭାବ୍ୟ ଲଘୁଚାପ ଯୋଗୁ ଆସନ୍ତା ୨୪ ତାରିଖ ରାତିରୁ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ପୁରୀ ଏବଂ ଅନୁଗୋଳ ଜିଲାରେ ପ୍ରବଳ ବର୍ଷିବ। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ସେହିପରି ୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର ଏବଂ ଅନୁଗୋଳ ଜିଲାରେ ଅତି ପ୍ରବଳ ବର୍ଷା ହେବ। ୨୭ ତାରିଖରେ ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ,…
ପୁରୀ, ଆଜି ମହାନ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟିଲଙ୍କ ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ ବର୍ଷକ ପୂର୍ବେ ଆଜିର ଦିନରେ ଜେଟଲି ଏଏମସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି ଦେଶର ବିଭିନ୍ନ ନେତା ତାଙ୍କୁ ସ୍ମରଣ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଅରୁଣ ଜେଟିଲଙ୍କୁ ମନେ ପକାଇଛନ୍ତି। ସେ କରିଥିବା ବାଲୁକା କଳାକୁ ଆଜି ତାଙ୍କ ଟୁଇଟରରେ ଛାଡି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି।
ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ୩୪୩ କିଲୋମିଟର ଦୂର ତଥା ଟିକମଗଡ଼ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ଏଠାରେ ଏକ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ଖଡ଼ଗପୁର ସହରର ୬୨ ବର୍ଷୀୟ ଧରମଦାସ ସୋନି, ୫୫ ବର୍ଷୀୟ ପୋନି ସୋନି, ୨୭ ବର୍ଷୀୟ ମନୋହର ସୋନି, ୨୫ ବର୍ଷୀୟା ବୋହୁ ସୋନମ ସୋନି ଓ ୪ବର୍ଷୀୟ ନାତି ସାନିଧ୍ୟ। ସମ୍ପୃକ୍ତ ପରିବାରଙ୍କ ଘର ଭିତର ପଟୁ ବହୁ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବାରୁ ପଡୋଶୀ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଘର ଭିତରକୁ ପ୍ରବେଶ କରିଥିଲା । ପୋଲିସ ଟିମ ପ୍ରଥମେ ମନୋହରଙ୍କ ମୃତଦେହ ଏକ ପଂଙ୍ଖାରେ ଝୁଲୁଥିବା ଦେଖିଥିଲେ । ପରେ ପୋଲିସ ଟିମ ଅନ୍ୟ ଏକ ରୁମରୁ ପରିବାରର ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର…
ନୂଆଦିଲ୍ଲୀ, ଆଜି ହେଉଛି ଭାରତର ଜଣେ ପ୍ରତିଷ୍ଠିତ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ଜେଟିଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ। ଠିକ୍ ଆଜିର ଦିନରେ ଜେଟିଲ ଏମଏସରେ ଚିକିତ୍ସିତ ହେଉଥିବା ବେଳେ ପରଲୋକ ଗମନ କଲେ। ତାଙ୍କର ଶ୍ରାଦ୍ଧ ବାର୍ଷିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଯେ, ମୋ ବନ୍ଧୁଙ୍କଠାରୁ ବହୁତ କିଛି ହରାଇଲି। ସେ ଭାରତର ନିଃସ୍ବାର୍ଥ ଭାବେ ସେବା କରି ଆସୁଥିଲେ। ସେହିପରି ତାଙ୍କ ଝିଅ ସୋନାଲୀ ଜେଟିଲ ମଧ୍ୟ କହିଛନ୍ତି ଯେ, ସେ କେବଳ ମୋ ବାପା ନ ଥିଲେ , ସେ ଭାରତର ସନ୍ତାନ ଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଜେଟିଲଙ୍କୁ ମନେପକାଇ ଟୁଇଟ କରିଛନ୍ତି। ସେ କହିଛନ୍ତି ଜେଟିଲ ଜଣେ ଉଚ୍ଚକୋଟିର ରାଜନେତା,ବକ୍ତା ଏବଂ ଜଣେ ଭଲ ମଣିଷ ଥିଲେ।
ଭୁବନେଶ୍ବର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ୯୦୯ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁଟନ୍ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୪୯୦ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୫୩ ହଜାର ୨୯୫ ଓ ଟ୍ରୁନଟ ଟେଷ୍ଟ ୧୨୪ଟି ହୋଇଛି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୯ ହଜାର ୨୧୯ ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ ସାରା ବିଶ୍ବରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସାରା ବିଶ୍ବରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ଅଢେଇ କୋଟି ପାଖରେ ପହଁଞ୍ଚିଲାଣି। ହିସାବ ଅନୁସାରେ ବର୍ତ୍ତମାନ ସାରା ବିଶ୍ବରେ ୨ କୋଟି ୩୫ ଲକ୍ଷ ୮୩ ହଜାର ୬୧୬ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ମୃତ୍ୟୁ ସଂଖ୍ୟା ହେଉଛି ୮ ଲକ୍ଷ ୧୨ହଜାର ୫୧୩ ଜଣ। ତେବେ ବିଶ୍ବରେ ସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ହିସାବ ଅନୁସାରେ ବର୍ତ୍ତମାନ ୧ କୋଟି ୬୦ ଲକ୍ଷ ୮ ହଜାର ୫୭୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହିସାବ ଅନୁସାରେ ଆମେରିକା- ୫,୮୭୪,୧୪୬ ଜଣ ବ୍ରାଜିଲ-୩,୬୦୫,୭୮୩ ଭାରତ-୩,୧୦୫,୧୮୫ ରୁଷିଆ-୯୫୬,୭୪୯

