ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ବାଣପୁର କୋର୍ଟ ପରିସରରେ ‘ସ୍ୱଛତା ହିଁ ସେବା’ ଅଭିଯାନ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ ମିଳିତ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଉଭୟ ବିଚାରପତି କୋର୍ଟ ପରିସରକୁ ସଫା ମଧ୍ୟ କରିଥିଲେଷ ପ୍ରତ୍ୟେକ ଙ୍କ ପାଇଁ ସ୍ୱଛତା ଜରୁରୀ। ପ୍ରତ୍ୟେକ ଅନୁଷ୍ଠାନ କିମ୍ବା ଗୃହ ପାଇଁ ସ୍ୱଛତା ନିତାନ୍ତ ଜରୁରୀ l ନିଜେ,ନିଜ ପରିବାର, ନିଜ ପରିସର ସ୍ୱଛ ରଖିଲେ ସମାଜ, ରାଜ୍ୟ ଓ ଦେଶ ମଧ୍ୟ ସ୍ୱଛ ଓ ସୁନ୍ଦର ହୋଇ ପାରିବ ବୋଲି ବିଚାରପତି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱଛତା ହିଁ ସେବା ଶପଥ ପାଠ କରାଯାଇଥିଲା। ଉକ୍ତ ସଫେଇ କାର୍ଯ୍ୟକ୍ରମରେ ବାଣପୁର କୋର୍ଟର ସମସ୍ତ କର୍ମଚାରୀ ମାନେ ଭାଗ ନେଇଥିଲେ।
Author: Samikhsya Bureau
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଆଜି ୧୦ ବର୍ଷ ପୂରଣ କରିଛି। ମୋଦିଜୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ ଏବେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି। ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ତାଙ୍କ ୧୧୪ ତମ “ମନ୍ କି ବାତ” ସଂସ୍କରଣରେ ସାନ୍ତାଳୀ ଭାଷାର ପ୍ରଚାର ଓ ପ୍ରସାର ପାଇଁ ମୟୂରଭଞ୍ଜର ଯୁବକ ରାମଜିତ୍ ଟୁଡୁଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସାମଲ ନିଜ ମାତୃଭାଷା ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ପାଖକୁ ଆଣିଥିବା ରାମଜିତ୍ ଟୁଡୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଦିବାସୀଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ବଦ୍ଧପରିକର ବୋଲି କହିଛନ୍ତି। ଭୁବନେଶ୍ୱରସ୍ଥିତ ନାଳନ୍ଦା ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ଶୁଣିଥିଲେ। “ମାଁ…
ଭୁବନେଶ୍ବର: ବର୍ତ୍ତମାନ ବିଜେପି ସରକାରର ଯେଉଁ ବଡ କାମଟି ବାକି ରହିଛି ତାହା ହେଲା ନିଗମ ଅଧ୍ୟକ୍ଷ। ଏହି ପଦବୀ ହାସଲ କରିବା ପାଇଁ ବହୁ ନେତା ଅପେକ୍ଷା କରି ରହିଛନ୍ତି। ସେମାନେ ବିଧାୟକ ହୋଇପାରିଲେ ନାହିଁ ହେଲେ ନିଗମ ଅଧ୍ୟକ୍ଷଟିଏ ହେବା ପାଇଁ ଆଶା ବାନ୍ଧିଛନ୍ତି। ତେବେ ଏହି ମୁଆଁ ଖୁବ ଶିଘ୍ର ବଣ୍ଟାଯିବ ବୋଲି କହିଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଆଜି ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ଦଳର ସଦସ୍ୟତା ଅଭିଯାନ ଚାଲିଛି। ଏହା ଶେଷ ହେବା ପରେ ନିଗମ ଅଧ୍ୟକ୍ଷ ପ୍ରସଂଗ ବିଚାର କରାଯିବ। ଏହି ପଦବୀ ଯୋଗ୍ୟ ବ୍ୟକ୍ତି ତଥା ଅବସାରପ୍ରାପ୍ତ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ମନମୋହନ କହିଛନ୍ତି।
ନୂଆଦିଲ୍ଲୀ: ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକିଆ କାର୍ୟ୍ୟକ୍ରମ ମନ କି ବାତ୍ କାର୍ୟ୍ୟକ୍ରମ ପ୍ରସାରିତ ହୋଇଛି। ଏହା ହେଉଛି ତାଙ୍କର ୧୧୪ ତମ ଅଧ୍ୟାୟ। ଏହି ମନ କି ବାତ କାର୍ୟ୍ୟକ୍ରମକୁ ଦଶ ବର୍ଷ ପୁରଣ ହୋଇଛି। ଏଥର ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ହେଲା.. ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ‘ମନ୍ କି ବାତ୍’ରେ ପୁଣିଥରେ ଆମମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି। ଆଜିର ଅଧ୍ୟାୟ ମୋତେ ଭାବପ୍ରବଣ କରୁଛି, ମୋତେ ଅନେକ ପୁରୁଣା ସ୍ମୃତିଗର୍ଭକୁ ନେଇଯାଉଛି, କାରଣ ଏହା ଯେ, ‘ମନ୍ କି ବାତ୍’ର ଆମର ଏହି ଯାତ୍ରା ୧୦ ବର୍ଷ ପୂରଣ କରିଛି। ୧୦ ବର୍ଷ ପୂର୍ବେ ‘ମନ୍ କି ବାତ୍’ର ଶୁଭାରମ୍ଭ ଅକ୍ଟୋବର ୩ ତାରିଖ ବିଜୟାଦଶମୀ ଦିନ ହୋଇଥିଲା ଏବଂ ଏହା ମଧ୍ୟ ଏକ ପବିତ୍ର ସଂଯୋଗ ଯେ,ଏ ବର୍ଷ ଅକ୍ଟୋବର ୩ ତାରିଖ ଦିନ ‘ମନ୍ କି ବାତ୍’କୁ ୧୦…
ଭୁବନେଶ୍ୱର: ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳର ମିଳିତ ସହାୟତାରେ ଓଡିଶାକୁ ମାଓ ହିଂସା କବଳରୁ ମୁକ୍ତ କରାଯାଇ ପାରିଛି। ଏବେ ମଧ୍ୟ କିଛି ଜିଲ୍ଲାରେ ମାଓବାଦୀମାନଙ୍କର ଗତିବିଧି ଲକ୍ଷ୍ୟ କରାଯାଉଛି। ସମ୍ପୃକ୍ତ ଜିଲ୍ଲା ଗୁଡିକରେ ତୃଣମୂଳ ସ୍ତରରେ ଉଭୟ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମିଳିତ ଭାବେ କାର୍ଯ୍ୟ କଲେ ଏହି ସମସ୍ୟାକୁ ପ୍ରତିହତ କରାଯାଇ ପାରିବ। ଆଗାମୀ ଦିନରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ ବୋଲି ଆଜି ସ୍ଥାନୀୟ କନଭେନସନ ହଲରେ ଆୟୋଜିତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀରେ ଡିଜିପି ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ପ୍ରକାଶ କରିଛନ୍ତି। ମାଓ ଉପଦ୍ରୁତ ଅଞ୍ଚଳର ଉନ୍ନତି ପାଇଁ ସ୍ୱତନ୍ତ୍ର ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଛି ଏବଂ ମାଓବାଦୀଙ୍କ ପ୍ରତିଟି କାର୍ଯ୍ୟକଳାପ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ଅତିରିକ୍ତ ଆରକ୍ଷୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ଭାରତ ସରକାର ଦେଶର ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି । ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମଗୁଡ଼ିକ ସ୍ୱାସ୍ଥ୍ୟସେବା ଉପଲବ୍ଧତା, ଚିକିତ୍ସା ଶିକ୍ଷା, ଗବେଷଣା ଏବଂ ବୈଷୟିକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥାଏ । ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ- ଜେଏୱାଇ)ର ଲାଭ ବିସ୍ତାର ଠାରୁ ଆରମ୍ଭ କରି ଡିଜିଟାଲ ଟିକାକରଣ ସେବା ପାଇଁ ୟୁ-ୱିନ୍ ପୋର୍ଟାଲ ଭଳି ଅଭିନବ ପ୍ଲାଟଫର୍ମ ଆରମ୍ଭ କରିବା ପର୍ଯ୍ୟନ୍ତ ପଦକ୍ଷେପ ଆରମ୍ଭ କରି ସରକାର ଏକ ସୁସ୍ଥ ଏବଂ ଉନ୍ନତ ଶିକ୍ଷିତ ସମାଜ ଗଠନକୁ ପ୍ରାଥମିକତା ଦେଇଛନ୍ତି । ଏହାବ୍ୟତୀତ ନ୍ୟାସନାଲ ମେଡିକାଲ ରେଜିଷ୍ଟର ପୋର୍ଟାଲ ପ୍ରତିଷ୍ଠା, ୭୫,୦୦୦ ନୂଆ ମେଡିକାଲ ସିଟ୍ ସୃଷ୍ଟି ଏବଂ କର୍କଟ ଚିକିତ୍ସା ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ…
ଭୁବନେଶ୍ୱର: ସେ ଖୋଲା ମନରେ ଲେଖନ୍ତି। ତାଙ୍କ ଲେଖାର ଆଧାର କଳ୍ପନା ନୁହେଁ, ବରଂ ବାସ୍ତବତା ବୋଲି ବିଶିଷ୍ଟ କଥାଶିଳ୍ପୀ ଡ. ସରୋଜିନୀ ସାହୁ ମତବ୍ୟକ୍ତ କରିଛନ୍ତି। ଆଜି ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ଯୋଗଦେଇ ଡ. ସାହୁ ନିଜ ସୃଜନଯାତ୍ରାର ବିବରଣୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବାକୁ ଯାଉଥିବା ଅବସରରେ ଡ. ସାହୁଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କଥାଶିଳ୍ପୀ ଶ୍ରୀମତୀ ଗୋଲାପ ମଞ୍ଜରୀ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକମରେ ଡ. ସାହୁ ‘ମୋ ସୃଜନ, ମୋ ଜୀବନ’ ପ୍ରସଙ୍ଗରେ ଆଲୋକପାତ କରି କହିଥିଲେ ଯେ ପିଲାବେଳୁ ସେ ପାତରଅନ୍ତର ଦେଖିଛନ୍ତି। ପ୍ରଥମେ ସେ ଜଗଦୀଶ ମହାନ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ବିବାହ ପରେ ସେ ପ୍ରଭାବମୁକ୍ତ ହେଲେ। ତାଙ୍କ ମତରେ ଲେଖକର ଲିଙ୍ଗ ନାହିଁ। ସେଥି ପାଇଁ ସେ ନାରୀବାଦ, ବନ୍ଧ୍ୟାତ୍ୱ,…
ମୁମ୍ବାଇ: ଭାରତର ପ୍ରମୁଖ ଫ୍ୟାସନ୍ ଇ-ଟେଲର୍ ଆଜିଓ ଆଜି ଏହାର ପ୍ଲାଟଫର୍ମରେ ଫ୍ୟାଶନ୍ ଏବଂ ଗୁଣବତା ପାଇଁ ଜଣାଶୁଣା ବ୍ରାଣ୍ଡ୍ ଏଚ୍ ଆଣ୍ଡ୍ ଏମ୍ କୁ ଶୁଭାରମ୍ଭ କରିଛି। ଏହି ଭାଗିଦାରୀର ଉଦ୍ଦେଶ୍ୟ ହେଉଛି ଆଜିଓ ମାଧ୍ୟମରେ ସୁଲଭ, ଉଚ୍ଚ ଗୁଣବତା ବିଶିଷ୍ଟ ଫ୍ୟାଶନକୁ ଉପଲବ୍ଧ କରାଇ ଏହାର ବର୍ତମାନର ଓମ୍ନି-ଚ୍ୟାନେଲ ଅଫରକୁ ପୂରଣ କରିବା, ଯାହା ଏହାର ମଜବୁତ ବ୍ରାଣ୍ଡ ପୋର୍ଟଫୋଲିଓରେ ଆଉ ଏକ ଶୀର୍ଷ ଅନ୍ତର୍ଜାତୀୟ ବ୍ରାଣ୍ଡକୁ ଅନ୍ତର୍ଭୁକ୍ତ କରିଛି। ଏହି ସହଭାଗୀତା ଭାରତୀୟ ଫ୍ୟାସନ ଇ-ରିଟେଲ ବଜାରରେ ନିଜର ଉପସ୍ଥିତିକୁ ଦୃଢ଼ କରିବା ପାଇଁ ଏଚ ଆଣ୍ଡ ଏମ ଏବଂ ଆଜିଓ ପାଇଁ ଏକ ଆକର୍ଷଣୀୟ ସୁଯୋଗ। ଆଜିଓ ଏହାର ଅନ୍ତର୍ଜାତୀୟ ବ୍ରାଣ୍ଡର ପୋର୍ଟଫୋଲିଓକୁ ସୁଦୃଢ଼ କରୁଥିବା ବେଳେ ଆଜିଓର ଡିଜିଟାଲ ପ୍ଲାଟଫର୍ମ ଏବଂ ବିସ୍ତୃତ ପହଂଚକୁ ଉପଯୋଗ କରି ଏହାର ପହଂଚ ଏବଂ ଅନଲାଇନ ବଜାର ଅଂଶକୁ ବିସ୍ତାର କରିବାକୁ ଏଚ ଆଣ୍ଡ ଏମ ଲକ୍ଷ୍ୟ…
ଭୁବନେଶ୍ବର: ସୁଭଦ୍ରା ଯୋଜନାର ଟଙ୍କା ବଳକା ହିତାଧିକାରୀଙ୍କୁ କେବେ ମିଳିବ ସେ ନେଇ ସମସ୍ତଙ୍କର ଅପେକ୍ଷା ରହିଥିଲା। ଏବେ ସେହି ଅପେକ୍ଷାର ଅନ୍ୟ ଘଟିଛି। ବଳକା ମହିଳା ହିତାଧିକାରୀଙ୍କୁ ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ ଭାଗରେ ପ୍ରାୟ ୪୦ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ଏହି ଉତ୍ସବ ବାରିପଦାରେ ଆୟୋଜନ କରାଯିବ। ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ। ଏଥିରେ ଶେଷ ଆବେଦନକାରୀଙ୍କୁ ସରକାର ସମ୍ମାନିତ କରି ଟଙ୍କା ପ୍ରଦାନ କରିବେ।
Bhartiya Kala Mahotsav: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ କଳା ମହୋତ୍ସବର ପ୍ରଥମ ସଂସ୍କରଣକୁ ଗତକାଲି ଉଦଘାଟନ କରିଛନ୍ତି। ଆଠ ଦିନ ଧରି ଚାଲିଥିବା ଏହି ଉତ୍ସବକୁ ଉତ୍ତର-ପୂର୍ବ ଅଞ୍ଚଳର ବିକାଶ ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟର ସହଯୋଗରେ କରାଯାଇଛି। ଏହା ଉତ୍ସବ ହାଇଦ୍ରାବାଦସ୍ଥିତ ରାଷ୍ଟ୍ରପତି ନୀଳୟମ ପରିସରରେ ଆୟୋଜିତ ହୋଇଛି। ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ଏବଂ ତ୍ରିପୁରାର ଉତ୍ତର-ପୂର୍ବ ରାଜ୍ୟଗୁଡିକର ସମୃଦ୍ଧ ତଥା ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ପ୍ରସାର କରାଇବା। ଏହି ଉଦଘାଟନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଆମର ସାମୂହିକ ଦାୟିତ୍ବ। ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସାଂସ୍କୃତିକ ବିବିଧତା, ସେମାନଙ୍କର ଲୋକ ନୃତ୍ୟ, ସଙ୍ଗୀତ, କଳା ଏବଂ ପାରମ୍ପାରିକ ପୋଷାକ ଆମ ଦେଶର ଐତିହ୍ୟ। ଏହି ପର୍ବ ହେଉଛି ବିଭିନ୍ନ…
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଶନିବାର ଦିନଏକ ବୈଠକ ଲୋକ ସେବା ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଆଲୋଚନା ପୂର୍ବକ ବିଭିନ୍ନ ୬ ଟି ବିଭାଗର ୭ ଟି ପ୍ରସ୍ତାବକୁ ବୈଠକରେ ପାରିତ ହୋଇଥିଲା । ଅନୁଷ୍ଠିତ ବୈଠକର ନିଷ୍ପତ୍ତି ସଂପର୍କରେ ପୂର୍ତ୍ତ, ଆଇନ୍ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଥିଲେ। ଏହି ପ୍ରେସ୍ ବିବୃତ୍ତି ସମୟରେ ରାଜ୍ୟ ମତ୍ସ୍ୟ, ପ୍ରାଣୀ ସଂପଦ , ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ଏହି ବୈଠକରେ ରାଜ୍ୟର କଣ୍ଟ୍ରୋଲ ଡିଲରଙ୍କ ସମୟ ସୀମା ଆଉ ଦେଢ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଆସନ୍ତା ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଘରୋଇ ଡିଲରମାନଙ୍କ କାର୍ଯ୍ୟକାଳ ଚଳିତବର୍ଷ…
ଭୁବନେଶ୍ବର: ଶେଷରେ ଚାରିଦିନ ଧରି ଚାଲିଥିବା ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ନର୍ସିଂ ସଂଘ ଏହି ନିଷ୍ପତି ଗ୍ରହଣ କରିଛି। ଏ ନେଇ ନର୍ସିଂ କର୍ମଚାରୀ ସଂଘର ସାଧାରଣ ସଂପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନର୍ସି ସଂଘ ତରଫରୁ କୁହାଯାଇଛି ଯେ, ଆମେ ସରକାରଙ୍କ ସହିତ ସିଧା ଆଲୋଚନା କରିବାକୁ ଚାହୁଁଥିଲୁ। ତାହା ବର୍ତ୍ତମାନ ପୁରଣ ହୋଇଛି। ଏଥିସହିତ ସରକାର ଆମର ସମସ୍ତ ଦାବୀକୁ ପୁରଣ କରିବେ ବୋଲି କହିଛନ୍ତି। ସେସବୁକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ସଂଘ କହିଛି।
ବାଣପୁର( ସୀତାରାମ ଅଗ୍ରୱାଲ): ଓଡିଶାର ବରପୁତ୍ର ତଥା ପଞ୍ଚସଖା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଆଜି ଗଠିତ ହୋଇଯାଇଛି। ୧୯୬୩ ମସିହାରେ ଗଠିତ ମହାବିଦ୍ୟାଳୟରେ ବହୁ ବର୍ଷ ପର୍ଯ୍ୟନ୍ତ ପୁରାତନ ଛାତ୍ର ସଂଘ ଗଠିତ ହୋଇ ନଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ଅଦମ୍ୟ ଚେଷ୍ଟା ଫଳରେ ଗତବର୍ଷ ତାହା ଗଠନ କରାଯାଇଥିଲା। ତେବେ ଦୀର୍ଘ ବର୍ଷ ପରେ ଆସନ୍ତା ମାସ ଶେଷ ସୁଦ୍ଧା ମହାବିଦ୍ୟାଳୟକୁ ‘ନାକ’ ଟିମ ତଦାରଖ କରିବାକୁ ଥିବାବେଳେ ଆଜି ଛାତ୍ରସଂଘର ପୁନର୍ଗଠନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ଅଧ୍ୟକ୍ଷ ଶ୍ରୀ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ପ୍ରଫେସର ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତି…
ଭୁବନେଶ୍ବର: ଓଡିଶାର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ ଚର୍ଚ୍ଚା। ରାଜ୍ୟ ରାଜନୀତିରେ ବେଶ ଆଲୋଚନା ଓ ପର୍ଯ୍ୟାଲୋଚନା। ତାହା ହେଲା ଯେ ଧର୍ମେନ୍ଦ୍ର ପ୍ରଧାନ କୁଆଡେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଏହି ଖବରଟି ପ୍ରସାରିତ ହେବା ପରେ ଧର୍ମେନ୍ଦ୍ର ଶିବିରରେ ଉଭୟ ଖୁସି ଓ ନୈରାଶ ମଧ୍ୟ ପରିଲକ୍ଷିତ ହୋଇଛି। କାରଣ ରାଷ୍ଟ୍ରୀୟ ସଭାପତି ହେଲେ ବୋଧହୁଏ ମନ୍ତ୍ରୀପଦ ଚାଲିଯାଇପାରେ। ଅନ୍ୟପଟେ ଦେଖିବାକୁ ଗଲେ ବର୍ତ୍ତମାନ ଜେ ପି ନଡ୍ଡା ଉଭୟ ମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ସଭାପତି ଅଛନ୍ତି। ହେଲେ ଆଉ ମାସ କେଇଟା ପରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି। ବିଜେପିର ଗୋଟିଏ ନେତା ଗୋଟିଏ ପଦବୀ ନ୍ୟାୟରେ ନଡ୍ଡାଙ୍କ କ୍ଷେତ୍ରରେ ଲାଗୁ ହୋଇ ନାହିଁ। ଯେହେତୁ ତାଙ୍କର କାର୍ଯ୍ୟକାଳ ଆଉ କିଛି ମାସ ଥିବାରୁ ବୋଧହୁଏ ଦଳ ସେଥିପାଇଁ ଦୁଇଟି ପଦବୀରେ ତାଙ୍କୁ ରଖିଛି। ତେବେ ଧର୍ମେନ୍ଦ୍ର ରାଷ୍ଟ୍ରୀୟ ସଭାପତି ହେବା…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ ।…
ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏବଂ ସାଇବର ଆଇନ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବାଣପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲାଇ, ବରିଷ୍ଠ ଆଇନଜୀବୀ ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ। ସମ୍ପ୍ରତି ସମାଜରେ ସାଇବର ଅପରାଧ ବଢ଼ିବାରେ ଲାଗିଥିବାବେଳେ ଏହାର ନିରାକରଣ ପାଇଁ ସତର୍କତା ହିଁ ଏକମାତ୍ର ଉପାୟ ବୋଲି ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେ। ସୋସିଆଲ ମିଡ଼ିଆ ଆକାଉଣ୍ଟ କୁ ଲଗ ଇନ କଲାପରେ ସଦାବେଳେ ଲଗ ଆଉଟ କରିବା, ନିଜର ଲଗ…
ଭୁବନେଶ୍ବର: ସମୁଦାୟର ଯୋଗଦାନକୁ ସୁଦୃଢ଼ କରିବା ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରୋତ୍ସାହିତ କରିବା ପାଇଁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପ୍ରମୁଖ ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜନସାଧାରଣଙ୍କ କଲ୍ୟାଣ ତଥା ପରିବେଶ ସ୍ୱଚ୍ଛତା ପାଇଁ ରେଳପଥର ପ୍ରତିବଦ୍ଧତାକୁ ପ୍ରତିଫଳିତ କରି ଏହି ପଦକ୍ଷେପ “ସ୍ୱଚ୍ଛତା ହିଁ ସେବା” (ସ୍ୱଚ୍ଛତା ସେବା) ବିଷୟକୁ ସୂଚିତ କରୁଛି। ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଭୁବନେଶ୍ୱର ରେଳ ଷ୍ଟେସନରେ ଜନ ଭାଗିଦାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଯେଉଁଠାରେ ସେ ହିତାଧିକାରୀ ଏବଂ ଜନ ସମୁଦାୟ / ସାଧାରଣ ଜନତାଙ୍କ ସହ ସକ୍ରିୟ ଭାବରେ ଜଡିତ ଥିଲେ। ସ୍ୱଚ୍ଛତା ଅଭିଯାନରେ ତାଙ୍କର ଯୋଗଦାନ ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତା ଏବଂ ପରିଷ୍କାର ପରିଚ୍ଛନତା ସହ ପରିମଳ ବଜାୟ ରଖିବାରେ ସହଯୋଗୀ ପ୍ରୟାସର ଗୁରୁତ୍ୱକୁ ଦର୍ଶାଇଲା। ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ମହେସ କୁମାର…
ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୟାଗଡ଼ର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି। ଶ୍ରୀ ପଟ୍ଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର…
ଜଳେଶ୍ୱର/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟରେ ଉତ୍ତରପ୍ରଦେଶର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାଗ୍ରସ୍ତଙ୍କୁ ସମସ୍ତ ସହାୟତା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରିବହନ ଆୟୁକ୍ତ, ଜିଲ୍ଲାପାଳ ଓ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ କରାଯାଇଛି। ଦୁର୍ଘଟଣାରେ ଜଣେ ମହିଳା ଓ ତିନି ଜଣ ପୁରୁଷଙ୍କୁ ମିଶାଇ ଚାରି ଜଣଙ୍କ ମୃତୁ୍ୟ ହୋଇଛି। ମରଶରୀରଗୁଡ଼ିକୁ ସେମାନଙ୍କ ଘରକୁ ପଠାଇବା ନିମନ୍ତେ ପରିବହନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥି ସହ ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ପରେ ସେମାନଙ୍କୁ କଟକ ଏସ୍ସିବିକୁ ସ୍ଥାନାନ୍ତରିତ କରାଯାଇଛି। ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି। ସାମାନ୍ୟ ଆହତମାନଙ୍କୁ ଜଳେଶ୍ୱର ଡାକ୍ତରଖାନାରେ ଚିକିତ୍ସା…
ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଶେଷ ଦିନ ଥିଲା। ଲୋକସେବା ଭବନ କନଫ୍ରେନସ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇଥିଲେ। ସେ ଯାହା କହିଛନ୍ତି ତାହା ହେଲା… ସର୍ବ ପ୍ରଥମେ ମୁଁ ଓଡିଶା ପୋଲିସକୁ ଧନ୍ୟବାଦ ଦେବି ଏବଂ ମୋର କହିବାରେ ତିଳେମାତ୍ର ଦ୍ଵିଧା ନାହିଁ ଯେ ମୋଟାମୋଟି ଭାବେ ଓଡିଶା ପୋଲିସ ଏକ ଶୃଙ୍ଖଳିତ, ଲୋକାଭିମୁଖୀ ଏବଂ ଦକ୍ଷ ପୋଲିସ ବଳ। ଯେପରି ଭାବେ ପ୍ରତ୍ୟେକ କ୍ଷେତ୍ରରେ କିଛି ବ୍ୟତିକ୍ରମ ଥାଏ ସେମିତି କିଛି ବ୍ୟତିକ୍ରମ ପୋଲିସ ସେବାରେ ଥାଇପାରେ। ତାକୁ ବ୍ୟତିକ୍ରମ ଭାବେ ବିବେଚନା କରାଯାଇପାରେ। କିନ୍ତୁ, ଏ କଥା ଅନସ୍ବୀକାର୍ଯ୍ୟ ଯେ ରାଜ୍ୟ ପୋଲିସର ଅକ୍ଲାନ୍ତ ପରିଶ୍ରମ ଫଳରେ ଓଡିଶା ନିରନ୍ତର ଭାବେ ଏକ ଶାନ୍ତିପ୍ରିୟ ରାଜ୍ୟର ମାନ୍ୟତା ପାଇଛି। ଏକ ବିକଶିତ ରାଷ୍ଟ୍ର ଓ ବିକଶିତ ରାଜ୍ୟର ସଂରଚନାର ସଂକଳ୍ପକୁ ସାକାର କରିବାରେ ସ୍ଵରାଷ୍ଟ୍ର ବିଭାଗର ଭୂମିକା…
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୋଲିସ ଆୱନ୍ତୀପୋରାରେ ଛଅ ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ସେମାନେ ପାକିସ୍ଥାନ ଲିଙ୍କରେ ଥିବାର ପ୍ରମାଣ ମିଳିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଆୱନ୍ତୀପୋରା ପୋଲିସ ନିର୍ଦ୍ଦିଷ୍ଟ ସୂଚନା ପାଇଥିଲା ଯେ ଜୟସ୍-ଏ-ମହମ୍ମଦ (ଜେଏମ) ଗ୍ରୁପର କେତେକ ଯୁବକ କାଶ୍ମୀରୀରେ ରହୁଥିବା ଯୁବକଙ୍କୁ ତାଙ୍କ ସଂଗଠନରେ ସାମିଲ ହେବା ପାଇଁ ପ୍ରବର୍ତ୍ତାଉଛନ୍ତି। ଯେଉଁମାନେ ଆତଙ୍କବାଦୀ ଦଳରେ ଯୋଗଦେବା ପାଇଁ ଉତ୍ସାହିତ ହୋଇଛନ୍ତି ସେମାନଙ୍କୁ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ବିସ୍ଫୋରକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଗୁପ୍ତ ସୂଚନା ଆଧାର କରି ଏକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଅନୁସନ୍ଧାନ ବେଳେ ଏହି ମଡ୍ୟୁଲର ଅଂଶ ଥିବା ଯୁବକମାନଙ୍କୁ ପୋଲିସ ଚିହ୍ନଟ କରିଥିଲା। ପରେ ଜଣାପାଡିଥିଲା ଯେ, ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ଜେଲରେ ଥିବା ଜଣେ ଓଭର ଗ୍ରାଉଣ୍ଡ କର୍ମଚାରୀଙ୍କ ସହାୟତାରେ ଅନେକ…

