ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଅଧୀନରେ ଅଗଷ୍ଟ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରି https://harghartiranga.com ୱେବସାଇଟରେ ନିଜର ସେଲ୍ଫି ଅପଲୋଡ୍ କରିବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ #HarGharTiranga ଅଭିଯାନ ଗତ ଦୁଇ ବର୍ଷ ମଧ୍ୟରେ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି, ଯାହା ଦେଶର କୋଣ ଅନୁକୋଣରେ ପ୍ରତ୍ୟେକ ଭାରତୀୟଙ୍କ ଏକତାକୁ ଜାଗ୍ରତ କରିଛି । ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ ଏହି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରନ୍ତୁ ଏବଂ ପୁଣି ସେହି ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରନ୍ତୁ । ଆମର ଗର୍ବ, ଆମ ତ୍ରିରଙ୍ଗା, ତୁମ ଘରେ ତ୍ରିରଙ୍ଗା ସହିତ ଏକ ସେଲ୍ଫି ନିଅ, ଏବଂ…
Author: Samikhsya Bureau
ଭୁବନେଶ୍ବର: ବିଜୁ ଜନତା ଦଳ ଏକ ନୂଆ ପାୱାରଫୁଲ କମିଟ ଗଠନ କରିଛି। ଏହି କମିଟ ଦଳୀୟ ବ୍ୟାପାରରେ ସମସ୍ତ ନିଷ୍ପତି ଗ୍ରହଣ କରିବେ। ସେମାନଙ୍କ ନିଷ୍ପତି ଅନୁସାରେ ଦଳ ପରିଚାଳିତ ହେବ। ଏ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟରେ ୧୫ଜଣ ସଦସ୍ୟ ରହିଥିବା ବେଳେ ଅଧ୍ୟକ୍ଷ ଭାବେ ଦେବୀପ୍ରସାଦ ମିଶ୍ରଙ୍କୁ ନିଆଯାଇଛି। ସେହିପରି ଏହି କମିଟରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ବିକ୍ରମକେଶରୀ ଆରୁଖ, ପ୍ରତାପ କେଶରୀ ଦେବ, ପ୍ରଦୀପ କୁମାର ଅମାତ୍, ଅରୁଣ କୁମାର ସାହୁ, ଅଶ୍ୱିନୀ କୁମାର ପାତ୍ର, ପ୍ରତାପ ଜେନା, ଶାରଦା ପ୍ରସାଦ ନାୟକ, ସୁଦାମ ମାର୍ଣ୍ଡି, ମନୋହର ରନ୍ଧାରୀ, ସ୍ନେହାଙ୍ଗିନୀ ଛୁରିଆ, ମହେଶ ସାହୁ ଓ ଦେବେଶ ଆଚାର୍ଯ୍ୟ ସଦସ୍ୟ ଅଛନ୍ତି।
ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ। ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ…
ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମୋଟ ୯୮ (ଦଶମ – ୬୨, ଦ୍ୱାଦଶ – ୩୬ ) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଭବ୍ୟ ସମାରୋହକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତେଜ୍ ପ୍ରତାପ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍.ଘାଟନ କରି ନିଷ୍ଠା ଓ ଏକାଗ୍ରତା ସଫଳତାର ମୂଳମନ୍ତ୍ର ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ ଯୋଗଦାନ କରି ମାତାପିତାଙ୍କୁ ଈଶ୍ୱର ରୂପେ ଗ୍ରହଣ କରି ତାଙ୍କର ଆଶିଷ ଲାଭ କଲେ ବିଦ୍ୟାର୍ଥୀ ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳଯର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ…
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ଓ ସଂଚାର ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଆଜି ନୂଆଦିଲ୍ଲୀରେ ୩୩ତମ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଅବସରରେ ସ୍ମାରକୀ ଡାକଟିକଟ ଉନ୍ମୋଚନ କରିଛନ୍ତି। ନିକଟରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀ ସରବଜୋତ ସିଂ, ପୂର୍ବତନ କ୍ରିକେଟର ଶ୍ରୀ ଆକାଶ ଚୋପ୍ରା ଏବଂ ଷ୍ଟିପଲଚେଜ୍ ଆଥଲେଟ୍ ଶ୍ରୀମତୀ ସୁଧା ସିଂହଙ୍କ ସମେତ ବିଭିନ୍ନ କ୍ରୀଡ଼ା ପ୍ରତିଭା ଏବଂ ସ୍କୁଲ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମାରୋହକୁ ସମ୍ବୋଧିତ କରି ଡ.ମନସୁଖ ମାଣ୍ଡଭିୟ କହିଛନ୍ତି, କ୍ରୀଡ଼ା କେବଳ ପ୍ରତିଯୋଗିତା ନୁହେଁ, ଏହା ଏକ ଜୀବନଶୈଳୀ। ଡାକ ଟିକଟ ଉନ୍ମୋଚନ କ୍ରୀଡ଼ା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି, ଯାହା ଆଥଲେଟମାନଙ୍କ ପାଇଁ ଜାତୀୟ ଗୌରବ ଏବଂ ପ୍ରୋତ୍ସାହନର ପ୍ରତୀକ ଭାବରେ କାର୍ଯ୍ୟ କରୁଛି । ଡ.ମାଣ୍ଡଭିୟ ଆହୁରି…
ଭୁବନେଶ୍ବର: ଅଗଷ୍ଟ ୯ ତାରିଖରେ ନାଭାଲ ଷ୍ଟାଫ ମୁଖ୍ୟ (ସିଏନଏସ) ଆଡମିରାଲ୍ ଦିନେଶ କେ. ତ୍ରିପାଠୀ ଅଗ୍ନିବୀର ମାନଙ୍କର ଚତୁର୍ଥ ବ୍ୟାଚ୍ର ଚୂଡ଼ାନ୍ତ ପ୍ୟାରେଡ୍ (ପିଓପି)ର ସମୀକ୍ଷା କରିବେ। ଆଇଏନଏସ ଚିଲିକାରେ ଏହି ସମାରୋହରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସମେତ ୧୩୯୦ ଜଣ ଅଗ୍ନିବୀର ଅଂଶଗ୍ରହଣ କରିବେ। ଏହି ଅବସରରେ ନୌସେନା ଅଗ୍ନିବୀରଙ୍କ ସହ ୩୩୦ ତଟରକ୍ଷୀ ନାବିକ ମଧ୍ୟ ଉତ୍ତୀର୍ଣ୍ଣ ହେବେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ- ଇନ୍ -ଚିଫ୍ ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ପ୍ୟାରେଡ୍ ର ପରିଚାଳନା ଅଧିକାରୀ ହେବେ। ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଅଗ୍ନିବୀରଙ୍କ ପରିବାର, ବିଶିଷ୍ଟ ବ୍ୟକ୍ତି ଏବଂ କ୍ରୀଡ଼ାବିତମାନେ ଉପସ୍ଥିତ ରହିବେ। ପିଓପି କେବଳ ଅଗ୍ନିବୀର ମାନଙ୍କର ୧୬ ସପ୍ତାହର ପ୍ରାରମ୍ଭିକ ନୌସେନା ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚିତ କରେ ନାହିଁ , ବରଂ ଯୁଦ୍ଧ ପ୍ରସ୍ତୁତି ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ…
ନୂଆଦିଲ୍ଲୀ: ୨୦୧୨ ମଇ ୧୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଦେଶର ସମସ୍ତ ରାଜ୍ୟ ପାଇଁ କୋଇଲା ଉପରେ ରୟାଲଟି ହାର କାରବାର ମୂଲ୍ୟର ୧୪% ଧାର୍ଯ୍ୟ କରାଯାଇଛି । ଏଥିରେ ପଶ୍ଚିମବଙ୍ଗ ରାଜ୍ୟକୁ ବାଦ୍ ଦିଆଯାଇଛି ଯେଉଁଠାରେ ରୟାଲ୍ଟି ହାର କୋଇଲାର ଗ୍ରେଡ୍ କୁ ଆଧାର କରି ପ୍ରତି ଟନ୍ ୭ରୁ ୨ ଟଙ୍କା ୫୦ ପଇସା ଧାର୍ଯ୍ୟ କରାଯାଇଛି । ଓଡ଼ିଶାକୁ ୨୦୨୩-୨୪ ଆର୍ଥିକ ରେ କୋଇଲା କାରବାର ମୂଲ୍ୟର ୧୪ ପ୍ରତିଶତ ଦରରେ ୩୮୮୧.୭୯୬ କୋଟି ଟଙ୍କା (ଅସ୍ଥାୟୀ) ମିଳିଛି, ଯାହାକି ବିଗତ ଦଶନ୍ଧିରେ କୋଇଲା ଉତ୍ପାଦନର ଅନୁରୂପ ଅଟେ। ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ବ୍ୟବସ୍ଥା ରହିଛି ଯେ ସରକାରୀ ଗେଜେଟରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଦ୍ବିତୀୟ ଅନୁସୂଚୀରେ ସଂଶୋଧନ କରିପାରିବେ ଯାହା ଦ୍ୱାରା ବିଜ୍ଞପ୍ତିରେ ନିର୍ଦ୍ଦିଷ୍ଟ ତାରିଖରୁ କୌଣସି ଖଣିଜ ସମ୍ବନ୍ଧରେ ପ୍ରଦାନଯୋଗ୍ୟ ରୟାଲ୍ଟି ହାରକୁ…
ଭୁବନେଶ୍ୱର: ଭାରତ ସରକାରଙ୍କ ଅଧୀନରେ ଜିଏସଟି କାଉନ୍ସିଲ ଗଠନ କରାଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟର ମନ୍ତ୍ରୀମାନଙ୍କୁ ସଦସ୍ୟ ଭାବେ ଚୟନ କରାଯାଇଛି। ଆମ ରାଜ୍ୟ ଓଡିଶାରୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନନୀୟ ପରିଷଦର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଅନ୍ୟ ରାଜ୍ୟର ଅର୍ଥ ମନ୍ତ୍ରୀମାନେ ଏହି ପରିଷଦର ସଦସ୍ୟ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ନାମକୁ ଏହି ପରିଷଦ ସଦସ୍ୟ ନିମନ୍ତେ ମନୋନୀତ କରିଛନ୍ତି। ଅନୁରୂପ ଭାବରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଏହି ପରିଷଦର ଆବାହକ ଥିବା ବେଳେ ହରିୟାଣାର ଅର୍ଥମନ୍ତ୍ରୀ ଶ୍ରୀ ଜୟ ପ୍ରକାଶ ଦଲାଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଶ୍ରୀ ଓ. ପି. ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଶ୍ରୀ ଅତିଶୀ ମାରଲେନା, ଆସାମ ଅର୍ଥ ମନ୍ତ୍ରୀ ଶ୍ରୀମତୀ ଅଜନ୍ତା ନିୟୋଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ଶ୍ରୀ ପି. କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଶ୍ରୀ…
ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ୨ ସ୍ଥାନ ଉପରକୁ ଉଠି ୮୬ ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତ ତିନିବର୍ଷ ମଧ୍ୟରେ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୬୯ ଟି ସ୍ଥାନ ଉପରକୁ ଉଠିଛି। ୨୦୨୧ ମସିହାରେ, ରିଲାଏନ୍ସ ଏହି ତାଲିକାରେ ୧୫୫ ତମ ସ୍ଥାନରେ ରହିଥିଲା। ଫର୍ଚ୍ୟୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ଭାରତୀୟ କମ୍ପାନୀଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୀର୍ଷ ସ୍ଥାନରେ ରହିଛି। ଲଗାତାର ୨୧ ବର୍ଷ ଧରି ଫର୍ଚୁନ୍ ଗ୍ଲୋବାଲ୍ ୫୦୦ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସ୍ଥାନ ବଜାୟ ରଖିଛି। ଅନ୍ୟ କୌଣସି ଭାରତୀୟ କମ୍ପାନୀ ଏତେ ଦିନ ଧରି ଏହି ତାଲିକାରେ ରହିପାରି ନାହାଁନ୍ତି। ଫର୍ଚୁନ୍ ଅନୁଯାୟୀ, ରିଲାଏନ୍ସର ଆୟ ୧୦୮୮୭୭ ମିଲିୟନ ଡ଼ଲାର୍ ରେକର୍ଡ କରାଯାଇଥିଲା। କମ୍ପାନୀର ଲାଭ ୧.୩ ପ୍ରତିଶତ ବୃଦ୍ଧି ପାଇ ୮୪୧୨ ନିୟୁତ ଡଲାର ସ୍ତରରେ ପହଞ୍ଚିଛି ଏବଂ ପ୍ରାୟ ୩.୫ ଲକ୍ଷ କର୍ମଚାରୀ ରିଲାଏନ୍ସକୁ ସେମାନଙ୍କ…
ଭୁବନେଶ୍ବର: ଆଜି ସକାଳେ କେନ୍ଦୁଝର ଜିଲ୍ଲା ଯୋଡା ଡି.ଏ.ଭି. ସ୍କୁଲ ନିକଟରେ ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ସମେତ ଜଣେ ଅଭିଭାବକଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଯେ ଯୋଡା ଆଜାଦ୍ ବସ୍ତିର କ୍ରିଷ୍ଣା ଭୁଷାଲ, ଷ୍ଟାଣ୍ଡାର୍ଡ ୧ ରେ ପଢୁଥିବା ତାଙ୍କ ପୁଅ ନିକିତ ଭୁଷାଲ ଓ ତାଙ୍କ ପୁଅର ସହପାଠୀ ଗଣେଶ ଶର୍ମାଙ୍କୁ ମଟର ସାଇକେଲରେ ସ୍କୁଲ ଛାଡିବାକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ତୁରନ୍ତ ୩୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଇଛି। ଏଥି ସହିତ ହିଟ୍ ଆଣ୍ଡ ରନ୍ କେସ୍ ସୋଲାସିୟମ ସ୍କିମରେ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା…
ଭୁବନେଶ୍ବର: ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱ ରେ ତାଳଚେର ଓ କଣିହାଁ ବ୍ଲକ ଏବଂ ତାଳଚେର ମୁନିସିପାଲିଟି ର ଅଧକ୍ଷ ଉପାଧ୍ୟାକ୍ଷ ଓ ସଭ୍ୟମାନେ ଆଜି ସନ୍ଧ୍ୟାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକଙ୍କୁ ଭେଟି ଥିଲେ। ତାଳଚେର ଅଂଚଳ ର ବିକାଶ ପାଇଁ ବିଜେଡି ସରକାର ସମୟ ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସେମାନେ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ତାଳଚେର ଅଂଚଳରେ ଦଳ ର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଶ୍ରୀ ପଟନାୟକ ପରାମର୍ଶ ଦେଇଥିଲେ।
ନୂଆଦିଲ୍ଲୀ: ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶାର ବହୁ ବିଜେପି ସାଂସଦଗଣ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ ଏହି ସାକ୍ଷାତ ଅବସରରେ ସ୍ନେହପୂର୍ଣ୍ଣ ମାର୍ଗଦର୍ଶନ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ ଏବଂ ଓଡ଼ିଶାବାସୀଙ୍କ କଲ୍ୟାଣ, ବିଶେଷ କରି ମହିଳା, ଜନଜାତି ଓ ପଛୁଆ ବର୍ଗଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବା ନେଇ ଶ୍ରୀ ପ୍ରଧାନ ତାଙ୍କ ସଂକଳ୍ପକୁ ଦୋହରାଇଛନ୍ତି । ସାକ୍ଷାତ ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ୬୨ ତମ ପ୍ରତିଷ୍ଠା ଦିବସ ଆଜି ପ୍ରତିଷ୍ଠାନ ପରିସରରେ ଥିବା ନୂତନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଏନ୍ ସିଇଆର୍ ଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକ୍ ଲାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ସର୍ବଦା ସଂସ୍କୃତିର ପ୍ରସାର ଓ ପୃଷ୍ଠପୋଷକତା କରିଥାଏ ବୋଲି ମତଦେଇ, କେବଳ ସାର୍ଟିଫିକେଟ୍ କି ଡିଗ୍ରୀରେ ଶିକ୍ଷା ବ୍ୟବସ୍ଥାକୁ ସୀମିତ ନ ରଖି ଏହାକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ସର୍ବଭାରତୀୟ ସ୍ତରରେ ସ୍ଥାପିତ ଏନ୍ ସିଇଆର୍ ଟି ଓ ଏହାର ପାଞ୍ଚଟି ସକ୍ରିୟ ଶାଖା ଭୁବନେଶ୍ୱର, ଭୋପାଳ, ଆଜମେର, ମୈସୁର ଓ ଶିଲଂରେ ଏହାକୁ କାର୍ଯ୍ୟକାରୀ କରାଯାଉଛି ବୋଲି କହିଥିଲେ। ଜାତୀୟ ଶିକ୍ଷାନୀତି ୨୦୨୦ ରେ ପ୍ରତିଫଳିତ ଭାରତୀୟ ଶିକ୍ଷାବ୍ୟବସ୍ଥାର ନବକଳେବରକୁ ପ୍ରତ୍ୟେକ ଶିକ୍ଷାର୍ଥୀ ଅନୁଭବ କରିବା ସହ ଏହାର ପ୍ରତିପୃଷ୍ଠା…
ଭୁବନେଶ୍ବର: ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ଚଳିତ ବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ଜିଲ୍ଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବାଧୀନତା ଦିବସ ଆମର ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର…
ଭୁବନେଶ୍ବର: ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଲୋକଙ୍କୁ ଶୁଣିବାର ଧାରା ଜାରି ରଖିଛନ୍ତି। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଶୁଣିଥିଲେ। ଲୋକଙ୍କୁ ଆଶ୍ୱାସନା ଦେବା ଓ ସମସ୍ୟା ସମାଧାନ ହେବାର ପ୍ରତିଶୃତି ଦେବା ସହିତ ଧର୍ଯ୍ୟହରା ନ ହେବା ପାଇଁ ପରାମର୍ଶ ଦେଉଥାନ୍ତି। ସାଧାରଣ ଲୋକଟିଏ ପକ୍ଷରେ ଜଣେ ଉଚ୍ଚ ପଦାଧିକାରୀଙ୍କୁ ଭେଟିବା କଷ୍ଟକର ହୋଇଥାଏ। କିନ୍ତୁ ନିଜେ ମୁଖ୍ୟମନ୍ତ୍ରୀ ଯେତେବେଳେ ତାଙ୍କ ଦୁଃଖ ଶୁଣୁଛନ୍ତି, ସେତେବେଳେ ସେମାନେ ଖୁସିରେ ଆତ୍ମହରା ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଆଦରପୂର୍ଣ୍ଣ କଥାରେ ସେମାନ ଆନନ୍ଦିତ ହେଉଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ନିର୍ଦ୍ଦେଶ ପାଇ ଅଧିକାରୀମାନେ ମଧ୍ୟ ତତ୍ପରାତର ସହ ଲୋକଙ୍କ ଅଭିଯୋଗକୁ ସଂପୃକ୍ତ ବିଭାଗକୁ ତ୍ୱରିତ ପଦକ୍ଷେପ ପାଇଁ ପ୍ରେରଣ କରୁଥାନ୍ତି। ଏ ଥିଲା ଆଜିର ଅଭିଯୋଗ ପ୍ରକୋଷ୍ଠର ଦୃଶ୍ୟ- ଯେଉଁଠି ସାଧାରଣ ଲୋକ ଓ ସରକାରଙ୍କ…
ଭୁବନେଶ୍ବର: ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ କର୍ପୋରେସନ, ଓବିସିସିର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ରଥଙ୍କ ଘରେ ଆଜି ଭିଜିଲାନସ ଚଢାଉ କରିଛି। ତେବେ ଏହି ଚଢାଉରେ ଯାହା ମିଳିଛି ତାହା ଯେ କେହି ଜାଣିଲେ ତାଙ୍କର ମୁଣ୍ଡ ଖରାପ ହୋଇଯିବ। କାରଣ ଜଣେ ମୁଖ୍ୟ ଇଂଜିନିୟରଙ୍କ ଘରୁ ପୁଳା ପୁଳା ବାହାରିବ ତାହା କେହି ବିଶ୍ବାସ କରିପାରୁ ନାହିଁ। ଆଜି ସକାଳୁ ଶ୍ରୀଯୁକ୍ତ ରଥଙ୍କ ୧୨ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହି ଚଢାଉ ବେଳେ ତାଙ୍କ ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଏଥିରେ ୪୨ଟି ଫ୍ଲାଟ ସହ ୮୮ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ନେଇ ତଥ୍ୟ ପାଇଛି ଭିଜିଲାନ୍ସ। ଏହାସହ ୨ଟି କୋଠା, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ, ଗୋଟିଏ ଔଷଧ ଦୋକାନ, କ୍ରସର ୟୁନିଟ, ଚାରିଚକିଆ ଗାଡ଼ି, ଦୁଇଟି ଜେସିବି ଓ ଗୋଟିଏ ଏକ୍ସାଭେଟର ଜବତ କରିଛି ଭିଜିଲାନ୍ସ। ଏତିକିରେ ସରିନାହିଁ ଏହି ତାଲିକା,…
ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଟିଆର୍)ର ମିଳିତ ଆନୁକୂଲ୍ୟରେ ଷ୍ଟାରସ୍ ((STARS)) କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ମାର୍ଟ ଓଡ଼ିଶା ହାକାଥନ୍ ଓଡ଼ିଆ ପ୍ରିନୁ୍ୟର ୨.୦ ପ୍ରତିଯୋଗିତା ସମସ୍ତ ୩୦ ଗୋଟି ଜିଲ୍ଲାରେ ଆୟୋଜନ କରାଯାଉଛି। ଏହା ଆଗାମୀ ୭ ଦିନ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନେ ୧୦ଟି ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଛନ୍ତି। ଏହା ସହ ନୂତନ ବୈଷୟିକ ଜ୍ଞାନ ଆଧାରିତ ମତାମତ ମଧ୍ୟ ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ୨୬୭୧ ମତାମତ ମଧ୍ୟରୁ ୮୩୮ଟି ଉତ୍କୃଷ୍ଟ ବିଚାରଧାରାକୁ ଚୟନ କରାଯାଇଛି। ଚୟନ ହୋଇଥିବା ବିଚାରଧାରାକୁ ନେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିବେ। ପ୍ରକଳ୍ପ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ। ତେବେ ପ୍ରତି ଜିଲ୍ଲାରୁ ସର୍ବଶ୍ରେଷ୍ଠ ୩ ଗୋଟି ବିଚାରଧାରାକୁ…
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ସେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଅରୁଣ ସିଂ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ସାଂସଦ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ବିଜେପିରେ ମିଶିବା ପରେ ମମତା କହିଛନ୍ତି ଯେ, ଲୋକମାନଙ୍କର ସେବା କରିବା ମୋର ଉଦ୍ଦେଶ୍ୟ। ହେଲେ ବିଜେଡି ମୋତେ ଅଣଦେଖା କରିବାରେ ଲାଗିଲା। ଫଳରେ ମୁଁ ରାଜ୍ୟସଭା ସାଂସଦ ଏବଂ ବିଜେଡିରୁ ଇସ୍ତଫା ପ୍ରଦାନ କଲି। ଗତକାଲି ମମତା ବିଜେଡି ସହିତ ରାଜ୍ୟସଭା ସଦସ୍ୟରୁ ଇସ୍ତଫା ଦେଇଥିଲେ।
ଭୁବନେଶ୍ବର: ଗତକାଲି ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ନେତ୍ରୀ ମମତା ମହନ୍ତ। ବର୍ତ୍ତମାନ ବିଜେଡି ସଙ୍କଟ ସମୟରେ ସେ ଏପରି ଇସ୍ତଫା ଦେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଓଡିଆ ଅସ୍ମିତା କହି ବିଜେଡିରେ ବିପର୍ଯ୍ୟୟ ସୃଷ୍ଟି କରି ବିଜେପି କ୍ଷମତା ଦଖଲ କରିଛି। ଏପରିକି ଓଡିଶାର ସମସ୍ତ ଲୋକସଭା ଆସନ ବିଜେଡିଠାରୁ ଛଡାଇ ନେଇଛି। ଏପରି ସମୟରେ ବିଜେଡିର ଜାତୀୟ ସ୍ତରରେ ଶକ୍ତି ଦେଖାଇବା ପାଇଁ ଏକ ମାତ୍ର ଅସ୍ତ୍ର ରହିଛି ରାଜ୍ୟସଭା ସାଂସଦ। ମୋଟ 10ଟି ଆସନ ମଧ୍ୟରୁ ବିଜେଡିର ନଅ ଟି ଥିବା ବେଳେ ବିଜେପି ହାତରେ ରହିଛି ଏକମାତ୍ର ଆସନ। ତାହା ପୁଣି ସେହି ବିଜେଡିର ଆର୍ଶିବାଦରେ ଅଶ୍ହନୀ ବୈଷ୍ଣବ ରାଜ୍ୟସଭାକୁ ଯାଇଛନ୍ତି। ତଥାପି ବିଜେଡି ହାତରେ ନଅ ଜଣ ସଦସ୍ୟ ରହିଥିବାରୁ ରାଜ୍ୟସଭାରେ ଦବଦବ ରହିଛି। ହେଲେ ମମତା ମହନ୍ତଙ୍କ ଇସ୍ତଫା ପରେ ତାହା ଆଠକୁ ଖସିଆସିଛି। ଏହି…
ଭୁବନେଶ୍ବର: ଆଜି ଗୃହରେ ବ୍ୟୟ ମଂଜୁରୀ ବିଲ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ବିସ୍ତୁତ ବକ୍ତବ୍ୟ ରଖିଛନ୍ତି। ସେ ଯାହା କହିଛନ୍ତି ତାହା ହେଲା 1. ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ 25 ତାରିଖରେ ବର୍ଷ 2024-25ର ବଜେଟ୍ ଉପସ୍ଥାପନ କରିଥିଲି । 29 ଓ 30 ତାରିଖରେ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ସରିଛି । ବଜେଟ ପ୍ରକ୍ରିୟା ସମ୍ପୂର୍ଣ ହୋଇ ବର୍ଷ 2024-25 ର ପୂର୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଏହି ଗୃହରେ ଅନୁମୋଦନ ପାଇଁ ସେପ୍ଟେମ୍ବର 10 ତାରିଖରେ ଉପସ୍ଥାପନ କରାଯିବ। 2. ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ଦ୍ଵାରା ଆଗତ ଓ ପାରିତ ହୋଇଥିବା ଲେଖାନୁଦାନ ଅଟକଳ 31 ଜୁଲାଇ, 2024 ପର୍ଯ୍ୟନ୍ତ ବୈଧ। ଏଣୁ ଚଳିତ ମାସ 25 ତାରିଖରେ ଉପସ୍ଥାପିତ 2024-25 ଆର୍ଥିକ ବର୍ଷର ପୁର୍ଣ୍ଣାଙ୍ଗ ବଜେଟରୁ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସରକାରଙ୍କ ଆବଶ୍ୟକୀୟ…
ଭୁବନେଶ୍ବର: ଦୀର୍ଘ ରାଜ୍ୟପାଳ ସମୟ ଶେଷ କରି ଗତକାଲି ଛତିଶଗଡ ରାଜଭବନରୁ ବିଦାୟ ନେଇଛନ୍ତି ବିଶ୍ବଭୂଷଣ ହରିଚନ୍ଦନ। ଏ ନେଇ ରାଜଭବନ ପରିବାର ତରଫରୁ ଏକ କର୍ଯ୍ୟକ୍ରମ କରାଯାଇ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ସମସ୍ତେ ବିଶ୍ବଭୂଷଣଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିଥିଲେ। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବିଶ୍ବଭୂଷଣଙ୍କୁ ସାକ୍ଷାତ କରି ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ସେହିପରି ଛତିଶଗଡ ବିଧାନସଭା ବାଚସ୍ପତି ରମଣ ସିଂ ମଧ୍ୟ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ସାକ୍ଷାତ କରିଥିଲେ। ଛତିଶଗଡର ପ୍ରମୁଖ ନେତା ତଥା ଅଧିକାରୀମାନେ ତାଙ୍କୁ ସାକ୍ଷାତ କରି ବିଦାୟ ପ୍ରଦାନ କରିଛନ୍ତି। ଗତକାଲି ସକାଳେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସପତ୍ନିକ ରାୟପୁର ଗାୟତ୍ରୀନଗରସ୍ଥିତ ଜଗନ୍ନାଥ ମନ୍ଦିର ଯାଇ ପୂଜାଅର୍ଚ୍ଚନା କରିଥିଲେ। ସେଠାରେ ସେ ଛତିଶଗଡର ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କରିବା ସହିତ ସୁଖସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ସମୟରେ ସେଠାରେ ଉତ୍କଳ ସମାଜ ତରଫରୁ ତାଙ୍କୁ…

