ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଶପଥ ନେଇଛନ୍ତି ଓଡ଼ିଶାର 4 ନବ ନିର୍ବାଚିତ ରାଜ୍ୟସଭା ସାଂସଦ । ଓଡ଼ିଆରେ ଶପଥ ନେଲେ 4 ସାଂସଦ । ସାଂସଦ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ଶପଥ ନେଇଛନ୍ତି । ରାଜ୍ୟସଭା ଭିତରେ ସମୁଦାୟ 62 ସାଂସଦଙ୍କ ସହିତ ଏମାନେ ଶପଥ ନେଇଛନ୍ତି । ଓଡ଼ିଶାରୁ ଖାଲି ପଡିଥିବା 4ଟି ରାଜ୍ୟସଭା ଆସନ ପାଇଁ ବିଜେଡିର ଏହି 4 ଜଣ ସାଂସଦ ଆଜି ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଉପସ୍ଥିତିରେ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ସୂଚନାଥାଉ କି, କରୋନା ପାଇଁ ବିଳମ୍ବରେ ଶପଥ ପାଠ କରାଯାଇଛି । ରାଜ୍ୟର 4 ସାଂସଦ ମାର୍ଚ୍ଚ 11 ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ ।
Author: Samikhsya Bureau
ସମ୍ବଲପୁର : ଲୋକପ୍ରିୟ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗୀତ ନାଁରେ ଗାଁର ନାମକୁ ନାମିତ କରାଯାଇଛି । ବିଖ୍ୟାତ ଲୋକ ସଙ୍ଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ । ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ର ନାମ ପରିବର୍ତ୍ତନ କରାଯାଇ ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ସବୁଜ ସଂକେତ ପରେ ନାଁ ବଦଳିଛି । ଗ୍ରାମ ନାମ ରଙ୍ଗବତୀ ନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ମିତ୍ରଭାନୁ ଗୌନ୍ତିଆଙ୍କ ରଚିତ ରଙ୍ଗବତୀ ଗୀତ ଓଡ଼ିଶା ସମେତ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ଜନାଦୃତ ହୋଇଛି । ଜିତେନ୍ଦ୍ର ହରିପାଲ ଏବଂ କ୍ରୀଷ୍ଣା ପଟେଲ ‘ରଙ୍ଗବତୀ’ ଗୀତ ଗାଇ ପ୍ରସିଦ୍ଧ ପାଇଥିଲେ। ରଙ୍ଗବତୀ ଗୀତଟି 2007 ମସିହାରେ ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ର ଓଡ଼ିଶା…
ଭୁବନେଶ୍ବର, ଆଜି ଭୁବନେଶ୍ବରରୁ 91 ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ 72 ଜଣ ହୋମ୍ କ୍ବାରେଣ୍ଟାଇନ୍ରୁ ରହିଥିବାବେଳେ 19 ଜଣ ଲୋକାଲ୍ କେସ୍ ରହିଛି । ତେବେ ହୋମ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ମଞ୍ଚେଶ୍ବର ସ୍ଥିତ ଏକ ଅଟାକଳରୁ 26ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ଆଇଆରସି ଭିଲେଜ ଗଣପତି ନଗର ବସ୍ତିରୁ 14 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜମହଲ ଛକର ଏକ ନିର୍ମାଣ ସଂସ୍ଥାର 9 କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ନୟାପଲ୍ଲୀ ବସ୍ତୁର ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜଧାନୀ ଭୁବନେଶ୍ବରରୁ 99 ଜଣ ସୁସ୍ଥ ହୋଇଛନ୍ତି । ନୂତନ 91 ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 1343ରେ ପହଞ୍ଚିଛି।…
ଭୁବନେଶ୍ବର : ଓଡ଼ିଶାରେ କରୋନା କାୟା ବିସ୍ତାର କରି ଚାଲିଥିବାବେଳେ ଆଜି ନବୀନ ପଟ୍ଟନାୟକ ଭ୍ୟାକସିନ୍ ସମ୍ପର୍କରେ ଅଦର ପୁନାଓ୍ବାଲାଙ୍କ ସହ ଆଲୋଚନା କରିଛନ୍ତି । ସେରମ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଅଦର ପୁନାଓ୍ବାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ । କରୋନା ଭ୍ୟାକସିନ୍ ସମ୍ପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ନବୀନ । ଭ୍ୟାକ୍ସିନର ସଫଳ ଅଗ୍ରଗତି ନେଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାକୁ ଟୀକା ଯୋଗାଣରେ ସହଯୋଗ ଆଶା କରିଛନ୍ତି ନବୀନ । କ୍ଲିୟରାନ୍ସ ମିଳିବା ପରେ ଓଡ଼ିଶାକୁ ଆଗ ଟୀକା ମିଳିବା ନେଇ ଆଶା ପ୍ରକାଶ ପାଇଛି । ଟୀକା ଅଗ୍ରଗତିକୁ ନିରୀକ୍ଷଣ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପୁନାଓ୍ବାଲା ପ୍ରଶଂସା କରିଛନ୍ତି । ଅଗଷ୍ଟ ମଧ୍ୟଭାଗରେ ଟିକାର ପରବର୍ତ୍ତୀ ପରୀକ୍ଷଣ ହେବ ବୋଲି କହିଛନ୍ତି ପୁନାଓ୍ବାଲା। ଅକ୍ଟୋବର-ନଭେମ୍ବର ବେଳକୁ ଟୀକା ପ୍ରସ୍ତୁତ ହୋଇଯିବ ବୋଲି କହିଛନ୍ତି ପୁନାଓ୍ବାଲା । ଟୀକା ପାଇଁ ସେରମ-ରାଜ୍ୟ ସରକାର…
ଫ୍ଲୋରିଡା : ଆମେରିକାର ଫ୍ଲୋରିଡାରେ ରହୁଥିବା ଜଣେ 20 ବର୍ଷୀୟ ଭାଇ ଓ 22 ବର୍ଷୀୟ ଭଉଣୀର ମାତ୍ର 11 ଦିନ ଭିତରେ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଦୁଇ ଭାଇ ଭଉଣୀଙ୍କ ମା’ ମୋନେଟ୍ ହିକ୍ସ କହିଛନ୍ତି ଯେ, ପ୍ରଥେମ ତାଙ୍କ ପୁତ୍ର ବେରେନ୍ ପ୍ରଥମ ଜୁନ୍ 27 ରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କୁ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାର ସାତ ଦିନ ପରେ ତାଙ୍କ ଭଉଣୀ 22 ବର୍ଷୀୟ ମିଚେଲା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲା । ହସ୍ପିଟାଲରେ ଭରତ୍ତି ହେବା ପରେ ଦୁହିଁଙ୍କ ଅବସ୍ଥା ସଂକଟାପନ୍ନ ହୋଇଥିଲା । ମୃତ୍ୟୁ ପୂର୍ବରୁ ତାଙ୍କର ଗୋଟେ କିଡ୍ନୀ ଖରାପ ହୋଇଥିଲା । ଜୁଲାଇ 8 ତାରିଖରେ ମିଚେଲାଙ୍କର ମୃତ୍ୟୁ ହୋଇଥିଲା । ତେବେ ମିଚେଲା ମୋଟାପା,…
ରାୟଗଡା : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାକୁ ଆସନ୍ତା 7 ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଆସନ୍ତାକାଲିଠାରୁ ଜୁଲାଇ 29 ତାରିଖ ଯାଏଁ ସଟ୍ଡାଉନ୍ ରହିବା ନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି । ସୂଚନାଯୋଗ୍ୟ ଆଜି ରାୟଗଡା ଜିଲ୍ଲାରୁ 96 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସର୍ବମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 338ରେ ପହଞ୍ଚିଥିବାବଳେ 139 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ 2 ଜଣଙ୍କ ଜୀବନ ଯାଇଥିବାବେଳେ ଏବେ ସୁଦ୍ଧା 197ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ବର, ଦେଶରେ କାରୋନା ମହାମାରି ପରିସ୍ଥିତିରେ ସବୁ ସ୍କୁଲଗୁଡିକ ଖୋଲିବା ପ୍ରାୟ ଅନିଶ୍ଚତତା ଭିତରେ ଗତି କରୁଛି । ଗୋଟିଏ ପଟେ ପିଲାଙ୍କ ସ୍ୱାସ୍ଥ୍ୟ-ସୁରକ୍ଷା ଚିନ୍ତା, ଅନ୍ୟପଟେ ସେମାନଙ୍କ ଶିକ୍ଷା-ସମସ୍ୟାକୁ ଆଧାର କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ସରକାର ଶିକ୍ଷା ବିଭାଗ ମାଧ୍ୟମରେ ଅଭିଭାବକ ମାନଙ୍କ ୩-ସୂତ୍ରୀ ମତ ଲୋଡିଛନ୍ତି । ସେଗୁଡିକ ହେଲା (୧) ଅଗଷ୍ଟ/ସେପ୍ଟେମ୍ବର/ଅକ୍ଟୋବର ମାସ ମଧ୍ୟରୁ କେଉଁ ମାସରେ ସ୍କୁଲ ଖୋଲାଯିବ (୨) ସ୍କୁଲ ଖୋଲିବା ମାତ୍ରେ, ସ୍କୁଲ କର୍ତ୍ତୁପକ୍ଷଙ୍କ ଠାରୁ ଅଭିଭାବକ ମାନଙ୍କ ଆଶା (୩) ଅଭିଭାବକମାନଙ୍କ ନିଜସ୍ଵ ମନ୍ତବ୍ୟ ତେବେ ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ ଆସୋସିଏସନ ଫୋରମ (ଓ.ପା.ଫ.) ତାହାର ଲିଖିତ ମନ୍ତବ୍ୟ ମାଧ୍ୟମ ରେ ଜଣାଇଛି କି, “ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର ସରକାରୀ ବିଦ୍ୟାଳୟ ହେଉ କିମ୍ବା ବେସରକାରୀ ବିଦ୍ୟାଳୟ ଗୁଡିକର ସୁରକ୍ଷା ଦାଇତ୍ଵ ନିଜ ନିୟନ୍ତ୍ରଣ ଭିତରକୁ ନଆଣିଛନ୍ତି ଏବଂ କାରୋନା ସଂକ୍ରମଣ ସଂପୂର୍ଣ୍ଣ କାବୁ…
ଭୁବନେଶ୍ବର : ଆଜି ରାଜ୍ୟରେ ଗୋଟିଏ ଦିନରେ ଏକ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 100 ଡେଇଁସାରିଛି। ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 20 ହଜାର ନିକଟତର ହୋଇଛି । ଆଜି ସର୍ବାଧିକ 1078ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁନଶ୍ଚ ଆଜି ସର୍ବାଧିକ 28ଟି ଜିଲ୍ଲାରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ପାଞ୍ଚଜଣଙ୍କ ଜୀବନ ନେଇଛି କରୋନା । ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର, ଗଜପତି, ରାୟଗଡା, ସୁନ୍ଦରଗଡ ଆଦି ଜିଲ୍ଲାରେ କରୋନା ସ୍ଥିତି ଜଟିଳ ରହିଛି । ଜାଣନ୍ତୁ କେଉଁଠି କିପରି ରହିଛି କରୋନା ସ୍ଥିତି : ଜିଲ୍ଲା ପଜିଟିଭ୍ ସୁସ୍ଥ ଆକ୍ଟିଭ୍ ମୃତ ମୃତ (ଅନ୍ୟାନ୍ୟ) ଗଞ୍ଜାମ 6362 4008 2287 62 5 ଖୋର୍ଦ୍ଧା…
ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି ପାଞ୍ଚୋଟି ମୁଣ୍ଡ ନେଇଛି କରୋନା । ଆଜି ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ତିନିଜଣ ଥିବାବେଳେ ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ରହିଛନ୍ତି ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମରୁ ତିନି ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପୁରୁଷ ଦ୍ବୟଙ୍କ ବୟସ ଯଥାକ୍ରମେ 60 ଓ 61 ବର୍ଷହୋଇଥିବାବେଳେ ମହିଳାଙ୍କ ବୟସ 40 ବର୍ଷ ବୋଲି ସୂଚନା ରହିଛି । ଗଜପତିର ମୃତକଙ୍କ ବୟସ 72 ବର୍ଷ ହୋଇଥିବାବେଳେ କନ୍ଧମାଳର 87 ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆଜି ରାଜ୍ୟରୁ ପାଞ୍ଚଟି ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା 108କୁ ବୃଦ୍ଧି ହୋଇଛି। ଗଞ୍ଜାମରେ ସର୍ବାଧିକ 62କୁ ବୃଦ୍ଧି ହୋଇଛି । ସେହିପରି ଆଜି ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ…
ଭୁବନେଶ୍ବର : ଆଜି 28ଟି ଜିଲ୍ଲାରୁ ମୋଟ୍ 1078 ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ 371 ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ 121, ରାୟଗଡାରୁ 96, ମାଲ୍କାନଗିରିରୁ 66, କଟକରୁ 57, ଜଗତସିଂହପୁରରୁ 35, ଝାରସୁଗୁଡାରୁ 34, ସୁନ୍ଦରଗଡରୁ 29, ପୁରୀରୁ 28, ବରଗଡରୁ 26, କେନ୍ଦ୍ରାପଡା ଓ ଗଜପତରୁ 24 ଜଣ ଲେଖାଏଁ ରହିଥିବାବଳେ ସମ୍ବଲପୁର ଓ ଯାଜପୁରରୁ 20ଜଣ ଲେଖାଏଁ ରହିଛନ୍ତି । ନବରଙ୍ଗପୁରରୁ 17, କେଉଁଝରରୁ 16, କଳାହାଣ୍ଡି ଓ କୋରାପୁଟରୁ 15 ଜଣ ଲେଖାଏଁ ରହିଛନ୍ତି । କନ୍ଧମାଳ ଓ ମୟୁରଭଞ୍ଜରୁ 13, ବାଲେଶ୍ବର ଓ ସୋନପୁରରୁ 10 ଜଣ ଲେଖାଏଁ ରହିଛନ୍ତି । ବଲାଙ୍ଗିରରୁ 6 ଜଣ ରହିଥିବାବେଳେ ନୟାଡରୁ 5, ବୌଦ୍ଧରୁ 3ଜଣ, ଢେଙ୍କାନାଳରୁର 2 ଜଣ ଓ ଅନୁଗୁଳୁ ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 1078 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 721ଜଣ ଚିହ୍ନଟ ହୋଇଥିବାବେଳେ 357ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 19ହଜାର 835କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 6ହଜାର 387ଜଣ । ସେହିପରି ସୁସ୍ଥ ହୋଇଛନ୍ତି 13 ହଜାର309ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 103ଜଣ । ସେହିପରି 30 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ବ୍ରହ୍ମପୁର : ଲକ୍ଡାଉନ୍ରେ ଲୋକଙ୍କ ସୁବିଧା ପାଇଁ ଅର୍ଥାତ୍ ଏହି ସମୟରେ ଲୋକଙ୍କୁ ଜରୁରୀକାଳୀନ ସେବା ପ୍ରଦାନ କରିବା ପାଇଁ 22ଟି ଅଟୋ ଚଳାଚଳ କରିବ। ଏନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସମ୍ପୃକ୍ତ 22 ଅଟୋ ଡ୍ରାଇଭର ଓ ସେମାନଙ୍କ ଫୋନ୍ ନମ୍ବର ଜାରି ହୋଇଛି । କୌଣସି ଜରୁରୀ କାମ ପଡିଲେ ଫୋନ୍ କରି ସୁବିଧା ପାଇପାରିବେ ଲୋକେ । ତେବେ କିଲୋମିଟର ପିଛା ଅଟୋ ଭଡା 10ଟଙ୍କା ଧାର୍ଯ୍ୟ କରାଯାଇଛି ।
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ ନିକଟତର ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା 28 ହଜାର 732କୁ ବୃଦ୍ଧି । ଆକ୍ରାନ୍ତଙ୍କ ସଂଖ୍ୟା 11 ଲକ୍ଷ 92 ହଜାର 915ରରେ ପହଞ୍ଚିଛି । 24 ଘଣ୍ଟାରେ ସର୍ବାଧିକ 37 ହଜାର 724 ଆକ୍ରାନ୍ତ ହୋଇଥିବାବେଳେ 648ରୁ ମୃତ୍ୟୁ ହୋଇଛି । ଦେଶରେ ଏବେ ପର୍ଯ୍ୟନ୍ତ ସକ୍ରିୟ ଆକ୍ରାନ୍ତ 4 ଲକ୍ଷ 11 ହଜାର 133 ଜଣ ରହିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି 7 ଲକ୍ଷ 53ହଜାର 049 ଜଣ । ମହାରାଷ୍ଟ୍ରରେ 3 ଲକ୍ଷ 27 ହଜାର 31 ଆକ୍ରାନ୍ତ ରହିଥିବାବେଳେ 12 ହଜାର 276ଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ 3ହଜାର 690ଙ୍କର ମୃତ୍ୟୁ ହୋଇଥିବାବେଳେ…
ନୂଆଦିଲ୍ଲୀ : ଦିଲ୍ଲୀ ସମେତ ପୂରା ଦେଶ ଏବେ କରୋନା ସଂକଟ ଦେଇ ଗତି କରୁଥିବାବେଳେ ଜଣେ ନିଜେ ପ୍ରେମିକା ପାଇଁ 12ଟା ବାଇକ୍ ଚୋରି କରିଛି । ଏହି ଘଟଣାଟି ପୂର୍ବ ଦିଲ୍ଲୀର ପଟପଡଗଞ୍ଜ ଅଞ୍ଚଳର ଘଟିଛି । ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କୁ ବୁଲାଇବା ପାଇଁ ଚୋରି ବନି ଯାଇଛନ୍ତି । ମାତ୍ର 15 ଦିନ ଭିତରେ ଗୋଟିଏ ଦୁଇଟି କି ନୁହେଁ 12ଟି ବାଇକ୍ ଚୋରି କରିଛନ୍ତି । ପୋଲିସ୍ ଏହି ଘଟଣାର ସମସ୍ତ ବାଇକକୁ ଜବତ କରି ଏହି ଘଟଣାରେ ରହିଥିବା ଅଭିଯୁକ୍ତ ତିନିଜଣଙ୍କୁ ଗିରଫ କରିଛି । ତେବେ ଏହି ଘଟଣାରେ ଗାଜୀପୁରଠାରେ ପିକେଟିଂ ଚେକିଂ ସମୟରେ ବ୍ୟକ୍ତିଜଣକ ଧରାପଡିଥିଲେ । ଏହାପରେ ଗାଡିର କାଗଜପତ୍ର ମାଗିବା ବେଳେ ଅସଲ କଥା ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତ ଘଟଣା ପଦାକୁ ଆସିଥିଲା । ପ୍ରେମିକ ଜଣକ ନିଜ ପ୍ରେମିକାକୁ ଖୁସି କରିବା ପାଇଁ ମଣ୍ଡାଓ୍ବଲୀ,…
କେଦାର ମିଶ୍ର ସୁସ୍ଥ ଲୋକ ବାହାରକୁ ଗଲାବେଳେ ମୁଖା ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ- ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ବେଳକୁ ଭାରତର ପ୍ରାୟ ସବୁ ଡାକ୍ତର ଏକଥା କହୁଥିଲେ। ଭୁବନେଶ୍ୱର ଏମ୍ସ ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ନିର୍ଦ୍ଦିଷ୍ଟ ଭାବରେ ଏ କଥା ବହୁ ଟେଲିଭିଜନ ଆଲୋଚନାରେ କହିଛନ୍ତି। ସେହି ସମୟରେ ଓଡିଶା ସରକାରଙ୍କର କୋଭିଡ ମୁଖପାତ୍ର ସୁବ୍ରତ ବାଗଚି ମଧ୍ୟ ସେକଥା କହୁଥିଲେ। ତେବେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ସମସ୍ତଙ୍କ କଥା ବଦଳିଗଲା। ଭାରତ ସରକାର ଓ ରାଜ୍ୟ ସରକାର ଗୁଡିକ ସାଧାରଣ ସ୍ଥାନରେ ମୁଖା ପିନ୍ଧିବା ବାଧ୍ୟତାମୂଳକ ବୋଲି ଆଇନ କଲେ ଓ ଏହାକୁ ନ ମାନିଲେ ଜରିମାନାର ବନ୍ଦୋବସ୍ତ କଲେ। ଆଗରୁ ମୁଖାର ଆବଶ୍ୟକତା ନାହିଁ ବୋଲି କହୁଥିବା ସରକାର ହଠାତ ମୁଖା ହିଁ ଭୂତାଣୁ ରୋକିବାର ଏକମାତ୍ର ମାର୍ଗ ବୋଲି କହିଲେ। ତେବେ ମୁଖା ବାଧ୍ୟତାମୂଳକ ହେବା ପରେ ଆଉ ଗୋଟେ…
କନ୍ଧମାଳ : କରୋନା ସଂକ୍ରମଣକୁ ଦୃଷ୍ଟିରେ ଓଡ଼ିଶାର ଏହି ଜିଲ୍ଲାରେ ସପ୍ତାହେ ପାଇଁ ବ୍ୟାଙ୍କକୁ ବନ୍ଦ କରାଯାଇଛି । କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ସପ୍ତାହେ ପାଇଁ ବନ୍ଦ ।ଜିଲ୍ଲାରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବ୍ୟାଙ୍କ ବନ୍ଦ କଲା ପ୍ରଶାସନ । ସପ୍ତାହେ ବ୍ୟାଙ୍କ ବନ୍ଦ ରଖି ସାନିଟାଇଜ୍ କରିବ ପ୍ରଶାସନ । ସପ୍ତାହେ ପରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ ବ୍ୟାଙ୍କ ଖୋଲିବ । ସବୁ କର୍ମଚାରୀଙ୍କୁ ସପ୍ତାହେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ହୋମ କ୍ବାରେଣ୍ଟିନ୍ ବେଳେ କିଛି ଲକ୍ଷଣ ଦେଖାଗଲେ ପ୍ରଶାସନକୁ ଜଣାଇବେ ବୋଲି ନିର୍ଦ୍ଦେଶ ରହିଛି । ସେହିପରି ଏଟିଏମ୍ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରଖିବାକୁ ସମ୍ପୃ୍କ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବର : ଭୁବନେଶ୍ବରରେ ପ୍ରତିଷ୍ଠା ହେବ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ । ଆଜି ମୁଖ୍ୟମନ୍ତ୍ରୀ କୋଭିଡ୍ ସମୀକ୍ଷା ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ପ୍ରତିଷ୍ଠା ହେବ କୋଭିଡ୍ ହସ୍ପିଟାଲ । 30ଟି ଆଇସିୟୁ ସହିତ 150 ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । ସେହିପରି ନୀଳାଚଳ ଡାକ୍ତରଖାନାରେ ଚଳିତ ସପ୍ତାହରୁ କାର୍ଯ୍ୟ କରିବ କୋଭିଡ୍ ହସ୍ପିଟାଲ । ସୂଚନାଯୋଗ୍ୟ, ଭୁବନେଶ୍ବରରେ ସମ୍ ହସ୍ପିଟାଲ ଓ କିମସ୍ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି ।
ବଣାଇ : ହତ୍ୟାର ମାସେ ପରେ ମାଟିତଳୁ ଶବ ଉଦ୍ଧାର ହୋଇଛି । ବଣାଇର ମହୁଲପଦା ଥାନା ଉପରକନିଆ ଗ୍ରାମ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ହତ୍ୟାର ମାସେ ପରେ ମାଟି ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମହୁଲପଦା ଥାନା ଉପରକନିଆ ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି । ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୋଲିସ୍ ଏହି ମୃତଦେହକୁ ଉଦ୍ଧାର କରିଛି । ଅଭିଯୁକ୍ତ ସ୍ବାମୀ ଗିରଫ ହୋଇଛନ୍ତି । ମାସେ ତଳେ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ସ୍ବାମୀ ।
ସମ୍ବଲପୁର : ଆସନ୍ତାକାଲିଠାରୁ ସମ୍ବଲପୁର ଜିଲ୍ଲା ସଟ୍ଡାଉନ୍ । 22 ତାରିଖଠାରୁ ଆସନ୍ତା ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ସଟ୍ଡାଉନ୍ ରହିବ ସମ୍ବଲପୁର ଜିଲ୍ଲା । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । 10 ଦିନିଆ ସଟ୍ଡାଉନ୍ ଦୁଇ ଦଫାରେ ଲାଗୁ କରିବା ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଛି । 22ରୁ 25 ପ୍ରଥମ ଦଫା ସଟ୍ଡାଉନ୍ ଲାଗୁହେବ ସେହିପରି 26ରୁ 31 ଦ୍ବିତୀୟ ଦଫା ସଟ୍ଡାଉନ୍ ହେବ। ସଟ୍ଡାଉନ୍ ସମୟରେ ଜିଲ୍ଲା ଭିତରେ ସରକାରୀ, ଘରୋଇ ପରିବହନକୁ ବାରଣ କରାଯାଇଛି । ସେହିପରି ଏହି ସମୟରେ ଦୋକାନ ବଜାର ବନ୍ଦ ରହିବ । ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ । ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସବୁ ଦୁଇ ଚକିଆକୁ ବାରଣ କରାଯାଇଛି । ତେବେ ହସ୍ପିଟାଲ, କ୍ଲିନିକ୍, ଔଷଧ ଦୋକାନ, ପେଟ୍ରୋଲ୍ ପମ୍ପ, କ୍ଷୀର ଦୋକାନ,…
ରାୟଗଡା : ରାୟଗଡା ଜିଲ୍ଲା କୋଲନରା ତହସିଲଦାର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତହସିଲଦାର ଆକ୍ରାନ୍ତ ହେବା ନେଇ ରାୟଗଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତହସିଲଦାରଙ୍କ ସହ ଆଉ କିଛି ସରକାରୀ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । କୋଲନରା ତହସିଲ ଅଫିସକୁ 7 ଦିନ ପାଇଁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସେହିପରି ଯଦୁପୁର ବ୍ଲକ ଓ ମୁଖ୍ୟାଳୟ ତିନି ଦିନ ସଟ୍ଡାଉନ୍ ହେବା ନେଇ ମଧ୍ୟ ଘୋଷଣା ହୋଇଛି । ଥେରୁବାଲି ମାର୍କେଟ୍ ମଧ୍ୟ ତିନିଦିନ ସଟ୍ଡାଉନ୍ ରହିବ ବୋଲି ଘୋଷଣା କରାଯାଇଛି ।
ସୀତାରାମ ଅଗ୍ରୱାଲ ନାଚୁଣୀ: ଲକ ଡାଉନ କଟକଣାକୁ ମାନି ଲୋକେ ନିଜେ ଘରେ ରହୁଥିବାସ୍ଥଳେ କେତେଜଣ ଅସାଧୁ ବ୍ୟକ୍ତି ନିଜ ନିଜର ବେଆଇନ କାରବାର ବଢାଇ ଚାଲିଛନ୍ତି। କିନ୍ତୁ ସେମାନଙ୍କୁ କଡା ଜବାବ ଦେବାପାଇଁ କରୋନା ଯୋଦ୍ଧା ମାନେ ଦିନ ରାତି ଉଜାଗର ରହି ସେମାନଙ୍କ ଉପରେ ନଜର ରଖିଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ଅଞ୍ଚଳରେ। ଗତକାଲି ରାତି ୧୨ ଟାରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ କୌଣସି ସୂତ୍ରରୁ ଖବର ପାଇ ପୂର୍ବରୁ ନାଚୁଣୀ ବାଇପାସ ଓଭରବ୍ରିଜ ଠାରେ ଛପି ରହିଥିଲେ। ସେହି ସମୟରେ ସଲପଡିହ ଗ୍ରାମରୁ ନାଚୁଣୀ ଯାଉଥିବା ବେଆଇନ ତିନି ଗୋଟି ଚୋରା ମାଙ୍କଡ଼ା ପଥର ଚାଲାଣ ୪୦୭ ଟ୍ରକ କୁ ଜବତ କରିଥିଲେ ଏବଂ ବାଣପୁର ତହସିଲଦାର ଶ୍ରୀ ମନ୍ମଥ କୁମାର ବେହେରା ଙ୍କୁ ସୂଚନା ଦେଇଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି…

