କୋଲକାତା : କୋଲକତାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ । ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ଜାଣିବା ପରେ 100 କୋଟିର ନୋଟିସ୍ ପଠେଇଛନ୍ତି । ସ୍ବାମୀ ଜଣକ ନିଜ ସ୍ତ୍ରୀଙ୍କ ଅବୈଧ ସମ୍ପର୍କ ସମ୍ପର୍କରେ ଜାଣିବା ପାଇଁ ଜାସୁସୀ ଲଗାଇଥିବାବେଳେ ସାମ୍ନାକୁ ଆଶ୍ଚର୍ଯ୍ୟଜନକ ସତ୍ୟ ଆସିଥିଲା । ତାଙ୍କ ସ୍ତ୍ରୀଙ୍କର ଜଣେ କିମ୍ବା ଦୁଇଜଣ ନୁହେଁ ବରଂ 14 ଜଣଙ୍କ ସହ ଅବୈଧ ସମ୍ପର୍କଥିଲା । ଏହା ପରେ ସ୍ବାମୀ ଯାହା କଲେ, ତାହା ସବୁଠୁ ଆଶ୍ଚର୍ଯ୍ୟର କଥା । ସ୍ତ୍ରୀଙ୍କର 14 ଜଣ ପୁରୁଷଙ୍କ ସହିତ ଅବୈଧ ସମ୍ପର୍କ ଜଣାପଡିବା ପରେ ସ୍ବାମୀ ଜଣକ ସମସ୍ତ 14 ଜଣଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି । ଏହି ନୋଟିସ୍ରେ 14 ଜଣ ପୁରୁଷଙ୍କଠୁ 100 କୋଟି ଟଙ୍କା ଦାବି କରିଛନ୍ତି । ସେ…
Author: Samikhsya Bureau
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ ଏବେ କରୋନା କାୟା ବିସ୍ତାର କରି ଚାଲିଛି। କରୋନାକୁ ନେଇ ରାଜ୍ୟସରକାର ଅନେକ କଡା ପଦକ୍ଷେପ ଗ୍ରହଣ କରୁଥିବାବେଳେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଏବେ ପ୍ରଶ୍ନର ବିଷୟ। ବାଣପୁର ସହରରେ କରୋନା ଯୋଦ୍ଧା କରୋନାରେ ପୀଡ଼ିତ ଥିବାବେଳେ ସେମାନଙ୍କ ସୁରକ୍ଷାକୁ ନେଇ ସ୍ଥାନୀୟ ପ୍ରଶାସନ କେତେ ସଚେତନ, ତାହାକୁ ନେଇ ପ୍ରଶ୍ନ ଉଠିଛି। କୋଭିଡ୍ ଯୋଦ୍ଧାଙ୍କ କ୍ଷେତ୍ରରେ ବାଣପୁର ପ୍ରଶାସନର ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଆଜି ଚିହ୍ନଟ ହୋଇଥିବା ତିନିଜଣ ଆକ୍ରାନ୍ତ କୋଭିଡ୍ ହସ୍ପିଟାଲ ଯାଇପାରିନାହାନ୍ତି। ଏହି ତିନିଜଣଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା ହୋମ୍ କ୍ବାରେଣ୍ଟାଇନ୍ରେ ଥିବାବେଳେ ଗୋଦାବରୀଶ ବିଦ୍ୟାପୀଠ କ୍ବାରେଣ୍ଟାଇନ୍ରେ କାର୍ଯ୍ୟରତ ଜଣେ କରୋନା ଯୋଦ୍ଧା ବାରଣ୍ଡାରେ ଅନ୍ଧାରରେ ପଡି ରହିଛନ୍ତି। ସେହିପରି ତୃତୀୟ ଆକ୍ରାନ୍ତ ଜଣଙ୍କ ସହିଦ କୃତ୍ତିବାସ କ୍ବାରେଣ୍ଟାଇନ୍ ହଲ ବାରଣ୍ଡାରେ ପଡି ରହିଛନ୍ତି। ଗାଡି ନଥିବାରୁ ଆକ୍ରାନ୍ତମାନେ ନାହିଁ…
ମିରଟ୍, ଏକ ଲୋମହର୍ଷଣକାରୀ ଘଟଣା। ଜଣେ ମହିଳା ଓ ତାର 10 ବର୍ଷର ଝିଅକୁ ହତ୍ୟା କରିବା ପରେ ଅଭିଯୁକ୍ତ ଦୁଇ ମୃତଦେହକୁ ନିଜ ଘରେ ପୋତି ସେଠାରେ ନିର୍ବିଘ୍ନରେ ବାସ କରୁଥଲା। ଏହି ଘଟଣା ପ୍ରାୟ ଚାରି ମାସ ତଳର ଅର୍ଥାତ ମାର୍ଚ୍ଚ 28ର। ଶାମସାଦ ନାମକ ଅଭିଯୁକ୍ତ ସହିତ ମହିଳା ଜଣଙ୍କର ଲିଭ୍-ଇନ୍ ସମ୍ପର୍କ ରହିଥିଲା। ଜୁଲାଇ 14ରେ ପୀଡିତା ମହିଳାଙ୍କର ଜଣେ ବନ୍ଧୁଙ୍କ ଠାରୁ ସେ ନିଖୋଜ ଥିବା ଖବର ପାଇଥିଲା ପୋଲିସ। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ପୋଲିସ ଶାମସାଦ ଘର ହତାରୁ ଦୁଇ ଜଣଙ୍କର କଙ୍କାଳ ଉଦ୍ଧାର କରିବା ପରେ ଘଟଣାର ରହସ୍ୟ ପଦାକୁ ଆସିଥିଲା। ପାର୍ତ୍ତପୁର ଅଞ୍ଚଳରେ ଶାମସାଦଙ୍କ ସହିତ ବାନ୍ଧବୀ ମହିଳା ତାର ପୂର୍ବ ସ୍ବାମୀଠାରୁ ଜାତ ଝିଅ ସହିତ ପ୍ରାୟ 4 ବର୍ଷ ହେଲା ରହି ଆସୁଥିଲା। ବର୍ଷେ ହେଲା ଶାମସାଦ ମହିଳା ଜଣଙ୍କୁ ତାର ଧର୍ମ ପରିବର୍ତ୍ତନ କରିବାକୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାର କୋଭିଡ ପରିଚାଳନା ବ୍ୟବସ୍ଥା ସମୀକ୍ଷା କରି କୋଭିଡ ଯୁଦ୍ଧ ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାକୁ ୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । କୋଭିଡ ଚିକିତ୍ସାରେ ପ୍ଲାଜ୍ମା ଥେରାପି ସଫଳତାର ସହ କାମ କରୁଛି । କଟକ ଏସସିବି ପରେ ଏବେ ପଶ୍ଚିମ ଓଡିଶା ପାଇଁ ରାଉରକେଲାର ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ଗୁରୁତର ରୋଗୀ ମାନଙ୍କୁ ରାଉରକେଲାର ଆଇଜିଏଚ ହସ୍ପିଟାଲରୁ ପ୍ଲାଜମା ଥେରାପି ଯୋଗାଇ ଦିଆଯିବ। ଏଥିସହିତ ରାଉରକେଲାର କୋଭିଡ କେୟାର ସେଣ୍ଟର ଗୁଡିକର ଶଯ୍ୟା ସଂଖ୍ୟା ୭୦୦ରୁ ୧୭୦୦କୁ ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି…
ଭୁବନେଶ୍ବର, ଆଜି ରାଜ୍ୟରେ ଆଉ 440 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ 83, ଗଂଜାମରୁ 68, ବାଲେଶ୍ବରରୁ 49, ମାଲକାନଗିରିରୁ 40, ଜଗତସିଂହପୁରରୁ 23, ଭଦ୍ରକରୁ 21, ମୟୂରଭଂଜରୁ 20, କୋରାପୁଟରୁ 18, ପୁରୀରୁ 17, କଟକରୁ 11, ବରଗଡ଼ରୁ 10 ଜଣ ସୁସ୍ଥ ହୋଇଛନ୍ତି। ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁରରୁ 12 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଯାଜପୁର ଓ ଅନୁଗୁଳରୁ 9 ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ 6 ଲେଖାଏଁ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ଓ ସମ୍ବଲପୁରରୁ 5 ଜଣ ଲେଖାଏଁ ଏବଂ ନୟାଗଡ଼ରୁ 4 ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା 13 ହଜାର 749ରେ ପହଞ୍ଚିଛି।
ନୂଆଦିଲ୍ଲୀ, ବର୍ତ୍ତମାନ ସୁଦ୍ଧା ଦେଶରେ 7.5 ଲକ୍ଷରୁ ଅଧିକ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର 63 ପ୍ରତିଶତ ଅତିକ୍ରମ କରିଛି। 19ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର 63.13 ପ୍ରତିଶତରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଗୋଟିଏ ଦିନରେ ସର୍ବାଧିକ 28,472 ଜଣ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହା ଗତ 24 ଘଣ୍ଟା ମଧ୍ୟରେ କୋଭିଡ-19 ସଂକ୍ରମଣରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ସର୍ବୋଚ୍ଚ ସଂଖ୍ୟା। ଏହା ସହିତ ସମୁଦାୟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା 7,53,049ରେ ପହଞ୍ଚିଛି। ଏହା ସୁସ୍ଥତା ହାର 63.13%କୁ ବୃଦ୍ଧି କରିଛି। କ୍ରମାଗତ ଭାବରେ ବୃଦ୍ଧି ପାଇଥିବା ଆରୋଗ୍ୟ ଓ ସକ୍ରିୟଙ୍କ ସଂଖ୍ୟା (ଆଜି 4,11,133) ମଧ୍ୟରେ ପାର୍ଥକ୍ୟ ସଂଖ୍ୟା 3,41,916କୁ ବୃଦ୍ଧି ପାଇଛି । ଏହି ପାର୍ଥକ୍ୟ ଧୀରେ ଧୀରେ ବୃଦ୍ଧି ପାଉଥିବା ଧାରାକୁ ଦର୍ଶାଉଛି। ଜାତୀୟ ସୁସ୍ଥତା…
ତେଲାଙ୍ଗାନା- ବର୍ତ୍ତମାନ ଆଉ ସ୍କୁଲ ଖୋଲାବା ସମ୍ଭାବନା ନ ଥିବାରୁ ତେଲଙ୍ଗାନା ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀମାନେ ଘରେ ପାଠ ପଢିବା ପାଇଁ କୋଭିଡ କଟକଣା ଭିତରେ ବହି ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ପାଇଁ ଦେଶର ଗଣମାଧ୍ୟମ ଶିଳ୍ପ ବେଶ୍ ବାଧାପ୍ରାପ୍ତ ହେବାରେ ଲାଗିଛି। ଘରକୁ ଖବରକାଗଜ ଆସିଲେ କରୋନା ଆସିବ ବୋଲି ଭୟରେ ଅନେକ ଆଉ ଖବରକାଗଜ ମଗାଉ ନାହିଁନ୍ତି। ଏପରି ପରିସ୍ଥିତିରେ ଜାମ୍ମୁକାଶ୍ମୀରରୁ ପ୍ରକାଶିତ ଏକ ଉର୍ଦ୍ଦୁ ଖବର କାଗଜ ‘ରୋଶନୀ’ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ତାହା ହେଲା କଂପାନୀ ତରଫରୁ ଖବରକାଗଜ ସହିତ ଦିଆଯାଉଛି ଏକ ମାସ୍କ। ପାଠକମାନଙ୍କୁ ଆକୃଷ୍ଟ କରିବା ପାଇଁ କଂପାନୀ ଏହି ପଦକ୍ଷେପ ନେଇଛି। ଏଥିରେ କଂପାନୀ ତାହାର ପ୍ରଥମ ପୃଷ୍ଟାରେ ଏହି ମାସ୍କକୁ ସ୍ବତନ୍ତ୍ର ଭାବେ ସଂଯୋଗ କରିଛି। ସେଥିପାଇଁ ପ୍ରଥମ ପୃଷ୍ଠାରେ କଂପାନୀ କିଛି ସ୍ଥାନ ଏହି ମାସ୍କ ପାଇଁ ଛାଡିଛି। ହକର ପେପର ବାଣ୍ଟିବା ବେଳେ ଯେପରି ମାସ୍କଟି ନ ଖସିବ ସେଥିପାଇଁ ତାହାକୁ ସ୍ବତନ୍ତ୍ର ଅଠାରେ ସଂଯୋଗ କରାଯାଇଛି। ଏହା ଦ୍ବାରା ଲୋକମାନେ ପେପର ଘରକୁ ନେଇ ଯେଉଁ ଭୟ ରହୁଥିବା ତାହା ଦୂର ହେବା…
ଭୁବନେଶ୍ବର, ରାଉରକେଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜମା ଥେରାପି। ରାଉରକେଲା ଆଇଡିଏଚରେ ଏହି ଥେରାପି ବ୍ୟବସ୍ଥା ଆରମ୍ଭ କରାଯିବ। ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କରୋନା ପାଇଁ ଏଯାବତ 19 ଶହ କୋଟି ଟଙ୍କା ଖର୍ଚ୍ଚ ହେଲାଣି ବୋଲି ମୁଖ୍ୟ ସଚିବ କହିଛନ୍ତି। କରୋନା ସ୍ଥିତି ଏବଂ ମୁକାବିଲା କିପରି କରାଯାଉଛି ତାହାର ପଦ୍ଧତି ସମ୍ପର୍କରେ ମନ୍ତ୍ରୀ ପରିଷଦକୁ ବୈଠକରେ ଅବଗତ କରାଯାଇଛି। କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 340 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି। ଏସଡିଆରଏଫରୁ 624 କୋଟି, ପଞ୍ଚାୟତିରାଜ ବିଭାଗର 875 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଧାୟକମାନଙ୍କ ହାତପାଣ୍ଠି ଅର୍ଥ ମଧ୍ୟ 73 କୋଟି ଟଙ୍କା ଖର୍ଚ୍ଚ ହୋଇଛି। କରୋନା ମୁକାବିଲାରେ 8023 ଜଣ…
ପୁରୀ, ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ତିନି ରଥ ଭଙ୍ଗାଯିବ ନାହିଁ। ଏହି ତିନି ରଥ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବାକୁ ଆପାତତଃ ସ୍ଥିର ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଦିନ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହା ସ୍ଥିର ହୋଇଛି। ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ। ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯେଉଁ ତିନିଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ଅଧିକ ଆଲୋଚନା କରା ଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଭୁବନେଶ୍ବର, ଜୁଲାଇ ୨୩, ୨୫ ଓ ୨୯ ତାରିଖକୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଏଥିପାଇଁ, ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗର ଯେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସୂଚିତ କରାଯାଉଅଛି ଯେ, ସରକାରୀ ଓ ବେସରକାରୀ ପରିବହନ ବନ୍ଦ ସହିତ ପଶ୍ଚିମ ବଙ୍ଗକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଅଛି। ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି। ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି। ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି। ଉପରୋକ୍ତ ଟ୍ରେନର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି…
ଭୁବନେଶ୍ବର, ଭାରତୀୟ ଜନତା ପାର୍ଟି ଆଜି ତାର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ରାଜ୍ୟ ଶାଖା ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନଜର ପକାନ୍ତୁ କାହାକୁ କେଉଁ ଜିଲ୍ଲାର ଦାୟିତ୍ବ ଦିଆଯାଇଛି
ଜୟପୁର: ବିଜେପିରେ ଯୋଗ ଦେବାକୁ ଦଳରୁ ବହିଷ୍କୃତ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କୁ ଟଙ୍କା ଯାଚିଥିଲେ ବୋଲି ଅଭିଯୋଗ ଆଣିଥିବା କଂଗ୍ରେସ ବିଧାୟକ ଗିରିରାଜ ସିଂହ ମଲିଙ୍ଗାଙ୍କ ବିରୁଦ୍ଧରେ ସଚିନ ପାଇଲଟ ଲିଗାଲ ନୋଟିସ ଦେଇଛନ୍ତି । ମଲିଙ୍ଗାକୁ ନୋଟିସ ପଠାଇବା ସହ ପାଇଲଟଙ୍କ ଆଇନଜୀବୀ ତାଙ୍କୁ 7 ଦିନ ମଧ୍ୟରେ ଗଣମାଧ୍ୟମ ସାମ୍ନାରେ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ଦାବି ଜଣାଇଛନ୍ତି । କେବଳ ଏତିକି ନୁହେଁ ନୋଟିସରେ ଏକ ଟଙ୍କା ଦେବାକୁ ଦାବି କରାଯାଇଛି । ଯଦି 7 ଦିନ ମଧ୍ୟରେ ମଲିଙ୍ଗା କ୍ଷମା ପ୍ରାର୍ଥନା ନ କରନ୍ତି, ତାହାଲେ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରାଯିବା ନେଇ ଚେତାବନୀ ଦିଆଯାଇଛି । ରାଜସ୍ଥାନର ବାଡିରୁ ନିର୍ବାଚିତ ବିଧାୟକ ମଲିଙ୍ଗା ସୋମବାର ଦିନ କହିଥିଲେ ଯେ, ସଚିନ ପାଇଲଟଙ୍କ ସହ ତାଙ୍କର ଦୁଇ ତିନିଥର ଭେଟ ହୋଇଥିଲା । ମାଲିଙ୍ଗାଙ୍କ ଅନୁସାରେ ଏହି ସମୟରେ…
ନୂଆଦିଲ୍ଲୀ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଆରମ୍ଭ ପାଇଁ ଅଗଷ୍ଟ 5 ତାରିଖରେ ଭୂମିପୂଜା ଅନୁଷ୍ଠିତ ହେବ। । ଏହା ବୁଧବାର ଦିନ ଚୂଡାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଳାନ୍ୟାସ କରିବେ । ଏହି ସମାରୋହରେ ପ୍ରାୟ ୨୦୦ ଲୋକ ଯୋଗ ଦେବେ । ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରକାଶ କରିଛି। କୋଭିଡ – ୧୯ ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ସହ ଭୂମିପୂଜା ସମ୍ପନ୍ନ କରିବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ପୂର୍ବରୁ ଅଗଷ୍ଟ 3 କିମ୍ବା 5 ତାରିଖରେ ଭୂମି ପୂଜା ହୋଇପାରେ ବୋଲି ଆପାତତଃ ସ୍ଥିର ହୋଇଥିଲା। ଭୂମି ପୂଜା ପାଇଁ ସର୍ବାଧିକ 200 ଲୋକଙ୍କୁ ଆମନ୍ତ୍ରଣ କରାଯିବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମନ୍ଦିରରେ…
ଅମ୍ରାବତୀ (ଆନ୍ଧ୍ରପ୍ରଦେଶ) , ଦୁଇ ମାସ ତଳେ ହାଇକୋର୍ଚଙ୍କ ଆଦେଶ ଅନୁଯାୟୀ ଏନ.ରମେଶ କୁମାରଙ୍କୁ ରାଜ୍ୟର ମୁଖ୍ୟ ନିର୍ବାଚନ କମିସନର (ଏସଇସି) ଭାବେ ପୁନଃ ଅବସ୍ଥାପିତ କରିବାକୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ଏସଇସି ଭାବେ ପୁନଃ ଅବସ୍ଥାପିତ କରିବା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିବା କଥା ରମେଶ କୁମାରଙ୍କ ନିକଟକୁ ଏକ ପତ୍ର ଲେଖି ରାଜ୍ୟପାଳଙ୍କ ସଚିବ ଜଣାଇ ଦେଇଛନ୍ତି।
ଗୁଆହାଟୀ: ଆସାମର ତିନସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପରେ ବୁଧବାର ହଠାତ ଏକ ଭୟଙ୍କର ବିସ୍ଫୋରଣ ଘଟିବାରୁ ସେଠାରେ କାମ କରୁଥିବା ୩ ଜଣ ବିଦେଶୀ ବିଶେଷଜ୍ଞ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଅଏଲ ଇଣ୍ଡିଆର 5 ନମ୍ବର ତୈଳ କୂପଠାରେ ବିସ୍ଫୋରଣ ଘଟିଛି। ଏଠାରେ ଜୁନ୍ ମାସ 9 ତାରିଖରେ ନିଆଁ ଲାଗିଛି। ଏପରିକି ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସିଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ଗତ ମେ ୨୭ରେ ତୈଳକୂପର ପ୍ରେସର କଣ୍ଟ୍ରୋଲ ସିଷ୍ଟମ ବିଫଳ ହେବାରୁ ଏଥିରୁ ତୈଳ ନିର୍ଗତ ହେବା ଆରମ୍ଭ କରିଥିଲା । ଏହି ତୈଳକୂପରେ ହୋଇଥିବା ଛିଦ୍ରକୁ ମରାମତି କରିବାକୁ ଅଏଲ ଇଣ୍ଡିଆ ପକ୍ଷରୁ ସିଂଗାପୁରର ଏକ କମ୍ପାନି ଆଲର୍ଟ ଡିଜାଷ୍ଟର କଣ୍ଟ୍ରୋଲକୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସିଂଗାପୁର କମ୍ପାନିର ଏକ ୬ ଜଣିଆ ବିଶେଷଜ୍ଞ ଟିମ ଗତ ଜୁନ ୮ରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ…
କଟକ, ଭୁବନେଶ୍ବର ପରେ କଟକ ସହରରେ ବି କରୋନା କାୟା ବିସ୍ତାର କରିବା ଆରମ୍ଭ କରିଛି। ଆଜି ଦିନକରେ କଟକ ସହରରୁ ଆଉ 54 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ 11 ସରକାରୀ କ୍ବାରେଣ୍ଟିନ, 41 ହୋମ୍ କ୍ବାରେଣ୍ଟିନ ଏବଂ 2 ଲୋକାଲ କଣ୍ଟାକ୍ଟ କେସ୍ ରହିଛନ୍ତି। ସହରର କେବଳ ଖଟବିନ ସାହିରୁ 32 ଜଣ ପଜିଟିଭ ବାହାରିଥିବା ବେଳେ ଶଙ୍କରପୁର ପରିଡା ସାହିରୁ 8 ଜଣ ବାହାରିଛନ୍ତି। ମଣିସାହୁ ଛକ, ଥୋରିଆ ସାହି, ସୂତାହାଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସହରର 32 ଜଣ ବାହାରିଥିବା ଖଟବିନ ସାହି ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇ ଦେଇଛି।
ରମେଶ ମହାନ୍ତି ଜଗତସିଂହପୁର, ଜଗତସିଂହପୁର ଜିଲ୍ଲାରୁ ଆଜି ନୂଆ 34 ଜଣ କରୋନା ସଂକ୍ରମିତ ଚିହ୍ମଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ଏଯାବତ ଜିଲ୍ଲାରେ ମୋଟ କରୋନା ପଜିଟିଭ ସଂଖ୍ୟା 608ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ମୋଟ 387 ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 219 ଜଣ ଆକ୍ଟିଭ କେସ୍ ରହିଛି। ଜିଲ୍ଲାର ବାଲିକୁଦା ବ୍ଲକରୁ 11, ଜଗତସିଂହପୁରରୁ 14, କୁଜଙ୍ଗରୁ 5, ପାରାଦୀପରୁ 2, ରଘୁନାଥପୁର ଏବଂ ନୂଆଗାଁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକଙ୍କ ଟ୍ରାଭେଲ ହିଷ୍ଟ୍ରି ରହିଥିବା ଜଣାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ/ୱାସିଂଟନ,ବୁଧବାର ଦିନ ଏକ ଆକସ୍କିକ ଘଟଣାରେ ହୋଷ୍ଟନରେ ଥିବା ଚୀନ ତାର ବାଣିଜ୍ୟ ଦୂତାବାସକୁ ତୁରନ୍ତ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ଆମେରିକା ତାଗିଦ୍ କରିଛି। ଚୀନ ସରକାରଙ୍କ ମୁଖପାତ୍ର ଗ୍ଲୋବାଲ ଟାଇମସର ସମ୍ପାଦକ ହୁ ଝିନ୍ ସୋସିଆଲ ମିଡିଆରେ ଏହାକୁ ସ୍ବୀକାର କରିବା ସହ କହିଛନ୍ତି, ଏହା ଆମେରିକାର ପାଗଳାମି ପଦକ୍ଷେପ। ଆମେରିକାର ଏହା ଏକତରଫା ପଦକ୍ଷେପ ବୋଲି ବର୍ଣ୍ଣନା କରି ଚୀନ କହିଛି, ବେଜିଂ ଏହାର କଡା ଜବାବ ଦେବ। ଆମେରିକା ଯଦି ଏହି ନିଷ୍ପତ୍ତିର ପୁନଃବିଚାର ନକରେ ତେବେ ପରିସ୍ଥିତି ବିଷମୟ ହେବ ବୋଲି ଚୀନ କଡା ଜବାବ ଦେଇଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ ଦୂତାବାସରେ ଚୀନର କିଛି ଅଧିକାରୀ କେତେକ କାଗଜପତ୍ର ପୋଡି ଦେଇଥିବା ହୋଷ୍ଟନ ପୋଲିସ ପାଖରେ ଖବର ପହଞ୍ଚିଛି। କିନ୍ତୁ ପୋଲିସକୁ ଦୂତାବାସର ଅଧିକାରୀମାନେ ଭିତରକୁ ଛାଡିନଥିଲେ। ତେବେ ଚୀନ ପାଲଟା ଅଭିଯୋଗ କରିଛି ଯେ, ଆମେରିକା ସୁରକ୍ଷା କର୍ମଚାରୀ…
ନୂଆଦିଲ୍ଲୀ, 1985ରେ ରାଜା ମାନସିଂହଙ୍କୁ ହତ୍ୟା ସମ୍ପର୍କିତ ଏକ ମାମଲାରେ ଉତ୍ତର ପ୍ରଦେଶ ମଥୁରାରେ ଥିବା ଏକ ସ୍ଥାନୀୟ ଅଦାଲତ 11 ଜଣ ପୋଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଚିତ କରିଛନ୍ତି। ଏମାନଙ୍କ ମଧ୍ୟରେ ତତ୍କାଳୀନ ଜଣେ ଡିଏସପି ରହିଛନ୍ତି। 35 ବର୍ଷ ତଳର ଏହି ପୁରୁଣା ମାମଲରେ ଦଣ୍ଡବିଧାନ କରିବା ଦିନକ ପୂର୍ବରୁ ଜିଲ୍ଲା ଜଜ୍ ସାଧାନ ରାଣୀ ଠାକୁର ସମସ୍ତ ଅଭିଯୁକ୍ତଙ୍କୁ ହତ୍ୟା ଘଟଣା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ଅବଶ୍ୟ ସେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ଛାଡ କରି ଦେଇଛନ୍ତି। ମାମଲାର ବିଚାର ସମୟରେ ଚାରିଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ପୋଲିସ କର୍ମଚାରୀଙ୍କୁ ଆଇପିସିର 302, 148 ଏବଂ 149 ଧାରା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ରାଜା ମାନସିଂହଙ୍କୁ ହତ୍ୟା କରାଯିବାର 35 ବର୍ଷ ପରେ ଏହି ରାୟ ପ୍ରକାଶ ପାଇଛି। ରାଜା ମାନସିଂହ ରାଗରେ ତତ୍କାଳୀନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କ…
ନୂଆଦିଲ୍ଲୀ: ରାଜ୍ୟସଭାକୁ ନବ ନିର୍ବାଚିତ 45 ଜଣ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରୁ 36 ଜଣ ସାଂସଦ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନ ଏବଂ ଉପ-ନିର୍ବାଚନରେ 20ଟି ରାଜ୍ୟରୁ 61 ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଏଥିରୁ 45 ଜଣ ଆଜି ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଶରଦ ପାୱାର, ଦିଗବିଜୟ ସିଂ ଓ ରାମଦାସ ଅଠାୱାଲେଙ୍କ ସମେତ 12 ଜଣ ସିଟିଂ ସାଂସଦ ଅଛନ୍ତି । କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଅଫିସରେ ନୂତନ ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଇଥିଲା । ଆଜି ଶପଥ ନେଇଥିବା ସଦସ୍ୟମାନେ…

