ଭୁବନେଶ୍ବର: ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନୀତି ଆୟୋଗ ଆଗେଇ ଆସିଛି। ଆଜି ଲୋକସେବା ଭବନରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର୍ ସୁବ୍ରମନିୟମ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶା ପାଇଁ ଏକ ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ଭିଜନ ଡକ୍ୟୁମେଣ୍ଟ ୨୦୪୭ ପ୍ରସ୍ତୁତ କରିବା ସମ୍ପର୍କରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ବିଭିନ୍ନ କ୍ଷେତ୍ରରେ ବିକାଶର ବ୍ୟାପକ ସମ୍ଭାବନା ରହିଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ଓ ଉପଯୁକ୍ତ କାର୍ଯ୍ୟାନ୍ବୟନ ଦ୍ୱାରା ବିକାଶର ଲକ୍ଷ୍ୟ ହାସଲ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତରେ ଓଡିଶା ଏକ ସମୃଦ୍ଧ ଇଂଜିନ ହେବାର ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ୨୦୩୬ରେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂରଣ ହେଉଛି । ତେଣୁ…
Author: Samikhsya Bureau
ଭୁବନେଶ୍ୱର: ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ‘ହର ଘର ତ୍ରିିରଙ୍ଗା’,‘ତ୍ରିରଙ୍ଗା ଯାତ୍ରା’ ଆଦି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରି ଆସୁଛନ୍ତି। ସେହି କ୍ରମରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଦେଶ ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ଓ ଜେଲ କାରାବରଣ ଭୋଗିଛନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ କ୍ରାନ୍ତି ଦିବସ ପାଳନ କରାଯିବ। ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଶହୀଦମାନଙ୍କୁ ସ୍ମରଣ କରାଯାଇ ସାଇକଲ ଯାତ୍ରା, ପଦଯାତ୍ରା, ବାଇକ ରାଲିମାନ ଅନୁଷ୍ଠିତ ହେବ।ଏ ନେଇ ସୂଚନା ଦେଇଛନ୍ତି ଓଡିଶା ବିଜେପି ସଭାପତି ମନମୋହନ ସାମଲ। ଅଗଷ୍ଟ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ୧୧ ରୁ ୧୪ ପର୍ଯ୍ୟନ୍ତ ମହାପୁରୁଷଙ୍କ ପ୍ରତିମୂର୍ତି ଓ ଚାରି ପାଖରେ ସ୍ୱଚ୍ଛତା ଅଭିଯାନ;…
ଭୁବନେଶ୍ବର: ଆଜି ପୁଣି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ସେ ହେଉଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ତାଙ୍କର ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଛି । ଆୟବହୂର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । ଏଥିରେ ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଏହି ଚଢ଼ାଉରେ ନିୟୋଜିତ ଅଛନ୍ତି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଭୁବନେଶ୍ୱର ଗୌତମ ନଗରରେ ଥିବା ଶ୍ରୀଇନକ୍ଲେଭ ଆପାର୍ଟମେଣ୍ଟର ଦ୍ବିତୀୟ ମହଲାରେ ଥିବା ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ତିନି ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ବାର୍ଟର୍ସ ଆଦି ସ୍ଥାନରେ ରେଡ୍ ଚାଲିଛି ।
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲୀ ଉପକଣ୍ଠ ଟେକ୍ନୋ ପାର୍କ ସାମନାରେ ଏକ ବଡ଼ ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ପ୍ରେମୀ ଯୁଗଳ ଙ୍କ ଶବକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଯୁବକ ଜଣକ ଯୋଗିଆପଲୀ ଗ୍ରାମ ର ବଳିଆ ଗୌଡ଼ ବୋଲି ଜଣାପଡିଛି ଓ ଯୁବତୀ ଜଣଙ୍କ ନିକଟସ୍ଥ ଲୋଚାପଡା କୋଣାର୍କ ନଗର ର ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ ବହୁତ ଦିନ ହେଲା ପ୍ରେମ ସମ୍ପର୍କ ରହିଥିବା ବେଳେ ପରିବାର ପକ୍ଷରୁ ଉଭୟଙ୍କ ବାହା ଘର ନିମନ୍ତେ ଆପତ୍ତି ହେବାରୁ ମୃତ ପ୍ରେମୀ ଯୁଗଳ ଏହି ଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।
Paris Olympics: ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ତାରକା ମହିଳା ସୁଟର ମନୁ ଭାକର ଏବଂ ସ୍ୱପ୍ନିଲ କୁସାଲେଙ୍କ ସମେତ ଅନେକ ଭାରତୀୟ ଆଥଲେଟ୍ ଇଣ୍ଡିଆ ହାଉସରେ ପହଞ୍ଚି ଭାରତୀୟତାର ଉତ୍ସବ ମନାଇଛନ୍ତି। ନୀତା ଅମ୍ବାନୀ ଖେଳାଳିମାନଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ଇଣ୍ଡିଆ ହାଉସରେ ପହଞ୍ଚିଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଥିଲେ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ, ବିଶ୍ୱ ଚାମ୍ପିୟନ ବକ୍ସର ଲଭଲିନା ବୋର୍ଗୋହେନ, ସ୍କିଟ୍ ସୁଟର ମହେଶ୍ୱରୀ ଚୌହାନ, ଅନନ୍ତଜିତ୍ ସିଂ ନରୁକା, ସୁଟର ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମାର, ଅଞ୍ଜୁମ ମୋଦଗିଲ, ସିଫ୍ଟ କୌର ସମରା, ଇଶା ସିଂ, ରାଇଜା ଧିଲନ୍, ଅନିଶ ଭାନୱାଲା ବିଜୟ ଧନୱାଲା ଏବଂ ବିଜୟବୀର ସିଦ୍ଧୁ, ବକ୍ସର ନିଶାନ୍ତ ଦେବ ତଥା ଆଥଲେଟିକ୍ସ ଦଳର ଅକ୍ଷଦିପ ସିଂ, ପରମଜିତ ସିଂ ବିଷ୍ଟ, ବିକାଶ ସିଂ, ତଜିନ୍ଦର ପାଲ ସିଂ ତୁର, ଅଙ୍କିତା ଧ୍ୟାନୀ, ଜୈସବିନ ଏଲଡ୍ରିନ ଏବଂ…
ନୂଆଦିଲ୍ଲୀ: ଧାର୍ମିକ ବିଶ୍ଵାସ ଅନୁଯାୟୀ, ବର ଗଛର ବଡ ମହୀମା କୁହାଯାଏ। ଏହି ଗଛଟି ତ୍ରିମୂର୍ତ୍ତିର ପ୍ରତୀକ। ଏହାର ଛେଲିରେ ବିଷ୍ଣୁ, ମୂଳରେ ବ୍ରହ୍ମା ଏବଂ ଶାଖାରେ ଶିବ ରହିଥାନ୍ତି। ଏହି ଗଛଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ଷୟ ରହିଥାଏ, ତେଣୁ ଏହାକୁ ‘ଅକ୍ଷୟବଟ’ ମଧ୍ୟ କୁହାଯାଏ। ସୌଭାଗ୍ୟବତୀ ସୁଫଳ ପାଇବା ସହିତ ଏହି ବର ଗଛକୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୂଜା କରାଯାଏ। ଭଗବାନ ଶିବ ମଧ୍ୟ ବର ଗଛ ତଳେ ଧ୍ୟାନ କରୁଥିଲେ। ବର ଗଛ ଅନେକ ଔଷଧୀୟ ଗୁଣରେ ଭରପୂର। ଦେବତା ପରି ବିବେଚନା କରାଯାଉଥିବା ବର ଗଛକୁ ସମସ୍ତ ଇଚ୍ଛା ପୂରଣର କେନ୍ଦ୍ର ଭାବରେ ବିବେଚନା କରାଯାଏ। ବର ଗଛ ସହିତ ଜଡିତ ପ୍ରତିକାର: – ଯଦି ବ୍ୟବସାୟରେ କ୍ଷତି ହୁଏ କିମ୍ବା ଚାକିରିରେ ସଫଳତା ମିଳେନାହିଁ, ତେବେ ଏକ ବର ଗଛ ତଳେ ଘିଅର ଦୀପ ଜାଳିବା ଦ୍ୱାରା ସମସ୍ତ ବାଧା ଦୂର ହୁଏ। –…
ମେଷ- ପରିଶ୍ରମର ଫଳ ମିଠା ହେବ। ସାମାଜିକ କାର୍ଯ୍ୟରେ ଆଗ୍ରହୀ ହେବେ। ଆପଣଙ୍କପ ସମ୍ମାନ ମିଳିବ। ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ। ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପରିଚୟ ବୃଦ୍ଧି ପାଇବ। ଶାରୀରିକ କଷ୍ଟ ସମ୍ଭାବନା। ଅଜ୍ଞାତ ଭୟ ହନ୍ତସନ୍ତ କରିବ। ଚିନ୍ତା ଏବଂ ଟେନସନ ରହିବ। ଏକ ଚିତ୍ତାକର୍ଷକ ଯାତ୍ରା ଯୋଜନା କରାଯିବ। ଖରାପ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ବୃଷ- ଆପଣ ଦୂରରୁ ସୁଖଦ ସୂଚନା ପାଇପାରିବେ । ଅତିଥିମାନେ ଘରେ ପହଞ୍ଚିବେ। ଖର୍ଚ୍ଚ ହେବ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ବଡ କାମ କରିବାକୁ ଇଚ୍ଛା କରିବେ । ପରିବାର ସହାୟତା ଯୋଗାଇ ଦିଆଯିବ। ଖୁସି ହେବେ। ଆପଣଙ୍କର ବୁଦ୍ଧି ବ୍ୟବହାର କରନ୍ତୁ। ଲାଭ ବୃଦ୍ଧି ପାଇବ । ସାଙ୍ଗମାନଙ୍କ ସହିତ ଭଲ ସମୟ କଟାନ୍ତୁ। ମିଥୁନ- ନୂତନ ପୋଷାକ କିଣିବା ଉପରେ ଖର୍ଚ୍ଚ ହେବ। ଯାତ୍ରା ଚିତ୍ତାକର୍ଷକ ହେବ । ଆପଣଙ୍କର ଭାଇମାନଙ୍କ ସମର୍ଥନ…
ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନ ଚାଲିଥିବା ବେଳେ ବାହାରେ ଚାଲିଛି ବିକ୍ଷୋଭ। ଏହି ବିକ୍ଷୋଭ କରିଛନ୍ତି ଇଣ୍ଡି ମେଣ୍ଟ। ଏଥିରେ ସାମିଲ ହୋଇଛନ୍ତି ବିରୋଧୀ ଦଳର ନେତା ରାହୁଳ ଗାନ୍ଧୀ। ତେବେ ଲୋକସଭା ଚାଲିଥିବା ବେଳେ ଏହି ମେଣ୍ଟ କଣ ପାଇଁ ବିକ୍ଷୋଭ କଲେ ସେ ନେଇ ପ୍ରଶ୍ନ ଉଠିଛି। ବିକ୍ଷୋଭ କରିବାର କାରଣ ହେଲା ଯେ, କେନ୍ଦ୍ର ସରକାର ଏଲଆଇସି ଏବଂ ମେଡିକାଲ ବୀମା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଯାହା ଠିକ ନୁହେଁ ବୋଲି ଇଣ୍ଡି ମେଣ୍ଟର ସାଂସଦଗଣ ଚିନ୍ତା କରିଛନ୍ତି। ଏ ନେଇ ଗୃହରେ ହାଙ୍ଗାମା କରାଯାଇଛି। ଜଣେ ଗରିବ ଲୋକ ପ୍ରିୟିମିୟମ ଉପରେ ଜିଏସଟି ଦେବା କଷ୍ଟକର ବୋଲି ଦାବୀ କରାଯାଇଛି। ସରକାର ଏହାକୁ ତୁରନ୍ତ ପ୍ରତ୍ୟାହର କରନ୍ତୁ ବୋଲି ବିରୋଧୀ ଦଳ ଦାବୀ କରିଛି।
ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarships.gov.in ରେ ଆବେଦନ କରିପାରିବେ। ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ବାର୍ଷିକ ୧୦୦୦ ଟଙ୍କା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୧,୫୦୦ ଟଙ୍କା, ନବମ ଓ ଦଶମ ଶ୍ରେଣୀ ପିଲା ୨ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ୩,୦୦୦ ଟଙ୍କାର ଛାତ୍ରବୃତ୍ତି ପାଇବେ। ସେହିପରି ଆଇଟିଆଇ, ପଲିଟେକ୍ନିକ୍, ବିଏସସି ଏଗ୍ରିକଲଚର୍ ସମେତ ସ୍ନାତକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୬,୦୦୦…
ଭୁବନେଶ୍ୱର : ଯକୃତ ନଷ୍ଟ ହୋଇ ଗୁରୁତର ହୋଇପଡ଼ିଥିବା ଜଣେ ୯ ବର୍ଷୀୟା ବାଳିକାଙ୍କର ପ୍ଲାଜ୍ମା ଏକ୍ସଚେଞ୍ଜ ଚିକିତ୍ସା ମାଧ୍ୟମରେ ସମ୍ ଅଲ୍ଟିମେଟ ମେଡିକେୟାରର ଚିକିତ୍ସକ ସମ୍ପୂର୍ଣ୍ଣ ସୁସ୍ଥ କରିପାରିଛନ୍ତି। ବାହ୍ୟ ସଂକ୍ରମଣ ଯୋଗୁଁ ଜଣ୍ଡିସ୍ରେ ପୀଡ଼ିତା ବାଳିକାଟି ଅସୁସ୍ଥ ଅବସ୍ଥାରେ ସମ୍ମମ୍ର ଗ୍ୟାଷ୍ଟ୍ରୋଏନ୍ଟେରୋଲୋଜି ବିଭାଗର ସିନିୟର କନ୍ସଲ୍ଟାଂଟ ତଥା ବିଭାଗୀୟ ମୁଖ୍ୟ ଡାକ୍ତର ଅୟସକାନ୍ତ ସିଂହଙ୍କ ଅଧିନରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ତେବେ ତାଙ୍କର ଅବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲର ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ପ୍ରଦୀପ କୁମାର ଦେଙ୍କ ଅଧୀନକୁ ଅଣାଯାଇ ଏନ୍ଆଇସିୟୁ ରେ ଭର୍ତି କରାଯାଇଥିଲା। ବାଳିକାଟି ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତରୀ ଟିମ୍ ତା’ର ପ୍ଲାଜ୍ମା ଏକ୍ସଚେଞ୍ଜ କରିବା ନିମନ୍ତେ ନିଷ୍ପତି ନେଇଥିଲେ । ଏହାକୁ ଲିଭର ଡାଏଲିସିସ ମଧ୍ୟ କୁହାଯାଇଥାଏ। ଏହି କ୍ଷେତ୍ରରେ ଯକୃତ ପ୍ରତ୍ୟାରୋପଣ ସମ୍ଭବ ନଥିବାରୁ ପ୍ଲାଜ୍ମା ଏକ୍ସଚେଞ୍ଜ କରିବାକୁ ନିଷ୍ପତି ନିଆଯାଇଥିଲା ବୋଲି…
ନୂଆଦିଲ୍ଲୀ: ୨୦୨୪ ମସିହା ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ମର୍ଯ୍ୟାଦାପୂର୍ଣ୍ଣ “ଏଟ୍ ହୋମ୍ ରିସେପସନ୍” ବା ” ଆବାସରେ ଅଭ୍ୟର୍ଥନା” କାର୍ଯ୍ୟକ୍ରମର ନିମନ୍ତ୍ରଣପତ୍ର ଯତ୍ନର ସହ ବିତରଣ କରିବ ଓଡ଼ିଶା ଡାକ ପରିମଣ୍ଡଳ। ଏହି ମର୍ଯ୍ୟାଦାପୂର୍ଣ୍ଣ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ ୧୫, ୨୦୨୪ ତାରିଖରେ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି। ଏହିସବୁ ନିମନ୍ତ୍ରଣ ପତ୍ର ଗୁଡ଼ିକର ସର୍ବୋଚ୍ଚ ଗୁରୁତ୍ଵକୁ ଉପଲବ୍ଧି କରି ସଠିକ୍ ଓ ସଯତ୍ନ ବିତରଣକୁ ସୁନିଶ୍ଚିତ କରିବାକୁ ଓଡ଼ିଶା ଡାକ ପରିମଣ୍ଡଳ ପ୍ରତିବଦ୍ଧ ଅଟେ। ଏଥିପାଇଁ ଉତ୍ସର୍ଗୀକୃତ ଦଳ ଏହି ମର୍ଯ୍ୟାଦାଜନକ କାର୍ଯ୍ୟକୁ ସମ୍ପନ୍ନ କରିବା ପାଈଁ ସ୍ଵତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ପ୍ରତିଟି ନିମନ୍ତ୍ରଣ ପତ୍ରକୁ ଠିକଣାଧାରୀ/ ପ୍ରାପ୍ତେଷୁଙ୍କ ନିକଟରେ ଅକ୍ଷୁର୍ଣ୍ଣ ଓ ସମୟ ସୀମା ଭିତରେ ପହଞ୍ଚେଇବାକୁ ସୁନିଶ୍ଚିତ କରାଇବା ପାଇଁ ଡାକ ବିଭାଗ ପ୍ରତିଶୃତି ପ୍ରଦାନ କରିଛି। ପ୍ରଥମ ଥର ପାଇଁ ବିଭିନ୍ନ କ୍ଷେତ୍ରରେ ସଫଳତମ…
President Murmu in Fiji: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସକାଳେ (ଅଗଷ୍ଟ ୬, ୨୦୨୪) ନାଡିରୁ ଫିଜିର ସୁଭାରେ ପହଞ୍ଚିଥିଲେ, ଯେଉଁଠାରେ ସେ ଫିଜି, ନ୍ୟୁଜିଲ୍ୟାଣ୍ଡ ଏବଂ ତିମୋର-ଲେଷ୍ଟେ ଗସ୍ତର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ବିମାନବନ୍ଦରରେ ଫିଜିର ପ୍ରଧାନମନ୍ତ୍ରୀ ସିତିବେନି ରାବୁକା ତାଙ୍କୁ ସ୍ୱାଗତ କରିଥିଲେ। କୌଣସି ଭାରତୀୟ ରାଷ୍ଟ୍ରମୁଖ୍ୟଙ୍କ ଏହା ପ୍ରଥମ ଫିଜି ଗସ୍ତ। ଏହି ଗସ୍ତରେ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍, ଲୋକସଭା ସାଂସଦ ସୌମିତ୍ର ଖାଁ ଓ ଯୁଗଳ କିଶୋର ଉପସ୍ଥିତ ଥିଲେ। ଫିଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ମୁର୍ମୁଙ୍କ ପାଇଁ ଏକ ପାରମ୍ପରିକ ସ୍ୱାଗତ ସମାରୋହର ଆୟୋଜନ କରାଯାଇଥିଲା। ଏହାପରେ ରାଷ୍ଟ୍ରପତି ଷ୍ଟେଟ୍ ହାଉସ୍ ପରିଦର୍ଶନ କରି ଫିଜିର ରାଷ୍ଟ୍ରପତି ରାତୁ ୱିଲିଆମେ ମାଇଭାଲିଲି କାଟୋନିଭେରେ ତାଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ଭାରତ-ଫିଜି ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଆଲୋଚନା କରିଥିଲେ। ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ…
Reliance Foundation: କେରଳର ୱାୟାନାଡରେ ଭୂସ୍ଖଳନ ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ଆଗକୁ ଆସିଛି। ସ୍ଥାନୀୟ ପ୍ରଶାସନର ସହଯୋଗରେ ରିଲାଏନ୍ସ ଫାଉଣ୍ଡେସନ ଏହି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲୋକଙ୍କୁ ଦୀର୍ଘକାଳୀନ ରିଲିଫ ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ପୀଡିତମାନଙ୍କୁ ତୁରନ୍ତ ସହାୟତା ଭାବରେ ଫାଉଣ୍ଡେସନ ପକ୍ଷରୁ ଖାଦ୍ୟ ସାମଗ୍ରୀ, ଫଳ, କ୍ଷୀର, ଶୁଖିଲା ରାସନ, ରୋଷେଇ ବାସନକୁସନ, ପାନୀୟ ଜଳ, ମୌଳିକ ସ୍ୱଚ୍ଛତା ସାମଗ୍ରୀ, ଟେଣ୍ଟ, ଶଯ୍ୟା, ସୋଲାର ଲଣ୍ଠନ ଏବଂ ଟର୍ଚ୍ଚ ଭଳି ସାମଗ୍ରୀ ଉପଲବ୍ଧ କରାଯାଉଛି। ପ୍ରଭାବିତ ପରିବାର ଯେଭଳି ପୁଣିଥରେ ସେମାନଙ୍କ ଜୀବନ ଜୀବିକାକୁ ଫେରିପାରିବେ ସେଥିପାଇଁ ବିହନ, ଚାରା, ଉପକରଣ ତଥା ଯନ୍ତ୍ରପାତି ଏବଂ ବ୍ୟବସାୟିକ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପିଲାମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପୁସ୍ତକ ଏବଂ କ୍ରୀଡା ସାମଗ୍ରୀ ସହିତ ଶିକ୍ଷା ସହାୟତା ଉପଲବ୍ଧ କରାଯିବ। ଉଦ୍ଧାରକାରୀ କର୍ମୀ ଏବଂ ବିପର୍ଯ୍ୟୟ…
Paris Olympics: ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲକୁ ପ୍ରବେଶ କଲେ ଭାରତର ଗୋଲଡେନ ବୟ ନୀରଜ ଚୋପ୍ରା । ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଯୋଗ୍ୟତା ପର୍ଯ୍ୟାୟରୁ ସିଧା ଫାଇନାଲକୁ ଯାଇଛନ୍ତି ନୀରଜ। ପ୍ରଥମ ଥ୍ରୋରେ ହିଁ ସେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ଥ୍ରୋରେ ୮୯.୩୪ ମିଟର ଜାଭେଲିନ ଫିଙ୍ଗି ଗୌରବ ଆଣିଛନ୍ତି ନୀରଜ । ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲ ପାଇଁ ନୀରଜ ଚୋପ୍ରା ଯୋଗ୍ୟତା ଅର୍ଜନ କରିଛନ୍ତି। ସେ ୮୯.୩୪ ମିଟରର ପ୍ରଥମ ଥ୍ରୋ ସହିତ ଅନ୍ତିମ ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସେ ବର୍ତ୍ତମାନ ଅଗଷ୍ଟ ୮ ରେ ଫାଇନାଲ୍ ଭାରତୀୟ ସମୟ ୧୧ ଟା ୫୫ ରେ ଖେଳାଯିବ। ଟୋକିଓ ଅଲିମ୍ପିକ୍ସରେ ତାଙ୍କ ପ୍ରଦର୍ଶନ ପରି, ୨୬ ବର୍ଷୀୟା ନିଜ ଓପନିଂ ଥ୍ରୋରେ ୮୪ ମିଟର ସ୍ୱୟଂଚାଳିତ ଯୋଗ୍ୟତା ମାର୍କ ଅତିକ୍ରମ କରିଥିଲେ। ଚୋପ୍ରା ଜାତୀୟ ରେକର୍ଡ…
ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ହଇଚଇ ସୃଷ୍ଟି କରିଛି। କାରଣ ହେଲା କାମ୍ବଲି ଏହି ଭିଡିଓରେ ଠିକ ଭାବେ ଚାଲିପାରୁ ନାହାଁନ୍ତି। ସେ ଚାଲିବା ପାଇଁ ବହୁ ଲୋକଙ୍କର ସାହାଯ୍ୟ ନେବାକୁ ପଡୁଛି। ଗୋଡ ଦୁଇଟି ସିଧା ହୋଇପାରୁ ନ ଥିବାର ଏହି ଭିଡିଓରୁ ସ୍ପଷ୍ଟ ହୋଇଛି। ତେବେ ଏହି ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ଲୋକ କମେଣ୍ଟ ଦେବାରେ ଲାଗିଛନ୍ତି। ଅନେକ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଛି। ସେ ସ୍ନାୟୁ ରୋଗରେ ପିଡିତ ଅଛନ୍ତି ବୋଲି ଅନେକ ମତ ଦେଇଛନ୍ତି। ଅନ୍ୟ କେତେକ ସେ ଅତ୍ୟଧିକ ମଦ ପିଇଥିବାରୁ ଚାଲିପାରୁ ନାହାଁନ୍ତି ବୋଲି ମତାମତ ଦେଇଛନ୍ତି। ତେବେ ପ୍ରକୃତରେ ତାଙ୍କର କଣ ହୋଇଛି ସେ ନେଇ କାମ୍ବିଲଙ୍କ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
ପୁରୀ: ଆଦିତ୍ୟବାହିନୀ ଦ୍ଵାରା ନିଃଶୁଳ୍କ ଏକ ଦିବସୀୟ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାରାଜାଙ୍କ ନିଜସ୍ଵ ସଚିବ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀ ମହାରାଜଙ୍କ ଶୁଭ କରକମଳରେ ମଠ ପରି ସରସ୍ଥିତ ଭାଗବତ କକ୍ଷରେ ଉଦ୍ଘାଟିତ ହୋଇଛି। ମଠରେ ବହୁ ସାଧୁ ସନ୍ଥଙ୍କ ସହିତ ହୃଷିକେଶ ବ୍ରହ୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଦିତ୍ୟବାହିନୀ ପୁରୀ ନଗର ଶାଖାର ସଦସ୍ୟମାନେ ପରିଚାଳନା କରିଥିଲେ। ଭୁବନେଶ୍ୱରସ୍ଥିତ ବାଲାଜୀ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସହାୟତାରେ ଉକ୍ତ ଶିବିର ପରିଚାଳିତ ହୋଇଛି। ମୋଟ ୭୨ଜଣଙ୍କୁ ଚିକିତ୍ସିତ କରାଯାଇ ଓରାଲ କିଟ୍ ପ୍ରଦାନ କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଡଃ ସଞ୍ଜୀବ ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଶିବିର ପରି ଚାଳି ତ ହୋଇଥିଲା। ହସ୍ପିଟାଲର ଅନ୍ୟ ଡାକ୍ତର ବୃନ୍ଦ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଆଦିତ୍ୟ ବାହିନୀର ସଦସ୍ୟ ମାତୃପ୍ରସାଦ ମିଶ୍ର, ଇଂ ପ୍ରଶାନ୍ତ କୁମାର ଆଚାର୍ଯ୍ୟ, ପୁର୍ଣଚନ୍ଦ୍ର ଖୁଣ୍ଟିଆ, ସଂଗ୍ରାମ କାନୁନଗୋ,…
ଭୁବନେଶ୍ବର: ଶେଷରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ କୋଟିପତି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ସେ କଟକ ଓବିସିସି ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ତାଙ୍କର ଅୟବର୍ହିଭୂତ ସଂପତ୍ତି ଥିବା ଅଭିଯୋଗ ନେଇ ଭିଜିଲାନ୍ସ ଚଢାଉ କରିଥିଲା। ଏହି ଚଢାଉ ବେଳେ ତାଙ୍କ ଘରୁ କୋଟିକୋଟି ଟଙ୍କାର ସଂପତ୍ତି ଠାବ କରାଯାଇଛି। ଏଥିରେ ରହିଛି ୪୫ ପ୍ଲଟ ଓ ଫ୍ଲାଟ। ତାଙ୍କର ସ୍ଥାୟୀ ଜମା ପରିମାଣ ୧ କୋଟି ୬୨ ଲକ୍ଷ ଟଙ୍କା ହେବ। ଭୁବନେଶ୍ବର ଏବଂ ଢେଙ୍କାନାଳରେ ରହିଛି ଦୁଇଟି ଦାମୀ ପ୍ଲଟ। ପ୍ରଦୀପଙ୍କର ଗୋଟିଏ ମେଡିସିନ ଦୋକାନ , ଗୋଟିଏ କ୍ରସର ୟୁନିଟ ରହିଛି। ଏହାସହିତ ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି। ସେହିପରି ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ କରାଯାଇଛି…
ଭୁବନେଶ୍ବର: କେନ୍ଦ୍ରସରକାର ପୋଲାଭରମ ନିର୍ମାଣ ପାଇଁ ବ୍ୟବରାଦ କରିବା ପରେ ବର୍ତ୍ତମାନ ଓଡିଶାର ଚିନ୍ତା ବଢିଯାଇଛି। ଏହା ଦ୍ବାରା ଓଡିଶାର ବହୁ କ୍ଷତି ହେବା ସହ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅନୁମାନ କରାଯାଇଛି। ଏହାକୁ ନେଇ ପୂର୍ବରୁ ଓଡିଶା ଆନ୍ଧ୍ର ବିବାଦ ଚାଲିଥିବା ବେଳେ ବର୍ତ୍ତମାନ କେନ୍ଦ୍ରର ବଜେଟ ଏହାକୁ ଆହୁରି ବିବାଦୀୟ କରିଦେଇଛି। ଏହାକୁ ନେଇ ବିଜେଡି ବର୍ତ୍ତମାନ ରାସ୍ତାକୁ ଓହ୍ଲାଇବ ବୋଲି ଜଣାପଡିଛି। ତେବେ ଏହି ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡିଶାର କଣ କ୍ଷତି ହେବ ତାହାର ଆକଳନ ପାଇଁ ବିଜେଡିର ଏକ ଟିମ ମାଲକାନଗିରିର ମୋଟୁ ଅଞ୍ଚଳ ପରିଦର୍ଶନ କରିବେ। ଏହି ଟିମ ଆସନ୍ତାକାଲି ବୁଧବାର ଦିନ ସେଠାକୁ ଯିବେ ବୋଲି ଜଣାପଡିଛି। ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଏହି ଟିମ ଗଠନ କରାଯାଇଛି। ଏଥିରେ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ବିଜେଡି ନେତା…
ନୂଆଁଖାଇ :ପାଖେଇଲା ନୂଆଖାଇ। ପଶ୍ଚିମ ଓଡିଶାର ଏହା ହେଉଛି ଏକ ବଡ ପର୍ବ। ଯେଉଁଥିରେ ସମସ୍ତେ ଏକାଠି ବସି ନୂଆ ଫସଲର ଭୋଗ ଖାଇଥାନ୍ତି। ତେବେ ପଶ୍ଚିମ ଓଡିଶାର ବଲାଙ୍ଗୀର ପାଇଁ ନୂଆଖାଇ ଲଗ୍ନ ଧାର୍ଯ୍ୟ କରାଯାଇଛି। ସେହି ଅନୁସାରେ ଆସନ୍ତା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ବା ସେପ୍ଟେମ୍ବର ୮ ତାରିଖ ରବିବାର ଲାଗିହେବ ନବାନ୍ନ। ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି। ବିଶୁଦ୍ଧ ତୁଳା ଲଗ୍ନେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମିନିଟରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ। ପାଟଣା ଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହୋଇଛି ଏହି ଲଗ୍ନ।
ଭୁବନେଶ୍ବର: ଆସନ୍ତାକାଲି ବୁଧବାର ଦିନ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଟ୍ରପଲାଇନ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି। ତାହା ଲଘୁଚାପକୁ ପରିବର୍ତ୍ତନ ହେବ ବୋଲି ଅନୁମାନ କରାଯାଉଛି। ଏହାଫଳରେ ରାଜ୍ୟରେ ପୁଣି ବର୍ଷା ଲାଗିରହିବ ବୋଲି କୁହାଯାଇଛି। ବର୍ତ୍ତମାନ ଟ୍ରପଲାଇନ ଯୋଗୁଁ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ଆଜି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ, ବରଗଡ଼, ସମ୍ବଲପୁର,ଦେବଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ସତର୍କ କରାଯାଇଛି । ସେହିଭଳି ଆସନ୍ତାକାଲି ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ଟି ଜିଲ୍ଲା ସୁନ୍ଦରଗଡ,…
ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ମୁଖ୍ୟତଃ ନବୀନ ସରକାରରେ ଗାଦିମାଡି ବସିଥିବା ବହୁ ଅଧିକାରୀଙ୍କୁ ମୋହନ ସରକାର ବଦଳ କରିଦେଇଛନ୍ତି। କେତେକ ଅଧିକାରୀଙ୍କୁ ସଚିବାଳୟରୁ ବାହାର କରି ଅନ୍ୟ ସ୍ଥାନକୁ ପଠାଇଦେଇଛନ୍ତି। ଯେଉଁମାନଙ୍କର ବଦଳ ହୋଇଛି ସେମାନେ ହେଲ.. ଲାଲା ମନୋଜ କୁମାର ରାୟ, ଡେପୁଟି ଡିଜି, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଶୁଭ୍ରାଂଶୁ ମିଶ୍ର, ଅତିରିକ୍ତ ସଚିବ, କୃଷି ଓ କୃଷକ କଲ୍ୟାଣ ରବୀନ୍ଦ୍ର କୁମାର ସେଠୀ, ଜେନେରାଲ ମ୍ୟାନେଜର, ଓଡ଼ିଶା ବନ ଉନ୍ନୟନ ନିଗମ ମନୋଜ କୁମାର ସ୍ୱାଇଁ, ଯୁଗ୍ମ କମିଶନର, ବିଡିଏ ପ୍ରତାପ ଚନ୍ଦ୍ର ହୋତା, ସ୍ୱତନ୍ତ୍ର ସଚିବ, ସଂସଦୀୟ ବ୍ୟାପାର ପ୍ରଶାନ୍ତ କିଶୋର ମହାପାତ୍ର, ଅତିରିକ୍ତ ସଚିବ, ଉଚ୍ଚଶିକ୍ଷା ବିଭାଗ ଏସକେ ଜମିରୁଦ୍ଦିନ, ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମାନସ ରଞ୍ଜନ ପାଢ଼ୀ, ଅତିରିକ୍ତ ସଚିବ, ସାଧାରଣ ପ୍ରଶାସନ ବିଭାଗ ସୁରଞ୍ଜନ ପ୍ରଧାନ, ଅତିରିକ୍ତ ସଚିବ, ରାଜସ୍ୱ…

