Author: Samikhsya Bureau

ନୂଆଦିଲ୍ଲୀ: ଭାରତରେ ନଗଦମୁକ୍ତ ଡିଜିଟାଲ ନେଣଦେଣ ବ୍ୟାପକ ଭାବେ ବୃଦ୍ଧି ପାଇଥିବା ୱାର୍ଲ୍ଡଲାଇନ୍‌ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧ ବା ଜାନୁଆରୀରୁ ଜୁନ୍‌ ମାସ ମଧ୍ୟରେ ଦେଶର ଦ୍ରୁତ ବିକଶିତ ଡିଜିଟାଲ ଅର୍ଥ ପଇଠ ପରିଦୃଶ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଡିଜିଟାଲ ଅର୍ଥ ନେଣଦେଣ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଗ୍ରଗତି ଓ ବିକାଶଧାରା ଉପରେ ଆଲୋକପାତ କରାଯାଇଛି। ବିଶେଷ କରି ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ) ଜରିଆରେ ଡିଜିଟାଲ ନେଣଦେଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।  ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଡିଜିଟାଲ ଗ୍ରହଣୀୟତାକୁ ପ୍ରତିଫଳିତ କରି କ୍ୟାସଲେସ୍ ବା ନଗଦମୁକ୍ତ ନେଣଦେଣ ଦିଗରେ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ ଉପରେ ରିପୋର୍ଟରେ ଦର୍ଶାଯାଇଛି। ସବୁଠୁ ଅଧିକ ଡିଜିଟାଲ ଅର୍ଥ ନେଣଦେଣ ୟୁପିଆଇ ଜରିଆରେ ହୋଇଛି । ଏଥିରେ ୭ହଜାର ୮୦୦ କୋଟିରୁ ଅଧିକ କାରବାର ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୫୨% ଅଧିକ। କ୍ରେଡିଟ୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ ଢାଞ୍ଚା, ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ କ୍ୱାଡ୍ ସହଯୋଗରେ ଆସିଆନର କେନ୍ଦ୍ରୀୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଭାରତର ଅଂଶଗ୍ରହଣ ଏହାର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅଞ୍ଚଳରେ ଶାନ୍ତି ଓ ବିକାଶ ପାଇଁ ଏକ ମୁକ୍ତ, ସମାବେଶୀ, ସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରି ସେ ଭାରତର ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ପଦକ୍ଷେପ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଦୃଷ୍ଟିକୋଣ ମଧ୍ୟରେ ସମାନତା ଏବଂ ସାଧାରଣ ଆଭିମୁଖ୍ୟ ବିଷୟରେ କହିଥିଲେ। ସମ୍ପ୍ରସାରଣବାଦ ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ଏହି…

Read More

ଭୁବନେଶ୍ୱର:  ଭାରତରେ ଅଣ୍ଡର୍ ଆର୍ମର୍ ପାଇଁ ଏକ୍ସକ୍ଲୁସିଭ ଡିଷ୍ଟ୍ରିବ୍ୟୁଟର ଓ ଲାଇସେନ୍ସିଂ ସଂସ୍ଥା, ଅଣ୍ଡରଡଗ୍ ଆଥ୍‌ଲେଟିକ୍ସ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଅଣ୍ଡର୍ ଆର୍ମର ବ୍ରାଣ୍ଡ ହାଉସ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଷ୍ଟୋର୍‌କୁ  ପ୍ରଶଂସକଙ୍କ ଭିଡ ଓ ଉତ୍ସାହ ମଧ୍ୟରେ ଅଲିମ୍ପିକ ବିଜେତା ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ଉଦ୍‌ଘାଟନ କରିଛନ୍ତି। ଏହି ଗ୍ରାଣ୍ଡ୍ ଓପ୍‌ନିଂ ଅବସରରେ ନୀରଜ ବିଭିନ୍ନ କ୍ରୀଡା ଓ ଫିଟ୍‌ନେସ୍ ଉତ୍ସାହୀ ଓ ନିଜ ପ୍ରଶଂସକଙ୍କ ସହ ବାର୍ତାଳାପ କରିଛନ୍ତି ଏବଂ ସେମାନଙ୍କ ପ୍ରଶିକ୍ଷଣ ଏବଂ ଉତମ  ପ୍ରତିଯୋଗି ହେବା ରାହାରେ କିଭଳି ଏକ ସଠିକ ସ୍ପୋର୍ଟିଙ୍ଗ ଗିୟର  ଭିନ୍ନତା ଆଣିପାରିବ ତାହାକୁ ଆଲୋକପାତ କରିଥିଲେ। ଭୁବନେଶ୍ୱରର ନେକ୍ସସ ଏସ୍‌ପ୍ଲାନେଡ ମଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ରେ ଅବସ୍ଥିତ ଅଣ୍ଡର୍ ଆର୍ମର ଷ୍ଟୋର ସହରର କ୍ରୀଡା, ଫିଟନେସ୍ ଓ ସ୍ପୋର୍ଟସୱେୟାର ଉତ୍ସାହୀଙ୍କ ପାଇଁ ଏକ ଲୋକପ୍ରିୟ ଗନ୍ତବ୍ୟସ୍ତଳୀ ହେବା ଲାଗି ପ୍ରସ୍ତୁତ ରହିଛି । ଏହି ଷ୍ଟୋର୍…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହ୍ରାସ ପାଇଁ ଉଭୟ ତତ୍କାଳ ଏବଂ ଦୀର୍ଘମିଆଦୀ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଦିଲ୍ଲୀ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ପ୍ରସ୍ତୁତିର ଆକଳନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସାମ୍ପ୍ରତିକ ରଣନୀତିର ସମୀକ୍ଷା କରିବା ସହ ପ୍ରଦୂଷଣ ଆହ୍ୱାନର ମୁକାବିଲା ପାଇଁ ଅତିରିକ୍ତ ଅଭିନବ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଦିଲ୍ଲୀର ମୁଖ୍ୟ ଶାସନ ସଚିବ ୨୦୨୪ ପାଇଁ ସହରର ବାୟୁ ଗୁଣବତ୍ତା ପରିଚାଳନା ପଦକ୍ଷେପ ଉପରେ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରିଥିଲେ। ବିଶେଷକରି ଶୀତ ଋତୁରେ ପାଣିପାଗର ଗତିଶୂନ୍ୟ ସ୍ଥିତି ଯେତେବେଳେ ପରିସ୍ଥିତିକୁ ଖରାପ କରିଥାଏ, ସେତେବେଳେ ନିର୍ମାଣ ସମ୍ବନ୍ଧୀୟ ଧୂଳି, ଜୈବିକ ବର୍ଜ୍ୟ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସହଧର୍ମିଣୀ ଡା. ପ୍ରିୟଙ୍କା ମାରାଣ୍ଡି ମଧ୍ୟ ଉପସ୍ଥିତ ଥିଲେ। ପୂଜା ମଣ୍ଡପ ବୁଲିବା ପାଇଁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସକାଳେ ପୂଜା ମଣ୍ଡପ ଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣା ସାହି ପୂଜାମଣ୍ଡପକୁ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି ମଣ୍ଡପରେ ଚଳିତ ବର୍ଷ ୭୫ତମ ଶାରଦୀୟ ଦୁର୍ଗାପୂଜାର ଆୟୋଜନ କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍‌ ବଜାର ଏବଂ ଲକ୍ଷ୍ମୀସାଗର (କଟକ ରୋଡ୍‌) ପୂଜାମଣ୍ଡପ ବୁଲି ଦେଖିବା ସହ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ…

Read More

ଭୁବନେଶ୍ବର: ଆଜି ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ଆଜି ପୂର୍ବାହ୍ନରେ ନବୀନ କେତେକ ପୂଜା ମଣ୍ଡପ ବୁଲିବା ସହିତ ମା ଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ନବୀନ ପୂଜାମଣ୍ଡପରେ ପହଞ୍ଚିବା ପରେ ପୂଜା ସମିତ ତରଫରୁ ତାଙ୍କୁ ସ୍ବାଗତ କରାଯାଇ ମାଙ୍କ ନିକଟକୁ ପାଛୋଟି ନିଆଯାଇଥିଲା। ପୂଜା ମଣ୍ଡପରେ ନବୀନ ପହଞ୍ଚିବା ସମୟରେ ସେଠାରେ ଥିବା ଭକ୍ତମାନେ ତାଙ୍କୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ। ଏପରିକି କେତେକ ସ୍ଥାନରେ ତାଙ୍କ ସହିତ ସେଲଫି ନେବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ରାଜ୍ୟବାସୀଙ୍କ ମଙ୍ଗଳ କାମନା କରି ସେ ମାଙ୍କ ନିକଟରେ ପ୍ରାର୍ଥନା କରିଥିବାର ଜାଣାପଡିଛି।

Read More

ଭୁବନେଶ୍ବର: ବର୍ତ୍ତମାନ ସାରା ଓଡିଶାରେ ପୂଜାର ମାହୋଲ ଚାଲିଛି। ସମସ୍ତେ ଧୂମଧାମରେ ମା ଦୁର୍ଗାଙ୍କୁ ଆବାହନ କରିବାରେ ଲାଗିଛନ୍ତି। ଏହିପରିସ୍ଥିତିରେ ପୂଜା ମଣ୍ଡପ ପାଇଁ ଆସିଛି ଏକ ଖୁସି ଖବର। ତାହା ହେଲା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକର ରେଣ୍ଟ ଛାଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ପୂଜା ମଣ୍ଡପ ନିର୍ମାଣ କରୁଛନ୍ତି ସେମାନେ ସରକାରଙ୍କୁ ରେଣ୍ଟ ପ୍ରଦାନ କରିଥାନ୍ତି। ହେଲେ ଚଳିତ ବର୍ଷ ଏହା ଦେବେ ନାହିଁ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାରା ଓଡିଶାବାସୀଙ୍କୁ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଗସ୍ତରେ ଆସିବେ। ସେ ମହାପ୍ରଭୃ ଜଗନ୍ନାଥଙ୍କ ଦର୍ଶନରେ ଆସୁଛନ୍ତି ବୋଲି ଜଣାପଡିଛି। ତେବେ ରାଷ୍ଟ୍ରପତି ଆସନ୍ତା ଅକ୍ଟୋବର 23 ତାରିଖରେ ତାଙ୍କ ନିଜ ଗାଁ ରାଇରଂଗପୁର ଆସି ସେଠାରେ ରାତ୍ରୀ ଯାପନ କରିବେ। ଏହାପରେ 24 ତାରିଖରେ ସେ ସିଧା ରାଇରଂଗପୁରରୁ ହେଲିକାପ୍ଟରରେ ପୁରୀ ଯିବେ। ପୁରୀରେ ରାଷ୍ଟ୍ରପତି ସକାଳ ଧୂପ ଦର୍ଶନ କରିବା ସହିତ ବେଢା ପରିକ୍ରମା କରିବେ। ଏହାପରେ ରାଷ୍ଟ୍ରପତି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବେ। ସେଠାରୁ ସେ ପୁରୀ ରାଜଭବନ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବେ। ଏହାପରେ ସେ ପୁରୀରୁ ଭୁବନେଶ୍ବର ଆସି ଓୟୁଏଟି ଉତ୍ସବରେ ଯୋଗଦେବେ। ସେହିପରି ଅପରାହ୍ନରେ ରାଷ୍ଟ୍ରପତି ଭୁବନେଶ୍ବରର ନୂଆ ଜୁଡିସିଆଲ କଂପ୍ଲେକ୍ସର ଉଦଘାଟନ କରିବେ।

Read More

ଭୁବନେଶ୍ବର: ବର୍ତ୍ତମାନ ବିଜେଡିର ଯେଉଁ ସ୍ଥିତି ରହିଛି, ସେଥିରେ ଆହୁରି ପ୍ରହାର କରିବା ପାଇଁ ବିଜେପିର ବଡ ଗେମ ପ୍ଲାନ ଚାଲିଛି। ତାହା ହେଲା ଯେ, ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ମିଳିବ ନିଗମ ଅଧ୍ୟକ୍ଷ ପଦ।ଏହିପରି ଅଫର ଧରି ବିଜେପି କୁଆଡେ ଅପେକ୍ଷା କରିଛି ବୋଲି ଜଣାପଡିଛି। ଏକ ବିଶେଷ ସୁତ୍ର ଅନୁସାରେ ବିଜେଡିକୁ ଆହୁରି ଧୂଳିସାତ କରିବା ପାଇଁ ବିଜେପି ପୁରା ଦମରେ ଲାଗିଛି। ତେଣୁ ବର୍ତ୍ତମାନ ଯେଉଁ ସବୁ ନିଗମ ଅଧ୍ୟକ୍ଷ ପଦ ଖାଲି ରହିଛି ତାହା ଆଉ ବିଜେପି ନେତାଙ୍କୁ ମିଳିବ ନାହିଁ। ସେହି ପଦବୀ ବର୍ତ୍ତମାନ ବିଜେଡିରୁ ଆମଦାନୀ ନେତାଙ୍କୁ ପ୍ରଦାନ କରାଯିବ। ଏ ନେଇ କେନ୍ଦ୍ରୀୟ ବିଜେପି ରାଜ୍ୟ ବିଜେପିକୁ କୁଆଡେ ନିର୍ଦ୍ଦେଶ ଦେଇସାରିଛନ୍ତି। ଫଳରେ ତାହାକୁ ସାକାର କରିବା ପାଇଁ ବିଜେଡି ଛାଡି ବିଜେପିର ଯୋଗଦେଇଥିବା ନେତାମାନେ ଏହି କାମରେ ଲାଗିପଡିଛନ୍ତି। ବର୍ତ୍ତମାନ ବିଜେପି ସରକାରକୁ ଶହେ ଦିନ…

Read More

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ପ୍ରକାଶ ସାଲେପୁରରୁ କଂଗ୍ରେସରୁ ବିଧାୟକ ଥିଲେ। ସେ ଗତ ନିର୍ବାଚନରେ ବିଜେଡି ସାମିଲ ହୋଇ କଟକ ବାରବାଟୀରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନିର୍ବାଚନରେ ସେ ହାରିଯାଇଥିଲେ। ଏହା ପୂର୍ବରୁ ପ୍ରକାଶ ବିଜେପିରେ ମଧ୍ୟ ଯୋଗଦେଇଥିଲେ। ତେବେ ସେ ଇସ୍ତଫା ଦେବାର ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋରି ଚିନ୍ତା ଧାରା ଜାତୀୟ ସ୍ତରର ଚିନ୍ତା ଧାରା ସହିତ ଖାପ ଖାଉଛି। ଅନ୍ୟପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଯେ ସେ ମୋତେ କଟକରୁ ଟିକେଟ ଦେଇଥିଲେ। ସେହିପରି କଟକ ବାରବାଟୀ ବାସିନ୍ଦାଙ୍କୁ ମଧ୍ୟ ଧନ୍ୟବାଦ ସେମାନେ ମୋତେ କମ ସମୟରେ ବହୁ ସମର୍ଥନ ଦେଇଥିଲେ। ଅନ୍ୟପଟେ ମୁଁ ଲୋକଙ୍କ ପାଖକୁ ଯିବାର ଅଛି। ମୁଁ ସାଲେପୁର ବାସିନ୍ଦାଙ୍କ ପାଇଁ କମା କରିବି।…

Read More

ଭୁବନେଶ୍ବର: ବର୍ତ୍ତମାନ ରାଜନୀତିରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସ ବେଶ ଚର୍ଚ୍ଚାରେ ରହିଛନ୍ତି। ସେ କେତେବେଳେ ମୁଁ ପୁଣି ଲଢିବାକୁ ପ୍ରସ୍ତୁତ ଅଛି ବୋଲି କହି ଚର୍ଚ୍ଚାରେ ଆସିଥିଲେ ତ କେତେବେଳେ ସରକାରୀ କ୍ବାଟରର ନିର୍ମାଣକୁ ନେଇ। ତେବେ ସେ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତାହା ପୁଣି ବିଜେଡି ନାମ କୁ ନେଇ। ଗତକାଲି ଯାଜପୁରରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା। ସେଥିରେ ଯାଜପୁରର ତୁଙ୍ଗ ନେତା ବବି ଦାସ ପ୍ରଣବ ପ୍ରକାଶ ଦାସ, ଜିତୁ ବା ପ୍ରଣବ ବଳବନ୍ତରାୟ ଏବଂ ଡ୍ୟାନି ବା ପ୍ରୀତିରଂଜନ ଘଡାଇ ଯୋଗ ଦେଇଥିଲେ। ସେହି ସଭାରେ ସମସ୍ତେ ଭାଷଣ ମଧ୍ୟ ଦେଇଥିଲେ। ହେଲେ ବବି ବା ପ୍ରଣବ ପ୍ରକାଶ ଦାସଙ୍କ ଭାଷଣକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି। ବବି ସେହି ସଭାରେ କହିଥିଲେ ଯେ, ଯାଜପୁରର ବିଜେଡି ହେଉଛି ଭିନ୍ନ ପ୍ରକାରର। ଯାଜପୁର ବିଜେଡି…

Read More

ଭୁବନେଶ୍ବର: ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଆଜି ସାରା ବିଶ୍ବ ସ୍ତବ୍ଧ ହୋଇଯାଇଛି। ଏହି ସମୟରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଟାଟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ। ସେ ଭାରତର ଉଦ୍ୟୋଗୀ ମନୋଭାବର ଏକ ଉଜ୍ଜ୍ୱଳ ଆଲୋକ ଥିଲେ। ସେ ସମଗ୍ର ବିଶ୍ୱରେ ବ୍ୟବସାୟିକ ଦୃଶ୍ୟପଟରେ ଏକ ଅବିସ୍ମରଣୀୟ ଉତ୍ତରାଧିକାରୀ ଛାଡିଛନ୍ତି, ଯାହା ଭବିଷ୍ୟତ ପିଢିକୁ ପ୍ରେରଣା ଦେବ। ମୋର ପ୍ରାର୍ଥନା ଏପରି ସମୟରେ ମୋର ସମବେଦନା ଶୋକସନ୍ତପ୍ତ ପରିବାର, ବନ୍ଧୁ ଏବଂ ଅନୁଗାମୀମାନଙ୍କ ସହିତ ଅଛି। ଓଁ ଶାନ୍ତି। https://twitter.com/Naveen_Odisha/status/1844095531758518318

Read More

ଭୁବନେଶ୍ବର: ପ୍ରଖ୍ୟାତ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ରତନ ଟାଟାଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଜଣେ ଦୂରଦୃଷ୍ଟି ସଂପର୍ଣ୍ଣ ଶିଳ୍ପପତି ଥିଲେ। ତାଙ୍କର ଶିଳ୍ପ ଜଗତ ପ୍ରତି ଥିବା ଅବଦାନ ଅତୂଳନୀୟ। ଭାରତକୁ ସମୃଦ୍ଧ କରିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା। ତାଙ୍କର ପରଲୋକରେ ମୁଁ ତାଙ୍କ ପରିବାର ସଦସ୍ୟଙ୍କୁ ସମବୋଦନା ଜଣାଉଛି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ରତନ ଟାଟାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ମୋଦୀ କହିଛନ୍ତି ଯେ ଶ୍ରୀ ଟାଟା ଜଣେ ଦୂରଦୃଷ୍ଟି ସମ୍ପନ୍ନ ଶିଳ୍ପପତି ​​ଏବଂ ଜଣେ ଅସାଧାରଣ ମଣିଷ ଯିଏ ନିଜକୁ ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ସହିତ ଅନେକ ଲୋକଙ୍କୁ ଭଲ ପାଉଥିଲେ। ଏକ ଥ୍ରେଡ୍ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି: “ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟ ନେତା, ଦୟାଳୁ ଆତ୍ମା ​​ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ସେ ଭାରତର ଅନ୍ୟତମ ପୁରାତନ ତଥା ପ୍ରତିଷ୍ଠିତ ବ୍ୟବସାୟ ସାମ୍ରାଜ୍ୟକୁ ସ୍ଥିର ନେତୃତ୍ୱ ପ୍ରଦାନ କରିଥିଲେ। ଏଥି ସହିତ, ତାଙ୍କର ଅବଦାନ ବୋର୍ଡରୁମଠାରୁ ବହୁ ଦୂରରେ ଥିଲା। ତାଙ୍କର ନମ୍ରତା, ଦୟା ଏବଂ ଆମ ସମାଜକୁ ଉନ୍ନତ କରିବା ପାଇଁ ଅଦମ୍ୟ ପ୍ରତିବଦ୍ଧତା ହେତୁ ସେ ଅନେକ ଲୋକଙ୍କୁ ଭଲ…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ସମେତ ସମସ୍ତ ସରକାରୀ ଯୋଜନା ଅଧୀନରେ ଚାଉଳର ଯୋଗାଣ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏହି ନିଷ୍ପତି କ୍ରମେ ଜୁଲାଇ ୨୦୨୪ ରୁ ଡିସେମ୍ବର ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅର୍ଥାତ ଆଉ ଚାରି ବର୍ଷ ପାଇଁ ଲୋକେ ମାଗଣା ଚାଉଳ ପାଇପାରିବେ। ଏହି ଚାଉଳ ଯୋଗାଣ ପଦକ୍ଷେପ ଏକ କେନ୍ଦ୍ରୀୟ ଯୋଜନା ହୋଇ ରହିବ, ଯାହା PMGKAY ର ଖାଦ୍ୟ ସବସିଡି କାର‌୍ୟ୍ୟକ୍ରମ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଯୋଜନା। ଟାର୍ଗେଟେଡ୍ ପବ୍ଲିକ୍ ବିତରଣ ସିଷ୍ଟମ୍ (ଟିପିଡିଏସ୍) ଏବଂ ସମନ୍ବିତ ଶିଶୁ ବିକାଶ ସେବା (ICDS) ଏବଂ PM POSHAN (ପୂର୍ବରୁ ମଧ୍ୟ-ଦିନ ଭୋଜନ) ପରି ସମୃଦ୍ଧ ଚାଉଳ ଯୋଗାଣକୁ ସୁନିଶ୍ଚିତ କରି ପୁଷ୍ଟିହୀନତା ଏବଂ ରକ୍ତହୀନତାର ମୁକାବିଲା ପାଇଁ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ବାରିପଦାରେ ପହଞ୍ଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ କାର୍ଯ୍ୟକ୍ରମ ପାଇଁ ବାରିପଦାରେ ଆୟୋଜିତ…

Read More

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀଙ୍କ ଆଜି ପରଲୋକ ହୋଇଯାଇଛି। ସେ କେସିଙ୍ଗା ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଧନେଶ୍ଵର ମାଝୀ ୧୯୭୮ ରୁ ୧୯୮୪ ମସିହା ପର୍ଯ୍ୟନ୍ତ ଓଡିଶାରୁ ରାଜ୍ୟସଭାକୁ ସାଂସଦ ଭାବେ ପ୍ରତିନିଧିତ୍ଵ କରିଥିଲେ। ଏହା ସହ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କେସିଙ୍ଗା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ। ଚାରି ଦଶନ୍ଧି ଧରି ଉଭୟ ରାଜ୍ୟ ତଥା ଜାତୀୟ ରାଜନୀତିରେ ତାଙ୍କର ଉଲ୍ଲେଖନୀୟ ଆଭିମୁଖ୍ୟ ରହିଥିଲା। ଜୀବନବ୍ୟାପୀ ସେ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଦକ୍ଷ ରାଜନେତା ଭାବେ ତାଙ୍କ ଅବଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ଏହି…

Read More

ଭୁବନେଶ୍ବର: ଆଜି ହେଉଛି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତି। ଏହି ଉପଲକ୍ଷେ ଆଜି ବିଧାନସଭା ପରିସରରେ ପାଳିତ ହୋଇଛି ଏହି ଜୟନ୍ତି। ସେଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ, ବିଧାନସଭା ସଚିବ ସହିତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅଧିକାରୀ ଯୋଗ ଦେଇଥିଲେ।

Read More

ଭୁବନେଶ୍ବର: ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ ତାହାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି। ଏହା ଦୁଇ ମାସ ଧରି ଚାଲିବ। ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ପଞ୍ଜିକୃତ ହୋଇଥିଲେ। ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତିଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରାଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ କାର୍ଯ୍ୟକ୍ରମ ସେ କହିଥିଲେ ଯେ ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ , ପ୍ରତି ଘରକୁ ଯାଆନ୍ତୁ। ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ବିଷୟରେ, ଲୋକଙ୍କୁ ବୁଝାନ୍ତୁ। ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହି…

Read More

ଭୁବନେଶ୍ବର: ବର୍ତ୍ତମାନ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ଅଳ୍ପ ସମୟ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦାରେ ଆୟୋଜିତ ଏକ କାର୍ଯ୍ୟକ୍ରମରୁ ଏହି ଟଙ୍କା ପଠାଇଛନ୍ତି। ଫଳରେ ଯେଉଁମାନେ ଏହି ଟଙ୍କା ପାଇବା ପାଇଁ ହକଦାର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ କହିଛନ୍ତି ଯେ, ଆଜି ପ୍ରଥମ ପର୍ଯ୍ୟାୟର ଦ୍ବିତୀୟ କିସ୍ତି ଟଙ୍କା ପଠାଗଲା। ଏଥିରେ 25 ଲକ୍ଷ 11 ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି। ତେବେ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ନିକଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି।

Read More

ଭୁବନେଶ୍ୱର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଭୁବନେଶ୍ୱର ୟୁନିଟ -୮ସ୍ଥିତ ଗୋପବନ୍ଧୁ ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ, ବୈଷୟିକ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ ଦାସ,ଉପ ନିର୍ଦ୍ଦେଶକା (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ଲୋକ ସମ୍ପର୍କ ଅଧିକାରୀ ପ୍ରମୋଦିନୀ ଟେଟେ, ସୁଶ୍ରୀ ସଂଗୀତା ମହାରଣା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅନ୍ୟାନ୍ୟ ଅଧିକାରୀ, ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା,ବୁଦ୍ଧିଜୀବୀ, ସମାଜସେବୀ, ରାଜନୈତିକ ନେତୃବୃନ୍ଦ,ବିଭିନ୍ନ ଛାତ୍ର ସଂଗଠନର ପ୍ରତିନିଧି ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Read More