ନୂଆଦିଲ୍ଲୀ, ଏବେ ବିଶ୍ବରେ ଆମେରିକା ଓ ବ୍ରାଜିଲ ପଛକୁ ତୃତୀୟ ସ୍ଥାନରେ ଥିବା ଭାରତରେ ସୋମବାର ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ ପାଖାପାଖି ପହଞ୍ଚିଛି। ସରକାର କହିଛନ୍ତି ଜାତୀୟ ସ୍ତରରେ କୋଭିଡ-19 ପଜିଟିଭ ରୋଗୀଙ୍କ ହାର 6 ଦଶମିକ 73 ପ୍ରତିଶତରେ ପହଞ୍ଚିଛି। ପଂଜାବରେ ସଂକ୍ରମିତ ରୋଗୀଙ୍କ ହାର ସର୍ବନିମ୍ନ 1ଦଶମିକ 92 ପ୍ରତିଶତ ରହିଛି। ପ୍ରତି 10 ଲକ୍ଷ ଲୋକଙ୍କ ସ୍ବାବ ନମୁନା ପରୀକ୍ଷା ଆଧାରରେ ପଜିଟିଭ ହାର ପ୍ରସ୍ତୁତ ହୋଇଛି । ପୁରା ଦେଶରେ ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ 6 ହଜାର 859 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତଥ୍ୟରେ ଏହା ଦର୍ଶାଯାଇଛି। କୋଭିଡ-19 ପରିଚାଳନା ପାଇଁ ଅଧିକ ସଂଖ୍ୟାରେ ନମୁନା ସଂଗ୍ରହ ଓ ପରୀକ୍ଷା, ତୁରନ୍ତ କଣ୍ଟ୍ରାକ୍ଟ ଟ୍ରେସିଂ ଏବଂ ଚିହ୍ନଟ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେବା ସହିତ ମିଳିତ…
Author: Samikhsya Bureau
ଭୁବନେଶ୍ବର, ଆଜି ସୋମବାର ରାଜ୍ୟରେ ଆଉ 262 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମରୁ ସର୍ବାଧିକ 73, ଗଜପତିରୁ 49, ଜଗତସିଂହପୁରରୁ 25, ରାୟଗଡ଼ାରୁ 16, କଟକରୁ 15, ବରଗଡ଼ରୁ 14, ଖୋର୍ଦ୍ଧାରୁ 13, ଭଦ୍ରକରୁ 12 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ 12, କେନ୍ଦ୍ରାପଡ଼ାରୁ 8, ଯାଜପୁର ଓ ସୁନ୍ଦରଗଡ଼ରୁ 4 ଲେଖାଏଁ ସୁସ୍ଥ ହୋଇଛନ୍ତି। ଅନୁଗୁଳ, ବାଲେଶ୍ବର,ନୟାଗଡ଼ ଓ ନବରଙ୍ଗପୁରରୁ 3 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ବୌଦ୍ଧ,ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ, ମୟୂରଭଂଜରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ କରୋନା ଆରୋଗ୍ୟଙ୍କ ସଂଖ୍ୟା 6486କୁ ବୃଦ୍ଧି ପାଇଛି।
ମୁମ୍ବାଇ, ସବୁ କ୍ଷେତ୍ର ପରି ହୋଟେଲ ଶିଳ୍ପ ମଧ୍ୟ କରୋନା ମାଡ଼ରେ ବିଶେଷ ପ୍ରଭାବିତ ହୋଇଛି। ପ୍ରାୟ ଚାରି ମାସ ହେଲା ଦେଶର ବାଣିଜ୍ୟିକ ନଗରୀ ମୁମ୍ବାଇରେ ହୋଟେଲ ଶିଳ୍ପ ପୂରାପୁରି ଠପ୍ ହୋଇଯାଇଛି। ଯଦିଓ କେନ୍ଦ୍ର ସରକାର ହୋଟେଲ ଗୁଡିକୁ ଖୋଲିବା ଲାଗି ଜୁଲାଇ 8 ତାରିଖ ଧାର୍ଯ୍ୟ କରିଥିଲେ, କିନ୍ତୁ ଏଯାବତ୍ କୋଣସି ପ୍ରକାର ନୂଆ ସୂଚନା ସରକାର ଜାରି କରି ନାହାଁନ୍ତି। ଫଳରେ ମୁମ୍ବାଇ ମହାନଗରୀରେ ଥିବା ହୋଟେଲର ପ୍ରାୟ ପଚାଶ ପ୍ରତିଶତ ସେମାନଙ୍କ ବ୍ୟବସାୟ ସୂପୂର୍ଣ୍ଣ ବନ୍ଦ କରିଦେବାକୁ ବସିଲେଣି। ଦିନକୁ ଦିନ ସ୍ଥିତି ଅଧିକ ବିଗିଡି ବାକୁ ବସିଲାଣି। ଜୁନ୍ 30 ସୁଦ୍ଧା ହୋଟେଲ ଶିଳ୍ପରେ ପାଖାପାଖି 1ଲକ୍ଷ 25 ହଜାର କୋଟି ଟଙ୍କା କ୍ଷତି ହେଲାଣି। ଅନେକ ବଡ ବଡ ହୋଟେଲ ମାଲିକଙ୍କ କହିବା କଥା, ସ୍ଥିତି ଏପରି ଅଧିକ ଦିନ ଜାରି ରହିଲେ ହୋଟେଲ ଚଳାଇବା ମୁସ୍କିଲ ହୋଇ ପଡିବ। ଇଣ୍ଡିଆନ…
ପୁଣେ, ଏ ହେଉଛନ୍ତି ପୁଣେର ଜଣେ ବ୍ୟବସାୟୀ। ସୁନା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା। କୋଭିଡ-19 ସାରା ମହାରାଷ୍ଟ୍ରକୁ ସଂକ୍ରମିତ କରି ରଖିଥିବା ବେଳେ ଏ ବାବୁଙ୍କ ସଉକ ସମ୍ପୂର୍ଣ୍ଣ ନିଆରା। ପିମ୍ପ୍ରି-ଚିଞ୍ଚୱାଡା ସହରରେ ରହୁଥିବା ଶଙ୍କର କୁରାଡେ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କ ତ ପିନ୍ଧିଛନ୍ତି। ହେଲେ ଜାଣନ୍ତି ଏ ମାସ୍କଟି ଏମିତି ସେମିତି ପାଞ୍ଚ ଦଶ ଟଙ୍କାର ନୁହେଁ। ସେ ତିଆରି କରି ମୁହଁରେ ପିନ୍ଧିଛନ୍ତି ସୁନାରେ ତିଆରି ଏକ ମାସ୍କ। ଏଥିପାଇଁ ତାଙ୍କୁ ଖର୍ଚ୍ଚ କରିବାକୁ ପଡିଛି 2 ଲକ୍ଷ 90 ହଜାର ଟଙ୍କା। ସୋସିଆଲ ମିଡିଆରେ ତାଙ୍କର ସୁନା ମାସ୍କ ପିନ୍ଧା ଫଟୋ ଭାଇରାଲ ବି ହୋଇଛି। ଭୂତାଣୁ ଅଟକାଇବାରେ ମାସ୍କ କେତେ କାମ କରିବ ତାହା ସେ ଜାଣନ୍ତି ନାହିଁ। କିନ୍ତୁ ତାଙ୍କୁ ପିନ୍ଧିବାକୁ କିଛି ଖରାପ ଲାଗୁ ନଥିବା ସେ କହିଛନ୍ତି। ନିଶ୍ବାସ ନେବା ପାଇଁ ମାସ୍କରେ ଏକ…
ଢାକ୍କା, ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇଁ ସବୁଠି ଚାଲିଛି ଟୀକା ଓ ଔଷଧ ପାଇଁ ପରୀକ୍ଷା ନିରୀକ୍ଷା। ଢାକ୍କାର ଗ୍ଲୋବ ବାୟୋଟେକ୍ ବାଂଲାଦେଶର ପ୍ରଥମ କମ୍ପାନି ଭାବେ କୋଭିଡ-19 ପ୍ରତିଷେଧକ ଟୀକା ପ୍ରସ୍ତୁତ କରୁଥିବା ଦାବି କରିଛି। ପଶୁ ଶରୀରରେ ଏହାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ଦର୍ଶାଇ ଏହି କମ୍ପାନି ଆସନ୍ତା ଡିସେମ୍ବର 2020 ସୁଦ୍ଧା କୋଭିଡ ଟୀକା ବଜାରକୁ ଛାଡିବ ବୋଲି ଆଶା ରଖିଛି। ଜୁନ୍ 10ରୁ ଜୁନ୍ 28 ତାରିଖ ମଧ୍ୟରେ ପାଞ୍ଚଟି ଠେକୁଆ ଶରୀରରେ ଟୀକାର ପରୀକ୍ଷା କରାଯାଇଥିବା କମ୍ପାନିର ଗବେଷଣା ଓ ବିକାଶ ବିଭାଗ ଦାୟିତ୍ବରେ ଥିବା ଅଧିକାରୀ ଡକ୍ଟର ଅସୀଫ୍ ମେହମୁଦ କହିଛନ୍ତି। ଗ୍ଲୋବ ବାୟୋଟେକ୍ ଲିମିଟେଡ 2015ରୁ ଔଷଧ ପ୍ରସ୍ତୁତକାରୀ ଏକ କମ୍ପାନି ଭାବେ ବାଂଲାଦେଶରେ କାମ କରି ଆସୁଛି। ଏହି ସଂସ୍ଥା ଏକ ସ୍ବତନ୍ତ୍ର ସଂସ୍ଥା ଭାବେ ଗବେଷଣା କରି ଆସୁଛି। (ଏଜେନସି)
ସମ୍ବଲପୁର : ଆସନ୍ତା 13 ତାରିଖ ଯାଏ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ । କାଲିଠାରୁ 13 ତାରିଖ ଯାଏ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ କୁଳପତି ନିର୍ଦ୍ଦେଶ ଦେଇଛନ୍ତି । ସମ୍ବଲପୁର ଓ ବୁର୍ଲାରେ କରୋନା ରୋଗୀ ବଢୁଥିବାରୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଛି । ବିଶ୍ବବିଦ୍ୟାଳୟ ଓ ପିଜି ଡିପାର୍ଟେମେଣ୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ଦେଇଛନ୍ତି କୁଳପତି ।
କାନପୁର, ଉତ୍ତର ପ୍ରଦେଶର କାନପୁର ଚୌବେପୁର ବିକୃ ଗାଁରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିରେ 8 ଜଣ ପୋଲିସ କର୍ମଚାରୀ ସହିଦ ହେବା ଘଟଣା ନେଇ ଏବେ ଯୋଗୀ ସରକାରକୁ ହରଡଘଣାରେ ପକାଇଛନ୍ତି ବିରୋଧୀ। ଘଟଣାକୁ 75 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଅପରାଧୀ ଗ୍ୟାଙ୍ଗର ସର୍ଦ୍ଦାର ବିକାଶ ଦୁବେକୁ ଧରିବାରେ ପୋଲିସ ବିଫଳ ହୋଇଛି। ଏପରିକି ପୋଲିସକୁ ବିକାଶର ଟେର୍ ବି ମିଳୁନାହିଁ। ପୋଲିସଠାରୁ ଅଧିକ ବଳବାନ ସାଜିଛି ଅପରାଧୀ ବିକାଶ। ପୋଲିସକୁ ଚକମା ପରେ ଚକମା ଦେଇ ଘୁରି ବୁଲୁଛି ଦୁବେ, ନା ଖୋଦ୍ ପୋଲିସ ଆଶ୍ରୟରେ ରହିଛି କ୍ରାଇମ ମାଷ୍ଟର ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇତିମଧ୍ୟରେ କାନପୁର ପୋଲିସର ଆଉ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ କ୍ରାଇମ ନେଟୱର୍କରେ ସଂପୃକ୍ତ ଥିବା ଅଭିଯୋଗରେ ଚାକିରିରୁ ସସପେଣ୍ଡ କରାଯାଇଛି। ବିକାଶ ଦୁବେକୁ ଧରିବା ପାଇଁ ଉତ୍ତର ପ୍ରଦେଶ ପୋଲିସର ବିଭିନ୍ନ ଟିମକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା…
ସୀତାରାମ ଅଗ୍ରଓ୍ବାଲ ଚିଲିକା : ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବଙ୍କ ପାଇଁ ଅନେକ ଗୁଡିଏ କଲ୍ୟାଣମୂଳକ ଯୋଜନା କରିଛନ୍ତି । ଏହି ଯୋଜନା ଜରିଆରେ ପ୍ରକୃତ ହିତାଧିକାରୀ ଉପକୃତ ହେବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ସରକାରଙ୍କ ଏହି ସବୁ ଯୋଜନା କ’ଣ ସତରେ ଯୋଗ୍ୟହିତାଧିକାରୀ ପାଖରେ ପହଞ୍ଚିପାରୁଛି, ତାହା ଏବେ ଏକ ବିରାଟ ପ୍ରଶ୍ନ । ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ପାଇଁ ମାଳ ମାଳ ଯୋଜନା ପ୍ରସ୍ତୁତ କରିଥିବାବେଳେ ଅସଲ ହିତାଧିକାରୀ ପାଖରେ ଏହା ଅପହଞ୍ଚ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଅଞ୍ଚଳର ଜଣେ ଗରିବ ତଥା ଅସହାୟ ପକ୍ଷଘାତ ରୋଗୀ ସୁରେନ୍ଦ୍ରନାଥ ରୋଗରେ ପଡି ସରକାରୀ ସାହାଯ୍ୟ ପାଇଁ ବିକଳ ଅନୁରୋଧ କରୁଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚି ପାରୁନି ପ୍ରଶାସନ । ସୁରେନ୍ଦ୍ରନାଥ ବେହେରା, ବୟସ 46, …
ଲିଙ୍ଗରାଜ ମିଶ୍ର ଶେଷରେ ପଦାରେ ପଡିଲା ଚୀନର ପୁରୁଣା ଅଭ୍ୟାସ। ଜିତିଲା ଭାରତ, ବଢିଲା ଦେଶର ସମ୍ମାନ ଓ ଭାରତୀୟ ଯବାନଙ୍କ ମନୋବଳ। ଯେଉଁ ଗଲୱାନ ଘାଟୀରେ ରକ୍ତାକ୍ତ ସଂଘର୍ଷ ନେଇ ଦୁଇ ଦେଶ ମଧ୍ୟରେ ବଢିଥିଲା ସାମରିକ ଉତ୍ତେଜନା, ତାହାର ସାମୟିକ ଅବସାନ ବୋଲି କହିପାରିବା। କାରଣ ପୂର୍ବ ଲଦାଖରେ ଥିବା ଗଲୱାନ ଉପତ୍ୟକାରୁ ଚୀନ ସେନା ପ୍ରାୟ ଦେଢରୁ ଦୁଇ କିଲୋମିଟର ପଛକୁ ହଟିଛନ୍ତି। ଏଥିସହିତ ପ୍ରକୃତ ନିଯନ୍ତ୍ରଣ ରେଖା LACରେ ଥିବା ହଟ୍ ସ୍ପ୍ରିଙ୍ଗସ ଏବଂ ଗୋଗ୍ରା ଏରିଆରୁ ମଧ୍ୟ ଚୀନ ତାର ସେନା ହଟାଇବା ସହ ବିବାଦୀୟ ଅଞ୍ଚଳରେ ପକାଇଥିବା ଟେଣ୍ଟ ସବୁ ମଧ୍ୟ ଅପସାରଣ କରି ନେଇଛି। ଭାରତ ମଧ୍ୟ ତା ସ୍ଥାନରୁ ପଛକୁ ହଟିଥିବାର ସୂଚନା ରହିଛି। ତେବେ ସେ ଯାହା ହେଉ ନା କାହିଁକି, ସେନା ଅପସାରଣ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦ ଜନିତ ସମସ୍ୟାର ସମାଧାନ…
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 17 ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 10 ଜଣ ଲୋକାଲ୍ କେସ୍ ଥିବାବେଳେ 5 ଜଣ ହୋମ୍ କ୍ବାରେଣ୍ଟାଇନ୍ ଓ ଦୁଇ ଜଣ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ବିଏମ୍ସି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ କୋଭିଡ୍ ଯୋଦ୍ଧା ରହିଛନ୍ତି । ଦୁହେଁ ଏକ ଘରୋଇ କୋଭିଡ୍ ହସ୍ପିଟାଲର ପୁରୁଷ କର୍ମଚାରୀ ବୋଲି ସୂଚନା ରହିଛି । ଦୁହିଁଙ୍କ ବୟସ ଯଥାକ୍ରମେ 26 ଓ 35 ବର୍ଷ ବୋଲି ସୂଚନା ରହିଛି । 10 ଲୋକାଲ୍ କେସ୍ ମଧ୍ୟରୁ ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ଦୁଇଜଣ ଚିହ୍ନଟ ହୋଇଛନ୍ତ । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ 40 ବର୍ଷୀୟା ମହିଳାଥିବାବେଳେ ଅନ୍ୟ ଜଣେ 30 ବର୍ଷୀୟ ପୁରୁଷ । ସେହିପରି ପଟିଆ ଗ୍ରାମ ଜଗନ୍ନାଥ ମନ୍ଦିର ନିକଟରୁ ଜଣେ 63 ବର୍ଷୀୟ ପୁରୁଷ ଚିହ୍ନଟ…
ରମେଶ ମହାନ୍ତି ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 23 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ତଥ୍ୟ ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ 22 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଜଣେ ଏସ୍ସିବି ମେଡିକାଲ୍ କଟକରୁ ଚିକିତ୍ସିତ ହେଉଥିବାର ଜଣାପଡିଛି । ଚିହ୍ନଟ ହୋଇଥିବା 22 ଜଣ ଯାକ ପ୍ରବାସ ଫେରନ୍ତା ବୋଲି ସୂଚନା ରହିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ଜଣେ, ଦିଲ୍ଲୀରୁ ଦୁଇଜଣ, କର୍ଣ୍ଣାଟକରୁ 5 ଜଣ, ମହାରାଷ୍ଟ୍ରରୁ ଜଣେ, ପଶ୍ଚିମବଙ୍ଗରୁ ତିନି ଜଣ, ତେଲେଙ୍ଗାନାରୁ 6 ଜଣ, ତାମିଲନାଡୁରୁ 3ଜଣ, କୁଏତ୍ରୁ ଜଣେ ରହିଛନ୍ତି । ସେହିପରି ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲିକୁଦା ବ୍ଲକରୁ 8 ଜଣ ରହିଥିବାବେଳେ ଜଗତସିଂହପୁର ବ୍ଲକରୁ 5 ଜଣ, ବିରିଡି ବ୍ଲକରୁ ଜଣେ, ତିର୍ତ୍ତୋଲ ବ୍ଲକରୁ 9ଜଣ ରହିଛନ୍ତି । ନୂତନ 23ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ…
କଟକ: କଟକ ସହରରୁ ଆଉ 3 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଲୋକାଲ୍ କେସ୍ ଥିବାବେଳେ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ହୋମ୍ କ୍ବାରେଣ୍ଟିନ୍ରେ ରହିଥିବାବେଳେ ଅନ୍ୟ ଜଣେ ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଲୋକାଲ୍ କଣ୍ଟାକ୍ଟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 58 ବର୍ଷୀୟ କୋଭିଡ ଯୋଦ୍ଧା ବୋଲି ସୂଚନା ରହିଛି । ସେ ଏକ ଘରୋଇ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସେହିପରି ହୋମ୍ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କର ବୟସ 59 ବର୍ଷ । ସେ ମାଣିକଘୋଷ ବଜାରରୁ ଚିହ୍ନଟ ହୋଇଛନ୍ତି । ସେ ପୂର୍ବ ସଂକ୍ରମିତଙ୍କଠାରୁ ସଂକ୍ରମିତ ହୋଇଥିବାର ସୂଚନା ରହିଛି । ସେହିପରି ପେଡ୍ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ 62 ବର୍ଷୀୟ ପୁରୁଷ । ସେ…
ବାଲେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଥିବା ନେଇ ସଂପୃକ୍ତ ବିଧାୟକ ଜଣକ କହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ରାଜ୍ୟରେ 24ଟି ଜିଲ୍ଲାରୁ ଆଉ 456 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9ହଜାର 526କୁ ବୃଦ୍ଧି ହୋଇଛି । ସେହିପରି ଆଜି ରାଜ୍ୟରୁ ଦୁଇଟି ମୁଣ୍ଡ ନେଇଛି କରୋନା । ଏବେ ସୁଦ୍ଧା ରାଜ୍ୟରୁ 38ଜଣଙ୍କର ମୁଣ୍ଡ ନେଲାଣି କରୋନା ।
ରତଲାମ୍: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେବାକୁ ଯାଇଥିବା ଜଣେ କନ୍ୟାକୁ ହତ୍ୟା କରାଯାଇଛି । ମଧ୍ୟପ୍ରଦେଶର ରତଲାମ୍ ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ବଧୂ ବେଶ ପାଇଁ କନ୍ୟା ଜଣକ ବ୍ୟୁଟିପାର୍ଲର ଯାଇଥିଲେ । ଏହି ସମୟରେ ଯୁବତୀ ଜଣକଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରାଯାଇଛି । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଯୁବତୀଙ୍କ ବୟସ 25 ବର୍ଷ ବୋଲି ଜଣାପଡିଛି । ଅଭିଯୁକ୍ତଜଣକ ବିୟୁଟିପାର୍ଲର ଭିତରେ ଜୋରଜବରଦସ୍ତି ପଶି ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।ତେବେ ଏହି ଘଟଣାରେ ପୋଲିସ୍ ତଦନ୍ତ ଜାରି ରଖିଛି । ତେବେ ଏହା ଏକତରଫା ଯୋଗୁଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ପୋଲିସ୍ ଅନୁମାନ…
ନୂଆଦିଲ୍ଲୀ : ଲଦାଖ ଗଲଓ୍ବାନ ଘାଟିରୁ ପଛକୁ ଘୁଞ୍ଚିଛି ଚୀନ୍ । ନିୟନ୍ତ୍ରଣ ରେଖା(ଏଲଏସି)ର ବିବାଦୀୟ ଅଞ୍ଚଳରୁ ଚାଇନା ତା’ର ସେନା ଶିବିର ଓ ଗାଡି ମୋଟରକୁ ପ୍ରାୟ 1ରୁ2 କିମି ପଛକୁ ଘୁଞ୍ଚାଇ ନେଇଛି। ଜୁନ୍ 15 ତାରିଖରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହାର ସାମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ବସିଥିଲା। ଶେଷରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଇନା ସେନା ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି। ଚାଇନା ଭଳି ଭାରତ ମଧ୍ୟ ତା’ର ଟେଣ୍ଟ ଓ ଯବାନଙ୍କୁ ପଛକୁ ଫେରାଇ ଆଣିଛି। ଚାଇନା ପୁପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପକ୍ଷରୁ ପ୍ୟାଟ୍ରୋଲ ପଏଣ୍ଟ 14 ନିକଟରେ ଅସ୍ଥାୟୀ ଟେଣ୍ଟ ଓ ଆଉ କିଛି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ଆଜି ପିଏଲଏ ସେଗୁଡ଼ିକ ହଟାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଦୀର୍ଘ 7 ସପ୍ତାହ ହେଲାଣି…
ନଗାଁଓ୍ବ : ଦେଶରେ ନିରନ୍ତର ଭାବେ କରୋନା ମାମଲା ବଢିଚାଲିଛି । ଏହି ସମୟରେ ଆସାମର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ନଗାଁବ ଜିଲ୍ଲାରେ କରୋନା କଟକଣାକୁ ଉଲ୍ଲଂଘନ କରି ମୌଲାନଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ 10 ହଜାର ଲୋକ ସାମିଲ୍ ହୋଇଥିଲେ । ଏହା ପରେ ସ୍ଥାନୀୟ ପ୍ରଶାସନ କରୋନା ଡରରେ ଆଖପାଖର ତିନୋଟି ଗ୍ରାମକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିଛି । ମୃତକ ମୌଲାନଙ୍କ ବୟସ 87 ବର୍ଷ ବୟସ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ଜୁଲାଇ ଦୁଇ ତାରିଖରେ ଭାରତୀୟ ଜମିୟତ୍ ଉଲେମାର ଉପାଧ୍ୟକ୍ଷ ଖେରୁଲ୍ ଇସ୍ଲାମ୍ଙ୍କୁ କବର ଦିଆଟାଇଥିଲା । ଖୈରୁଲ୍ ଇସ୍ଲାମ୍ ଧର୍ମର ଜଣେ ପ୍ରତିଷ୍ଠିତ ଧର୍ମଗୁରୁ ଥିଲେ । ସେଥିପାଇଁ ତାଙ୍କ ମୃତ୍ୟ ପରେ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ ହୋଇଥିଲା । ଖୈରୁଲ୍ଙ୍କ ପୁତ୍ର ଅମିନୀଲୁ ଇସ୍ଲାମ୍ ନଗାଓ୍ବ ଜିଲ୍ଲା…
କଟକ: କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ ରହିଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶିଶୁଭବନରେ ଜରୁରୀକାଳୀନ ସେବା ଜାରି ରହିବ। ଏ ନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର : ପୁଣି ଦୁଇଟି ମୁଣ୍ଡ ନେଲା କରୋନା । ଆଜି ରାଜ୍ୟରୁ ପୁଣି ଦୁଇଟି ମୁଣ୍ଡ ନେଇଛି କରୋନା । ମୃତକଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଯାଜପୁରରୁ ଅନ୍ୟ ଜଣେ ମୃତ୍ୟୁବରଣ କରିଥିବାର ସୂଚନା ଦେଇଛି ରାଜ୍ୟସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗଞ୍ଜାମର ମୃତକଙ୍କ ବୟସ 77 ବର୍ଷ ବୋଲି ଜଣାପଡିଛି । ସେ ହାଇପର୍ଟେସନ୍ରେ ପୀଡ଼ିତ ଥିଲେ । ସେହିପରି ଯାଜପୁରରୁ ମୃତ୍ୟୁବରଣ କରିଥିବା ମୃତକଙ୍କ ବୟସ 64।ସେ ଡାଇବେଟିସ୍ରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ ସୁଦ୍ଧା କରୋନା ମୃତ୍ୟୁ ସଂଖ୍ୟା 38ରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 7ରେ ରହିଛି । ଆଜି ଯାଜପୁରରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ସେହିପରି 10 ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ଅନ୍ୟ ରୋଗରେ…
ଭୁବନେଶ୍ବର : ଆଜି ରାଜ୍ୟରେ 456ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି 24ଟି ଜିଲ୍ଲାରୁ 456ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 166 ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ 57, ବରଗଡରୁ 33, ନବରଙ୍ଗପୁରରୁ 24, ଜଗତସିଂହପୁରର 23, ଖୋର୍ଦ୍ଧାରୁ 21, ସୁନ୍ଦରଗଡରୁ 20, ସମ୍ବଲପୁରରୁ 15, ବାଲେଶ୍ବରରୁ 14, ରାୟଗଡା ଓ କଟକରୁ 13ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ 12, କୋରାପୁଟରୁ 10, ମୟୂରଭଞ୍ଜରୁ 8, ବଲାଙ୍ଗିରରୁ 6 କେନ୍ଦ୍ରାପଡାରୁ 5ଜଣ ଚିହ୍ନଟ ହୋଇଛନ୍ତି । ନୟାଗଡରୁ ଚାରି ଓ ପୁରୀ ଓ କନ୍ଧମାଳରୁ 3ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କେଉଁଝରରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳ, କଳାହାଣ୍ଡି, ଗଜପତି ଅନୁଗୁଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର : ରାଜ୍ୟରେ ଆଜି 456 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା । ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ 309ଜଣ ଚିହ୍ନଟ ହୋଇଥିବାବେଳେ 147ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 9,526କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3254 ଜଣ । ସେହିପରି ସୁସ୍ଥ ହୋଇଛନ୍ତି 6224 ଜଣ । ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 36ଜଣ । ସେହିପରି 10 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଏଯାବତ୍ 4 କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ବୋଲି ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ମୃତକଙ୍କ ମଧ୍ୟରେ ଦୁଇ ଶିକ୍ଷକ, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଏବେ ବେଶ୍ ଜଟିଳ ରହିଛି । ଜିଲ୍ଲାରେ ସର୍ବାଧିକ 20ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2000 ଟପି ସାରିଛି ।

