Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗମ୍ଭାରୀମୁଣ୍ଡା : ‘ମୋ ପୋଖରୀ’ ଖୋଳିବା କାର୍ଯ୍ୟରେ ଦୁର୍ନୀତି,  ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଆଜିର ଖବର

ଗମ୍ଭାରୀମୁଣ୍ଡା : ‘ମୋ ପୋଖରୀ’ ଖୋଳିବା କାର୍ଯ୍ୟରେ ଦୁର୍ନୀତି,  ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

June 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ଗ୍ରାମରେ ପୋଖରୀ ଖୋଳା କାର୍ଯ୍ୟକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।  ମିଳିଥିବା ସୂଚନା ଅନୁସାରେ ଗମ୍ଭାରୀମୁଣ୍ଡା ଗ୍ରାମରେ ଶରତ ବରାଳଙ୍କ ନାମରେ ଏନ୍‌ଆରଜିଏସ୍‌ ସ୍କିମ୍‌ ଅନୁଯାୟୀ ‘ମୋ ପୋଖରୀ’ ଖୋଳିବା ନିମେନ୍ତ କାର୍ଯ୍ୟାଦେଶ ମିଳିଥିଲା। କିନ୍ତୁ ଏହି କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି ।

ଜେସିବି ଦ୍ବାରା ପୋଖରୀ ଖୋଳା କାର୍ଯ୍ୟକରାଯାଇଥିବାବେଳେ ଜବ୍‌କାର୍ଡଧାରୀ ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଇସା ଯାଉଛି । ଏଭଳି ଘଟଣା ଗମ୍ଭାୀରମୁଣ୍ଡାଠାରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ମୋ’ ପୋଖରୀ କାର୍ଯ୍ୟ ପାଇଁ ସରକାରଙ୍କ ଆଇନଗତ ଅନୁସାରେ ଯାହା ନିୟମ କରାଯାଇଅଛି, ସେହି ଅନୁସାରେ କାର୍ଯ୍ୟ କରାଯାଇନାହିଁ ବୋଲି ଅଭିଯୋଗ ହୋଇଛି । ପୋଖରୀ ଖୋଳିବା କାର୍ଯ୍ୟ ପାଇଁ 3,50,000.00 ଅନୁଦାନ କରାଯାଇଥିବାବେଳେ ବାଣପୁର ବ୍ଲକ ଜେଇ, ପିଇଓ ଏବଂ ଜିଆରଏସଙ୍କ ନିର୍ଦ୍ଦେଶ କ୍ରମେ ଜେସିବି ଲଗାଇ ପୋଖରୀ ଖେଳାଯାଇଅଛି । କୌଣସି ଜବ୍‌କାର୍ଡଧାରୀ ବ୍ୟକ୍ତିମାନେ ଏହି କାର୍ଯ୍ୟରେ ନିଯୁକ୍ତି ହୋଇନଥିବାବେଳେ ଉକ୍ତ ପୋଖରୀ ଖୋଳିବା ପାଇଁ ଟ. 3,50,000.00ରୁ 55.000.00 ଟଙ୍କା ସେହି ବ୍ୟକ୍ତିମାନଙ୍କ ଆକାଉଣ୍ଟକୁ ଯାଇଅଛି । ସରକାରୀ ଅର୍ଥକୁ ଏପରି ହରିଲୁଟ୍‌ କରାଯାଉଥିବା ନେଇ ଏବେ ଅଭିଯୋଗ ହୋଇଛି । ମେସିନ୍‌ ଦ୍ବାରା କାର୍ଯ୍ୟ କରାଯାଇ ସରକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ଅଭିଯୋଗ ହୋଇଛି ।

ଏହି ଘଟଣାକୁ ନେଇ ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେବେ ସମ୍ପୃକ୍ତ ଘଟଣାର ତଦନ୍ତ କରାଯାଇ ଏହାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026
Latest News

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026

ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.