କୁଜଙ୍ଗରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ : ପୋଲିସର ତଦନ୍ତ ଜାରି

Published: Mar 18, 2020, 9:19 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଥାନା ଅନ୍ତର୍ଗତ ଜୟଶଙ୍ଖପୁର ଗ୍ରାମରେ ଜନୈକା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ଖରାବେଳେ ମହିଳା ଜଣଙ୍କ ଘରେ ଶୋଇଥିବା ବେଳେ ସ୍ଥାନୀୟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କୁଜଙ୍ଗ ଥାନା ଜୟଶଙ୍ଖପୁର ଗ୍ରାମର ରଶ୍ମୀ(ଛଦ୍ମନାମ) ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ କୁନା ବେହେରା ଘରକୁ ପଶି ଆସିଥିଲେ । କବାଟ ବନ୍ଦ କରି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ମହିଳାଙ୍କ ପାଟି ଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ କାହା ଆଗରେ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଅଭିଯୁକ୍ତ ମହିଳାଙ୍କ ଦୁଇଟି କାନଫୁଲ ନେଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ଫେରାର ଥିବା ବେଳେ ପୋଲିସ୍‌ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି ।

Related posts