ଡ. ମାଧବ ବେହୁରା ଅହଲ୍ୟା’ମାନେ ସବୁବେଳେ ପାଷାଣୀ। କେବେ ସେ ମଣିଷରୁ ପାଷାଣୀ ହୋଇଛି ତ ଆଉ କେବେ ପାଷାଣୀରୁ ମଣିଷ ହୋଇଛି। ଦୁଃଖ, କଷଣ ପାଇବା ଯେମିତି ତାଙ୍କ ଭାଗ୍ୟରେ ଲେଖା ହୋଇଛି। ସଂସାରର ସବୁ ଯାତନାକୁ ସେମାନେ ମୁଣ୍ଡପାତି ସହିଛନ୍ତି , ଅସହ୍ୟ ଯନ୍ତ୍ରଣାସତ୍ୱେ ପ୍ରତିବାଦର ସ୍ୱରକୁ ଅବଦମିତ କରି ରଖିଛନ୍ତି। କେବେ ତାଙ୍କ ମୁଣ୍ଡ ଉପରେ ପ୍ରବଳ ଜୁଆର ଯାଇଛିତ ଆଉ କେବେ ସେମାନେ ବଢ଼ି ପାଣିରେ ବୁଡି ରହିଛନ୍ତି। କେବେ ପ୍ରତିବାଦ କରନ୍ତିନି କି କରିବାକୁ ସାହସ ଜୁଟାଇ ପାରନ୍ତିନି। କାହିଁକି ନାଁ ସାମାଜିକ ପ୍ରତିବନ୍ଧକ, ପରମ୍ପରା ନାମରେ ଅନ୍ଧ ବିଶ୍ୱାସ ସେମାନଙ୍କ ପାଦକୁ ଶକ୍ତ ଭାବରେ ବାନ୍ଧି ଦେଇଛି। ସମାଜର ରୀତି-ନୀତିକୁ ମାନି ଚାଲିବାକୁ ପଡିଛି ସେମାନଙ୍କୁ। ନହେଲେ ସେ ସମାଜରୁ ବାଛନ୍ଦ ହେବେ, ଏମିତି ଭୟ ସେମାନଙ୍କୁ ସର୍ବଦା ସଂକାଗ୍ରସ୍ତ କରିରଖିଛି। ଏମିତି ଏକ କାହାଣୀକୁ ନେଇ ଗତିଶୀଳ ହୋଇଛି ଓଡ଼ିଆ ଫିଲ୍ମ…
Author: Samikhsya Bureau
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଭାବେ ପୁଣି ଥରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ସମାରୋହରେ ଉଭୟ ଭିନ୍ନ ଭିନ୍ନ ସମୟରେ ଶପଥ ନେଇଥିଲେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। ଉଭୟ ଓଡିଶାର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଜୁଏଲ ସୁନ୍ଦରଗଡ ଲୋକସଭା ଆସନରୁ ବିଜୟ ଲାଭ କରିଥିବା ବେଳେ ଅଶ୍ବିନୀ ଓଡିଶାରୁ ରାଜ୍ୟସଭାକୁ ଯାଇଛନ୍ତି। ଅଶ୍ବିନୀ ବୈଷ୍ଣବ ମୋଦି ସରକାରରେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ କରିଛନ୍ତି। ସେହିପରି ଜୁଏଲ ଓରାମ ମୋଦି ସରକାରରେ ମନ୍ତ୍ରୀ ଥିଲେ। ହେଲେ ପରବର୍ତ୍ତି ସମୟରେ ସେ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଥିଲେ। ସେ ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଏହି ଦୁଇଜଣଙ୍କୁ ମିଶାଇଲେ ବର୍ତ୍ତମାନ ଓଡିଶାର ତିନିଜଣ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇଛନ୍ତି। ସେ କ୍ୟାବିନେଟ ମନ୍ତ୍ରୀ ଭାବେ ମୋଦି ସରକାରଙ୍କ ତୃତୀୟ ପାଳିରେ ସେ ପୁଣି ନିଯୁକ୍ତି ପାଇଛନ୍ତି। ସେ ଆଜି ଶପଥ ପାଠ ବେଳେ ପ୍ରମୁଖ ସାଂସଦମାନଙ୍କ ମଧ୍ୟରେ ସେ ଆଗ ଧାଡିରେ ବସିଥିବାର ଦେଖାଯାଇଥିଲା। ଧର୍ମେନ୍ଦ୍ର ମୋଦି ସରକାରରେ ପ୍ରମୁଖ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଳାଇଛନ୍ତ। ଗତ ସରକାରରେ ସେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀ ଭଲ ବିଭାଗର ମନ୍ତ୍ରୀ କରିବେ ବୋଲି ଆଶା କରାଯାଉଛି।
PM Oath Ceremony: ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ତାଙ୍କୁ ଶପଥ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆୟୋଜିତ ଏହି ଉତ୍ସବରେ ପଡୋଶୀ ରାଷ୍ଟ୍ରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡକରୀ, ଜେପି ନଡ୍ଡା ପ୍ରମୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି।
ଭୁବନେଶ୍ବର: ପୂର୍ବରୁ ଆଇଏଏସ ଚାକିରୀ ଛାଡିଲେ,ଏବେ ରାଜନୀତି ଛାଡିଲେ ବୋଲି ଘୋଷଣା କଲେ କାର୍ତ୍ତିକ ପାଣ୍ଡିଆନ। ତେବେ ଏହାପରେ ସେ କଣ କରିବେ ସେ ନେଇ ବର୍ତ୍ତମାନ କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ତେବେ ଏ ନେଇ ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କର ଭବିଷ୍ୟତ କଥା କହିଛନ୍ତି। ରାଜନୀତିରୁ ସନ୍ୟାସ ନେଲି ବୋଲି ଘୋଷଣା କରିବା ପରେ ତାଙ୍କୁ ବିଭିନ୍ନ ଗଣମାଧ୍ୟମ ପରବର୍ତ୍ତି ପଦକ୍ଷେପ ସଂପର୍କରେ ପଚାରିଛନ୍ତି। ତେବେ ପାଣ୍ଡିଆନ କହିଛନ୍ତି ଯେ, ମୁଁ ଓଡିଶାରେ ମୁଖ୍ୟମନ୍ତ୍ରୀ ହେବାକୁ ରାଜନୀତିକୁ ଆସି ନ ଥିଲି, ଏପରିକି ବିଜେଡିର କୌଣସି ପଦପଦବୀରେ ମଧ୍ୟ ନ ଥିଲି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବି। ହେଲେ ତାହା ହେଲା ନାହିଁ। ବିଜେଡିର ବିପର୍ଯ୍ୟୟ ପରେ ମୁଁ ନିଜକୁ ଦୋଷୀ ମନେକରି ରାଜନୀତିରୁ ସନ୍ୟାସ ନେଲି। ତେବେ ଭବିଷ୍ୟରେ ମୁଁ କଣ କରିବି…
ଭୁବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ 10 ତାରିଖରେ ହୋଇପାରିବ ନାହିଁ। ବର୍ତ୍ତମାନ ଆଜି 9 ତାରିଖରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉତ୍ସବ ହେଉଛି। ଏହା ଶେଷ ହେବା ପରେ 10 ତାରିଖରେ ଓଡିଶାର କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଦିଲ୍ଲୀରେ ଚର୍ଚ୍ଚା ହେବ। ଏଥିସହିତ ଓଡିଶା ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ ସେ ନେଇ ମଧ୍ୟ ଆଲୋଚନା ହେବ। ଏହାପରେ 12 ତାରିଖରେ ଭୁବନେଶ୍ବରର ଜନତା ମଇଦାନରେ ଶପଥ ଗ୍ରହଣ ହେବ ବୋଲି ଜଣାପଡିଛି। ତେବେ ଆଜି କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାରୁ ତିନିଜଣ ସାଂସଦ ସ୍ଥାନ ପାଇବାକୁ ଯାଉଛନ୍ତି। ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ। ଏହି ତିନିଜଣ ପ୍ରଧାନମନ୍ତ୍ରୀ ବାସଭବନେରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି। ଆଜି ସଂଧ୍ୟାରେ ସେମାନେ ଶପଥ ନେବେ। ଏହାପରେ ଆସନ୍ତାକାଲି ଓଡିଶା ମନ୍ତ୍ରୀ ମଣ୍ଡଳ ଉପରେ ବିଚାର…
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ପୁଣି ଥରେ ସ୍ଥାନ ପାଇବେ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ତାଙ୍କୁ ପିଏମଓରୁ କଲ ଆସିବା ପରେ ସେ ପ୍ରଧାନମନ୍ତ୍ରୀ ବାସଭବନରେ ଉପସ୍ଥିତ ହେଉଛନ୍ତି। ନୂଆଦିଲ୍ଲୀର ସୂଚନା ଅନୁସାରେ ମୋଦି ତାଙ୍କୁ ତୃତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କରୁଛନ୍ତି। ଧର୍ମେନ୍ଦ୍ର ସହିତ ଓଡିଶା ସାଂସଦ ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ମଧ୍ୟ ସ୍ଥାନ ପାଉଛନ୍ତି ବୋଲି ଜଣାପଡିଛି। ତେବେ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ହେବେ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ତାଲିକାରୁ ତାଙ୍କ ନାମ ବାଦ ପଡିଲା। ଫଳରେ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ନେଇ ପୁଣି ଚର୍ଚ୍ଚା ଜାରୀ ରହିଲା। ଦିଲ୍ଲୀ ସୁତ୍ର ଅନୁସାରେ ସୁରେଶ ପୂଜାରୀଙ୍କ ନାମ ଆଗରେ ରହିଛି।
ଭୁବନେଶ୍ବର: ପରାଜୟ ବରଣ ପରେ ଶେଷରେ ରାଜନୀତିରୁ ଅବସର ନେଇଛନ୍ତି ଡ. ଅଚ୍ୟୁତ ସମାନ୍ତ। ଏ ନେଇ ସେ ଏକ ଘୋଷଣା କରିଛନ୍ତି। ଏଥିସହିତ ଗତକାଲି ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଅବସର ନେବେ ବୋଲି ଅବଗତ କରାଇଛନ୍ତି। ନବୀନ ତାଙ୍କୁ ରାଜ୍ୟସଭା ତଥା ଲୋକସଭାରେ ସ୍ଥାନ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥସହିତ ସେ କନ୍ଧମାଳବାସୀଙ୍କୁ ବହୁତ ଧନ୍ୟବାଦ ଦେଇଛନ୍ତି। ତେବେ ସେ ପ୍ରତ୍ୟେକ୍ଷ ରାଜନୀତିରୁ ଅବସର ନେଇଥିଲେ ମଧ୍ୟ ତାଙ୍କର ଜନସେବାକୁ ଜାରୀ ରଖିବେ। ଦୀର୍ଘ 32 ବର୍ଷ ଧରି ସେ ଏହି କାମ କରି ଆସିଥିବାରୁ ତାହାକୁ ସେ ବଜାଇ ରଖିବେ ବୋଲି ଘୋଷଣା କରିଛନ୍ତି। ଶ୍ରୀ ସାମନ୍ତ ଚଳିତ ନିର୍ବାଚନରେ କନ୍ଧମାଳ ଲୋକସଭାରୁ ବିଜେଡି ପ୍ରାର୍ଥୀ ହୋଇ ହାରିଯାଇଛନ୍ତି।
ନୂଆଦିଲ୍ଲୀ: ଆଜି ସଂଧ୍ୟାରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତାଙ୍କ ସହିତ ମନ୍ତ୍ରୀ ମଣ୍ଡଳର ମଧ୍ୟ ଶପଥ ଗ୍ରହଣ ହେବ। ତେବେ ମୋଦିଙ୍କ ଏହି ତୃତୀୟ ପାଳିରେ କେଉଁମାନେ ମନ୍ତ୍ରୀହେବେ ସେ ନେଇ ଆଶା ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ତେବେ ଏହି ଭିତରେ ଏକ ବଡ ଖବର ଆସିଛି। ତାହା ହେଲା ଓଡିଶାରେ ଦୁଇ ସାଂସଦଙ୍କ ପାଖକୁ ଫୋନ କଲ ଆସିଥିବାର ଜଣାପଡିଛି। ସୂଚନା ଅନୁସାରେ ଓଡିଶା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କ ପାଖକୁ ଫୋନ କଲ ଆସିଛି। ସେମାନେ ଫୋନ ପାଇବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଉଛନ୍ତି। ପୂର୍ବରୁ ଉଭୟ ମୋଦି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ। ଅଶ୍ବିନୀ ବୈଷ୍ଣବଙ୍କୁ ଏଥର ମଧ୍ୟ ସେହିପରି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିବ ବୋଲି ଆଶା କରାଯାଉଛି।
ଭୁବନେଶ୍ୱର: ଭାରତୀୟ ଗଣମାଧ୍ୟମ ଜଗତର ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ଗଭୀର ଶୋକ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ପ୍ରତିନିଧି ଏବଂ ମିଡିଆ ସହ ଜଡ଼ିତ ବ୍ୟକ୍ତିମାନେ ଏକାଠି ହୋଇ ଶନିବାର ସନ୍ଧ୍ୟାରେ ଦିବଙ୍ଗତ ଆତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ଗଣମାଧ୍ୟମର ବିଭିନ୍ନ ବିଭାଗରେ କାମ କରୁଥିବା ପ୍ରତିନିଧିମାନେ ଏକାଠି ହୋଇ ରାମୋଜୀ ରାଓଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ନୀରବ ପ୍ରାର୍ଥନା କରିବା ସହ ଭାରତୀୟ ଗଣମାଧ୍ୟମ ଓ ଚଳଚ୍ଚିତ୍ର ଜଗତକୁ ତାଙ୍କର ବିଶେଷ ଅବଦାନ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ସ୍ମରଣ କରିଥିଲେ। ଏହି ପ୍ରାର୍ଥନା କାର୍ଯ୍ୟକ୍ରମରେ ରାମୋଜୀ ରାଓଙ୍କ ସହ ଅତୀତରେ କାମ କରିଥିବା ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିମାନଙ୍କ ସହ ବିଭିନ୍ନ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ ମିଡିଆର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବିଭିନ୍ନ ଗଣମାଧ୍ୟମର ଫଟୋଗ୍ରାଫର ଓ ଭିଡିଓ ଜର୍ଣ୍ଣାଲିଷ୍ଟମାନେ ମଧ୍ୟ ଏହି…
ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡିର ବଡ ବିପର୍ଯ୍ୟୟ ପରେ ବର୍ତ୍ତମାନ ଅନେକ ଦଳର ମଙ୍ଗ ଧରିଥିବା କାର୍ତ୍ତିକ ପାଣ୍ଡିଆନଙ୍କୁ ଦୋଷ ଦେଉଛନ୍ତି। ତାଙ୍କ ଯୋଗୁଁ ବିଜେଡିର ଏପରି ପରାଜୟ ହେଲା ବୋଲି ସମସ୍ତେ କହିବାରେ ଲାଗିଛନ୍ତି। ତେବେ ଏସବୁ ଶୁଣିବା ପରେ ଆଜି ନିରବତା ଭଙ୍ଗ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଯେ, ନିର୍ବାଚନରେ ହାରଜିତ ଲାଗିରହିଛି। ଲୋକମାନେ ଆମଙ୍କୁ ଯେଉଁ ସ୍ଥାନରେ ବସିବାକୁ ଅଧିକାର ଦେବେ ଆମେ ତାହା ହିଁ କରିବୁ। ହେଲେ ମୁଁ ମୋ ଦଳ ଏବଂ ମୋ ସରକାରକୁ ନେଇ ଗର୍ବିତ। ଆମେ ସରକାରେ ନ ଥିଲେ ମଧ୍ୟ ଲୋକଙ୍କର ଯେଉଁ ସେବା କରିବା କଥା ତାହା ଜାରି ରହିବ ବୋଲି ନବୀନ କହିଛନ୍ତି। ତେବେ ପାଣ୍ଡିଆନଙ୍କୁ ନେଇ ଯେଉଁ କଥା ପ୍ରଚାର ହେବାରେ ଲାଗିଛି ତାହା ଉପରେ ନିଜର ମତ ରଖିଛନ୍ତି ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ପାଣ୍ଡିଆନଙ୍କୁ ଯେଉଁ…
ନୂଆଦିଲ୍ଲୀ: ଭୁବନେଶ୍ବରର ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ବିଜେପିରେ ମିଶିଛନ୍ତି। ସେ ନୂଆଦିଲ୍ଲୀ ଯାଇ ସେଠାରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତେବେ ଏ ନେଇ ବିଜେପି ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ସେ ବେକରେ ପଦ୍ମଫୁଲ ଥିବା ବିଜେପି ଉତ୍ତରୀୟ ପକାଇଥିବା ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି ବିଜେପିର ନବ ନିର୍ବାଚିତ ସାଂସଦ ଓ ବିଧାୟକଗଣ। ବର୍ତ୍ତମାନ ସେମାନେ ସମସ୍ତେ କିଏ କେନ୍ଦ୍ରରେ ମନ୍ତ୍ରୀ ହେବ କିଏ ଓଡିଶାର ମୁଖ୍ୟମନ୍ତ୍ରୀ ହେବ ସେ ଚିନ୍ତାରେ ଅଛନ୍ତି। ଏପରି ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ବେକରେ କିଏ ବିଜେପି ଉତ୍ତରୀୟ ପକାଇଲା ତାହା ଜଣାପଡି ନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ନିର୍ବାଚନ ସରିବା ପରେ ବିଜେପି କଣ ପାଇଁ ତାଙ୍କୁ ଦଳରେ ସାମିଲ କରିବ ସେ ନେଇ ଅନେକଙ୍କ ସନ୍ଦେହ ପ୍ରକାଶ ପାଇଛି।
ନୂଆଦିଲ୍ଲୀ: ପ୍ରତିଷ୍ଠିତ ଗଣମାଧ୍ୟମ ତଥା ଚଳଚିତ୍ର ବ୍ୟକ୍ତିତ୍ବ ରାମୋଜୀ ରାଓଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ରାମୋଜୀ ରାଓ ଭାରତର ବିକାଶ କରିବା ଦିଗରେ ଯଥେଷ୍ଠ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି। ଏକ ଟୁଇଟ କରି ଶ୍ରୀ ମୋଦି କହିଛନ୍ତି ଯେ, “ଶ୍ରୀ ରାମୋଜି ରାଓ ଗାରୁଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯିଏ ଭାରତୀୟ ଗଣମାଧ୍ୟମରେ ଏକ ବିପ୍ଳବ ସୃଷ୍ଟି କରିଥିଲେ। ତାଙ୍କର ଅତୂଳନୀୟ ଅବଦାନ ପାଇଁ ଦେଶର ସାମ୍ବାଦିକତା ଏବଂ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ତାଙ୍କର ଉଲ୍ଲେଖନୀୟ ପ୍ରୟାସ ମାଧ୍ୟମରେ ସେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତରେ ନୂତନତା ଏବଂ ଉତ୍କର୍ଷତା ପାଇଁ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି। ରାମୋଜି ରାଓ ଗାରୁ ଭାରତର ବିକାଶ ପାଇଁ ଅତ୍ୟନ୍ତ ଆଗ୍ରହୀ ଥିଲେ। ମୁଁ ସୌଭାଗ୍ୟବଶତଃ ତାଙ୍କ ସହ ଯୋଗାଯୋଗ କରିବା ଏବଂ…
ବାଣପୁର( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ସୂଚନା ମୁତାବକ ପ୍ରତାପ ଗ୍ରାମ ହରିଜନ ସାହି ମନିଆ ନାୟକ(75) ସବୁଦିନ ପରି ଆଜି ସକାଳୁ ନିକଟସ୍ଥ ଶାଳିଆ କେନାଲରେ ଶୌଚ ପାଇଁ ଯାଇଥିଲେ। ତେବେ ଅସାବଧାନତା ବଶତଃ କେନାଲ ମଧ୍ୟକୁ ଖସିପଡ଼ିଥିବା ସ୍ଥାନୀୟ ଅଂଚଳବାସି କହିଛନ୍ତି। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତ ମନିଆଙ୍କ ଶବକୁ କେନାଲ ମଧ୍ୟରୁ ଉଦ୍ଧାର କରି ବାଣପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଦେଇଛି। ତେବେ ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବ ବୋଲି ପୋଲିସ କହିଛି।
ଭୁବନେଶ୍ବର: ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କ ଉପରୁ ନିଲମ୍ବନ ହଟିଛି। ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ କରିବା ପାଇଁ କୁହାଯାଇଛି। କୁଟ୍ଟେଙ୍କ ବିରୋଧରେ ବିଜେପି ଦଳ ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ସେହି ଅଧାରରେ ନିର୍ବାଚନ କମିଶନର ତାଙ୍କୁ ନିଲମ୍ବନ କରି ନୂଆଦିଲ୍ଲୀ ରେସିଡେନସ କମିଶନରଙ୍କ କାର୍ଯ୍ୟାଳୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅନ୍ୟତମ ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେ ମଧ୍ୟ ବିଜେଡି ପାଇଁ କାମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାପରେ ସେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଦଳ ପାଇଁ କାମ କରୁଥିଲେ ବୋଲି ବିଜେପି ଅଭିଯୋଗ କଲା। ଏହାପରେ ତାଙ୍କର ପ୍ରକୃତରେ ସ୍ବାସ୍ଥ୍ୟ ଖରାପ ନ ମିଛରେ ଛୁଟି ନେଇଛନ୍ତି, ସେ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେଥିରେ ସେ…
ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ମିଡିଆ ବ୍ୟକ୍ତିତ୍ବ ତଥା ବିଖ୍ୟାତ ଫିଲ୍ମ ଷ୍ଟୁଡିଓ ଏବଂ ଚଳଚିତ୍ର ପ୍ରଯୋଜକ ରାମୋଜୀ ରାଓଙ୍କ 87 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଗତ 5 ତାରିଖରୁ ଅସୁସ୍ଥ ହୋଇ ହାଇଦ୍ରାବାଦରେ ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ଭୋର 4 ଟା 50 ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ ତାଙ୍କର ଧର୍ମପତ୍ନୀ ରମାଦେବୀ ଏବଂ ପୁଅ କିରଣ ଅଛନ୍ତି। ପରିବାର ସୁତ୍ରରୁ ପ୍ରକାଶ ଯେ, ଗତ 5 ତାରିଖରେ ରାମୋଜୀ ରାଓ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଉଚ୍ଚ ରକ୍ତଚାପ ସହିତ ହୃଦରୋଗ ବୃଦ୍ଧି ପାଇଥିବାର ଜଣାପଡିଥିଲା। ଡାକ୍ତରମାନେ ତାଙ୍କ ଛାତିରେ ଷ୍ଟେଣ୍ଟ ଲଗାଇ ଆଇସିୟୁରେ ଚିକିତ୍ସା କରୁଥିଲେ। ହେଲେ ତାଙ୍କର ସ୍ବାସ୍ଥ୍ୟ ଗୁରୁତର ହେବାରେ ଲାଗିଲା। ଫଳରେ ସେ ଆଜି ଭୋରରୁ ଶେଷ ନିଃସ୍ବାସ ତ୍ୟାଗ କରିଛନ୍ତି। ବର୍ତ୍ତମାନ…
ଭୁବନେଶ୍ଵର: କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ କଟକ ଜ଼ିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ମାନସ ରଞ୍ଜନ ଚୌଧୁରୀ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ବିରୋଧରେ ଗର୍ଜ୍ଜନ କରିଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୩୦ ବର୍ଷ ଧରି କଂଗ୍ରେସ ଦଳରେ ମୁଁ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିଆସୁଅଛି। ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ବହିଷ୍କାର କରାଯାଇଛି ବୋଲି ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି। ଦଳର ଏହି କର୍ଯ୍ୟାନୁଷ୍ଠାନ ମୋତେ ବିସ୍ମିତ କରିଛି ବୋଲି ମାନସ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଓଡିଶା ରେ ଯେଉଁ ରାଜନୈତିକ ବାତାବରଣ ଥିଲା ସେଥିରୁ ସ୍ପଷ୍ଟ ଯେ ଚାଳିଶିରୁ ଉର୍ଦ୍ଧ୍ବ ବିଧାନସଭା କ୍ଷେତ୍ର ରେ କଂଗ୍ରେସ ବିଜୟ ଲାଭ କରିଥାନ୍ତ ମାତ୍ର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ…
ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ। ଆସନ୍ତା ୯ ତାରିଖ ରବିବାର ସଂଧ୍ୟା ୭ ଟା ୧୫ ମିନିଟରେ ସେ ଶପଥ ନେବେ। ଆଜି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଏ ନେଇ ସୂଚନା ଦେଇଛନ୍ତି। ମୋଦୀ ଏନଡିଏର ନେତା ନିର୍ବାଚିତ ହେବା ପରେ ତାଙ୍କୁ ସରକାର ଗଠନ ପାଇଁ ରାଷ୍ଟ୍ରପତି ଡାକିଥିଲେ। ଫଳରେ ମୋଦି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଦିନ ଓ ସମୟ ସଂପର୍କରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଜେପିର ବରିଷ୍ଠ ନେତା ତଥା ଏନଡିଏ ନେତାମାନେ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ରବିବାର ଦିନ ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ। ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥପାଠ କରାଇବେ। ଏଥିରେ ସହିତ ଏକ ମନ୍ତ୍ରୀମଣ୍ଡଳର ମଧ୍ୟ ଶପଥ ଗ୍ରହଣ ହେବ। ଏହି ଉତ୍ସବରେ ଯୋଗଦେବା ପାଇଁ…
ଭୁବନେଶ୍ବର: ମାସେ କିମ୍ବା ଦୁଇ ମାସ ନୁହେଁ। ଏକାଥରେ ୬ ମାସ ପାଇଁ ଛୁଟିରେ ଗଲେ ବହୁ ଚର୍ଚ୍ଚିତ କାର୍ତ୍ତିକ ପାଣ୍ଡିଆନଙ୍କ ଆଇଏଏସ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନ। ସେ ପୁରା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଗଲେ। ଛୁଟି ନେବା କାରଣରେ ସେ ଉଲ୍ଲେଖ କରିଛନ୍ତି ଯେ ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ରହିଲେ। ତାଙ୍କ ଛୁଟିକୁ ମଧ୍ୟ ସରକାର ଗ୍ରହଣ କରି ଅନୁମତି ପ୍ରଦାନ କରିଛନ୍ତି। ସୁଜାତାଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ରାଜ୍ୟ ବିଜେପି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ସୁଜାତାଙ୍କୁ ମିଶନଶକ୍ତି ନିର୍ଦ୍ଦେଶିକା ପଦରୁ ହଟାଇ ଅର୍ଥ ବିଭାଗକୁ ବଦଳି କରାଯାଇଥିଲା। ଏହାପରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାରୁ ସେ ଏପରି ଲମ୍ବା ଛୁଟିରେ ରହିବାକୁ ଉଚିତ ମନେ କରିଛନ୍ତି।
ଭୁବନେଶ୍ବର: ନିର୍ବାଚନ ପରେ ପରେ ପ୍ରଦେଶ କଂଗ୍ରେସ ତାହାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆଜି ଦଳର ଟାଣୁଆ ନେତା ତଥା କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀଙ୍କୁ ଦଳ ବହିସ୍କାର କରିଛି। ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ 6 ବର୍ଷ ପାଇଁ ଦଳରୁ ବହିସ୍କାର କରାଯାଇଛି। ଏ ନେଇ ପ୍ରଦେଶ କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି। ତେବେ ମାନସଙ୍କ ଏପରି ବହିସ୍କାରକୁ ନେଇ କଂଗ୍ରେସ ମହଲରେ ବେଶ ଆଲୋଚନା ଚାଲିଛି। କାରଣ ସେ କଂଗ୍ରେସ ପାଇଁ ନିର୍ବାଚନ ଶେଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ କଣ ପାଇଁ ବହିସ୍କାର କରଗଲା ତାହା ଜଣାପଡି ନାହିଁ।
ଭୁବନେଶ୍ବର: ଗୁରୁବାର ଦିନ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀମାନଙ୍କର ବୈଠକ କରିଥିଲେ। ନବୀନ ନିବାସରେ ଆୟୋଜିତ ଏହି ବୈଠକରେ ନବୀନ ପରାଜୟର ସମୀକ୍ଷା କରିଥିଲେ। ସେମାନଙ୍କୁ ଆହୁରି ଅଧିକ କାମ କରିବା ପାଇଁ ନବୀନ ପରାମର୍ଶ ଦେଇଥିଲେ। ହାରିଯାଇଥିଲେ ମଧ୍ୟ ଲୋକଙ୍କ ସେବା କରିବାରେ କୌଣସି ଅବହେଳା ନ କରିବା ପାଇଁ ସେ କହିଥିଲେ। ବୈଠକ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଦଳର ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ଏକ କମିଟ ଗଠନ କରାଯିବ। ସେହି କମିଟ ତର୍ଜମା କରି ଏକ ରିପୋର୍ଟ ପ୍ରସ୍ତୁତ କରି ସଭାପତିଙ୍କୁ ପ୍ରଦାନ କରିବେ। ତେବେ ଏହି ବୈଠକରେ ପାଣ୍ଡିଆନ କାହିଁକି ଯୋଗଦେଲେ ନାହିଁ ବୋଲି ତାଙ୍କୁ ପଚରାଯାଇଥିଲା। ସେ କହିଥିଲେ ଯେ, ବୈଠକରେ କିଏ ଯୋଗଦେବ କିଏ ଯୋଗ ଦେବ ନାହିଁ ତାହା ନବୀନ ନିଷ୍ପତି କରି ଡାକିଛନ୍ତି। ଆମ ଦଳର ନେତା…

