Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମଙ୍କ ପରଲୋକ
ଆଜିର ଖବର

ବାଣପୁରର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମଙ୍କ ପରଲୋକ

October 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଣପୁରର ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମଙ୍କ ପରଲୋକ

ବାଣପୁର ( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଶିଷ୍ଟ ସମାଜସେବୀ, ବରିଷ୍ଠ ସାମ୍ବାଦିକ, ରାଜନେତା ତଥା ସୂଚନା ଅଧିକାର କର୍ମୀ ରାଧାକୃଷ୍ଣ ରାମଙ୍କ ୮୭ ବର୍ଷ ବୟସରେ ଆଜି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ।

ଶ୍ରୀ ରାଧାକୃଷ୍ଣ ନିଜର ବୃତ୍ତି ହିସାବରେ ପ୍ରଥମେ ଶିକ୍ଷକତାକୁ ଗ୍ରହଣ କରି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ କିଛି ବର୍ଷ ପାଇଁ କାର୍ଯ୍ୟ କରିଥିଲେ। ସେ ‘ହିନ୍ଦୀ ସାହିତ୍ୟ ରତ୍ନ’ ଉପାଧିରେ ମଧ୍ୟ ବିଭୂଷିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକତା ଛାଡି ସମାଜସେବା ଉଦ୍ଦେଶ୍ୟରେ ରାଜନୀତିରେ ଯୋଗ ଦେଇ ବାଣପୁର ଏନଏସି ର ପ୍ରଥମ ନଗରପାଳ ଭାବେ ନିର୍ବାଚିତ ହୋଇଥିଲେ।

ସେ ତାଙ୍କର ରାଜନୈତିକ ଜୀବନରେ ବାଣପୁରର ଉନ୍ନତି ପାଇଁ ଏକାଧିକ କାର୍ଯ୍ୟ ହାତକୁ ନେଇଥିଲେ ଯାହାମଧ୍ୟରୁ ବାଣପୁର ବିଚାର ବିଭାଗୀୟ ଅଦାଲତ, ବାଣପୁର ଉପ ନିବନ୍ଧକ କାର୍ଯ୍ୟାଳୟ ଏବଂ ବାଣପୁର ଉପ ଟ୍ରେଜେରି କାର୍ଯ୍ୟାଳୟ ଇତ୍ୟାଦି ଖୋଲିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ପରବର୍ତ୍ତୀ ସମୟରେ ସେ ମଧ୍ୟ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ବୋର୍ଡର ଜଣେ ସକ୍ରିୟ ସଭ୍ୟ ଭାବେ ମନୋନୀତ ହୋଇଥିଲେ ଏବଂ ତାଙ୍କରି ପ୍ରଚେଷ୍ଟାରେ ବାଲୁଗାଁ ରେଳ ଷ୍ଟେସନ ଠାରେ ଏକାଧିକ ଯାତ୍ରୀବାହି ଟ୍ରେନ ରହଣି ସଫଳ ହୋଇପାରିଛି।

ଅନୁରୂପ ଭାବେ ସେ ଦେଶର ପ୍ରତିଷ୍ଠିତ ଦୈନିକ ଇଂରାଜୀ ଖବରକାଗଜ ‘ ଦ ଇଣ୍ଡିଆନ ଏକ୍ସପ୍ରେସ’ର ଦୀର୍ଘବର୍ଷ ଧରି ବାଣପୁର ଅଞ୍ଚଳର ପ୍ରତିନିଧି ମଧ୍ୟ ଥିଲେ। ସ୍ବର୍ଗତ ଶ୍ରୀ ରାମ ବାଣପୁର ଅଞ୍ଚଳର ଏକାଧିକ ଜନହିତକର ତଥା ସାମାଜିକ କମିଟିର ମୁଖ୍ୟ ଭାବେ ଦାଇତ୍ୱ ନିର୍ବାହ କରିଥିଲେ।

ତାଙ୍କର ମୃତ୍ୟୁରେ ବାଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ପାର୍ଥିବ ଶରୀରକୁ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ସମେତ ବହୁ ରାଜନେତା, ଆଇନଜୀବୀ, ସମାଜସେବୀ ଓ ବ୍ୟବସାୟୀମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ତାଙ୍କର ଶେଷକୃତ ପୁରୀ ସ୍ୱର୍ଗଦ୍ୱାରରେ ଆଜି ସମ୍ପନ୍ନ ହୋଇଛି। ତାଙ୍କର ପରିବାରବର୍ଗଙ୍କ ଉପସ୍ଥିତିରେ କନିଷ୍ଠ ପୁତ୍ର ଆଇନଜୀବୀ ଶିବ କୁମାର ଅଗ୍ରୱାଲ ମୁଖାଗ୍ନି ଦେଇଥିଲେ।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧ ଆନ୍ଦୋଳନକୁ ସମନ୍ୱୟ ସମିତିର ସମର୍ଥନ

July 25, 2026
Latest News

ଆଉ କେତେ ଦିନ ଟିମ୍ ଇଣ୍ଡିଆର ପ୍ରଶିକ୍ଷକ ରହିବେ ଗୌତମ ଗମ୍ଭୀର?: ଜାଣନ୍ତୁ BCCI ର ଚୁକ୍ତି

July 25, 2026

ଶ୍ରୀଲଙ୍କା ସିରିଜ ପରେ ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ: ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ!

July 25, 2026

ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲେ ୱେଷ୍ଟଇଣ୍ଡିଜ୍ ଖେଳାଳି: ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

July 25, 2026

ନିଟ୍ ପ୍ରଶ୍ନପତ୍ର ପ୍ରଘଟ ବିରୋଧ ଆନ୍ଦୋଳନକୁ ସମନ୍ୱୟ ସମିତିର ସମର୍ଥନ

July 25, 2026

ପିଆଇବି ଏବଂ ସିବିସି ଭୁବନେଶ୍ୱର ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ

July 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.