ରିପୋର୍ଟ- ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଭୂବନେଶ୍ୱର ସ୍ଥିତ ଏକ ଘରୋଇ ହୋଟେଲଠାରେ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟର ଆନୁକୁଲ୍ୟରେ ତଥା ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ଏକ ନିଆରା ଫ୍ୟାଶନ୍ ସୋ ଲାବଣ୍ୟବତୀ (ହସ୍ତତନ୍ତ୍ରର କବିତା) ଆୟୋଜିତ ହୋଇଯାଇଛି। “ଆମ ଅସ୍ମିତା ଆମ ଗର୍ବ, ଆମ ଗୌରବ” ଥିମ୍ରେ ଆୟୋଜିତ ଏହି ଅନନ୍ୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ତଥା ସମନ୍ୱୟ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପବଳ ସାମନ୍ତ। ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ଜଗନ୍ନାଥ ସଂସ୍କୃତି ଗବେଷକ, ପ୍ରବକ୍ତା ତଥା ପୁରୀ ଗୋବର୍ଦ୍ଧନ ମଠର ଉପଦେଷ୍ଟା ପଣ୍ଡିତ୍ ମାତୃପ୍ରସାଦ ମିଶ୍ର, ରୁଚି ଫୁଡ଼୍ଲାଇନ୍ର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ କୁମାର ସାହୁ। ଫ୍ଲୋ ଭୁବନେଶ୍ୱରର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ସାହୁ ସ୍ୱାଗତ ସମ୍ଭାଷଣ ସହ ପ୍ରକାଶ କରିଥିଲେ ଭାରତୀୟ ହସ୍ତତନ୍ତ୍ର ଜଗତରେ ଓଡ଼ିଶୀ ଶାଢୀର…
Author: Samikhsya Bureau
ଭୁବନେଶ୍ବର: ଆଜି ବିଧାନସଭାରେ ବଜେଟ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଥମେ ଅଭିନନ୍ଦନ ଜଣାଇ ପରେ ବିଜେପି ସରକାର ଗେମ ଚେଞ୍ଜର କହୁଥିଲା, ହେଲେ ଏବେ ଜଣାପଡିଲା ଯେ, ନେମ୍ ଚେଞ୍ଜର। ତେବେ ବିଧାନସଭାରେ ନବୀନ ପଟ୍ଟନାୟକ ଯାହା କହିଛନ୍ତି ତାହା ହେଲା.. ଜୟ ଜଗନ୍ନାଥ, ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ। ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ। ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି। ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି। ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା Change…
ନୂଆଦିଲ୍ଲୀ: ଛତିଶଗଡର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶେଷରେ ତାଙ୍କ ପଦବୀରୁ ଅବ୍ୟାହିତ ଦିଆଯାଇଛି। ସେଠାରେ ନୂଆ ରାଜ୍ୟପାଳ ଭାବେ କେନ୍ଦ୍ର ସରକାର ରମନ ଡେକ୍କାଙ୍କୁ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ଏ ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ସେହି ଅନୁସାରେ ବିଶ୍ବଭୂଷଣଙ୍କ ସହିତ ଚାରି ରାଜ୍ୟପାଳଙ୍କୁ କେନ୍ଦ୍ର ସରକାର ଅବସର ଦେଇଛନ୍ତି। ସେମାନେ ହେଲେ ମହାରାଷ୍ଟ୍ରର ରମେଶ ବୈସ୍, ରାଜସ୍ଥାନର କଲରାଜ ମିଶ୍ର, ଛତିଶଗଡର ବିଶ୍ୱଭୂଷଣ ହରିଚନ୍ଦନ ଏବଂ ମଣିପୁରର ଅନୁସୁୟା ଉଇକେ ଅନ୍ତର୍ଭୁକ୍ତ। ଯେଉଁମାନଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଗଲା ସେମାନେ ହେଲେ 1-ଓମ୍ ମାଥୁର- ସିକ୍କିମର ରାଜ୍ୟପାଳ 2- ସାନ୍ତୋଶ ଗାଙ୍ଗୱାର- ଝାଡଖଣ୍ଡର ରାଜ୍ୟପାଳ 3- କେ.କୈଳାସନାଥନ- ପୁଡୁଚେରୀର ଉପରାଜ୍ୟପାଳ 4- ରମଣ ଡେକ୍କା- ଛତିଶଗଡ ରାଜ୍ୟପାଳ 5-ସି ପି ରାଧାକୃଷ୍ଣନ- ମହାରାଷ୍ଟ୍ର ରାଜ୍ୟପାଳ 6- ଏଚ କେ ବାଗଡେ- ରାଜସ୍ଥାନ ରାଜ୍ୟପାଳ 7-ଜିଷ୍ଣୁ ଦେବ ବର୍ମା- ତେଲଙ୍ଗାନା ରାଜ୍ୟପାଳ 8- ସି ଏଚ…
ଭୁବନେଶ୍ୱର: ସମ୍ପ୍ରତି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ଆସନ୍ତା ଜୁଲାଇ ୨୯ ତାରିଖ ସୋମବାର ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି। ଜନସାଧାରଣଙ୍କର ଅଭିଯୋଗ ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତି ସୋମବାର ଦିନ ଅଭିଯୋଗ ପ୍ରକୋଷ୍ଠକୁ ଆସୁଛନ୍ତି। ସେଠାରେ ଯେଉଁମାନଙ୍କର କିଛି ଅଭିଯୋଗ ରହିଛି ତାହାର ତୁରନ୍ତ ସମାଧାନ କରାଯାଉଛି। ଗତ ସୋମବାର ଦିନ ମଧ୍ୟ ବିଧାନସଭା ପାଇଁ ବନ୍ଦ ରହିଥିଲା। ଏଥର ମଧ୍ୟ ତାହା ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।
ରିପୋର୍ଟ- ହରପ୍ରସାଦ ମହାପାତ୍ର ଭୁବନେଶ୍ବର: ଆର. ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡକ୍ସନ ଆନୁକୂଲ୍ୟରେ ଆୟୋଜିତ ଓଡିଶା କୁଇନ -2024 ର ଗ୍ରାଣ୍ଡ ଫିନାଲେ ଉତ୍ସବ ଭୁବନେଶ୍ୱରରେ ଆୟୋଜିତ ହୋଇ ଯାଇଛି। ବିଶିଷ୍ଟ ଯୁବ ପ୍ରଯୋଜକ ରମେଶ ବାରିକଙ୍କ ଏହାଥିଲା ସ୍ୱପ୍ନର କାର୍ଯ୍ୟକ୍ରମ। ଓଡିଶା କୁଇନ କାର୍ଯ୍ୟକ୍ରମ ମାଧ୍ୟମରେ ଓଲିଉଡ଼ ପାଇଁ ନୂତନ ଅଭିନେତ୍ରୀ ସୃଷ୍ଟି କରିବା ହେଉଛି ତାଙ୍କର ମୁଖ୍ୟ ଲକ୍ଷ। ବିଶିଷ୍ଟ ଉଦ୍ୟୋଗୀ ମହମ୍ମଦ ଅଲିମଙ୍କ ତତ୍ୱାବଧାନ ରେ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ ପ୍ରତିଯୋଗିନୀ ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସାରା ଓଡିଶାରୁ ଆସିଥିଲେ। ସେଥିମଧ୍ୟରୁ ଓଡିଶାର ଖ୍ୟାତନାମା ବିଚାରକ ମାନଙ୍କ ଦ୍ୱାରା ସର୍ବଶ୍ରେଷ୍ଠ 21 ଜଣ ପ୍ରତିଯୋଗିନୀ ଗ୍ରାଣ୍ଡ ଫିନାଲେ ଉତ୍ସବରେ ଭାଗ ନେଇଥିଲେ। ମୁମ୍ବାଇର ପ୍ରସିଦ୍ଧ ଫେସନ କୋରିଓଗ୍ରାଫର କେୟୁର ଦେଶାଇ ଏହି 21 ଜଣ ପ୍ରତିଯୋଗିନୀଙ୍କୁ ଗ୍ରାଣ୍ଡ ଫିନାଲେ ପାଇଁ ପ୍ରସ୍ତୁତ କରାଇଥିଲେ। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ବଲିଉଡ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ସୁଦର୍ଶନଙ୍କୁ ରାଷ୍ଟ୍ରପତି ଏହି ଅଭିନନ୍ଦନ ପ୍ରଦାନ କରିଛନ୍ତି। ସୁଦର୍ଶନ ଗତ 12 ତାରିଖରେ ରୁଷିଆ ପିଟରସବର୍ଗରେ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପୟିନସିପ୍ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କୁ ସେଠାରେ ଗୋଲ୍ଡ ସ୍ୟାଣ୍ଡ ମାଷ୍ଟର ଟାଇଟଲ ପ୍ରଦାନ କରାଯାଇଛି। ପିଟରସବର୍ଗରେ ସୁଦର୍ଶନ 12 ଫୁଟର ରଥରେ ଜଗନ୍ନାଥ ବାଲୁକା କଳା ନିର୍ମାଣ କରିଥିଲେ। ଏହି ପ୍ରତିଯୋଗୀତାରେ ବିଭିନ୍ନ ଦେଶରୁ ବାଲୁକାଶିଳ୍ପୀ ଯୋଗଦେଇଥିଲେ। ସୁଦର୍ଶନଙ୍କ ବାଲୁକା କଳା ଶ୍ରେଷ୍ଠ ପଦକ ହାସଲ କରିଥିଲା। ସେଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଅଭିନନ୍ଦନ ଜଣାଇ ଦୁଇ ଲକ୍ଷ ଟଙ୍କା ପୁରସ୍କୃତ କରିଥିଲେ। ସୁଦର୍ଶନ ଆନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗୀତାରେ ଯୋଗ ଦେଇ ବହୁ ପୁରସ୍କାର ହାସଲ କରିଛନ୍ତି।
ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ ତଥା ମଡେଲ ମୁଗ୍ଧା ଭେଇରା ଗଡସେ, ସୁକୀର୍ତ୍ତି ପଟ୍ଟନାୟକଙ୍କ ସହ ମିଶି ‘ସାରି ମୁଡ୍’ ବ୍ରାଣ୍ଡକୁ ବ୍ରାଇଡାଲ ମଲରେ ଶୁଭାରମ୍ଭ କରିଛନ୍ତି। ଏହି ଭବ୍ୟ ସମାରୋହରେ ବିଧାୟକ (କୋରେଇ) ତଥା ଅଭିନେତା ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଗ୍ଧା ଗଡ଼ସେଙ୍କ ଉପସ୍ଥିତିରେ ଏହି ବ୍ରାଣ୍ଡର ଶୁଭାରମ୍ଭ କରିଥିଲେ। ‘ସାରି ମୁଡ: ପ୍ରତ୍ୟେକ ଭାବନା ପାଇଁ ଶାଢ଼ୀ’ ହେଉଛି ମୁଗ୍ଧା ଗଜସେଙ୍କ ଏକ ଉଦ୍ୟୋଗୀ ଅଭିଯାନ ଯାହା ଆମର ସମୃଦ୍ଧ ପରମ୍ପରା, ଇତିହାସ ଏବଂ ସଂସ୍କୃତି ଉପରେ ଆଧାରିତ। ବୁଣା ଏବଂ ଡିଜାଇନ୍ ସହିତ ଉଚ୍ଚମାନର ପାରମ୍ପରିକ ଶାଢ଼ି ଉତ୍ପାଦନ କରିବା ପାଇଁ ସମଗ୍ର ଭାରତର ବୁଣାକାରମାନଙ୍କୁ ସଶକ୍ତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ଶାଢ଼ି କପଡା ଠାରୁ ଅଧିକ ସୌନ୍ଦର୍ଯ୍ୟମୟୀ ପରିଧାନ। ଏହା ଏକ ଭାବନାକୁ ବ୍ୟକ୍ତ କରେ ଓ ପ୍ରତିନିଧିତ୍ଵ କରେ, ଯାହା ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଯୋଗାଇ ଆସିଚି…
ଭୁବନେଶ୍ବର: ଆଜି ଅପରାହ୍ନରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ 2024-2025 ବର୍ଷ ପାଇଁ ଓଡିଶା ବଜେଟ ଉପସ୍ଥାପାନା କରିଛନ୍ତି। ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାୟନସଭା ପରିସରରେ ଥିବା ବାଚସ୍ପତିଙ୍କ ପ୍ରକୋଷ୍ଠକୁ ଯାଇ ବଜେଟ ଗେଜେଟ ପ୍ରଦାନ କରିଛନ୍ତି। ବିଧାନସଭାର ନିୟମ ଅନୁସାରେ ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀମାନେ ବାଚସ୍ପତିଙ୍କୁ ଭେଟି ଏହି ବଜେଟ ପ୍ରଦାନ କରିଥାନ୍ତି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ସମୁଦାୟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ, ଜଳସେଚନ, ଗ୍ରାମ୍ଯ ଉନ୍ନୟନ, ସହରାଞ୍ଚଳ ବିକାଶ, ଯୁବବର୍ଗଙ୍କ ଦକ୍ଷତା ବିକାଶ, ଅନୂସୁଚିତ ଜାତି ଓ ଜନଜାତି ବର୍ଗଙ୍କ ବିକାଶ ତଥା ସମସ୍ତ ବର୍ଗର ବିକାଶ ନିମନ୍ତେ ଗୁରୁତ୍ଵାରୋପ କରାଯାଇଛି। ଏଥିରେ ମହିଳା ସଶକ୍ତିକରଣ ନିମନ୍ତେ ୧୭,୯୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସୁଭଦ୍ରା…
Odisha Budget 2024: ରାଜ୍ୟରେ ବିଏସକେୱାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ରହିବ। ଏହା ବନ୍ଦ ହେବ ନାହିଁ। ହେଲେ ଏହାର ନାମ ପରିବର୍ତ୍ତନ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ବିଧାନସଭାରେ ବଜେଟ ଉପସ୍ଥାପନା ବେଳେ ତାହା ସ୍ପଷ୍ଟ ହୋଇଛି। ଏହାର ନାମ ପରିବର୍ତ୍ତନ କରାଯାଇ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ ମଧ୍ୟ କରିଛନ୍ତି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବଜେଟ ଭାଷଣ ଦେଉଥିବା ବେଳେ ସେ କହିଛନ୍ତି ଯେ, ରାଜ୍ୟରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନା ଅଧିନରେ ଗରିବ ଶ୍ରେଣୀର ଲୋକେ ପୁରଷମାନେ ପାଞ୍ଚ ଏବଂ ମହିଳାମାନେ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରିବେ। ଫଳରେ ବିଏସକେୱାଇ ସ୍ଥାନରେ ବର୍ତ୍ତମାନ ଜିଜଏୱାଇ ଲାଗୁ ହେବ।
ଭୁବନେଶ୍ବର: ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବେଜଟ 2024 ଉପସ୍ଥାପିତ କରିଛନ୍ତି। ତେବେ ଏଥିରେ ବିଜେପି ନିର୍ବାଚନ ବେଳେ ଦେଇଥିବା ପ୍ରତିଶୃତିକୁ ପାଳନ କରିବା ପାଇଁ ବଜେଟରେ ବ୍ୟୟ ବରାଦ କରିଛନ୍ତି। ଦଳର ଥିବା ଆକର୍ଷଣୀୟ ଯୋଜନା ସୁଭଦ୍ର ଯୋଜନା ଲାଗୁ କରିବା ପାଇଁ ଏଥର ବଜେଟରେ ପ୍ରାବନ୍ଧନ କରାଯାଇଛି। ଆଜି ବଜେଟ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି କହିଥିଲେ। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ। ଏହି ବଜେଟର ସ୍ପଷ୍ଟ ହୋଇଛି ଖୁବ ଶିଘ୍ର ରାଜ୍ୟରେ ଏହା ଲାଗୁ କରାଯିବ।
Rocky the Slave: ଓଡିଆ ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ସର୍ବଶେଷ ହିନ୍ଦୀ ଚଳଚ୍ଚିତ୍ର ‘ରକ୍କି ଦ ସ୍ଲାଭ୍’ ଆସନ୍ତାକାଲି ଜୁଲାଇ 26 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରଖ୍ୟାତ ଆକ୍ସନ୍ ମାଷ୍ଟର ଜେମ୍ସ ଜନ୍ ବାର୍ଲାଙ୍କ ନିର୍ଦ୍ଦେଶିତ ତଥା ଶୋଭା ବାର୍ଲାଙ୍କ ଦ୍ବାରା ନିର୍ମିତ ଏହି ଆକ୍ସନ୍ ଥ୍ରୀଲର ମୁକ୍ତିଲାଭ ପୂର୍ବରୁ ବେଶ ଚର୍ଚ୍ଚାକୁ ଆସିଛି। ଲେସଲି ଏହି ଚଳଚିତ୍ରରେ ରୀତା ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଲେସଲି ଯେପରି ଭାବପ୍ରବଣ ଗଭୀରତା ଏବଂ ଶକ୍ତିଶାଳୀ ଅଭିନୟ କରିଛନ୍ତି ସେଥିରେ ସେ ଅନେକ ପୁରସ୍କାର ଅର୍ଜନ କରିବ ବୋଲି ଆଶା କରାଯାଇଛି। ଏଥିରେ ଜାର୍କି ସରାଫ, ଗାଭିନ ପାକର୍ଡ, ସୁଦେଶ ବେରି, ଶକ୍ତିକାପୁର, ପ୍ରତୋଷ ତ୍ରିପାଠୀ ଏବଂ ପ୍ରୀତି ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି। ସବୁବେଳେ ଭିନ୍ନ ଧରଣର କାମ ପାଇଁ ପରିଚିତ ଜେମ୍ସ ବାର୍ଲାଙ୍କ ଏହି ଚଳଚିତ୍ରରେ ରୋମାଞ୍ଚକର ଦୃଶ୍ୟ ଭରି ରହିଛି। ଏଥିରେ ଲେସଲି ଆକ୍ସନ୍ ରୋଲ୍ କୁ…
ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ। ଖରିଫ, ୨୦୨୩ରେ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ୨ ହେକଫର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କ ଭାଗ ବହନ କରିବେ ଏବଂ ଆବେଦନର ବୈଧତା ପାଇଁ ସେମାନଙ୍କୁ ମାତ୍ର ୧/- ଟଙ୍କା ଦେବାକୁ ପଡିବ। ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଉନ୍ନତ ବିପଦ ପ୍ରଶମନ ପାଇଁ ଏହି ଯୋଜନାରେ କୃଷକଙ୍କ ପଞ୍ଜୀକରଣ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଖରିଫ ଋତୁରେ ଅତି କମରେ ୨୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି…
ଭୁବନେଶ୍ବର: ଆଜି ଉପସ୍ଥାପିତ ହେବ ନୂଆ ସରକାରଙ୍କ ନୂଆ ବଜେଟ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଏହି ବଜେଟ ଉପସ୍ଥାପନା କରିବେ। ପ୍ରଥମ ଥର ପାଇଁ ବିଜେପି ସରକାର ବଜେଟ ଉପସ୍ଥାପନା କରିବେ। ଅନ୍ୟପକ୍ଷରେ ନିଜେ ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ଦାୟିତ୍ବରେ ଥିବାରୁ ସେ ହିଁ ବଜେଟ ଉପସ୍ଥାପନା କରିବେ। ଏଥର ବଜେଟ କଳେବର ବେଶ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଇଛି। ଏହାର ପରିମାଣ ପ୍ରାୟ ତିନି ଲକ୍ଷ କୋଟି ଛୁଇଁବାର ସମ୍ଭାବନା ରହିଛି। ତେବେ ବିଜେପି ସରକାର କାଳିଆ ଏବଂ ବିଏସକେୱାଇ ଯୋଜନା ପାଇଁ ବ୍ୟୟ ବରାଦ କରୁଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଚଳିତ ବଜେଟ ଉପସ୍ଥାପନା କରିବେ।
ଭୁବନେଶ୍ୱର: ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଫଳତାର ସହ ‘ଶିକ୍ଷା ସପ୍ତାହ’ ପାଳନ କରାଯାଉଛି। ଏହା ଆଧାରରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ସମେତ ଶାରୀରିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୁଧବାର ଦିନ ଶିକ୍ଷା ସପ୍ତାହର ତୃତୀୟ ଦିବସକୁ କ୍ରୀଡ଼ା ଦିବସ ରୁପେ ପାଳନ କରାଯାଇଛି। କ୍ରୀଡ଼ାକୁ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ ବରଂ ମୁଖ୍ୟ ପାଠ୍ୟକ୍ରମ ଭାବରେ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ରୀଡ଼ାର ଗୁରୁତ୍ୱକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନିକଟରେ ପହଞ୍ଚାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। ତେବେ ଭାରତର କୋଣ ଅନୁକୋଣରେ ଥିବା ପାରମ୍ପାରିକ ଖେଳକୁ ଶିକ୍ଷାନୀତି-୨୦୨୦ରେ ସାମିଲ କରାଯାଇଛି । ଶିକ୍ଷା ସପ୍ତାହର ଏହି ଦିବସଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଭାଗିତା, ଦଳଗତ କାର୍ଯ୍ୟ ମନୋଭାବ ବୃଦ୍ଧି, ଶୃଙ୍ଖଳିତ ଆଚରଣ ବୃଦ୍ଧି, ଖେଳୁଆଡ଼ ମନୋଭାବ ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ବେଶ୍ ସହାୟକ…
Budget Reaction: ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ଚଳିତ କେନ୍ଦ୍ର ବଜେଟରେ ଓଡିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦିଆ ଯାଇଛି ଯାହା ନିଶ୍ଚିତ ଭାବେ ସ୍ବାଗତ ଯୋଗ୍ୟ। ବଜେଟ୍ ରେ ଗରୀବ, ମହିଳା, ଯୁବକ, ପର୍ଯ୍ୟଟନ, କୃଷି ଓ ଶକ୍ତି ଦକ୍ଷତା ବିକାଶ ଆଦି ଅନେକ କ୍ଷେତ୍ରରେ ଧ୍ୟାନ ଦିଆ ଯାଇଛି। ବଜେଟ ସମ୍ବନ୍ଧରେ ଶ୍ରୀ ସିଂହଦେଓ କହିଲେ ଯେ ଗତ କିଛି ଦିନ ପୂର୍ବରୁ ବଜେଟ ସମ୍ବନ୍ଧିତ ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ମୁଁ ପ୍ରତିନିଧିତ୍ବ କରି ଓଡିଶା ସରକାରଙ୍କ ତରଫରୁ ଯାହା ଯାହା ଦାବି ରଖିଥିଲୁ ,ସେ ସମସ୍ତ ଏହି ବଜେଟରେ ପ୍ରତିଫଳିତ ହୋଇଛି। ବଜେଟରେ ପର୍ଯ୍ୟଟନ କ୍ଷେତ୍ରକୁ ସଦୃଢ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କବା…
Budget 2024: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ 2024-25 ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବଜେଟରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଥିବା ଚାରିଟି ପ୍ରମୁଖ ଶ୍ରେଣୀ ଯଥା ‘ଗରିବ’, ‘ମହିଳା’, ‘ଯୁବବର୍ଗ’ ଏବଂ ‘ଅନ୍ନଦାତା’ (କୃଷକ) ଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ଏହି ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରକୁ 1 ଲକ୍ଷ 52 ହଜାର କୋଟି ଟଙ୍କା, ମହିଳା ମାନଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ 3 ଲକ୍ଷ କୋଟି ଟଙ୍କାର ଆବଣ୍ଟନ କୃଷକ ଏବଂ ମହିଳା ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। କେନ୍ଦ୍ର ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ 5 ବର୍ଷରେ 3 କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ପ୍ରଧାନ ମନ୍ତ୍ରୀ…
ଭୁବନେଶ୍ବର: ପାଂରପାରିକ ଧାନବିହନ ସଂରକ୍ଷଣ କରି ପଦ୍ମଶ୍ରୀ ହାସଲ କରିଥିବା କୋରାପୁଟର କମଳା ପୂଜାରୀଙ୍କ ଗତ 20 ତାରିଖରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ମୃତ୍ୟୁବରଣ କରିଥିବାର ଜଣାପଡିଛି। ତେବେ ପରଲୋକର ତିନିଦିନ ପରେ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ ସୁଲତା ଦେଓ। କମଳାଙ୍କୁ ଷଢଯନ୍ତ୍ରୀ କରି ମାରି ଦିଆଯାଇଛି ବୋଲି ସାଂସଦ ସୁଲତା ଗୁରୁତର ଅଭିଯୋଗ କରିଛନ୍ତି। ଏକ ଭିଡିଓ ଜାରୀ କରି ସେ କହିଛନ୍ତି ଯେ, କମଳା ପୂଜାରୀଙ୍କ ଦେହ ଖରାପ ହେବା ପରେ ତାଙ୍କୁ କଟକ କଣ ପାଇଁ ଅଣାଯାଇଥିଲା। ସାଧାରଣତଃ ଯାହାର ଦେହ ଗୁରୁତର ହୋଇପଡେ ତାଙ୍କୁ ତୁରନ୍ତ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥାଏ। ହେଲେ ତାଙ୍କୁ ନିକଟସ୍ଥ ଭାଇଜାକ, ବ୍ରହ୍ମପୁର ଏବଂ ଭୁବନେଶ୍ବରର ହସପିଟାଲରେ ଭର୍ତ୍ତି ନ କରି ସେସବୁ ପାରି କରି କଣ ପାଇଁ କଟକ ଅଣାଗଲା ବୋଲି ପଚାରିଛନ୍ତି। ଯଦି ସରକାର ସେ ଜଣେ ଗୁରୁତ୍ବ ପୂର୍ଣ୍ଣ…
ଭୁବନେଶ୍ବର: ଧିରେ ଧିରେ ରାଜ୍ୟପାଳଙ୍କ ପୁଅ ଓଡିଆ କର୍ମଚାରୀଙ୍କୁ ମାଡ ମାରିବା ଘଟଣା ନୂଆ ମୋଡ ନେବାରେ ଲାଗିଛି। ଆଜି ଏହି ପ୍ରସଂଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ଏପରିକି ବିଜେଡି ବିଧାୟକ ବାଚସ୍ପତିଙ୍କ ଟେବୁଲ ଉପରେ ଚଢି ତାଙ୍କ ମାଇକ ଭାଙ୍ଗି ଦେଇଛନ୍ତି। ତୁରନ୍ତ ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଉ ବୋଲି ଗୃହରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଦାବୀ କରିଛନ୍ତି। ଆଜ ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟ ନିଜ ଆସନ ପାଖରେ ଛିଡା ହୋଇ ପ୍ରତିବାଦ କରିଥିଲେ। ଏହାପରେ ସମସ୍ତେ ଗୃହ ମଧ୍ୟ ଭାଗକୁ ଆସି ରାଜ୍ୟପାଳ ପୁଅଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠ କେବେ ବୋଲି ନାରାବାଜି ଦେଇଥିଲେ। ଫଳରେ ବାଚସ୍ପତି ଗୃହକାର୍ଯ୍ୟକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ…
ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟକୁ ସଂସଦରେ ଉପସ୍ଥାପିତ କରିଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର ନୂଆ ନୂଆ ଯୋଜନା ଘୋଷଣା କରିଛନ୍ତି। ସେହି ହିସାବରେ ବିଭିନ୍ନ ବିଭାଗ ପାଇଁ ଯେଉଁ ଅନୁଦାନ ପ୍ରଦାନ କରାଯାଇଛି ତାହା ହେଲା…. ପ୍ରତିରକ୍ଷା ବିଭାଗ- ୪,୫୪,୭୭୩ କୋଟି ଟଙ୍କା ଗ୍ରାମୀଣ ବିକାଶ ବିଭାଗ- ୨,୬୫,୮୦୮ କୋଟି ଟଙ୍କା କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ- ୧,୫୧,୮୫୧ କୋଟି ଗୃହ ମନ୍ତ୍ରାଳୟ- ୧,୫୦,୯୮୩ କୋଟି ଶିକ୍ଷା ମନ୍ତ୍ରାଳୟ- ୧,୨୫,୬୮୩ କୋଟି ଆଇଟି ଏବଂ ଟେଲିକମ୍ ବିଭାଗ- ୧,୧୬,୩୪୨ କୋଟି ଟଙ୍କା ସ୍ୱାସ୍ଥ୍ୟ ବିଭାଗ – ୮୯,୨୮୭ କୋଟି ଟଙ୍କା ଶକ୍ତି ବିଭାଗ- ୬୮,୭୬୯ କୋଟି ଟଙ୍କା ବାଣିଜ୍ୟ ଓ ଶିଳ୍ପ ବିଭାଗ- ୪୭,୫୫୯ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।
ଭୁବନେଶ୍ବର: ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି ହେବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ। ଆଜି ଏ ନେଇ ବିଜେପି ତରଫରୁ ସୂଚନା ଦିଆଯାଇଛି। ଏଥିସହିତ ସେ ବିଧାନସଭା ପରିସରରେ ଥିବା ସଚିବାଳୟରେ ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଭବାନୀ ଶଙ୍କର ହିଁ ହେବେ ପରବର୍ତ୍ତି ଉପବାଚସ୍ପତି। ତଳସରାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଭବାନୀ ଶଙ୍କର। ସେ ଗତ 2019 ରେ ପ୍ରଥମେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଗତ ନିର୍ବାଚନରେ ମଧ୍ୟ ବିଜୟଲାଭ କରିଛନ୍ତି।
Budget2024: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2024 ଉପସ୍ଥାପନ କରିବାକୁ ଯାଉଛନ୍ତି। ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୀତାରମଣଙ୍କୁ ଦହି…

