ଭୁବନେଶ୍ଵର: ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଭବ୍ୟ ସାଂସ୍କୃତିକ ସମାରୋହ “ନିନାଦ୍” ଚଳିତ ସେପ୍ଟେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମାରୋହରେ ୨୨ଜଣ କୃତିତ୍ଵ ସମ୍ପନ୍ନ ପ୍ରଶିକ୍ଷିତ କଳାକାରମାନେ ସଙ୍ଗୀତ ପରିବେଷଣ କରିବେ । ଏହି ଶ୍ରେଷ୍ଠ କଳାକାରମାନଙ୍କୁ ଏକ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ମନୋନୀତ କରାଯିବା ପରେ ରାଜ୍ୟର ସୁଦକ୍ଷ ସଙ୍ଗୀତ ପରିଚାଳକ ତଥା ସଂଯୋଜକ ଗୁରୁ ଶ୍ରୀ ଲକ୍ଷ୍ମୀକାନ୍ତ ପାଲିତଙ୍କ ଦ୍ଵାରା ସେମାନଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରାଯାଇଛି । ବହୁ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସୃଜନାତ୍ମକ ସଙ୍ଗୀତ ପରିବେଷଣର କାର୍ଯ୍ୟକ୍ରମ- “ନିନାଦ୍” ଚଳିତ ସେପ୍ଟେମ୍ବର ମାସ ୫ ତାରିଖ ସଂନ୍ଧ୍ୟାରେ ଭୁବନେଶ୍ଵର ଜୟଦେବ ବିହାରସ୍ଥିତ ସ୍ଵସ୍ତି ପ୍ରିମିୟମ ହୋଟେଲ ଠାରେ ଉଦଘାଟନ କରିବେ ଏବଂ ଏହି କୃତୀ କଳାକାରମାନଙ୍କର ଅନ୍ତର୍ନିହିତ ପ୍ରତିଭାର ସ୍ଵୀକୃତି ପ୍ରଦାନ…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ନେଇ ସାରା ରାଜ୍ୟରେ ଚର୍ଚ୍ଚା। ହେଲେ ଏହି ଯୋଜନାରେ କେଉଁମାନେ ଆସିବେ କେଉଁମାନେ ଆଯୋଗ୍ୟ ସେ ନେଇ ମଧ୍ୟ ଘଣ୍ଟାଚକଟା ଆରମ୍ଭ ହୋଇଛି। ତେବେ ରାଜ୍ୟ ସରକାର ଜାରୀ କରିଥିବା ନିୟମ ଅନୁସାରେ ନିମ୍ନଲିଖିତ ମହିଳାମାନେ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିଲେ ମଧ୍ୟ, ଏହି ଯୋଜନାର ଲାଭ ପାଇବା ପାଇଁ ଅଯୋଗ୍ୟ ହେବେ: କ. ଯେଉଁ ମହିଳା ମାସକୁ ମୋଟ ୧୫00 ଟଙ୍କା କିମ୍ବା ତାଠାରୁ ଅଧିକ କିମ୍ବା ବାର୍ଷିକ ମୋଟ ୧୮,000 ଟଙ୍କା ବା ତାଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ସହାୟତା ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ଗ୍ରହଣ କରୁଛନ୍ତି । ଖ. ଜଣେ ମହିଳା ନିଜେ କିମ୍ବା ତାଙ୍କ ନିଜର ପରିବାର ସଦସ୍ୟ ଯଦି : ୧. ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ । ୨. ଆୟକର ଦେଉଥିବେ…
ଝାରସୁଗୁଡା: ରେଳୱେ ଫାଟକ ବନ୍ଦ କରିବା ପ୍ରସ୍ତାବକୁ ନେଇ ତାତିଲେ ଝାରସୁଗୁଡାର ପୂର୍ବତନ ବିଧାୟିକ ଦୀପାଳି ଦାସ। ସେହି ଫାଟକ ବନ୍ଦ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନି ମଧ୍ୟ ଦେଲେ। ଏ ନେଇ ସେ ଝାରସୁଗୁଡାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରେଳ ବିଭାଗ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ଏ ନେଇ ସେ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ବହୁ ବର୍ଷ ଧରି ସରବାହଲ ଅଞ୍ଚଳବାସୀ ଏକ ରେଳଫାଟକ ପାର ହୋଇ ଝାରସୁଗୁଡା ସହରକୁ ଯାଇଥାନ୍ତି। ଯାହା ଯାତାୟତରେ ବେଶ ସୁବିଧା ହୋଇଥାଏ। ହେଲେ ରେଳବିଭାଗ ଏହି ଫାଟକକୁ ବନ୍ଦ କରିବାକୁ ନିଷ୍ପତି କରିଛି। ଫଳରେ ସେହି ଫାଟକରେ ସର୍ବସାଧାରଣ ଯାତାୟତ ବନ୍ଦ ହୋଇଯିବ। ସେଥିପାଇଁ ଦୀପାଳି ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।
ଭୁବନେଶ୍ବର: ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ପୋର୍ଟାଲ ଉନମୋଚିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ଉନମୋଚିତ କରିଛନ୍ତି। ଏହି ୱେବ ପୋର୍ଟଲରେ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି। ଯେଉଁମାନେ ଏହି ଯୋଜନା ସଂପର୍କରେ ଅଧିକ ଜାଣିବା ପାଇଁ ଚାହୁଛନ୍ତି ସେମାନେ http://subhadra.odisha.gov.in ରେ ପରିଦର୍ଶନ କରି ଯୋଗ୍ୟ ମହିଳା ମାନେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ବୁଝିପାରିବେ। ଏହି ପୋର୍ଟାଲରେ ସୁଭଦ୍ରା ଯୋଜନା ସମ୍ବନ୍ଧିତ ସମସ୍ତ ସୂଚନା ହିତାଧିକାରୀମାନେ ପାଇପାରିବେ। ନଚେତ ସେମାନେ ଟୋଲଫ୍ରି ନମ୍ବର 14678 କୁ କଲ କରି ସମସ୍ତ କଥା ବୁଝିପାରିବେ। କଲ କରିବା ସମୟ ହେଲା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ
ଭୁବନେଶ୍ବର: ଓଡିଶାରେ କେଉଁଠି ହେଲେ ହାଇକୋର୍ଟ ବେଞ୍ଚ ହେବ ନାହିଁ। ଏକ ପ୍ରଶ୍ନର ଉତ୍ତରରେ ଏ କଥା ରୋକଠୋକ ଗୃହକୁ ଅବଗତ କରାଇଲେ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ଓଡିଶାର ବିଭିନ୍ନ ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦାବୀ ହେଉଛି । ହେଲେ ତାହା ପ୍ରତିଷ୍ଠ ହୋଇପାରିବ ନାହିଁ। ଏହାଦ୍ବାରା ପଶ୍ଚିମ ଓଡିଶାରେ ବେଞ୍ଚ ପ୍ରତିଷ୍ଠ ପାଇଁ ଯେଉଁ ଦାବୀ ହେଉଛି ସେଥିରେ ଭଟ୍ଟା ପଡିଛି। ତେବେ ଏହାକୁ ନେଇ ବିଜେଡି କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଛନ୍ତି। ଗୃହରେ ବିଧାୟକ କଳିକେଶ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ରରେ ଓ ରାଜ୍ୟରେ ବିଜେପି ସରକାର ଅଛନ୍ତି। ଉଭୟ ସରକାର ଚାହିଁଲେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ। ୟୁପିିରେ ତିନୋଟି ବେଞ୍ଚ ରହିଛି। ଓଡିଶାର ଲୋକ ସଂଖ୍ୟା ଦୃଷ୍ଟିରୁ ଆଉ ଏକ ବେଞ୍ଚ ଆବଶ୍ୟକତା ରହିଛି। ହେଲେ ସରକାରଙ୍କ ମନବୃତ୍ତି ନାହିଁ ବୋଲି କଳିକେଶ କହିଛନ୍ତି।
ଭୁବନେଶ୍ୱର: ନିର୍ବାଚନ ଏବଂ ନିର୍ବାଚନ ପରବର୍ତ୍ତି ସମୟରେ ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ରବିବାରରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳର ସଦସ୍ୟ ଭାବେ ନିଜ ଆଚରଣ ଓ ଉଚାରଣକୁ ସଠିକ ରଖିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତି ସମସ୍ତ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଦଳୀୟ ଅନୁଶାସନ ଭଙ୍ଗ ଓ ବିଶୃଙ୍ଖଳା ସୃଷ୍ଟି ପ୍ରସଙ୍ଗରେ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ବିଚାର କରାଯାଇ ବିହୀତ ପଦକ୍ଷେପ ନେବା ପାଇଁ ଆଜିର ବୈଠକରେ ନିଷ୍ପତି ନିଆଯାଇଛି। କମିଟିର ଅଧ୍ୟକ୍ଷ ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ଶ୍ରୀ ସାମଲ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମହାନ୍ତି, କମିଟିର ସଦସ୍ୟ ତଥା ରାଜ୍ୟ ମୁଖପାତ୍ର ଶ୍ରୀ…
ଭୁବନେଶ୍ବର: ଆଜି ଖଣି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ସେ ହେଉଛନ୍ତି ଅନୁଗୁଳ ଜିଲ୍ଲା ତାଳଚେର ଖଣି ବିଭାଗର ଉପନିର୍ଦ୍ଦେଶକ ଧରଣୀଧର ନାୟକ। ତାଙ୍କର ଆଠଟି ସ୍ଥାନରେ ଚାଲିଛି ଚଢାଉ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା ଭୁବନେଶ୍ବର ପଟିଆରେ ଥିବା ଏକ ଫ୍ଲାଟ, ତେଲକୋଇରେ 15ଟି ଦୋକାନ ଘର ଥିବା ମାର୍କେଟ କଂପ୍ଲେକ୍ସ, ତେଲକୋଇରେ ଥିବା ଦ୍ବିତାଲା କୋଠା ଏବଂ ଅନ୍ୟ ଏକ ଏକତାଲା କୋଠା, ତେଲକୋଇରେ ଥିବା ତାଙ୍କର ପୌତୃିକ ଘର, ତାଳଚେରରେ ଥିବା ତାଙ୍କର ଆଉ ଏକ ଘର, ଅନୁଗୁଳ ଅଫିସ ଏବଂ କେଉଁଝର ଘଟଗାଁରେ ଥିବା ସଂପର୍କିୟ ଘର। ତେବେ ଚଢାଉ ଜାରୀ ରହିଥିବାରୁ କଣ ଜବତ ହୋଇଛି ତାହା ଜଣାପଡି ନାହିଁ।
ଭୁବନେଶ୍ବର: ସେ ଏଥର ନିର୍ବାଚନରେ ହାରିଗଲେ। ହେଲେ ଲୋକଙ୍କ ସହିତ ପୂର୍ବପରି ସଂପର୍କ ରଖିବା ସହିତ ସମସ୍ତ ସାହାଯ୍ୟ ମଧ୍ୟ କରୁଛନ୍ତି। ସେ ହେଉଛନ୍ତି ଝାରସୁଗୁଡାର ପୂର୍ବତନ ବିଧାୟକ ଦୀପାଳି ଦାସ। ବାପା ନବ ଦାସଙ୍କ ପରଲୋକ ପରେ ସେ ରାଜନୀତିରେ ଗୋଡଥାପିଲେ, ଆଉ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟଲାଭ କରି ବିଧାୟିକା ହୋଇଥିଲେ। କିନ୍ତୁ ଏଥର ନିର୍ବାଚନରେ ଭାଗ୍ୟ ତାଙ୍କର ସାଥ ଦେଲା ନାହିଁ। ସେ ବିଧାୟିକା ହୋଇପାରିଲେ ନାହିଁ, ହେଲେ ପୂର୍ବପରି ଲୋକ ସଂପର୍କ ଜାରୀ ରଖିଛନ୍ତି। ଗତ ଶୁକ୍ରବାର ଦିନ ଦୀପାଳି ଝାରସୁଗୁଡ଼ା ବିଟିଏମ୍ ଛକରେ ବିଜୁ ଜନତା ଦଳର କର୍ମୀମାନଙ୍କ ସହିତ ଚାହାପାନ ଆସରରେ ସାମିଲ ହୋଇଥିଲେ। ସେହିପରି ସେ କର୍ମିଙ୍କ ବାପାଙ୍କ ଶ୍ରାଦ୍ଧ ହେଉ କିମ୍ବା ଦଶାହ, ଦୀପାଳି ନିଶ୍ଚିତ ସେଠାରେ ହାଜର ହୁଅନ୍ତି। ଏପରିକି ସେ କ୍ଷମତାରେ ନ ଥିଲେ ମଧ୍ୟ ନିକଟରେ ହୋଇଥିବା ସ୍ବାୟତ ଶାସନ ଦିବସରେ ଝାରସୁଗୁଡା ପୌର ପରିଷଦ…
ଭୁବନେଶ୍ବର: ଖୁବ ଶିଘ୍ର ଲୋକସେବା ଭବନ ନାମ ପରିବର୍ତ୍ତନ ହେବ। ଏ ନେଇ ମୋହନ ସରକାର ଚିନ୍ତା କଲେଣି। କାରଣ ବିଜେଡି ସରକାର ବେଳେ ସଚିବାଳୟକୁ ଲୋକସେବା ଭବନ ନାମରେ ନାମିତ କରିଥିଲେ। ହେଲେ ବର୍ତ୍ତମାନର ବିଜେପି ସରକାର ତାହାକୁ ପରିବର୍ତ୍ତନ କରି ସେହି ସଚିବାଳୟ ରଖିବେ ବୋଲି ଜଣାପଡିଛି। ଏଥିପାଇଁ ଯାହା ନିତିନିୟମ ତାହାର ଅନୁଧ୍ୟାନ କରିବା ପାଇଁ କୁହାଯାଇଛି। ରାଜ୍ୟର ସର୍ବୋଚ୍ଚ ଅଫିସ ହେଉଛି ଏହି ଲୋକସେବା ଭବନ। ତେବେ ପୂର୍ବରୁ ଏହା ସଚିବାଳୟ ଭାବେ ନାମିତ ହେଇଥିଲା। କିନ୍ତୁ ତତକାଳିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2019 ମସିହା ଜୁଲାଇ 30 ତାରିଖରେ ଏହା ଲୋକସେବା ଭବନ ହେବ ବୋଲି ବିଧାନସଭାରେ ଘୋଷଣା କରିଥିଲେ। ଏହାପରେ ସଚିବାଳୟ ଲୋକସେବା ଭବନ ଭାବେ ପରିବର୍ତ୍ତନ ହେଲା।
କଟକ: ଓଡିଶାର ପ୍ରତିଷ୍ଠିତ ଶିକ୍ଷା ଅନୁଷ୍ଠାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ କରାଯାଉ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି। ଗତକାଲି ସ୍ବାୟତ ଶାସନ ଦିବସ ଅବସରରେ କଟକର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ଝଡ ସୃଷ୍ଟି କରିଛି। ଧର୍ମେନ୍ଦ୍ର କହିଛନ୍ତି ଯେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମରୁ ରେଭେନ୍ସା କଟିବା ଆବଶ୍ୟକ। କାରଣ ରେଭେନ୍ସା ନଅଙ୍କ ଦୁର୍ଭିକ୍ଷ ବେଳେ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା। ଯେଉଁ ବ୍ୟକ୍ତି ଓଡିଆଙ୍କୁ କଷ୍ଟ ଦେଉଥିଲେ ସେଭଳି ଲୋକଙ୍କ ନାମରେ ଏହି ଅନୁଷ୍ଠାନ କାହିଁକି ରହିବ। ଏ ନେଇ ଏକ ବଡ ବିତର୍କର ଆବଶ୍ୟକତା ରହିଛି ବୋଲି ଧର୍ମେନ୍ଦ୍ର କହିଥିଲେ। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରକାଶ ପାଇଛି। ସେମାନଙ୍କର ଯୁକ୍ତି ହେଲା ଯେ ଯେଉଁମାନେ ରେଭେନ୍ସାରୁ ପାଶ କରିଛନ୍ତି ସେମାନେ ସେହି ନାଆଁକୁ ନେଇ ଗର୍ବ କରୁଛନ୍ତି। କେହି…
ଭୁବନେଶ୍ବର: ଏକ ଘଟଣା କ୍ରମେ ବିଜେପି ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସୁନୀତି ଗତ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ଟକ୍କର ଦେଇଥିଲେ। ତାଙ୍କୁ ସେତେବେଳେ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରାର୍ଥୀ କରିଥିଲେ। ତେବେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଭାପତି ମନମୋହନ ସାମଲ ତାଙ୍କୁ ନିଲମ୍ବନ କରିଛନ୍ତି। ସେହିପରି ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଜିଲ୍ଲା ସଂପାଦକ ଶ୍ରୀ ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀ ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତା ଶ୍ରୀ ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
ଭୁବନେଶ୍ବର: ରାଜ୍ୟର ମନ୍ତ୍ରୀ ମଣ୍ଡଳ ଶପଥ ନେବାର ପ୍ରାୟ ତିନି ମାସ ହୋଇଗଲାଣି। ଏହି କମ ସମୟ ଭିତରେ ମୋହନ ସରକାର ଯେତିକି ପ୍ରଶଂସା ପାଇବା କଥା ତାହା ହୋଇପାରୁ ନାହିଁ। କାରଣ ହେଲା ଯେ, ବିଭିନ୍ନ ବିଭାଗ ବୁଝିବା ପାଇଁ ଯେତିକି ସଂଖ୍ୟକ ମନ୍ତ୍ରୀ ରହିବା କଥା ତାହା ନାହାଁନ୍ତି। ବର୍ତ୍ତମାନ ମୋହନ ସରକାରରେ ୧୬ ମନ୍ତ୍ରୀ ଥିବା ବେଳେ ଜଣେ ଜଣେ ମନ୍ତ୍ରୀଙ୍କ ପାଖରେ ରହିଛି ବହୁ ବିଭାଗ।। ହେଲେ ନିୟମ ଅନୁସାରେ ମୋହନ ସରକାର ମୋଟ ୨୧ ଜଣଙ୍କୁ ମନ୍ତ୍ରୀପଦରେ ବସାଇପାରିବେ। ହେଲେ ତରବରିଆ ଭାବେ ୧୬ ଜଣଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଏହି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସରକାରକୁ ପୂର୍ଣ୍ଣ ସକ୍ରିୟ କରିବା ପାଇଁ ନୂଆ ମନ୍ତ୍ରୀମାନଙ୍କୁ ନିଆଯିବ ବୋଲି କୁଆଡେ ଦିଲ୍ଲୀ ମହଲରେ ନିଷ୍ପତି ହୋଇସାରିଛି। ଏହି ଖବର ଆସିବା ପରେ ବର୍ତ୍ତମାନ କିଏ…
ଭୁବନେଶ୍ୱର: ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନା ଆରମ୍ଭ କରିଛନ୍ତି। ଏଥି ନିମନ୍ତେ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇସାରିଛି। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଊଦ୍ଧ୍ୱର୍ ମହିଳା ଉପକୃତ ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରତିଭା ପରିଡ଼ା କହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ସମସ୍ତ ଜିଲ୍ଲାରେ ହିତାଧିକାରୀଙ୍କ ନିମନ୍ତେ ଆଜିଠାରୁ ଏହି ଫର୍ମ ଉପଲବ୍ଧ ହେବା ସହ ଆସନ୍ତାକାଲିଠାରୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ଏହି ଆବେଦନ ଫର୍ମ ପର୍ଯ୍ୟାପ୍ତ ପରିମାଣରେ…
ଭୁବନେଶ୍ବର: କୋରାପୁଟ-ସିଙ୍ଗାପୁର ରୋଡ୍ (ରାୟଗଡା) ରେଳ ଲାଇନରେ ୧୬୫ କିଲୋମିଟର ଦୈର୍ଘ୍ୟରେ ଚାଲୁରହିଥିବା ଦୋହରୀକରଣ କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ଆହ୍ୱାନ ସତ୍ୱେ କ୍ରମାଗତ ଭାବରେ ଅଗ୍ରଗତି କରିଚାଲିଛି। ରେଳ ସଂଯୋଗୀକରଣ ବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହନ କରିବା ପାଇଁ ଜଟିଳ ଭୌଗଳିକ ଏବଂ ପ୍ରତିକୂଳ ପରିବେଶ ପରିସ୍ଥିତି ସତ୍ୱେ ପ୍ରକଳ୍ପଟି ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରକଳ୍ପର ମାଇଲଖୁଣ୍ଟ ହାସଲ: ଏହି ପ୍ରକଳ୍ପର ୨୨.୯୪ କିଲୋମିଟର ଦୈର୍ଘ୍ୟ ଲକ୍ଷ୍ମୀପୁର ଏବଂ ଟିକିରି ମଧ୍ୟରେ ରେଳ ଲାଇନ ଦୋହରୀକରଣ କାର୍ୟ୍ୟକୁ ସଫଳତାର ସହ ସମାପ୍ତ କରାଯାଇ କାର୍ୟ୍ୟକ୍ଷମ ହୋଇଛି। ଏକ ପ୍ରମୁଖ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଟିକିରି ଏବଂ ଭାଲୁମାସ୍କା ଷ୍ଟେସନ ମଧ୍ୟରେ ୪୫.୪୬ କିଲୋମିଟର ଦୂରତା ବିଶିଷ୍ଟ ରେଳ ସେକ୍ସନ ମଧ୍ୟରେ ଟନେଲ ଏବଂ ସେତୁ ନିର୍ମାଣ ପାଇଁ ମଧ୍ୟ ଟେଣ୍ଡର ଆହ୍ୱାନ କରାଯାଇଅଛି। ଲକ୍ଷ୍ମୀପୁର ରୋଡ୍ ଏବଂ ବାଇଗୁଡା ମଧ୍ୟରେ ୨୭.୮୨ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ ଚଳିତ ଆର୍ଥିକ ବର୍ଷ…
ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ନନ୍ଦ୍ରୁସାହି ଗାଁର ଏହି ଉତ୍ସାହୀ ଯୁବ ଚାଷୀ ତାଙ୍କର ନିରନ୍ତର ପ୍ରୟାସ ମାଧ୍ୟମରେ କୃଷି କ୍ଷେତ୍ରରେ ବିହନ ଉତ୍ପାଦନ, ମାର୍କେଟିଂ ଏବଂ ଟେକ୍ନୋଲୋଜିର ପ୍ରୟୋଗ କରି ସଫଳତାର ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି । ସେ ତାଙ୍କ ଆଖପାଖର ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇ ସ୍ୱାବଲମ୍ବୀ କରିପାରିଛନ୍ତି । ୪୧ ବର୍ଷ ବୟସ୍କ କୃତୀ କୃଷକ ଶ୍ରୀ କାର୍ତ୍ତିକେଶ୍ୱର ନାୟକଙ୍କୁ ସ୍ୱାଧୀନତା ଦିବସ ୨୦୨୪ ଅବସରରେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ‘ଆଟ୍-ହୋମ୍’ ରିସେପ୍ସନରେ ଯୋଗଦେବା ପାଇଁ ରାଷ୍ଟ୍ରପତି ନିମନ୍ତ୍ରଣ କରିବା ସହ ସମ୍ମାନିତ କରିଥିଲେ । ସାଧାରଣ କୃଷି ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ କାର୍ତ୍ତିକେଶ୍ୱର ନାୟକ ଦୁଇ ଦଶନ୍ଧି ପୂର୍ବରୁ କୃଷି ଯାତ୍ରା ଆରମ୍ଭ କରିଥିଲେ। ନିଜର ୪ ହେକଫର ଜମିରେ ଧାନ ଚାଷ କରିବା ଠାରୁ ଆରମ୍ଭ କରି ଆଜି ତାଙ୍କର କୃଷି ଉଦ୍ୟୋଗକୁ ୨୦ ହେକଫର ଜମି ପର୍ଯ୍ୟନ୍ତ…
ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆନୁକୂଲ୍ୟରେ ସୁନ୍ଦରପଦାର କୁଚିଲାପୁଟସ୍ଥିତ ଟାଟା-ୱାଟ୍କୋ ପ୍ରୋଜେକଫ ପରିସରରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଶିବିର ଆଜି ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛିି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ୪୦ ଜଣ ନିର୍ମାଣ ଶ୍ରମିକଙ୍କୁ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଲେ ଯେ ନିର୍ମାଣ ଶ୍ରମିକଙ୍କ କାର୍ଯ୍ୟସ୍ଥଳୀରେ ପଞ୍ଜିକରଣ ପ୍ରକ୍ରିୟା ଏକ ଯୁଗାନ୍ତକାରୀ ପଦକ୍ଷେପ । ଆମ ରାଜ୍ୟ ତଥା ଦେଶର ପ୍ରଗତିରେ ଶ୍ରମିକମାନେ ନିରବଚ୍ଛିିନ୍ନ ଭାବେ ଗୁରୁିତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି । ରାଜ୍ୟ ସରକାର ଶ୍ରମିକମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ଉପରେ ଗୁରୁିତ୍ୱ ପ୍ରଦାନ କରିବା ସହ ବିଭିନ୍ନ କଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ,…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ ରାଷ୍ଟ୍ରପତି ମଧ୍ୟ କ୍ଷୋଭପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳା ମାନଙ୍କ ସୁରକ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ ନ୍ୟାୟ ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହି କ୍ରମରେ ଏଫ.ଆଇ.ଆର ପଞ୍ଜୀକରଣଠୁ ଆରମ୍ଭ କରି ତ୍ବରିତ ତଦନ୍ତ ପ୍ରକ୍ରିୟା ଏବଂ ଦୋଷୀଙ୍କ ବିରୁଦ୍ଧରେ ମୋକଦ୍ଦମା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଆଇନ ମୁତାବକ ସମ୍ପୂର୍ଣ୍ଣ କରିବା ଏବଂ ଦୋଷୀଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ…
ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କାର ୪୮୧ଟି ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ୨୭ଜଣ ନବନିଯୁକ୍ତ ପୌରପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ମାନଙ୍କୁ ସ୍ବାୟତ୍ତ ଶାସନ ମାଧ୍ୟମରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଶାସନଗତ ବ୍ୟବସ୍ଥା ରହିଛି। ଏହି ସ୍ବାୟତ୍ତ ଶାସନ ବ୍ୟବସ୍ଥା ଦେଶରେ ସ୍ବାଧିନତା ପ୍ରାପ୍ତିର ବହୁ ପୂର୍ବରୁ ଲର୍ଡ ରିପନଙ୍କ ସମୟରୁ ଆରମ୍ଭ ହୋଇଥିଲା। ସେ ଆହୁରି ମଧ୍ୟ କହିଥିଲେ ପଞ୍ଚାୟତି ରାଜ ଓ ସହରାଞ୍ଚଳରେ କାର୍ଯ୍ୟରତ ସ୍ବାୟତ୍ତ ଶାସନ ବ୍ୟବସ୍ଥାର…
ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜଣେ ପୋଲିସ ଏଏସଆଇ। ସେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ମାଡି ବସିଛନ୍ତି। ସେ ହେଉଛନ୍ତି ବାରିପଦା ଟାଉନ ଥାନା ଏଏସଆଇ ରାମ ଚନ୍ଦ୍ର ସୋରେନ। ସେ ଜଣଙ୍କର ଏଫଆଇଆରକୁ ରଫାଦଫା କରିଦବା ପାଇଁ ଛଅ ହଜାରଟଙ୍କା ଲାଞ୍ଚ ନେଉଥିଲେ। ଘଟଣା ସ୍ଥଳରେ ଭିଜିଲାନ୍ସ ତାଙ୍କ ହାତରୁ ରଂଗ ବୋଳା ଟଙ୍କା ଜବତ କରିବା ସହିତ ତାଙ୍କର ଦୁଇଟି ସ୍ଥାନରେ ଚଢାଉ ଜାରୀ ରଖିଛନ୍ତି। ଏହି ଘଟଣା ଜଣାପଡିବା ପରେ ବାରିପଦା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରିଛନ୍ତି । ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖା ଯାଇଛି। • ଚଳିତ ଆର୍ଥିକ ବର୍ଷରେ କୌଣସି ନୂଆ IMFL OFF shop / CL shop /OS shop ଖୋଲାଯିବା ନାହିଁ । • ଗ୍ରାମାଞ୍ଚଳ ରେ କେବଳ 3-star ଏବଂ ତଦୁର୍ଦ୍ଧ category ର ହୋଟେଲ ବ୍ୟତୀତ କୌଣସି ନୂଆ ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ । • ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ । • ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ । • Bar ଗୁଡିକ…
ନୂଆଦିଲ୍ଲୀ/ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପର ଦ୍ଵିତୀୟ ରେଳ ଲାଇନ ପ୍ରକଳ୍ପ ପାଇଁ ଗତକାଲି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଏକ ପତ୍ର ଜରିଆରେ ପ୍ରସ୍ତାବ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୬ ମସିହାରେ ପୂର୍ବ-ତଟ ରେଳର ଅଂଶ ଭାବେ ୮୨.୫ କି.ମି. ଦୀର୍ଘ ହରିଦାସପୁର-ପାରାଦୀପ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା ୧୯୯୯ ମସିହାରେ ତତ୍କାଳୀନ ରେଳ ମନ୍ତ୍ରୀ ନୀତିଶ କୁମାର ମାର୍ଶାଘାଇଠାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ୨୦୦୪ ସୁଦ୍ଧା ଏହା ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ପାରୁନଥିଲା ଓ କାଗଜକଲମରେ ଅଟକି ଯାଇଥିଲା। ଶ୍ରୀଯୁକ୍ତ ପଣ୍ଡା ୨୦୦୯ରେ କେନ୍ଦ୍ରାପଡାରୁ ନିର୍ବାଚିତ ହେବା ପରେ ନିରନ୍ତର ଭାବେ ଏହି ପ୍ରକଳ୍ପ…

