Author: Samikhsya Bureau

ଭୁବନେଶ୍ବର: ବଡ ପାଟିରେ ମିଛ କହିଲେ ତାହା କେବେ ସତ ହୋଇଯାଏ ନାହିଁ। ମିଛ କହି ହୃଦୟ ଜିତିବା ସହଜ ହୋଇପାରେ କିନ୍ତୁ ଲୋକଙ୍କ ହୃଦୟ ଜିତିବା ସହଜ ନୁହେଁ। ଲୋକଙ୍କ ହୃଦୟ ଜିତିବା ପାଇଁ ସେବା ହିଁ ଏକମାତ୍ର ମାର୍ଗ ବୋଲି ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ବିଜୁ ଯୁବ ଜନତା ଦଳ ର ଏକ ସମାବେଶ ରେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ ସୁଭଦ୍ରା ଯୋଜନା ଠାରୁ ଆରମ୍ଭ କରି ମାଗଣା ବିଜୁଳି ଓ ପେନସନ ସବୁ କଥା ରେ ବିଜେପି ର ମିଛ, ଦୁଇ ପ୍ରକାର କଥା।ତିନି ମାସ ହୋଇଗଲା। ଏବେ ଆଈ ମା ଗପ ଛାଡି କାମ କରି ଦେଖାଇବାକୁ ଶ୍ରୀ ପଟ୍ଟନାୟକ ବିଜେପି କୁ ପରାମର୍ଶ ଦେଇଛନ୍ତି। ସାମ୍ପ୍ରତିକ ଘଟଣା ବଳୀ ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ…

Read More

ଭୁବନେଶ୍ବର: ଗତକାଲି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ତାଙ୍କର ସାମାଜିକ ଗଣ ମାଧ୍ୟମରେ ଉଠାଇଥିବା ପ୍ରଶ୍ନର ଗୋଟିଗୋଟି ଜବାବ ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର। ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ନବୀନ ପରୋକ୍ଷରେ କେତେକ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ। ଗତକାଲି ନବୀନ ତାଙ୍କ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଶ୍ନ ଉଠାଇଥିଲେ ତାହା ହେଲା.. “ଏହା କ’ଣ ଓଡ଼ିଆ ଅସ୍ମିତା? ମହାପୁରୁଷମାନଙ୍କ ପ୍ରତି ସମ୍ମାନ, କୃତଜ୍ଞ ରହିବା ଜାତିର ନୈତିକ ଦାୟିତ୍ୱ। ମହାପୁରୁଷମାନଙ୍କ ତ୍ୟାଗ, ସାଧନା ଓ ଦୂରଦୃଷ୍ଟି ଦ୍ୱାରା ଗଢ଼ି ଉଠିଥିବା ଉତ୍କର୍ଷ ଅନୁଷ୍ଠାନ ଜାତିର ଅକ୍ଷୟ କୀର୍ତ୍ତି।” “ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅତୁଳନୀୟ ଅବଦାନ ରହିଛି। ଓଡ଼ିଶାର ସାମଗ୍ରିକ ବିକାଶରେ ମୟୂରଭଞ୍ଜ ରାଜପରିବାରର ଅବଦାନ ସମସ୍ତେ ଜାଣନ୍ତି। ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରରେ ସେମାନଙ୍କ ଅବଦାନ ଅସୀମ।”…

Read More

ଭୁବନେଶ୍ବର: ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ବର୍ତ୍ତମାନ ସାରା ରାଜ୍ୟ ପଡୁଛି ଉଠୁଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଥିବା ବେଳେ କେତେ ସମର୍ଥନ ମଧ୍ୟ କରୁଛନ୍ତି। ଏ ନେଇ ସାଂସଦ ଭର୍ତ୍ତୁହରି ମହତାବ ତାଙ୍କର ସଂପାଦକୀୟରେ ଭିନ୍ନ କଥା ଲେଖିଛନ୍ତି। ସେ ସିଧା ନ କହିଲେ ମଧ୍ୟ ରେଭେନ୍ସା ନାମ ପରିବର୍ତ୍ତନ ହେଉ ବୋଲି କହିଛନ୍ତି। ସେତିକି ନୁହେଁ ଭର୍ତ୍ତୁହରି ମୟୁରଭଂଜ ରାଜାଙ୍କୁ ମଧ୍ୟ ତାଙ୍କ ଲେଖାରେ ସମାଲୋଚନା କରିବାକୁ ପଛାଇ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ବେଶ ଚର୍ଚ୍ଚା ଚାଲିଛି। ସେ ଲେଖିଛନ୍ତି ଯେ, ‘ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମତକୁ ଅନେକ ଘୋରିମାରି ତିଳତାଳ କଲେଣି। ସେତେ ଯେମିତି ରେଭେନ୍ସା ହେଉଛନ୍ତି ଏମାନଙ୍କ ଗୋସାଇଁ। ଏମାନଙ୍କ ମରମକୁ କାହିଁକି ବାଧୁଛି ବୋଲି ଭର୍ତ୍ତୁହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି।’ ଭର୍ତ୍ତୁହରିଙ୍କ ଏହି ଲେଖାକୁ ନେଇ ପରୋକ୍ଷରେ ବାଣ ମାରିଛନ୍ତି ନବୀନ ପଟ୍ଟନାୟକ। ସେ…

Read More

ଭୁବନେଶ୍ୱର: ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲଥଭିଲ୍ ( Healthville ) ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ ସେମିନାର ଆୟୋଜିତ ହୋଇଛି। ଏଥିରେ ପ୍ରାୟ୧୦୦ ଜଣ ନେଚୁରୋପେଥିକ୍ ଉତ୍ସାହୀ, ଲାଭାର୍ଥୀ ଏବଂ ପ୍ରୋତ୍ସାହକ ଅଂଶଗ୍ରହଣ କରିଥିଲେ। ହେଲ୍ଥଭିଲ୍‌ର ଚେୟରମ୍ୟାନ୍ ଡ଼କ୍ଟର ସତ୍ୟବ୍ରତ ମୀନକେତନ ସଭାରେ ସ୍ୱାଗତ ଭାଷଣ ରଖି ସମସ୍ତ ଅଂଶଗ୍ରାହୀଙ୍କୁ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ବର୍ତମାନର ବିଶ୍ୱରେ ପ୍ରାକୃତିକ ଚିକିତ୍ସାର ଆବଶ୍ୟକତା ଓ ବହୁମୁଖି ଉପାଦେୟତା ସମ୍ବନ୍ଧରେ ଗଭୀର ଓ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ପ୍ରାକୃତିକ ଚିକିତ୍ସା ପଦ୍ଧତି ପ୍ରକୃତିର ସୃଷ୍ଚି ମଣିଷ ପାଇଁ ସର୍ବୋତମ ଉପସମ ଦାୟକ । ଆମର ପ୍ରାୟ ୯୦ ପ୍ରତିଶତ ରୋଗ ଏବଂ ଯନ୍ତ୍ରଣାମୂଳକ ସମସ୍ୟାଗୁଡିକ ଆମ ନିଜର ଅସ୍ୱାସ୍ଥ୍ୟକର…

Read More

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ସାଉଦି ଆରବରେ ଫସିଥିବା ୬ ଜଣ ଓଡିଆଙ୍କ ସମେତ ୮ ଜଣ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ଭୁଇଁପୁରର ବଳରାମ ସାହୁ, ରାଜନଗରର କ୍ଷୀରୋଦ ନାରାୟଣ ପାତ୍ର, ଖୋର୍ଦ୍ଧା ଜିଲ୍ଲା ଦାମୋଦରପୁର ଗ୍ରାମର ବନମାଳୀ ଖୁଣ୍ଟିଆ, ପଞ୍ଚୁଗାଁର ରଞ୍ଜିତ ବାରିକ, ଅସୁରିପାଟଣା ଗ୍ରାମର ନବଘନ ମହାରଣା, ଗଞ୍ଜାମ ଜିଲ୍ଲା ମୋହନପୁର ଗ୍ରାମର ମନୋଜ କୁମାର ପଲେଇ, ବିହାରରୁ ମହମ୍ମଦ ନୱାବ ଓ ଉତ୍ତର ପ୍ରଦେଶରୁ ମହମ୍ମଦ ଇରଫାନ ଚଳିତ ବର୍ଷ ଏପ୍ରିଲ- ମଇ ମାସରେ ସାଉଦି ଆରବରେ ପାଇପମିସ୍ତ୍ରୀ, ରାଜମିସ୍ତ୍ରୀ ଭାବେ କାମ କରିବାକୁ ଏକ ଏଜେଣ୍ଟଙ୍କ ଜରିଆରେ ଯାଇଥିଲେ କିନ୍ତୁ ସେଠାରେ ପହଞ୍ଚିବା ପରେ  କମ୍ପାନୀ କତ୍ତୃପକ୍ଷ ସେମାନଙ୍କୁ ଅନ୍ୟ କାମରେ…

Read More

ଭୁବନେଶ୍ବର: ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ବିଧାନସଭା କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେଉଥିବା ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୫ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଉଛି। ତନ୍ମଧ୍ୟରୁ ଓଡିଶା ମଧ୍ୟରେ ୩ଟି ଟ୍ରେନ ଚଳାଚଳ କରିବ। ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ,ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ। କେନ୍ଦ୍ର…

Read More

ଭୁବନେଶ୍ବର: ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ଆଜି ସକାଳେ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି। ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସଂପର୍କରେ ଅବଗତ କରାଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ। ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ। ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ। ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରମର୍ଶ ଦେଇଥିଲେ। ସେ କହିଥିଲେ ଆଦିବାସୀ…

Read More

ଭୁବନେଶ୍ୱର: ଆଜି ବିଧାନସଭା ପ୍ରକୋଷ୍ଠ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ଏସଆରସି ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂହ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧ ରେ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମୁଦ୍ର କୁ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରୁ ନ ଥିବାରୁ ବହୁ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ବିଶେଷ କରି କୋରାପୁଟ ଓ ମାଲକାନଗିରି ଜିଲ୍ଲାବାସୀ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଅନେକ ଜାଗା ରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଜଳବନ୍ଦୀ…

Read More

ଭୁବନେଶ୍ବର: ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା। ସରକାର ଗଠନ କରିବାର ୧୦୦ ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହୁଥିଲେ ଯେ ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଯାହା ସଂପ୍ରତି ଜନତାଙ୍କ ପ୍ରତି ମହା ଛଳନାରେ ପରିଣତ ହୋଇଛି। ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା ଦେବାର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲାବେଳେ ବର୍ତ୍ତମାନ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଲୋକଙ୍କୁ ଉକ୍ତ ଅର୍ଥରାଶି ମିଳିବାର ସର୍ତ୍ତ ରଖିବା ନିଶ୍ଚୟ ଓଡ଼ିଶାର ହଜାର ହଜାର ବୟୋବୃଦ୍ଧଙ୍କ ପ୍ରତି ସରକାରଙ୍କର ଏକ ବିକୃତ ପରିହାସ । ଭାଜପା ତାର ନିର୍ବାଚନୀ…

Read More

ଭୁବନେଶ୍ବର: ଅପରାଜିତା ଷଡଙ୍ଗୀ, ଭୁବନେଶ୍ବର ସାଂସଦ। ଏଥର ନିର୍ବାଚନ ପରେ ତାଙ୍କର ରାଜନୈତିକ ହାବଭାବରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଥିଲା। ହେଲେ ତାହା ହେଲା ନାହିଁ। ତାଙ୍କର ସେହି ପୁରୁଣା ରୋଗ ଏକଲା ଚଲୋ ନୀତିକୁ ପୁଣି ସେ ଆପଣେଇ ନେଲେଣି। ଫଳରେ ସେ ବର୍ତ୍ତମାନ ନା ଦଳକୁ ଖାତିର କରୁଛନ୍ତି ନା ସଭାପତିଙ୍କୁ ନିର୍ଦ୍ଦେଶକୁ  ମାନୁଛନ୍ତି। ତାଙ୍କର ଏପରି ନୀତି ଦେଖି ଦଳ ଭିତରେ ଗୁଂଜରଣ ସୃଷ୍ଟି ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି। ନିକଟରେ ଭୁବନେଶ୍ବରରେ ସୁଭଦ୍ରା ପ୍ରଚାର ରଥ ଗଡିବା ପାଇଁ ବିରାଟ ଆୟୋଜନ କରାଯାଇଥିଲା। ତାହାକୁ ଖୋଦ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଉପସ୍ଥିତ ଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ହେଲେ ଆଶ୍ଚର୍ଯ୍ୟର କଥା, ସେଠାକୁ ଖୋଦ ଭୁବନେଶ୍ବର ସାଂସଦଙ୍କୁ ଦେଖା ମିଳିଲା ନାହିଁ। ଶୁଣିବାକୁ ମିଳିଲା ଯେ, କୁଆଡେ ମ୍ୟାଡମ ରାଗିଛନ୍ତି। ସେଥିପାଇଁ ସଭାକୁ ଆସିଲେ ନାହିଁ। ରାଗିବାର କାରଣ ହେଲା…

Read More

ଝାରସୁଗୁଡା: ଶ୍ରୀଗଣେଷଙ୍କୁ ପୂଜା କଲେ ସବୁ ବିଘ୍ନକୁ ନାସ କରନ୍ତି। ସେଥିପାଇଁ ସମସ୍ତେ ଗଣେଷ ଚତୁର୍ଥୀରେ ପ୍ରଭୃ ଶ୍ରୀ ଗଣେଷଙ୍କୁ ଆବାହନ କରିଥାନ୍ତି। ଠିକ ସେହିପରି ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ମଧ୍ୟ ବିନାୟକଙ୍କୁ ପୂଜା କରିଛନ୍ତି। ଝାରସୁଗୁଡାର ସରବାହାଲ ସ୍ଥିତ ବାସଭବନରେ ସେ ଗଣେଷ ଚତୁର୍ଥୀରେ ବିଘ୍ନ ବିନାସନଙ୍କୁ ପୂଜା କରିଥିଲେ। ଏହି ଉତ୍ସବରେ ବହୁ ଲୋକ ଏକାଠି ହୋଇଥିଲେ। ଏହାପରେ ଦୀପାଳି ନିଜ ଅଞ୍ଚଳରେ ଥିବା ବିଭିନ୍ନ ପୂଜା ମଣ୍ଡପ ବୁଲି ଶ୍ରୀ ଗଣେଷଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ। ସୋମବାର ଦିନ ସେ ଝାରସୁଗୁଡ଼ା କୋଲାବିରା ବ୍ଲକ ସମାସିଂହାରେ ଆୟୋଜିତ ଗଣେଶ ପୂଜା ଉତ୍ସବରେ ଯୋଗଦେଇ ଥିଲେ। ସେଠାରେ ସେ ବିଘ୍ନ ବିନାଶକଙ୍କ କୃପାରୁ ସମସ୍ତଙ୍କ ଜୀବନରୁ ବାଧା ବିଘ୍ନ ଦୂର ହୋଇ ସୁଖ ଶାନ୍ତିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି ପ୍ରାର୍ଥନା କରିଥିଲେ। ତାଙ୍କର ଉପସ୍ଥିତି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି କରିଥିଲା।

Read More

ଭୁବନେଶ୍ବର: ଦେଶର ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜି ଏବେ ୟୁଟ୍ୟୁବ ଚ୍ୟାନେଲରେ ଆସିବେ। ସେଥିପାଇଁ ସେ ନିଜେ କରିଛନ୍ତି ଏକ ୟୁଟ୍ୟୁବ ଚ୍ୟାନେଲ ଯାହାର ନାମ ରହିଛି ‘ମୁଁ ରୁବେନ କହୁଛି।’ ଓଡିଆରେ ପ୍ରସାରଣ ହେବାକୁ ଥିବା ଏହି ଚ୍ୟାନେଲରେ ଓଡିଶା ରାଜନୀତି ଉପରେ ବିଶେଷ ଭାବେ ପ୍ରସାରଣ କରାଯିବ। ପୂର୍ବରୁ ବିଭିନ୍ନ ପ୍ରସଂଗରେ ଓଡିଶା ରାଜନୀତି ଉପରେ ନିଜର ମତ ଦେଇ ରୁବେନ ଚର୍ଚ୍ଚାରେ ଅଛନ୍ତି। ନୂଆଦିଲ୍ଲୀରେ ରହୁଥିବା ରୁବେନ ଓଡିଶାରେ ଦୀର୍ଘ ବର୍ଷ ଧରି ସାମ୍ବାଦିକତା କରିଛନ୍ତି। ସେ ଏକଦା ନବୀନ ପଟ୍ଟନାୟକଙ୍କ ସହିତ ବେଶ ଘନିଷ୍ଠ ଥିଲେ। ସେହି ସମୟର ସଂପର୍କକୁ ନେଇ ସେ ନବୀନ ପଟ୍ଟନାୟକଙ୍କ ଉପରେ ଏକ ପୁସ୍ତକ ମଧ୍ୟ ଲେଖିଛନ୍ତି। ବହୁ ବର୍ଷ ତଳେ ସେ ଓଡିଶାରେ ଇଣ୍ଡିଆ ଟୁଡେର ରିପୋର୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲ ‘ଅଲ ଜରଜିରା’, ‘ହିନ୍ଦୁସ୍ଥାନ ଟାଇମସ’ ଏବଂ ଶେଷରେ…

Read More

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଆଜି ବାଣପୁର ଓ ଚିଲିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜନସେବା କେନ୍ଦ୍ର ତଦାରଖ କରିଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ  “ସୁଭଦ୍ରା ଯୋଜନା” ର ଅନଲାଇନ୍ ପଞ୍ଜୀକରଣ ଆବେଦନ କିପରି ଚ଼ାଲିଛି ବୁଝିବା ସହ ଆବେଦନକାରୀଙ୍କ ସହ ଆଲୋଚନା କରିଥିଲେ। ଉକ୍ତ କେନ୍ଦ୍ର ଗୁଡିକରେ ସେ ମହିଳାମାନଙ୍କର ଆବେଦନ ସମୟରେ ଉପୁଜୁଥିବା ବିଭିନ୍ନ ସମସ୍ୟା ପରଖିଥିଲେ। ତତସହିତ ସରକାରଙ୍କ ନିୟମ ମୁତାବକ ନିଃଶୁଳ୍କ ଆବେଦନ ପ୍ରକ୍ରିୟାକୁ ଗୁରୁତ୍ୱ ଦେଇ କୌଣସି ହିତାଧିକାରୀଙ୍କଠାରୁ ଆବେଦନ ପାଇଁ ଯେପରି କେହିବି ଅର୍ଥ ଆଦାୟ ନ କରନ୍ତି ସେଥିପ୍ରତି କଡ଼ା ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଥିଲେ। ତେବେ ବିଭିନ୍ନ କେନ୍ଦ୍ରରେ ସର୍ଭର ସ୍ଲୋ ଥିବା ଅଭିଯୋଗ ପାଇ ସଙ୍ଗେସଙ୍ଗେ ଏହାର ନିରାକରଣ ଦିଗରେ ପଦକ୍ଷେପ ନେଇଥିଲେ। ଯଦି କୌଣସି ଜନ ସେବା କେନ୍ଦ୍ର ମହିଳାମାନଙ୍କ ଠାରୁ ଆବେଦନ…

Read More

ଭୁବନେଶ୍ବର: ଏସ୍‌ୟୁ-୩୦ ଏମକେଆଇ ବିମାନ ଲାଗି ୨୪୦ ଏଏଲ୍-୩୧ ଏଫପି ଏରୋ ଇଞ୍ଜିନ୍ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ସହ ୨୬,୦୦୦ କୋଟିରୁ ଅଧିକ ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଏକ ବଡ଼ ପ୍ରୋତ୍ସାହନ ମିଳିବ। ୯ ସେପ୍ଟେମ୍ବର, ୨୦୨୪ରେ ନୂଆଦିଲ୍ଲୀରେ ପ୍ରତିରକ୍ଷା ସଚିବ ଶ୍ରୀ ଗିରିଧର ଅରମାନେ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭିଆର ଚୌଧୁରୀଙ୍କ ଉପସ୍ଥିତିରେ ମନ୍ତ୍ରଣାଳୟ ଏବଂ ହାଲ୍ ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ଏହି ଏରୋଇଞ୍ଜିନ୍ ଗୁଡ଼ିକ ହାଲ୍ ର କୋରାପୁଟ ଡିଭିଜନ ଦ୍ୱାରା ନିର୍ମିତ ହେବ ଏବଂ ଦେଶର ପ୍ରତିରକ୍ଷା ପ୍ରସ୍ତୁତି ପାଇଁ ଏସ୍‌ୟୁ-୩୦ ଫ୍ଲିଟ୍ ର ପରିଚାଳନା କ୍ଷମତା ବଜାୟ ରଖିବା ପାଇଁ ଭାରତୀୟ ବାୟୁସେନାର ଆବଶ୍ୟକତା ପୂରଣ କରିବ ବୋଲି ଆଶା କରାଯାଉଛି। ଚୁକ୍ତିଭିତ୍ତିକ ହସ୍ତାନ୍ତର କାର୍ଯ୍ୟସୂଚୀ ଅନୁଯାୟୀ ହାଲ୍ ବାର୍ଷିକ ୩୦ଟି ଏରୋ ଇଞ୍ଜିନ୍…

Read More

ନୂଆଦିଲ୍ଲୀ: ବାଙ୍ଗାଲୁରୁ ହେଉଛି କନ୍ନଡିଗାସଙ୍କର, ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି। ସେତିକି ନୁହେଁ ଏହାକୁ ନେଇ ଚାଲିଛି ଏକ ବଡ ବିତର୍କ। ଏଥିରେ ଆଇଟି ବୃତ୍ତିଧାରୀ, ବ୍ୟବସାୟୀ, ଟେକ୍ନୋଲୋଜିଷ୍ଟ, ଏପରିକି ସାଧାରଣ ଜନତା ମଧ୍ୟ ସେମାନଙ୍କ ମତ ରଖି ଏହି ବିତର୍କକୁ ବଢାଇବାରେ ଲାଗିଛନ୍ତି। ଜଣାପଡିଛି ଯେ, ମଞ୍ଜୁ ନାମକ ଜଣେ ବ୍ୟକ୍ତି ତାଙ୍କର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ତାହା ଇଂରାଜୀରେ କରାଯାଇଛି। ତାହା ହେଲା https://twitter.com/ManjuKBye/status/1831926183438774774?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1831926183438774774%7Ctwgr%5E6ca092674217d82ad282789844ee6a6cf5cef790%7Ctwcon%5Es1_&ref_url=https%3A%2F%2Fm.dailyhunt.in%2Fnews%2Findia%2Fenglish%2Fhindustantimes-epaper-dh6a1e8229c99f4403a520ea1f381dcb4f%2Fbengalurubelongstokannadigasviralxpostcallseverynonkannadaspeakeranoutsidersparksheateddebate-newsid-n630115741 ଏହାର ଅର୍ଥ ହେଲା ଯେ, ଯେଉଁମାନେ ବାଙ୍ଗାଲୁରୁ ଆସୁଛନ୍ତି ସେମାନେ କନ୍ନଡ ଭାଷା କହନ୍ତି ନାହିଁ କି ଚେଷ୍ଠା ମଧ୍ୟ କରନ୍ତି ନାହିଁ ସେମାନଙ୍କୁ ବାହାରି ଭାବେ ବ୍ୟବହାର କରାଯିବ। ଏହାକୁ ଲେଖ ଏବଂ ସେୟାର କର ବୋଲି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଏହା କୌଣସି ଖେଳ ଘର ନୁହେଁ। ବାଙ୍ଗାଲୁରୁ କେବଳ କନ୍ନଡିଗାସଙ୍କର। ଆଉ କାହାର ନୁହେଁ। ଏହାକୁ ନେଇ…

Read More

ଭୁବନେଶ୍ବର: ଗତକାଲି ସମ୍ବଲପୁରରେ ଆୟୋଜିତ ସିଏମ କିଶାନ ଯୋଜନା ଉଦଘାଟନ ବୈଠକରେ ଏକ ଅଦଭୂତ ସ୍ଥିତି ଦେଖିବାକୁ ମିଳିଥିଲା। ତାହା ହେଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ମଧ୍ୟରେ କଥା କଟାକଟି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି କରିଛି। ଗୋଟିଏ ଦଳର ନେତାଙ୍କ ମଧ୍ୟରେ ସଭା ମଞ୍ଚରେ ମୁହାଁମୁହିଁ ହେବାକୁ ନେଇ ଅନେକ ନାପସନ୍ଦ କରିଛନ୍ତି। ଘଟଣାଟି ହେଲା ଯେ, ଗତ ପାଞ୍ଚ ତାରିଖରେ ହୀରାକୂଦ କେନାଲ ନବୀକରଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଂଜୁରୀ କରିଛନ୍ତି। ତାହାକୁ ନେଇ ରାଜସ୍ବ ମନ୍ତ୍ରୀ ସଭାମଞ୍ଚରେ କହିଥିଲେ ଯେ, ଏହି କେନାଲ ନବୀକରଣ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଅନୁଭବ ନ ଥାଇପାରେ ହେଲେ ମୋର ଏହା ଉପରେ ଅଧିକ ଅନୁଭବ ରହିଛି। ଏହାପରେ ଧର୍ମେନ୍ଦ୍ରଙ୍କ କହିବା ପାଳିରେ ସେ ସ୍ପଷ୍ଟିକରଣ ଦେଇ କହିଥିଲେ ଯେ, ସୁରେଶ ଭାଇଙ୍କ କଥାରେ ମୁଁ ଏକମତ ନୁହେଁ।…

Read More

ଭୁବନେଶ୍ବର: ଖୁବ ଶିଘ୍ର ଭଙ୍ଗା ଯିବା ବହୁ ଲୋକଙ୍କ ଗୁରୁତ୍ବ ବହନ କରୁଥିବା ଦିଲ୍ଲୀସ୍ଥିତ ଓଡିଶା ଭବନ। ଏ ନେଇ ରାଜ୍ୟ ସରକାର ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଦୁଇ ବର୍ଷ ତଳେ ଏହି ଭବନ ଅସୁରକ୍ଷିତ ବୋଲି ଘୋଷଣା କରାଯାଇଥିଲା। ଏହାକୁ ତିନି ବର୍ଷ ମଧ୍ୟରେ ଭଙ୍ଗାଯିବା ଆବଶ୍ୟକ ବୋଲି କୁହାଯାଇଥିଲା। ସେହି ଅନୁସାରେ ଏହି ଭବନକୁ ଭଙ୍ଗା ଯାଇ ସେଠାରେ ନୂଆ ଢାଞ୍ଚାରେ ନିର୍ମାଣ କରାଯିବ ବୋଲି ଜଣାପଡିଛି। ୧୯୮୦ ମସିହାରେ ନିର୍ମିତ ହୋଇଥିବା ଓଡ଼ିଶା ଭବନ ସହ ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ସୁରକ୍ଷା ଅଡିଟ୍‌ ୨୦୨୨ରେ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ ଏହାର ଭିତ୍ତିଭୂମିର ସୁରକ୍ଷା ସଂକ୍ରାନ୍ତ ଅନୁଧ୍ୟାନ କରାଯାଇଥିଲା। ୨୦୨୨ ଏପ୍ରିଲ୍‌ ୧୯ ତାରିଖରେ ରାଜ୍ୟ ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀଙ୍କ ଓଏସଡି ଓଡ଼ିଶା ଭବନଟି ଦୀର୍ଘସ୍ଥାୟୀ ବ୍ୟବହାର ନିମନ୍ତେ ଅନୁପଯୁକ୍ତ…

Read More

ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମ-କେନ୍ଦ୍ର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର–ପଶ୍ଚିମ ବଙ୍ଗୋପସାଗର ରେ ଅବପାତ କ୍ଷେତ୍ର ସୃଷ୍ଟି ହୋଇଛି । ଫଳରେ ଏହା ଉତ୍ତର ଓଡିଶା, ପଶ୍ଚିମ ବଙ୍ଗ ଉପକୂଳରେ ଗତିଶୀଳ ହୋଇ ଆଗାମୀ ୨୪ଘଣ୍ଟାରେ ଗଭୀର ଅବପାତର ରୂପ ନେଇପାରେ। ଏହା ପୁରୀ ଏବଂ ଦିଘା ମଧ୍ୟରେ ଆସନ୍ତା କାଲି ୯ ତାରିଖ ରାତି ସୁଦ୍ଧା ଅତିକ୍ରମ କରିପାରେ। ଏହି ପରିପ୍ରେକ୍ଷୀରେ ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଦୃଷ୍ଟିରୁ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାକୁ ପ୍ରସ୍ତୁତି ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡା,…

Read More

ଭୁବନେଶ୍ବର: ଆଜି ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଏହି ପର୍ବ ପାଇଁ ଆଜି ସାରା ପଶ୍ଚିମ ଓଡିଶା ଦୁଲୁକିବାରେ ଲାଗିଛି। କାରଣ ଆଜି ଚାଷିପୁଅ ତାହାର ପ୍ରଥମ ଫସଲ ଅମଳ କରି ସେବାନ କରିବ। ତା ପୂର୍ବରୁ ମା ସମେଲଶ୍ବରୀଙ୍କ ନିକଟରେ ଲାଗି କରାଯିବ। ପରିବାରର ସମସ୍ତେ ଏକାଠି ବସି ଏହା ସେବନ କରିବେ। ନୂଆଖାଇ ବା ନବାହ୍ମ ହେଉଛି ପଶ୍ଚିମ ଓଡିଶାର ଏକ ଗଣପର୍ବ। ଏହି ପର୍ବ ପାଳନ ପାଇଁ ପଶ୍ଚିମ ଓଡିଶାବାସୀ ବହୁ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି। ବିଭିନ୍ନ ପୂଜା ସାମଗ୍ରୀ ସହିତ ଲୁଗାପଟା ମଧ୍ୟ କିଣାଯାଇଥାଏ। ଏହାର ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି ଅନୁସାରେ ଏହାର ପୂଜା କରାଯାଇଥାଏ।

Read More

ଭୁବନେଶ୍ୱର: ଆଜି ଗଣେଶ ଚତୁର୍ଥୀ। ଭୁବନେଶ୍ୱର ର ବିଭିନ୍ନ ପୂଜା ମଣ୍ଡପ ରେ ପୂଜା ପାଉଛନ୍ତି ସିଦ୍ଧିଦାତା ଗଜାନନ.ଏହି ଅବସରରେ ଗଣେଶ ଭଗବାନ ଙ୍କ ଆଶୀର୍ବାଦ ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ରେ ପୂଜା ମଣ୍ଡପ ଯାଇ ପ୍ରଭୃଙ୍କ ଦର୍ଶନ କରି ଓଡିଶା ବାସୀଙ୍କ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ପ୍ରଥମେ ପୁରୁଣା ଭୁବନେଶ୍ୱର ର ବଢେଇବାଙ୍କ ଛକ ସ୍ଥିତ ଏକାମ୍ର ରାଜା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ପୂଜା କରିଥିଲେ। ପରେ ପରେ ତିନିମୁଣ୍ଡିଆ ଛକ ରେ ପୂଜିତ ଚାଳିଶ ଫୁଟ ଉଚ୍ଚ ଗଣେଶ ଙ୍କ ପୂଜା କରି ଆଠ ନମ୍ବର ଆଖଣ୍ଡଳମଣି ପୂଜା କମିଟି ମୁଣ୍ଡପ ଓ ଗଜପତି ନଗର ପୂଜା ମଣ୍ଡପ ବୁଲି ଦେଖିବା ସହ ଗଣେଶ ଭଗବାନ ଙ୍କ ପୂଜା କରିଥିଲେ। ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ମଣ୍ଡପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।…

Read More

ଭୁବନେଶ୍ବର: ଶିଳ୍ପ ମାଧ୍ୟମରେ ରାଜ୍ୟରେ ଅର୍ଥନୈତିକ ବିକାଶ ହୋଇପାରିବ। କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ରୋଜଗାର ସୃଷ୍ଟି ହୋଇପାରିବ। ଆମ ସରକାର ଏହି ସମସ୍ତ ଦିଗରେ ପ୍ରୟାସ କରୁଛନ୍ତି। ଭାରତ ମସଲା ଭଳି ସଂସ୍ଥା ଏ କ୍ଷେତ୍ରରେ ପଥ ପ୍ରଦର୍ଶକ ଭଳି ଭୂମିକା ନେଇପାରିବେ ବୋଲି କଟକ ଜିଲ୍ଲା ବାରଙ୍ଗଠାରେ ଜୟ ଭାରତ ଫାଉଣ୍ଡେସନ ଓ ଭାରତ ମସଲା ପକ୍ଷରୁ ଅନୁଷ୍ଠିତ ୨୫ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପ ଉଭୟ ଆମ ସରକାରଙ୍କ ପ୍ରାଥମିକତା। ଶିଳ୍ପ ଜରିଆରେ ଅର୍ଥନୈତିକ ବିକାଶ ଓ କ୍ଷୁଦ୍ର, ମଧ୍ୟମ, ଲଘୁ ଶିଳ୍ପ ଜରିଆରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ସରକାର ପ୍ରୟାସ କରୁଛନ୍ତି । ମାତ୍ର ୪୦୦ ଟଙ୍କା ମୂଳ ପୁଞ୍ଜିରୁ ଆରମ୍ଭ କରି ୬୦୦ କୋଟିରେ ପହଞ୍ଚିଥିବା…

Read More