ଚାକିରି ଚାଲିଯିବା ଭୟରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା

Published: Jul 26, 2020, 6:40 pm IST

କର୍ଣ୍ଣାଟକ : କରୋନା ଯୋଗୁଁ ଲୋକଙ୍କ ଜୀବନ ସଂକଟରେ ପଡିଥିବାବେଳେ ଏବେ ଲୋକଙ୍କୁ ଚାକିରି ଚାଲିଯିବାର ଭୟ ବେଶି ଘାରିଛି । ଚାକିରି ଚାଲିଯିବା ଭୟରେ ଲୋକେ କେଉଁପରି ଚରମ ନିଷ୍ପତ୍ତି ନେଉଛନ୍ତି, ତାହା ଅତ୍ୟନ୍ତ ହୃଦୟବିଦାରକ । କର୍ଣ୍ଣାଟକର ଧାରବାଡ ଜିଲ୍ଲାର ଏକ ପରିବାର ସମସ୍ତ ସଦସ୍ୟ ଚାକିରି ଚାଲିଯିବା ଭୟରେ ଆତ୍ମହତ୍ୟା କରିଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ସମେତ ଏକ ସନ୍ତାନ ଆତ୍ମହତ୍ୟା କରିଥିବାର ସୂଚନା ରହିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ ।  ମୃତକଙ୍କ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି । ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିକଟରେ ଦେଶରେ କରୋନା ମାମଲା ବେଶ ଦ୍ରୁତ ଗତିରେ ବଢୁଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ସଂକ୍ରମଣକୁ ଦେଖି ବହୁ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ପରି କଡା ନିୟମ ପ୍ରଚଳନ କରାଯାଉଛି । ଅପରପକ୍ଷରେ ମଧ୍ୟବିତ୍ତ ଓ ଗରିବ ଲୋକମାନେ କରୋନା ଭୟରେ ଚାକିରି ହରାଇ ଭୋକ ଉପାସରେ ଘରେ ପଡି ରହୁଛନ୍ତି । ଅନ୍ୟ ପଟରେ ଘରୋଇ କମ୍ପାନୀଗୁଡିକ ମଧ୍ୟ କରୋନା କାଳରେ ମନମାନି କରିବା ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ଜଣେ କରୋନା ଭୟ ସହ ନିଜ ଜୀବିକା ଚାଲିଯିବାର ଭୟ ତାଙ୍କୁ ବେଶି ଘାରୁଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକେ ନିଜର ଚିନ୍ତା ଚେତନାକୁ ହରାଇ ଆତ୍ମହତ୍ୟା ପରି ଏକ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି । (ଏଜେନ୍ସି)

Related posts