ଭୁବନେଶ୍ବର: ଆଜି ଆସିବ ସୁଭଦ୍ରା ଟଙ୍କା। ଆଜି ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ କାର୍ଯ୍ୟକ୍ରମରେ ଏହି ଟଙ୍କା ପ୍ରେରଣ କରିବେ। ସେଥିପାଇଁ ସରକାରୀ ସ୍ତରରେ ବଡ ଆୟୋଜନ କରାଯାଇଛି। ଏହି ଉତ୍ସବରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଏହି ଉତ୍ସବରେ ଆଜି 40 ଲକ୍ଷ ମହିଳାଙ୍କୁ ଏହି ଟଙ୍କା ପ୍ରେରଣ କରାଯିବ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରଥମ କିସ୍ତିର ପ୍ରଥମ ଭାଗ ଟଙ୍କା ପ୍ରଦାନ କରିଥିଲେ। ତେବେ ଆଜି ଦିନ 12ଟା ପୂର୍ବରୁ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ ବୋଲି ଜଣାପଡିଛି।
Author: Samikhsya Bureau
ଭୁବନେଶ୍ବର: ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ନବୀନ ପଟ୍ଟନାୟକଙ୍କୁ ହରାଇଥିବା କାଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ୍। କାରଣ ନିର୍ବାଚନ ଅନିମୟିତତା ମାମଲାରେ ଓଡିଶା ହାଇକୋର୍ଟରେ ସେ ଯେଉଁ ପକ୍ଷ ରଖିବା କଥା ସେହି ସୁଯୋଗ ହରାଇ ବସିଛନ୍ତି। ଏହି ମାମଲାରେ କୋର୍ଟ ତାଙ୍କୁ ତିନିଥର ନୋଟିସ ଜାରୀ କରିଛି। ହେଲେ ସେ ଏହି ନୋଟିସକୁ ଗ୍ରହଣ କଲେ ନାହିଁ କି ତାଙ୍କର ପକ୍ଷ ରଖିଲେ ନାହିଁ। ଫଳରେ ଗତକାଲି କୋର୍ଟ ତାଙ୍କର ପକ୍ଷ ରଖିବା ସୁଯୋଗ ଦିଆଯିବ ନାହିଁ ବୋଲି କୋର୍ଟ ଜଣାଦେଇଛନ୍ତି। ଲକ୍ଷ୍ମଣ ବାଗ୍ ଗତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖ କରିଛନ୍ତି ବୋଲି କଣ୍ଟାବାଞ୍ଜିର ଜଣେ ଭୋଟର ଗିରିରାଜ ସିଂ ମାଝୀ କୋର୍ଟରେ ମାମଲା ଦାୟର କରିଥିଲେ। ଏହି ମାମଲାକୁ କୋର୍ଟ ଗ୍ରହଣ କରି ବିଧାୟକ ପକ୍ଷ ରଖିବା ପାଇଁ ନୋଟିସ ଜାରୀ କରିଥିଲେ। ତିନି ଥର ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଲକ୍ଷ୍ଣଣ ବାଗ କୋର୍ଟରେ ପକ୍ଷ ରଖି…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୨୦୨୨ ବର୍ଷ ପାଇଁ ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେମା କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ ଏଲ ମୁରୁଗାନ ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ଗ୍ରହଣ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଚଳଚ୍ଚିତ୍ର ଶିଳ୍ପରେ ଶ୍ରୀ ଚକ୍ରବର୍ତ୍ତୀଙ୍କ ଅବଦାନକୁ ଆଲୋକିତ କରିଥିଲେ ଏବଂ ପ୍ରଶଂସା କରିଥିଲେ। ମିଥୁନଙ୍କ ଅଭିନିତ ଚଳଚ୍ଚିତ୍ରଗୁଡ଼ିକ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ପ୍ରତିଭା ବିକାଶ, ଭିତ୍ତିଭୂମି ଏବଂ ସରଳୀକରଣ ସହିତ…
ଭୁବନେଶ୍ବର: ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ଶ୍ରୀଯୁକ୍ତ ଆଚାର୍ଯ୍ୟଙ୍କୁ ଦଳରୁ କୋଣଠେସା କରି ଟିକେଟ୍ ଦେଉନଥିଲା? ଏ କଥାକୁ ବୋଧେ ସେ ଭୁଲି ଯାଉଛନ୍ତି। ବିଜେଡି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି ? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ସେ କହୁଛନ୍ତି ତେବେ ନିକଟ ସାଧାରଣ ନିର୍ବାଚନରେ ନବୀନ…
ଭୁବନେଶ୍ବର: ଆଜି ପୋଲିସ ବିଭାଗରୁ ବିଦାୟ ନେଇଛନ୍ତି ବରିଷ୍ଠ ଆଇପିଏସ ଅରୁଣ ଷଡଙ୍ଗୀ। ବିଦାୟ କାଳୀନ ସଭାରେ ସେ କହିଛନ୍ତି ନିଜ ଦୁଃଖର କଥା। ତାହା ହେଲା ଯେ, ହଠାତ ସେ ଆଉ ପୋଲିସ ପୋଷାକ ପିନ୍ଧିପାରିବେ ନାହିଁ ତାହା ଜାଣି ନ ଥିଲେ। ସେ ଏପରି ପରିସ୍ଥିତିକୁ ସାମନା କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିଲେ। ଆସନ୍ତାକାଲିଠାରୁ ମୁଁ ଆଉ ପୋଲିସ ପୋଷାକ ପିନ୍ଧିପାରିବି ନାହିଁ, ଏହା ଭାବିଲେ ବହୁତ ଦୁଃଖ ଲାଗୁଛି ବୋଲି କହିଛନ୍ତି ଅରୁଣ ଷଡଙ୍ଗୀ। ଆଜି ଅରୁଣ ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସେଠାରେ ସେ ସମ୍ବୋଧନ କରି କହିଛନ୍ତି ଯେ, ଆମମାନଙ୍କର ପୋଲିସ ପୋଷାକ ପ୍ରତି ବିଶେଷ ଦୁର୍ବଳତା ଥାଏ। ଏହି ପୋଷାକ ପିନ୍ଧି କାମ କରିବାର ଆଗ୍ରହ ଥାଏ। ହେଲେ ଆସନ୍ତାକାଲିଠାରୁ ଏହି ପୋଷାକ ଆଉ ମୁଁ ପିନ୍ଧିପାରିବି ନାହିଁ ବୋଲି…
ଭୁବନେଶ୍ବର: ମଣିଷର ମୁଖରେ ତାର ହୃଦୟ ଓ ମନର ଭାବନା ପରିପ୍ରକାଶ ହୁଏ। ସେଥିପାଇଁ ଭଗବାନ ନିଜ ସୃଷ୍ଟିର ପ୍ରତ୍ୟେକ ଜୀବକୁ ମୁହଁଟିଏ ଦେଇଛି। କିନ୍ତୁ ଯଦି ସେହି ମୁହଁ ଉପରେ ଗୋଟିଏ ମୁଖାର ଆବରଣ ପଡ଼ିଯାଏ, ତାହାଲେ ସେଇ ମନୁଷ୍ୟର ମନ ଭିତରେ ଥିବା ପ୍ରକୃତ ଭାବନା, ଚିନ୍ତାଧାରା ଲୁଚିଯାଏ। ଯାହାଫଳରେ ଜଣେ ମନୁଷ୍ୟ ଆଉ ଏକ ମନୁଷ୍ୟକୁ ଚିହ୍ନିବା କଷ୍ଟକର ହୋଇପଡ଼େ ଏବଂ କପଟ, ଛଳନା ଓ ଷଡ଼ଯନ୍ତ୍ରର ଶିକାର ହୁଏ। ବର୍ତ୍ତମାନର ସମାଜରେ ପ୍ରତ୍ୟେକ ସ୍ଥାନରେ ଏହି ମୁଖାମାନେ ଭର୍ତ୍ତି ହୋଇଗଲେଣି ଏବଂ ଏହି ମୁଖାମାନଙ୍କ ପାଇଁ ସମାଜରେ ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ଆମ ସମାଜ ଆମ ପୃଥିବୀକୁ ଧ୍ବଂସରୁ ବଞ୍ଚାଇବା ପାଇଁ ଏହି ମୁଖାମାନଙ୍କୁ ଖୋଜି ଖୋଜି ନିଆଁରେ ପୋଡ଼ିବାର ବର୍ତମାନ ସମୟ ଆସିଛି। ଏହିପରି ଏକ କାହାଣୀକୁ ନେଇ ଭୁବନେଶ୍ବରର ଭଞ୍ଜକଳା ମଣ୍ଡପରେ ପରିବେଶିତ ହୋଇଛି ନାଟକ ମୁଖା the act…
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଗୋଟିଏ ଦିନ ପରେ ପ୍ରଦାନ କରାଯିବ। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ଆଜିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପଠାଯିବ। ବୁଧବାର ଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।
ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ଭାଗ ଆଉ ଦୁଇଦିନ ପରେ ପ୍ରଦାନ କରାଯିବ। ସେଥିପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଇଛି। ଯେଉଁ ମହିଳାମାନେ ଏହି ଟଙ୍କା ପାଇବେ ସେମାନଙ୍କର ଡାଟା ବେସ କରାଯିବ ସହିତ ଆକାଉଣ୍ଟ ଲିଙ୍କ ମଧ୍ୟ କରାଯାଇଛି। ତେବେ ପରୀକ୍ଷା ମୂଳକ ଭାବେ ଆସନ୍ତାକାଲିଠାରୁ ସେହି ହିତାଧିକାରୀଙ୍କ ଏକ ଟଙ୍କା ଲେଖାଏଁ ପଠାଯିବ। ସେଥିପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପଦକ୍ଷେପ ଆରମ୍ଭ କରାଯାଇଛି। ଆସନ୍ତାକାଲି ସୋମବାର ଏବଂ ମଙ୍ଗଳବାର ଏହି ଦୁଇଦିନ ଧରି ପରୀକ୍ଷା ମୂଳକ ଭାବେ ଏକ ଟଙ୍କା ପ୍ରେରଣ କରାଯିବ। ବୁଧବାରଦିନ ବାରିପଦାରେ ଆୟୋଜିତ ମେଗା କାର୍ଯ୍ୟକ୍ରମରେ ଏହି ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଇଚି ଟିପି ପ୍ରେରଣ କରିବେ। ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୪୦ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଟଙ୍କା ମିଳିବ।
ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଅପରାହ୍ନରେ ସେ ଏହି ଗସ୍ତ କରିବେ। ଆସନ୍ତାକାଲି ଗୃହ ବିଭାଗ ତରଫରୁ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବେ। ତାଙ୍କ ସହିତ ଓଡିଶା ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ମଧ୍ୟ ଗସ୍ତ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ନେଇ ଏହି ବୈଠକରେ ଆଲୋଚନା କରିବେ।
ଭୁବନେଶ୍ବର: ଆଜି ହଠାତ କଳିଙ୍ଗ ଷ୍ଟାଣ୍ଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦେଖିବାକୁ ମିଳିଥିଲା। ପିନ୍ଧିଛନ୍ତି ଟ୍ରାକସୁଟ ସହ ଧଳା ଯୋତା, ଧଳା ଟିସାର୍ଟ। ସାଥୀରେ ଅଛନ୍ତି ଦଳୀୟ ନେତାଗଣ। ଏମାନେ ସମସ୍ତେ କଳିଙ୍ଗ ଷ୍ଟାଣ୍ଡିୟମ ଟ୍ରାକରେ ଚାଲୁଛନ୍ତି। ହଠାତ ଷ୍ଟାଣ୍ଡିୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ସେଠାରେ ମର୍ଣ୍ଣିଂ ୱାର୍କ କରୁଥିବା ଅନ୍ୟ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଣ୍ଡିୟମକୁ କୌଣସି ଉଦଘାଟନ ବା ଶିଳାନ୍ୟାସ କରିବାକୁ ଯାଇ ନ ଥିଲେ। ସେ ଯାଇଥିଲେ ମର୍ଣ୍ଣିଂ ୱାର୍କ କରିବା ପାଇଁ। ଆଉ ସାଥିରେ ଥିଲେ ଦଳିୟ ନେତା ସମୀର ମହାନ୍ତି, ଗୋଳକ ମହାପାତ୍ର, ଜଗନ୍ନାଥ ପ୍ରଧାନ ଏବଂ ଠାକୁର ରଣଜିତ୍ ଦାସ। ମୁଖ୍ୟମନ୍ତ୍ରୀ ମର୍ଣ୍ଣିଂ ୱାର୍କ କରିବା ସହିତ ଷ୍ଣାଡିୟମର ବିଭିନ୍ନ କାର୍ଯ୍ୟକୁ ତଦାରଖ ମଧ୍ୟ କରିଥିଲେ। ତେବେ ଏହି ସମୟରେ ଲୋକମାନେ ତାଙ୍କୁ ପୂଜା ଅଭିନନ୍ଦନ ଜଣାଉଥିବାରେ ଦେଖାଯାଇଥିଲା।
ଭୁବନେଶ୍ୱର: ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ବୋଲି ବିଜେପି ମିଛ କହି ନିର୍ବାଚନ ଜିତିବା ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିଜେପି ବହୁତ ଥର ହାରିଛି। ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ। କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ଦଳକୁ ସେବା କରିବାର ସୁଯୋଗ ମିଳିଛି। ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି ତାହା ନିର୍ବାହ କରିବା ଦରକାର। ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରିବା ଉଚିତ୍ ଏବଂ ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାହାକୁ ପାଳନ କରିବା ଜରୁରୀ। ସେହିପରି ଆଉ ଏକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ…
ଭୁବନେଶ୍ବର: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ନିଯୁକ୍ତି ସମାରୋହ ଓ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଥାଏ। ଆଜିର ଶିକ୍ଷା ବ୍ୟବସ୍ଥାରେ ପ୍ରାଚୀନ ଗୁରୁକୁଳ ପରମ୍ପରା ଆଉ ନାହିଁ, ଆମର ଶିକ୍ଷା ବ୍ୟବସ୍ଥା ଆଧୁନିକତାକୁ ଆପଣାଇଛି। କିନ୍ତୁ, ଏହା ଅନସ୍ଵୀକାର୍ଯ୍ୟ ଯେ ଆଜି ମଧ୍ୟ ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକ ହିଁ ସବୁଠାରୁ ବଡ ଭୂମିକା ତୁଲାଇଥାନ୍ତି। ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ନିଜ ଜୀବନର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି।…
ଭୁବନେଶ୍ବର: ବିଭିନ୍ନ ସମୟରେ ମଞ୍ଜ କଥା କହି ଚର୍ଚ୍ଚାକୁ ଆସିଥାନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ଏଥର ସେହିପରି କିଛି ବିଜେପି ସରକାର ଭିତିରି କଥା କହି ଆଜି ବେଶ ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ। ସେ ଆଜି ରେଢାଖୋଲରେ ଚାଲିଥିବା ପଦଯାତ୍ରା କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଯାହା କହିଛନ୍ତି ତାହା ଓଡିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି। ସେହି ସଭାରେ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ଓଡିଶାରେ ବର୍ତ୍ତମାନ ୪ଟି ସରକାର ଚାଲିଛି। ଗୋଟିଏ ହେଲା ମୋହନ ମାଝୀ ସରକାର, ଆଉ ତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଓଡିଶାରେ ଦୁଇ ଜଣ ଆଉ ଜଣେ ଦିଲ୍ଲୀରେ ଅଛନ୍ତି। ସେମାନେ ମୋର ଭଲ ବନ୍ଧୁ, ସେଥିପାଇଁ ସେମାନଙ୍କ ନାମ ମୁଁ କହିବି ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ କିଛି ନିଷ୍ପତି ନେବା ପୂର୍ବରୁ ଏହି ତିନିଜଣଙ୍କୁ…
କେନ୍ଦ୍ରାପଡ଼ା: ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉ ଙ୍କ ପ୍ରିୟ ଭୋଗ ରସାବଳି ଗତ ବର୍ଷ ଏହି ଅକ୍ଟୋବର ତିନି ତାରିଖରେ ଜିଆଇ ମାନ୍ୟତା ହାସଲ ହାସଲ କରିଥିଲା। ଏହାକୁ ସ୍ମରଣୀୟ ରଖିବ ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ବଳଦେବ ସେନା ତରଫରୁ ପାଳନ ହୋଇଛି ରସାବଳି ଦିବସ। ପ୍ରାୟ ଏକ ହଜାର ଯାତ୍ରୀ, ଭକ୍ତ ଓ ସେବାୟତଙ୍କୁ ମାଗଣାରେ ରସାବଳି ବଣ୍ଟନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମରେ ସଭାପତି-ପପୁନ କୁମାର ସ୍ଵାଇଁ, ସଂପାଦକ-ଅମର କୁମାର ବାରିକ, ଉପଦେଷ୍ଟା-ନିରଞ୍ଜନ ମେକାପ,ଜ୍ୟୋତି ରଞ୍ଜନ ପତ୍ରୀ, ଆଶୁତୋଷ ପଣ୍ଡା, ହିମାଂଶୁ ରାଉତ, ଲଲାଟେନ୍ଦୁ ବେହେରା, ଆଲୋକ ସାହୁ, ଅନିଶ ସୂତାର, ବିଚିତ୍ର ମହାରଣା, ନୀଳ ମଧାବ ବେହେରା, ମହେଶ୍ୱର ପତ୍ରୀ, ପ୍ରଫୁଲ୍ଲ କର, ହୃଷିକେଶ ପତ୍ରୀ, କୃଷ୍ଣଚନ୍ଦ୍ର ସୁଆର, ହରମନ ସୁଆର, ଦୁର୍ଯୋଧନ ସୁଆର ପ୍ରକାଶ ଗୋଛାୟାତ, ରବୀନ୍ଦ୍ର ସୁଆର ଗଣେଷ ଗୋଛାୟାତ, ଅନ୍ନ ସାହୁ , ମଙ୍ଗୁଲି ନନା,…
ଭୁବନେଶ୍ୱର: ଆଜି ଜୟଦେବ ଭବନରେ ଆୟୋଜିତ ‘ଶହୀଦ ବାଜି ରାଉତ ଜୟନ୍ତୀ’ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ଦେଶର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ସରକାରୀ ସ୍ତରରେ ବ୍ୟାପକ ରୂପେ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ଅନେକ ବୀର ଓଡିଆଙ୍କ ମଧ୍ୟରେ ଶହିଦ ବାଜି ରାଉତଙ୍କ ସ୍ଥାନ ଅନନ୍ୟ ଓ ସବୁଠାରୁ ଭିନ୍ନ। କେବଳ ଓଡିଶା ନୁହେଁ, ସାରା ଭାରତର କନିଷ୍ଠତମ ସ୍ଵାଧୀନତା ସଂଗ୍ରାମୀଭାବେ ମାନ୍ୟତା ପାଇଥିବା ଏହି ବୀର ବାଳକଙ୍କ ଜୀବନୀ ସ୍ୱଳ୍ପ ହୋଇଥାଇ ପାରେ, ହୁଏତ ତାଙ୍କର ବୀରତ୍ବର ଗାଥା ଇତିହାସର ଗୋଟିଏ କିମ୍ବା ଦୁଇଟା ପୃଷ୍ଠାରେ ସୀମାବଦ୍ଧ ହୋଇଥାଇ ପାରେ, କିନ୍ତୁ ସେଇ ବୀରତ୍ଵର ଗାଥା ଭବିଷ୍ୟତ ପିଢିକୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢିବା ପାଇଁ ଲକ୍ଷ ଲକ୍ଷ ବାଜି ରାଉତ ସୃଷ୍ଟି କରିଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅକ୍ଟୋବର ମାସରେ ବାଜି…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ସେଠାରେ ସେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ।ଏହି କିସ୍ତି ଜାରୀ ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ।
Big Breaking: ଛତିଶଗଡରେ ଆଜି ନାରାୟଣପୁର ଜିଲ୍ଲାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଅତି କମରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ନାରାୟଣପୁର ଜିଲ୍ଲାର ଦକ୍ଷିଣ ଆବୁଜମାଦ୍ ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତ ସୂଚନା ପାଇବା ପରେ ନାରାୟଣପୁର ଏବଂ ଦାନ୍ତେୱାଡା ଜିଲ୍ଲାର DRG ଏବଂ STF ର ମିଳିତ ଉଦ୍ୟମରେ ଗୋଭେଲ, ନନ୍ଦୁର ଏବଂ ଥୁଲଥୁଲି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ। ନେନ୍ଦୁର-ଥୁଲଥୁଲି ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିଲା। ଅତର୍କିତ ଭାବେ ସୁରକ୍ଷା କର୍ମୀ ଗୁଳିଚାଳନା କରିବା ପରେ ସେପଟୁ ପାଲଟା ଆକ୍ରମଣ କରାଯାଇଥିଲା। ତେବେ ବହୁ ସମୟ ଧରି ଏହି ଏନକାଉଣ୍ଟର ଚାଲିବା ପରେ ମାଓବାଦୀଙ୍କ ପକ୍ଷରୁ କୌଣସି ପ୍ରତି ଆକର୍ମଣ ହୋଇ ନ ଥିଲା। ଫଳରେ ସୁରକ୍ଷା କର୍ମୀମାନେ ମାଓବାଦୀଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି। ଏହା ବ୍ୟତୀତ ଏକେ-୪୭ ଏବଂ…
ଭୁବନେଶ୍ୱର: ଆଜି ଲୋକସେବା ଭବନସ୍ଥିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ ସିଂ, ଗୃହନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ସମେତ ବିଭିନ୍ନ ଜିଲ୍ଲା ତଥା ବିଭାଗୀୟ ପଦାଧିକାରୀବୃନ୍ଦ ଯୋଗଦେଇଥିଲେ। ବୈଠକରେ ବିଭିନ୍ନ ଜିଲ୍ଲା ତଥା ମୁନିସିପାଲିଟିରୁ ଆସିଥିବା ବ୍ୟକ୍ତିବିଶେଷ ନିଜ ନିଜ ଅଞ୍ଚଳର ସମସ୍ୟା ଯଥା-ରାସ୍ତାଘାଟ, ଜଳଯୋଗାଣ ସମସ୍ୟା ବିଷୟରେ ମନ୍ତ୍ରୀମାନଙ୍କୁ ଜଣାଇଥିଲେ। ଏହିସବୁ ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ବୈଠକରେ…
ଭୁବନେଶ୍ବର: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଫ୍ଲାଗଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଛନ୍ତି। ସେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ ସୁନୀତା, ଏବଂ ପୁଅଝିଅଙ୍କ ସହିତ ଘର ଛାଡିଛନ୍ତି। ସେ ସେହି ବାସଭବନରେ ନଅ ବର୍ଷ ଧରି ରହି ଆସୁଥିଲେ। ବର୍ତ୍ତମାନ କେଜ୍ରିୱାଲ ମଣ୍ଡି ହାଉସ ନିକଟସ୍ଥ ୫ ଫିରୋଜସାହା ରୋଡରେ ଥିବା ଏକ ବଙ୍ଗଳାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏହି ବଙ୍ଗଳାଟି ପଞ୍ଜାବର ଆପ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବଣ୍ଟନ କରାଯାଇଛି। କେଜ୍ରିୱାଲ ପରିବାରଙ୍କୁ ସେମାନଙ୍କ ପୁରୁଣା ଘରର କର୍ମଚାରୀମାନେ ଲୋତକପୂର୍ଣ୍ଣ ଆଖିରେ ବିଦାୟ ଦେଇଥିଲେ। ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବେଶ ପ୍ରଶଂସା କରିଥିଲେ। ସୁନୀତା କେଜ୍ରିୱାଲ ଫ୍ଲାଗଷ୍ଟାଫ ବାସଭବନରେ ଚାବି ପକାଇ ସେଠାରେ ଅପେକ୍ଷାରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଚାବି ପ୍ରଦାନ କରିଥିଲେ।
ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ଗସ୍ତ କରି ସେଠାରେ ସେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ସିଧା ପଠାଇବେ। ଏଥିସହିତ ସେଠାରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରହିଛି। କୃଷକମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ ।୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ। ଏହାବ୍ୟତୀତ ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ ।
ପୁରୀ: ଶେଷରେ ବହୁ ବାଦବିବାଦ ପରେ ଆଜି ଶ୍ରୀମନ୍ଦିରକୁ ମିଳିଥିବା ଅର୍ପଣ ଚାଉଳ ନିଲାମ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ସେ କହିଛନ୍ତି ଯେ, କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳ ନିଲାମ ହେଲା। ମୋଟ ବଳକା ଥିବା ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା। ଏଥିରୁ ମୋଟ ୨ କୋଟି ୮୬ ଲକ୍ଷ ଟଙ୍କା ମିଳିଲା ବୋଲି କହିଛନ୍ତି ଜିଲ୍ଲାପାଳ। ଗତ ସରକାର ଅମଳରେ ଶ୍ରୀମନ୍ଦିର ପରିକ୍ରମା ପାଇଁ ସାରା ଓଡିଶାରୁ ଅର୍ପଣ ଚାଉଳ ମଗାଯାଇଥିଲା। ଏଥିରେ ଜଗନ୍ନାଥ ଭକ୍ତମାନେ ବହୁ ପରିମାଣର ଚାଉଳ ପ୍ରଦାନ କରିଥିଲେ। ତେବେ ସେହି ସଂଗୃହିତ ଚାଉଳରୁ ଭୋଗ ପାଇଁ ଯାହା ବ୍ୟବହାର ଯୋଗ୍ୟ ତାହା ଲାଗି କରାଯାଇଥିଲା। ହେଲେ ଅନ୍ୟ ଚାଉଳ ସବୁ ବଳକା ରହିଥିଲା। ଏହି ଚାଉଳ କଣ କରାଯିବ ସେ ନେଇ ପ୍ରଶାସନ ଚିନ୍ତାରେ ଥିଲା।…

