Author: Samikhsya Bureau

ଭୁବନେଶ୍ବର : ଭୁବନେଶ୍ବରରର ଶ୍ରୀବିହାର ଅଞ୍ଚଳରେ ଏକ ବିଲ୍‌ଡିଂ କାମ ବନ୍ଦ କଲା ବିଏମ୍‌ସି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବାରୁ କାମ ବନ୍ଦ କଲା ବିଏମ୍‌ସି । ମୁର୍ସିଦାବାଦରୁ ଆସିଥିବା 21 ଶ୍ରମିକ କ୍ବାରେଣ୍ଟିନ୍‌ରେ ନ ରହି କାମ କରୁଥିଲେ । ବିଲ୍‌ଡିଂ କାମ କରିବା ସହ ପାଖ ଦୋକାନକୁ ଯାଇ କିଣାକିଣି କରୁଥିଲେ। ବିଲ୍ଡିଂ କାମ ବନ୍ଦ ସହ ସମସ୍ତଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ କରୋନା କ୍ରମାଗତ ବଢ଼ୁଥିବାର ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)କଡା କଟକଣା ଜାରି କରିଛି । ପୂର୍ବରୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଥିବାବେଳେ ଏବେ  ହଟସ୍ପଟ ଅଞ୍ଚଳରୁ ଆସିଲେ ସରକାରୀ କ୍ବାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଏଣିକି 5 ହଟସ୍ପଟ୍ ଜିଲ୍ଲାରୁ ଯଦି କେହି ଭୁବନେଶ୍ୱର ଆସିଲେ, ତାହେଲେ ସେମାନେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ସେହି 5…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଗ୍ରାମରେ ପୋଖରୀ ଖୋଳା କାର୍ଯ୍ୟକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଗମ୍ଭାରୀମୁଣ୍ଡା ଗ୍ରାମରେ ଶରତ ବରାଳଙ୍କ ନାମରେ ଏନ୍‌ଆରଜିଏସ୍‌ ସ୍କିମ୍‌ ଅନୁଯାୟୀ ‘ମୋ ପୋଖରୀ’ ଖୋଳିବା ନିମେନ୍ତ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଏହି କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି । ଜେସିବି ଦ୍ବାରା ପୋଖରୀ ଖୋଳା କାର୍ଯ୍ୟକରାଯାଇଥିବାବେଳେ ଜବ୍‌କାର୍ଡଧାରୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଇସା ଯାଉଛି । ଏଭଳି ଘଟଣା ଗମ୍ଭାୀରମୁଣ୍ଡାଠାରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋ’ ପୋଖରୀ କାର୍ଯ୍ୟ ପାଇଁ ସରକାରଙ୍କ ଆଇନଗତ ଅନୁସାରେ ଯାହା ନିୟମ କରାଯାଇଅଛି, ସେହି ଅନୁସାରେ କାର୍ଯ୍ୟ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ପୋଖରୀ ଖୋଳିବା କାର୍ଯ୍ୟ ପାଇଁ 3,50,000.00 ଅନୁଦାନ କରାଯାଇଥିବାବେଳେ ବାଣପୁର ବ୍ଲକ ଜେଇ, ପିଇଓ ଏବଂ ଜିଆରଏସଙ୍କ ନିର୍ଦ୍ଦେଶ କ୍ରମେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ନାନେ୍ଦାଳ-କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳେ ପଡିଯାଇ ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଜାତୀୟ ରାଜପଥ ୨୬ ପାଶ୍ୱର୍ସ୍ଥ ଜାରିଙ୍ଗ ମେଡିକାଲ କଲେଜ ପରିସରରେ ଆଇଆରବି ଯବାନମାନଙ୍କ କ୍ୟାମ୍ପ୍‌ ରହିଛି। ସେହି କ୍ୟାମ୍ପର ଯବାନ ବିଶ୍ୱଜିତ ମଙ୍ଗରାଜ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ବାଇକ୍‌ରେ ଯାଇଥିବା ସହକର୍ମୀମାନଙ୍କଠାରୁ ଜଣାପଡିଥିବା ବେଳେ ଶନିବାର ସକାଳୁ କେନ୍ଦୁପାଟି ନିକଟସ୍ଥ ଏକ ପୋଲତଳୁ ଶବ ପଡିଥିବାର ଜଣାପଡିଥିଲା। ବାଇକକୁ ଦେଖି ତାହା ଆଇଆରବି ଯବାନଙ୍କ ବୋଲି ଚିହ୍ନଟ ହୋଇଥିବା ପ୍ରକାଶ। ଜୁନାଗଡ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବା ସହିତ ଶବ ବ୍ୟବଛେଦ କରିବାକୁ ପଠାଇ ଦେଇଥିବା ଜଣାପଡିଛି। ରାତି ସମୟରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିବାର ଅନୁମାନ କରାଯାଇଛି। ପୋଲ ତଳକୁ ଖସିପଡିବା ପରେ ପୋଲ ତଳେ…

Read More

କୋଲକାତା: ଦୁନିଆରେ ବହୁ ଆଶ୍ଚର୍ଯ୍ୟ କଥା ଘଟିଥାଏ। ପଶ୍ଚିମବଙ୍ଗରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ୩୦ ବର୍ଷ ପରେ ମହିଳା ନୁହଁନ୍ତି ବରଂ ସେ ଜଣେ ପୁରୁଷ ବୋଲି ଜଣାପଡିଛି। ବିବାହର ୯ ବର୍ଷ ପରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଛନ୍ତି ଯେ ସେ ଯାହାକୁ ବିବାହ କରିଛନ୍ତି ସେ ଜଣେ ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ।  ପଶ୍ଚିମବଙ୍ଗର ବୀରଭୂମିରେ ଏହି ଘଟଣାଟି ଘଟିଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ମହିଳାଙ୍କର ତଳି ପେଟରେ ଦରଜ ହେଉଥିଲା। ଏଣୁ ସେ ଡାକ୍ତରଖାନା ଯାଇଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା। ରିପୋର୍ଟ ଆସିବା ପରେ  ଘଟଣାଟି ଜାଣି ସମସ୍ତଙ୍କ ହୋସ୍‌ ଉଡିଗଲା। ଏହି ରିପୋର୍ଟରେ ମହିଳା ଜଣକ ମହିଳା ନୁହନ୍ତ ବରଂ ସେ ଜଣେ ପୁରୁଷ ବୋଲି ସୂଚନା ରହିଥିଲା। ତାଙ୍କର ଅଣ୍ଡକୋଷରେ କ୍ୟାନସର ହୋଇଥିବାର ଡାକ୍ତର ଜଣାଇଥିଲେ। ଏବେ ମହିଳାଙ୍କର…

Read More

ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି । ଜିଲ୍ଲାରେ ଆଉ 18 ଜଣ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ରହିଛି । ଗଞ୍ଜାମରେ 58 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 18 କରୋନା ଯୋଦ୍ଧା ରହିଛନ୍ତି । ଏନେଇ ସୂଚନା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ପୁରୁଷୋତ୍ତମପୁରର ଜଣେ ସୁରତ ଫେରନ୍ତା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଉ 39 ଜଣ କଣ୍ଟାକ୍ଟ ଟ୍ରେସିଂରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ 170 କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବାର ସୂଚନା ଦେଇଥିଲେ ଗଞ୍ଜାମ ଜିଲ୍ଲାପାଳ । ଏହି ଆକ୍ରାନ୍ତଙ୍କ ଭିତରେ ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀ, ପୋଲିସ୍‌ ଓ ଡାକ୍ତର ଆଦି ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି । ଜିଲ୍ଲାରେ ସର୍ବାଧିକ…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ନାଚୁଣୀ ବଜାର ଗୋଦାବରୀଶ ହାଇସ୍କୁଲ ପଛପଟେ ଥିବା ଏକ ପୋଖରୀରୁ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳେ ନାଚୁଣୀ ପଂଚାୟତ ସିଂଗିପୁର ଗ୍ରାମ ଟାଙ୍ଗୀସାହିର ନିବାସୀ ଶରତ ନାୟକ ନାମକ ଜଣେ ବ୍ୟକ୍ତି  ନିଜ ସାଇକେଲ ଯୋଗେ ଗୋଦାବରୀଶ ହାଇ ସ୍କୁଲ ପଛପଟେ ଥିବା ପୋଖରୀ ଦେଇ କୌଣସି କାର୍ଯ୍ୟକୁ ଯାଉଥିଲେ। କିନ୍ତୁ ଅସାବଧାନତା ବଶତଃ ପୋଖରୀରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତିଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି। ତେବେ ଖବର ପାଇ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ତୁରନ୍ତ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପୋଖରୀରୁ ଉଦ୍ଧାର କଲା ବେଳକୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା। ଶରତଙ୍କ ମସ୍ତିସ୍କରେ ଗଭୀର ଆଘାତ  ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଶ୍ରୀ ଉମାକାନ୍ତ ସାହୁ, ଏଏସ୍‌ଆଇ ହାଡିବନ୍ଧୁ ନାୟକ ଓ ଟିମ ପହଁଚି ତଦନ୍ତ…

Read More

ଭୁବନେଶ୍ବର :  କରୋନା ଯୋଗୁଁ ରାଜ୍ୟରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର 68 ବର୍ଷୀୟ ପୁରୁଷ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗର ମଧ୍ୟ ଶିକାର ହୋଇଥିଲେ ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟବିଭାଗ । ଏବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ହୋଇଛି । ସେହିପରି ଅନ୍ୟ 7 ଜଣ କରୋନା ଆକ୍ରାନ୍ତ ହୋଇ ମଧ୍ୟ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି । ଆଜି ରାଜ୍ୟରେ ନୂତନ 170 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ନିମ୍ନ ମାନର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ ଅଭିଯୋଗରେ ମୂଖ୍ୟଯନ୍ତ୍ରୀ ସରଜମିନ ତଦନ୍ତ କରି ଦୁଇଜଣ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧିନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା କେନ୍ଦୁଗୁଡା- ପାଇକପଡା ରାସ୍ତା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୧୫ କି.ମି.୭୦୦ ମି. ଦୈର୍ଘ୍ୟ ସାନକେନ୍ଦୁଗୁଡା-ପାଇକପଡା ଭାୟା ଜୟନ୍ତପୁର ରାସ୍ତା ୪କୋଟି ୯୦ ଲକ୍ଷ ୬୫ ହଜାର ଟଙ୍କା ଅଟକଳରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡିଛି। ଅଭିଯୋଗରୁ ପ୍ରକାଶ ଯେ, କେନ୍ଦୁଗୁଡା- ପାଇକପଡା ରାସ୍ତାରେ ଠିକାସଂସ୍ଥା ପକ୍ଷରୁ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଗ୍ରାମବାସୀ ଗତ ମଇ ମାସ ୯ ତାରିଖ ଦିନ କାମ ବନ୍ଦ କରିଦେଇଥିଲେ। ଏଷ୍ଟିମେଟ ଅନୁସାରେ ଥିବା ଥିକନେସ ଅନୁଯାୟୀ ପିଚୁ କାମ ହୋଇନଥିବା ବେଳେ ପିଚୁ ପକାଇବା ପୂର୍ବରୁ ଆବଶ୍ୟକୀୟ ସାମଗ୍ରୀ…

Read More

ପିଣ୍ଟୁ ବିଷାେୟୀ ବେଗୁନିଆପଡା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁମଣ୍ଡଳ ପଞ୍ଚାୟତର ମେଡିକାଲ ଛକଠାରୁ 6 କରୋନା ପଜିଟିଭ ମିଳିବା ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ସୁମଣ୍ଡଳ ପଞ୍ଚାୟତର ବାଣିଆବାଡ଼ି ଛକଠାରୁ ସୁମଣ୍ଡଳ ମାର୍କେଟ ଲଷ୍ମୀନାରାୟଣ ସାହି, ବାଉରୀ ସାହି, ମେଡିକାଲ ଛକ ବାଣିଆବାଡ଼ିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।ସଂକ୍ରମଣ ଅଧିକ ନ ବ୍ୟାପିବା ପାଇଁ ଏ ଅଂଚଳରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଅବସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ ।ଲୋକମାନଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଏହାର ପାଖ ପଞ୍ଚାୟତ ବୁରୁଝରୀର କେ ତୋଟାପଡା ଓ ପି ନୂଆଗାଁ ଏବଂ ଶାଙ୍କୁଡ଼ା ପଞ୍ଚାୟତର ତିତିରିଡି, ଚଣ୍ଡପଲି ଓ ଶାଙ୍କୁଡ଼ାକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି ।

Read More

ଭୁବନେଶ୍ବର : ଆଜି 14ଟି ଜିଲ୍ଲାରୁ 170 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟରେ ମୋଟ୍‌ 170ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗ ଆମ୍ଫାନ୍‌ ମୁକାବିଲାରୁ ଫେରିଥିବା ଜଣେ  ଏନ୍‌ଡିଆରଏଫ୍‌ କର୍ମଚାରୀ ରହିଛନ୍ତି।  ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 58 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଓ ନବରଙ୍ଗପୁରର 19 ଜଣ, ରାୟଗଡା ଓ ଗଜପତିରୁ 16 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । କଟକରୁ 14 ଜଣ, କେନ୍ଦ୍ରାପଡା ଓ ପୁରୀରୁ 6 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।  ମାଲ୍‌କାନଗିରିରୁ 5 ଜଣ, ଯାଜପୁର ଙଓ ନୟାଗଡରୁ 3 ଜଣ, ସମ୍ବଲପୁରରୁ 2 ଜଣ, ସେହିପରି କୋରାପୁଟ, ବରଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ (ଅନ୍ୟାନ୍ୟ ରୋଗ) ଗଞ୍ଜାମ 1195 811 375 9 0 ଖୋର୍ଦ୍ଧା 771…

Read More

ଭୁବନେଶ୍ବର : ରାଜ୍ୟରେ ଆଜି ଆଉ 170 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 143ଜଣ ଚିହ୍ନଟ ହୋଇଥିବାବେଳେ 27ଟି ଲୋକାଲ କେସ୍‌ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 6ହଜାର350କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 1903 ଜଣ। ସେହିପରି ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ରହିଛି 4432 ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟବରଣ କରିଛନ୍ତି 17ଜଣ । ସେହିପରି 7 ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Read More

କେଦାର ମିଶ୍ର ହଠାତ ଓଡିଶାର ରାଜନୈତିକ ବାୟୁମଣ୍ଡଳ କିଛିଟା ଚଳଚଞ୍ଚଳ ଲାଗିଲା। କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ରାଜ୍ୟର ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଏକାଠି ହୋଇ ସରକାର ବିରୋଧରେ ଧାରଣା ଦେଲେ। ମାର୍ଚ୍ଚ ପରଠୁ ଓଡିଶାରେ ଯେଉଁ ରାଜନୈତିକ ଶିଥିଳତା ଲାଗି ରହିଥିଲା, ସେଥିରେ କିଛିଟା ଉଷ୍ମତା ଦେଖାଦେଲା। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟମାନେ ସାମାଜିକ ଦୂରତ୍ଵ ନିୟମ ଭାଙ୍ଗି ଆନ୍ଦୋଳନ କରିଥିବାରୁ ପୁଲିସକୁ ସେଥିଲାଗି ଜରିମାନା ମଧ୍ୟ ଦେଲେ। ଅନ୍ତତଃ ତିନିମାସ ପରେ ରାଜ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ହେବାର ଏହା ଏକ ଉପକ୍ରମ ବୋଲି କୁହା ଯାଇପାରେ।କରୋନା ମହାମାରୀର ସଂକ୍ରମଣ ରୋକିବା ପାଇଁ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଲାଗୁ ହୋଇଛି। ଏହି ଆଇନ ଅନୁସାରେ କୌଣସି ପ୍ରକାର ରାଜନୈତିକ ସମାବେଶ, ସଭା-ସମିତି ଓ ପ୍ରତିବାଦ ସଭା ପାଇଁ ଅନୁମତି ମିଳୁନାହିଁ। ତେବେ…

Read More

ନୂଆଦିଲ୍ଲୀ : ସାରା ବିଶ୍ବରେ କାୟା ବିସ୍ତାର କରିଛି ମହାମାରୀ କରୋନା । ଦେଶରେ କରୋନାସ୍ଥିତି ବିସ୍ଫୋରକ ସ୍ଥିତି ଆଡ଼େ ଗତି କରୁଛି । ପ୍ରତିଦିନ ଦେଶରେ ଉଦବେଗଜନକ ଭାବେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।  ଆଜି ପୁଣି ଦେଶରେ ପ୍ରାୟ 18 ହଜାର 500 ରୁ ଅଧିକ ମାମଲା ଚିହ୍ନଟ। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା 15 ହଜାର 500 ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ 24 ଘଣ୍ଟାରେ 18 ହଜାର 552 ନୂଆ ମାମଲା ସାମନାକୁ ଆସିଛି। 384 ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 5 ଲକ୍ଷ 8  ହଜାର 953 ରେ ପହଂଚିଛି । ଏପର୍ଯ୍ୟନ୍ତ ଭାରତରେ 15 ହଜାର 685 ଜଣଙ୍କ ମୃତ୍ୟୁ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ 1989ର ଫର୍ମ-1 ଓ ଫର୍ମ-1 ‘ଏ’ରେ ସଂଶୋଧନ କରାଯାଇଛି । ଏହି ମର୍ମରେ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଯେଉଁ ନାଗରିକମାନେ ସ୍ୱଳ୍ପ ବା ମଧ୍ୟମ ବର୍ଣ୍ଣାନ୍ଧ (ରଙ୍ଗ ଚିହ୍ନିବାରେ ଅସୁବିଧାର ସମ୍ମୁଖୀନ) ସେମାନେ ଏବେ ଡ୍ରାଇଭିଂ ଲାଇସେନ୍‌ସ ପାଇପାରିବେ । ଜିଏସ୍‌ଆର 401 (ଇ) ଦିନାଙ୍କ 24 ଜୁନ୍‌ 2020ରେ ପ୍ରକାଶିତ ଏହି ବିଜ୍ଞପ୍ତିଟି ଏକ ସାମାଜିକ ଓ ସୁବିଧା ପ୍ରଦାନକାରୀ ନିୟମ । ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ନାଗରିକମାନଙ୍କୁ ସମର୍ଥ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ତଦନୁସାରେ ସେମାନେ ପରିବହନ ଜନିତ ସୁବିଧା, ବିଶେଷକରି ଡ୍ରାଇଭିଂ ଲାଇସେନ୍ସ ପାଉଛନ୍ତି । ଏ କ୍ଷେତ୍ରରେ ଠିକ୍‌ଭାବରେ ବର୍ଣ୍ଣ ବା ରଙ୍ଗ  ଚିହ୍ନିପାରୁନଥିବା ଲୋକମାନଙ୍କୁ ଡ୍ରାଇଭିଂ ଲାଇସେନ୍‌ସ ଦେବା କ୍ଷେତ୍ରରେ ଯେଉଁ କଟକଣା…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି ସ୍ଥାନୀୟ ଗାନ୍ଧିପାର୍କଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସହିଦ ଙ୍କୁ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଗାନ୍ଧିପାର୍କ ଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ଯୋଗ ଦେଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଗଲୱାନ ଘାଟିରେ ଚୀନ ସୈନ୍ୟ ଙ୍କ ବର୍ବରୋଚିତ ଆକ୍ରମଣରେ ସହିଦ ଅମର ଯବାନଙ୍କ ଉଦ୍ଦେଶ୍ୟରେ ମହମବତୀ ପ୍ରଜ୍ବଳନ କରିବା ସହ ଦୁଇ ମିନିଟ ନିରବ ପ୍ରାର୍ଥନା କରି ସହିଦଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶ୍ରୀଦାସ ଏହି ଅବସରରେ ଦେଶବାସୀ ନିକଟରେ ସହିଦ କୋଡିଏ ଜଣ ଅମର ଯବାନଙ୍କ ସହିଦ ଘଟଣା ରେ ପ୍ରଧାନମାନ୍ତ୍ରୀ ଦେଶବାସୀଙ୍କୁ ବିଭ୍ରାନ୍ତ ନ କରି ସତ୍ୟ ତଥ୍ୟ ଉପସ୍ଥାପନ କରିବା ପାଇଁ ଦାବି କରିବା ସହ ଦେଶର ରକ୍ଷା ବିଶେଷଜ୍ଞଙ୍କ ମତ ଓ ଗଣମାଧ୍ୟମର ରିପୋର୍ଟ ସମ୍ପର୍କରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଥାନା ଅନ୍ତର୍ଗତ ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମର ଶୌଚାଳୟରେ ଏକ ଅନ୍ତେବାସୀ ଛାତ୍ରୀ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳି ଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଚିଚିଆ ପଂଚାୟତ ସ୍ଥିତ ପଣ୍ଡକୁଳ ଗ୍ରାମର ଡ଼ଃ ବି ଆର ଆମ୍ବେଦକର ଅନାଥ ଆଶ୍ରମରେ ଜଣେ ଅନ୍ତେବାସୀ ଛାତ୍ରଛାତ୍ରୀ ଶୌଚାଳୟରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନ୍ତେବାସୀ ଛାତ୍ରୀ ଜଣକ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଠନଟ ଗ୍ରାମର ହୋଇଥିବା ବେଳେ ଅନେକ ବର୍ଷ ତଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ମା’ ମଧ୍ୟ ଝିଅ କୁ ଛାଡି କେଉଁଆଡ଼େ ଚାଲିଯାଇଛନ୍ତି। ବାପା ମା ଛେଉଣ୍ଡ ହୋଇଥିବାରୁ ତାଙ୍କୁ ପରିବାର ଲୋକେ ଅନାଥ ଆଶ୍ରମରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଆଶ୍ରମରେ ଦଶପୁର ପୋଲିସ ଫାଣ୍ଡି ଅଧିକାରି ଓ ଗୋଳାମୁଣ୍ଡା…

Read More

ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଡିଜିଟାଲ ଆନ୍ଦୋଳନ ଆରମ୍ଭ କରାଯାଇଛି। କରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗିତାମୂଳକ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ଶ୍ରେଣୀୟ ଯୁବ କର୍ମଚାରୀମାନେ ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟୁଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆରଙ୍କ ପାରିଶ୍ରମିକ ଠାରୁ କମ। ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ…

Read More

ରାଞ୍ଚି:ଝାଡଖଣ୍ଡର କରୋନା ଭାଇରସ୍ ଅପେକ୍ଷା ମାନସିକ ଅବସାଦ ଅଧିକ ବିପଜ୍ଜନକ ପ୍ରମାଣିତ ହେଉଛି। ଲକଡାଉନ୍ ଏବଂ ଅନଲକ୍-୧.୦ ସମୟରେ ରାଜ୍ୟରେ ଘଟିଥିବା ଆତ୍ମହତ୍ୟା ତଥ୍ୟରୁ ଜଣାପଡିଛି ଯେ  ପ୍ରତିଦିନ ଆତ୍ମହତ୍ୟା କରୁଥିବା ଲୋକଙ୍କ ହାରାହାରି ସଂଖ୍ୟା ୫.୫ ଅଟେ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ମାର୍ଚ୍ଚ, ଏପ୍ରିଲ ଏବଂ ଜୁନ୍ ୨୫ ତାରିଖ  ପର୍ଯ୍ୟନ୍ତ ୪୪୯  ଜଣ ଆତ୍ମହତ୍ୟା କରିଛନ୍ତି। କେବଳ ଜୁନ୍ ମାସରେ ୧୩୪ ଜଣ ଆତ୍ମହତ୍ୟା କରିଛନ୍ତି। ଝାଡଖଣ୍ଡରେ ପ୍ରତି ୪.୫ ଘଣ୍ଟାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରୁଥିବା ଜଣାପଡିଛି। ମନସ୍ତତ୍ତ୍ୱବିତ ମାନେ କହିଛନ୍ତି ଯେ ଲକଡାଉନ୍ ଯୋଗୁଁ ମାନସିକ ବିଷାଦ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଊଛି। (ଏଜେନ୍ସି)

Read More

ୱାଶିଂଟନ୍: ଯୁକ୍ତରାଷ୍ଟ୍ର  ଆମେରିକା ଚୀନର ପ୍ରସିଦ୍ଧ  ହୁୱାଇ ଟେକ୍ନୋଲୋଜି ସମେତ ୨୦ ଟି ଚାଇନିଜ୍ କମ୍ପାନୀକୁ ନିଷିଦ୍ଧ କରିବା ଲାଗି ଚିହ୍ନଟ କରିଛି ଏବଂ ତାଲିକାଭୁକ୍ତ କରିଛି। ଏହି କମ୍ପାନୀ ଗୁଡିକ ମୁଖ୍ଯତଃ  ବେଜିଂରେ ସାମରିକ ଶାସନ ଦ୍ୱାରା ନିୟନ୍ତ୍ରିତ। ଚୀନରେ ଆମେରିକାର ପୁଞ୍ଜି ବିନିଯୋଗ ତଥା ଆମେରିକାର  ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନର ଅନୁ ପ୍ରବେଶକୁ ରୋକିବା ପାଇଁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ପ୍ରୟାସର ଏକ ଅଂଶ ଭାବରେ ତାଲିକାଭୁକ୍ତ କମ୍ପାନୀଗୁଡିକ ବର୍ତ୍ତମାନ ସମ୍ଭାବ୍ୟ ପ୍ରତିବନ୍ଧକ ସାମ୍ନା କରିବେ। ମିଡିଆ ରିପୋର୍ଟରେ କୁହାଯାଇଛି ଯେ ପେଣ୍ଟାଗନ୍ “ଆମେରିକାରେ କାର୍ଯ୍ୟ କରୁଥିବା କମ୍ୟୁନିଷ୍ଟ ଚାଇନିଜ୍ ସାମରିକ କମ୍ପାନୀ” ର ଏକ ତାଲିକା ଜାରି କରିଛି ଏବଂ ଏଥିରେ ଚୀନ୍ ସରକାର, ସାମରିକ କିମ୍ବା ପ୍ରତିରକ୍ଷା ଶିଳ୍ପ ସହିତ ମାଲିକାନା, ନିୟନ୍ତ୍ରିତ କିମ୍ବା ଅନୁବନ୍ଧିତ ସଂସ୍ଥା ଅନ୍ତର୍ଭୁକ୍ତ। ଏହି ତାଲିକାରେ ଥିବା କମ୍ପାନୀଗୁଡିକ ହେଲେ  ଚୀନ୍ ଆଭିଏସନ୍ ଇଣ୍ଡଷ୍ଟ୍ରି କର୍ପୋରେସନ୍, ଚାଇନା ଏରୋସ୍ପେସ୍ ସାଇନ୍ସ ଆଣ୍ଡ…

Read More

ପିଣ୍ଟୁ ବିଷୋୟୀ ବେଗୁନିଆପଡା: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।ସେହିପରି ଗଞ୍ଜାମ ଜିଲ୍ଲାରେ ମଧ୍ୟ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଂଚାୟତକୁ ସାତ ଦିନ ପଯ୍ୟନ୍ତ ସଟ ଡାଉନ କରିଛନ୍ତି ସ୍ଥାନୀୟ ସରପଞ୍ଚ ସନ୍ତୋଷିନୀ ସାହୁ । ଉକ୍ତ ପଞ୍ଚାୟତରେ କେତେ ଜଣ କରୋନା ପଜେଟିଭ୍‌ ଥିବା ଜାଣିବା ପରେ ଆଜିଠାରୁ ପଞ୍ଚାୟତକୁ ସାତ ଦିନ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ । ଆଜିଠାରୁ ଆସନ୍ତା ଗୁରୁବାର ଯାଏଁ 7 ଦିନିଆ ସଟ୍‌ଡାଉନ୍‌ ରହିବ ସୁମଣ୍ଡଳ ପଂଚାୟତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସୁମଣ୍ଡଳ ସରପଞ୍ଚ ସୂଚନା ଦେଇଛନ୍ତି। ଏହି ସଟ୍‌ଡାଉନ୍‌ ମଧ୍ୟରେ ମେଡିସିନ୍‌ ଦୋକାନ ଖୋଲା ରହିବ। ଗତ ସପ୍ତାହଠାରୁ ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି।ସଟ୍‌ଡାଉନ୍‌ ସମୟରେ ଘରେ ରହିବା ପାଇଁ ସରପଞ୍ଚ…

Read More