ଭୁବନେଶ୍ବର: ଆଜି ଉଚ୍ଚ ମାଧ୍ୟମିକ ପରିଷଦ (ସି.ଏଚ.ଏସ.ଇ) ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୋଲିସ ନିଯୁକ୍ତି ବୋର୍ଡ଼ (Police Recruitment Board)ର ଅଧ୍ୟକ୍ଷ ତଥା ଅଗ୍ନିଶମ ବାହିନୀର ପୂର୍ବତନ ମହାନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରିଷଦର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ସରକାରୀ ବିଦ୍ୟାଳୟରେ ଅଧିକରୁ ଅଧିକ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ। ଏଥିସହ ନୈତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସୃଜନଶୀଳ କାର୍ଯ୍ୟକଳାପ ଯଥା ପରିବେଶ ସୁରକ୍ଷା, କ୍ରୀଡ଼ା, ସଙ୍ଗୀତ, ବ୍ୟାୟାମ ଆଦିକୁ ପ୍ରୋତ୍ସାହିତ କରିଛନ୍ତି ମୁଖ୍ୟ ଅତିଥି। ଅନ୍ୟପକ୍ଷେ ସମାରୋହରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ ଓ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ କୁମାର ତରାଇ ଯୋଗ ଦେଇଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ ସମ୍ପର୍କରେ ଆଲୋଚନା…
Author: Samikhsya Bureau
ଭୁବନେଶ୍ବର: ଆଜିଠାରୁ ଗଡିବା ଆରମ୍ଭ ହୋଇଛି ସୁଭଦ୍ରା ରଥ। ଅର୍ଥାତ ରାଜ୍ୟ ସରକାର ଲାଗୁ କରିଥିବା ସୁଭଦ୍ରା ଯୋଜନା ସଂପର୍କରେ ସଚେତନତା କରିବା ପାଇଁ ଏହି ରଥ ବୁଲିବ। ଆଜି ଭୁବନେଶ୍ବରର ଗାନ୍ଧୀମାର୍ଗରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ରଥ ଲୋକମାନଙ୍କୁ ସୁଭଦ୍ରା ଯୋଜନା ସଂପର୍କରେ ସମସ୍ତ ତଥ୍ୟ ଯୋଗାଇଦେବ। ଏହି ରଥ ଓଡିଆ ଅସ୍ମିତାର ଏକ ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନଙ୍କୁ ସ୍ବାବଲମ୍ବି କରିବ। ହେଲେ ଏହି ଉତ୍ସବରେ ଯୋଗଦେଇଥିବା ଭୁବନେଶ୍ବର ମେୟର ସୁଲୋଚନା ଦାସ ସୁଭଦ୍ରା ଯୋଜନା ବିଫଳତା ସଂପର୍କରେ କହିଥିଲେ। ସେ କହିଥିଲେ ଯେ, ବିଜେପି ନିର୍ବାଚନ ପ୍ରଚାରରେ ଯେତିକି ଦେବ ବୋଲି କହିଥିଲା ତାହା ହେଲା ନାହିଁ। ଏତିକି ଟଙ୍କାରେ ଜଣେ ମହିଳ କଣ କରିପାରିବ ବୋଲି ମେୟର କହିଥିଲେ। ଏହି ରଥ ପ୍ରଥମେ…
ଭୁବନେଶ୍ବର: ଲାଞ୍ଚ ଟଙ୍କା ସବୁ ଏକାଠି କରି ଏକ ଗାଡିରେ ଭୁବନେଶ୍ବର ଆସୁଥିଲେ। ହେଲେ ସେ ଜାଣି ନ ଥିଲେ ବାଟରେ ଛକି ରହିଛି ଭିଜିଲାନ୍ସ। ହଠାତ ସେ ବୁଝିବା ପୂର୍ବରୁ ଗାଡି ଚାରିପଟୁ ବେଢି ଗଲେ ଭିଜିଲାନ୍ସ ଟିମ। ଗାଡି ତଲାସିବା ବେଳେ ମିଳିଲା ଲକ୍ଷେ 32 ହଜାର ନଗଦ ଟଙ୍କା। ସେ ହେଉଛନ୍ତି ନୂଆପଡା ଏମଭିଆଇ ବିଜୟ କୁମାର ବେଉରିଆ। ଏକ ବିଶେଷ ସୁତ୍ରରୁ ଖବର ପାଇ ଭିଜିଲାନ୍ସ ତାଙ୍କୁ ଧରିବ ବୋଲି ଛକି ରହିଥିଲା। ସେ ଆଜି ନୂଆପଡାରୁ ଭୁବନେଶ୍ବର ଆସୁଥିବା ବେଳେ ଅପରାହ୍ନରେ ଖୋର୍ଦ୍ଧା ମେଡିକାଲ ଛକରେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଆଉ ଗାଡିରେ ମିଳିଥିବା ନଗଦ ଟଙ୍କା ସଂପର୍କରେ କିଛି କହିପାରି ନ ଥିଲେ। ସେଠାରେ ଭିଜିଲାନ୍ସ ତାଙ୍କୁ ଅଫିସ ଆଣି ପଚରାଉଚୁରା କରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଫଳରେ ଭିଜିଲାନ୍ସ ତାଙ୍କଠାରୁ ମିଳିଥିବା ଟଙ୍କା ଏବଂ କାରକୁ ଜବତ…
Dead Butt Syndrome: ଯେଉଁମାନେ ଦୀର୍ଘ ସମୟ ଧରି ବସି ରହି କାମ କରନ୍ତି ସେମାନେ ବର୍ତ୍ତମାନଠାରୁ ସାବଧାନ ହୋଇଯାଆନ୍ତୁ। କାରଣ ଧାରାବାହିକ ଭାବେ ବସି ରହି କାମ କଲେ ବହୁ ସାଂଘାତିକ ରୋଗ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯାହାକୁ Dead Butt Syndrome ବା ଡେଡ୍ ବୁଟ ସିନଡ୍ରୋମ କୁହାଯାଇଥାଏ। ଆଜିକାଲି ବହୁରାଷ୍ଟ୍ରୀୟ କମ୍ପାନୀରେ ପ୍ରାୟତଃ ବସିବା କାର୍ଯ୍ୟ ମିଳିଥାଏ। ଏପରି ପରିସ୍ଥିତିରେ ୯-୧୦ ଘଣ୍ଟା ପାଇଁ ନିରନ୍ତର କାର୍ଯ୍ୟ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣ କରୁଛି। ଲାମ୍ବା ସମୟ କାର୍ଯ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଅନେକ ସମସ୍ୟା ସୃଷ୍ଟି କରୁଛି। ଏହିପରି ଲୋକଙ୍କ ଶରୀରରେ ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧାର ସମସ୍ୟା ବଢିବାରେ ଲାଗିଛି। ଚାପରେ ଲାମ୍ବା ସମୟ ଧରି କାମ କରିବା ଦ୍ଵାରା ହୃଦୟ ଏବଂ କର୍କଟ ଭଳି ରୋଗ ବଢିବାରେ ଲାଗିଛି। ଯଦି ଆପଣ ମଧ୍ୟ ଦୀର୍ଘ…
ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ ହୋଇଥାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ମାସେ ଆଗରୁ କରାଯାଇଥାଏ। ତେବେ ଏଥର ଗଣେଷ ପୂଜାରେ ମୁମ୍ବାଇ ସହର ଚମକୁ ଥିବା ବେଳେ ଗୋଟିଏ ଘଟଣା ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ, ଜଣେ ଭକ୍ତ ପ୍ରଭୃ ଗଣେଷଙ୍କୁ ୨୦ କେଜି ସୁନାରେ ତିଆରି ଏକ ମୁକୁଟ ଉପହାର ଦେଇଛନ୍ତି। ଏହି ମୁକୁଟଟି ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ସମିତର ଏଥର ଗଣେଷ ପୂଜାରେ ଏହି ମୁକୁଟ ଲଗାଯାଇଛି। ତେବେ ମୁକୁଟଟି ଚାରିଟି ଭାଗରେ ନିର୍ମାଣ କରାଯାଇଛି। ଯାହାକୁ ଶ୍ରୀଗଣେଷଙ୍କ ମୁଣ୍ଡରେ ଲଗାଇବେ…
ଭୁବନେଶ୍ବର: ଅକ୍ଟୋବର ୨ ତାରିଖରେ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ।ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ-୨୦୨୪ ସାରା ରାଜ୍ୟରେ ପାଳନ କରାଯିବ। ଏ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ (ଥିମ୍) ରହିଛି ‘‘ସ୍ୱଭାବ ସ୍ୱଚ୍ଛତା-ସଂସ୍କାର ସ୍ୱଚ୍ଛତା’’। ସ୍ୱଚ୍ଛତା ତଥା ପରିମଳ ରକ୍ଷା ପାଇଁ ପ୍ରତ୍ୟେକ ଲୋକଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଥିବା ବେଳେ ଜନସାଧାରଣଙ୍କର ସହଭାଗିତା ଏବଂ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ସହଯୋଗରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଗତକାଲି ଗୁରୁବାର ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଓ ସ୍ୱଚ୍ଛ ଭାରତ ମିଶନ (ସହର ) ଏବଂ…
ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ଏହି ଉପଲକ୍ଷେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି। ଚାରିଆଡେ ପ୍ରଭୃ ଗଣେଷଙ୍କ ପୂଜା ଚାଲିଛି। ହେଲେ ଏହି ପୂଜା ପୂର୍ବରୁ ଏକ ନୂଆ କଥା କରି ଦେଖାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ଗଣେଷ ପୂଜାର ଗୋଟିଏ ଦିନ ପୂର୍ବରୁ ପରିବେଷ ସଚେତନତା ପାଇଁ ଆରମ୍ଭ କରିଛନ୍ତି କାମ। ଶ୍ରୀମୟୀ ବିଭିନ୍ନ ସ୍ଥାନରେ ଗଛ ଲଗାଇ ଲୋକଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାକୁ ଚେଷ୍ଠା କରିଛନ୍ତି। ସେ ଏ ନେଇ ପ୍ରଖ୍ୟାତ ବ୍ୟକ୍ତିତ୍ବ ଇଭ୍ରେଟ ମାମୋଟଙ୍କ ଏକ ସ୍ଲୋଗାନକୁ ଅନ୍ୟମାନଙ୍କୁ ବାଣ୍ଟିଛନ୍ତି। ତାହା ହେଲା “We can learn a lot from trees: they’re always grounded but never stop reaching heavenward.” – Everett Mamor. ଅର୍ଥାତ ଗଛ ଭୂମିରେ ନିଜର ସ୍ଥିତି ସୁଦୃଢ କରିଥିଲେ ମଧ୍ୟ ଆକାଶକୁ…
ନୂଆଦିଲ୍ଲୀ: ଯେକୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି। ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି 14 ନାମ ମଧ୍ୟ ଜପ କରିବା- ଭଗବାନ ଗଣେଶଙ୍କର 14 ନାମ:– 1-ବିନୟକ 2. ଗଜାନନ 3. ଗଣେଶ 4. ଲମ୍ବୋଦର 5. ଏକଦନ୍ତ 6. ବକ୍ରତୁଣ୍ଡ 7. ବିଘ୍ନରାଜ 8. ବିଶ୍ବରାଜ 9. ବୁଦ୍ଧିନାଥ 10. ବିକଟ 11. ହେରମ୍ବ 12. କୃଷ୍ଣପିଙ୍ଗାକ୍ଷ 13. ଅଖୁରଥ 14. ଭୂପତି।
ଭୁବନେଶ୍ବର: ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ପରେ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପ୍ରଥମେ ମମତା ମହାନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇ ବିଜେପିର ସାମିଲ ହେଲେ। ତାଙ୍କୁ ପୁଣି ବିଜେପି ରାଜ୍ୟସଭାକୁ ପଠାଇଲା। ଏବେ ସୁଜିତ କୁମାରଙ୍କୁ ପୁଣି ରାଜ୍ୟସଭାକୁ ପଠାଇପାରେ ବିଜେପି। ତେବେ ଏହି ଦୁଇଜଣଙ୍କ ପରେ ପୁଣି ଆଉ କାହା ପାଳି ସେ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହେବାରେ ଲାଗିଛି। କାରଣ ଓଡିଶାର ରାଜ୍ୟସଭାରେ ମୋଟ ଦଶଟି ଆସନ ମଧ୍ୟରୁ ଦୁଇଟି ଆସନରେ ବିଜେପି ଅଛି। ସେହି ଦୁଇଟି ହେଲା ଅଶ୍ବିନୀ ବୈଷ୍ଣବ ଏବଂ ମମତା ମହାନ୍ତ। ଏହାପରେ ଆଉ ଆଠଟି ଆସନ ବିଜେଡି ହାତରେ ଥିଲା। ହେଲେ ସୁଜିତ କୁମାର ଇସ୍ତଫା ଦେବା ପରେ ବର୍ତ୍ତମାନ ବିଜେଡି ହାତରେ ସାତଟି ଆସନ ରାଜ୍ୟସଭାରେ ଅଛି। ଯେଉଁ ସାତ ଜଣ ବିଜେଡିର ରାଜ୍ୟସଭା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ପୁରସ୍କୃତ ବ୍ୟକ୍ତିମାନେ ସେମାନଙ୍କର ଶିକ୍ଷାଦାନ ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ। ଶିକ୍ଷଣକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେମାନଙ୍କ ଦ୍ୱାରା ବ୍ୟବହୃତ ଆକର୍ଷଣୀୟ କୌଶଳ ବିଷୟରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ନିୟମିତ ଶିକ୍ଷାଦାନ କାର୍ଯ୍ୟ ସହିତ ସେମାନଙ୍କ ଦ୍ୱାରା କରାଯାଉଥିବା ସାମାଜିକ କାର୍ଯ୍ୟର ଉଦାହରଣ ମଧ୍ୟ ସେମାନେ ସେୟାର କରିଥିଲେ। ସେମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ଶିକ୍ଷାଦାନ କଳା ପ୍ରତି ସେମାନଙ୍କର ସମର୍ପଣ ଏବଂ ବର୍ଷ ବର୍ଷ ଧରି ସେମାନେ ପ୍ରଦର୍ଶନ କରିଥିବା ଉଲ୍ଲେଖନୀୟ ଉତ୍ସାହକୁ ପ୍ରଶଂସା କରିଥିଲେ, ଯାହାକୁ ପୁରସ୍କାର ମାଧ୍ୟମରେ ସ୍ୱୀକୃତି ମିଳିଛି। ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତିର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ ଏବଂ ନିଜ ମାତୃଭାଷାରେ ଶିକ୍ଷା ପ୍ରାପ୍ତିର ଗୁରୁତ୍ୱ ବିଷୟରେ କହିଥିଲେ।…
ନୂଆଦିଲ୍ଲୀ: ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଅତିରିକ୍ତ ସଚିବ ଶ୍ରୀ ରାଜୀବ ସିଂହ ଠାକୁରଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଗତିଶକ୍ତି କାର୍ଯ୍ୟକ୍ରମ ଅଧୀନରେ ନେଟୱର୍କ ପ୍ଲାନିଂ ଗ୍ରୁପ୍ (ଏନପିଜି)ର ୭୮ତମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (ଏମଓଆରଟିଏଚ୍) ଦ୍ୱାରା ପ୍ରସ୍ତାବିତ ୧୮ଟି ଗୁରୁତ୍ୱପୂର୍ଣ୍ଣ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଓଡ଼ିଶା ସମେତ ତାମିଲନାଡୁ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଆଦି ବିଭିନ୍ନ ରାଜ୍ୟରେ ଏହି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ (ଏନ୍ଏମପି)ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନା ନୀତି ଅନୁଯାୟୀ କାର୍ଯ୍ୟକାରୀ ହେବାକୁ ଯାଉଛି । ସମ୍ବଲପୁର ରିଙ୍ଗରୋଡ୍ : ଓଡ଼ିଶାର ସମ୍ବଲପୁର ସହର ଚତୁଃପାର୍ଶ୍ୱରେ ୩୫.୩୮ କିଲୋମିଟର ଲମ୍ବ ଏବଂ ୪ ଲେନ୍ ବିଶିଷ୍ଟ ଏହି ସଡ଼କ ପ୍ରକଳ୍ପ ଜନଗହଳି ହ୍ରାସ କରିବା ସହିତ ରାଜ୍ୟର…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରୁ ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ ହେଉଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ସ୍କିଲ୍ଡ୍ ଇନ୍ ଓଡିଶାର ପ୍ରତିଯୋଗୀମାନଙ୍କ ସହିତ ଆଭାସୀ ଜରିଆରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରତିଯୋଗୀମାନଙ୍କ ସହ କଥା ହୋଇ କହିଥିଲେ ଯେ, ସାଧାରଣ ପରିବାରରୁ ଆସିଥିଲେ ମଧ୍ୟ ଏହା ତୁମ ପ୍ରତିଭାର ପରିସ୍ପୁଟନ ପାଇଁ ଏକ ସୁଯୋଗ। ‘ସ୍କିଲ୍ଡ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ହେଉଛି ଏକ ପ୍ରେରଣା, ଯାହା ଆମ ଯୁବବର୍ଗଙ୍କୁ ସଶକ୍ତ କରୁଛି ଏବଂ ନୂତନ ସୁଯୋଗର ଦ୍ୱାର ଖୋଲି ବିଶ୍ୱ ମାନଚିତ୍ରରେ ସ୍ଥାନିତ କରୁଛି। ଭାରତର ୬୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ତନ୍ମଧ୍ୟରୁ ଓଡିଶାର ୧୫ଜଣ ମନୋନୀତ ହେବା ଆମ ସମସ୍ତଙ୍କ ପାଇଁ ଖୁସିର କଥା। ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଆପଣମାନେ ପ୍ରତିନିଧିତ୍ୱ କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ…
ନୂଆଦିଲ୍ଲୀ: ପୁଣି ବିଜେଡିକୁ ଲାଗିଲା ବଡ ଧକ୍କା। ମମତା ମହାନ୍ତ ପରେ ଏବଂ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ। ଆଜି ନୂଆଦିଲ୍ଲୀ କାର୍ଯ୍ୟାଳୟରେ ସାଂସଦ ସୁଜିତ କୁମାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭତୃହରି ମହତାବ, ଅରୁଣ ସିଂ ଏବଂ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ସେ ବିଜେଡିରୁ ଇସ୍ତଫା ଦେବାର କିଛି ସମୟ ପରେ ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ଦଳରେ ସାମିଲ ହୋଇଛନ୍ତି। ମିଶ୍ରଣ ବେଳେ ସେ ବିଜେଡି ବିରୋଧରେ ବିଷ ଉଦଗାର କରିଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ରାଜ୍ୟସଭାରୁ କାଢ଼ି ଦିଆଯିବ ବୋଲି ମୋତେ ଧମକ ଦିଆଯାଇଥିଲା। ପଲିଟିକାଲ କ୍ୟାରିଅର ଶେଷ କରିଦିଆଯିବ କୁହାଯାଇଥିଲା। କଳାହାଣ୍ଡିର ଜଣେ ରାଜ୍ୟସ୍ତରୀୟ ନେତା ଏକଥା କହିଥିଲେ। ଏହି କଥା ମୋ ମୁହଁରେ କହିନଥିଲେ, ବରଂ ଦଳୀୟ ନେତାଙ୍କୁ ସେ କହିଥିଲେ। ମୋ…
ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମବାୟ ପ୍ରକୋଷ୍ଠ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ଯେ, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଙ୍କ ନେତୃତ୍ୱରେ ବର୍ତମାନ ସମଗ୍ର ଦେଶରେ ସମବାୟ ବ୍ୟବସ୍ଥାକୁ ସୁଦୃଢ କରାଯାଉଛି। ସମବାୟକୁ ଗ୍ରାମାଚଂଳରେ ବିଜନେସ୍ର ହବ୍ ଭାବେ ପରିଣତ କରାଯିବ। ସମବାୟ ସଂସ୍ଥା ଜରିଆରେ କୃଷି ଋଣ ସମେତ ଓøଷଧ, ପେଟ୍ରୋଲ, ଡିଜେଲ, କୀଟନାଶକ ଓ ସାର ଆଦି ଉପଲବ୍ଧ କରାଯିବା ସହିତ ସୌରଚାଳିତ ଶୀତଳ ଭଣ୍ଡାର, ଗୋଦାମ ଗୃହ, ଜନସେବା କେନ୍ଦ୍ର, ବ୍ୟାଂକ ଓ ଏଟିଏମ, କିଷାନ ସମୃଦ୍ଧି କେନ୍ଦ୍ର ପ୍ରତିଷ୍ଠାକୁ ପ୍ରାଧାନ୍ୟ ଦିଆଯିବ। ଏହା ଦ୍ୱାରା ଗ୍ରାମ୍ୟ ଅର୍ଥନୀତିକୁ ସମୃଦ୍ଧ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି। ରାଷ୍ଟ୍ରବାଦ ବିଚାରଧାରାର ଅଧିକରୁ ଅଧିକ ସଦସ୍ୟ ସମବାୟ ସହିତ ଯୋଡି ହୋଇ ସମବାୟ ସଂସ୍ଥାଗୁଡିକୁ ଲୋକାଭୀମୁଖୀ କରିବା ପାଇଁ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ…
ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ। ଏହି ସ୍ବତନ୍ତ୍ର ଗୁରୁଦିବସ କାର୍ଯ୍ୟକ୍ରମ ଅବସରରେ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ”ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪,୭୨୮ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।…
ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ। ସେ କହିଲେ ଯେ ଆଜିର ଗୁରୁମାନଙ୍କ ହାତରେ ହିଁ ଭବିଷ୍ୟତର ସୁରକ୍ଷା ଦାୟିତ୍ଵ। ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷା ବ୍ୟବସ୍ଥାର ଢ଼ାଞ୍ଚା ପ୍ରସ୍ତୁତ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏହି ଦିଗରେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷକମାନେ କେବଳ ଉତ୍ତମ ଶିକ୍ଷାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଯେପରି ଜୀବନରେ ମୂଲ୍ୟବୋଧ, ନୀତି ଓ ଆଦର୍ଶକୁ ଅନୁସରଣ କରିବେ, ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍। ନିଜର ଶିକ୍ଷକତା ଜୀବନକୁ…
ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ପଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। କଳାହାଣ୍ଡି ଜିଲ୍ଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲ୍ଲାରେ ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସୂଚନାଯୋଗ୍ୟ ରାଷ୍ଟ୍ରପତି ଆଜି ବିଜ୍ଞାନ ଭବନ ଠାରେ ୫୦ ଜଣ ମନୋନୀତ ପୁରସ୍କାର ବିଜେତାଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପୁରସ୍କାରରେ ମାନପତ୍ର ଏବଂ ନଗଦ ୫୦ ହଜାର ଟଙ୍କା ଓ ରୌପ୍ୟ ପଦକ ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଏ ଦେଶ ଆମର ଏ ମାଟି ଆମର। ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତି ର ଭିତ୍ତି। ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି। ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେ କହିଥିଲେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି। ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି। ବିଜେଡି ୱାକଫ…
ଭୁବନେଶ୍ବର: ମିଛ ହେଉଛି ବିଜେପିର ସବୁଠାରୁ ବଡ଼ ପରିଚୟ। ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତା କୁ ଆସିଛି। ତେଣୁ ବିଜେପି ର ମିଛ କୁ ପଦାରେ ପକାଇବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଛନ୍ତି। ଆଜି ଶଙ୍ଖ ଭବନ ରେ ଆୟୋଜିତ ବିଜୁ ମହିଳା ଜନତା ଦଳ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦ କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।ଶ୍ରୀ ପଟ୍ଟନାୟକ କହିଲେ ଯେ ନିର୍ବାଚନ ବେଳେ ସାରା ଦେଶ ରୁ ବିଜେପି ର ବଡ଼ ବଡ଼ ନେତା ଓଡିଶା ଆସିଲେ ହାତୀ ଦେବୁ ଘୋଡା ଦେବୁ କହିଲେ। କିନ୍ତୁ କାମ ରେ ଜିରୋ। ଏ ସମ୍ପର୍କ ରେ ସୂଚନା ଦେଇ ସେ କହିଲେ ଯେ ବିଜେପି ସୁଭଦ୍ରା ଯୋଜନାରେ ଦୁଇ ବର୍ଷ ରେ ସବୁ ମାଙ୍କୁ ପଚାଶ ହଜାର ଟଙ୍କା ଦେବ ବୋଲି କହିଥିଲେ।…
ଭୁବନେଶ୍ବର: ଶେଷରେ ରାଜ୍ୟ ସରକାର ସମସ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦକୁ ଭାଙ୍ଗି ଦେଇଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ବିଜେଡି ସରକାର ବେଳେ ୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା। ସେଥିରେ ନେତାମାନଙ୍କୁ ଅଧ୍ୟକ୍ଷ ତଥା ସଦସ୍ୟ କରି ଥଇଥାନ କରାଯାଇଥିଲା। ହେଲେ ସରକାର ବଦଳିବା ସହିତ ସେହି ପରିଷଦକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ କୁହାଯାଇଛି ଯେ, ରାଜ୍ୟର ସମସ୍ତ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଭଙ୍ଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ରାଜ୍ୟରେ ଥିବା ସମସ୍ତ ୨୩ଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାର୍ଯ୍ୟକାରିତା ସମାପ୍ତ ହେଲା।
ଭୁବନେଶ୍ୱର: ବର୍ତ୍ତମାନ ପୁରା ଆକ୍ସନ ମୁଡରେ ଅଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ବେଆଇନ ମଦ କାରାବାରକୁ ମୂଳପୋଛ କରିବା ପାଇଁ ଦେଲେ ନିର୍ଦ୍ଦେଶ। ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜି ବି ଜାରି ରହିଛି। ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି। ରାଜ୍ୟ ସରକାରଙ୍କ କଡା ଆଭିମୁଖ୍ୟ ସ୍ଵରୂପ ପୂର୍ବରୁ ରହି ଆସିଥିବା ଏହି ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି। ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ…

