ମୁମ୍ବାଇ : ଦେଶର ଅର୍ଥନୀତି ତଳୁଆ ରହିଥିବା ବେଳେ ପୁଣଗି ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ଉପରେ ଆଉ ଏକ ଆର୍ଥିକ ବୋଝ ଲଦି ଦିଆଯାଇଛି । ମୋବାଇଲ ଦର ବୃଦ୍ଧି ନବେଇ ଶନିବାର ଘୋଷଣା କରାଯାଇଛି । ଶନିବାର ଦିନ ଜିଏସ୍ଟି କାଉନ୍ସିଲ୍ ପକ୍ଷରୁ ଏହି ଘୋଷଣା କରାଯାଇଛି । ପୂର୍ବରୁ ମୋବାଇଲ୍ ଉପରେ 12 ପ୍ରତିଶତର ଜିଏସ୍ଟି ଲାଗୁଥିବା ବେଳେ ଶନିବାର ମୋବାଇଲ୍ ଉପରେ 18 ପ୍ରତିଶତର ଜିଏସ୍ଟି ଲାଗୁ କରାଯିବ । ଆସନ୍ତା ଏପ୍ରିଲ୍ 1 ତାରିଖରୁ ଏହି ନୂତନ ଜିଏସ୍ଟି ବ୍ୟବସ୍ଥା ଲାଗୁ କରାଯିବ ବୋଲି ଜଣା ପଡିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶନିବାର ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)
Author: Samikhsya Bureau
ମୁମ୍ବାଇର ଅନ୍ଧେରୀରେ ଅଭିନେତ୍ରୀ ସାନ୍ୟା ମାଲହୋତ୍ରା
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଆମିଷ ଖାଇବା ଦ୍ବାରା କୋରୋନା ବ୍ୟାପିବାର ସମ୍ଭାବନା ନାହିଁ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ମାଛ, ମାଂସ, ଅଣ୍ଡା ଏବଂ କୁକୁଡା ଖାଇବା ଦ୍ବାରା କୋରୋନା ବ୍ୟାପୁନାହିଁ । ଗୁଜବ ସୃଷ୍ଟିକାରୀ ଏପରି ଗୁଜବ ସୃଷ୍ଟି କରିବା କାରଣରୁ କୁକୁଡା ଚାଷୀ କ୍ଷତି ସହୁଛନ୍ତି ବୋଲି ଶନିବାର କୃଷିମନ୍ତ୍ରୀ ସଳଚନା ଦେଇଛନ୍ତି । ତିନି ଦିନ ତଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଥିଲେ ମଧ୍ୟ ଗୁଜବ କାରଣରୁ ସାଧାରଣ ଲୋକେ ଭୟରେ କୁକୁଡା ଖାଇବା ବନ୍ଦ କରିଦେଇଛନ୍ତି । କୋରୋନା ସଙ୍କ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କୋରୋନା ବ୍ୟାପିଥାଏ ତେଣୁ କୁକୁଡାକୁ ଭଲରେ ଶିଝାଇ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି କୃଷିମନ୍ତ୍ରୀ ମତ ଦେଇଛନ୍ତି ।
ମୁମ୍ବାଇ : ବଲିଉଡ୍ ଅଭିନେତା ଶାହାରୁଖ୍ ଖାନ୍ ଅପ୍କମିଙ୍ଗ ଆକ୍ସନ୍ ଫାଣ୍ଟାସୀ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହରୁଖ୍ ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ବ୍ରହ୍ମାସ୍ତ୍ର ଆସନ୍ତା ଡିସେମ୍ବରରେ ରିଲିଜ୍ ହେବାକୁ ଯାଉଛି । ଜିରୋ ଫ୍ଲପ୍ ହେବା ପରେ ଶାହରୁଖ୍ କୌଣସି ଫିଲ୍ମ ସମ୍ପର୍କରେ ଘୋଷଣା କରିନଥିବା ବେଳେ ବ୍ରହ୍ମାସ୍ତ୍ର ନିର୍ଦ୍ଦେଶକ ଆୟନ୍ ମୁଖାର୍ଜୀ ଶୁକ୍ରବାର ଟ୍ବିଟ୍ଟରରେ ଶାହାରୁଖଙ୍କ କେମିଓ ଆପିଅରାନ୍ସ ସମ୍ପର୍କରେ ଘୋଷଣା କରିଛନ୍ତି । ଆୟନ ମୁଖାର୍ଜୀଙ୍କ ବ୍ରହ୍ମାସ୍ତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କ ସହିତ ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ଟିଭି ଷ୍ଟାର ମୌନୀ ରୟ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସି)
ମୁମ୍ବାଇ : କେନ୍ଦ୍ର ସରକାରଙ୍କ ପକ୍ଷରୁ ୟେସ୍ ବ୍ୟାଙ୍କ ପାଇଁ ନୂତନ ସିଇଓ ନିଯୁକ୍ତ କରାଯାଇଛି । ଅର୍ଥନୈତିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ପୂର୍ବତନ ଷ୍ଟେଟ୍ ବ୍ୟାଙ୍କ ବ୍ୟାଙ୍କର ପ୍ରଶାନ୍ତ କୁମାରଙ୍କୁ ନିଯୁକ୍ତ କରାଯାଇଛି । ଏସ୍ବିଆଇର ପୂର୍ବତନ ମୁଖ୍ୟ ଅର୍ଥନୈତିକ ଅଫିସର ଏବଂ ସହକାରୀ ପରିଚାଳନା ନିର୍ଦ୍ଦେଶକଙ୍କୁ ଶନିବାର ଦିନ ନିଯୁକ୍ତି ପ୍ରଦାନ କରାଯାଇଛି । ଏହା ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ସୁନୀଲ ମେହତାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ଘୋଷଣା କରାଯାଇଛି । ସୁନୀଲଙ୍କ ବ୍ୟତିତ ଦୁଇ ବୋର୍ଡ ସଦସ୍ୟ ମହେଶ କ୍ରୀଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡାଙ୍କୁ ନନ୍ ଏକଜ୍ୟୁକ୍ୟୁଟିଭ୍ ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡ ସମୟରେ ଆଇବି ଅଫିସର ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଶନିବାର ପୋଲିସ୍ 5 ଜଣଙ୍କୁ ଗିରଫ କରିଛି । ପୂର୍ବରୁ ନିଲମ୍ବିତ ଆପ୍ କାଉନ୍ସିଲର୍ ତାହିର ହୁସେନ୍ଙ୍କୁ ଗିରଫ କରାଯାଇଥିବା ବେଳେ ଶନିବାର ଦିନ ଆହୁରି ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ପାଞ୍ଚ ଜଣ ହେଉଛନ୍ତି ଫିରୋଜ୍, ଜାଭେଦ୍, ଗୁଲ୍ଫାମ୍, ଶୋଏବ୍ ଏବଂ ଅନାସ୍ । ପ୍ରଥମ ଚାରିଜଣ ଦିଲ୍ଲୀର ଚାନ୍ଦ ବାଗର ବାସିନ୍ଦା ହୋଇଥିବା ବେଳେ ଅନାସ୍ ମୁସ୍ତାଫାବାଦର ବାସିନ୍ଦା ଅଟନ୍ତି । ଅନ୍ୟପକ୍ଷରେ ଶନିବାର ଦିନ ଅଙ୍କିତ ଶର୍ମାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି । ଅଙ୍କିତ ଶର୍ମାଙ୍କ ଶରୀରରେ 51ଟି କ୍ଷତଚିହ୍ନ ରହିଥିବା ବେଳେ 10ରୁ 12 ଜଣ ଏହି ହତ୍ୟାରେ ସମ୍ପୃକ୍ତ ରହିଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । (ଏଜେନ୍ସି)
ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କୋରୋନା ଭାଇରସ୍ର ପ୍ରଭାବ ବଢୁଥିବା ବେଳେ ଭାରତ ସରକାରଙ୍କ ପକ୍ଷରୁ ଏହାକୁ ଜାତୀୟ ସଙ୍କଟ ବା ମହାମାରୀ ଭାବରେ ଘୋଷଣା କରାଯାଇଛି । କୋରୋନା ପ୍ରଭାବରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ 4 ଲକ୍ଷର ସହାୟତା ଘୋଷଣା କରିବା ସହିତ ସରକାର ଏହାକୁ ମହାମାରୀ ଭାବରେ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ପତ୍ର ଲେଖି କୋରୋନା ଭାଇରସ୍ ସମ୍ପର୍କରେ ଚେତାଇ ଦିଆଯାଇଛି । ଭାରତରେ କୋରୋନା ଭାଇରସ୍ର ବର୍ଦ୍ଧିତ ପ୍ରଭାବ କାରଣରୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ମହାମାରୀ ଭାବରେ ଘୋଷଣା କରାଯାଇଛି । ସମଗ୍ର ବିଶ୍ବ ଏହା ଦ୍ବାରା ଗଭୀର ଭାବରେ ପ୍ରଭାବିତ ହୋଇଥିବାରୁ ଭାରତରେ ଏହି ଭାଇରସ୍ ପ୍ରଭାବ ବିସ୍ତାର କରିବା ପୂର୍ବରୁ ଏହାକୁ ରୋକିବା ପାଇଁ ଏହାକୁ ଜାତୀୟ ସଙ୍କଟ ଭାବରେ ଘୋଷଣା କରାଯାଇଛି ବୋଲି ଗୃହ ମନ୍ତ୍ରାଳୟ ନିଜ ଚିଠିରେ…
ଛତିଶଗଡ : ଛତିଶଗଡରେ ନକ୍ସଲ ଆକ୍ରମଣରେ ତିନି ଜଣ ପୋଲିସ କର୍ମୀ ଶହୀଦ ହୋଇଛନ୍ତି । ଛତିଶଗଡର ବସ୍ତର ଜିଲ୍ଲାରେ ଶନିବାର ନକ୍ସଲଙ୍କ ପକ୍ଷରୁ ଆକ୍ରମଣ କରାଯିବା କାରଣରୁ ତିନି ଜଣ ପୋଲିସ୍ କର୍ମଚାରୀ ପ୍ରାଣ ହରାଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ରାସ୍ତା କାମ ଚାଲିଥିବା ବେଳେ ସୁରକ୍ଷା ପାଇଁ ପୋଲିସ୍ ଏବଂ ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ପ୍ୟାଟ୍ରୋଲିଂ କରାଯାଇଥିଲା । ପ୍ୟାଟ୍ରୋଲିଂ ସମୟରେ ନକ୍ସଲଙ୍କ ପକ୍ଷରୁ ଅପରାହ୍ନ 3.30 ମିନିଟ୍ ସମୟରେ ଅଚାନକ ଆକ୍ରମଣ କରାଯାଇଥିଲା । ଆକ୍ରମଣ ପରେ ପୋଲିସ୍ ଆଇଜି ପି ସୁନ୍ଦରରାଜ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବେଳେ ଆହତ ସିଆରପିଏଫ୍ ଯବାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)
ଶ୍ରୀନଗର : ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦାବି ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଇବା ସହିତ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ସହିତ ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଏବଂ ଲଦାଖରେ ପରିଣତ କରିଥିଲେ । ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା କାରଣରୁ ବିଭିନ୍ନ ରାଜନୈତିକ ଦଳର ମୁଖିଆ ମାନଙ୍କୁ ଅଟକ ରଖାଯାଇଥିଲା । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବା ପରେ ଶନିବାର ଆଜାଦ୍ ତାଙ୍କୁ ଭେଟିବା ସହିତ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରିଥିଲେ । (ଏଜେନ୍ସି)
ଜୟପୁର : ରାଜସ୍ଥାନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜନୈକ ନବଦମ୍ପତ୍ତିଙ୍କ ସମେତ 11 ଜଣ ପ୍ରାଣ ହରାଇଛନ୍ତି । ଯୋଧପୁରର ଶେଗଡ ନିକଟସ୍ଥ ସୋଇଁତାରା ଗ୍ରାମରେ ଏହି ଦୁର୍ଘଟଣା ଘଟିଥିଲା । ନବଦମ୍ପତିଙ୍କ ସହିତ ଏକାଧିକ ମହିଳା ଏବଂ ଶିଶୁ ରହିଥିବା ବେଳେ ସମସ୍ତେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ବାଲୋତ୍ରା-ଫାଲୋଡି ରାଜପଥରେ ଘଟିଥିବା ଏହି ଦୁର୍ଘଟଣାଟି ଏତେ ଭୟାବହ ଥିଲା କି ଟ୍ରକ୍ଟି କାର୍ ଉପରକୁ ମାଡି ଯାଇଥିଲା । ନବଦମ୍ପତିଙ୍କ ସମେତ 11 ଜଣ ପ୍ରାଣ ହରାଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ଟର ଜରିଆରେ ଦୁଃଖ ପ୍ରକାଶ କରିବା ସହିତ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । (ଏଜେନ୍ସି)
ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀଠାରେ ଶନିବାର ଦିନ ଝମାଝମ୍ ବର୍ଷା ସହିତ କୁଆପଥର ବୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘନ ବାଦଲ ଯୋଗୁଁ ଦ୍ବିପ୍ରହର ସମୟଟି ଅନ୍ଧକାର ପରି ଦୃଶ୍ୟମାନ ହୋଇଥିଲା । ଜୋର୍ ବର୍ଷା ସହିତ ପବନ ଦିଲ୍ଲୀରେ ପୁଣିଥରେ ଶୀତ ଋତୁର ଅନୁଭବ ଦେଇଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀରେ ରେକର୍ଡ ବର୍ଷା ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ 72 ଘଣ୍ଟା ମଧ୍ୟରେ ଦ୍ରୁତ ଗତିରେ ପବନ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କୁଆପଥର ମଧ୍ୟ ବୃଷ୍ଟି ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ବିଗତ ଦୁଇ ଦିନ ଧରି ରାତ୍ରି ସମୟରେ ପବନ ସହିତ ବର୍ଷା ହେଉଛି । (ଏଜେନ୍ସି)
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜଧାନୀର ମଲ୍ ଓ ସୁପର ମାର୍କେଟ୍ରେ କରୋନା ସତର୍କତା ଜାରି କରାଯାଇଛି । ଟୁଇଟ୍ କରି ସତର୍କତା ଅବଲମ୍ବନ ପାଇଁ ପୋଲିସ୍ କମିଶନର ପରାମର୍ଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମଲ୍ ଭିତରକୁ କମ୍ ସଂଖ୍ୟକ ଲୋକ ପ୍ରବେଶ କରନ୍ତୁ ବୋଲି ଉପଦେଶ ଦେଇଛନ୍ତି ପୋଲିସ କମିଶନର । ମଲ୍ ଭିତରେ ଗ୍ରାହକମାନେ ପରସ୍ପରଠାରୁ ଛଅ ଫୁଟ୍ ଦୂରତା ରଖିବା ପରାମର୍ଶ ଦିଆଯାଇଛି । ବିକ୍ରୟ ପାଇଁ କୌଣସି ପ୍ରମୋସନ୍ ବ୍ୟବସ୍ଥା ନ କରିବାକୁ ପରାମର୍ଶ । ସେହିପରି କରେନା ପାଇଁ ବାର୍ରେ ଲାଉଡ୍ ସ୍ପିକର ମନା କରାଯାଇଛି । ଭୁବନେଶ୍ବରର ସମସ୍ତ ବାର୍ ଏବଂ ପବ୍ରେ ବାଜି ପାରିବନି ଲାଉଡ୍ ସ୍ପିକର୍ । ମାର୍ଚ୍ଚ 31 ଯାଏଁ ଲାଉଡ୍ ସ୍ପିକର ଉପରେ ଲାଗିଲା କଟକଣା । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ ।
ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। କରୋନା ପାଇଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ବୋଲି କହିଥିଲେ। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ ରହିବ ବୋଲି କହିଥିଲେ।
ରମେଶ ମହାନ୍ତି ଜଗତସିଂହପୁର : ଜନୈକ ବ୍ଲକର ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନେଇ ଏବେ ଜିଲ୍ଲାସାରା ଚର୍ଚ୍ଚା। ସୂଚନାନୂଯାୟୀ ବ୍ଲକର ପଂଚାୟତ ସମିତି ମେମ୍ବର, ସରପଂଚ ଓ ଜିଲ୍ଲାପରିଷଦ ସଭ୍ୟ ମିଶି ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପିକନିକ୍ କରିବାକୁ ଯାଇଥିଲେ ଆଠଗଡ ଅଂଚଳର ଭଟ୍ଟାରିକା। ଏବର୍ଷ କିନ୍ତୁ ଅତିଥି ଭାବେ ସାଙ୍ଗରେ ଯାଇଥିଲେ ନୂତନ ବ୍ଲକ୍ ସଭାପତି ଓ ବ୍ଲକର ଆସିଷ୍ଟାଣ୍ଟ ଇଂଜିନିୟର। ପିକନିକ୍ ସ୍ଥଳରେ ଅତ୍ୟଧିକ ମଦ୍ୟପାନ କରି ନିଜର ପଦ ମର୍ଯ୍ୟାଦା ତଥା ହିତାହିତ ଜ୍ଞାନ ଭୁଲି ମାତାଲ୍ ଅବସ୍ଥାରେ ଆସିଷ୍ଟାଣ୍ଟ ଇଂଜିନିୟର ଜଣକ ବ୍ଲକ୍ ସଭାପତିଙ୍କ ନିକଟକୁ ଯାଇ ତାଙ୍କୁ ବିଭିନ୍ନ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ଯୋଗୁଁ ଏଥିରେ ଉତ୍ତ୍ୟକ୍ତ ହୋଇ ବ୍ଲକ୍ ସଭାପତିଙ୍କ ସମେତ କେତେକ ପଂଚାୟତ ସମିତି ମେମ୍ବର ଓ ସରପଂଚ ମିଶି ମାତାଲ୍ ଆସିଷ୍ଟାଣ୍ଟ ଇଂଜିନିୟରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ବୋଲି ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି। ପରେ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ମୋହନା ଥାନା ପୋଲିସ୍ ଚଢ଼ାଉ କରି ୭୬ କେଜି ଗଂଜେଇ ଜବତ କରିଛି । ଗଂଜେଇ ଚାଲାଣ ଅଭିଯୋଗରେ ଅନ୍ଧାରୀଗୁଡ଼ା ଗାଁର ଲମ୍ବୋଦର ଶବରକୁ ଗିରଫ କରିଛି । କୌଣସି ସୂତ୍ରରୁ ଖବରପାଇ ଥାନାଧିକାରୀ ସୁଜିତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗୋଠକେଳି ଓ ଅନ୍ଧାରୀଗୁଡ଼ା ଅଂଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ୩ଟି ବସ୍ତାରେ ଏହି ଗଂଜେଇ ଥିବା ଜାଣି ଜବତ କରିଥିଲା । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ୍ କହିଛି ।
ମୁମ୍ବାଇ : ବଲିଉଡ୍ ଠାରୁ ବଜାର ପର୍ଯ୍ୟନ୍ତ ସବୁଠୁ କରୋନାର ଭୟ ଦେଖିବାକୁ ମିଳୁଛି । କରୋନା ଯୋଗୁଁ ଫିଲ୍ମର ରିଲିଜ୍ ଡେଟ୍କୁ ଘୁଞ୍ଚା ଚାଲିଛି । ଏତଦ୍ବ୍ୟତୀତ ବଲିଉଡ୍ର ବହୁ ହସ୍ତୀ ବଡ ବଡ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ସାଧାରଣ ଜାଗାରେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରୁଛନ୍ତି । ବଲିଉଡ୍ ଅଭିନେତ୍ରୀ ପୂଜା ହେଗେଡ୍ ଏବେ ମାସ୍କରେ ନଜର ଆସିଛନ୍ତି । ସଲମାନ ଖାନ୍ଙ୍କ ଅପକମିଙ୍ଗ ଫିଲ୍ମ ‘କଭି ଇଦ୍ କଭି ଦିଓ୍ବାଲୀ’ରେ ନଜର ଆସିବାକୁ ଥିବାବେଳେ ନିକଟରେ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ । ଆଗାମୀ ଫିଲ୍ମର ଶୁଟିଂ ପାଇଁ ନିକଟରେ ଜର୍ଜ୍ଜିଆ ଗସ୍ତ କରିଛନ୍ତି ପୂଜା । ନିଜ ଇନ୍ଷ୍ଟାଗାମ୍ ଆକାଉଣ୍ଟରେ ପୂଜା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଏୟାରପୋର୍ଟରେ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି । ପୂଜା ଏହି ଫଟରେ ଲଙ୍ଗ ସିଲ୍ଭ ଟି…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ବାଣପୁରର ହାତୀମୁଣ୍ଡା ନିକଟସ୍ଥ କାୟାତୋଟା ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ବାଲୁଗାଁ ନିକଟସ୍ଥ ଆମ୍ବପଡା ଗ୍ରାମର କୃଷ୍ଣବେହେରାଙ୍କ ପୁତ୍ର ୨୮ ବର୍ଷୀୟ ସନ୍ତୋଷ ବେହେରା, ପପୁ ବେହେରା ଓ ସମ୍ପର୍କୀୟ କାବୁ ବେହେରା ଆଙ୍କୁଲାପଦରରୁ ଯାତ୍ରା ଦେଖି ରତନପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ରାତ୍ରି ଦୁଇ ଘଟିକାରେ କଲେଜ ଛକଠାରୁ ପ୍ରତାପ ରାସ୍ତା ମଧ୍ୟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ ପଛରେ ବସିଥିବା ସନ୍ତୋଷ ବେହେରା ମୃତ୍ୟୁବରଣ କରିଥିବାବେଳେ ପପୁ ବେହେରା ଗଭୀର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ସେହିପରି ବାଇକ୍ ଚାଳକ କାବୁ ବେହେରାଙ୍କ ହାତ ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଗାଡିଟିକୁ ଜବତ କରିଛି। ମୃତକଙ୍କ ଶବ ବ୍ୟବଚ୍ଛେଦ ହେବା…
ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଏବେ ଆଇପିଏଲ୍ରେ ଲାଗିଛି ଗ୍ରହଣ । ଆଜି ମୁମ୍ବାଇଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗଭର୍ଣ୍ଣିଂ କାଉନ୍ସିଲିଂ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କରୋନା ଭାଇରସ୍ ଯୋଗୁଁ ଚଳିତ ସିଜିନ୍ରେ କିଛି ବଡ ଧରଣର ବଦଳ କରିବା ନେଇ ଚର୍ଚ୍ଚା ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ବୈଠକରେ ଆଇପିଏଲ୍ର ଅଧିକାରୀଙ୍କ ବ୍ୟତୀତ ସମସ୍ତ ଆଠଟି ଦଳର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି । ଏହି ବୈଠକରେ ସୌରଭ ଗାଙ୍ଗୁଲିଙ୍କ ସହ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ ଓ କେକେଆର ମାଲିକ ଶାହରୁଖ ଖାନ୍ ମଧ୍ୟ ଉପସ୍ଥିତ ରହିଛନ୍ତି । ସୂଚନାଯୋଗ୍ୟ, ଆଇପିଏଲ୍ର ଗଭର୍ଣ୍ଣିଂ କାଉନ୍ସିଲ୍ ମିଟିଂ ପୂର୍ବରୁ ଚଳିତ ଆଇପିଏଲ୍ ସିଜିନ୍ର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି । କରୋନା ଯୋଗୁଁ ଆଇପିଏଲ୍ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି । ଆଇପିଏଲ୍ର ନୂଆ ସିଜିନ୍ ମାର୍ଚ୍ଚ 29ରେ ଆରମ୍ଭ ହେବାକୁ ଥିଲା…
ରାଜସ୍ଥାନ : ରାଜସ୍ଥାନର ଯୋଧପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲୋତରା ଓ ଫଲୋଦି ହାଇଓ୍ବେ ଉପରେ ଟ୍ରକ୍ ଓ ଜିପ୍ ମଧ୍ୟରେ ଧକ୍କା ହେବା ଫଳରେ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 11ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଟ୍ରକ୍ଟି ଜିପ୍ ସହ ଧକ୍କା ହୋଇ ଜିପ୍ ଉପରେ ଚଢିଯାଇଛି । ଶିଶୁ ସମେତ ଚାରି ପୁରୁଷ ଓ ଛଅ ଜଣ ମହିଳା ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ମୃତକଙ୍କ ମଧ୍ୟରେ ନବବିବାହିତା ଯୋଡ଼ି ମଧ୍ୟ ରହିଛନ୍ତି । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ୍ରେ ପହଞ୍ଚାଇଥିଲା। ଏହି ଘଟଣାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଦୁଃଖ ପ୍ରକାଶ କରିବା ସହ ଶୋକାକୁଳ ପରିଜନଙ୍କ ପ୍ରତି ଗଭୀର ସମ୍ବେଦନା ପ୍ରଦାନ କରିଛନ୍ତି। (ଏଜେନ୍ସି)
ଭୋପାଳ : ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଜେପି ସାମିଲ୍ ହେବାପରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ ପରିଶେଷରେ ନିଜର ନିରବତା ଭଙ୍ଗ କରିଛନ୍ତି । ଦିଗ୍ବିଜୟ ଟୁଇଟ୍ କରି କହିଛନ୍ତି ଯେ, ମହାରାଜଙ୍କଠାରୁ ଏପରି ଧୋକ୍କା ମିଳିବ ବୋଲି ଆଶା ନଥିଲା । ଦିଗ୍ବିଜୟ କହିଛନ୍ତି ଯେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟସଭା ଆସନ ଓ କ୍ୟାବିନେଟ୍ରେ ଜାଗା ପାଇବା ପାଇଁ କଂଗ୍ରେସ ଓ ଗାନ୍ଧି ପରିବାରକୁ ଧୋକ୍କା ଦେଇଛନ୍ତି। ଦିଗ୍ବିଜୟ ସିଂହ ଟୁଇଟ୍ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, କିଛି ଲୋକଙ୍କର କ୍ଷମତା ଭୋକ ଅଧିକ ଥାଏ, କିନ୍ତୁ ସ୍ବସ୍ଥ ଲୋକତନ୍ତ୍ର ପାଇଁ ବିଶ୍ବସନୀୟତା ଓ ବିଚାରଧାରା ଅତ୍ୟନ୍ତ ଆବଶ୍ୟକ। 18 ବର୍ଷ ଧରି କଂଗ୍ରେସର ରହିବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେଇ ବିଜେପି ସହିତ ମିଶିଛନ୍ତି । ସିନ୍ଧିଆଙ୍କ ଦଳ ଛାଡିବା ପରେ ମଧ୍ୟପ୍ରଦେଶରେ କମଲନାଥ ସରକାର ଏବେ ବିପଦରେ ପଡିଯାଇଛନ୍ତି ।…
ଇଟାଲୀ :ଚୀନ ପରେ ଇଟାଲୀରେ କରୋନା ଭାଇରସ ବ୍ୟାପକ ରୂପ ନେଇଛି । ବିଗତ 24ଘଣ୍ଟା ମଧ୍ୟରେ 250 ଜଣଙ୍କ ମୃତ୍ୟୁ ଘଟିଛି । ଏହା ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏଥି ସହ ଇଟାଲୀରେ କରୋନାରେ ମୃତ୍ୟୁ ସଂଖ୍ୟା 1266ରେ ପହଞ୍ଚିଛି । ମୋଟ 17 ହଜାର 660 ଲୋକ ସଂକ୍ରମିତ ହୋଇଛନ୍ତି । ସୂଚନାଯୋଗ୍ୟ, ଇଟାଲୀରେ କରୋନା ଭାଇରସ ଭୟଙ୍କର ରୂପ ନେଇଛି । ଭାରତର କିଛି ଲୋକ ଇଟାଲୀରେ ଫସିଛନ୍ତି । ଇଟାଲୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ପାଇଁ ଯୋଜନା ଚାଲିଛି । ଭାରତର ଏକ ମେଡିକାଲ ଟିମ୍ ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି । ଭାରତର ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ବହୁତ ଶୀଘ୍ର ସନ୍ଦିଗ୍ଧଙ୍କ ଯାଞ୍ଚ କରାଯାଉଛି । ଇଟାଲୀର ସରକାରୀ ତଥ୍ୟ ଅନୁସାରେ ଏକ ଲକ୍ଷ ୬୦ ହଜାରରୁ ଅଧିକ ଭାରତୀୟ ସେଠାରେ…

