କୋରୋନା ଆତଙ୍କ : ପ୍ଲାଟଫର୍ମ ଟିକେଟ୍‌ର ମୂଲ୍ୟ 50 ଟଙ୍କା ଛୁଇଁଲା

Published: Mar 18, 2020, 6:40 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ବିଭିନ୍ନ ଟ୍ରେନ୍‌ର ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ପ୍ଲାଟଫର୍ମ ଟିକଟର ମୂଲ୍ୟ ଆକାଶ ଛୁଇଁଛି । ପୂର୍ବରୁ ପ୍ଲାଟଫର୍ମ ଟିକଟର ମୂଲ୍ୟ 10 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଏହା 50 ଟଙ୍କାରେ ପହଞ୍ଚିଛି । ଷ୍ଟେସନରେ ଅଯଥା ଭିଡରୁ ମୁକ୍ତି ପାଇବା ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଭୁବନେଶ୍ବର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର, ବିଶାଖାମପଟ୍ଟନମ୍‌, ବିଜୟନଗରମ୍‌, ଶ୍ରୀକାକୁଲମ୍‌ ରୋଡ୍‌, ରାୟଗଡା ଏବଂ ସମ୍ବଲପୁର ଷ୍ଟେସନ୍‌ ପାଇଁ ଏହି ଦରବୃଦ୍ଧି ଘୋଷଣା କରାଯାଇଛି । ବିଶାଖାପଟ୍ଟନମ୍‌ରେ ଏହି ନିୟମ ଲାଗୁ କରାଯାଇଛି ।

Related posts