ତିରୁମାଲା ତିରୂପତି ଲଡୁ ବିବାଦ: ତିରୁମାଲା ତିରୂପତି ମନ୍ଦିରର ପ୍ରସାଦ ଲଡୁ ପ୍ରସ୍ତୁତ କରିବାରେ ବ୍ୟବହାର ହୋଇଥିବା ଘିଅର ମାନ ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏସଆଇଟିରେ ଦୁଇଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର ଦୁଇଜଣ ପୋଲିସ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ଜଣେ ବରିଷ୍ଠ ଅଧିକାରୀ ସାମିଲ ହେବେ। ସିବିଆଇ ନିର୍ଦ୍ଦେଶକଙ୍କ ଦ୍ୱାରା ଏହି ତଦାରଖ କରାଯିବ। ଆଜି ଏହି ମାମଲାରେ ବିଭିନ୍ନ ପିଟିସନର ଶୁଣାଣି କରି କୋର୍ଟ କହିଛନ୍ତି ଯେ ଏହି ଅଭିଯୋଗ ଏବଂ ପ୍ରତିଅଭିଯୋଗ ପରେ ଲଡୁ ତିଆରି ଗୁଣବତ୍ତା ଉପରେ ଯାଞ୍ଚ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ହେଲେ କୋର୍ଟର ଏହି ନିଷ୍ପତ୍ତିକୁ ରାଜନୈତିକ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହା ନିଶ୍ଚିତ ଯେ ତିରୁମାଲା ମନ୍ଦିର କୋଟି…
Author: Samikhsya Bureau
ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପରେ ୨ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରେରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଥିତି ସମୀକ୍ଷା କରିଛନ୍ତି। ଗତକାଲି ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ୨ୟ ପର୍ଯ୍ୟାୟରେ ‘ସୁଭଦ୍ରା’ ପ୍ରଥମ କିସ୍ତି ଅର୍ଥ ରାଶି …
ଭୁବନେଶ୍ବର: ନିକଟରେ ଆଇପିଏସ ସ୍ତରରେ ହୋଇଥିବା ବଡ ଧରଣର ଅଦଳବଦଳରେ ବଦଳିଛନ୍ତି ଖୋର୍ଦ୍ଧା ଏସପି। ଏହି ମର୍ଯ୍ୟଦା ସଂପର୍ଣ୍ଣ ଜିଲ୍ଲାରେ ନୂଆ ଏସପି ଭାବେ ଯୋଗ ଦେବେ ବହୁ ଚର୍ଚ୍ଚିତ ଆଇପିଏସ ସାଗରିକା ନାଥ। ସେ ବର୍ତ୍ତମାନ ବାଲେଶ୍ବର ଏସପି ଭାବେ କାର୍ଯ୍ୟ କରୁଥିବାରୁ ସେଠାରୁ ଗୁରୁବାର ଦିନ ବିଦାୟ ନେଇଛନ୍ତି। ସାଗରିକା ଏକ ଭାବ ବିହ୍ବୋଳ ପରିବେଶ ମଧ୍ୟରେ ବାଲେଶ୍ବର ପୋଲିସ ହେଡ କ୍ବାଟରରୁ ବିଦାୟ ନେଇଛନ୍ତି। ସେଠାରେ ପୁରା ଜିଲ୍ଲା ପୋଲିସ ସାଗରିକାଙ୍କୁ ଫୁଲ ବୃଷ୍ଟି କରି ବିଦାୟ ଦେଇଛନ୍ତି। ସେହିପରି ସେଠାରେ ବାଲେଶ୍ବରର ବହୁ ଜନତା ମଧ୍ୟ ଯୋଗଦେଇ ସାଗରିକାଙ୍କୁ ବିଦାୟ ଦେଇଛନ୍ତି। ଏପରିକି କେତେକ ମହିଳା କାନ୍ଦୁ ଥିବାର ମଧ୍ୟ ଦେଖା ଯାଇଛି। ସେହିପରି କେତେକ ପୋଲିସ ଅଧିକାରୀ ସାଗରିକାଙ୍କ ପାଦ ଛୁଇଁ ଆର୍ଶିବାଦ ନେବା ପାଇଁ ଚେଷ୍ଠା କରୁଥିବା ବେଳେ ସାଗରିକା ସେଥିରୁ ବାରଣ କରି ଘୁଞ୍ଚି ଆସିଥିବାର ଦେଖାଦେଇଛି। ତେବେ ବିଦାୟ ବେଳେ…
ଭୁବନେଶ୍ବର: ଯାଜପୁର ବିଧାନସଭାର ବିଧାୟିକା ସୁଜାତା ସାହୁ ଇସ୍ତଫା ଦେବେ ଆଉ ସେଠାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ଛିଡା ହେବେ। ଏହାକୁ ନେଇ ଓଡିଶା ରାଜନୀତି ପଡୁଛି ଉଠୁଛି। ହେଲେ ଏହାକୁ ଖଣ୍ଡନ କରିଛି ବିଜେଡି ଏବଂ ଖୋଦ ବିଧାୟିକା ସୁଜାତା ସାହୁ। କେତେକ ଗଣମାଧ୍ୟମରେ ପ୍ରସାର କରାଯାଇଥିଲା ଯେ, ବବି ଦାସ ସୁଜାତା ସାହୁଙ୍କୁ ଯାଜପୁରର ବିଧାୟକରୁ ଇସ୍ତଫା କରାଇ ସେଠାରେ ଉପନିର୍ବାଚନ କରାଇବେ। ଆଉ ସେହି ସ୍ଥାନରେ ନିଜେ ବବି ଛିଡା ହୋଇ ପୁଣି ବିଧାନସଭାକୁ ଆସିବେ ବୋଲି ଏକ ବଡ ପ୍ଲାନ କରିଛନ୍ତି। ଏଥିରେ ଗତକାଲି ବବି ନିଜେ ଯାଜପୁରରୁ ଲଢିବା ପାଇଁ ପ୍ରସ୍ତୁତ ବୋଲି କହିବା ପରେ ଏହି ଆଶଙ୍କା ଦୃଢିଭୂତ ହୋଇପଡିଥିଲା। ହେଲେ ଆଜି ବିଜେଡି ତଥା ଖୋଦ ବିଧାୟିକା ସୁଜାତା ସାହୁଙ୍କ ବୟାନ ଆସିବା ପରେ ତାହା ଭୁଲ ବୋଲି ପ୍ରମାଣିତ ହୋଇଛି। ଯାଜପୁର ବିଜେଡି ସଭାପତି ସରୋଜ…
ଭୁବନେଶ୍ବର: ଆଜି ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି କଡା ସମାଲୋଚନା କରିଛି। ଗତକାଲି ମନମୋହନ ବିଜେଡିର ବହୁ ନେତା ବିଜେପିରେ ଯୋଗଦେବେ ଏବଂ ବିଜେଡି ଖାଲି ହୋଇଯିବ ବୋଲି କହିବା ପରେ ବିଜେଡି ଏହି ପ୍ରତିକ୍ରିୟା ଦେଇଛି। ଆଜି ଶଙ୍ଖ ଭବନରେ ଦଳର ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସେ ମନମୋହନଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ମନମୋହନ ଆମ ବିଜେଡିର ଜଣେ ଯୁବ ନେତାଙ୍କଠାରୁ ହାରିଛନ୍ତି। ପୂର୍ବରୁ ମଧ୍ୟମ ଆମର ସେହି ଯୁବ ନେତା ତାଙ୍କୁ ହରାଇଛନ୍ତି। ତେଣୁ ତାଙ୍କର କିଛି ଖାତା ଖତିୟାନ ନାହିଁ। ଏପରିକି ତାଙ୍କ ଦଳରେ ମଧ୍ୟ ତାଙ୍କର ଆଉ ଖାତିରି ନାହିଁ। ଫଳରେ ମନମୋହନ ଏବେ ଖାଲି ମିଛ ବୟାନ ବାଜି ଦେବାରେ ଲାଗିଛନ୍ତି ବୋଲି ଲେନିନ କହିଛନ୍ତି। ସେ କହିଛନ୍ତି ଗତକାଲି ଗାନ୍ଧୀ ଜୟନ୍ତୀରେ ବିଜେଡି ତାହାର ପଦଯାତ୍ରା ଆରମ୍ଭ କରିଛି। ଏଥିରେ…
ଭୁବନେଶ୍ବର: ପୁରାଣ ଶାସ୍ତ୍ର ଅନୁସାରେ ଆଶ୍ବିନ ଶୁକ୍ଳ ପ୍ରତିପଦା ତିଥିରୁ ନବମୀ ପର୍ଯ୍ୟନ୍ତ ନବରାତ୍ରୀ ପୂଜା କରାଯାଏ। ଏହି ଦିନ ସ୍ବତନ୍ତ୍ର କଳସ ସ୍ଥାପନା କରାଯାଇ ନଅ ଦିନରେ ନବ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ତେବେ କେଉଁଦିନ କେଉଁ ଦେବୀଙ୍କୁ କରାଯାଏ ପୂଜା ଆସନ୍ତୁ ଜାଣିବା। ନବରାତ୍ରୀ ପ୍ରଥମ ଦିନ ଶୈଳପୁତ୍ରୀ: ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହି ଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି। ନବରାତ୍ରୀ ଦ୍ବିତୀୟ ଦିନ ବ୍ରହ୍ମଚାରିଣୀ: ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର…
ଭୁବନେଶ୍ବର: ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦେଇଥିବା ବୟାନକୁ ନେଇ ଓଡିଶା ରଜାନୀତିର ବେଶ ଚର୍ଚ୍ଚା ଚାଲିଛି। ମନମୋହନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, ବିଜେଡି ଖାଲି ହୋଇଯିବ। ଜଣ ଜଣକରି ନେତା ବିଜେପିରେ ସାମିଲ ହେବେ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ତୁମ୍ବିତୋଫାନ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି ବିଧାୟକ ବଦ୍ରିପାତ୍ର ମନମୋହନଙ୍କ ଏହି ବୟାନ ଉପରେ ଚ୍ୟାଲେଞ୍ଜ କରିଛନ୍ତି। ସେ ମନମୋହନଙ୍କୁ କହିଛନ୍ତି, ଯଦି ତାକତ ଅଛି ତେବେ ବିଜେଡି ଖାଲି କରି ଦେଖାଅ। କେବଳ ବୟାନବାଜି କରି କିଛି ଲାଭ ନାହିଁ। ବିଜେଡି ହେଉଛି ଦେଶର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡି ଖାଲି କରିବାର ତାକତ କାହାର ନାହିଁ ବୋଲି ବଦ୍ରି ପାତ୍ର କହିଛନ୍ତି।
ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ବର୍ତ୍ତମାନ ସତ ବୋଲି ଜଣାପଡିଛି। କାରଣ ଗତକାଲି ସେ ଯାଜପୁରର ଏକ ସଭାରେ ଯାହା କହିଲେ ତାହା ପ୍ରମାଣିତ କରିଛି ଯେ, ବବି ଯାଜପୁରରେ ଉପନିର୍ବାଚନ କରାଇ ସେ ପ୍ରାର୍ଥୀ ହେବେ। ପୂର୍ବରୁ ମଧ୍ୟ ଏହି ଚର୍ଚ୍ଚା ଲାଗିରହିଛି। ସେ ଯାଜପୁରରୁ ପୁଣି ଛିଡା ହେବେ ବୋଲି ଚାରିଆଡେ ଆଲୋଚନା ଚାଲିଛି। ବବି ଏଥର ନିର୍ବାଚନରେ ନିଜେ ସମ୍ବଲପୁର ଲୋକସଭାରେ ପ୍ରାର୍ଥୀ ହୋଇ ନିଜ ବିଧାନସଭା ନିର୍ବାଚନ ମଣ୍ଡଳି ଯାଜପୁରରେ ସୁଜାତା ସାହୁଙ୍କୁ ଛିଡା କରି ଜିତିଇଛନ୍ତି। ସୁଜାତା ହେଉଛନ୍ତି ବବିଙ୍କର ଖାସ ଲୋକ। ବର୍ତ୍ତମାନ ବବି ସମ୍ବଲପୁରରୁ ହାରିବା ପରେ ସେ ସୁଜାତାଙ୍କୁ ଇସ୍ତଫା ଦେବାକୁ କହି ସେଠାରେ ଉପନିର୍ବାଚନ କରାଇବେ। ଆଉ ନିଜେ ପ୍ରାର୍ଥୀ ହୋଇ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ତେବେ ଏହି ଚର୍ଚ୍ଚାକୁ ଗତକାଲି ସେ ଦେଇଥିବା ଭାଷଣରେ…
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ଭଦ୍ରକ ଓ ସୋନପୁର ଜିଲ୍ଲା ର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦ ଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନ କୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ର ୨୪ବର୍ଷ ଶାସନରେ ରାଜ୍ୟ ର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଂଚଳରେ ସାମ୍ପ୍ରଦାୟିକ ଅଶାନ୍ତି ଓଡିଶା ର ଛବି କୁ ମଳିନ କରିଛି। ପ୍ରଥମେ ବାଲେଶ୍ୱର ପରେ ପରେ ଖୋର୍ଦ୍ଧା, ଧାମନଗର ଓ ଭଦ୍ରକ ରେ ସାମ୍ପ୍ରଦାୟିକ ଅଶାନ୍ତି ସରକାର ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଶାନ୍ତି ଓ…
ଭୁବନେଶ୍ବର: ଆଇଏଏସ , ଆଇପିଏସ ଏବଂ ଓଏଏସ ଅଦଳବଦଳ ପରେ ଆଜି ରାଜ୍ୟ ସରକାର ଓଆରଏସଙ୍କ ଅଦଳବଦଳ କରିଛନ୍ତି। ଆଜି 47 ଜଣ ଓଆରଏସଙ୍କ ବଦଳି ହୋଇଛି। ଏଥିରେ ଆସିିଷ୍ଟାଣ୍ଡ ଜିଲ୍ଲାପାଳ, ଆଡିସନାଲ ତହସିଲଦାର ପ୍ରମୁଖ ଅଛନ୍ତି। ସେମାନେ ହେଲେ.. ବର୍ତ୍ତମାନ ସବୁ ଅଧିକାରୀ କ୍ଷେତ୍ରରେ ଅଦଳବଦଳ କରି ରାଜ୍ୟ ସରକାର ପ୍ରଶାସନିକ ଘର ସଜାଡିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଆହୁରି ଅଧିକାରୀଙ୍କ ଅଦଳବଦଳ ହେବ ବୋଲି ଜଣାପଡିଛି।
ଭୁବନେଶ୍ୱର: ଓଡ଼ିଆ ପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ୨.୦ ରାଜ୍ୟ ସ୍ତରୀୟ ଦୁଇ ଦିନିଆ ସମାରୋହ ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟରେ ଉଦଘାଟିତ ହୋଇ ଅଛି। ଏହି ହାକାଥନ୍ ରାଜ୍ୟ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଓସେପା ଓ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵ ବିଦ୍ୟାଳୟ (ଓ.ୟୁ. ଟି. ଆର୍) ମିଳିତ ଆନୁକୁଲ୍ୟରେ ଷ୍ଟାରସ୍ ପ୍ରୋଗ୍ରାମ ଅଧୀନରେ ଆୟୋଜନ କରାଯାଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ୧୨୮ କୃତି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ହାକାଥନରୁ ରାଜ୍ୟ ସ୍ତରୀୟ ହାକାଥନକୁ ମନୋନୀତ ହୋଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଛନ୍ତି। ଏମାନଙ୍କୁ ୫୨ ଦିନ ପାଇଁ ଶିକ୍ଷକଶିକ୍ଷୟିତ୍ରୀ ମାନେ ସହଯୋଗ କରୁଛନ୍ତି। ଆଜି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦେଶକ ଶ୍ରୀ ରଘୁରାମ ଆୟର ଓଡିଆ ଓଡ଼ିଆପ୍ରେନୁଅର ସ୍ମାର୍ଟ ଓଡିଶା ହାକାଥନ୍ ଉପରେ ଆଲୋକପାତ କରି କହିଥିଲେ ଯେ ଆଜିର…
ବେଙ୍ଗାଲୁରୁ: ନିର୍ବାଚନ ବଣ୍ଡ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ହୋଇଥିବା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ସ୍ଥଗିତ ରଖିଛନ୍ତି। ଅଧିକ ତଦନ୍ତ ପାଇଁ ଏହାକୁ ଅକ୍ଟୋବର ୨୨ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ପୂର୍ବତନ ରାଜ୍ୟ ବିଜେପି ସଭାପତି ନାଲିନ୍ କୁମାର କେଟେଲଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା। ଜଷ୍ଟିସ୍ ଏମ ନାଗପ୍ରସାନ୍ନା ମଧ୍ୟବର୍ତ୍ତୀକାଳୀନ ଆଦେଶ ପାସ କରି କହିଛନ୍ତି ଯେ ଏହା ଅଭିଯୋଗକାରୀଙ୍କ ମାମଲା ନୁହେଁ ଯେ ତାଙ୍କୁ କୌଣସି ସମ୍ପତ୍ତିରେ ଭାଗ ନେବାକୁ ଧମକ ଦିଆଯାଇଛି। କୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଅଭିଯୋଗକାରୀ ଯଦି ସେ ଧାରା ୩୮୪ ଯାହା ବଳ ପ୍ରୟୋଗ ପାଇଁ ଦଣ୍ଡକୁ ସାମନାକୁ ଆଣିଛନ୍ତି। ତେବେ ଧାରା ୩୮୩ ଅନୁଯାୟୀ ଜଣେ ସୂଚନାଯୋଗ୍ୟ ହେବା ଉଚିତ, ଯାହା ଆବେଦକାରୀ ନୁହଁନ୍ତି ବୋଲି କୋର୍ଟ ଦର୍ଶାଇଛନ୍ତି। ଅନ୍ୟ ଅଭିଯୋଗକାରୀ ଆଦର୍ଶ ଆର ଆଇୟର, ଯେ କି ଜନ ଅଧିକାର ସଂଘର୍ଷ ପରିଷଦ ନାମିତ ଏକ…
ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିବା ପରେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି କଟକ ଭୁବନେଶ୍ବର ପୋଲିସ କମିଶନର। ନୂତନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ଦେବଦତ୍ତ ସିଂହ । ପୂର୍ବତନ କମିଶନର ସଂଜୀବ ପଣ୍ଡାଙ୍କଠାରୁ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୮ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଦେବଦତ୍ତ ସିଂହ ଏହା ପୂର୍ବରୁ ସେ ଏଡିଜି ଅପରେସନରେ କାର୍ଯ୍ୟ କରୁଥିଲେ। ସେ ଭୁବନେଶ୍ବର କମିଶନରେଟ ଅଫିସରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହା ପରେ ସଂଜୀବ ପଣ୍ଡା ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଭୁବନେଶ୍ବର: ଧିରେ ଧିରେ ଭୁବନେଶ୍ବର ବିଜେଡି ରାଜନୀତି ବିବାଦୀୟ ହେବାରେ ଲାଗିଛି। ମୁଖ୍ୟତଃ ଭୁବନେଶ୍ବର ବିଜେଡି କରର୍ପୋରେଟରଙ୍କ ମଧ୍ୟରେ ଯେପରି ଛକାପଞ୍ଚା ଲାଗି ରହିଛି ତାହା ପଦାକୁ ବାହାରି ସାରିଲାଣି। ଏପରି କଳି ଦେଖି ଆଜି ବିଜେଡି ଚାରିଜଣ ନେତାଙ୍କ ବିରୋଧରେ କାରଣଦର୍ଶା ନୋଟିସ ଜାରୀ କରିଛି। ୧୫ ଦିନ ମଧ୍ୟରେ କଣ ପାଇଁ ବିଶୃଙ୍ଖଳିତ କାମ କରୁଛ ତାହାର ସ୍ପଷ୍ଟି କରଣ ଦେବା ପାଇଁ କୁହାଯାଇଛି। ଯେଉଁ ଚାରିଜଣଙ୍କୁ ବିଜେଡି ଏହି ନୋଟିସ ଜାରୀ କରିଛି ସେମାନଙ୍କ ମଧ୍ୟରୁ ଦୁଇ ଜଣ କରର୍ପୋରେଟର ଏବଂ ଆଉ ଦୁଇଜଣ ଦଳୀୟ ନେତା। ଦୁଇ କରର୍ପୋରେଟର ହେଲେ ଅମେରଶ ଜେନା ଏବଂ ବିରଞ୍ଚି ମହାସୁପକାର। ସେହିପରି ଦୁଇ ନେତା ହେଲେ ଏକାମ୍ର ଭୁବନେଶ୍ବରର ଯୁବ ଜନତା ଦଳ ସଭାପତି ରାଜେଶ ପାତ୍ର ଏବଂ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ବିବେକ ସ୍ବାଇଁ। ଏହି ନୋଟିସ ଜାରୀ କରିଛନ୍ତି ବିଜେଡିର ଭୁବନେଶ୍ବର…
ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆଉ ଏକ ଖବର ମିଳିଛି। ତାହାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ତାଙ୍କ କହିବା ଅନୁସାରେ ଆସନ୍ତା ସାତ ତାରିଖ ସୁଦ୍ଧା ଯେଉଁମାନେ ଆବେଦନ କରିଥିବେ ସେମାନଙ୍କୁ 9 ତାରିଖରେ ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗ ଟଙ୍କା ପ୍ରଦାନ କରାଯିବ। ତେବେ ଏ ନେଇ 9 ତାରିଖରେ ବାରିପଦାରେ ଏକ ବଡ କାର୍ଯ୍ୟକ୍ରମ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ସେଦିନ ସଭାରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ବଣ୍ଟନ କରିବେ। ତେବେ ବାରିପଦାରେ କାହିଁକି ସଭାର ଆୟୋଜନ କରାଗଲା ବୋଲି ପଚାରିବାରୁ ସେ କହିଲେ ଯେ ସେହି ସହର ଏକ ପବିତ୍ର ସହର। ସେଠାରେ ମା ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣନ୍ତି। ସେହି ଜିଲ୍ଲାରୁ ଜଣେ ମହିଳା ଦେଶର ରାଷ୍ଟ୍ରପତି ହୋଇଛନ୍ତି। ତେଣୁ ମହିଳା ସଶକ୍ତିକରଣ ପାଇଁ…
ଭୁବନେଶ୍ବର: ସମ୍ରାଟ ସାଇ କଳାର ପୂଜାରୀ ନାଟ୍ୟ ଅନୁଷ୍ଠାନର ପରବର୍ତ୍ତି ନାଟକ “ମୁଖା – the act of disguise” ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପ୍ରଦର୍ଶିତ ହେବ। ଓଡିଆ ନାଟ୍ୟ ଜଗତର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଶରତ ସମ୍ରାଟ ଏହାର ନିର୍ଦ୍ଦେଶନା, ପରିକଳ୍ପନା କରିବା ସହିତ ନାଟ୍ୟ ରଚନା ମଧ୍ୟ କରିଛନ୍ତି। ବିଭିନ୍ନ ସମୟରେ ଶରତ ସମ୍ରାଟ ଭିନ୍ନ ଧରଣର ନାଟକ ପରିବେଷଣ କରି ବେଶ ପ୍ରଶଂସିତ ହୋଇଛନ୍ତି। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କର ନାଟକକୁ ନାଟ୍ୟ ପ୍ରେମୀମାନଙ୍କୁ ବେଶ ଆକର୍ଷିତ କରିଛି। ଏହି ନାଟକଟି ମଧ୍ୟ ଦର୍ଶକଙ୍କୁ ବିମୋହିତ କରିବ ବୋଲି ନାଟ୍ୟ ସଂସ୍ଥା ଆଶା ରଖିଛି। ଆସନ୍ତା ଅକ୍ଟୋବର ୪ ତାରିଖ ସନ୍ଧ୍ୟା ୭ ଟା ରେ ଭୁବନେଶ୍ବର ଭଞ୍ଜକଳା ମଣ୍ଡପରେ ନାଟକ, ‘ମୁଖା’ ପ୍ରଦର୍ଶିତ ହେବ।
ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ପୁରୁଷ ମିଥୁନ ଚକ୍ରବର୍ତ୍ତୀ ୨୦୨୪ ପାଇଁ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ସାମାଜିକ ଗଣମାଧ୍ୟମର ଏହି ଖବର ଘୋଷଣା କରିଛନ୍ତି। ସେ ଲେଖିଛନ୍ତି ଯେ, ମିଥୁନ ଦା ଙ୍କ ଉଲ୍ଲେଖନୀୟ ସିନେମା ଯାତ୍ରା ବର୍ତ୍ତମାନର ଯୁବ ପିଢୀଙ୍କୁ ପ୍ରେରଣା ଯୋଗାଇ ଆସୁଛି। ଦାଦାସାହେବ ଫାଲକେ ଚୟନ ଜୁରି ଭାରତୀୟ ସିନେମାରେ ତାଙ୍କର ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଜୀଙ୍କୁ ପୁରସ୍କାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବ ଅକ୍ଟୋବର ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ମିଥୁନ ଚକ୍ରବର୍ତ୍ତିଙ୍କ ପ୍ରଶଂସକ ମହଲରେ ଖୁସିର ଲହରୀ ଖେଳିଯାଇଛି।
ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେଥିରେ ଏସପି ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ଏହା ଭିତରେ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ ସାଗରିକା ନାଥ। ସେ ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ କାର୍ଯ୍ୟ କରିଥିଲେ। ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚ୍ର ଓଡିଆ କ୍ୟାଡ୍ର ଆଇପିଏସ୍ ଅଫିସର। ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। କାରଣ ସେ କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ। ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ। ଏପରିକି ସେ…
ଭୁବନେଶ୍ବର: ଭରତପୁର ଥାନା ଘଟଣାର ବଡ ପ୍ରଭାବ ଆଜି ପରିଲକ୍ଷିତ ହୋଇଛି। ଏହି ଥାନାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପୁରା ପୋଲିସ ବିଭାଗ ବଦନାମ ହୋଇଯାଇଛି। ଫଳରେ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଯେଉଁ ଅଦଳବଦଳ କରିଛନ୍ତି ସେଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ଡିସିପିଙ୍କୁ ବଦଳି କରିଦେଇଛନ୍ତି। ନୂଆ ବିଜ୍ଞପ୍ତି ଅନୁସାରେ ଆଜି ରାଜ୍ୟ ସରକାର ଭୁବନେଶ୍ବର ପୋଲିସ କମିସନର ସଂଜୀବ ପଣ୍ଡାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେବଦତ୍ତ ଆଡିସନାଲ ଡିଜି ପୋଲସ ଅପରେସନ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଂଜୀବ ପଣ୍ଡାଙ୍କୁ ପୋଲିସ ଏକାଡେମୀର ନିର୍ଦ୍ଦେକ ଭାବେ ବଦଳି କରିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଛନ୍ତି। ସେହିପରି…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ବରିଷ୍ଠ ସ୍ତରରେ ଯେପରି ବଦଳି ହୋଇଛି ଏସପି ସ୍ତରରେ ମଧ୍ୟ ବ୍ୟାପକ ଅଦଳବଦଳ ହୋଇଛି। ଏଥିରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି ହୋଇଛି। 1-ପିନାକ ମିଶ୍ର- ଡିସିପି ଭୁବନେଶ୍ବର 2-ଏମ ଏସ ସଂପଦ- ଏସପି ଭଦ୍ରକ 3-ଅନୁପମ ଜାମ- ଏସପି ଭିଜିଲାନ୍ସ 4- ରାହୁଳ ପିଆର- ଏସପି ଭିଜିଲାନ୍ସ 5-ଜଗମୋହନ ମୀନା- କଟକ ଡିସିପି 6-ଲୋଗାନାଗୀ ଦିବ୍ୟା- ଏସପି ଭିଜିଲାନ୍ସ 7-ପ୍ରତୀକ ସିଂ- ଏସପି କଟକ ଗ୍ରାମାଞ୍ଚଳ 8-ରାହୁଳ ଜୈନ- ଏସପି ଅନୁଗୁଳ 9-ସର୍ବାନା ବିବେକ- ଏସପି ବ୍ରହ୍ମପୁର 10- ବିନୀତ ଅଗ୍ରୱାଲ- ଏସପି ପୁରୀ 11- ବରୁନ ଗୁନ୍ତୁପାଲ୍ଲୀ- ଏସପି ମୟୁରଭଂଜ 12- ସାଗରିକା ନାଥ- ଏସପି ଖୋର୍ଦ୍ଧା 13- ସ୍ବାତୀ ଏସ କୁମାର-…
ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି। କେବଳ ବରିଷ୍ଠ ନୁହେଁ କନିଷ୍ଠ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି। ଏହି ଅଦଳବଦଳ ଭିତରେ କଟକ ଭୁବନେଶ୍ବର ପୋଲିସ କମିଶନରଙ୍କୁ ବଦଳି କରାଯାଇଛି। ଭରତପୁର ଥାନା ଘଟଣାରେ ସେ ବିବାଦର ଥିଲେ। କଟକ-ଭୁବନେଶ୍ୱର ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କୁ ଏଡିଜି ଟ୍ରେନିଂ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ବଦଳି ହୋଇଛି। ତାଙ୍କୁ ଏଡିଜିପି ପୋଲିସ ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କୁ ଏସସି ଆରବି ଏବଂ ଏସଏଉଏସଏଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ସେହିପରି ଆର୍ପି କୋଚେଙ୍କୁ…

