ମୁମ୍ୱାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପରେ ଏବେ ଏହି ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ତଦନ୍ତ କରୁଛି ଏନସିବି । ରିଆ, ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କ ଘରେ ଆଜି ସକାଳେ ତଦନ୍ତ କରିଥିଲା ଏନସିବି । ଚଢଉ କରିବା ପରେ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଉଠାଇ ନେଇଛି ଏନସିବି । ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଅଟକ ରଖିଛି । ସେମାନଙ୍କୁ ଏନସିବିର ମୁମ୍ବାଇ କାର୍ଯ୍ୟାଳୟରେ ପଚରାଉଚୁରା କରାଯାଉଛି । ଏହା ପୂର୍ବରୁ ଏନସିବି ପକ୍ଷରୁ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ଓ ମିରାଣ୍ଡାଙ୍କ ଘରେ ଚଢଉ କରାଯାଇଥିଲା ।ଏହି ସମୟରେ ଏକ ପୁରୁଣା ଡାଏରୀ ଜବତ କରିଛି ଏନ୍ସିବି । (ଏଜେନ୍ସି)
Author: Samikhsya Bureau
ଭୁବନେଶ୍ବର : ଆଜି ରାଜ୍ୟରୁ 9ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ମୃତକଙ୍କ ମଧ୍ୟରେ ବଲାଙ୍ଗିର, କଟକ, ଗଞ୍ଜାମ, ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବଲାଙ୍ଗିର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 18 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 75 ବର୍ଷୀୟ ମହିଳା । ସେହିପରି ଖୋର୍ଦ୍ଧା ଜିଲ୍ଲାର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 67 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରର 90 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି । ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ମହିଳା । ଗଞ୍ଜାମର ଦୁଇ ଆକ୍ରାନ୍ତଙ୍କ ଦୁଇଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 50 ଓ 70…
ଭୁବନେଶ୍ବର : ଆଜି ରାଜ୍ୟର 30ଟି ଜିଲ୍ଲାରୁ ମୋଟ୍ 3 ହଜାର 267ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 859ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ 384, ପୁରୀରୁ 235, ରାୟଗଡାରୁ 169, ଭଦ୍ରକରୁ 138, ମୟୂରଭଞ୍ଜରୁ 134, ସୁନ୍ଦରଗଡରୁ 127, ବରଗଡରୁ 120, କେଉଁଝରରୁ 107, ଗଞ୍ଜାମରୁ 97, ନବରଙ୍ଗପୁରରୁ 85, କୋରାପୁଟରୁ 83, ସମ୍ବଲପୁରରୁ 80, ନୟାଗଡରୁ 70, ସୋନପୁର ଓ ଜଗତସିଂହପୁରରୁ 66ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 60, କେନ୍ଦ୍ରାପଡାରୁ 51, ବୌଦ୍ଧରୁ 44, ନୂଆପଡାରୁ 40, ଝାରସୁଗୁଡା ଓ କଳାହାଣ୍ଡିରୁ 37 ଜଣ ଲେଖାଏଁ ରହିଥିବାବେଳେ କନ୍ଧମାଳ ଓ କଳାହାଣ୍ଡିରୁ 27ଜଣ ଲେଖାଏଁ ରହିଛନ୍ତି । ସେହିପରି ଦେବଗଡ ଓ ଯାଜପୁରରୁ 23ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଓ ଗଜପତିରୁ 18 ଜଣ ଲେଖାଏଁ ରହିଥିବାବେଳେ ମାଲକାନଗିରିରୁ 17, ବାଲେଶ୍ବରରୁ 9 ଜଣ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 3ହଜାର 267 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1961ଜଣ ଚିହ୍ନଟ ହୋଇଥିବାବେଳେ 1306ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 16 ହଜାର678 ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 28 ହଜାର 743ଜଣ । ସେହିପରି ସୁସ୍ଥ ହୋଇଛନ୍ତି 87 ହଜାର 351ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 522ଜଣ । ସେହିପରି 53 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ରୁଦ୍ରପ୍ରୟାଗ, ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ମନ୍ଦିର ଅଛି ଯାହାର ନାମ ହେଉଛି ତ୍ରିଯୁଗୀନାରାୟଣ ମନ୍ଦିର। ଏହି ମନ୍ଦିରର ବିଶେଷତ୍ବ ହେଉଛି ଯେ ବିଷ୍ଣୁ, ଶିବପାର୍ବତୀଙ୍କ ବାହାଘର ଏହି ସ୍ଥାନରେ ବସି ଦେଖିଥିଲେ। ଏହାର ଆଉ ଏକ ବିଶେଷତ୍ବ ହେଉଛି ଏହି ମନ୍ଦିର ସମ୍ମୁଖରେ ଏକ ଅଖଣ୍ଡ ଧ୍ବନି ଜଳୁଛି। ବିଶ୍ବାସ ରହିଛି ବାହାଘର ଦେଖିବା ପାଇଁ ବିଷ୍ଣୁ ସେହିଠାରେ ଏକ କୁଣ୍ଡରେ ଅଗ୍ନି ଜାଳି ବସିଥିଲେ। ଫଳରେ ସେହି ଧ୍ବନି ଆଜି ପର୍ଯ୍ୟନ୍ତ ଅର୍ଥାତ ତିନି ଯୁଗ ଧରି ଜଳୁଛି ବୋଲି କୁହାଯାଉଛି। ଭକ୍ତମାନେ ସେହି ମନ୍ଦିରକୁ ଦର୍ଶନରେ ଆସିଲେ ଭକ୍ତିପୂତ ଭାବେ ସେହି ଅଗ୍ନି କୁଣ୍ଡରେ କାଠ ନିକ୍ଷେପ କରିଥାନ୍ତି। ଏହା ଦ୍ବାରା ପରିବାରର ମଙ୍ଗଳ ହୁଏ ବୋଲି ବିଶ୍ବାସ ରହିଛି।
ଗାଜିଆବାଦ : ଉତ୍ତରପ୍ରଦେଶର ଗାଜିଆବାଦଠାରେ ଜଣେ ଲୁଟେରୀ ଦୁଲହନ୍ର କାହାଣୀ ପଦାକୁଆସିଛି । ତେବେ ଏହି ଲୁଟେରୀ ଦୁଲହନ୍ଙ୍କ ଖାସ୍ କଥାହେଉଛି ଯେ, ଏହି ବଧୂ ଜଣକ କେବଳ ବରିଷ୍ଠ ନାଗରିକ ବା ସିନିୟର ସିଟିଜେନ୍ଙ୍କୁ ହିଁ ନିଜର ଶିକାର ବନାଇ ଥା’ନ୍ତି । ବୃଦ୍ଧ ତଥା ଅଧିକ ବୟସ୍କଙ୍କୁ ବିବାହ କରିବା ପରେତାଙ୍କ ବିଶ୍ବାସ ଜିତି ସମସ୍ତ ଧନ ସମ୍ପତ୍ତି ଧରି ଚମ୍ପଟ ମାରନ୍ତି । ନିକଟର ଏହି ଲୁଟେରୀ ଦୁଲହନ୍ଜଣକ କବିନଗରର ଜଣେ 66 ବର୍ଷ ବୟସ୍କ ଯୁଗଳ କିଶୋରଙ୍କୁ ଶିକାର କରିଛନ୍ତି । ପେସାରେ କଣ୍ଟ୍ରାକ୍ଟର ଥିବା ଯୁଗଲ କିଶୋରଙ୍କ ସ୍ତ୍ରୀଙ୍କର କିଛି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ସେ ତାଙ୍କର ଏକମାତ୍ର ପୁଅଙ୍କ ସହିତ ଘରେ ରହୁଥିଲେ । ନିଜରଏକଲାପଣ ଦୂର କରିବାକୁ ଯୁଗଳ ସାଥୀ ଖୋଜୁଥିବାବେଳେ ଲୁଟେରୀ ଦୁଲହନ୍ ତାଙ୍କୁ ନିଜ ଜାଲରେ ଫସାଇ ଦେଇଥିଲେ । ଯୁଗଲ୍ କିଶୋର ନିଜ ପାଇଁ…
ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୃତ୍ୟୁ ସଂଖ୍ୟା 1 ହଜାର 96ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 83 ହଜାର 341 ଆକ୍ରାନ୍ତଚିହ୍ନଟ ହେବା ପରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 39 ଲକ୍ଷ 36 ହଜାର 747ରେ ପହଞ୍ଚିଛି । ସେହିପରି ଦେଶର ସର୍ବମୋଟ ମୃତ୍ୟୁ ସଂଖ୍ୟା 68 ହଜାର 472ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ 30 ଲକ୍ଷ 37 ହଜାର 151 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 8 ଲକ୍ଷ 31 ହଜାର 124 ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର 77.15 ପ୍ରତିଶତ ଛୁଇଁଛି । ସେହିପରି ଦେଶରେ ମୃତ୍ୟୁ ହାର 1.74%…
ଯାଜପୁର : ଯାଜପୁର ଜିଲ୍ଲା 16ନମ୍ବର ଜାତୀୟ ରାଜପଥ ବାରବାଟୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁସାରେ ଏକ ଟ୍ରକ୍ ଓଭରଟେକିଂ କରୁଥିବାବେଳେ ଅନ୍ୟ ଏକ ଟ୍ରକ୍କୁ ଧକ୍କା ଦେଇଥିଲେ । ଏହି ସମୟରେ ରାସ୍ତା କଡରେ ଛିଡା ହୋଇଥିବା କିଛି ଲୋକଙ୍କ ଉପରେ ଟ୍ରକ୍ଟି ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ 32 ବର୍ଷୀୟ ଯୁବ ବ୍ୟବସାୟୀ ଅମୂଲ୍ୟ ସେଠୀ ବୋଲି ସୂଚନା ରହିଛି । ଦୁର୍ଘଟଣା ପରେ ଟ୍ରକର ଚାଳକ ଫେରାର ହୋଇଯାଇଥିବା ବେଳେ ଗୁରୁତରମାନଙ୍କୁ କଟକ ବଡ଼ମେଡିକାଲକୁ ଚିକିତ୍ସା ଲାଗି ସ୍ଥାନାନ୍ତରଣ କରାଯାଇଛି ।
ଢାକା, ବାଙ୍ଗାଲାଦେଶର ରାଜଶାହୀ ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୨୧୭ କୋଟି ଟଙ୍କା ହେବ ବୋଲି ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ କହିଛନ୍ତି। ରାଜଶାହୀ ଜିଲ୍ଲା ମତ୍ସ୍ୟ ବିଭାଗର ଅଧିକାରୀ ଅଳକା କୁମାର କହିଛନ୍ତି, “ମଙ୍ଗଳବାର ଦିନ ହଠାତ୍ ପାଗ ଖରାପ ହେବା ପରେ ଜିଲାରେ ପ୍ରାୟ ୬୧୭ ମେଟ୍ରିକ୍ ଟନ୍ ମାଛ ମରିଯାଇଥିଲା। ଆକାଶ ଘନ ମେଘ ଦ୍ୱାରା ଆଚ୍ଛାଦିତ ହୋଇଥିଲା ଏବଂ ପବନ ନଥିଲା ଯାହା ଦ୍ବାରା ପୋଖରୀରେ ଅମ୍ଳଜାନ ଅଭାବ ଦେଖାଦେଲା। ଫଳରେ ପୋଖରୀ ଏବଂ କେନାଲଗୁଡିକରେ ଥିବା ମାଛର ମୃତ୍ୟୁ ହୋଇଛି। ” ଜିଲ୍ଲା ମତ୍ସ୍ୟଜୀବୀ ଅଧିକାରୀ କହିଛନ୍ତି ଯେ ମତ୍ସ୍ୟ ବ୍ୟବସାୟୀଙ୍କୁ ୧୧.୭୩ କୋଟି ଟଙ୍କା କ୍ଷତି ସହିବାକୁ ପଡିବ କିନ୍ତୁ ବ୍ୟବସାୟୀମାନେ କହିଛନ୍ତି ଯେ ଏହାଠାରୁ ଅଧିକ କ୍ଷତି ହେବ। ପ୍ରାୟ ତିନି ରୁ ସାତ କିଲୋଗ୍ରାମର ରୁହି କାଟଲା ମାଛକୁ…
ଶ୍ରୀନଗର, ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆଜି ସକାଳୁ ଏନକାଉଣ୍ଟରରେ ଜଣେ ସେନା ଅଧିକାରୀ ଆହତ ହୋଇଛନ୍ତି ବୋଲି ସେନା ସୂତ୍ରରୁ ପ୍ରକାଶ। ସେହି ଅଞ୍ଚଳର ଆତଙ୍କବାଦୀଙ୍କ ସଂପର୍କରେ ଏକ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଏବଂ ସେନାର ମିଳିତ ଟିମ୍ ଏହି ଅଞ୍ଚଳକୁ କର୍ଡନ କରିବା ପରେ ୟେଡିପୋରାରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷା ବାହିନୀ ପ୍ରଥମେ ଲୋକଶୂନ୍ୟ କରିଥିଲେ। ଏହାପରେ ସେମାନେ ଏନକାଉଣ୍ଟର ଆରମ୍ଭ କରିଥିଲା। ବାରାମୁଲାର ୟେଡିପୋରା ପଠାନ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ସେଠାରେ ବ୍ୟାପକ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ବୋଲି ପୋଲିସ କହିଛି।
ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗର ସଂଖ୍ୟା ୨୬.୨ ନିୟୁତ ମାର୍କକୁ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୮୬୭,୦୦୦ ରୁ ଅଧିକ ହୋଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୨୬,୨୦୮,୬୯୦ ରେ ପହଞ୍ଚି ମୃତ୍ୟୁ ସଂଖ୍ୟା ୮୬୭,୨୧୯ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ନୂତନ ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ଆମେରିକାରେ ସର୍ବାଧିକ ସଂଖ୍ୟକ ଆକ୍ରାନ୍ତ ଏବଂ ମୃତ୍ୟୁ ହୋଇଛି। ଆଜି ସକାଳ ସୁଦ୍ଧା ଆମେରିକାରେ ୬,୧୪୯,୨୬୫ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୬,୭୮୫ ରେ ପହଁଚିଛି। ୪,୦୪୧,୬୩୮ ସଂକ୍ରମଣ ଏବଂ ୧୨୪,୬୧୪ ମୃତ୍ୟୁ ସହିତ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ରହିଲା। ମାମଲା ଅନୁଯାୟୀ, ଭାରତ ତୃତୀୟ ସ୍ଥାନରେ ରହିଛି (୩,୮୫୩,୪୦୬), ଏବଂ ପରେ ରୁଷିଆ (୧,୦୦୬,୯୨୩), ପେରୁ (୬୫୭,୧୨୯), କଲମ୍ବିଆ (୬୩୩,୩୩୯), ଦକ୍ଷିଣ ଆଫ୍ରିକା…
Defence Minister Rajnath Singh paid floral tributes to Mahatma Gandhi at Indian Embassy in Moscow, Russia today.
ଭୁବନେଶ୍ବର, ଆଜି ହେଉଛି ପ୍ରଖ୍ୟାତ ସାହିତ୍ୟିକ, ଗବେଷକ ତଥା ଭାଷ୍ୟକାର ରଜତ କରଙ୍କ ଜନ୍ମ ଦିନ। ଠିକ ୮୭ ବର୍ଷ ତଳେ ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ। ଜନ୍ମ ଦିନ ସଂପର୍କରେ ରଜତ ତାଙ୍କ ଟୁଇଟର ଆକାଉଣ୍ଟରେ ଅବଗତ କରାଇଛନ୍ତି। ସେ ଏ ନେଇ କହିଛନ୍ତି ଯେ, “ପରମପିତାଙ୍କ କୃପା ଓ ଗୁରୁ ମାନଙ୍କ ମାର୍ଗଦର୍ଶନ ରେ ଜୀବନ ର ୮୭ ଟି ସୋପାନ ପୂର୍ଣ୍ଣ ହେଲା, ଏ ଜାତି ଯାହା ଦେଇଛି ତା ଲାଗି ମୁଁ ଚିର ୠଣୀ ଓ ସଦା ସର୍ବଦା କର୍ମ ତତ୍ପର ରହିବି। ମୋ ଜନ୍ମଦିନ ରେ ଶୁଭେଚ୍ଛା ବାର୍ତ୍ତା ଦେଇ ଥିବା ମୋର ଅଗଣିତ ସୁହୃଦ ସ୍ରୋତାଙ୍କ ପ୍ରଭୁ ମଙ୍ଗଳ କରନ୍ତୁ” ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଧିକ ଟୁଇଟ ଜରିଆରେ କହିଛନ୍ତି ଯେ, “ମିଶନ କର୍ମଯୋଗୀ-ପ୍ରଶାସନିକ ସେବାରେ ସାମର୍ଥ୍ୟ ବିକାଶ ପାଇଁ ଜାତୀୟ କାର୍ୟ୍ୟକ୍ରମ” ସରକାରୀ ସ୍ତରରେ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥାରେ ମୌଳିକ ପରିବର୍ତ୍ତନ ଆଣିପାରିବ। ଏହା ସରକାରୀ କର୍ମଚାରୀମାନଙ୍କର କ୍ଷମତା ବଢ଼ାଇବା ଲାଗି ବ୍ୟାପକ ସୁଯୋଗ ଏବଂ ଭିତ୍ତିଭୂମି ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ। ସେ ଟୁଇଟ କରି ଆହୁରି କହିଛନ୍ତି, “ଆଇଜିଓଟି ପ୍ଲାଟଫର୍ମ ଭୂମିକା-ଆଧାରିତ ମାନବ ସମ୍ବଳ ପରିଚାଳନା ଏବଂ ନିରନ୍ତର ଜ୍ଞାନ ଅର୍ଜନ ଲାଗି ଆବଶ୍ୟକ ପରିବର୍ତ୍ତନ ଆଣିପାରିବ। ମିଶନ କର୍ମଯୋଗୀର ଉଦ୍ଦେଶ୍ୟ ପାରଦର୍ଶିତା ଓ ପ୍ରଯୁକ୍ତି ମାଧ୍ୟମରେ ଭବିଷ୍ୟତ ପାଇଁ ସରକାରୀ କର୍ମଚାରୀମାନଙ୍କୁ ଅଧିକ ପ୍ରଭାବୀ, ଗଠନମୂଳକ ଓ ସୃଜନଶୀଳ କରିବା।
ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୧୧.୭୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଏହି ସମୟ ମଧ୍ୟରେ ଦିନିକିଆ ରେକର୍ଡ ଭାବେ ୬୮,୫୮୪ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହାଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯,୭୦,୪୯୨ ରେ ବା ପାଖାପାଖି ୩୦ ଲକ୍ଷ ପହଞ୍ଚିଛି। ଏଥିସହିତ ସୁସ୍ଥତା ହାର ୭୭ ପ୍ରତିଶତ (୭୭.୦୯)କୁ ଅତିକ୍ରମ କରିଛି। ଫଳସ୍ଵରୂପ ସକ୍ରିୟ ରୋଗୀ ୮,୧୫,୫୩୮ ତୁଳନାରେ ଅଧିକ ୨୧.୫୦ ଲକ୍ଷ ସୁସ୍ଥ ହୋଇଛନ୍ତି । ଦେଶରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ସଂକ୍ରମିତଙ୍କ ତୁଳନାରେ ୩.୬ଗୁଣ ଅଧିକ ହୋଇଛି । ରେକର୍ଡ ସଂଖ୍ୟକ ସୁସ୍ଥ ହେବା ଫଳରେ ଦେଶରେ ସକ୍ରିୟ ମାମଲା ହ୍ରାସ ପାଇ ମୋଟ ସଂକ୍ରମଣ ସଂଖ୍ୟା ମାତ୍ର ୨୧.୧୬ରେ ରହିଛି। ହସ୍ପିଟାଲର ଚିକିତ୍ସା ସୁବିଧାରେ ଉନ୍ନତି, ଘରୋଇ ଏକାନ୍ତବାସରେ ଥିବା ରୋଗୀମାନଙ୍କ ତଦାରଖ, ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା, ନୂଆଦିଲ୍ଲୀସ୍ଥିତ ଏମ୍ସ ବିଶେଷାଜ୍ଞଙ୍କ ଦ୍ଵାରା ସ୍ଵତନ୍ତ୍ର ପରାମର୍ଶ ଯୋଗୁଁ ଏହି ସୁସ୍ଥତା…
ନୂଆଦିଲ୍ଲୀ, ଦିନକୁ ଅନୁନ୍ୟ ୧୦ ଲକ୍ଷ ନମୁନା ପରୀକ୍ଷଣର ଲକ୍ଷ୍ୟ ନେଇ ଗତ ୨ ଦିନ ମଧ୍ୟରେ ଏହି ସଂଖ୍ୟାରେ ଆଶାତୀତ ଉନ୍ନତି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୧.୭୦ ଲକ୍ଷ (୧୧,୭୨,୧୭୯) ନମୁନା ପରୀକ୍ଷଣ ହୋଇଛି ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୪.୫ କୋଟି (୪,୫୫,୦୯,୩୮୦) ନମୁନା ପରୀକ୍ଷା ହୋଇସାରିଛି। ଜାନୁଆରୀ ୩୦, ୨୦୨୦ ବେଳକୁ ଦେଶରେ ଦିନକୁ ମାତ୍ର ୧୦ଟି ନମୁନା ପରୀକ୍ଷା ହେଉଥିବା ବେଳେ ଆଜି ଏହା ୧୧ ଲକ୍ଷକୁ ଅତିକ୍ରମ କରିଛି। ବର୍ତ୍ତମାନ ଦେଶରେ ଦୈନିକ ପରୀକ୍ଷା ଅନ୍ୟାନ୍ୟ ଦେଶ ତୁଳନାରେ ସବୁଠାରୁ ଆଗରେ ରହିଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ୟାପକ ପରୀକ୍ଷା ଯୋଗୁଁ ସଅଳ ରୋଗ ନିରୂପଣ, ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ଚିକିତ୍ସା କରାଯାଇପାରୁଥିବାରୁ ମୃତ୍ୟୁ ହାର ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଅଧିକ ନମୁନା ପରୀକ୍ଷା ଯୋଗୁଁ ପଜିଟିଭ ହାର ମଧ୍ୟ ହ୍ରାସ ପାଇବାରେ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ଆଜି ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି। ଏହି ଅବସରରେ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ। ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ ୨୬ ଶତାଂଶ ଶସ୍ତା। ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ। ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ, ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ, ଇମ୍ୟୁନିଟି ବୁଷ୍ଟର ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏହା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁଦିନର ପ୍ରତୀକ୍ଷା ପରେ ବସ୍ ଗଡ଼ିଲା। ତଥାପି ଥମିନି କରୋନାର ଭୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ରାଜ୍ୟ ପରିବହନ ନିଗମ ମଧ୍ୟ ତା’ର ସେବା ଆରମ୍ଭ କରିଛି। ଖୋଦ୍ ବ୍ରହ୍ମପୁର ସହରରୁ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ରୁଟ୍ରେ ଗାଡ଼ି ଚଳାଚଳ ହୋଇଥାଏ। ମୁଖ୍ୟତଃ ବ୍ରହ୍ମପୁର ଓଏସ୍ଆର୍ଟିସି ଡ଼ିଭିଜନରୁ ଆନ୍ଧ୍ର ରୁଟ୍ ଦେଇ ଅନେକ ବସ୍ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲିବାର ଦୃଷ୍ଟାନ୍ତ ରହିଛି। ତେଣୁ ଆନ୍ଧ୍ର ରୁଟ୍ ଦେଇ ଯାଉଥିବା ବସ୍ଗୁଡ଼ିକ ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଥିବାବେଳେ କେଭି ଲାଇନ୍ ଦେଇ ଗୋଟିଏ ବସ୍ ଯାହାକି ବ୍ରହ୍ମପୁର-ଉମରକୋଟ ଯାତ୍ରା କରୁଛି। ଭଂଜନଗର-ସୁନାବେଡ଼ା, ଭଂଜନଗର-କଟକ ଏବଂ ବ୍ରହ୍ମପୁର-ବନ୍ଧଭାଲ ଭାୟା ଭଂଜନଗର ଦେଇ ଯାତାୟତ କରୁôଥବା ବ୍ରହ୍ମପୁର ଡ଼ିଟିଏମ୍ଙ୍କ ତରଫରୁ ସୂଚନା ମିଳିଛି। ଏହାସହ ଜେଇଇ ପରୀକ୍ଷାର୍ଥୀମାନଙ୍କ ପାଇଁ ଓଏଓ୍ଆର୍ଟିସି ପକ୍ଷରୁ ୧୦ଟି ବସ୍ ଯାତାୟତ କରୁଛି। ଯାହାକି ଡ଼ିଟିଏମ୍ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ କିଭଳି ସୁବିଧା…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ପରିସ୍ଥିତି ସହିତ କୃଷି, ଶିଳ୍ପ, ଭିତ୍ତିଭୂମି ଆଦି ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ସମୀକ୍ଷା କରି ଜୀବିକା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ କୋଭିଡ ପରିସ୍ଥିତି ଜାତୀୟସ୍ତର ଠାରୁ ଭଲ ରହିଥିଲେ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବଢୁଥିବା ପଜିଟିଭ କେସ୍ ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାରେ ରଣନୀତିକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି। ପ୍ରତି ୧୦ ଲକ୍ଷ ଲୋକରେ ଏହା ୪୨,୪୦୪ ଯାହାକି ଜାତୀୟସ୍ତର ଠାରୁ ବହୁତ ଅଧିକ। ସେହିପରି ଆରୋଗ୍ୟ ହାର ମଧ୍ୟ ୭୬.୭୮ ପ୍ରତିଶତରୁ ରହିଛି ଏବଂ ମୃତ୍ୟୁ ହାର ୦.୪୬ ପ୍ରତିଶତ ରହିଛି । ମୁଖ୍ୟମନ୍ତ୍ରୀ କହିଥିଲେ ମୌସୁମୀ ବର୍ଷା, ବନ୍ୟା ତଥା ପରିବହନ କ୍ଷେତ୍ରରେ ପୂର୍ବାବସ୍ଥା ଫେରୁଥିବାରୁ କୋଭିଡ ପରିଚାଳନା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାର ପିସି କାରବାରକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥିବାବେଳେ ଗଂଜାମ ଜିଲ୍ଲାରେ ଏହା ବନ୍ଦ ହେବାର ନାମ ହିଁ ନେଉନାହିଁ। ପ୍ରତ୍ୟେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପିସି ନଦେଲେ ସଂପୃକ୍ତ ଯନ୍ତ୍ରୀମାନେ ବିଲ୍ କରୁନଥିବା ନେଇ ଖବର ସବୁବେଳେ ଶୁଣିବାକୁ ମିଳୁଛି। ସବୁସ୍ଥାନରେ ୧୦ ପ୍ରତିଶତରୁ ୧୫ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ୫-ଟିରେ ଏହି ପିସି କାରବାରକୁ ସଂପୂର୍ଣ୍ଣ ନିଧେ କରାଯାଇଥିଲେ ମଧ୍ୟ ଏହା ଦୁଇଦିନିଆ ଭାଗବତ ପରି ହୋଇଛି। ଗଂଜାମ ଜିଲ୍ଲାର ଗୁଡ଼ମାଠିଆ ବ୍ଲକ୍ ଭାବେ ପରିଚିତ କୁକୁଡ଼ାଖଣ୍ଡିରେ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ବହୁ ପରିମାଣରେ ପି.ସି. କାରବାର ହେଉଛି। ଏହିଭଳି ଏକ ଅଭିଯୋଗ ଆଣିଛନ୍ତି ୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଏଲ୍.ମୋହନ ରାଓ। ସେ ଅଭିଯୋଗ କରିଛନ୍ତି ଯେ, ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ଗୁରୁଣ୍ଠି ଗ୍ରାମର ଦଣ୍ଡପାଟଣା ସାହିରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୪ ତାରିଖ ଦିନ ପୋଲସରା ଥାନା ଅନ୍ତର୍ଗତ ନରସିଂହପଲ୍ଲୀ ଗ୍ରାମ ନିକଟରେ ଏକ ବାଇକ୍ର ଡ଼ିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିଲ। ଏହି ଘଟଣାରେ ପୋଲିସ୍ ଦୁଇ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ଟଙ୍କା ଏବଂ ବାଇକ୍କୁ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କୋଦଳା ଅଂଚଳର ଶିବ ଚୌଧୁରୀ ଓ ପି. କ୍ରଷ୍ଣା। ସେମାନଙ୍କ ନିକଟରୁ ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ଚୋରିରେ ବ୍ୟବହୃତ ବାଇକ୍କୁ ପୋଲିସ୍ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ହାତୀଓଟ ଗ୍ରାମର ଅମରେନ୍ଦ୍ର ବିଶ୍ୱାଳ ପୋଲସରା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡ଼ିକିରେ ରଖିଥିଲେ। କିଛି କାମ ପାଇଁ ନରସିଂହପୁରରେ ବାଇକ୍କୁ ରଖି ଯାଇଥିବାବେଳେ ଆସିଲା ବେଳେ ଡ଼ିକି ଭଂଗା ଯାଇଛି । ଏନେଇ ସେ ପୋଲସରା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଥାନା କେସ ନଂ…

