ରାଜ୍ୟରେ ଆରୋଗ୍ୟ ଲାଭ କଲେ ୭୫୬ ଜଣ କରୋନା ଆକ୍ରାନ୍ତ

Published: Aug 1, 2020, 9:14 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୋଟ ୨୧, ୨୭୩ କରୋନା ରୋଗୀଙ୍କୁ ସୁସ୍ଥ କରାଇବାରେ ଆମର ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କର ବିଶେଷ ଭୂମିକା ରହିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୨, ଗଞ୍ଜାମରୁ ୧୩୯, କଟକରୁ ୭୮, ସୁନ୍ଦରଗଡରୁ ୫୮, ଗଜପତିରୁ ୪୯,  ଭଦ୍ରକରୁ ୩୩,  କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ ରୁ ୨୨, ରାୟଗଡାରୁ ୨୦, ବାଲେଶ୍ବରରୁ ୧୯, କୋରାପୁଟରୁ ୧୮,  ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳ ଏବଂ ସମ୍ବଲପୁରରୁ ୧୦, କେନ୍ଦ୍ରାପଡା  ଓ ଯାଜପୁରରୁ ୯, ଜଗତସିଂପୁରରୁ  ୮, ବରଗଡରୁ ୭, ଝାରସୁଗୁଡା ଓ ଢେଙ୍କାନାଳରୁ ୬, କଳାହାଣ୍ଡି ଓ ବଲାଙ୍ଗୀରରୁ ୨, ଅନୁଗୁଳରୁ ଜଣେ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛନ୍ତି। ଏବେ ରାଜ୍ୟରେ ୧୧,୯୮୦ ଜଣ ସକ୍ରିୟ କେସ ଥିବାବେଳେ ୨୧୨୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

Related posts