Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନବିକତା: ବଜ୍ରାଘାତ ଯୁବତୀଙ୍କୁ ନିଜ ବାହାନରେ ହସ୍ପିଟାଲରେ ପହଞ୍ଚାଇଲେ
ଆଞ୍ଚଳିକ

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାନବିକତା: ବଜ୍ରାଘାତ ଯୁବତୀଙ୍କୁ ନିଜ ବାହାନରେ ହସ୍ପିଟାଲରେ ପହଞ୍ଚାଇଲେ

July 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: କରୋନା ପରି ଏକ ସଂକଟମୟ ପରିସ୍ଥିତିରେ କରୋନା ଯୋଦ୍ଧା ସାଜିଥିବା ଆମ ପ୍ରଶାସନିକ ଅଧିକାରୀମାନେ ସାଧାରଣ ଜନତାଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ କେବଳ କରୋନା ସହ ଲଢେଇ କରୁନାହାନ୍ତି। ସାହାଯ୍ୟ ଓ ସହଯୋଗ କରି ନିଜର ମାନବିକତା ପ୍ରଦର୍ଶନ କରୁଛନ୍ତି।

ଲକ ଡ଼ାଉନ ସମୟରେ ସମସ୍ତ ଜନସାଧାରଣ ମାନେ ଘରେ ରହୁଥିବାସ୍ଥଳେ  କରୋନା ଯୋଦ୍ଧା ମାନେ ନିଜ ଘର ପରିବାର ଛାଡି ଦିନ ରାତି ଏକ କରି ଲାଗିପଡିଛନ୍ତି ଜନସାଧାରଣଙ୍କ ସୁରକ୍ଷାରେ। ନିଜର ମୂଳ କାର୍ଯ୍ୟ ସହ କୋଭିଡର ଅତରିକ୍ତ କାର୍ଯ୍ୟ କରୁଥିବାସ୍ଥଳେ ଭୁଲୁନାହାନ୍ତି ମାନବିକତା। ଏପରି ଏକ ଉଦାହରଣ  ଦେଖିବାକୁ ମିଳିଛି ଆଜି  ଖୋର୍ଦ୍ଧା ଜିଲ୍ଲା ବାଣପୁର ସହରରେ। ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ ତାଙ୍କ କାର୍ଯ୍ୟ ପାଇଁ ବେଶ୍‌ ପ୍ରଶଂସା ସାଉଁଟିଛନ୍ତି। ବଜ୍ରାଘାତ ଯୁବତୀଙ୍କୁ ନିଜ ବ୍ୟକ୍ତିଗତ ବାହନରେ ହସ୍ପିଟାଲ ନେଇ ଝିଅଟିର ଜୀବନ ରକ୍ଷା କରିଛନ୍ତି ଏନଏସି ଅଧିକାରୀଜଣକ।

ମିଳିଥିବା ସୂଚନା ଅନୁସାରେ  ଆଜି ଅପରାହ୍ନରେ ବାଣପୁରରେ ସ୍ୱଳ୍ପ ବୃଷ୍ଟି ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ବାଣପୁର ଏନ.ଏ.ସି ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମର ଝୁନୁ ବେହେରା (୧୮)ଙ୍କୁ ବିଜୁଳି ମାରିଥିଲା। ସେ ତାଙ୍କ ଘର ବାରିପଟେ ପନିକିରେ ପରିବା କାଟୁଥିବାବେଳେ ବଜ୍ରପାତ ହୋଇଥିଲା ଏବଂ ତାଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଏହା ଦେଖି ପରିବାର ଲୋକ ଏବଂ ଗ୍ରାମବାସୀ ୧୦୮ ଆମ୍ବୁଲାନ୍ସ କୁ ତୁରନ୍ତ ଯୋଗାଯୋଗ କରିଥିବାସ୍ଥଳେ ଆମ୍ବୁଲାନ୍ସ ଡ୍ରାଇଭର ୪୦ କିଲୋମିଟର ଦୂରରେ ଅଛନ୍ତି ଏବଂ ଗଲାବେଳକୁ ବିଳମ୍ବ ହେବ ବୋଲି କହିଥିଲେ। ଏଥିରେ ବିଚଳିତ ହୋଇ ଗ୍ରାମର କିଛି ଯୁବକ ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଏ ବିଷୟରେ ଅବଗତ କରିଥିଲେ ଏବଂ ଯେହେତୁ ଝିଅଟି ଗରିବ ପରିବାରର ତାଙ୍କ ଚିକିତ୍ସା ପାଇଁ ଅଧିକାରୀଙ୍କ  ସହଯୋଗ ଲୋଡ଼ିଥିଲେ।

ଅଧିକାରୀ ତୁରନ୍ତ ବାଣପୁର ତହସିଲଦାର ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। କିନ୍ତୁ ଯେହେତୁ ଝିଅଟିର ଜୀବନ ମରଣ କଥା  ତହସିଲଦାର କିଛି  ପଦକ୍ଷେପ ନେବା ପୂର୍ବରୁ କାର୍ଯ୍ୟନିର୍ବାହୀ ଅଧିକାରୀ ତୁରନ୍ତ କାର୍ଯ୍ୟାଳୟରୁ ଦୌଡ଼ି ନିଜ ବ୍ୟକ୍ତିଗତ ବାହାନ ଦ୍ୱାରା ସମ୍ପୃକ୍ତ ଝିଅକୁ ତାଙ୍କ ଘରୁ ଆଣି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଝିଅଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅଧିକାରୀଙ୍କ ଏତାଦୃଶ କାର୍ଯ୍ୟ ଦେଖି ଏନ.ଏ.ସି ଜନସାଧାରଣ ମାନେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡିଛନ୍ତି।

ବଜ୍ରାଘାତ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବଡ଼କୂଳ ମଣ୍ଡଳ ଭାଜପା ‘କାର୍ଯ୍ୟକର୍ତ୍ତା ସମାବେଶ’: ଯୋଗଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 21, 2026

ରଣପୁର ପ୍ରେସ କ୍ଲବରେ ପ୍ରଥମ ଥର ପାଇଁ ପାଳିତ ହେଲା ୮୦ତମ ସ୍ୱାଧୀନତା ଦିବସ

August 16, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026
Latest News

ଦ୍ୱିତୀୟ ଟେଷ୍ଟ ପୂର୍ବରୁ କୋଚ୍ ଗମ୍ଭୀରଙ୍କୁ ଚେତାବନୀ: କୁଲଦୀପଙ୍କ ପ୍ରସଙ୍ଗରେ ଚର୍ଚ୍ଚା ଜୋର

August 22, 2026

ସେପ୍ଟେମ୍ବର ୧ରୁ ନୂଆ ନିୟମ!: ଅନ୍ତର୍ଜାତୀୟ ଯାତ୍ରୀମାନଙ୍କୁ ଆବଶ୍ୟକ ନାହିଁ ଶାରୀରିକ ବୋର୍ଡିଂ ପାସ୍ 

August 22, 2026

ପିଲାମାନଙ୍କୁ ମିଳିବ ସୁନା ମୁଦି: ଅଳଙ୍କାର କମ୍ପାନୀକୁ କାର୍ଯ୍ୟାଦେଶ ଦେଲେ ବିଜୟ ସରକାର

August 22, 2026

ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କାର୍ଯ୍ୟାଳୟକୁ ସିଲ୍ କଲା ଉତ୍ତର ପ୍ରଦେଶର ପ୍ରଶାସନ 

August 22, 2026

ରେଳ ଧାରଣାରୁ ଦୁଇ ମୃତଦେହ ଉଦ୍ଧାର

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.