Author: Samikhsya Bureau

ଭୁବନେଶ୍ୱର: ୨୦୧୯ ରେ ଭୋଟ ନେବା ପାଇଁ ବାହାନା କରି କାଳିଆ ଯୋଜନା ମାଧ୍ୟମରେ​ ଦିଆଯାଇଥିବା ଟଙ୍କା  କରୋନା ଦୁର୍ଦ୍ଦିନ ସମୟରେ ଫେରସ୍ତ ଦେବାକୁ ନୋଟିସ ଦେବା ସାଧାରଣ ଜନତାଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ ବୋଲି ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି କାଳିଆ ଯୋଜନା ଟଙ୍କା ଦେବାପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଭୁଲ ତଥ୍ୟ ଦେବାଯୋଗୁଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଲେ। ଏଣୁ ଭୁଲ ତଥ୍ୟ ଦେଇଥିବା ଅଧିକାରୀଙ୍କ ଠାରୁ ସରକାର ଏହି ଟଙ୍କା ଅସୁଲ କରିବା ଆବଶ୍ୟକ। ସରକାରଙ୍କର କୋଭିଡ ପରିଚାଳନାକୁ ରାଜ୍ୟ କଂଗ୍ରେସ ତରଫରୁ ସହଯୋଗ କରାଯାଇ ଅନେକ ଗୁଡିଏ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ସରକାର ସେ ସବୁ ପ୍ରସ୍ତାବ କୁ ଗୁରୁତ୍ଵ ଦେଲେ ନାହିଁ। ଫଳରେ ଆଜି ସାରା ରାଜ୍ୟରେ କରୋନାର ବିଭୀଷିକା ମାଡିଗଲାଣି। ତଥାପି ସରକାର ଚେତୁ ନାହାନ୍ତି। ଭୁବନେଶ୍ୱରରେ ଯାହା ନିଷ୍ପତ୍ତି ହେଉଛି ତାହା…

Read More

ରମେଶ ମହାନ୍ତି ଜଗତସିଂହପୁର: ବର୍ତ୍ତମାନ ବିଶ୍ୱ ତାପମାତ୍ରା ବୃଦ୍ଧିକୁ ଆଖି ଆଗରେ ରଖି, “ଗ୍ରୀନ ଭିଲେଜ କ୍ଳିନ ଭିଲେଜ” ବିଷୟବସ୍ତୁକୁ ଆଧାର କରି ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଉପଲକ୍ଷେ ନାଉଗାଁ ବ୍ଲକର ତିରୁଣା ପଞ୍ଚାୟତରେ ଏକତା ସ୍ପୋଟିଙ୍ଗ କ୍ଲବ୍ ତିରୁଣା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମର ଦୁଇଟି ସରକାରୀ ବିଦ୍ୟାଳୟର ଖେଳ ପଡିଆ ଏବଂ ସ୍ୱେବେନେଶ୍ୱର ମନ୍ଦିର ପାର୍ଶ୍ୱରେ ଆକାଶିଆ, ରାଧା ଚୁଡା, ଅଁଳା, ପିଜୁଳି, ବାହାଡା ଏବଂ ଶିଶୁ ଆଦି ବୃକ୍ଷରୋପଣ କରାଯାଇଛି। ନେହୁରୁ ଯୁବକେନ୍ଦ୍ର ଜଗତସିଂହପୁର ଜିଲ୍ଲା ସଂଯୋଜକ ନିଖିଳ କୋକୋଲା ସହ ସଂଯୋଜକ ପବିତ୍ର ମୋହନ ସୁବୁଧି, ବ୍ଲକ ସଂଯାଜକ ନୃସିଂହ ମହାରଣା, ତିରୁଣା ପଂଚାୟତର ସରପଞ୍ଚ ନିରୁପମା ଦାସ, ନାୟବ ସରପଞ୍ଚ ଦିଜବର ପରିଡା, ସମାଜସେବି ବିଚିତ୍ରାନନ୍ଦ ପଣ୍ଡା ଓ ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ…

Read More

କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାକୁ 10 ଦିନ ଲକ୍‌ଡାଉନ୍‌ ପାଇଁ ଘୋଷଣା କରିଛନ୍ତି ଜିଲ୍ଲାପାଳ । 29 ତାରିଖ ସକାଳ 5ରୁ 7 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ରହିବ ଏହି ଜିଲ୍ଲା । ତେବେ ଏହି ଲକ୍‌ଡାଉନ୍‌ ସମୟରେ  ସକାଳ 7ରୁ ଦିନ 1ଟା ଯାଏ ରାସନ୍‌, କ୍ଷୀର, ପରିବା ଦୋକାନ ଖୋଲା ରହିବ । କନ୍ଧମାଳ ଜିଲ୍ଲାରେ ଏବେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 452ରେ ପହଞ୍ଚିଥିବାବେଳେ 245 ଜଣ ସୁସ୍ଥ ହୋଇଛନ୍ତି । ଏହି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 206ଜଣ ଏବେବି ଚିକିତ୍ସାଧୀନ ରହିଛନ୍ତି ।

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 150 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 65 ଜଣ ଲୋକାଲ୍‌ କେସ ବୋଲି ସୂଚନା ଦେଇଛି ବିଏମ୍‌ସି । ଆଇଗିଣିଆ ଆଳୁଗଦିରୁ ଆଉ 10 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ  ଏକ ଘରୋଇ ହସ୍ପିଟାଲରୁ 11 ଜଣ, ରସୁଲଗଡ ଜିଡିପି କଲୋନୀରୁ ଆଉ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୟୁନିଟ୍‌ 9 ବାୟାବାବା ମଠ ବସ୍ତିରୁ 19 ଜଣ ଚିହ୍ନଟ ହୋଇଥିବାବେଳେ ସାଲିଆସାହିରୁ 11 ଜଣ ଚିହ୍ନଟ ହୋଇଛନ୍ତି । ଚାରି ନମ୍ବର ଏମଏଲ୍‌ କଲୋନୀରୁ 9 ଜଣ ରହିଛନ୍ତି । ଫାୟାର ଷ୍ଟେସନ ବସ୍ତିରୁ 3 ଜଣ ଥିବାବେଳେ ଗଣପତି ନଗର ବସ୍ତିରୁ ମଧ୍ୟ 3ଜଣ ରହିଛନ୍ତି । ସେହିପରି ଲୋକାଲ୍‌ କେସ 65ଜଣଙ୍କ ମଧ୍ୟରୁ ଏକ ଘରୋଇ ହସ୍ପିଟାଲ 6 ଜଣ କର୍ମଚାରୀ ଥିବାେବଳେ…

Read More

ପୁରୀ :  ଲକ୍‌ଡାଉନ୍‌ ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ କରାଯାଇଛି । ଏହି ସମୟରେ ଅନଲାଇନ୍‌ ଜରିଆରେ ପିଲାମାନେ ପାଠ ପଢୁଛନ୍ତି । ସରକାରୀ  ହେଉ କି ବେସରକାରୀ ବିଦ୍ୟାଳୟ  ଏବେ ସମେସ୍ତ ଅନଲାଇନ୍‌ରେ ପିଲାମାନଙ୍କୁ ପାଠ ପଢାଉଛନ୍ତି  ।  ଜୁମ୍‌ ଆପ୍‌ ଓ ଅନ୍ୟାନ୍ୟ ଆପ୍‌ ଦ୍ବାରା ପିଲାମାନଙ୍କୁ ଅନଲାଇନ୍‌ କୋଚିଂ ଦିଆଯାଉଥିବାବେଳେ ହ୍ବାଟସ୍‌ଆପ୍‌ ଗ୍ରୁପ୍‌ ଜରିଆରେ ପିଲାମାନଙ୍କୁ ପରୀକ୍ଷା କରାଯାଇ ପଢାଯାଉଛି । ଏହି ଅନଲାଇନ୍‌ ପାଠ ପଢିବାବେଳେ  ମୋବାଇଲ୍‌ ଫାଟିଛି । ମୋବାଇଲ୍‌ ଫାଟିବାରୁ ଜଣେ ଛାତ୍ରୀଙ୍କ ହାତରେ ଆଘାତ ଲାଗିଛି  । ସୂଚନା ଅନୁସାରେ ପୁରୀ ବାଲିଘାଇ ଅଞ୍ଚ ଆଦର୍ଶ ନଗରରେ ଏହି ଘଟଣା ଘଟିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅଟି ଅନ୍‌ଲାଇନ୍‌ରେ ପାଠ ପଢୁଥିବାବେଳେ ହଠାତ୍‌ ମୋବାଇଲ୍‌ ଫୋନ୍‌ଟି ଫାଟି ଯାଇଥିଲା । ମୋବାଇଲ ଫାଟିବା ପରେ ଫୋନ୍‌ଟ ଖଣ୍ଡବିଖଣ୍ଡ ହୋଇଯାଇଥିଲା । ବ୍ଲାଷ୍ଟ ପରେ ମୋବାଇଲ୍‌…

Read More

ପଶ୍ଚିମବଙ୍ଗ : ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ବହୁ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ଦେଖି ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ନିଷ୍ପତ୍ତି ନେଉଛନ୍ତି ।  ଏହି କ୍ରମରେ ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ ଅବଧିକୁ ଆଉ ମାସେ ବଢାଇ ଦିଆଯାଇଛି । ପଶ୍ଚିମବଙ୍ଗରେ ସପ୍ତାହକୁ ଦୁଇ ଦିନ ଲକ୍‌ ଡାଉନ ଚାଲିଛି । ରାଜ୍ୟରେ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି । ତେବେ ଅଗଷ୍ଟ 1 ତାରିଖରେ ବକ୍ରିଇଦ୍‌ ଥିବାରୁ ଲକ୍‌ଡାଉନ୍‌ ହେବନି ବୋଲି କହିଛନ୍ତି ମମତା ବାନାର୍ଜୀ ।

Read More

କଟକ : କଟକ ସହରର ଆଜି ଆଉ 41 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି 41ଜଣଙ୍କ ମଧ୍ୟରୁ 39 ଜଣ କ୍ବାରେଣ୍ଟାଇନ୍‌ ଓ 2 ଜଣ ଲୋକାଲ କେସ ରହିଛି ବୋଲି କଟକ ମହାନଗର ନିଗମ ସୂଚନା ଦେଇଛି । ଦିଓ୍ବାନା ବଜାରରୁ 15 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଶଙ୍କରପୁରୁର 3, ଶେଖ୍‌ ବଜାରରୁ 2, ସିଡିଏ ସେକ୍ଟର -9ରୁ 2 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମଠ ସାହିରୁ ଜଣେ ଓ ପୋଲିସ୍‌ କଲୋନୀର ଜଣେ ଲୋକାଲ କେସ ରହିଛନ୍ତି । ଆଜିର ନୂତନ 41 ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା 777କୁ ବୃଦ୍ଧି ହୋଇଛି । ସେହିପରି 314 ଜଣ ସୁସ୍ଥ ହୋଇଥିବାବେଳେ କଟକ ସହରରେ 10 ଜଣଙ୍କ ମୃତ୍ୟୁ ଘଟିଛି । ଏବେ ସୁଦ୍ଧା 453 ଜଣ ଚିକିତ୍ସାଧୀନ ରହିଥିବା ସୂଚନା ରହିଛି ।

Read More

ରମେଶ ମହାନ୍ତି ଜଗତସିଂହପୁର: କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ଓ ସଟଡାଉନ ଯୋଗୁଁ ଲୋକ ପଦାକୁ ବାହାରୁ ନଥିବା ବେଳେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଗୋରୁଚୋର ମାତିଥିବା ଅଭିଯୋଗ ହେଉଛି। ଅଭିନବ ଉପାୟରେ ବୁଲାଗୋରୁ, ଷଣ୍ଢ ଗୁଡିକୁ ଚୋରିକରି ଚାଲାଣ କରୁଥିବା ଏକ ରାକେଟକୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡମାରି ଅଟକ ରଖିବା ଭଳି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କରୋନା କଟକଣା ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ଏହାର ଫାଇଦା ନେଉଛନ୍ତି ଗୋରୁ ଚୋର। ସୂଚନା ମୁତାବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀପଠା ଗୋପିଆକୂଦର ଆଖପାଖ ଅଞ୍ଚଳର ଶତାଧିକ ବୁଲା ଗୋରୁଗାଈ ଓ ଷଣ୍ଢ ଚରାବୁଲା କରିଥାନ୍ତି। କରୋନା ସଟଡାଉନ ପାଇଁ ଲୋକେ ପଦାକୁ ବାହାରୁନଥିବା ବେଳେ ନିର୍ଜନତାର ସୁଯୋଗ ନେଇ ଗୋରୁଚୋର ଦୈନିକ ଏକାଧିକ ଗୋରୁ ଓ ଷଣ୍ଢ ଚୋରିକରୀ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ସୂଚନାନୁଯାୟୀ ରବିବାର…

Read More

ସୀତାରାମ ଅଗ୍ରଓ୍ବାଲ ବାଲୁଗାଁ : ସମଗ୍ର ଦେଶ ତଥା ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । କରୋନାକୁ ପ୍ରତିହତ କରିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ରକ୍ଷା କରିବା ସହିତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିଲ୍ଲା ଗୁଡିକୁ ସିଲ୍‌ କରାଯାଉଛି । ଗଞ୍ଜାମରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ଗଞ୍ଜାମ- ଖୋର୍ଦ୍ଧା ସୀମାକୁ ସିଲ୍‌ କରାଯାଉଛି । ଗଂଜାମ ଖୋର୍ଦ୍ଧା ସୀମା ସିଲ କରାଯାଇଥିଲେ ମଧ୍ୟ ଅବାଧରେ ସହ ସହ ଗଂଜାମ ଶ୍ରମିକ ଖୋର୍ଦ୍ଧା ଜିଲ୍ଲାକୁ ଆସୁଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନା ମୁତାବକ କରୋନା ସଂକ୍ରମଣଙ୍କୁ ପ୍ରତିହତ କରିବା ପାଇଁ ଖୋର୍ଦ୍ଧା – ଗଂଜାମ ସୀମା ସିଲ କରାଯାଇଛି।ମାତ୍ର ପ୍ରତେକ ଦିନ ଶହ ଶହ ଶ୍ରମିକ ଟ୍ରକ ମାଧ୍ୟମରେ…

Read More

ଭୁବନେଶ୍ବର : କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ ଡିଜିପି ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଅଭିଯୋଗ ବୁଝିହେବ ସେନେଇ ଗାଇଡଲାଇନ୍‌ ଦେଇଛନ୍ତି ପୋଲିସ୍‌ ଡିଜି। ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୋଲିସ୍‌ ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ରହିବ। ସେହିପରି ଜିଲ୍ଲା ପୋଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର ଟୁଇଟର, ଫେସବୁକ୍‌ରେ ଦିଆଯିବ। ପ୍ରତିଥାନାର ଲ୍ୟାଣ୍ଡଲାଇନ ନମ୍ବର ବି ସୋସିଆଲ ମିଡିଆରେ ଦିଆଯିବ। ଥାନାକୁ ଫୋନ୍‌ରେ ଆସୁଥିବା ଅଭିଯୋଗର ତଦାରଖ କରିବେ ଏସ୍‌ପି, ଡିଏସ୍‌ପି। ଲୋକଙ୍କ ଆପତ୍ତି ଶୁଣିବୁ ସବୁ ଥାନାରେ ରିସେପସନ୍‌ କାଉଣ୍ଟର ରହିବ। ଥାନା ମୁଖ୍ୟ କୋଠାଠାରୁ ଛାଡି କି ରହିବ, ଅଲଗା ଘର ନଥିଲେ ଟେଣ୍ଟ ଲାଗିବ। ରିସେପସନ୍‌ ଏରିଆ ନିୟମିତ ବିଶୋଧନ କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ୍‌ ଡିଜି  ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ। ଡିଆଇଜି, ଏସ୍‌ପି ଓ ଡଏସ୍‌ପିଙ୍କ ଅଫିସ୍‌ ମେନ ଗେଟ୍‌ରେ ଫୋନ୍‌ ନମ୍ବର…

Read More

ଭୁବନେଶ୍ବର : ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଇଛି। ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ପ୍ରବେଶ ଅନୁମତି ମିଳିବନି ବୋଲି ସୂଚନା ରହିଛି। ପ୍ରଥମେ କରୋନା ଟେଷ୍ଟ ହେବ, ନେଗେଟିଭ୍‌ ଆସିଲେ ହିଁ ଅନୁମତି ମିଳିବ। କରୋନା ନେଗେଟିଭ୍‌ ସାର୍ଟିଫିକେଟ୍‌ ଥିବା ବ୍ୟକ୍ତିଙ୍କୁ ରହିବାକୁ ଅନୁମତି ମିଳିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଟାଞ୍ଜିଟ୍‌ ହାଉସ୍‌ରେ ରଖାଯିବ ବୋଲି ସୂଚନା ରହିଛି । କୋଭିଡ୍‌ କେୟାର ହୋମ୍‌ରେ ମଧ୍ୟ ରହିବା ବ୍ୟବସ୍ଥା କରିବେ ପ୍ରଶାସନ । ଏନେଇ  ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଚିଠି ଦେଇଛି ।

Read More

ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ଶେଷରେ ଫ୍ରାନସରୁ ଭାରତକୁ ଆସୁଛି ରାଫେଲ ଯୁଦ୍ଧ ବିମାନ। ପ୍ରଥମ ପର୍ଯ୍ୟାୟରେ 5ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ସକାଳୁ 5ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି। ଏହି ବିମାନ ମଧ୍ୟରେ 3ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି। ଏହି ବିମାନ ଆଣିବା କାର୍ଯ୍ୟ ଦୁଇ ପର୍ଯ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି। ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ। ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶ ମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି। ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ…

Read More

ଗଜପତି : ଗଜପତି ଜିଲ୍ଲାରେ ସପ୍ତାହକୁ 4 ଦିନ ସଟ୍‌ଡାଉନ୍‌, ତିନି ଲକ୍‌ଡାଉନ୍‌ ଜାରି କରାଯାଇଛି । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସୋମବାରଠୁ ବୁଧବାର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଯଥାପୂର୍ବ ରହିବ। ସମସ୍ତ ବ୍ଲକ ମୁଖ୍ୟାଳୟ ଚାରି ଦିନ ପାଇଁ ସଟ୍‌ଡାଉନ୍‌ ରହିବ । ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟ୍‌ଡାଉନ୍‌ ରହିବ । ଜିଲ୍ଲାର 3ଟି ବ୍ଲକର 4ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ । ଏନେଇ ସମସ୍ତ ବ୍ଳକ, ପୌରାଞ୍ଚଳ, ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟାଦେଶ ପର୍ଯ୍ୟନ୍ତ 4 ଦିନିଆ ସଟ୍‌ହାଉନ୍‌ ବଳବତ୍ତର ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ କ୍ରମାଗତ ବୃଦ୍ଧି ଯୋଗୁଁ ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି ।

Read More

ନୂଆଦିଲ୍ଲୀ, କୋଭିଡ୍ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ଏପ୍ରିଲରୁ ଜୁନ୍ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ ନୋ ୟୋର କଷ୍ଟମର୍ସ ବା କେୱାଇସି ଡେଟାକୁ ଅପ୍‌ଡେଟ କରିଛି। ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍‌ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । ଆହୁରି ମଧ୍ୟ କେୱାଇସି ସିଡିଂକୁ ବ୍ୟାପକ କରିବା ପାଇଁ ଇପିଏଫ୍‌ଓ ବଡ ଧରଣର କସରତ ଆରମ୍ଭ କରିଛି । ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ଏହାର ସଦସ୍ୟମାନଙ୍କ ଜନସାଂକ୍ଷିକ ବିବରଣୀକୁ ସଂଶୋଧନ କରିଛି । ଏହାଫଳରେ…

Read More

ଭୁବନେଶ୍ବର : ରାଜ୍ୟରୁ ଆଜି 1215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 28ହଜାର 107କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା 150ରୁ ଉର୍ଦ୍ଧ୍ବ ରହିଛି ।  ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ହଜାର 373ଜଣ । ସେହିପରି ସୁସ୍ଥ ହୋଇଛନ୍ତି 10ହଜାର545ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 154ଜଣ । ସେହିପରି 35 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଗଞ୍ଜାମ ପରେ ଏବେ ଖୋର୍ଦ୍ଧାରେ ଅଧିକ ସଂଖ୍ୟକ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ସେହିପରି  କଟକ, ଯାଜପୁର, ସୁନ୍ଦରଗଡ, ରାୟଗଡା ଆଦି ଜିଲ୍ଲାରେ କରୋନା ସ୍ଥିତି ମଧ୍ୟ ବେଶ୍‌ ଗମ୍ଭୀର ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କରୋନା…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ପୁଣି କରୋନା ଯୋଗୁଁ 7ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବାବେଳେ ରାୟଗଡାରୁ 2ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 154କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ତିନି ମୃତକଙ୍କ ବୟସ ଯଥାକ୍ରମେ 55,56, 39 ବର୍ଷ ବୋଲି ସୂଚନା ରହିଛି । ସେହିପରି ରାୟଗଡାରୁ ମୃତ୍ୟୁବରଣ କରିଥିବା ଦୁଇ ମୃତକଙ୍କ ବୟସ ଯଥାକ୍ରମେ 72 ବର୍ଷ ଓ 31 ବର୍ଷ ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ମାତ୍ର 5 ବର୍ଷ ବୋଲି ସୂଚନା ରହିଛି । ସେହିପରି କଟକରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 45 ବର୍ଷ ବୋଲି ସୂଚନା ରହିିଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 85କୁ…

Read More

ଭୁବନେଶ୍ବର :  ଆଜି ରାଜ୍ୟର ମୋଟ୍‌ 28ଟି ଜିଲ୍ଲାରୁ 1215 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 332 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 312, ଗଜପତିରୁ 89, କେଉଁଝରରୁ 77, କୋରାପୁଟର 73, କଟକରୁ 60, ଜଗତସିଂହପୁରରୁ 47,ବାଲେଶ୍ବରରୁ 29, ରାୟଗଡାରୁ 24, ମୟୂରଭଞ୍ଜରୁ 22, ବଲାଙ୍ଗିରରୁ 21, ଯାଜପୁରରୁ 20, କନ୍ଧମାଳ, ମାଲ୍‌କାନଗିରି ଓ କେନ୍ଦ୍ରାପଡାରୁ 14 ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ସେହିପରି ପୁରୀ ଓ ଅନୁଗୁଳୁରୁ 11 ଜଣ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ବରଗଡରୁ 10, ନୂଆପଡା ଓ କଳାହାଣ୍ଡିରୁ 8 ଜଣ ଲେଖାଏଁ ରହିଥିବାବେଳେ, ନୟାଗଡରୁ 7,   ଭଦ୍ରକ, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା ଓ ବୌଦ୍ଧରୁ 2 ଜଣ ଲେଖାଏଁ ରହିଥିବାବେଳେ ଦେବଗଡ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 1215 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 753ଜଣ ଚିହ୍ନଟ ହୋଇଥିବାବେଳେ 462ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 28ହଜାର 107କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 17ହଜାର 373ଜଣ । ସେହିପରି ସୁସ୍ଥ ହୋଇଛନ୍ତି 10ହଜାର545ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 147ଜଣ । ସେହିପରି 34 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ  ଗତ 24 ଘଣ୍ଟାରେ 47 ହଜାର 704 ଜଣ ଆକ୍ରାନ୍ତ ହୋଇଥିବାବେଳେ  654 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 4 ଲକ୍ଷ 96ହଜାର 988ଟି ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି 9 ଲକ୍ଷ 52 ହଜାର 743 ଜଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 14 ଲକ୍ଷ 83 ହଜାର 157କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 33 ହଜାର 425କୁ ବୃଦ୍ଧି ହୋଇଛି ।  ମହାରାଷ୍ଟ୍ରରେ 24 ଘଣ୍ଟାରେ 227 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 13 ହଜାର 883ରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ମୃତ୍ୟୁସଂଖ୍ୟା 3 ହଜାର 853କୁ ବୃଦ୍ଧି ହୋଇଥିବାବେଳେ ତାମିଲନାଡୁରେ 3 ହଜାର 571 ଓ ଗୁଜୁରାଟରେ ମୃତ୍ୟୁ ସଂଖ୍ୟା 2 ହଜାର 348ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାର ନିକଟରେ କେବଳ ମାର୍ଚ୍ଚ ମାସ ପାଇଁ ବସ୍ତୁ ଓ ସେବା କର କ୍ଷତିପୂରଣ ବାବଦକୁ 13,806 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ 2019-20 ଆର୍ଥିକ ବର୍ଷରେ ରାଜ୍ୟଗୁଡିକୁ କ୍ଷତିପୂରଣ ବାବଦ ସମସ୍ତ ଅର୍ଥ ପଇଠ କରାଯାଇଛି । ଏହି ଅବଧି ମଧ୍ୟରେ ମୋଟ କ୍ଷତିପୂରଣ ବାବଦକୁ 1,65,302 କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ 95,444 କୋଟି ଟଙ୍କା ସଂଗୃହିତ ହୋଇଛି । 2019-20 ଆର୍ଥିକ ବର୍ଷର କ୍ଷତିପୂରଣ ପଇଠ କରିବା ବେଳେ 2017-18 ଏବଂ 2018-19 ଆର୍ଥିକ ବର୍ଷର ବଳକା ଥିବା ଅର୍ଥକୁ ମଧ୍ୟ ହିସାବକୁ ନିଆଯାଇଛି । ଏହାଛଡା କେନ୍ଦ୍ର 33,412 କୋଟି ଟଙ୍କା ଦେଶର ଅନାବଦ୍ଧ ପାଣ୍ଠିରୁ ମଧ୍ୟ ପ୍ରଦାନ କରିଛି । ନିମ୍ନରେ ରାଜ୍ୟୱାରୀ ପ୍ରଦାନ କରାଯାଇଥିବା ବସ୍ତୁ ଓ ସେବା କର ବାବଦ କ୍ଷତିପୂରଣ ଅର୍ଥ ହିସାବ ଦିଆଯାଇଛି । କ୍ର.ସଂ…

Read More

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି । ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ…

Read More