Author: Samikhsya Bureau

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ: କୁଜଙ୍ଗ ବ୍ଳକରେ କିଛିଦିନ ଧରି ମଧ୍ୟାହ୍ନ  ଚାଉଳ ଅଭାବରୁ ୬୦ରୁ ଉର୍ଦ୍ଧ ସ୍କୁଲରେ ମଧ୍ୟାହ୍ନ ଭୋଜନ  ବନ୍ଦ ହୋଇଥିବା ଜଣାପଡ଼ିଛି। ଏନେଇ କିଛିଦିନ ଧରି  ପ୍ରାୟ ୪ ହଜାରରୁ ଉର୍ଦ୍ଧ  ଛାତ୍ରଛାତ୍ରୀମାନେ ଉପବାସରେ ଘରକୁ ଫେରିଥିବା ଜଣାପଡ଼ିଛି । ତେବେ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱ ଥିବା ଠିକାଦାରଙ୍କ ମନମାନୀ କାରଣରୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଏହି  ସମସ୍ୟା ନିୟମିତଭାବେ ଲାଗି ରହୁଥିଲେ ମଧ୍ୟ ବିଭାଗୟୀ ଅଧିକାରୀ ଏହି ସମସ୍ୟାର ସମାଧାନପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବା ବୁଦ୍ଧିଜୀବୀ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କୁଜଙ୍ଗ ବ୍ଳକପାଇଁ ଜନୈକ ଠିକାଦାର ଦୀର୍ଘଦିନଧରି ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଣ ଦାୟିତ୍ୱରେ ରହିଛନ୍ତି । ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ସନ୍ତୁଷ୍ଟକରି ଏହି ବ୍ୟବସାୟ ସମ୍ପୃକ୍ତ ଠିକାଦାର ଏହି ବ୍ୟବସାୟ ଦୀର୍ଘ ୧୫ ବର୍ଷରୁ ଉରର୍ଦ୍ଧ୍ବ ହେବ…

Read More

ଆମେରିକା : ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଭୟଙ୍କର କରୋନା ଯୋଗୁଁ 41 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଆମେରିକାର ୪୬ଟି ରାଜ୍ୟ ଏବଂ ୱାସିଂଟନ, ଡିସିରେ କରୋନା ପ୍ରତିକାର ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କରୋନା ସଙ୍କଟ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ପରେ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଏ ବାବଦରେ ଦେଶର ଆଇନ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ କ୍ଷମତା ଅର୍ପଣ କରାଯାଇଛି । ଆମେରିକାରେ ୧୯ଟି ରାଜ୍ୟରେ ଏବେ କରୋନା କାୟା ବିସ୍ତାର କରିଛି। କରୋନା ସହ ଲଢିବା ପାଇଁ 37 ହଜାର କୋଟି ଟଙ୍କାର ଘୋଷଣା କରିଛନ୍ତି ଟ୍ରମ୍ପ୍‌। ଏତଦ୍‌ବ୍ୟତୀତ ଟ୍ରମ୍ପ୍‌ ନିଜର କୋରାନା ଯାଞ୍ଚ କରିବେ ବୋଲି କହିଛନ୍ତି । ଆମେରିକାରେ ଦୁଇହଜାରରୁ ଉର୍ଦ୍ଧ୍ବ  ଲୋକେ ଏହି ଭାଇରସ୍‌ କବଳରେ କବଳିତ। ନିକଟରେ ଟ୍ରମ୍ପ୍‌ ବ୍ରାଜିଲ୍‌ର ରାଷ୍ଟ୍ରପତି ଜାୟର୍‌ ବୋଲ୍ସୋନାରୋଙ୍କ ସହ ସାକ୍ଷାତ କରିଥିଲେ। ମିଳିଥିବା ସୂଚନା ଅନୁସାରେ ତାଙ୍କ ପ୍ରତିନିଧିମଣ୍ଡଳରେ ରହିଥିବା…

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ 62 ଓ 58 ବର୍ଷ। ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଉଥିବାବେଳେ 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟ ସ୍ବାମୀ ସ୍ତ୍ରୀକୁ ଶୁଣ୍ଢରେ ଧରି କଚାଡି ପକାଇ  ଉଭୟ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ମତ୍ସ୍ୟଚାଷ ପାଳନରେ ସହାୟତା କରି ଜୀବିକା ନିର୍ବାହ କରୁଥିବାବେଳେ ଦନ୍ତା ଆକ୍ରମଣରେ ଗଭୀର ଗୁରୁତର ହୋଇଛନ୍ତି । ଗରିବ ପରିବାରର ଏହି ସ୍ବାମୀ ସ୍ତ୍ରୀଙ୍କୁ ସରକାରୀ ସହାୟତା ମିଳିବା ନେଇ…

Read More

ରଂଜିତ୍‌ ପଣ୍ଡା କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମରେ ଗତକାଲି ଜନୈକା ମହିଳାଙ୍କୁ ସ୍ଥାନୀୟ ଜଣେ ଯୁବକ ଅସଦାଚରଣ କରିଥିବାନେଇ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୮୪/୨୦ ସଂଖ୍ୟାରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ଗତକାଲି ପ୍ରାୟ ରାତି ଦଶଟା ସମୟରେ ମହିଳାଙ୍କ ଘରକୁ ସ୍ଥାନୀୟ ବିକାଶ ବେହେରା ପ୍ରାୟ ରାତି ଦଶଟା ସମୟରେ ଯାଇଥିଲେ। ତାଙ୍କର ସ୍ୱାମୀକୁ ଖୋଜିବା ବାହାନାରେ ଯାଇଥିବା ଏହି ଯୁବକ ଜଣକ ସ୍ୱାମୀ ଘରେ ନଥିବା ଜାଣି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ସେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ତେବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ଜଣାପଡ଼ିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲାଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆଆଡ୍ଡା ଉପରେ ପୋଲିସ୍ ଚଢ଼ାଉ କରିଛି। ଗିରିସୋଲା ଠାରେ ଏହି ଜୁଆଆଡ୍ଡା ଚାଲିଥିବାନେଇ ଗୋଳନ୍ଥରା ପୋଲିସ୍ ବିଶେଷ ସୂଚନା ପାଇଥିଲା । ଗୁରୁବାର ରାତ୍ର ଚଢ଼ାଉ କରି ୪ ଜୁଆଡ଼ିକୁ ଗିରଫ କରିବା ସହ ଉକ୍ତ ଆଡ୍ଡାରୁ ୫ ଲକ୍ଷ ୫୨ ହଜାର ଟଙ୍କା ଏବଂ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଗିରଫ ଜୁଆଡ଼ି ମାନେ ହେଲେ ସୁବାସ ଚନ୍ଦ୍ର ବରାଡ଼, ପି. ଜଗନ୍ନାଥ, ଅରୁଣ ବେହେରା ଓ ବିପିନି ସେଠୀ। ଥାନା କେସ ନଂ ୭୭/୨୦ରେ ସମସ୍ତ ଜୁଆଡ଼ିକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ବାବୁଲି ସେଠୀ ସୂଚନା ଦେଇଛନ୍ତି ।

Read More

କେଦାର ମିଶ୍ର ଗତକାଲି ଖବର କାଗଜର ଶିରୋନାମାରେ ଲେଖା ହୋଇଛି, ଜଗନ୍ନାଥଙ୍କ ଟଙ୍କା ଯିଏ ଖାଇଛି, ତାକୁ କରୋନା ହୋଇଯାଉ। ଏକଥା କେଉଁ ଗାଁ ଦାଣ୍ଡର କଣ୍ଟା ବାଡରେ ଲୁଗା ପକେଇ କଳି କରୁଥିବା ଲୋକର  ସଂପାକଟା ନୁହେଁ, ଆମର ମାନ୍ୟବର ବିଧାୟକମାନେ କୁଆଡେ ବିଧାନସଭାର ପବିତ୍ର ଗୃହରେ ଏମିତି କହିଛନ୍ତି। ଆମେ ବିଧାନସଭା ରିପୋର୍ଟର ନୋହୁ, ତେଣୁ ପ୍ରତ୍ୟକ୍ଷ ଭାବେ ଏ କଥା ଶୁଣିନାହୁଁ। ଓଡିଶାର ସର୍ବାଧିକ ପ୍ରସାରିତ ଖବରକାଗଜ, ଯାହାର ସମ୍ପାଦକ ଖୋଦ ଜଣେ ବିଧାୟକ, ତାଙ୍କରି କାଗଜ ସୂତ୍ରରୁ ହିଁ ଆମେ ଏହା ପଢିଛୁ। କାହାକୁ କରୋନା ହୋଇଯାଉ ବୋଲି କହିବା ବା ଭାବିବା, (ସେ ଯିଏ ବି ହେଉ, ଶତ୍ରୁ ବା ମିତ୍ର, ପୂଣ୍ୟବାନ ବା ଅପରାଧୀ) କେତେ ଦୂର ମାନବୀୟ? କରୋନା ଆଜି ସାରା ପୃଥିବୀରେ ଏକ ଭୟଙ୍କର ମହାମାରୀର ରୂପ ନେଇଛି। ସେଇ ମହାମାରୀରୁ ପୃଥିବୀ ଶୀଘ୍ର ମୁକ୍ତ ହେଉ, ମାନବିକତା ପାଇଁ…

Read More

ପ୍ରାଥମିକ ପର୍ୟାୟରେ କରୋନା ଭୂତାଣୁ କୁ ଏକ ଅପପ୍ରଚାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବୁଥିଲେ। ଇତି ମଧ୍ୟରେ ଆମେରିକାରେ ୪୧ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିବା ପରେ ଓ ହଜାର ରୁ ଅଧିକ ଲୋକ ଏହା ଦ୍ଵାରା ଆକ୍ରାନ୍ତ ହେବା ପରେ,ଏହାର ମୁକାବିଲା ପାଇଁ ଆମେରିକାରେ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରାଯାଇଛି। ବିଳମ୍ବିତ ପଦକ୍ଷେପ ଯୋଗୁଁ କରୋନା ର ବ୍ୟାପକ ପ୍ରଭାବ ଆମେରିକା ର ଜନଜୀବନ ଓ ଅର୍ଥନୀତି କୁ ପ୍ରବଳ ପ୍ରଭାବିତ କରିଛି।

Read More

ଗତକାଲି ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୂତାଣୁ ଯୋଗୁଁ ଜଣେ ୬୮ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି। ମହିଳାଜଣଙ୍କର ପୁଅ ଇଟାଲି ଓ ସ୍ଵିଜରଲାଣ୍ଡରେ ଏହି ଭୂତାଣୁ ଦ୍ଵାରା ଆକ୍ରାନ୍ତ ହୋଇଥିଲେ। ଗତ ମାର୍ଚ୍ଚ ୭ ତାରିଖ ଦିନ ତାଙ୍କୁ ଦିଲ୍ଲୀ ରାମ ମନୋହର ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଭାରତରେ ଦ୍ଵିତୀୟ କରୋନା ଜନିତ ମୃତ୍ୟୁ। ଆଜି ସୁଦ୍ଧା ଦେଶରେ ୮୧ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ପ୍ରତିଷେଧକ ବ୍ୟବସ୍ଥା ସ୍ଵରୂପ ଓଡିଶା ସମେତ ବିଭିନ୍ନ ରାଜ୍ୟ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ କରିଛନ୍ତି। ଏହା ସହିତ ସଭା ସମିତି ଓ ଜନଗହଳି କୁ ରୋକିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

Read More

ମୁମ୍ବାଇ : ଭାରତରେ ଆଇଫୋନ୍‌ର ଚାହିଦା ବଢିବାରେ ଲାଗିଛି । ବିଗତ ଦୁଇ ମାସ ମଧ୍ୟରେ ଭାରତରେ ଆଇଫୋନ୍‌ ବିକ୍ରିରେ 55 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଶୁକ୍ରବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତୀୟଙ୍କ ମଧ୍ୟରେ ଆପଲ୍‌ର ଆଇଫୋନ୍‌ 11ର ଚାହିଦା ଅଧିକ ରହିଛି । କୋରୋନା ଭାଇରସ୍‌ ପ୍ରଭାବରୁ ଅନ୍ୟ ସମସ୍ତ ଫୋନ୍‌ର ବିକ୍ରିରେ ହ୍ରାସ ପାଇଥିବା ବେଳେ ଆଇଫୋନ୍‌ ବିକ୍ରି ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ । 2020ର ଜାନୁୟାରୀ ଏବଂ ଫେବୃୟାରୀରେ ଆଇଫୋନ୍‌ 11 ଏବଂ ଆଇଫୋନ୍‌ ଏକ୍ସଆରର ଆମଦାନୀ ସର୍ବାଧିକ ରହିଛି । ଇଣ୍ଡଷ୍ଟ୍ରିଆଲ୍‌ ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ସୂଚନା ପ୍ରକାଶ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଭାରତ ପୂର୍ବରୁ ଚୀନ୍‌ରେ ସର୍ବାଧିକ ଆଇଫୋନ୍‌ ବିକ୍ରି ହେଉଥିଲା ମାତ୍ର ଚୀନ୍‌ ବଜାରରେ ଶସ୍ତା ସ୍ମାର୍ଟଫୋନ୍‌ ଉପଲବ୍ଧ ହେବା କାରଣରୁ ଆପଲ୍‌ ପକ୍ଷରୁ ଭାରତୀୟ ବଜାରକୁ ପ୍ରାଧାନ୍ୟ ଦିଆଯାଇଥିଲା । (ଏଜେନ୍ସି)

Read More

ମୁମ୍ବାଇ : କେଜିଏଫ୍‌ ଏବଂ ୟଶ୍‌ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । କେଜିଏଫ୍‌-2କୁ ମିଳିଛି ରିଲିଜ୍‌ ତାରିଖ । ଫିଲ୍ମର ପ୍ରଯୋଜକଙ୍କ ପକ୍ଷରୁ ଶୁକ୍ରବାର ଦିନ ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ୟଶ୍‌ଙ୍କ ବନ୍ଧୁକ ଧରିଥିବା ପୋଷ୍ଟର ସହିତ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କରାଯାଇଛି । ପୋଷ୍ଟରରେ ଲେଖାଯାଇଛି ମେ ଆଇ କମ୍‌ ଇନ୍‌ । ଆସନ୍ତା ଅକ୍ଟୋବର 23, 2020ରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି । ମୂଳତଃ କନ୍ନଡ ଫିଲ୍ମ ରହିଥିବା କେଜିଏଫ୍‌ ହିନ୍ଦି, ତାମିଲ, ତେଲୁଗୁ ଏବଂ ମାଲାୟଲମ୍‌ରେ ଡବିଂ କରାଯାଇଥିଲା । ହିନ୍ଦିରେ ଫିଲ୍ମଟି ସୁପରହିଟ୍‌ ହୋଇଥିବାରୁ ଦ୍ବିତୀୟ ଭାଗରେ ଖଳନାୟକ ଚରିତ୍ରରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । (ଏଜେନ୍ସି)

Read More

ରାଜକୋଟ : 2020-21 ରଣଜୀ ଟ୍ରଫିରେ ଚାମ୍ପିୟନ୍‌ ହୋଇଛି ସୌରାଷ୍ଟ୍ର । ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ବିଜୟୀ ହୋଇଛି । 73 ବର୍ଷ ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ଚାମ୍ପିୟନ୍‌ ହୋଇଛି । ସୌରାଷ୍ଟ୍ର ପ୍ରଥମ ଇନିଂସରେ 425 ରନ୍‌ କରିଥିବା ବେଳେ ବେଙ୍ଗଲ ପ୍ରଥମ ଇନିଂସରେ 381 ରନ୍‌ରେ ଅଲ୍‌ଆଉଟ୍‌ ହେବା ସହିତ 44 ରନ୍‌ରେ ପଛୁଆ ରହିଥିଲା । ସୌରାଷ୍ଟ୍ର ଦ୍ବିତୀୟ ଇନିଂସରେ 105 ରନ୍‌ରେ 4ଟି ଓ୍ବିକେଟ୍‌ କରିଥିବା ବେଳେ ପଞ୍ଚମ ଦିନର ଖେଳ ସମାପ୍ତ ହୋଇଥିଲା । ପ୍ରଥମ ଇନିଂସ ଅଗ୍ରଣୀ ବଳରେ ସୌରାଷ୍ଟ୍ର ପ୍ରଥମ ଥର ଚାମ୍ପିୟନ୍‌ ହୋଇଥିଲା । ପ୍ରଥମ ଇନିଂସରେ ସୌରାଷ୍ଟ୍ର 425 ରନ୍‌ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅର୍ପିତ୍‌ ବାସବଦା ସର୍ବାଧିକ 106 ରନ୍‌ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା 66 ରନ୍‌ ସଂଗ୍ରହ…

Read More

ମୁମ୍ବାଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଏହା ସହିତ ରାଣା କପୁରଙ୍କ ବାସଗୃହ ଏବଂ ଅଫିସ୍‌ରେ ମଧ୍ୟ ଚଢାଉ କରାଯାଇଛି । ପୂର୍ବରୁ ଇଡି ପକ୍ଷରୁ ରାଣା କପୁରଙ୍କୁ ପଚରା ଉଚୁରା କରାଯିବା ସହିତ ଗିରଫ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୟେସ୍‌ ବ୍ୟାଙ୍କ ପୁନରୁଦ୍ଧାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ମାସର 29 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଟ୍ରେନ୍‌କୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସ୍ଥାନରୁ ଚଳାଚଳ କରୁଥିବା ଦୈନିକ ଟ୍ରେନ୍‌କୁ ସପ୍ତାହକୁ ତିନିଥର ଚଲାଇବା ପାଇଁ ନିଷ୍ପତ୍ତି ହୋଇଛି । ବାତିଲ ହେବାକୁ ଥିବା ଟ୍ରେନ୍‌ର ତାଲିକା ନିମ୍ନରେ ପ୍ରଦାନ କରାଯାଇଛି । 1.ମାର୍ଚ୍ଚ 13,20 ଓ 27 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ : ବିଶାଖାପାଟଣା ଠାରୁ ଯାଉଥିବା 58530 ବିଶାଖାପାଟଣା-ଦୁର୍ଗ ପାସେଞ୍ଜର 2. ମାର୍ଚ୍ଚ 14,21 ଓ 28 ତାରିଖରେ ବାତିଲ ହେବାକୁ ଥିବା ଟ୍ରେନ : 58131/58132 ରାଉରକେଲା-ପୁରୀ-ରାଉରକେଲା ପାସେଞ୍ଜର ଉଭୟ ପାର୍ଶ୍ୱରୁ ଦୁର୍ଗରୁ ଯାଉଥିବା 58529 ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଭୁବନେଶ୍ୱରରୁ ଯାଉଥିବା 18423 ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ 3.ମାର୍ଚ୍ଚ ମାସ…

Read More

ମୁମ୍ବାଇ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଛି ବିସିସିଆଇ । ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ବିସିସିଆଇ ଶୁକ୍ରବାର ଏହି ନିଷ୍ପତ୍ତି ନେଇଛି । ତିନିଟିକିଆ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷାରେ ଧୋଇ ଯାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ ଲକ୍ଷ୍ନୌ ଏବଂ କୋଲକାତାରେ ତୃତୀୟ ମ୍ୟାଚ୍‌ ଖେଳାଯାଇଥାନ୍ତା । ତେବେ ସାଧାରଣ ଜନତା ଏବଂ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଶୃଙ୍ଖଳାକୁ ବାତିଲ କରିବାର ନିଷ୍ପତ୍ତି ନେଇଛି । (ଏଜେନ୍ସି)

Read More

ଭୋପାଳ : 6 ମଧ୍ୟପ୍ରଦେଶ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ରାଜ୍ୟପାଳ ଲାଲଜୀ ଟଣ୍ଡନ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଳନାଥଙ୍କ ପରାମର୍ଶ କ୍ରମେ ଶୁକ୍ରବାର ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଭେଟିବା ସହିତ ଆସ୍ଥାଭୋଟ ପାଇଁ ସେ ପ୍ରସ୍ତୁତ ବୋଲି ସୂଚନା ଦେବା ସହିତ 6 ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ କରିବାକୁ ଅନୁରୋଧ କରିଥିଲେ । ସମସ୍ତ 22 ବିଧାୟକଙ୍କ ଉପସ୍ଥିତି ପରେ ଆସ୍ଥାଭୋଟ ଅନୁଷ୍ଠିତ କରାଯିବା ଉଚିତ୍‌ ବୋଲି କମଲନାଥ ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଦଳରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା 16 ତାରିଖରେ ଆସ୍ଥା ଭୋଟ ପାଇଁ ଆବେଦନ କରାଯିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । (ଏଜେନ୍ସି)

Read More

ରମେଶ ମହାନ୍ତି ଜଗତସିଂହପୁର : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସଂପର୍କୀୟ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାରେ ଜିଲ୍ଲାର ଜନ ସୂଚନା ଅଧିକାରୀ, ଉପ ଜନ ସୂଚନା ଅଧିକାରୀ ଏବଂ ପ୍ରଥମ ଅପିଲ ଅଧିକାରୀ ଏବଂ ପଂଚାୟତ ପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି କର୍ମଶାଳାକୁ ଉଦ୍ ଘାଟନ କରିଥିଲେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସୂଚନା ଅଧିକାର ଅଧି ନିୟମ ଓ ୫ଟି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମଗ୍ର ଓଡିଶାରେ ଜଗତସିଂହପୁର ଜିଲ୍ଲାରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି ବୋଲି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜିଲ୍ଲାରେ ୩୨ଟି ବିଭାଗରେ ଇ-ଅଫିସ ବ୍ୟବହାର ହେଉଛି । ସ୍ୱଛତା ହେଉଛି ବଡ ପଦକ୍ଷେପ। ଏପ୍ରିଲ ପରେ ଜିଲ୍ଲାର ପ୍ରତ୍ୟେକ ଆର୍‌.ଆଇ. ଅଫିସ…

Read More

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୟେସ୍‌ ବ୍ୟାଙ୍କର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏସ୍‌ବିଆଇ ନେତୃତ୍ବରେ ପୁନରୁଦ୍ଧାର ଯୋଜନାକୁ କ୍ୟାବିନେଟ୍‌ ମୋହର ମିଳିଥିବା ସମ୍ପର୍କରେ ସୀତାରମଣ ଘୋଷଣା କରିଛନ୍ତି । ସେହିପରି ୟେସ୍‌ ବ୍ୟାଙ୍କ ଉପରେ ଲଗାଯାଇଥିବା ଆର୍ଥିକ କଟକଣାକୁ ମଧ୍ୟ ଆସନ୍ତା ତିନି ଦିନ ମଧ୍ୟରେ ହଟାଇ ନିଆଯିବ ବୋଲି ସୀତାରମଣ ସୂଚନା ଦେଇଛନ୍ତି । ଏସ୍‌ବିଆଇ ୟେସ୍‌ ବ୍ୟାଙ୍କର 49 ପ୍ରତିଶତ ଅଂଶଧନ କିଣିବାକୁ ଯାଉଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ମଧ୍ୟ ଏକ ହଜାର କୋଟି ନିବେଶ କରିବାର ପ୍ରସ୍ତାବ ଦିଆଯାଇଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଏସ୍‌ବିଆଇର 26 ପ୍ରତିଶତ ଅଂଶଧନ ଲକ୍‌ଇନ୍‌ ହୋଇ ରହିବ ଏବଂ ଅନ୍ୟ ନିବେଶକଙ୍କର 75 ପ୍ରତିଶତ ଅଂଶଧନ ଲକ୍‌ଇନ୍‌ ହୋଇ ରହିବ । ସେହିପରି ଆସନ୍ତା 7 ଦିନ ମଧ୍ୟରେ ୟେସ୍‌ ବ୍ୟାଙ୍କ ପାଇଁ…

Read More

ଶ୍ରୀନଗର : ଜମ୍ମୁ କାଶ୍ମୀରରେ 4ଜି ଇଣ୍ଟରନେଟ୍‌ ସେବା ପୁନର୍ବ୍ୟବସ୍ଥିତ ହେବାକୁ ଯାଉଛି । ଶୁକ୍ରବାର ମଧ୍ୟରାତ୍ରରୁ 4ଜି ସେବା ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କୋରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ଦେଶ ପ୍ରଭାବିତ ହୋଇଥିବା ବେଳେ ଜମ୍ମୁ ଉପତ୍ୟାକାରେ ଲୋକଙ୍କୁ ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ପ୍ରଦାନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଜମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କନ୍‌ସଲ ଏହି ସୂଚନା ଦେଇଛନ୍ତି । ଗୁରୁବାର ଜମ୍ମୁ କଶ୍ମୀର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଜି ଏମ୍‌ ମୁର୍ମୁଙ୍କ ନେତୃତ୍ବରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Read More

ମୁମ୍ବାଇ : ଦେଶରେ କୋରୋନା ଭାଇରସ୍‌ର ବର୍ଦ୍ଧିତ ପ୍ରଭାବ କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛି ବିସିସିଆଇ । ଆସନ୍ତା ଏପ୍ରିଲ୍‌ 15 ତାରିଖ ପର୍ଯ୍ୟନ୍ତ ଆଇପିଏଲ୍‌କୁ ସ୍ଥଗିତ ରଖିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି । ବିସିସିଆଇର ଅନ୍ତରୀଣ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବା ସହିତ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ଏ ସମ୍ପର୍କରେ ସୂଚିତ କରାଇ ଦିଆଯାଇଛି । ବୁଧବାର ଭାରତ ସରକାରଙ୍କ ପକ୍ଷରୁ ବିଦେଶୀ ଭିସା ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯିବା ପରେ ବିସିସିଆଇର ଅନ୍ତରୀଣ କମିଟି ଏହି ନିଷ୍ପତ୍ତି ନେଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର: କରୋନା କବଳରେ ଏବେ ସାରା ବିଶ୍ବ କବଳିତ। ଚୀନ୍‌ରୁ ବୁହାନ ସହରରୁ ଏହି ମାରାତ୍ମକ ଭାଇରସ୍‌ ଏବେ ଦେଶର 100ଟି ଦେଶରୁ ଉର୍ଦ୍ଧ୍ବ ଦେଶକୁ କବଳିତ କରି ସାରିଲାଣି। ଭାରତରେ ଏହି ରୋଗରେ ଜଣକର ମୃତ୍ୟୁ ଘଟିଥିବାବେଳେ 76ଜଣ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି। କରୋନାର ଭୟାବହତାକୁ ଦେଖି ସମସ୍ତ ରାଷ୍ଟ୍ର କରୋନା ପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ COVID-19କୁ ଏକ ବିଶ୍ୱ ମହାମାରୀ ବୋଲି ଘୋଷଣା କରିଛି। ମହାମାରୀର ପ୍ରସାରକୁ ରୋକିବା ପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ରମାନଙ୍କୁ ଜରୁରୀ ଏବଂ ଆକ୍ରମଣାତ୍ମକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି। ଏନେଇ ଆଜି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଥିବା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର…

Read More

ଶ୍ରୀନଗର : ପୂର୍ବତନ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରିବାର ନିଷ୍ପତ୍ତି ନେଇଛନ୍ତି ସରକାର । ଦୀର୍ଘ ସାତ ମାସ ଧରି ଗୃହବନ୍ଦୀ ରହିବା ପରେ ଗୁରୁବାର ଅବଦୁଲ୍ଲାଙ୍କୁ ଶୁକ୍ରବାର ମୁକ୍ତ କରିବା ପାଇଁ ଘୋଷଣା କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ସମେତ ଅନ୍ୟତମ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତିଙ୍କୁ ମଧ୍ୟ ଗୃହବନ୍ଦୀ ଭାବରେ ରଖାଯାଇଥିଲା । ଅଗଷ୍ଟ 5, 2019ରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯିବା ସହିତ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯାଇଥିଲା । ଜମ୍ମୁ କାଶ୍ମୀର ଗୃହ ସଚିବ ଶାଲୀନ୍‌ କାବ୍ରା ଫାରୁକ୍‌ଙ୍କୁ ମୁକ୍ତ କରାଯିବା ନେଇ ଘୋଷଣା କରିଛନ୍ତି । (ଏଜେନ୍ସି)

Read More