ଭୁବନେଶ୍ବର : ରାଜ୍ୟର 95 କରୋନା ଯୋଦ୍ଧା ପୋଲିସ୍ କର୍ମଚାରୀ ସୁସ୍ଥ ହୋଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି । କରୋନା ଯୋଦ୍ଧା ପୋଲିସ୍ କର୍ମଚାରୀଙ୍କ ସୁସ୍ଥ ହେବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ। ସେମାନେ ସଂକ୍ରମିତ ହୋଇଥିଲେ ବି କରୋନା ହରାଇଛନ୍ତି ବୋଲି କହିଛନ୍ତି ଡିଜିପି । ଏବେ କାର୍ଯ୍ୟକ୍ଷେତ୍ରକୁ ଆସି ଅନ୍ୟମାନଙ୍କୁ ସୁରକ୍ଷା ଦେବେ ବୋଲି କହିଛନ୍ତି ଡିଜିପି । କରୋନାକୁ ହରାଇ ଡ୍ୟୁଟିକୁ ଫେରିଥିବା ପୋଲିସ୍କୁ ପ୍ରଶଂସା ପତ୍ର ମିଳିବ ବୋଲି ସୂଚନା ରହିଛି। ଡିଜିପିଙ୍କ ପକ୍ଷରୁ ସମ୍ପୃକ୍ତ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶଂସା ପତ୍ର ମିଳିବ । ତୁରନ୍ତ ଏଭଳି କର୍ମଚାରୀଙ୍କ ନାଁ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Author: Samikhsya Bureau
ବାଲେଶ୍ବର : ଆପଣମାନେ କେବେ ହଳଦୀ ରଙ୍ଗର କଇଁଛ ଦେଖିଛନ୍ତି କି । ସାଧାରଣତଃ କଇଁଛମାନେ ମାଟିଆ ରଙ୍ଗର ହୋଇଥିବାବେଳେ ନିକଟରେ ସାମ୍ନାକୁ ଆସିଛି ହଦଳୀ ରଙ୍ଗର କଇଁଛ । ବାଲେଶ୍ବର ଜିଲ୍ଲା ସୋରର ସାଜନପୁର ଗ୍ରାମରେ ବିରଳ କଇଁଚ ଦେଖିବାକୁ ମିଳିଛି। ସାଜନପୁର ଗ୍ରାମର ଜନୈକା ଚାଷୀଙ୍କ ଜମିରୁ ଏହି ବିରଳ ହଳଦିଆ ରଙ୍ଗର କଇଁଛ ଉଦ୍ଧାର ହୋଇଛି । ପୂର୍ବରୁ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରୁ ବିରଳ ପ୍ରଜାତିର ହଳଦିଆ ରଙ୍ଗର ବେଙ୍ଗର ଭିଡିଓ ଚର୍ଚ୍ଚାକୁ ଆସିଥିବାବେଳେ ଏବେ ସୋସିଆଲ ମିଡିଆରେ ଏହି ବିରଳ କଇଁଛର ଭିଡିଓ ବେଶ୍ ଭାଇରାଲ୍ ହୋଇଛି ।
ରମେଶ ମହାନ୍ତି ଜଗତସିଂହପୁର: ମଣିଜଙ୍ଗା ଜଳସେଚନ ବିଭାଗ ଅଧିନସ୍ଥ କେତେକ କେନାଲ ସଫେଇ ନାଁରେ ହଡପ ଉଦ୍ୟମ ହେଉଥିବା ନେଇ ଅଭିଯୋଗ ହୋଇଥିଲା। ସୂଚନାଯୋଗ୍ୟ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା ଠାରେ ତାଳଦଣ୍ଡା ମୁଖ୍ୟ କେନାଲରୁ ବାହାରିଥିବା ୧୨ନଂ କେନାଲ ଏବଂ ଉକ୍ତ କେନାଲରୁ ବାହାରିଥିବା କେତେକ କେନାଲ ସଫେଇ କାର୍ଯ୍ୟକୁ ନେଇ ଅଭିଯୋଗ ହେବା ସହ ୧୨/ଏଫ୍ ଶାଖା କେନାଲ ଭିତର ସଫେଇ ନାଁରେ କେନାଲ ଭିତରେ ଜେସିବି ମେସିନ୍ ଚଲାଇ ନିଆଯାଇଥିବା ଏବଂ କେନାଲ ଭିତରେ ଘାସ ଜଙ୍ଗଲ ଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସମୀକ୍ଷା ନ୍ୟୁଜ୍ ରେ ଖବର ପ୍ରସାରଣ ହେବା ପରେ ଚଳଚଞ୍ଚଳ ହୋଇପଡ଼ିଛି ମଣିଜଙ୍ଗା ଜଳସେଚନ ବିଭାଗ। ଆଜି ସକାଳୁ ପୁନର୍ବାର ଉକ୍ତ ୧୨ନଂ/ଏଫ୍ ଶାଖା କେନାଲ ଭିତରେ ସଫେଇ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗୁଣ୍ଠିଲୋ ପୋଲ ପାଖରୁ ବାହାରିଥିବା ଏହି ୧୨/ଏଫ୍ କେନାଲକୁ ଟେଣ୍ଡର ନେଇଥିବା ଠିକାଦାର ଆଜି…
ଆନ୍ଧ୍ରପ୍ରଦେଶ : କରୋନା ସଂକ୍ରମଣର ଭୟ ଏପରି ମଣିଷକୁ ଘାରିଛି ଯେ, ଲୋକେ ରୋଗ ସହିତ ରୋଗୀଙ୍କୁ ଘୃଣା କରିବା ଆରମ୍ଭ କରିଛନ୍ତି । ଏପରିକି କରୋନା ମୃତକଙ୍କ କ୍ରିୟାକର୍ମ କରିବାକୁ ଅନୁମତି ମିଳିପାରୁନାହିଁ । କରୋନା ଭୟ ଆମର ସଭ୍ୟ ମାନସିକତାକୁ ମାରି ସାରିଛି । ଏହାର ଏକ ନଗ୍ନ ଉଦାହରଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର କୁରୁନୁଲ୍ ଜିଲ୍ଲର ଜଣେ ବ୍ୟକ୍ତି ତାଙ୍କ ନବଜାତ ଶିଶୁର ମୃତ୍ୟୁ ହେବା ପରେ ତାଙ୍କୁ ଶ୍ମଶାନରେ ପୋତିବା ପାଇଁ ନେଇଥିଲେ । କିନ୍ତୁ ସେଠାକାର ଗ୍ରାମବାସୀ ସଂକ୍ରମଣ ଡରରେ ନବଜାତକୁ ପୋତିବାକୁ ଦେଇନଥିଲେ । ଏହାପରେ ବ୍ୟକ୍ତି ଜଣକ ଗ୍ରାମର ଏକ ନାଳରେ ଶିଶୁର ଶବଟିକୁ ଫୋପାଡି ଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ଏହି ଘଟଣାର ନଧାଲ୍ ବ୍ଲର ଚୋବାଲୁ ଗ୍ରାମର ଘଟଣା। ଶନିବାର ଦିନ ଜୁଲାଇ 18 ତାରିଖରେ ଶମ୍ସ ବାଲୀ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ…
ଭୁବନେଶ୍ବର : ରାଜ୍ୟରୁ ଆଜି 6ଜଣଙ୍କ ଜୀବନ ନେଇଛି କରୋନା । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ମୃତକଙ୍କ ସଂଖ୍ୟା 59ରେ ପହଞ୍ଚିଥିବାବେଳେ ଗଜପତିରେ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା 97କୁ ବୃଦ୍ଧି ହୋଇଛି । ଆଜି ମୃତ୍ୟବରଣ କରିଥିବା ଗଞ୍ଜାମର ପାଞ୍ଚଜଣ ମୃତକଙ୍କ ମଧ୍ୟରେ ଜଣେ 42 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ରେ ପୀଡ଼ିତ ରହିଥିଲେ । ସେହିପରି ଅନ୍ୟ ଜଣେ 54 ବର୍ଷୀୟ ପୁରୁଷ ରହିଛନ୍ତି । ଅନ୍ୟ ତିନି ଆକ୍ରାନ୍ତଙ୍କ ମଧ୍ୟରେ 52 ବର୍ଷୀୟ ପୁରୁଷ ଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନ୍ସରେ ପୀଡ଼ିତ ଥିଲେ । ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 70 ଓ 40 ବର୍ଷ ବୋଲି ସୂଚନା ରହିଛି…
ଭୁବନେଶ୍ବର : ଆଜି ରାଜ୍ୟରେ ମୋଟ୍ 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 23ଟି ଜିଲ୍ଲାରୁ 673 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 239 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭଦ୍ରକ ଓ ଖୋର୍ଦ୍ଧାରୁ 58 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି କନ୍ଧମାଳରୁ 44, କେରାପୁଟରୁ 41, ଜଗତସିଂହପୁରରୁ 36, କଟକରୁ 32, ଯାଜପୁରରୁ 28 କେଉଁଝରର 24, ବରଗଡରୁ 22, ଗଜପତିରୁ 15, ଝାରସୁଗୁଡାରୁ 13, ବାଲେଶ୍ବରରୁ13, ସୁନ୍ଦରଗଡରୁ 11, ଢେଙ୍କାନାଳରୁ 10, ଅନୁଗୁଳ, ସୋନପୁର, ନୟାଗଡ, କେନ୍ଦ୍ରାପଡା, ପୁରୀ ଓ ମାଲ୍କାନଗିରିରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ସମ୍ବଲପୁରୁର 3 ଜଣ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ଜଣେ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 673 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 446ଜଣ ଚିହ୍ନଟ ହୋଇଥିବାବେଳେ 227ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 18 ହଜାର 110କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 5ହଜାର 533ଜଣ । ସେହିପରି ସୁସ୍ଥ ହୋଇଛନ୍ତି 12 ହଜାର452 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 91ଜଣ । ସେହିପରି 28 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ନବରଙ୍ଗପୁର : ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଏଠି ତୁଚ୍ଛ ପାଲଟି ଯାଉଛି । ସାମାନ୍ୟ ଜମିବାଡି ବିବାଦକୁ ନେଇ ସାବତ ମା’କୁ ହତ୍ୟା କରିଛି ପୁଅ । ଏହିପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଗାଦବଗୁଡା ସାହିରେ ଘଟିଛି । ସାବତ ମା’କୁ ତଣ୍ଟିଚିପି ହତ୍ୟା କରିଛି ନୃଶଂସ ପୁଅ । ଘରବାଡି ବିବାଦରୁ ନବରଙ୍ଗପୁର ଟାଉନ୍ ଗାଦବାଗୁଡା ସାହିରେ ଏପରି ଏକ ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି । ତେବେ ଅଭିଯୁକ୍ତ ପୁଅକୁ ନବରଙ୍ଗପୁର ଟାଉନ୍ ଥାନାରେ ଅଟକ ରଖାଯାଇ ଏହି ଘଟଣା ସମ୍ପର୍କରେ ପଚରାଉଚୁରା ଚାଲିଛି ।
ନୂଆଦିଲ୍ଲୀ : ଦିନକୁ ଦିନ କରୋନା ରେକର୍ଡ କରୁଛି । ଦିନକରେ ଭାରତରେ ସର୍ବାଧିକ 40 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାବେଳେ 681ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ 40 ହଜାର 425 ଜଣ ଆକ୍ରାନ୍ତ ହୋଇଥିବାବେଳେ 681ଜଣଙ୍କର ମୃତ୍ୟୁ ହୋଇଛି । ଦେଶଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 18 ହଜାର 43ରେ ପହଞ୍ଚିଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା 27 ହଜାର 497କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ଏବେ ସୁଦ୍ଧା ସକ୍ରିୟ ମାମଲା 3 ଲକ୍ଷ 90 ହଜାର 459 ଥିବାବେଳେ ସୁସ୍ଥ ହୋଇଛନ୍ତି 7 ଲକ୍ଷ 86 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 10 ହଜାର 455 ଆକ୍ରାନ୍ତ ରହିଥିବାବେଳେ 11 ହଜାର 854ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3…
ଯାଜପୁର : ଯାଜପୁରରେ କରୋନା ସ୍ଥିତି ଗମ୍ଭୀର ଥିବାବେଳେ ଡବଲ୍ ମର୍ଡର୍ ଏବେ ଚର୍ଚ୍ଚାକୁ ଆସିଛି । ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ଡବଲ ମର୍ଡରକୁ ନେଇ କଳିଙ୍ଗନଗର ନିମପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଜଣେ ପୁରୁଷ ଓ ମହିଳାଙ୍କୁ ନିର୍ମମ ହତ୍ୟା କରାଯାଇଛି । ଉଭୟଙ୍କୁ ହତ୍ୟା ପରେ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ତେବେ କେଉଁ ପରିସ୍ଥିତିରେ କିଏ ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ପୋଲିସ୍ ଏହି ଘଟଣାର ଛାନ୍ଭିନ୍ କରୁଛି ।
ଝାରସୁଗୁଡା : କ୍ବାରେଣ୍ଟାଇନ୍ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ ହୋଇଛି । ରଘୁନାଥପାଲି କ୍ବାରେଣ୍ଟାଇନ୍ ସେଣ୍ଟରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗତ 12 ତାରିଖରୁ ମହିଳା ଜଣକ କ୍ବାରେଣ୍ଟିନ୍ ସେଣ୍ଟରରେ ଥିବାବେଳେ କାଲି ବିଳମ୍ବିତ ରାତ୍ରିରେ ତାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ କ’ଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ । ତେବେ ସମ୍ପୃକ୍ତ ଘଟଣାର ତଦନ୍ତ ଚାଲିଛି ।
କେଦାର ମିଶ୍ର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମହା ନିର୍ଦ୍ଦେଶକ ଡାକ୍ତର ଟେଦ୍ରୋସ ବାରମ୍ବାର କରୋନା ମୁକାବିଲା କଥା କହିବା ବେଳେ ଦୁଇଟି ଶବ୍ଦର ପ୍ରୟୋଗ କରୁଛନ୍ତି- ପାଣ୍ଡେମିକ ଏବଂ ଇନ୍ଫୋଡେମିକ୍ସ। ଆମେ ସମସ୍ତେ ଜାଣୁ ଇଂରାଜୀ ଭାଷାରେ ଯେ କୌଣସି ସାମୟିକ ସ୍ଥିତିକୁ ନେଇ ତୁରନ୍ତ ଶବ୍ଦ ତିଆରି ହୋଇଯାଏ। ପାଣ୍ଡେମିକ୍ସ ବା ମହାମାରୀ ସମୟରେ ହଠାତ “ଇନ୍ଫୋଡେମିକ୍ସ” ଶବ୍ଦଟି ତିଆରି ହେବା ପଛର କାରଣଟି କେବଳ ଏକ ସାମ୍ବାଦିକ ଆବଶ୍ୟକତା ନୁହେଁ, ଏହା ଅନେକାଂଶରେ ଆମ ସମୟର ଏକ ଭୟଙ୍କର ଆବଶ୍ୟକତା। ଆଜିର ସମୟରେ ମହାମାରୀ ଯେତିକି ସାଂଘାତିକ ନୁହେଁ, ତାଠୁ ଅଧିକ ସାଂଘାତିକ ହେଉଛି ମହାମାରୀକୁ ନେଇ ତିଆରି ହେଉଥିବା ରାଜନୈତିକ ସୂଚନା। ନିଜ ନିଜର ରାଜନୀତିକୁ ବଞ୍ଚାଇ ରଖିବାଲାଗି ସବୁଠୁ କ୍ଷତିଗ୍ରସ୍ତ ଦେଶର ମୁଖିଆମାନେ କରୋନା କୁ କେନ୍ଦ୍ର କରି ବିଭିନ୍ନ କାହାଣୀ ପ୍ରଚାର କରି ଚାଲିଛନ୍ତି। ପୃଥିବୀର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ସବୁଠୁ ପ୍ରସିଦ୍ଧ ପତ୍ରିକା…
ବିହାର : ପୁଣି ଥରେ ନେପାଳ ପୋଲିସ୍ର ଦାଦାଗିରି ଦେଖିବାକୁ ମିଳିଛି । ରବିବାର ନେପାଳ ପୋଲିସ୍ ବିହାର ସୀମାରେ ଥିବା କିସନଗଞ୍ଜରେ ତିନି ଭାରତୀୟଙ୍କୁ ଉପରକୁ ଗୁଳି ଚଳାଇଛି । ଏଥିରେ ଜଣେ ଭାରତୀୟ ଗୁରୁତର ଆହତ ହୋଇଛନ୍ତି । ଆହତ ତିନି ଭାରତୀୟ ନାଗରିକ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ କାହିଁକି କେଉଁ ପରିସ୍ଥିତିରେ ଫାୟାରିଂ ହୋଇଛି ତାହାର ତଦନ୍ତ ଚାଲିଚି । ନିକଟରେ ଭାରତର କଳାପାଣି, ଲିପୁଲେଖ ଏବଂ ଉତ୍ତରାଖଣ୍ଡର ଲିମ୍ପିୟାଧୁରାକୁ ନେଇ ନେପାଳ ସହିତ ସୀମା ବିବାଦ ଜାରି ରହିଛି । ଗତ ମାସରେ ମଧ୍ୟ ନେପାଳ ସୀମାରେ ଥିବା ବିହାରର ସୀତାମରହିରେ ନେପାଳ ପୁଲିସ୍ ଗୁଳି ଚଳାଇଥିଲା । ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଥିଲେ ।
ଝାଡଖଣ୍ଡ : ଝାଡଖଣ୍ଡର କୋଏଲା ନଗରୀ ଧନବାଦର ଏକ ପରିବାରର କରୋନା ସଂକ୍ରମଣ ତଥା ଏହି ମହମାରୀ କରୋନାର ଗାଇଡଲାଇନ୍କୁ ଅଣଦେଖା କରିବା ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ଗୋଟିଏ ପରିବାରର ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ହସ୍ପିଟାଲରେ ମୃତ୍ୟୁ ସହିତ ଲଢେଇ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ କତରାସର ଚୌଧୁରୀ ପରିବାରର ସବୁଠୁ ବୃଦ୍ଧା ମହିଳା ଜୁନ୍ 27 ତାରିଖରେ ଏକ ବିବାହ ସମାରୋହରେ ସାମିଲ୍ ହେବା ପାଇଁ ଦିଲ୍ଲୀ ଯାଇଥିଲେ । ସେଠାରୁ ସେ ଫେରିବା ପରେ ଏହି 90 ବର୍ଷୀୟା ବୃଦ୍ଧାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ପରେ ସେ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତା ବୃଦ୍ଧାଙ୍କର ଜୁଲାଇ 4 ତାରିଖରେ ମୃତ୍ୟୁ ହୋଇଥିଲା । ଏହାପରେ ବୃଦ୍ଧାଙ୍କ ପୂରା ପରିବାର ସଦସ୍ୟଙ୍କର କରୋନା ଯାଞ୍ଚ…
ଭୁବନେଶ୍ବର : ବ୍ୟାଙ୍କ ଖୋଲିବାର ସମୟ ବଦଳିଲା । ଆସନ୍ତାକାଲିଠୁ 31 ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖୋର୍ଦ୍ଧା, କଟକ, ଯାଜପୁର ଓ ଗଞ୍ଜାମ ଓ ରାଉରକେଲା ମହାନଗରରେ 14 ଦିନିଆ ଲକଡାଉନ୍ ଜାରି କରିଛନ୍ତି । ଏହି ସମସ୍ତ ଅଞ୍ଚଳରେ ବ୍ୟାଙ୍କ ଖୋଲିବା ନେଇ ନୂତନ ନିର୍ଦ୍ଦେଶାଳବଳୀ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଏହି ସମସ୍ତ ଅଞ୍ଚଳରେ ସକାଳ 8ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ଗ୍ରାହକମାନେ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବ୍ୟାଙ୍କ କାର୍ଯ୍ୟ କରିପାରିବେ । ସେହିପରି ବ୍ୟାଙ୍କ ଗୁଡିକରେ 50 ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ପୂର୍ବରୁ 25 ପ୍ରତିଶ କର୍ମଚାରୀରେ କାର୍ଯ୍ୟ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଭିଡ…
ଭୁବନେଶ୍ବର : କମିଶନରେଟ୍ ପୋଲିସ୍ର ଦୁଇ କନେଷ୍ଟବଳଙ୍କୁ କରୋନା । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ । ଏହି ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣକ ଘର କେନ୍ଦ୍ରାପଡାରେ ହୋଇଥିବାବେଳେ ଆଉ ଜଣେ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ରହିଛି। ଉଭୟଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ କନେଷ୍ଟବଳ ଛୁଟିରୁ ଫେରି ଆଇସୋଲେସନ୍ରେ ଥିଲେ । କରୋନା ଟେଷ୍ଟ ହେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ବରରୁ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ 34 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 18 ଜଣ ଲୋକାଲ୍ କେସ୍ ରହିଛି । ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଏଯାବତ ରାଜଧାନୀରେ ମୋଟ କରୋନା ପଜିଟିଭ ସଂଖ୍ୟା 1182କୁ ବୃଦ୍ଧି ପାଇଛି। 523 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 11 ଜଣଙ୍କର ମୃତ୍ୟୁ ଘଟିଛି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ.ଏ.ସି ରେ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ବାଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ। ସମସ୍ତ ଆକ୍ରାନ୍ତ ଲୋକାଲ କେସ ବୋଲି ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ବାଣପୁର ଏନ.ଏ.ସି ୮ ନମ୍ବର ୱାର୍ଡର ଜଣେ ମହିଳା ଥିବା ସ୍ଥଳେ ୧୦ ନମ୍ବର ୱାର୍ଡର ଦୁଇ ଜଣ ପୁରୁଷ ରହିଛନ୍ତି ବୋଲି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ଆକ୍ରାନ୍ତଙ୍କ ବାସଭବନକୁ ଏନ.ଏ.ସି ଦ୍ୱାରା ସାନିଟାଇଜେସନ କରାଯାଇଛି। ଆସନ୍ତାକାଲି ସକାଳ ୭ ଘଟିକାରୁ ୨୩ ତାରିଖ ସକାଳ ୭ ଘଟିକା ଯାଏଁ ବଜାର ସାହି ପୋଷ୍ଟ ଅଫିସଠାରୁ ମା ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସୀତାଂଶୁ ରାଉତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି। ଉକ୍ତ ସମୟରେ କୌଣସି ବ୍ୟକ୍ତି ଘରୁ ବାହାରିବେ ନାହିଁ ଏବଂ ଏହି କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ପୁଣି ୪୦ ପଜିଟିଭ୍ ବାହାରିବା ସହିତ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପାରାଦ୍ବୀପରୁ ୧୯ ଜଣ ଥିବାବେଳେ ତିର୍ତ୍ତୋଲ ବ୍ଲକରୁ ୧୬ ଜଣ କୁଜଙ୍ଗରୁ ୩ ଜଣ, ଜଗତସିଂହପୁରରୁ ୨ ଜଣ ରହିଛନ୍ତି। ପାରାଦ୍ବୀପରୁ ଚିହ୍ନଟ ହୋଇଥିବା ସମସ୍ତ ୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ସେମାନେ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗରୁ ଫେରିଥିବାବେଳେ ଅନ୍ୟ ୧୫ ଜଣ ମହାରାଷ୍ଟରୁ ଫେରିଥିଲେ। ସେହିପରି ଅନ୍ୟ ତିନି ଆକ୍ରାନ୍ତ ପୂର୍ବ ସଂକ୍ରମିତଙ୍କଠାର ସଂକ୍ରମିତ ହୋଇଥିବାବେଳେ ଆଇସୋଲେସନ୍ରେ ରହିଥିଲେ। ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ହୋଇଥିବା ୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ଟିଏମ୍ସି କ୍ଲଷ୍ଟରରୁ ଚିହ୍ନଟ ହୋଇଥିବାବେଳେ ଏମାନେ ସମେସ୍ତ ବାହାର ରାଜ୍ୟ ଫେରନ୍ତା। ଏହି ୧୫ ଜଣଙ୍କ ମଧ୍ୟରୁ ଜଣେ ମହାରାଷ୍ଟ୍ରରୁ, ଆନ୍ଧ୍ରପ୍ରଦେଶରୁ ୨…
ଷଢେଇରେ ଜଗନ୍ନାଥ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ଚିତ୍ରିତ କଲେ ଯୁବ ଚିତ୍ରଶିଳ୍ପୀ ଆଶା ମହାପାତ୍ର
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ଯ ଲାଭ କରିଥିବା ବେଳେ ଖୁର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ବାଲେଶ୍ବରରୁ ୧୫, ଝାରସୁଗୁଡାରୁ ୧୩, ବରଗଡରୁ ୧୩, ମୟୂରଭଞ୍ଜ ଓ ରାୟଗଡାରୁ ୯, ବଲାଙ୍ଗୀରରୁ ୮, ଭଦ୍ରଖରୁ ୭, ଗଜପତି ଓ ପୁରୀରୁ ୬, କୋରାପୁଟରୁ ୫, ଆଳି ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ଆରୋଗ୍ଯଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୪୫୨ ରେ ପହଞ୍ଚିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଛାଡ଼ି ଦୌଡ଼ି ପଳାଇଛନ୍ତି। ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍ ସାଇକେଲ୍କୁ ପୁଲିସ ଜବତ କରି ଛାନ୍ଭିନ୍ ଚଳାଇଛି। ଗୋଳନ୍ଥରା ବିଜେପି କାର୍ଯ୍ୟାଳୟ ନିକଟସ୍ଥ ନିଜ ବାସଭବନରେ ରହୁଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଘର ନିକଟରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଛକି ରହିଥିଲେ। ରାତି ପ୍ରାୟ ତିନିଟା ବେଳେ ବିଭୂତିଙ୍କ ଜଣେ ସହଯୋଗୀ ପରିସ୍ରା ପାଇଁ ଉଠି ଦୁର୍ବୃତ୍ତଙ୍କୁ ଦେଖି ପାଟି କରିଥିଲେ। ପାଟି ଶୁଣି ଦୁର୍ବୃତ୍ତମାନେ ଏକ ପଲ୍ସର୍ ବାଇକ୍ ଓ ତିନୋଟି ଖଣ୍ଡା ଛାଡ଼ି ସେଠାରୁ ଚମ୍ପଟ୍ ମାରିଥିଲେ।…

