ନୂଆଦିଲ୍ଲୀ: ଦୁଇ ଘଣ୍ଟାର ଟ୍ରେନ୍ରେ ଯାତ୍ରାରେ ଯଦି କୌଣସି ଯାତ୍ରୀଙ୍କ 8 ଫୁଟ୍ ପରିସର ମଧ୍ୟରେ କେହି ସଂକ୍ରମିତ ବ୍ୟକ୍ତି ଥା’ନ୍ତି, ତେବେ ସେ ଯାତ୍ରୀ ଜଣକ ମଧ୍ୟ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଏକ ଅନୁଶୀଳନରୁ ଜଣାପଡିଛି । ଏହି ଅନୁଶୀଳନରେ ଏକ ଘଣ୍ଟାର ରେଳଯାତ୍ରାରେ ସାମାଜିକ ଦୂରତ୍ବ ଅତି କମ୍ରେ 3.2 ଫିଟ୍ ରଖିବା ଆବଶ୍ୟକ ବୋଲି ଚେତାବନୀ ଦିଆଯାଇଛି । ଚୀନର ହାଇସ୍ପିଡ୍ ଟ୍ରେନକୁ ଧ୍ୟାନରେ ରଖି ବ୍ରିଟେନର ସାଉଥେମ୍ପଟନ୍ ୟୁନିଭର୍ସିଟିର ଓ୍ବାର୍ଲ୍ଡପପ୍ ପ୍ରୋଜେକ୍ଟ ଅନୁସାରେ ଏହି ଅନୁଶୀଳନ କରାଯାଇଛି। ଏହି ଅନୁଶୀଳନରେ 2019 ଡିସେମ୍ବର 19 ତାରିଖଠାରୁ 2020 ମାର୍ଚ୍ଚ 6 ପର୍ଯ୍ୟନ୍ତ ତଥ୍ୟକୁ ବିଶ୍ଲେଷଣ କରାଯାଇଥିଲା । କୌଣସି ଅସୁସ୍ଥ ବ୍ୟକ୍ତିଠାରୁ ପାଞ୍ଚୋଟି ସିଟ୍ ଆଗରେ କିମ୍ବା ପଛରେ ବା ଡାହାଣ ଓ ବାହାଣରେ ତିନି ସିଟି ଭିତରେ ବସିଥିବା ଲୋକ ମଧ୍ୟ ସଂକ୍ରମିତ ହୋଇଯାଇପାରନ୍ତି। ସେହିପରି ଆକ୍ରାନ୍ତଙ୍କ ପାଖରେ ବସିଥିବା ଲୋକଙ୍କ ସଂକ୍ରମିତ…
Author: Samikhsya Bureau
ଭୁବନେଶ୍ବର : କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଆସନ୍ତା 31 ଅଗଷ୍ଟ ଯାଏଁ ବନ୍ଦ ରହିବ। ଏହି ସମୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି । ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ମାସରେ ପ୍ରଦାନ କରାଯାଉଥିବା “ଶୁଖିଲା ରାସନ” ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ଅନୁପାଳନ କରି ହିତାଧିକାରୀଙ୍କ ଘରେ ପ୍ରଦାନ କରିଛନ୍ତି। ପ୍ରତି ମାସର 1 ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ ପାଇଁ ବାଣ୍ଟିଛନ୍ତି। ଏହି ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ-19 ନିୟମାବଳୀ କଡ଼ାକଡ଼ି ଭାବେ…
ଭୁବନେଶ୍ବର : ଆସନ୍ତା ଦିନେ ଦୁଇଦିନ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ, ଦୁଇଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ 29 ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ କରୋନା ଓ ଲକ୍ଡାଉନ୍ ଯୋଗୁଁ ମାଟ୍ରିକ୍ ଖାତା ଦେଖାରେ ବାଧକ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ,…
ଭୁବନେଶ୍ବର : ଏଣିକି ଶିକ୍ଷକ ଅନଲାଇନ୍ ପଢିବେ ଆଉ ପଢାଇବେ । ଅନ୍ଲାଇନ୍ରେ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ତାଲିମ ନେବେ । 101ଟି ଉତ୍କର୍ଷ ବିଦ୍ୟାଳୟରୁ 2 ଜଣ ଲେଖାଏଁ ଶିକ୍ଷକ ଅନଲାଇନ୍ ଶିକ୍ଷାଦାନ ପାଇଁ ତାଲିମ ନେବେ । 30ଟି ଯୁକ୍ତ ଦୁଇ କଲେଜ ଓ କଲେଜ ଶିକ୍ଷା କଲେଜରେ ଶିକ୍ଷକ ତାଲିମ ନେବେ । ଶିକ୍ଷକମାନେ ଆସନ୍ତା 4ରୁ 5 ଦିନ ପାଇଁ 2 ଘଣ୍ଟିଆ ତାଲିମ୍ ନେବେ ବୋଲି ଜଣାପଡିଛି । କରୋନାରେ କିପରି ଭାବରେ ଅନଲାଇନ୍ ଶିକ୍ଷା ଦାନ ହେବ ସେନେଇ ତାଲିମ୍ ଦିଆଯିବ । ଶିକ୍ଷକଙ୍କ ଅନଲାଇନ୍ ତାଲିମ୍ ଶିକ୍ଷା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
( ଆସନ୍ତା ୫ ତାରିଖରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହେବ। ତା ପୂର୍ବରୁ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତାଙ୍କ ଫେସବୁକରେ ବିଭିନ୍ନ ଭାଷାର ପ୍ରଭୃ ଶ୍ରୀରାମଙ୍କ ଉପରେ ଲେଖା ପ୍ରକାଶ କରିଛନ୍ତି। ସେ ଓଡିଆରେ ଲେଖିଥିବା ପ୍ରବନ୍ଧର ଅବିକଳ ନକଲ ତଳେ ଦିଆଗଲା।) ଏମ. ଭେଙ୍କୟା ନାଇଡୁ, ଉପରାଷ୍ଟ୍ରପତି ଆଉ କେଇଦିନ ପରେ ଆମେ ଅଯୋଧ୍ୟାରେ ଏକ ଐତିହାସିକ ଘଟଣା ଦେଖିବାକୁ ପାଇବା । ଏଭଳି ଏକ ଘଟଣା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆମ ଐତିହ୍ୟର ଏକ ମହାନ ସାଂସ୍କୃତିକ ଅଧ୍ୟାୟ ସହ ଯୋଡିବାର ଅବକାଶ ଦିଏ। ଏହି ଘଟଣା ଆମକୁ ରାମାୟଣର ପୁନଃ ସ୍ମରଣ କରାଏ। ଏହି ଶାଶ୍ୱତ ମହାନ ଗ୍ରନ୍ଥ ରାମାୟଣ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଲେଖା ଯାଇଥିଲା। ଏହା ଆମ ସାମୂହିକ ଚେତନାର ଏକ ଅଂଶ ପାଲଟି ଯାଇଛି। ଅଯୋଧ୍ୟାରେ ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ…
ବଦୋଦରା, ସେ ହେଉଛନ୍ତି ଜିଲ୍ଲାପାଳଙ୍କ ପିଅନ, ଦୀର୍ଘ ୩୮ ବର୍ଷ ଧରି ଜିଲ୍ଲାପାଳଙ୍କ ଚ୍ୟାମ୍ବର ଆଗରେ ବସନ୍ତି। ଜିଲ୍ଲାପାଳଙ୍କ ପାଖକୁ ଯେଉଁମାନେ ଆସନ୍ତି, ସେମାନେ ଭିତରକୁ ଯିବେ କି ନାହିଁ ପ୍ରଥମେ ତାଙ୍କୁ ପଚାରନ୍ତି। ସେ ହଁ କଲେ ଭିତରକୁ ଯାଆନ୍ତି। ହେଲେ ସେ କେବେ ଭାବି ନ ଥିଲେ ଯେ, ଯେଉଁ ଚ୍ୟାମ୍ବର ଆଗରେ ସେ ପିଅନ, ସେହି ଚ୍ୟାମ୍ବର ଚଉକିରେ ସେ ବସିବେ। କେବେ ଭାବି ନ ଥିଲେ ଯେ, ସକାଳୁ ସକାଳୁ ଅଫିସ ଆସିଲେ ସେ ଯେଉଁ ଚ୍ୟାୟରକୁ ପୋଛାପୋଛି କରି ସଫା କରନ୍ତି ସେହି ଚ୍ୟାୟରରେ ସେ ବସିବେ। ହେଲେ ସେହି ଅସମ୍ଭବ କଥାଟି ସମ୍ଭବ ହୋଇଛି। ଘଟଣାଟି ଗୁଜୁରାଟ ରାଜ୍ୟର ଆନନ୍ଦ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ଘଟିଛି। ୬୦ ବର୍ଷ ବୟସ୍କ ପିଅନ ଫତେ ସିଂ ମାଖୱାନା। ଦୀର୍ଘ ୩୮ ବର୍ଷ ଧରି ସେ ପିଅନ ଭାବେ ସେହି ଗୋଟିଏ ଅଫିସରେ କାମ କରି…
ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମାମଲାରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ନାମ ଲଗାତାର ଭାବରେ ଯୋଡି ହେଉଛି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲା ଦାଏର କରି ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରଙ୍କ ତରଫରୁ କରାଯାଇଥିବା ଖର୍ଚ୍ଚର ଯାଞ୍ଚ କରୁଛି । ନିକଟରେ ସୁଶାନ୍ତଙ୍କ ବ୍ୟାଙ୍କ ବିବରଣୀ ମିଳିଛି । ମିଳିଥିବା ସୂଚନା ଅନୁସାରେ 90 ଦିନ ଭିତରେ ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଖାତାରୁ 4 .64 କୋଟିରୁ ହ୍ରାସ ହୋଇ ଏବେ 1.4 କୋଟି ରହିଛି। ପୂଜାପାଠ ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ ମାସ ମଧ୍ୟରେ 2 ଲକ୍ଷ 2 ହଜାର ଟଙ୍କା କଢାଯାଇଛି । ଏହି ସମସ୍ତ ପଇସା ପୂଜା ପାଠ ସାମଗ୍ରୀ ଓ ପଣ୍ଡିତଙ୍କ ଉପରେ ଖର୍ଚ୍ଚ ହୋଇଛି । ତେବେ ଏହାକୁ ନେଇ ସୁଶାନ୍ତଙ୍କ ପରିବାର କହିଛନ୍ତି ଯେ, ଏହି ସମସ୍ତ ପଇସାରେ…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ । ଗଞ୍ଜାମରେ 4 ମୃତକଙ୍କ ମଧ୍ୟରେ 2 ଜଣ ପୁରୁଷ ଥିବାବେଳେ 2 ଜଣ ମହିଳା ରହିଛନ୍ତି। ଦୁଇ ମହିଳାଙ୍କ ବୟସ 94 ଓ 45 ବର୍ଷ ହୋଇଥିବାବେଳେ ଦୁଇ ପୁରୁଷଙ୍କ ମୃତକଙ୍କ ବୟସ 57 ବର୍ଷ । ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର 78 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ହେଉଛନ୍ତି 58 ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ମହିଳା ରହିଛନ୍ତି । ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର ବୟସ 73 ବର୍ଷ ପୁରୁଷ ବୋଲି ସୂଚନା…
Keonjhargarh,They work even on sundays to keep us safe. Sanitation work undertaken in different wards of the municipality.
ଭୁବନେଶ୍ବର : ଆଜି 29 ଜିଲ୍ଲାରୁ 1434 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଗଞ୍ଜାମରୁ ସର୍ବାଧିକ 320 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 218, ରାୟଗଡାରୁ 197, କଟକରୁ 123, ଗଜପତିରୁ 91, ସୁନ୍ଦରଗଡରୁ 76, ପୁରୀରୁ 65, ଯାଜପୁରରୁ 57, ସମ୍ବଲପୁରରୁ 51, କନ୍ଧମାଳରୁ 44, ଭଦ୍ରକରୁ 25, ମାଲକାନଗିରିରୁ 24, କେନ୍ଦ୍ରାପଡାରୁ 22, କଳାହାଣ୍ଡିରୁ 18, ଜଗତସିଂହପୁର ଓ ଢେଙ୍କାନାଳରୁ 13 ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ବର ଓ କୋରାପୁଟରୁ 12 ଜଣ ଲେଖାଏଁ ରହିଥିବାବେଳେ ଅନୁଗୁଳରୁ 9, ନୟାଗଡରୁ 8, ନୂଆପଡାରୁ 7ଜଣ ରହିଛନ୍ତି । ଝାରସୁଗୁଡା ଓ ସୋନପୁରରୁ 6 ଜଣ ଲେଖାଏଁ ରହିଥିବାବେଳେ ବରଗଡ ଓ ବୌଦ୍ଧରୁ 5 ଜଣ ଲେଖାଏଁ ରହିଛନ୍ତି । କେଉଁଝର, ଦେବଗଡ ଓ ନବରଙ୍ଗପୁରରୁ 2 ଜଣ ଲେଖାଏଁ ରହିଥିବାବେଳେ ମୟୂରଭଞ୍ଜରୁ ଜଣେ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1434 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 889ଜଣ ଚିହ୍ନଟ ହୋଇଥିବାବେଳେ 545ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 34ହଜାର 913କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 13 ହଜାର 404ଜଣ । ସେହିପରି ସୁସ୍ଥ ହୋଇଛନ୍ତି 21 ହଜାର 273ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 187ଜଣ । ସେହିପରି 38 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଉତ୍ତରପ୍ରଦେଶ : ଦେଶରେ ଏବେ କରୋନା ସ୍ଥିତି ବେଶ୍ ଗମ୍ଭୀର ରହିଛି । ଏହି ରୋଗ କବଳରେ ସାଧାରଣ ଲୋକେ, ରାଜନେତା ସମେସ୍ତ ବଳି ପଡୁଛନ୍ତି । ଆଜି ଜଣେ ରାଜନେତାଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀ ମଲ ରାନୀ ବରୁଣଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ସେ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ । ପୂର୍ବରୁ ସେ ସାଂସଦ ରୂପେ ମଧ୍ୟ ରହିଥିଲେ । କମଲ ରାନୀ ବରୁଣ ୟୁପି ସରକାରରେ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲ ବରୁଣ କରୋନାରେ ସଂକ୍ରମିତ ହୋଇଥିଲେ ଓ ଲକ୍ଷ୍ନୌରେ ପିଜିଆଇର ତାଙ୍କ ଚିକିତ୍ସା ଚାଲିଥିଲା । ଜୁଲାଇ 18 ତାରିଖରେ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ନୌରେ ପିଜିଆଇରେ ଭର୍ତ୍ତି କରାଯାଇଥିଲା । ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । 1958 ମସିହା ମେ 3 ତାରିଖରେ…
ଲକ୍ଷୀସରାୟ : କରୋନା ଡରରେ ଡାକ୍ତର ଚିକିତ୍ସା ନ କରିବାରୁ ଜଣେ 16 ବର୍ଷର ଯୁବକର ମୃତ୍ୟୁ ହୋଇଛି । ଏହା ପରେ ଯୁବକଙ୍କ ସମ୍ପର୍କୀୟମାନେ ଏହି ଘଟଣାକୁ ନେଇ ହସ୍ପିଟାଲରେ ହଙ୍ଗାମା କରିଛନ୍ତି । ସଦର ହସ୍ପିଟାଲରେ ଏହି ଘଟଣା ଘଟିଛି। ଯୁବକଙ୍କ ପରିଜନ ମାନେ ଡାକ୍ତରଙ୍କ ହାତ ଗୋଡ ଧରିବା ପରେ ଡାକ୍ତର ଯୁବକର ଚିକିତ୍ସା କରିନଥିଲେ । ଯୁବକକୁ ଥଣ୍ଡା ଓ ଜ୍ବର ରହିଥିବାବେଳେ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲା । ଏହାପରେ ଯୁବକଙ୍କ ସମ୍ପର୍କୀୟ ତାଙ୍କୁ ସଦର ହସ୍ପିଟାଲ ଆଣି ଥିଲେ । କିନ୍ତୁ ଡାକ୍ତର ଯେତେବେଳେ ଜାଣିଲେ ଏହି ଯୁବକ ଜଣକ କରୋନା ସନ୍ଦିଗ୍ଧ ଚିକିତ୍ସା କରିବାକୁ ମନା କରିଦେଲେ । ଯୁବକଙ୍କ ପରିଜନମାନେ ଡାକ୍ତର ଓ ନର୍ସଙ୍କୁ ହାତ ଯୋଡିକରି ବହୁ ଅନୁନୟ ଓ ବିନୟ ହେବା ସତ୍ତ୍ବେ କେହି ଶଣୁଣିନଥିଲେ । ଯୁବକଟି ପରିଶେଷରେ ମୃତ୍ୟୁବରଣ କରିଥିଲା…
ତିରୁଭନ୍ତପୁରମ୍, ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ଏକ ସ୍ଥାପତ୍ୟ କରାଯାଇ ପାରିବ ତାହା କେହି କେବେ ବିଶ୍ବାସ କରିପାରିବ ନାହିଁ। ହେଲେ ଏହିପରି ଏକ କାମକୁ କରି ଦେଖାଇଛନ୍ତି କେରଳ ପୋଲିସ। ତିରୁଅନନ୍ତପୁରମରେ କେରଳ ପୋଲିସ ତରଫରୁ ଉଦଘାଟିତ ହୋଇଯାଇଛି ଏକ ବିରାଟକାୟ ସ୍ଥାପତ୍ୟ। କେବଳ ଅଦରକାରୀ ଅସ୍ତ୍ରଶସ୍ତ୍ରକୁ ନେଇ ନିର୍ମାଣ ହୋଇଛି ଏହି ସ୍ଥାପତ୍ୟ। ଏହାର ନାମ ରଖାଯାଇଛି SHOURYA ବା ‘ଶୌର୍ଯ୍ୟ’ ଯାହାର ଅର୍ଥ ହେଲା ବୀରତ୍ବ। ନଅ ମିଟର ଉଚ୍ଚତା ବିଶିଷ୍ଠ ଏହି ଥ୍ରୀ ଡାଇମେସନ୍ ସ୍ଥାପତ୍ୟରେ ଖଂଜା ଯାଇଛି 14 ଶହ 22 ଟି ଅଦରକାରୀ ଅସ୍ତ୍ରଶସ୍ତ୍ର। ସେଥିରେ ରହିଛି 940ଟି- ରାଇଫେଲ୍ 80ଟି-ମାସକଟ୍ 45ଟି-ରିଭଲଭର୍ 457ଟି- ମାଗାଜିନ୍ ତେବେ ଉପରକୁ ଏହା 9 ମିଟର ଥିବା ବେଳେ ମାଟି ଭିତରକୁ ଏହା 8 ମିଟର ରହିଛି। ତେବେ ସବୁଠାରୁ ବଡ କଥା ହେଉଛି ଏହାର ନିର୍ମାଣ କୌଣସି ସ୍ଥପତି ଦ୍ବାରା କରାଯାଇ ନାହିଁ। କେବେଳ କେରଳ…
ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 54 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର 54 ହଜାର 736କୁ ବୃଦ୍ଧି ହୋଇଛି । ନୂତନ ଆକ୍ରାନ୍ତକୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 17 ଲକ୍ଷ ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 853ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 37 ହଜାର 364ରେ ପହଞ୍ଚିଛି। ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 17ଲକ୍ଷ 50 ହଜାର 724 ରହିଥିବା ବେଳେ ଏହା ମଧ୍ୟରୁ 11 ଲକ୍ଷ 45 ହଜାର 630 ଜଣ ସୁସ୍ଥ ହୋଇଛନ୍ତି ଏବଂ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 5 ଲକ୍ଷ 67 ହଜାର 730ରହିଛି । ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ରାଜ୍ୟ…
ପଞ୍ଜାବ : ପଞ୍ଜାବ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପ୍ରଦେଶରେ ଏହି ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 86କୁ ବୃଦ୍ଧି ହୋଇଛି। ତରନ୍ତାରନ୍ ଜିଲ୍ଲାରୁ ସର୍ବାଧିକ 47ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ଦିନ 48ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ ପଞ୍ଜାବ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର 7 ଅବକାରୀ ଅଧିକାରୀ, 2 ଡିଏସ୍ପି ଓ ଚାରିଜଣ ଏସ୍ଏଚ୍ଓଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ପଞ୍ଜାବ ପୋଲିସ୍ ଅଭିଯାନ ଚଳାଇ ବହୁ ଜାଗାରେ ରେଡ୍ କରିବା ସହିତ 25ଜଣଙ୍କୁ ଗିରଫ କରିଛି । ଅପରପକ୍ଷରେ ରାଜ୍ୟରେ ମଦମୃତ୍ୟୁକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି । ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳର ନେତା ସୁ୍ଖବୀର୍ ସିଂ ବାଦଲ କଂଗ୍ରେସ ସରକାର ଉପରେ ଅବୈଧ ମଦ କାରବାରଣ କରୁଥିବା ବ୍ୟକ୍ତିଙ୍କୁ ଶରଣ…
କୋରାପୁଟ : କୋରାପୁଟ ଜିଲ୍ଲାରେ ଗତକାଲି ମଧ୍ୟରାତ୍ରିରୁ ଲକଡାଉନ୍ ଜାରି ହୋଇଛି । ଏହି ଲକ୍ଡାଉନ୍ ଆସନ୍ତା 14 ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ । ଏହି ସମୟରେ ଦୋକାନ ବଜାର ଓ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ନିର୍ଦ୍ଦେଶାବଳୀ ଲାଗୁ କରିଛନ୍ତି ଜିଲ୍ଲା ପ୍ରଶାସନ । ପରିବା, ଗ୍ରୋସାରୀ, ଫଳ, ଦୁଗ୍ଧ, ମାଂସ, ମାଛ, ଅଣ୍ଡା, ଅନ୍ୟାନ୍ୟ ପୋଷାକ ପତ୍ର, ଗହଣା, ସାଇକେଲ, ବ୍ୟାଗ, ପୂଜା ସାମଗ୍ରୀ ଓ ସେଲୁନ୍ଆଦି ସପ୍ତାହର ତିନି ଦିନ ଖୋଲା ରହିବ । ଏହି ସମସ୍ତ ଦେକାନାଗୁଡିକ ସକାଳ 7ଟାରୁ ଅପରାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ଦିନକୁ ଦିନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରଶାସନ ଏପରି ପଦକ୍ଷେପ ନେଇଛି ।
ମୋହାଲି : ପଞ୍ଜାବର ମୋହାଲୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେରାବସି ସ୍ଥିତ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଶବାଗାରରୁ ଜଣେ ମହିଳାଙ୍କ ଶବର ଓଠ ଓ କାନକୁ ମୂଷା ଖାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାର ଓ ହସ୍ପିଟାଲ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ଉପୁଜିଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି । ମିଳିଥିବା ସୂଚନା ଅନୁସାରେ ଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ହସ୍ପିଟାଲରେ ଜଣେ ମହିଳା ସର୍ଜରୀ କରିବା ପାଇଁ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ । କିନ୍ତୁ ସର୍ଜରୀ ଗୋଟିଏ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଶବକୁ ଶବାଗାରରେ ରଖାଯାଇଥିଲା । ତା’ପରଦିନ ମହିଳାଙ୍କ ସମ୍ପର୍କୀୟମାନେ ଉକ୍ତ ମହିଳାଙ୍କ…
କେଦାର ମିଶ୍ର ଗତ ମାର୍ଚ୍ଚ ୨୫ ତାରିଖରୁ ଦେଶର ପ୍ରାୟ ସବୁ ଧର୍ମାନୁଷ୍ଠାନରେ ତାଲା ପଡିଛି। ମନ୍ଦିରକୁ ଭକ୍ତ ଯାଉନାହାନ୍ତି। ମସଜିଦରେ ସମୂହ ନମାଜ ପାଠ ହେଉନି। ଗୀର୍ଜାରେ ଶୁକ୍ରବାର ପ୍ରାର୍ଥନା ବନ୍ଦ ରହିଛି। ଗୁରୁଦ୍ୱାର ବି ବନ୍ଦ। ଆମେ ଜାଣୁ, ବର୍ତ୍ତମାନର ମହାମାରୀ କୁ ମୁକାବିଲା କରିବାକୁ ହେଲେ, ଧାର୍ମିକ ଭାବ ପ୍ରବଣତା ଅପେକ୍ଷା ଆମକୁ ବୈଜ୍ଞାନିକ ଚିନ୍ତନର ଆବଶ୍ୟକତା ବେଶୀ। ଈଶ୍ଵର ଭାବରେ ଆମକୁ ଡାକ୍ତର ଓ ବୈଜ୍ଞାନିକମାନେ ହିଁ ବଞ୍ଚାଇ ପାରିବେ। କରୋନା ମହାମାରୀର ମୁକାବିଲା କରିବାକୁ ଯାଇ ଏବେ ପୃଥିବୀର ସବୁ ବୃହତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ଜୁଲାଇ ମାସରୁ ଭାରତ ସରକାର କିଛି କିଛି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ସେ କଥାକୁ ମାନି ନାହାନ୍ତି। ଓଡିଶାରେ ଗତ ମାର୍ଚ୍ଚ ମାସରୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାଯାଇଛି। ଏମିତି ଲକ୍ଷ ଲକ୍ଷ…
ଥେନି : ସାରା ଭାରତରେ କରୋନା ମାମଲା ବୃଦ୍ଧି ପାଇଥିବାବେଳେ କରୋନା ଆକ୍ରାନ୍ତଙ୍କୁ ନେଇ ପ୍ରଶାସନର ଅବେହଳା ମଧ୍ୟ ସାମ୍ନକୁ ଆସିଛି । ଠିକ୍ ଏହିପରି ଏକ ଘଟଣା ତାମିଲନାଡୁ ଥେନିରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବୃଦ୍ଧା ମହିଳା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାବେଳେ ଆମ୍ବୁଲାନ୍ସ ନ ମିଳିବାରୁ ଟ୍ରଲିରେ ତାଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଛି। କରୋନା ଆକ୍ରାନ୍ତଙ୍କ ଶବକୁ ଟ୍ରଲିରେ ନିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । 75 ବର୍ଷୀୟା ମହିଳା ଜଣକ ଥେନିରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କିଛିଦିନ ହେବ ଏହି ବୃଦ୍ଧାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍ ରହୁନଥିଲା। ସେ ଡାଇରିଆରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। କିନ୍ତୁ ଘରକୁ ଆସିବାର ଦୁଇ ଦିନ ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଥିଲା। ଏହା ପରେ…
ପାଟନା, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ନେଇ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଉଦ୍ଧବ ଠାକରେ କଂଗ୍ରେସ ଦ୍ବାରା ପ୍ରାୟୋଜିତ ବଲିଉଡ ମାଫିଆଙ୍କ ଦ୍ବାରା ପରିଚାଳିତ। କଂଗ୍ରେସ ଏନସିପି ପରି ଦଳ ସହିତ ସେ ସାମିଲ ହୋଇ ମାଫିଆ ରାଜ ଚଳାଇଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ସାରା ଦେଶର ଲୋକଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ମହାରଷ୍ଟ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପଦକ୍ଷେପ ନେଉ ନାହାଁନ୍ତି। ସୁଶୀଲ ମୋଦୀ ଆହୁରି କହିଛନ୍ତି ଯେ, ଯଦି ମହାରାଷ୍ଟ୍ର ସରକାର ତଦନ୍ତ କରିବାକୁ ଭୟ କରୁଛନ୍ତି ତେବେ ସେ ଏହି ମାମଲା ସିବିଆଇକୁ କାହିଁକି ଦେଉ ନାହାଁନ୍ତି। ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ ରହସ୍ୟ କଣ ତାହା ଦିନେ ନା ଦିନେ ପଦାକୁ ଆସିବ। ଏଥିପାଇଁ ବିହାର ସରକାର ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ ବୋଲି ମୋଦୀ କହିଛନ୍ତି।

