Author: Samikhsya Bureau

ୟୁଏଇ : ଆଇପିଏଲ୍‌ ଖେଳିବାକୁ ୟୁଏଇ ଯାଇଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ଙ୍କୁ ଝଟ୍‌କା ଲାଗିଛି । ଚେନ୍ନାଇ ସୁପରକିଙ୍ଗସ୍‌ର ଜଣେ ଖେଳାଳୀଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ଦଳର 12ଜଣ ସର୍ପୋର୍ଟ ଷ୍ଟାଫ୍‌ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ସୂଚନା ରହିଛି । କରୋନା ମାମଲା ଆସିବା ପରେ ଏହି ଟିମ୍‌କୁ ଆଉ ଏକ ସପ୍ତାହ ପାଇଁ କ୍ବାରେଣ୍ଟାଇନ୍‌ ଅବଧିକୁ ବଢାଯାଇଛି । ତେବେ ଏହି ଦଳର ଜଣେ ଦ୍ରୁତ ବୋଲର କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ୟୁଏଇରେ ଏହି ଟିମ୍‌ ଛଅ ଦିନ ପାଇଁ କ୍ବାରେଣ୍ଟାଇନ୍‌ରେ ରହିଥିଲେ । ତେବେ କ୍ବାରେଣ୍ଟାଇନ୍‌ ସମୟ ସୀମା ଶେଷ ହେବା ପରେ କରୋନା ମାମଲା ସାମ୍ନାକୁ ଆସିବା ପରେ ଏବେ ଏହି ଟିମ୍‌ର ଖେଳାଳୀ ଆଉ ଅଧିକ ସପ୍ତାହେ କ୍ବାରେଣ୍ଟାଇନ୍‌ରେ ରହିବେ ବୋଲି ସୂଚନା ରହିଛି । ସମସ୍ତ ଖେଳାଳୀଙ୍କ ଚତୁର୍ଥ ଥର…

Read More

ଭୁବନେଶ୍ବର : ପୁରୀ ବାଇପାସ୍‌ ରୋଡ୍‌ରେ ଗୋଟିଏ ରେଷ୍ଟୁରାଣ୍ଟ ସିଲ୍‌ କରିଛି ବିଏମ୍‌ସି । କୋଭିଡ୍‌ କଟକଣା ଉଲ୍ଲଂଘନ କରି ଜନ୍ମଦିନ ଉତ୍ସବ ପାଳନ ହେଉଥିଲା । ଟ୍ରେଡ୍‌ ଲାଇସେନ୍ସ ନ ଥାଇ ମଦ ପରିବେଷଣ ହେଉଥିବା ଅଭିଯୋଗ ହୋଇଥିବାର ଜଣାପଡିଛି । ସମ୍ପ୍ରତି ରାଜଧାନୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ସ୍ଥାନୀୟ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 775 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଭୁବନେଶ୍ବରରୁ 2 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି ।

Read More

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। 8ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ 3ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। 2019 ଅକ୍ଟୋବରରେ 8 ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ 2ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା।

Read More

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ମହିଳା ଭାବେ ସମ୍‌ ହସ୍ପିଟାଲରେ କାର୍ଯ୍ୟରତ ଷ୍ଟାଫ୍‌ନର୍ସ ରଶ୍ମିତା ମୁଦୁଲି ପ୍ଲାଜ୍‌ମା ଦାନ କରିଛନ୍ତି । ତାଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ।

Read More

ଭୁବନେଶ୍ୱର: ଓଡିଶା କ୍ୟାଡର ଆଇଏଏସ ଉଷା ପାଢୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ମିଳିଛି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ନିଯୁକ୍ତି ପାଇଛନ୍ତି ଉଷା । ପ୍ରଥମ ମହିଳା ଭାବରେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ନୂଆ ନିଯୁକ୍ତି ପାଇଥିବା ନେଇ ସେ ନିଜେ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

Read More

ଭୁବନେଶ୍ବର : ପିଜି କମନ ଏଣ୍ଟ୍ରାନ୍ସ ଆବେଦନର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ପିଲାମାନେ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ପିଜି ନାମଲେଖା ପାଇଁ ଫର୍ମପୂରଣ କରିପାରିବେ। ରାଜ୍ୟରେ ପିଜି ନାମଲେଖା ଆବେଦନ ଅବଧିକୁ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ। ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁଥିରେ ନାମଲେଖା ପାଇଁ ଆବେଦନ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଥିବା ଜଣାପଡ଼ିଛି। ଏହି ବିଜ୍ଞପ୍ତି ଅନୁସାରେ ପ୍ରବେଶିକା ପରୀକ୍ଷା ଅକ୍ଟୋବର 10ରୁ 19 ପର୍ଯ୍ୟନ୍ତ ହେବ ।  ନଭେମ୍ବର 7ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ଡିସେମ୍ବର 3ରୁ କ୍ଲାସରୁ ଆରମ୍ଭ ହେବ । ସେହିପରି ସେପ୍ଟେମ୍ବର 30 ତାରିଖରୁ ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଅନଲାଇନ୍‌ରେ ହଲ୍‌ ଟିକେଟ ଉପଲବ୍ଧ ହେବ ।

Read More

ଭୁବନେଶ୍ବର :  କରୋନା ପାଇଁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ମେନ୍‌ ଲିଖିତ ପରୀକ୍ଷା ଘୁଞ୍ଚିଛି। ନଭେମ୍ବରରେ ଓଏଏସ ମୁଖ୍ୟ ଲିଖିତ ପରୀକ୍ଷା ହେବାର ସମ୍ଭାବନା ରହିଛି । ତେବେ ପରୀକ୍ଷା ସମ୍ପର୍କୀୟ ସମସ୍ତ ତଥ୍ୟ www.opsc.gov.in ୱେବସାଇଟ ମାଧ୍ୟମରେ ସୂଚନା ଦିଆଯିବା । ସେପ୍ଟେମ୍ବର ବଦଳରେ ନଭେମ୍ବରରେ ମେନ ଲିଖିତ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସରକାରଙ୍କ ଗାଇଡ ଲାଇନ ଦେଖି ତାରିଖ ସ୍ଥିର କରାଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ପରୀକ୍ଷା କୁ ବାରମ୍ବାର କରୋନା ପାଇଁ ବାତିଲ କରିବାକୁ ପଡିଛି ।

Read More

ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ଓଡ଼ିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ରାୟଗଡ଼ା ଜିଲ୍ଲାରେ 218 ଜଣ ଜେଲ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତନ୍ମଧ୍ୟରୁ ରାୟଗଡ଼ା ସବଜେଲରୁ 125 ଓ ଗୁଣପୁର ସବଜେଲରୁ 61ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ ବେହେରା ସୂଚନା ଦେଇଛନ୍ତି । ଚିହ୍ନଟ କରୋନା ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ଆଜି ରାୟଗଡ଼ା ଜିଲ୍ଲାରୁ ମୋଟ 495 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବାଲେଡିହରୁ ମୁକ୍ତାଦେଇପୁର ପର୍ଯ୍ୟନ୍ତ ଦେଢ କିଲୋମିଟର ରାସ୍ତାର ଅବସ୍ଥା ବେଶ୍‌ ଶୋଚନୀୟ ହୋଇପଡିଛି। ବର୍ଷା ଯୋଗୁଁ ରାସ୍ତା ଉପରେ ପାଣିଜମି ରହିବାଫଳରେ ଲୋକମାନେ ଯିବା ଆସିବା ଲାଗି ନାହିଁ ନଥିବାର ହଇରାଣ ହେଉଛନ୍ତି। ଏହି ରାସ୍ତାଉପରେ ବେଙ୍ଗରାଜପଲ୍ଲୀ, କୋସରଡା ପରି ତିନି ରୁ ଚାରିଖଣ୍ଡ ଗ୍ରାମ ନିର୍ଭର କରୁଥିବାବେଳେ ମୁଖ୍ୟ ରାସ୍ତାଟିର ଅବସ୍ଥା ବିପଜ୍ଜନକରହିଛି। ଏହି ରାସ୍ତା ଉପରେ ପ୍ରାୟ ୧୦୦୦ ରୁ ଉର୍ଦ୍ଧ୍ଵ ଲୋକ ନିର୍ଭରଶୀଳ ରହିଥିବାବେଳେ ଏହି ରାସ୍ତାର ଅବସ୍ଥା ବେଶ୍‌ ସାଂଘାତିକ ରହିଛି। ଗତବର୍ଷ ଏକ ସୁନାମଧନ୍ୟ କଣ୍ଟ୍ରାକ୍ଟର ଏହି ରାସ୍ତା କାମ ଆରମ୍ଭ କରିଥିବାବେଳେ ଅଧାରୁ ରାସ୍ତା କାମ ବନ୍ଦ କରିଦେଇଥିଲେ। ଯାହାଫଳରେ ଟିକିଏ ବର୍ଷା ହେଲେ ଏହି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଥିବାବେଳେ ରାସ୍ତା ସାରା ଖାଲ ଖମାରେ ପରିପୂର୍ଣ୍ଣ ହୋଇଛି। ଅପରପକ୍ଷରେ ସେହି ଅଞ୍ଚଳର କିଛି ଅସାମାଜିକ ଯୁବକ ଏହି…

Read More

ଜାପାନ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସିଞ୍ଜୋ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବାରୁ ପଦରୁ ଇସ୍ତଫା ଦେଇଛନ୍ତି । । ଏନେଇ ସେ  ଔପଚାରିକ ଭାବେ ଘୋଷଣା ମଧ୍ୟ କରିଛନ୍ତି । ଯେ 65 ବର୍ଷିୟ ସିଞ୍ଜୋ ଆବେଙ୍କ ସପ୍ତାହ ମଧ୍ୟରେ ଦୁଇଥର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହା ପୂର୍ବରୁ 2007 ମସିହାରେ ମଧ୍ୟ ଇସ୍ତଫା ଦେଇଥିଲେ । ତେବେ 2012ରେ ବହୁମତ ଜରିଆରେ ପୁନର୍ବାର ସତ୍ତାକୁ ଫେରିଥିଲେ ଆବେ । ଏକ ସାମ୍ବାଦିକ ସମ୍ମିଳନୀରେ ଆବେ ଇସ୍ତଫା ଦେବାର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।  ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତାଙ୍କ କାର୍ଯ୍ୟାଳୟରେ 7 ବର୍ଷ 8ମାସ ପୂ୍ରଣ କରିଛନ୍ତି । ତେବେ ଆବେଙ୍କ କାର୍ଯ୍ୟକାଳ 2021ରେ ପୂରା ହେବାକୁ ରହିଥିଲା। କିନ୍ତୁ ସ୍ବାସ୍ଥ୍ୟଗତ କାରଣରୁ ଆବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।

Read More

ଶାହଜାହାଁପୁର : ପ୍ରେମ ଅନ୍ଧ ହୋଇଥାଏ ସତ, କିନ୍ତୁ ପ୍ରେମ ଏତେ ଶୀଘ୍ର ବଦଳିଯାଇଥାଏ, ତାହା ବିଶ୍ବାସ କରିବା କଷ୍ଟ । କିନ୍ତୁ ୟୁପି୍‌ର ଶାହାଜହାଁପୁରର ପରୋଲୀଗ୍ରା ମରୁ ଆସିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଗ୍ରାମର ଜଣେ ଯୁବତୀ ନିଜ ପ୍ରେମିକଙ୍କ ଘରେ ପହଞ୍ଚିଗଲେ। କିନ୍ତୁ ଯେତେବେଳେ ଜାଣିଲେ ତାଙ୍କ ପ୍ରେମିକଙ୍କ ବୟସବହୁତ କମ୍‌ । ସେତେବେଳେ ସେ ପ୍ରେମିକକୁ ବଡଭାଇକୁ ବାହା ହେବାକୁ ନିଷ୍ପତ୍ତି ନେଲେ । ଏହି ବିଷୟଟି ଏବେ ଗ୍ରାମରେ ବେଶ୍‌ ଚର୍ଚ୍ଚା ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ ଶାହଜହାଁପୁରର ଜଣେ ଯୁବତୀ ଏଲଏଲ୍‌ବିର ଚତୁର୍ଥ ସେମିଷ୍ଟାର  ଛାତ୍ରୀ ଅଟନ୍ତି । ନଅ ବର୍ଷ ପୂର୍ବରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପିତା ଦ୍ବିତୀୟ ବିବାହ କରିଥିଲେ । ବିମାତାଙ୍କ ନିର୍ଯାତନାରେ ସେ ଅତିଷ୍ଠ ହୋଇପଡିଥିଲେ । ଗତ ଦୁଇ ମାସ ତଳେ ସେ ଏକ ନମ୍ବରରେ…

Read More

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛି ଆଦିତ୍ୟଙ୍କ ପରିବାର । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ପିତା ଆଜି ମାନ୍ୟବର ହାଇକୋର୍ଟଙ୍କ ନିକଟରେ ସିବିଆଇ ତଦନ୍ତର ଦାବି କରିଛନ୍ତି । ଏହି ମାମଲାର ତଦନ୍ତ ପ୍ରଥମେ ଜିଆରପି ପକ୍ଷରୁ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଏପରିକି ଗତକାଲି କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ମଧ୍ୟ କରାଯାଇଥିଲା । ଆଜି ଶ୍ୱଶୁରଙ୍କ ସହିତ ବିଦ୍ୟାଶ୍ରୀ ହାଇକୋର୍ଟରେ ପହଞ୍ଚି ସିବିଆଇ ତଦନ୍ତର ଦାବି କରିଥିବାର ସୂଚନାରହିଛି ।

Read More

ରାଜସ୍ଥାନ : ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଗ୍ରାମରେ ବେଶ୍‌ ଚର୍ଚ୍ଚା ଲାଗି ରହିଥିଲା । ଏହି ଘଟଣାରେ ଗ୍ରାମର ସରପଞ୍ଚ ଓ ପୋଲିସ୍‌ ମଧ୍ୟ ଏହାର ସମାଧାନ କରିପାରିନଥିବାବେଳେ ଛେଳିଟି କିନ୍ତୁ  ନିଜର ନ୍ୟାୟ କରିପାରିଛି । ଉଦୟପୁର ବଲ୍ଲଭନଗରର ତହସିଲ ଅନ୍ତର୍ଗତ ଖୋରଦା ଥାନାର ଘଟଣା । ଏଠାରେ ଏକ ଛେଳିର ଦୁଇ ମାଲିକ ଆସି ଦୁହେଁ   ଛେଳି ଉପରେ ନିଜ ଦାବି କରିଥିଲେ । ଫଳରେ ଛେଳି କାହାର ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହା ପରେ ଛେଳି ନିଜେ ଏହାର ସାମଧାନ କରିଥିବା ଜଣାପଡିଛି । ଖୋରଦା ଥାନା ଅନ୍ତର୍ଗତ ଧୋଲାକୋଟ ଗ୍ରାମରେ ରହୁଥିବା ବାବରୁ ରାଓ୍ବତଙ୍କ ବକ୍‌ରୀ ଜଙ୍ଗଲକୁ ଏକ ଛେଳି ଚରିବାକୁ ଯାଇଥିବାେବଳେ ହଜିଯାଇଥିଲା । ବାବରୁ ରାଓଙ୍ବତ ନିଜ ଗ୍ରାମ ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ । ନିଜ ଗ୍ରାମଠାରୁ 4…

Read More

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ଆଉ 4ଟି ଗେଟ୍‌ ଖୋଲାଗଲା । ଏବେ ସର୍ବମୋଟ 28ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦକୁ 6ଲକ୍ଷ 56 ହଜାର 6 କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ  ନିଷ୍କାସିତ ହେଉଛି 3 ଲକ୍ଷ 35 ହଜାର 658 କ୍ୟୁସେକ ଜଳ । ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲିବା ଦ୍ବାରା ଫୁଲୁଛି ମହାନଦୀ । ପୂର୍ବରୁ ହୀରାକୁଦ ଡ୍ୟାମରୁ 24ଟି ଗେଟ୍‌ ଖୋଲାଯାଇଥିଲା । ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି…

Read More

ନୂଆଦିଲ୍ଲୀ : ଚଳିତ ବର୍ଷ ସମସ୍ତ ୟୁଜି ଏବଂ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବ ଧାର୍ଯ୍ୟ ସମୟରେ ପରୀକ୍ଷା ହେବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।  ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି ।  ତେବେ ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ରାଜ୍ୟ ସରକାର ସ୍ଥିର କରିବେ ବୋଲି ନିର୍ଦ୍ଦେଶ ରହିଛି । ଏନେଇ ୟୁଜିସି ସହିତ ଆଲୋଚନା କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 30 ମଧ୍ୟରେ…

Read More

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 8ଜଣଙ୍କ ଜୀବନ ନେଇଛି କରୋନା । ଭୁବନେଶ୍ବର ଓ ଗଞ୍ଜାମରୁ ଦୁଇଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ ବଲାଙ୍ଗିର, ରାୟଗଡା,ବରଗଡ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବାର ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର ବିଭାଗ । ବରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣକ ହେଉଛନ୍ତି 61 ବର୍ଷୀୟ ମହିଳା । ସେହିପରି ଭଦ୍ରକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ହେଉଛି62 ବର୍ଷ । ସେହିପରି ଭୁବନେଶ୍ବରରୁ ଦୁଇ ମୃତକଙ୍କ ପୁରୁଷ ହୋଇଥିବାବେଳେ ଦୁହିଁଙ୍କ ବୟସ ଯଥାକ୍ରମେ 65 ଓ 56 ବର୍ଷ । ସେହିପରି ବଲାଙ୍ଗିର ଜିଲ୍ଲାରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 40 ବର୍ଷ  । ସେହିପରି ଗଞ୍ଜାମରୁ ଆଜି ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଦୁହିଁଙ୍କ ବୟସଯଥାକ୍ରମେ 55 ଓ45 ବର୍ଷ । ସେହିପରି ରାୟଗଡା ଜିଲ୍ଲାରୁ 60 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା…

Read More

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ସମ୍ମୁଖରେ ହାଜର ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ଗତକାଲି ସିବିଆଇ ପକ୍ଷରୁ ରିଆଙ୍କୁ ସମନ ଜାରି କରାଯାଇଥିବା ବେଳେ ନିଜ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ସହିତ ରିୟା ସିବିଆଇ ସମ୍ମୁଖରେ ହାଜର ହୋଇଥିଲେ । ମୁମ୍ବାଇର ଡିଆଡିଓ ଗେଷ୍ଟ ହାଉସରେ ସିବିଆଇ ଜେରାର ସମ୍ମୁଖୀନ ହେବେ ରିୟା । ରିୟାଙ୍କୁ ଜେରା କରିବା ପୂର୍ବରୁ ସିବିଆଇ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ ସିଂ ଏବଂ ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଇଛି । । ଏହା ସହିତ ଗତକାଲି ରିଆଙ୍କ ଭାଇ ସୌଭିକଙ୍କୁ ମଧ୍ୟ ସିବିଆଇ ପକ୍ଷରୁ 14 ଘଣ୍ଟା ଜେରା କରାଯାଇଥିଲା । ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଏବେ ସିବିଆଇ ଯାଞ୍ଚ କରୁଛି । ଏକ ସପ୍ତାହ ଧରି ସିବିଆଇ ଏହି ମାମଲାରେ ଯାଞ୍ଚ କରୁଥିବାବେଳେ ଏହି ମାମଲାରେ ଇଡି ସହିତ…

Read More

ଭୁବନେଶ୍ବର : ଆଜି 30ଟି ଜିଲ୍ଲାରୁ ମୋଟ୍‌ 3 ହଜାର 682 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 775ଜଣ ଚିହ୍ନଟ ହୋଇଥିବାବେଳେ ରାୟଗଡାରୁ 495, କଟକରୁ 369 ମୟୂରଭଞ୍ଜରୁ 272, ଗଞ୍ଜାମରୁ 174, ବରଗଡରୁ 152, କୋରାପୁଟରୁ140, ସମ୍ବଲପୁରୁର 128, ପୁରୀରୁ 115,  ନୟାଗଡରୁ 109, ଯାଜପୁରରୁ 88, ବାଲେଶ୍ବରରୁ 87,ମାଲକାନଗିରିରୁ 86, ବଲାଙ୍ଗିରରୁ 68, ଢେଙ୍କାନାଳରୁ 61, କେଉଁଝରରୁ 59, ଅନୁଗୁଳରୁ 56, ଭଦ୍ରକରୁ 51, ଗଜପତିରୁ 48,   ଜଗତସିଂହପୁର ଓ କେନ୍ଦ୍ରାପଡାରୁ 44ଜଣ ଲେଖାଏଁ ରହିଥିବାବେଳେ, ଝାରସୁଗୁଡାରୁ 43, କଳାହାଣ୍ଡିରୁ 41, ନବରଙ୍ଗପୁରରୁ 38, କନ୍ଧମାଳରୁ 36, ସୋନପୁର ଓ ସୁନ୍ଦରଗଡରୁ 27ଜଣ ଲେଖାଏଁ ରହିଛନ୍ତି । ନୂଆପଡାରୁ 23, ବୌଦ୍ଧରୁ 14, ଦେବଗଡରୁ 12 ଜଣ ଚିହ୍ନଟ ହୋଇଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 3 ହଜାର 682କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 2241ଜଣ ଚିହ୍ନଟ ହୋଇଥିବାବେଳେ 1441ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା  94ହଜାର668କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28ହଜାର 836ଜଣ । ସେହିପରି ସୁସ୍ଥ ହୋଇଛନ୍ତି 65 ହଜାର 323ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 441ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ଝାରସୁଗୁଡା : କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ସହରକୁ ସାତ ଦିନ ଲାଗି ସଟଡାଉନ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତା 30 ତାରିଖ ଠାରୁ ସେପ୍ଟେମ୍ବର 5 ତାରିଖ ଯାଏଁ ସଟ୍‌ଡାଉନ ରହିବ । ତେବେ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ 6ଟାରୁ 11ଟା ଯାଏଁ ଖୋଲା ରହିବ। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଅଗଷ୍ଟ 27 ତାରିଖ ଯାଏଁ ଜିଲ୍ଲାରେ 1033 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 617 ଜଣ ସୁସ୍ଥ ହୋଇଛନ୍ତି। ଏବେସୁଦ୍ଧା 415 ଜଣ ଚିକିତ୍ସାଧୀନ ଅଛନ୍ତି ।

Read More

ନୂଆଦିଲ୍ଲୀ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 77 ହଜାର 266 ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 33 ଲକ୍ଷ 87 ହଜାର 501କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ 1 ହଜାର 57ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61 ହଜାର 529ଜଣ ପ୍ରାଣ ହରାଇଛନ୍ତି । ତେବେ ଦେଶରେ କରୋନା ମୃତ୍ୟୁହାର 1.82 % ରହିଥିବାବେଳେ ସୁସ୍ଥ ହାର ରହିଛି 76.28% । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ହାର ରହିଛି 21.90% ।

Read More