Author: Samikhsya Bureau

କନ୍ଦର୍ପ ବେହେରା ରେଢାଖୋଲ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କୁ୍ଞ୍ଜାମୁରା ଗାଁରେ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ବୃଦ୍ଧ ଜଣଙ୍କର ମୃତ୍ୟୁକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖା ଦେବା ସହ ଗ୍ରାମବାସୀ ମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କୁ୍ଞ୍ଜାମୁରା ବକ୍ସିବଜାର ସାହିର ସଦା ନାଏକ ନାମରେ ଜଣେ ବୃଦ୍ଧ ବାଟଗାଁ ଗ୍ରାମକୁ କୌଣସି କାମରେ ଯାଇ ସେଠାରୁ ଫେରୁଥିଲେ । ବକ୍ସିବଜାର ସାହି ନିକଟରେ ପଛପଟୁ ଦୃତ ଗତିରେ ଦେବଗଡ ଜିଲ୍ଲା ରିଆମାଳ ଅଂଚଳର ଦୁଇଜଣ ବ୍ୟକ୍ତି ବାଟଗାଁ ପଟୁ ଓଡି -୧୫ ପି ୬୫୪୬ ନମ୍ବର ଥିବା ଏକ ମୋଟର ସାଇକେଲରେ ଫେରୁଥିଲେ । ବକ୍ସିବଜାର ଛକ ନିକଟରେ ବୃଦ୍ଧ ଜଣଙ୍କୁ ବାଇକ ଆରୋହୀ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲ । ବାଇକ୍ ଆରୋହୀ ଦୁଇ ଜଣଙ୍କୁ ଗ୍ରାମବାସୀ ଅଟକ ରଖିବା ସହ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ଝିଅ ଅନୀଶା ଏବେ  ଜୀ ସାଥର୍କ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ’ଅଞ୍ଜଳି’ରେ ଅଭିନୟ କରୁଛନ୍ତି। ପିତା ଦିଲ୍ଲୀପ କୁମାର ପଟ୍ଟନାୟକ ଓ ମାତା ସଂଯୁକ୍ତା ଦାସଙ୍କ କନ୍ୟା ଅନୀଶା ଅଧୁନା ବିଜେବି ସ୍ବୟଂଶାସିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ।  ପାଠ ପଢା ସାଙ୍ଗକୁ ଅଭିନୟ ମଧ୍ୟ କରୁଛନ୍ତି ଅନୀଶା। ଅନିଶାଙ୍କ ହାଇସ୍କୁଲ ପଢାପଢି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ରେ ସମାପ୍ତ ହୋଇଥିବାବେଳେ ଯୁକ୍ତ ଦୁଇ(ବିଜ୍ଞାନ) ଏବଂ ଯୁକ୍ତ ତିନି(ପ୍ରାଣୀ ବିଜ୍ଞାନ ସମ୍ମାନ) ଗୋଦାବରୀଶ ମହାବିଦ୍ୟାଳୟରେ ସମାପ୍ତ ହୋଇଛି। ପିଲାଟିବେଳୁ ଅନୀଶା ବହୁ ପ୍ରତିଭାର ଅଧିକାରୀ ଅଟନ୍ତି ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବହୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଏକାଧିକ ପୁରସ୍କାର ପାଇଛନ୍ତି। ଅନୀଶା ଜୀ ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ମେଗା ଧାରାବାହିକ ’ଅଞ୍ଜଳି’ରେ ଅମ୍ରିତା ଚରିତ୍ରରେ…

Read More

ଭୁବନେଶ୍ବର, କୋଭିଡ-19 ପରିଚାଳନା ବ୍ୟବସ୍ଥାରେ କିଛିଟା ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କୁ ଏଣିକି ହୋମ୍ ଆଇସୋଲେସନରେ ରଖିବା ପାଇଁ ଅନୁମତି ଦିଆଯିବ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ସହରାଞ୍ଚଳରେ ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବ। ଲକ୍ଷଣ ନଥାଇ ପଜିଟିଭ ଚିହ୍ନଟ ହେଲେ ଘରେ ରହି ରୋଗୀ ଚିକିତ୍ସିତ ହୋଇପାରିବେ। ହେଲେ ଘରେ ରହି ଚିକିତ୍ସିତ ହେବାକୁ ହେଲେ କିଛିଟା ସର୍ତ୍ତ ପୂରଣ କରିବାକୁ ପଡିବ। ସମସ୍ତ 114 ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନକୁ ଅନୁମତି ମିଳିବ। ଏଥସହିତ ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ମଧ୍ୟ ହୋମ୍ ଆଇସୋଲେସନର ସୁବିଧା ମିଳିବ। ହେଲେ ହୋମ୍ ଆଇସୋଲେସନ ସୁବିଧା ଥିଲେ ହିଁ ଘରେ ରହି…

Read More

ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ମଧ୍ୟମରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରପ୍ ଲାଇନ୍‌ ପ୍ରଭାବରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଅର୍ଥାତ୍‌ ମଙ୍ଗଳବାର ଅପରାହ୍ନ ସୁଦ୍ଧା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଓ ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ଉପକୂଳ ଓଡିଶା ସମେତ କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି।

Read More

ନୂଆଦିଲ୍ଲୀ: ଦିଲ୍ଲୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ। ଆଜି ଏହା ଘୋଷଣା କରିଛନ୍ତି ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଲୋକନାୟକ ଡାକ୍ତରଖାନାରେ ପ୍ରସ୍ତାବିତ ଏହି ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି ସିସୋଦିଆ କହିଛନ୍ତି। ଏହି ପ୍ଲାଜମା ବ୍ୟାଙ୍କର କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ଚଳିତ ମାସ ଆରମ୍ଭରେ ଦିଲ୍ଲୀରେ ଖୋଲା ଯାଇଥିଲା ଏବଂ ପ୍ରତିଦିନ ହାରାହାରି ୨୦ ଜଣ ଦାତାଙ୍କ ଠାରୁ କରୋନା ଚିକିତ୍ସା ନିମନ୍ତେ ପ୍ଲାଜ୍‌ମା ସଂଗ୍ରହ କରାଯାଉଛି। କରୋନା ବା କୋଭିଡ୍‌-୧୯ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍‌ମା ଚିକିତ୍ସା ବେଶ ଫଳପ୍ରଦ ସାବ୍ୟସ୍ତ ହୋଇଥିବା କାରଣରୁ ଦିଲ୍ଲୀ ସରକାର ଏବେ ଏହି ଦ୍ୱିତୀୟ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା…

Read More

ଭୁବନେଶ୍ବର, ଭୁବନେଶ୍ବର ମହାନଗର ଅଞ୍ଚଳରେ ଆଉ 14 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 14 ଜଣଙ୍କ ମଧ୍ୟରୁ 10 ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ବେଳେ 4 ଡଣ କ୍ବାରେଣ୍ଟାଇନରୁ ଚିହ୍ଟଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ ରହିଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। | ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ…

Read More

କଟକ, କଟକ ମହାନଗର ଅଞ୍ଚଳରେ ଆଜି ଆଉ 16 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା 16 ଜଣଙ୍କ ମଧ୍ୟରୁ 8 ଜଣ ଲୋକାଲ କଣ୍ଟାକ୍ଟ କେସ୍ ଥିବା କଟକ ମହାନଗର ନିଗମ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି। ରାଉସପାଟଣାରେ 5 ଜଣ ଲୋକାଲ କଣ୍ଟାକଟ୍ରୁ ସଂକ୍ରମିତ ହୋଇଥିବା ଜଣାଯାଇଛି। ଲୋକାଲ କଣ୍ଚାକ୍ଚଙ୍କ ମଧ୍ୟରେ 20,25 ଓ 48 ବର୍ଷର ପୁରୁଷ ଥିବା ବେଳେ 37 ଓ 48 ବର୍ଷର ଦୁଇଜଣ ମହିଳା ଅଛନ୍ତି। ସିଡିଏ ସେକ୍ଟର 10ରୁ ଜଣେ 53 ବର୍ଷୀୟ ପୁରୁଷ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ବାଦାମବାଡ଼ି ରକ୍ସି ଲେନର ଜଣେ 33 ବର୍ଷୀୟ ଯୁବକ ଓ ଓଡ଼ିଆ ବଜାରର 45 ବର୍ଷୀୟ ପୁରୁଷ ମଧ୍ୟ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି। ଡଗରପଡ଼ାର ଯୁବକ, ଶାନ୍ତି ବିହାରର ଜଣେ ମହିଳା ହୋମ୍ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

Read More

ନୂଆଦିଲ୍ଲୀ: ବିଶ୍ବରେ ପ୍ରଥମ ଥର ପାଇଁ କରୋନାଭାଇରସ୍ ବିରୋଧୀ ଟିକାର ସଫଳ ଡାକ୍ତରୀ ପରୀକ୍ଷା କରାଯାଇଛି। ରୁଷ୍ ଏହି ପରୀକ୍ଷା କରିଥିବା ଦାବି କରିଛି। ମାନବ ଶରୀରରେ ଏହାର ପରୀକ୍ଷଣ କରାଯାଇଛି। ‘ଲାଇପୋଫିଲିସ୍‌ଡ୍’ ବା ପାଉଡର୍ ଭାବେ ଥିବା ଏହି ଟିକାରୁ ଦ୍ରବଣ ପ୍ରସ୍ତୁତ କରାଯାଇ ସ୍ବେଚ୍ଛାସେବୀ‌ମାନଙ୍କ ମାଂସପେଶୀରେ ଇଂଜେକସନ ଆକାରରେ ଦିଆ ଯାଇଥିଲା। ଇଂଜେକସନ ନେବା ପରେ ଅନ୍ୟାନ୍ୟ ଟିକା ଭଳି ସେମାନଙ୍କର ମୁଣ୍ଡବିନ୍ଧା ଓ ଜ୍ବର ହୋଇଥିବା ସେମାନେ କହିଥିଲେ। କିନ୍ତୁ ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥାର ଦାବି ଥିଲା ଯେ, ଟିକା ନେବାର ୨୪ ଘଣ୍ଟା ମଧ୍ୟରେ ଏହା କମିଯିବ। ଯେଉଁମାନଙ୍କ ଶରୀରରେ ଟିକା ପ୍ରୟୋଗ କରାଯାଇଥିଲା ସେମାନଙ୍କୁ ସେଚେନୋଭ୍ ବିଶ୍ବବିଦ୍ୟାଳୟର ଗୋଟିକିଆ ଓ ଦି’ଟିକିଆ ୱାର୍ଡରେ ରଖାଯାଇଥିଲା। ଅନ୍ୟାନ୍ୟ ସଂକ୍ରମଣରୁ ନିରପଦ ରହିବାକୁ ସମ୍ପୃକ୍ତ ସ୍ବେଚ୍ଛାସେବୀ‌ମାନଙ୍କୁ ୨୮ ଦିନିଆ ଏକାନ୍ତବାସରେ ରଖାଯାଇଛି। ବିଶ୍ବବିଦ୍ୟାଳୟରୁ ଯିବା ପରେ ଛଅ ମାସଯାଏଁ ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖାଯିବ।…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ପୁଣିଥରେ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନ  ଅର୍ଥାତ ୧୩.୦୭.୨୦୨୦ ସୋମବାର ଦିବା ୨ ଘଟିକାଠାରୁ ଆସନ୍ତା ୧୭  ତାରିଖ ଶୁକ୍ରବାର ସନ୍ଧ୍ୟା ୭ଘଟିକା ଯାଏଁ ଏହି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଏହି ପଞ୍ଚାୟତରୁ ଆଜି ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣର ଭୟାବହତାକୁ ରୋକିବା ନିମେନ୍ତ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ। ସୂଚନାଯୋଗ୍ୟ,  ପୂର୍ବରୁ ଏହି ଗ୍ରାମଟି ସଟ୍‌ଡାଉନ୍‌ କରାଯାଇଥିଲା। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ  ସଟ୍‌ଡାଉନ୍‌ ପଦକ୍ଷେପ ଗ୍ରହଣ କରିଥିଲେ। ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ…

Read More

ଭୁବନେଶ୍ବର : ଭୁବନେଶ୍ବରର ସେଭେନ୍‌ ବାଟାଲିଅନ୍‌ର ଜଣେ ସିପାହୀଙ୍କ ମୃତ୍ୟୁ । ଶନିବାର ଦିନ ଅସୁସ୍ଥ ହୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ବିଳମ୍ବିତ ରାତ୍ରିରେ ସମ୍ପୃ୍କ୍ତ ସିପାହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁ ପରେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ବୋଲି ସୂଚନା ରହିଛି । ରିପୋର୍ଟ ପଜିଟିଭ୍‌ ଆସିଥିବା କମିଶନରେଟ୍‌ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି । କରୋନା ଯୋଗୁଁ କରୋନା ଯୋଦ୍ଧାମାନେ ଏବେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କରୋନା ଯୋଗୁଁ ନିକଟରେ ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ସିପାହୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏଯାବତ୍‌ କରୋନା ଜନିତ ମୃତ୍ୟୁ 70କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ନିକଟତର ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କସଂଖ୍ୟା 13 ହଜାର 737ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 8,750 ଜଣ ସୁସ୍ଥ ହୋଇଥିବାବେଳେ 4,896…

Read More

ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ । cbseresults.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେଉଛି। ସର୍ବଭାରତୀୟ ସ୍ତରରେ ପାସ୍‌ ହାର 88.78 ପ୍ରତିଶତ ରହିଛି । ଭୁବନେଶ୍ବର ରିଜନ୍‌ରେ 91.47ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ତ୍ରିଭେନ୍ଦମ୍‌ ରିଜନ୍‌ରେ ସର୍ବାଧିକ 96.67 ପ୍ରତିଶତ ପାସ୍‌ କରିଛନ୍ତି । ନବୋଦୟ ସ୍କୁଲରେ ସର୍ବାଧିକ 98.70% ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟରେ  98.67%, ଘରୋଇ ସ୍କୁଲରେ 88.22% ପାସ୍‌ ହାର ରହିଛି । ଚଳିତ ବର୍ଷ 92.15% ଛାତ୍ରୀ ପାସ୍‌ ହୋଇଥିବାେବଳେ 88.19% ଛାତ୍ର ପାସ୍‌ ହୋଇଛନ୍ତି ।

Read More

ଭଞ୍ଜନଗର : ଅସ୍ଥାୟୀ କୋଭିଡ୍‌ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଛି । ବେଲଗୁଣ୍ଠା ଏନ୍‌ଏସି ନୋଡାଲ ଜିଟି ହାଇସ୍କୁଲ କୋଭିଡ୍‌ କେନ୍ଦ୍ରରେ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ । ଗତକାଲି ଲକ୍ଷଣ ଦେଖାଦେବାରୁ କୋଭିଡ୍‌ କେନ୍ଦ୍ରକୁ ଅଣାଯାଇଥିଲା  । ଆଜି ସକାଳେର ତାଙ୍କର ମୃତ୍ୟୁ ଘଟିବା ପରେ ପ୍ରଶାସନ ପକ୍ଷରୁ ଏନେଇ ଖୋଳତାଡ ଆରମ୍ଭ ହୋଇଛି ।

Read More

କୋଲକାତା: ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ତଥା ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଝୁଲନ୍ତା ମୃତଦେହ ଊଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ଉତ୍ତର ଦିଞ୍ଜାପୁର ଅନ୍ତର୍ଗତ ହେମତାବାଦ ସ୍ଥିତ ତାଙ୍କ ଘର ନିକଟରୁ ଠାବ ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ହେଁ ବିଜେପି ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ କୁହାଯାଇଛି  ।  ଏହି ହତ୍ୟା ପଛରେ ଶାସକ ଟିଏମସିର ହାତ ରହିଥିବାର ଦାବି କରିଛି ବିଜେପି । ବିଜେପିର ବରିଷ୍ଠ ନେତା ସାୟନ୍ତନ ବାସୁ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଯଦି ନିର୍ବାଚିତ ପ୍ରତିନିଧିମାନେ ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ଲୋକମାନେ କିପରି ସୁରକ୍ଷିତ ରହିବେ । ବିଜେପି ବିଧାୟକ ଦେବନ୍ଦ୍ର ନାଥ ରୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବାସୁ । ସେହିପରି ବିଜେପରି ଜାତୀୟ ସମ୍ପାଦକ କୈଳାସ ବିଜୟବର୍ଗୀୟ ମଧ୍ୟ ରାୟଙ୍କ ହତ୍ୟା କରାଯାଇଛି ବୋଲି ଟୁଇଟ୍‌ କରିଛନ୍ତି ।

Read More

ଭୁବନେଶ୍ବର : ଆସନ୍ତା ଜୁଲାଇ 31 ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ଖାତା ଦେଖା ସରିଥିବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ଖାତା ଦେଖା ସରିଯାଇଥିବାବେଳେ ଟାବୁଲେସନ୍‌ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି ।  କୋଡିଏଟି ଜିଲ୍ଲାରେ ସଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ । ତେବେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପତ୍ର ଲେଖାଯିବ, ମୂଲ୍ୟାୟନ କିପରି କରାଯିବ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Read More

ଜୟପୁର : ରାଜସ୍ଥାନ ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଥିବା ବେଳେ କଂଗ୍ରେସ ନେତା ପିଏଲ୍‌ ପୁନିଆଙ୍କ  ବୟାନ ଏବେ ଚର୍ଚ୍ଚାକୁ ଆସିଛି। ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ୍‌ ପାଇଲଟ ଏବେ ବିଜେପିରେ ରହିଛନ୍ତି । ତେବେ ଔପଚାରିକ ଭାବେ ସଚିନ୍‌ ପାଇଲଟ୍‌ ନିଜକୁ କଂଗ୍ରେସ ଦଳରୁ ଅଲଗା କରିନାହାନ୍ତି । ଛତିଶଗଡ ପ୍ରଦେଶ କଂଗ୍ରେସ ପ୍ରଭାରୀ ପିଏଲ୍‌ ପୁନିଆ କହିଛନ୍ତି ଯେ, ସଚିନ ପାଇଲଟ୍‌ ଏବେ ଭାରତୀୟ ଜନତା ପାର୍ଟିରେ ରହିଛନ୍ତି ।  ସେହିପରି କଂଗ୍ରେସ ପ୍ରତି ବିଜେପରି ଆଭିମୁଖ୍ୟକୁ ସମେସ୍ତ ଜାଣିଛନ୍ତି । ଆମେ ବିଜେପିଠାରୁ ପ୍ରମାଣପତ୍ର ଚାହୁଁନୁ । କଂଗ୍ରେସ ଦଳ ସମସ୍ତ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ଦେଇଥାଏ । ଆଜି ଜୟପୁରଠାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ଙ୍କ ଆବାସଠାରେ କଂଗ୍ରେସ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ କଂଗ୍ରେସ ହ୍ବିପ୍‌ ଜାରି କରିଛି। ଯେଉଁ ବିଧାୟକମାନେ ଏହି ବୈଠକରେ ଯୋଗ ନ…

Read More

ଭୁବନେଶ୍ବରୁ : ଆଜି ରାଜ୍ୟରୁ 6ଜଣଙ୍କ ମୁଣ୍ଡ ନେଇଛି କରୋନା । ଗଞ୍ଜାମରୁ 4 ଜଣଙ୍କ ଜୀବନ ଯାଇଥିବାବେଳ କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି । ଗଞ୍ଜାମରୁ ଆଜି 4ଜଣଙ୍କ ଜୀବନ ଯାଇଛନ୍ତି । ଗଞ୍ଜାମରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ 45, 63, 72, 49 ରହିଛି । ଭୁବନେଶ୍ୱରରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ବୟସ 67 ବର୍ଷ ।  ସେ ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିଲେ। କିନ୍ତୁ କଟକରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମାତ୍ର 40 ବର୍ଷ ବୋଲି ସୂଚନା ରହିଛି । ଗଞ୍ଜାମରେ ସର୍ବାଧିକ ମୃତ୍ୟୁ 43କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା10କୁ ବୃଦ୍ଧି ହୋଇଛି । ସେହିପରି କଟକରେ 7 ଜଣଙ୍କ  କରୋନା ଜନିତ ମୃତ୍ୟୁ ହୋଇଛି ।

Read More

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, 24ଘଣ୍ଟାରେ ରେକର୍ଡ 28 ହଜାର 701 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 500ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,78,254କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା 23 ହଜାର 174ରେ ପହଞ୍ଚିଛି । ସେହିପରି ଦେଶରେ  ସୁସ୍ଥ ହୋଇଛନ୍ତି 5 ଲକ୍ଷ 53 ହଜାର 471ଜଣ । ଏ ପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 1ହଜାର 609ଜଣ ସକ୍ରିୟ ରହିଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ଏଠାରେ ପ୍ରାଣ ହରାଇଛନ୍ତି 10 ହଜାର 289ଜଣ । ସେହିପରି ତାମିଲନାଡୁରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 1966 । ସେହିପରି ଦିଲ୍ଲୀରେ 3 ହଜାର 371ଜଣଙ୍କ ମୃତ୍ୟୁ ଘଟିଛି । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜ୍ୟର 23ଟି ଜିଲ୍ଲାରୁ 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଗଞ୍ଜାମରୁ ସର୍ବାଧିକ 283 ଜଣ ଚିହ୍ନଟ ହୋଇଥିବାବେଳେ କୋରାପୁଟରୁ 50, ନବରଙ୍ଗପୁରରୁ 40,ବରଗଡରୁ 31, ଖୋର୍ଦ୍ଧାରୁ 29, ବାଲେଶ୍ବରରୁ 27, କଟକ ଓ କେଉଁଝରରୁ 23, ଜଗତସିଂପୁରରୁ 18, ଯାଜପୁରରୁ 17, ମାଲକାନଗିରରୁ 14, ମୟୁରଭଞ୍ଜରୁ 13, ଝାରସୁଗୁଡାରୁ 11, ଢେଙ୍କାନାଳ ଓ ଅନୁଗୁଳରୁ 7, କନ୍ଧମାଳରୁ 6, ନୂଆପଡା ଓ ସୁନ୍ଦରଗଡରୁ 5, ଭଦ୍ରକ ଓ ବଲାଙ୍ଗିରରୁ 2, ଗଜପତି, କେନ୍ଦ୍ରାପଡା, ପୁରୀରୁ ଜଣେ ଲେଖାଏଁ ରହିଛନ୍ତି ।

Read More

ଭୁବନେଶ୍ବର : ରାଜ୍ୟରେ ଆଜି 616 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 415 ଜଣ ଚିହ୍ନଟ ହୋଇଥିବାବେଳେ 201ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 13ହଜାର 737ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 4ହଜାର 896ଜଣ । ସେହିପରି ସୁସ୍ଥ ହୋଇଛନ୍ତି 8ହଜାର750ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 64ଜଣ । ସେହିପରି 20ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଆଉ ଜଳେଶ୍ୱରରେ ସ୍ଥିତି ଜଟିଳ ଥିବାରୁ ଏହି ମ୍ୟୁନିସିପାଲଟିକୁ ଜିଲ୍ଲାପାଳ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା 5ଟା ଠାରୁ 17 ତାରିଖ ସକାଳ 5ଟା ଯାଏ ଶଟ୍‌ଡାଉନ୍‌ ରହିବ। ଏହି ଅବଧି ମଧ୍ୟରେ ଏଠାରେ କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ମ୍ୟୁନିସିପାଲଟି  ଅଞ୍ଚଳର ସମସ୍ତ ୱାର୍ଡକୁ ସାନିଟାଇଜ୍ କରାଯିବ। ଏହାସହ କେବଳ ଅତ୍ୟାବଶକୀୟ ସାମଗ୍ରୀ କିଣିବା ଲାଗି ଲୋକଙ୍କୁ ଛଡ଼ାଯିବ।  ଯଦି କେହି ଶଟ୍‌ଡାଉନ୍ ଅବଧି ସମୟରେ ନିୟମକୁ ଉଲଂଘନ କରନ୍ତି, ତା’ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Read More

ରାଜସ୍ଥାନ : ମଧ୍ୟପ୍ରଦେଶ ପରେ ରାଜସ୍ଥାନ ସରକାରରେ ଚାଲିଛି ହାଇଭୋଲ୍‌ଟେଜ ଡ୍ରାମା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ ପ୍ରତ୍ୟାହାର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଧୂଳି ଚାଟିଥିଲା । ଏବେ ସେହି ସମାନ ଢଙ୍ଗରେ ରାଜସ୍ଥାନ ରାଜନୀତି ଚାଲିଛି । ସଚିନ୍‌ ପାଇଲଟ୍‌ ନରାଜା ହେବା ଫଳରେ ଏବେ ଗେହେଲଟଙ୍କ ଚୌକି ଉପରେ ଗ୍ରହଣ ଲାଗିଛି । ଅପରପକ୍ଷରେ ଗେହେଲଟ୍‌ ମଧ୍ୟ ଆକ୍ସନ୍‌ ମୁଡରେ ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସଚିନ୍‌ ପାଇଲଟ୍‌ଙ୍କ ସ୍ଥାନରେ ରଘୁବର ମୀନାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ହୋଇପାରନ୍ତି । ରଘୁବୀର ମୀନା ରାଜସ୍ଥାନ ରାଜନୀତିରେ ଏପରି ଏକ ନେତା ଯିଏକି ସରପଞ୍ଚ ନିର୍ବାଚନରୁ ଜିତି ଜିତି ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତିଛନ୍ତି । 1988 ମସିହାରେ ରଘୁବୀର ମୀନା ଉଦୟପୁର ଜିଲ୍ଲାର ସାରଦା ତହସିଲ ଅନ୍ତର୍ଗତ ବାଲି ଗ୍ରାମ ପଞ୍ଚାୟତ ଖାରବରର ସରପଞ୍ଚ ହୋଇଥିଲେ । ପରେ ପରେ ସେ…

Read More