ଭୁବନେଶ୍ବର : ଆଜି ରାଜ୍ୟରେ 28ଟି ଜିଲ୍ଲାରୁ 1594 ପଜିଟିଭ୍ ଚିହ୍ନଟ ହୋଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 732 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 320, କଟକରୁ 136, ଭଦ୍ରକରୁ 60, ସୁନ୍ଦରଗଡରୁ 56, ବୌଦ୍ଧରୁ 41, କୋରାପୁଟରୁ 33, ମୟୂରଭଞ୍ଜରୁ 32, ପୁରୀରୁ 30, ବାଲେଶ୍ବରରୁ 22, କେଉଁଝରରୁ 20, କନ୍ଧମାଳରୁ 17, ସମ୍ବଲପୁରରୁ 13, ନୟାଗଡ ଓ ଅନୁଗୁଳ 10ରୁ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ମାଲ୍କାନଗିରିରୁ 9, ବରଗଡ ଓ ଝାରସୁଗୁଡାରୁ 8 ଜଣ ଲେଖାଏଁ ରହିଥିବାବେଳେ ବଲାଙ୍ଗିରରୁ 6 ଜଣ ଲେଖାଏଁ ରହିଛନ୍ତି । ସେହିପରି ଯାଜପୁରରୁ 5, ସୋନପୁରରୁ 4, ଜଗତସିଂହପୁର, ଗଜପତି, ନବରଙ୍ଗପୁରରୁ 3 ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳରୁ 2 ଜଣ ରହିଥିବାବେଳେ କଳାହାଣ୍ଡି ଓ ନୂଆପଡାରୁ ଜଣେ ଲେଖାଏଁ ରହିଛନ୍ତି ।
Author: Samikhsya Bureau
ଭୁବନେଶ୍ବର : ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ 1594 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 1067ଜଣ ଚିହ୍ନଟ ହୋଇଥିବାବେଳେ 527ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 22ହଜାର 693କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 8ହଜାର 158ଜଣ । ସେହିପରି ସୁସ୍ଥ ହୋଇଛନ୍ତି 14 ହଜାର392ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 114ଜଣ । ସେହିପରି 31 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଦ ପଡ଼ିନାହାନ୍ତି କରୋନା ଯୋଦ୍ଧା ମାନେ । ଗତକାଲି ରାତିରେ ବାଣପୁର ଥାନା ଏବଂ ନାଚୁଣୀ ଫାଣ୍ଡି ର ୧0 ଜଣ କରୋନା ଯୋଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଛି ଯାହା ଅଞ୍ଚଳବାସୀଙ୍କ ଆଶ୍ଚର୍ଯ୍ୟ କରିଦେଇଛି । ଏହି ୧୦ କରୋନା ଯୋଦ୍ଧାରେ ଜଣେ ଏସ୍ଆଇ ଦୁଇଜଣ ଏଏସ୍ଆଇ, ତିନି କନେଷ୍ଟବଳ, ଦୁଇ ହୋମଗାର୍ଡ, ଦୁଇ ଜଣ ଓଏପିଏଫ୍ କର୍ମଚାରୀ ରହିଥିବାର ସୂଚନା ରହିଛି । ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଗତ ଚାରି ମାସ ହେଲା ନିରବଚ୍ଛିନ୍ନ ଭାବେ ନିଜ ଜୀବନକୁ ପାଣି ଛଡେଇ ସେବା କରୁଥିବା ଏହି ଯୋଦ୍ଧାମାନେ ଆକ୍ରାନ୍ତ ହେବା ବିଡମ୍ବନାର ବିଷୟ । ଏହାକୁ ଗୁରୁତର ଭାବେ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ ଆସନ୍ତା ୪୮ ଘଣ୍ଟା ଯାଏଁ…
ନୂଆଦିଲ୍ଲୀ : ଦେଶରେ କରୋନାର କାୟା ବଢି ଚାଲିଛି । ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 49 ହଜାର 310 ଜଣ ଆକ୍ରାନ୍ତ ହୋଇଥିବାବେଳ 740 ଜଣ ମୃତ୍ୟୁବରଣ କରିଥିବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପାଣିପାଗ ବିଭାଗ ସୂଚନା ଦେଇଛି । ଦେଶରେ କରୋନା ମୃତ୍ୟୁସଂଖ୍ୟା 30 ହଜାର 601କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 87 ହଜାର 945ରେ ପହଞ୍ଚିଛି । ଦେଶରେ ଏବେସୁଦ୍ଧା 4 ଲକ୍ଷ 40 ହଜାର 135 ଜଣ ସକ୍ରିୟ ମାମଲା ଥିବାବେଳେ ସୁସ୍ଥ ହୋଇଛନ୍ତି 8 ଲକ୍ଷ 17 ହଜାର 208ଜଣ। ମହାରାଷ୍ଟ୍ରରେ ସର୍ବାଧିକ 3 ଲକ୍ଷ 47 ହଜାର 402 ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁବରଣ କରିଛନ୍ତି 12 ହଜାର 854 ଜଣ । ସେହିପରି ଦିଲ୍ଲୀରେ 3 ହଜାର 745, ତାମିଲନାଡୁରେ 3 ହଜାର 232, ଗୁଜୁରାଟରେ 2 ହଜାର 252 ଜଣ ମୃତ୍ୟୁବରଣ କରିଛନ୍ତି। (ଏଜେନ୍ସି)
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଛି। ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଓ ମୃତକ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 66କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କସଂଖ୍ୟା 6902ରେ ପହଞ୍ଚିଛି। କରୋନା ଯୋଦ୍ଧା ମାନେ ମଧ୍ୟ ଏହି ଯୁଦ୍ଧରେ ହାରି ଯାଇଛନ୍ତି। କରୋନା ମହାମାରୀ ବିରୋଧରେ ଲଢେଇ ଚାଲିଥିବାବେଳ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ବିଏମ୍ସିର ଆସିଷ୍ଟାଣ୍ଟ ଇଞ୍ଜିନିୟର କୈଳାସ ଚନ୍ଦ୍ର ନାୟକଙ୍କ ମୃତ୍ୟୁ ଘଟିଛି। ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ବ୍ରହ୍ମପୁର କମିଶନର।
ବ୍ରହ୍ମଗିରି : କରୋନା ଆକ୍ରାନ୍ତ ଚିହ୍ନଟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ସଦର ଥାନା ନିଶିଭଅଁର ଗାଁରେ 5/6ଟି ବୋମାମାଡ ହୋଇଥିବାର ସୂଚନା ରହିଛି । ବୋମାମାଡରେ ଆହତ ବ୍ୟକ୍ତି ରେବଣା ନୂଆଗାଁ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । କ୍ବାରେଣ୍ଟିନ୍ରୁ ଡିସଚାର୍ଜ ହୋଇ ଯୁବକ ଗାଁକୁ ପଳାଇ ଆସିଥିବା ଅଭିଯୋଗ ହୋଇଛି। କାଲି ରିପୋର୍ଟ ପଜିଟିଭ୍ ଜଣାପଡିବା ପରେ ଗାଁରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଆକ୍ରାନ୍ତ ବହୁ ଲୋକଙ୍କ ସହ ମିଶିଥିବାରୁ ଗ୍ରାମବାସୀମାନେ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି।
କେଦାର ମିଶ୍ର କରୋନା ସମୟରେ ମୃତ୍ୟୁକୁ ନେଇ ବହୁ ହୃଦୟଥରା କାହାଣୀ ଓ ଚିତ୍ର ଆମ ଆଗକୁ ଆସୁଛି। ଏ ସମ୍ପର୍କରେ ଆଗରୁ ମଧ୍ୟ ଆମେ ଲେଖିଛୁ। ତେବେ ଏ ପ୍ରକାର ଖବର ଦିନୁଦିନ ବଢିଚାଲିଛି। ଗତକାଲି କନ୍ଧମାଳ ଜିଲାର ବରିଷ୍ଠ ସମାଜସେବୀ କୈଳାଶ ଦଣ୍ଡପାଟ ଗୋଟେ ଘଟନା କଥା ଲେଖିଛନ୍ତି। ତାକୁ ପଢିବାପରେ ଲଜ୍ଜା ଓ କ୍ଷୋଭରେ ଆମ ମୁଣ୍ଡ ତଳକୁ ହେବାପାଇଁ ବାଧ୍ୟ। ଜି-ଉଦୟଗିରିର ଜଣେ ଜଣାଶୁଣା ଡାକ୍ତର ସପନ ପ୍ରଧାନ ଦାୟିତ୍ଵ ନିର୍ବାହ କରିବା ସମୟରେ ମୃତ୍ୟୁବରଣ କଲେ। ଡାକ୍ତର ପ୍ରଧାନଙ୍କର କରୋନା କାରଣରୁ ମୃତ୍ୟୁ ହୋଇଥିବାର କୌଣସି ସୂଚନା ନାହିଁ। ତେବେ କରୋନାଯୋଦ୍ଧା ଭାବରେ ସେ ଦାୟିତ୍ଵ ନିର୍ବାହ କରିବା ସମୟରେ ମୃତ୍ୟୁ ବରଣ କଲେ। ତାଙ୍କ ଶବକୁ ସତ୍କାର କରିବା ଲାଗି ଯେତେବେଳେ ଡାକ୍ତର ପ୍ରଧାନଙ୍କର ଗାଁ କୁ ନିଆଗଲା ଗାଁରେ ଶବକୁ ପୂରେଇ ଦିଆଗଲା ନାହିଁ। ପ୍ରଶାସନର ଲୋକେ ବହୁ ଚେଷ୍ଟା କରି…
ସୀତାରାମ ଅଗ୍ରଓ୍ବାଲ ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ମହାମାରୀ ତାଣ୍ଡବ ମଚାଉଛି । ଦିନକୁ ଦିନ କରୋନା ଯୋଦ୍ଧା ଙ୍କ ସହ ଲୋକାଲ କେସ ବଢ଼ିବାରେ ଲାଗିଛି ।ଗତକାଲି ବାଣପୁର ମେଡିକାଲରୁ ପୁଣି ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ଦିନ ପାଇଁ ସଟ ଡ଼ାଉନ ଘୋଷଣା କରାଯାଇଅଛି ବୋଲି ଖୋର୍ଦ୍ଧା ସି.ଡ଼ି.ଏମ.ଓ ଡ଼ାଃ ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି । ଗତକାଲି ରାତିରୁ ଆସନ୍ତାକାଲି ରାତି ଅର୍ଥାତ ୨୩ ଜୁଲାଇ ସନ୍ଧ୍ୟା ରୁ ୨୫ ଜୁଲାଇ ରାତି ପର୍ଯ୍ୟନ୍ତ ବାଣପୁର ସରକାରୀ ହସ୍ପିଟାଲ ର ଅନ୍ତର୍ବିଭାଗ ଏବଂ ବହିର୍ବିଭାଗ ବନ୍ଦ ରହିବ କେବଳ କାଜୁଆଲିଟି ୱାର୍ଡ ଖୋଲା ରହିବ । ଉକ୍ତ ଦୁଇ ଦିନରେ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ, ସ୍ୱାବ ସଂଗ୍ରହ ଏବଂ ବିଶୋଧନ କାର୍ଯ୍ୟ କରାଯିବ l ଜନସାଧାରଣ…
ଭୁବନେଶ୍ବର, ମଞ୍ଚେଶ୍ବରରେ ଥିବା ଏକ ପ୍ରସିଦ୍ଧ ଅଟା କଳର ସମସ୍ତ 61 ଜଣ କର୍ମଚାରୀ ଏବଂ ମାଲିକଙ୍କୁ କରୋନା19 ପଜେଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ବିଏମସି ତରଫରୁ ଅଟା କଳକୁ ସିଲ କରି ଦିଆଯାଇଛି।
ପିଣ୍ଟୁ ବିଷୋୟୀ କୋଦଳା: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କୋଦଳା ଏନ୍ଏସିରେ ମଧ୍ୟ ବୃଦ୍ଧି ପାଇଛି ପଜେଟିଭ୍ ସଂଖ୍ୟା। ପୂର୍ବରୁ ୱାର୍ଡ ୭ ଓ ୧୦ ରେଡ଼ ଜୋନ୍ ଭାବେ ଘୋଷଣା ହୋଇଥିବା ବେଳେ ଆଜି ୱାର୍ଡ଼ ନମ୍ବର ୨ କୁ ରେଡ଼୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଥିସହ ଗୌଡ଼ ସାହିର ଉଭୟ ପଟେ ବ୍ୟାରିକେଡ୍ କରାଯାଇଛି। ଏହାକୁ ପ୍ରତିହତ କରିବା ପାଈଁ ପ୍ରଶାସନ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର ପନ୍ଥା ଆପଣେଇଛି କୋଦଳା ପ୍ରଶାସନ। କରୋନା ପଜେଟିଭ ଚି଼ହ୍ନଟ ହେଲେ ସେମାନଙ୍କୁ ଅନ୍ୟତ୍ର ସ୍ତାନାନ୍ତର ନ କରିବା ଉଦ୍ଦେଶ୍ୟ ନେଇ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ କୋଦଳା କଲ୍ୟାଣ ମଣ୍ଡପ ପରିସର ରେ ଖୋଲିଛି “କୋଭିଡ୍ କେୟାର ହୋମ୍। ଏଠାରେ ଆଣ୍ଟିଜେନ ଟେଷ୍ଟ ସହିତ ସ୍ବାବ ଟେଷ୍ଟ ସମେତ ୨୦…
ପିଣ୍ଟୁ ବିଷୋୟୀ କୋଦଳା -ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଡାକ୍ତରୀ ଟିମ ସମସ୍ତ ୧୩ ଜଣ କର୍ମକର୍ତ୍ତା ସମେତ ୬୦ ଜଣ ବିଚାରାଧୀନ କଏଦୀଙ୍କ ଆଣ୍ଟିଜେନ ଟେଷ୍ଟ କରିଥିବା ଜଣାପଡ଼ିଛି । କୋଦଳା ସବ୍ ଜେଲରେ ୧୧୬ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ୮ ଜଣ ମହିଳା କଏଦୀ ଙ୍କୁ ମିଶାଇ ୨୫୪ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ବିଭିନ୍ନ ରୋଗ ଲକ୍ଷଣ ଥିବା ୬୦ ଜଣ କଏଦୀ ଙ୍କ ଡାକ୍ତରୀ ଟିମ୍ ଦ୍ଵାରା ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ବିଭେନ୍ଦୁ ଭୂୟାଁ କହିଥିବା ବେଳେ ସେମାନଙ୍କ ରିପୋର୍ଟ ସରକାରୀ ଭାବେ ମିଳିନଥିବା ପ୍ରକାଶ କରିଛନ୍ତି । ଜେଲର ଶ୍ରୀ ଭୂୟାଁ ଙ୍କ କହିବା ମୁତାବକ ସେମାନଙ୍କ ରିପୋର୍ଟ ପାଇବା ପରେ ଉଚ୍ଚ ପଦସ୍ଥ ଅଫିସରଙ୍କ ନିର୍ଦ୍ଦେଶ ଅନୁଯାଇ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ।ବେସରକାରୀ ସୂତ୍ରରୁ ସୂଚନା ମୁତାବକ ୬୦ଜଣ ଙ୍କ…
ଭୁବନେଶ୍ବର : ରାଜ୍ୟର ସବୁ ଶ୍ରେଣୀର ଶ୍ରମିକଙ୍କ ଦୈନିକ ମଜୁରୀ 5ଟଙ୍କା 40 ପଇସାକୁ ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିକ୍ରମରେ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ 303 ଟଙ୍କା 40 ପଇସା ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ 343ଟଙ୍କା 40 ପଇସାକୁ ବୃଦ୍ଧି ହୋଇଛି । ସେହିପରି କୁଶଳୀ ଶ୍ରମିକଙ୍କ ମଜୁରୀ 393ଟଙ୍କା 40 ପଇସାକୁ ବଢା ଯାଇଛି । ଅତି କୁଶଳୀ ଶ୍ରମିକଙ୍କ ମଜୁରୀ ବଢି 453ଟଙ୍କା 40 ପଇସା ହୋଇଛି ।
ଭୁବନେଶ୍ବର : ସରକାରୀ କାର୍ଯ୍ୟାଳୟ ଲାଗି କୋଭିଡ୍ ସତର୍କତା ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହେଲେ ତୁରନ୍ତ କଣ୍ଟ୍ରୋଲ୍ ରୁମ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି । ଚିହ୍ନଟ ହୋଇଥିବା ଅଫିସ୍କୁ ସାନିଟାଇଜ୍ କରାଯିବ । ସାନିଟାଇଜ୍ ସହ ଅଫିସ୍କୁ ଅତି କମ୍ରେ 24 ଘଣ୍ଟା ବନ୍ଦ ରଖାଯିବ । ଅଧିକ ପଜିଟିଭ୍ ଚିହ୍ନଟ ହୋଇଥିଲେ ଅଫିସ୍ର ପୂରା କୋଠାକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ସିଲ୍ ସମୟରେ କର୍ମଚାରୀ ଘରୁ ରହି କାମ କରିବେ । ନିୟମର ଅନୁପାଳନ ନହେଲେ ସମ୍ପୃକ୍ତ ଅଫିସ୍ର ମୁଖ୍ୟ ଦାୟୀ ରହିବେ ।
ଚେନ୍ନାଇ: ପାଗଳାମିର ବି ଏକ ସୀମା ଥାଏ। ହେଲେ ଏମିତି ବି ଲୋକ ଥାଆନ୍ତି ଯାହାର ପାଗଳାମି ବି ଆଶ୍ଚର୍ଯ୍ୟ କଲା ଭଳି। ତାମିଲନାଡୁ ଥିରୁପୁର ଜିଲ୍ଲାର ୩୭ ବର୍ଷୀୟ ଜଣେ ଡ୍ରାଇଭର ରାମକୁମାର ଏକ ଘରୋଇ କମ୍ପାନିରେ କାମ କରନ୍ତି। କାହିଁକି କେଜାଣି ସେ ଆତ୍ମହତ୍ୟା କରିଛନ୍ତି, ହେଲେ ଫେସବୁକରେ ଏହାର ଲାଇଭ୍ କରିଛନ୍ତି। ବୁଧବାର ଦିନ ସେ ତାଙ୍କ ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପତ୍ନୀ କହନ୍ତି, ରାମକୁମାର ଜଣେ ନିଶାଖୋର, ଆଗରୁ ବହୁବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ, କିନ୍ତୁ ବଞ୍ଚିଯାଇଥିଲେ। ପୋଲିସ କହିଛି, ରାମକୁମାର ନିଶାଗ୍ରସ୍ତ ହୋଇ ଘରକୁ ଫେରିଥିଲେ ଏବଂ ଫେସବୁକରେ ଲାଇଭ ଅପସନ ଖୋଲି ସିଲିଂ ଫ୍ୟାନରୁ ଝୁଲି ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏହି ନିଷ୍ପତ୍ତି ତାର ବାପାଙ୍କୁ ଜଣାଇ ଦେଇଥିଲା ଏବଂ ତା’ର ପୁଅର ଦେଖାଶୁଣା କରିବାକୁ ଅନୁରୋଧ କରିଥିଲା।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ମଣିପୁର ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶ ଏବେ କୋଭିଡ-୧୯ ବିରୋଧରେ ନିରନ୍ତର ଲଢେଇ ଜାରି ରଖିଥିବାବେଳେ ପୂର୍ବ ଏବଂ ଉତ୍ତରପୂର୍ବ ଭାରତ ଦ୍ୱୈତ ଆହ୍ୱାନର ସମ୍ମୁଖୀନ ହୋଇଛି । କରୋନା ସହିତ ଏବେ ଏ ଅଞ୍ଚଳରେ ବର୍ଷା ଓ ବନ୍ୟା ବିତ୍ପାତ ଦେଖାଦେଇଛି । ବନ୍ୟା ଓ ବର୍ଷା ଫଳରେ ଅନେକ ଲୋକ ବାସହୀନ ହେଉଥିବାବେଳେ ବିଭିନ୍ନ ସ୍ଥାନରେ ଜୀବନହାନୀ ମଧ୍ୟ ଘଟୁଛି । ଜଳଯୋଗାଣ ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୩ ହଜାର କୋଟି ଟଙ୍କା ବ୍ୟୟରେ କାଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଜଳସଂକଟ ଦୂର ହେବ । ଏହାଦ୍ୱାରା ମହିଳାମାନେ ବିଶେଷଭାବେ ଉପକୃତ ହେବେ ଏବଂ ସେମାନଙ୍କୁ ଜଳ ଚିନ୍ତାରୁ ବଡ ଆଶ୍ୱସ୍ତି…
ସୀତାରାମ ଅଗ୍ରଓ୍ବାଲ ଚିଲିକା: କରୋନା ମହାମାରୀକୁ ନେଇ ରାଜ୍ୟର ସ୍ଥିତି ସଂକଟ ଥିବାବେଳେ ଏହି ମହାମାରୀ ସମୟରେ ରାଜ୍ୟସରକାରଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି। ଗତ ଦୁଇଦିନ ତଳେ ଭୁବନେଶ୍ବରସ୍ଥିତ ଖଣ୍ଡଗିରି ଅଞ୍ଚଳରୁ ସରକାରୀ କରୋନା ରିପୋର୍ଟକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଶୁଣିବାକୁ ମିଳିଥିଲା। ସରକାରୀ ଟେଷ୍ଟ ରିପୋର୍ଟରେ ପଜିଟିଭ୍ ଆସିଥିବାବେଳେ ଘରୋଇ ମେଡ଼ିକାଲରେ ନେଗେଟିଭ୍ ଆସିଥିଲା। ତେବେ ସରକାରୀ ଟେଷ୍ଟିଂ ରିପୋର୍ଟରେ ଥିବା ଏହି ଗଡବଡ ପାଇଁ ସାଧାରଣ ମଣିଷ ନାହିଁ ନଥିବାର ହଇରାଣ ହେଉଛି। ଏପରି ଏକ ଘଟଣା ଚିଲିକା ନିର୍ବାଚନ ମଣ୍ଡଳୀରୁ ସାମ୍ନାକୁ ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ କରୋନା ମହାମାରୀକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ଜନସାଧାରଣ ପ୍ରଶ୍ନ କରିଛନ୍ତି। କରୋନା ମହାମାରୀକୁ ନେଇ କିଛି ସୁବିଧାବାଦୀ ତଥା ଅସାମାଜିକ ନେତାମାନେ ନିଜର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। କରୋନା ମହାମାରୀର ରାଜନୀତି ତଥା ବ୍ୟବସାୟୀ କରଣ କରି…
Finance Minister @nsitharaman holds 2nd review meeting on Capital Expenditure of seven Central Public Sector Enterprises (CPSEs)
ପିଣ୍ଟୁ ବିଷୋୟୀ ବେଗୁନିଆପଡ଼ା: ସ୍ୱାମୀଙ୍କ ମୃତ୍ୟୁର ୫ ଦିନ ପୂରଣ ଦିନ ପତ୍ନୀ ଆଖି ବୁଜିଲେ। ଏପରି ଦୁଃଖଦ ଘଟଣା ଘଟିଛି ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ଭାଲିଆଝର ଗ୍ରାମରେ। ଗତ ୧୮ ତାରିଖ ଦିନ ଉକ୍ତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ଜେନା(୭୩) ଙ୍କର ସ୍ୱାଭାବିକ ଭାବରେ ମୃତ୍ୟୁ ହେବା ପରେ ଆଜି ତାଙ୍କ ଧର୍ମ ପତ୍ନୀ କମା ଜେନା(୬୫) ନିଜ ବାସଭବନରେ ଆଖି ବୁଝିଛନ୍ତି। ଏପରି ଦୁଃଖଦ ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଉଭୟ ସ୍ଵାମୀ ଓ ସ୍ତ୍ରୀ ଅତି ମିଷ୍ଟଭାଷୀ ଥିବା ବେଳେ ପରୋପକାରୀ ଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଏକମାତ୍ର ପୁତ୍ର, ପୁତ୍ର ବଧୁ, ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସାମାଜିକ ଦୂରତ୍ୱ ରଖି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରଣାଳୟ ଆଜି ଭାରତୀୟ ସେନାରେ ମହିଳା ଅଧିକାରୀମାନଙ୍କୁ ବିଧିବଦ୍ଧ ଭାବେ ପରମାନେଣ୍ଟ କମିଶନ(ପିସି) ପ୍ରଦାନ ପୂର୍ବକ ସରକାରୀ ମଞ୍ଜୁରି ପତ୍ର ଜାରି କରିଛନ୍ତି । ଏହାଫଳରେ ମହିଳା ଅଧିକାରୀମାନେ ଅଧିକ ସଶକ୍ତ ହେବା ସହ ସଙ୍ଗଠନରେ ବୃହତ ଭୂମିକା ଗ୍ରହଣ କରିପାରିବେ। ଏହି ଆଦେଶରେ ସର୍ଟ ସର୍ଭିସ କମିଶନ(ଏସଏସସି)ରେ ଥିବା ଭାରତୀୟ ସେନାର ବାୟୁ ପ୍ରତିରକ୍ଷା(ଏଏଡି) ସିଗନାଲ, ଇଞ୍ଜିନିୟର୍ସ, ଆର୍ମୀ ଆଭିଏସନ, ଇଲେକ୍ଟ୍ରୋନିକ୍ସ ଏଣ୍ଡ ମେକାନିକାଲ ଇଞ୍ଜିନିୟର(ଇଏମଇ), ଆର୍ମୀ ସର୍ଭିସ କୋର(ଏଏସସି), ଆର୍ମୀ ଆର୍ଡିନାନ୍ସ କୋର(ଏଓସି) ଏବଂ ଇଣ୍ଟେଲିଜେନ୍ସ କୋର ଇତ୍ୟାଦିର ମହିଳା ଅଧିକାରୀମାନଙ୍କୁ ପରମାନେଣ୍ଟ କମିଶନ ଦିଆଯାଇଛି। ଏହାଛଡା ଆର୍ମୀ ଏଜୁକେସନ କୋର(ଏଇସି), ବିଚାରପତି ବା ମହାଅଧିବକ୍ତାରେ ଥିବା ମହିଳା ଅଧିକାରୀମାନେ ମଧ୍ୟ ପରମାନେଣ୍ଟ କମିଶନ ପାଇବେ । ସେନାମୁଖ୍ୟାଳୟ ଏଥିପାଇଁ ଏକ ପରମାନେଣ୍ଟ କମିଶନ ସିଲେକ୍ସନ ବୋର୍ଡ ଗଠନ କରିଛି । ଏଥିରେ ମହିଳା ଅଧିକାରୀମାନଙ୍କର ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ସମାପିତ ହେବ । ଭାରତୀୟ…
ହେମାଙ୍ଗ ପ୍ରସାଦ ରାଉଳ ଗଞ୍ଜାମ: ଅଙ୍କୁଶପୁର ଗ୍ରାମରେ ଗତ ଜୁଲାଇ ମାସର ୧୩ ତାରିଖ ଦିନ ଗାଁରେ ମାଙ୍କଡ଼ ଆତଙ୍କ ଦେଖା ଦେଇଥିଲା ତେବେ ସେହି ଘଟଣାରେ ଗାଁର ୬ ଜଣ ଲୋକଙ୍କୁ ମାଙ୍କଡ଼ କାମୁଡି ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ପାଞ୍ଚ ଜାଗାକୁ କାମୁଡି କ୍ଷତ ବିକ୍ଷତ କରିଥିଲା। ସେ ପରିବାରର ଅତି ଗରିବ ଶ୍ରେଣୀର ଘରର ମୁରବି ଏଭଳି ଆହାତ ହୋଇ ଘରେ ହାତକୁ ବାନ୍ଧି ବସିବା ତା ସହ ଲାକଡାଉନ ଯୋଗୁଁ ସେ ପରିବାରର ଚଳିବାରେ ଅନେକ ଅସୁବିଧା ଦେଖା ଦେଇଥିଲା। ଏହି ଖବର କାହ୍ନା ଚାରିଟେବଲ ଟ୍ରଷ୍ଟର ସଭାନେତ୍ରୀ ରଂଜନା ମିଶ୍ରଙ୍କ ନଜର ଆସିବା ପରେ ସେ ତାଙ୍କର ସଂଗଠନ ତରଫରୁ ସେ ପରିବାରର ବିଷୟ ବସ୍ତୁ ସ୍ଥାନୀୟ ଯୁବଙ୍କର ଦ୍ୱାରା ଖବର ପାଇ ସହଯୋଗ ପାଇଁ ଆଗକୁ ଆସିଥିଲେ। ଆଜି ଆଙ୍କୁଶପୁରର ଆହତ ହୋଇଥିବା ପରିବାର ନିକଟକୁ କିଛି ଆନୁସଙ୍ଗିକ ଶୁଖିଲା…
ନୂଆଦିଲ୍ଲୀ, କ୍ରମାଗତ ଭାବେ ଦେଶରେ ସୁସ୍ଥତା ହାରରେ ବୃଦ୍ଧି ଘଟିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୨୯,୫୫୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି, ଯାହାକି ଏ ପର୍ଯ୍ୟନ୍ତ ଦିନକରେ ସୁସ୍ଥ ହୋଇଥିବା ସଂଖ୍ୟାରେ ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ୭,୮୨,୬୦୬ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥତା ହାର ଶତକଡା ୬୩.୧୮ରେ ପହଞ୍ଚିଛି। ଏହାଫଳରେ ସକ୍ରିୟ ଓ ସୁସ୍ଥ ରୋଗୀଙ୍କ ସଂଖ୍ୟାରେ ପାର୍ଥକ୍ୟ ସଂଖ୍ୟାରେ ବୃଦ୍ଧି ପାଇଁ ବର୍ତ୍ତମାନ ଏହା ୩,୫୬,୪୩୯ ପହଞ୍ଚିଛି। କୋଭିଡ-୧୯ ପରିଚାଳନା ଦିଗରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶିତା ଯୋଗୁଁ ଏହା ସମ୍ଭବ ହୋଇଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମିଶି ବ୍ୟାପକ ପରୀକ୍ଷା କରିବା, ପ୍ରଭାବଶାଳୀ ଆବଦ୍ଧାଞ୍ଚଳର ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇଛି। ଏହାଛଡା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞମାନଙ୍କ ପରାମର୍ଶ, ଯୁଗ୍ମ ତଦାରଖ ଦଳ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଷାରଦ,…

