ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ୪ରୁ ୪ ଲୋକସଭା ଆସନ ଏବଂ ୨୮ଟି ବିଧାନସଭା ଆସନରୁ ୯୦ ପ୍ରତିଶତ ଆସନରେ ବାଜିମାତ୍ କରିବାକୁ ଯାଉଛି । ଏକଥା ଜାଣିଲା ପରେ ଓଡିଶା ବିଜେପି ନେତା ବିଚଳିତ ଆଉ ବିବ୍ରତ ହୋଇ ପଡିଛନ୍ତି । ବ୍ୟତିବ୍ୟସ୍ତ ହୋଇ, ହତୋତ୍ସାହିତ କର୍ମୀଙ୍କ ମନୋବଳ ବଢାଇବାକୁ ୫ ନେତା ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ହେଲେ ସେମାନଙ୍କର ମୁହଁ ଶୁଖିଯାଇଥିଲା, ଏଥିରୁ ଜଣାପଡୁଥିଲା, ତାଙ୍କର ମନୋବଳ କେତେ ତଳେ ରହିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର । ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ସାମ୍ନାରେ ଯେଉଁ ଡ୍ରାମା…
Author: Samikhsya Bureau
ଭୁବନେଶ୍ବର: ଆଜି ଓଡିଶାର ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି। ଏଥିରେ ନୂଆପଡାରେ ସର୍ବାଧିକ ଓ ବ୍ରହ୍ମପୁରରେ ସବୁଠାରୁ କମ ମତଦାନ ହୋଇଛି ବୋଲି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି। ନୂଆପଡା ୬୬.୯୬% କଳାହାଣ୍ଡିରେ ୬୭.୩୭% ନବରଙ୍ଗପୁରରେ ୬୫.୦୭% ମାଲକାନଗିରିରେ ୫୩.୬୪% ରାୟଗଡାରେ ୬୨.୯୬% ଗଜପତିରେ ୬୩.୭୧% କୋରାପୁଟ ମତଦାନ: ୬୨.୯୬% ଜୟପୁର:୬୬.୫୮% ଲଷ୍ମୀପୂର :୫୮.୬୬% ପଟାଙ୍ଗୀ :୫୮.୫୦% ରାୟଗଡା:୬୩.୨୦% କୋଟପାଡ଼ :୬୫.୬୭% ବିଷମ କଟକ : ୬୭.୯୯% ଗୁଣୁପୁର :୫୭.୪୪% ବ୍ରହ୍ମପୁରରେ ୪୪.୩୯%
କଟକ: ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କର ଅଡୁଆ ବଢିଛି। କାରଣ ଆଜି କଟକ ଜେଏମଏଫସି ତାଙ୍କ ବିରୋଧରେ ଏନବିଡବ୍ଲୁ ଜାରୀ କରିଛି। ଆସନ୍ତା 23 ତାରିଖ ଭିତରେ ଏହା ଉପରେ ପଦକ୍ଷେପ ନିଅ ବୋଲି କୋର୍ଟ ପୋଲିସକୁ ନିର୍ଦ୍ଦେଶ କରିଛନ୍ତି। ତାଙ୍କ ବିରୋଧରେ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ମାମଲା ଋଜୁ କରିଥିଲେ। ବର୍ଷାଙ୍କ ଏହି ମାମଲା ଚାଲିଥିବା ବେଳେ ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁଭବ ହାଜର ନ ହୋଇ ତାଙ୍କ ଓକିଲ ହାଜର ହେଉଥିଲେ। ଆଜି କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟି ଜାରି କରିଛନ୍ତି। ଏହାପରେ ଅନୁଭବଙ୍କୁ ପୋଲିସ ଗିରଫ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଅନୁଭବ ଉଚ୍ଚ ନ୍ୟାୟାଳୟକୁ ଅପିଲ କରିବାକୁ ଯାଆନ୍ତି ଏବଂ କୋର୍ଟ ତଳ କୋର୍ଟ ଅଡରକୁ ସ୍ଥଗିତ କରନ୍ତି ତେବେ ସେ ଛାଡ ପାଇବେ ବୋଲି ଜଣାପଡିଛି। ହେଲେ…
ଭୁବନେଶ୍ବର: ଆଜି ରାଜ୍ୟ ବିଜେପିରେ ଦେଖିବାକୁ ମିଳିଛି ଏକ ଅପୂର୍ବ ଦୃଶ୍ୟ। ତାହା ହେଲା ଯେ, ପ୍ରଥମ ଥର ପାଇଁ ଦଳର ପାଞ୍ଚ ଜଣ ତୁଙ୍ଗ ନେତା ଏକାଠି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଆଉ ତାହା ହେଉଛି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିରୋଧରେ। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପ୍ରମୁଖ ପାଣ୍ଡିଆନଙ୍କୁ ଟାର୍ଗେଟ କରିସାରିଲେଣି। ସେଥିରେ ମଧ୍ୟ ସନ୍ତୁଷ୍ଠ ନ ହୋଇ ଆଜି ପାଞ୍ଚ ମହାରଥୀ ଏକାଠି ସାମ୍ବାଦିକ ସମ୍ମିଳନୀ କରି ପୁଣି ପାଣ୍ଡିଆନଙ୍କୁ ଆକ୍ରମଣ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଯେଉଁ ପାଞ୍ଚ ରଥୀ ଥିଲେ, ସେମାନେ ହେଲେ ପ୍ରତାପ ଷଡଙ୍ଗୀ, ବୈଜୟନ୍ତ ପଣ୍ଡା, ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ଅପରାଜିତା ଷଡଙ୍ଗୀ। ତେବେ ଆଶ୍ଚର୍ଯ୍ୟର କଥା ଏହି ସାମ୍ବାଦିକ ସମ୍ମିଳନୀ ରାଜ୍ୟ କାର୍ଯ୍ୟାଳୟରେ କରାଯାଇ ନ ଥିଲା। ବରଂ ଏକ ତାରକା ହୋଟେଲରେ ଏହାର…
Odisha Election 2024: ଓଡିଶାରେ ଆଜି ଦିନ ୧୧ ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ ହୋଇଛି। ସର୍ବାଧିକ ମତଦାନ କଳାହାଣ୍ଡି ଏବଂ ନବରଂଗପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ କଳାହାଣ୍ଡି ଲୋକସଭାରେ ୨୫.୦୩ ପ୍ରତିଶତ ଏବଂ ନବରଙ୍ଗପୁର ରେ ୨୫.୩୦ ପ୍ରତିଶତ ମତଦାନ ହୋଇଛି। ସେହିପରି କୋରାପୁଟରେ ୨୪.୪୩ ପ୍ରତିଶତ ଏବଂ ବ୍ରହ୍ମପୁର ୧୮.୯୯ ପ୍ରତିଶତ ମତଦାନ ହୋଇଛି। ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫ ଏବଂ ନୂଆପଡା ବିଧାନସଭା କ୍ଷେତ୍ରରେ ୨୭.୮୮ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି।
ଭୁବନେଶ୍ବର: ଓଡିଶାରେ ଚାଲିଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କେତେ ପ୍ରତିଶତ ଭୋଟ ହୋଇଛି ତାହାର ତଥ୍ୟ ଆସିଛି। ସେହି ଅନୁସାରେ ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ଏଥିରେ କୋରାପୁଟରେ ସର୍ବାଧିକ ୧୩.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧ ପ୍ରତିଶତ ଭୋଟଗ୍ରହଣ ହୋଇଛି। ନିର୍ବାଚନ କମିଶନରଙ୍କ ତଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଯେଉଁ ମତଦାନ ହାର ରହିଛି ତାହା ହେଲା କୋରାପୁଟରେ ୧୩.୧୪ ପ୍ରତିଶତ ଗଜପତିରେ ୧୦.୨୦ ପ୍ରତିଶତ କଳାହାଣ୍ଡିରେ ୬.୮୧ ପ୍ରତିଶତ ମାଲକାନିଗିରିରେ ୯.୧୫ ପ୍ରତିଶତ ନବରଙ୍ଗପୁରରେ ୮.୮୭ ପ୍ରତିଶତ ନୂଆପଡାରେ ୯.୯୮ ପ୍ରତିଶତ ରାୟଗଡାରେ ୭.୫୨ ପ୍ରତିଶତ ଗଞ୍ଜାମରେ ୬.୮୧ ପ୍ରତିଶତ ମତଦାନ ହୋଇଛି
ଭୁବନେଶ୍ବର:ଏକକାଳୀନ ସାଧାରଣ ନିର୍ବାଚନ -୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏସବୁ ଅନ୍ତର୍ଗତ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ଯରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି। ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଯେଉଁ ଯେଉଁ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ଯରେ ଅତିରିକ୍ତ ଇଭିଏମ୍ ର ବ୍ୟବସ୍ଥା କରାଯାଉଛି । ତେଣୁ ବ୍ୟସ୍ତ ନ ହୋଇ ସଂପୂର୍ଣ୍ଣ ଶାନ୍ତି ଶୃଂଖଳା ମଧ୍ଯରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଂକୁ ଅନୁରୋଧ କରିଛନ୍ତି । ମାଲାକାନଗିରି ର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ଯମ୍ପ୍ ରେ…
ଭୁବନେଶ୍ବର: ଆଜି ଓଡିଶାରେ ଆରମ୍ଭ ହୋଇଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ ମୋଟ ଚାରିଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ଭୋଟ ଗ୍ରହଣ ଚାଲିଛି। ତେବେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ପ୍ରତିଟି ଭୋଟ୍ ଗଣତନ୍ତ୍ରର ଭିତ୍ତିକୁ ମଜଭୁତ କରିବ। ବିକାଶର ଧାରାକୁ ଆଗେଇ ନେବ। ସାଧାରଣ ନିର୍ବାଚନ ୨୦୨୪ରେ ବହୁ ସଂଖାରେ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୁଅନ୍ତୁ।
ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାର ସହିତ ଓଡିଶାରେ ଚାଲିଛି ମତଦାନ ପକ୍ରିୟା। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧିନରେ ଥିବା ୨୮ଟି ବିଧାନସଭା ପାଇଁ ମତଦାନ ଚାଲିଛି। ଏଥର ଏହି ଚାରୋଟି ସଂସଦୀୟ କ୍ଷେତ୍ରରେ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି ।ସେହିପରି ଆଜି ଭୋଟ ହେଉଥିବା୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ।
ଭୁବନେଶ୍ବର:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡରେ ବିଶାଳ ଜନସଭାକୁ ଉଦବୋଧନ ଦେଇଛନ୍ତି। ତାଙ୍କ ଉପସ୍ଥିତି ନେଇ ଲୋକଙ୍କ ଭିତରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା। ସେ ଲୋକଙ୍କୁ କହିଥିଲେ ଯେ, ବିଜୁ ଜନତା ଦଳ ସରକାର ଜୁଲାଇ ମାସରୁ ବିଜୁଳି ବିଲ୍ ଛାଡ କରିବ, ଜୁଲାଇରୁ ଆଉ ବିଲ୍ ଦେବାକୁ ପଡିବ ନାହିଁ, ଆପଣମାନେ ଖୁସି ତ ? ପଚାରିଲେ ମୁଖ୍ୟମନ୍ତ୍ରୀ, ବିପୁଳ ଆନନ୍ଦରେ ସମସ୍ତେ କହିଲେ ହଁ, ଦେଲେ କରତାଳି, ସବୁ ଜନକଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ଜନତାଙ୍କ ବିପୁଳ ସମ୍ମତି। ବିରୋଧୀ ଦଳ ନେତାମାନେ ମିଛ କହୁଛନ୍ତି, ବି.ଜେ.ପି ନେତା ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଥିଲେ। ଯୋଡି ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ, ବିଜୁ ଜନତା ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଜିତାନ୍ତୁ ବୋଲି ଜନତାଙ୍କୁ ନବୀନ ନିବେଦନ କରିଥିଲେ। ଜୁନ୍ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଖୋର୍ଦ୍ଧା: ଆଜି ରାତିରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଖୋର୍ଦ୍ଧା ସହରରେ ଏକ ବିଶାଳ ରୋଡ ସୋ କରିଛନ୍ତି। ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦ ଠାରୁ ନୁଆ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏହି ରୋଡ ସୋ କରିଛନ୍ତି। ସାଥିରେ ଥିଲେ ଭୁବନେଶ୍ୱର ବିଜେଡ଼ି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ଖୋର୍ଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ। ଏହି ଅବସରରେ ଶ୍ରୀ ପାଣ୍ଡିଆନ ଜନସାଧାରଣଙ୍କୁ ଉଭୟ ପ୍ରାର୍ଥୀ କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ନବୀନବାବୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ଜୁନ 9 ତାରିଖରେ ଶପଥ ନେବେ। ଆପଣମାନଙ୍କ ସହଯୋଗ ଆବଶ୍ୟକ। ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ଜୟଯୁକ୍ତ ପାଇଁ ସେ ଆହ୍ବାନ ଦେଇଥିଲେ। ଜୁଲାଇ ରୁ ରାଜ୍ୟର 90%ଲୋକଙ୍କୁ ବିଜୁଳି ଦର ଦେବାକୁ ପଡିବ ନାହିଁ ବୋଲି କହିଥିଲେ…
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ଉଭୟ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେପରି କେହି ଭୋଟ ଦେବାର ସୁବିଧାରୁ ବଞ୍ଚିତ ନ ହେବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଆଜି ପୁଲି ପାର୍ଟି ବିଭିନ୍ନ ଅଞ୍ଚଳକୁ ଯାଇ ସେମାନଙ୍କ ନିର୍ଦ୍ଧାରିତ ବୁଥରେ ଅବସ୍ଥାନ କରିସାରିଲେଣି। ସେହିପରି ଓଡିଶାର ବିଛିନ୍ନାଞ୍ଚଳରେ ମଧ୍ୟ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି। ଆଜି ନବରଂଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକକୁ ପୁଲିଂ ପାର୍ଟି ଡଙ୍ଗା ମାଧ୍ୟମରେ ମତଦାନ କେନ୍ଦ୍ରକୁ ଯାଇଥିଲେ। ଦୁଇଟି ପୁଲିଂ ପାର୍ଟି ଏହି ସ୍ବତନ୍ତ୍ର ଡଙ୍ଗାରେ ଯାଇ ବିଛିନ୍ନାଞ୍ଚଳ ମତଦାନ କେନ୍ଦ୍ରରେ ପହଞ୍ଚିଥିବାର ଜଣାପଡିଛି।
ଭୁବନେଶ୍ବର: ଆସନ୍ତାକାଲି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ନିର୍ବାଚନ ଅନୁଷ୍ଠିତ ହେବ। ଏଥିରେ ଦେଶର ଚତୁର୍ଥ ପର୍ଯ୍ୟାୟ ହୋଇଥିବା ବେଳେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ୪ ଗୋଟି ସଂସଦୀୟ କ୍ଷେତ୍ର ଯଥା: କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ କାଲି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଚାରୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୬୨,୮୭,୨୨୨ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ…
ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ଓଡିଶାରେ ହେବାକୁ ଥିବା ପ୍ରଥମ ନିର୍ବାଚନରେ ହେବ ନେତାଙ୍କ ଭାଗ୍ୟ ପରୀକ୍ଷା। ଏଥିରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ପୁରୁଷ-୩୦ ଜଣ ଥିବା ବେଳେ ମହିଳା ପ୍ରାର୍ଥୀ ୭ ଜଣ ଅଛନ୍ତି। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ପୁରୁଷ ପ୍ରାର୍ଥୀଙ୍କ ସଂଖ୍ୟା ୨୧୪ ଥିବା ବେଳେ ମହିଳା ପ୍ରାର୍ଥୀ ୨୯ ଜଣ ରହିଛନ୍ତି। କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି। ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ବିଧାନସଭା ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ…
ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ନିର୍ବାଚନ ହେବ। ଯେଉଁ ୪ଟି ଲୋକସଭାରେ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଂଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର। ରାଜ୍ୟରେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅତିରିକ୍ତ କେନ୍ଦ୍ରକୁ ମିଶାଇ ମୋଟି ୭୩୦୩ ମତଦାନ କେନ୍ଦ୍ର କରାଯାଇଛି। ସେଥି ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସର୍ବମୋଟ ୭୩୦୩ଟି ବୁଥ୍…
ଭୁବନେଶ୍ବର: ନବରଙ୍ଗପୁର ଜିଲ୍ଲାରେ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ମୃତୁ୍ୟ ହୋଇଛି । ସେ ଡିସ୍ପର୍ସାଲ୍ ସେଣ୍ଟରରୁ ବୁଥ୍ ଅଭିମୁଖେ ଯାଉଥିବାବେଳେ ଉମରକୋଟ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତୁ୍ୟବରଣ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏଥିରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ରନ୍ଧାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି। ଶ୍ରୀ ଅଲେଖ ରନ୍ଧାରୀ ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଥିଲେ। ତାଙ୍କ ପରିବାରବର୍ଗଙ୍କୁ ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ଧଳ ଘୋଷଣା କରିଛନ୍ତି । ଏହା ସହ…
ଭୁବନେଶ୍ବର: ଧିରେଧିରେ ସାରା ଓଡିଶାରେ ନିର୍ବାଚନ ପ୍ରଚାର ଜମିବାରେ ଲାଗିଛି। ସେହିପରି ରାଜ୍ୟର ମର୍ଯ୍ୟଦାସଂପର୍ଣ୍ଣ ଆସନ ଖୋର୍ଦ୍ଧାରେ ମଧ୍ୟ ପ୍ରଚାର ଜୋରଦାର ହୋଇଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସୋନାଲୀ ସାହୁ ପ୍ରଚାରକୁ ତୀବ୍ର କରିଛନ୍ତି। କାରଣ ସେ ଦୁଇ ଜଣ ବିଧାୟକଙ୍କୁ ଟକ୍କର ଦେଉଛନ୍ତି। ସେମାନେ ହେଲା ବିଧାୟକ ରାଜେନ୍ଦ୍ର ସାହୁ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଖୋର୍ଦ୍ଧାରୁ ବେଗୁନିଆ ବିଧାୟକ ରାଜେନ୍ଦ୍ରଙ୍କୁ ବିଜେଡି ଟିକେଟ ଦେଇଥିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମଧ୍ୟ ବିଜେପି ଟିକେଟ ଦେଇଛି। ଏହି ଦୁଇ ରଥୀଙ୍କ ସହିତ ଏକା ଲଢେଇ କରୁଛନ୍ତି କଂଗ୍ରେସରୁ ସୋନାଲୀ ସାହୁ। ସେଥିପାଇଁ ସେ ପ୍ରଚାର ତରିକାକୁ ଭିନ୍ନ ପ୍ରକାରର କରିଛନ୍ତି। ବିଶାଳ ରାଲି କରିବା ସହିତ ଘରକୁ ଘର ବୁଲି ମଧ୍ୟ ପ୍ରଚାର କରିବାରେ ଲାଗିଛନ୍ତି। ଗତକାଲି ସେ ଏବଂ ଭୁବନେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ୟାସିର ନୱାଜ ମିଳିତ ଭାବେ ପ୍ରଚାର କରିଥିଲେ। ଉଭୟ ଖୋର୍ଦ୍ଧା…
ଭୁବନେଶ୍ବର: ଶନିବାର ଦିନ ପ୍ରଧାନମନ୍ତ୍ରୀ ଓଡିଶାର ତିନୋଟି ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୀବ୍ର ସମାଲୋଚନା କରିଛନ୍ତି। କେଉଁଠି ବିଜେଡିର ଏକ୍ସପାୟାର ଡେଟ ଜୁନ ୪ ବୋଲି କହିଛନ୍ତି। ଆଉ କେଉଁଠି ନବୀନ ଓଡିଶାର ଜିଲ୍ଲାର ନାମ କହିପାରିବେ ନାହିଁ ବୋଲି କହି କଟାକ୍ଷ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଧାନମନ୍ତ୍ରୀ ପରି ପଦରେ ଥିବା ବ୍ୟକ୍ତି ଏପରି କହିବା ଠିକ ନୁହେଁ ବୋଲି କୁହାଯାଉଛି। ହେଲେ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ସମାଲୋଚନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରୀ କରି ତାହାକ କଡା ହିସାବ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ମୋର କଣ ମନେ ଅଛି କି ନାହିଁ ତାହା ଓଡିଶାବାସୀ ୨୫ ବର୍ଷ ଧରି ଜାଣିଛନ୍ତି। ପ୍ରଧାନମନ୍ତ୍ରୀ ତାହା ଜଣାଇବା କିଛି ଆବଶ୍ୟକ ନାହିଁ। ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲେ। ହେଲେ ତାହାର ବିକାଶ ପାଇଁ ଆପଣ କେତେ ଟଙ୍କା…
ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ୬ ଜଣ ନେତାଙ୍କୁ ଦଳରୁ ବହିସ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର କାଳୁ ଖଣ୍ଡାୟତରାୟ। ସେ ଦଳ ବିରୋଧରେ ଯାଇ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢେଇ କରୁଥିବାରୁ ଦଳ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନ୍ୟ ଯେଉଁମାନଙ୍କୁ ବହିସ୍କାର କରାଯାଇଛି ସେମାନେ ହେଲେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଝାଁସୀରାଣୀ ଦାସ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଯୁଗଳ କିଶୋର ନାୟକ, ବଡମ୍ବା ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଦଳବେହେରା, ଆଠଗଡ ନିର୍ବାଚନ ମଣ୍ଡଳୀର ଡା. ହରିଶ୍ ସାହୁ, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କାମାକ୍ଷା ପ୍ରଧାନ, ଜୟଦେବ ନିର୍ବାଚନ ମଣ୍ଡଳୀର ସତ୍ୟପ୍ରିୟ ବେହେରା ।
ଭୁବନେଶ୍ବର: ଆଜି ଫୁଲବାଣୀରେ ଜୋରଦାର ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପୂର୍ବ ଅପେକ୍ଷା ଏଥର ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏଥର ସେ ସିଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କୁ ଆହ୍ବାନ ଦେଇଛନ୍ତି। ଫୁଲବାଣୀ ସଭାରେ ମୋଦୀ କହିଛନ୍ତି ଯେ, ମୁଁ ନବୀନବାବୁଙ୍କୁ ଆହ୍ବାନ କରୁଛି, ସେ ବିନା କାଗଜରେ ଓଡିଶାର ସମସ୍ତ ଜିଲ୍ଲାର ନାମ କହିପାରିବେ କି ? ଯିଏ ନିଜ ରାଜ୍ୟର ଜିଲ୍ଲା ଜାଣିପାରି ନାହିଁ ସେ ଭଳି ମୁଖ୍ୟମନ୍ତ୍ରୀ ଆପଣଙ୍କର ଦରକାର କି ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଓଡିଶା ମାଟିର ନେତାଙ୍କୁ ଆମେ ମୁଖ୍ୟମନ୍ତ୍ରୀ କରିବୁ। ସେ ବିଶାଳ ଜନସମାବେଶକୁ ଅନୁରୋଧ କରି କହିଥିଲେ ଯେ, ଆପଣମାନେ କେବଳ ପାଞ୍ଚ ବର୍ଷ ଆମକୁ ଶାସନ କରିବା ପାଇଁ ଦିଅନ୍ତୁ। କେବଳ ପାଞ୍ଚବର୍ଷ ପାଇଁ ଶାସନ କ୍ଷମତା ଦିଅନ୍ତୁ ଦେଖିବେ ଓଡିଶା…
ଭୁବନେଶ୍ବର: ଆଉ ଗୋଟିଏ ଦିନ ପରେ ବହୁ ପ୍ରତୀକ୍ଷିତ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା 13 ତାରିଖ ସୋମବାର ଦିନ ହେବ। ସେଦିନ ସକାଳ 7 ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିପାଇଁ ଶନିବାର ସଂଧ୍ୟା 6 ଟା ବେଳେ ପ୍ରଚାର ଶେଷ ହେବ। ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନରଙ୍କ ତରଫରୁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି। ଓଡିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଚାରିଟି ଲୋକସଭା ଏବି 28ଟି ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁ ଚାରିଟି ଲୋକସଭା ପାଇଁ ନିର୍ବାଚନ ହେବ ସେଗୁଡିକ ହେଲା କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ ବ୍ରହ୍ମପୁର। ଏଥିସହିତ ଏହା ଅଧିନରେ ଥିବା 28ଟି ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ।

