Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ବିଶ୍ୱରେ ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଭୁବନେଶ୍ବର ଅଞ୍ଚଳର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ପାଇଁ ରଖାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ରକ୍ତ ଓ ସ୍ବାବ୍‌ ନମୁନା ପରୀକ୍ଷା‌ ପାଇଁ ପଠାଯାଇଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ‌ରିପୋର୍ଟ‌ ଆସିବା ପରେ ଯୁବକ ଜଣକ କରୋନା (କୋଭିଡ୍‌-୧୯) ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାର  ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକ ଜଣକ 6 ତାରିଖରେ  ଇଟାଲିରୁ ଦିଲ୍ଲୀକୁ ଫେରିଥିଲେ । ଦିଲ୍ଲୀରେ କ୍ବାରେଣ୍ଟିନ୍‌ରେ କିଛିଦିନ ରହିବା ପରେ 12 ତାରିଖ ଦିନ ଟ୍ରେନ୍ ଯୋଗେ ଭୁବନେଶ୍ବର ଆସିଥିଲେ । 13 ତାରିଖରୁ ଥଣ୍ଡା ଜ୍ବର ନ ଛାଡିବାରୁ କ୍ୟାପିଟାଲ୍‌…

Read More

ଗଂଜାମ, ଜିଲ୍ଲାର ପ୍ରସିଦ୍ଧ ମା ତାରାତାରେଣୀ ପିଠରେ ଆସନ୍ତା ମଙ୍ଗଳବାରରେ ହେବାକୁ ଥିବା ଚଇତି ପର୍ବ ଜାକଜମକରେ କରାଯିବ ନାହିଁ। କେବଳ ମାଙ୍କ ସ୍ବତନ୍ତ୍ର ପୂଜାବିଧି କରାଯାଇ ଚଇତ ପର୍ବର କାମ ଶେଷ କରାଯିବ। କୋରୋନା ଭୟରେ ସରକାର ବର୍ତ୍ତମାନ ଏକାଠି ହେବାକୁ ମନା କରିଥିବାରୁ ମନ୍ଦିର ପ୍ରଶାସନ ଏପରି ପଦକ୍ଷେପ ନେଇଛି।ସେଥିପାଇଁ ଭକ୍ତମାନେ ନ ଆସିବା ପାଇଁ ମନ୍ଦିର କର୍ତ୍ତୁପକ୍ଷ ନିବେଦନ କରିଛନ୍ତି। ଚୈତ୍ରମାସର ପ୍ରତି ମଙ୍ଗଳବାର ଦିନ ମାଙ୍କ ପିଠରେ ଚଇତି ପର୍ବ ବେଶ ଧୂମଧାମରେ ପାଳିତ ହୋଇଥାଏ। ଏଥର ମଧ୍ୟ ପ୍ରଥମ ମଙ୍ଗଳବାରରେ ଏହି ପର୍ବ ବେଶ୍ ଜାକଜମକରେ ପାଳନ କରାଯାଇଥିଲା। ହଜାରହଜାର ଭକ୍ତ ଏହି ଦିନ ଏକାଠି ହୋଇ ମାଙ୍କ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟତଃ ମାନସିକ ପୁରଣ ହେଲେ ମାଙ୍କ ନିକଟକୁ ଆସି ବ୍ରତଧାରୀମାନେ ପୂଜା କରିଥାନ୍ତି। ହେଲେ କୋରୋନା ପାଇଁ ଆସନ୍ତା ମଙ୍ଗଳବାରରେ ଏହି ପର୍ବକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରାଯିବ। ସେଥିପାଇଁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜନୈକ ରୋଗୀ ମାନସିକ ଭାରସାମ୍ୟ ହରାଇ ନିଜେ ନିଜ ହାତର ଚାରୋଟି ଆଙ୍ଗୁଠି କାଟିଦେଇଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ବ୍ରହ୍ମପୁର ଏମ୍‌କେସିଜିରେ ଦେଖିବାକୁ ମିଳିଛି । ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡ଼ରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ମାଲକାନାଗିରି ଜିଲ୍ଲାର ସିଆଡ଼ିମାଳ ଅଂଚଳର ଗଙ୍ଗା ମାଡ଼କାମୀ ଗତ ୯ ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରେ ଚିକିତ୍ସା କରାଯିବା ପରେ ବ୍ରହ୍ମପୁର ଏମ୍‌କେସିଜିର ଅସ୍ଥି ଶଲ୍ୟ ୱାର୍ଡ଼ରେ ଭର୍ତ୍ତି ହୋଇଥିଲେ । ରବିବାର ଦିନ ୧୧ଟା ସମୟରେ ମାନସିକ ଭାରସାମ୍ୟ ହରାଇ ନିଜ ୱାର୍ଡ଼ରୁ ବାହାରି ମେଡ଼ିକାଲ୍ ପରିସରରେ ଥିବା ଶୌଚାଳୟ ନିକଟକୁ ଯାଇଥିଲେ । ସେଠାରେ ଏକ ଧାରୁଆ ଅସ୍ତ୍ର କେଉଁଠାରୁ ଆଣି ନିଜ ହାତର ଆଙ୍ଗୁଠିଗୁଡ଼ିକ କାଟି ଦେଇଥିଲେ । ପରେ ନିଜ…

Read More

ମୁମ୍ବାଇ : ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଥିବା ବେଳେ 2 ଜଣ ପ୍ରାଣ ହରାଇଛନ୍ତି । ମହାରାଷ୍ଟ୍ରରେ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଫୋନ୍‌ରେ କଥା ହୋଇଛନ୍ତି । ଉଦ୍ଧବଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିବା ପରେ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ସହିତ ମଧ୍ୟ ମୋଦି ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଶନିବାର ଦିନ ମହାରାଷ୍ଟ୍ରରେ 12 ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । (ଏଜେନ୍ସି)

Read More

ଚେନ୍ନାଇ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସହିତ ନିଜର ଫ୍ୟାନବୟ ମୋମେଣ୍ଟ ସେୟାର କରିଛନ୍ତି ଦ ଜୋୟା ଫ୍ୟାକ୍ଟର ଅଭିନେତା ଦୁଲ୍‌କର ସଲ୍‌ମାନ୍‌ । ସୋସିଆଲ୍‌ ମିଡିଆରେ ଦୁଲ୍‌କର ସଲ୍‌ମାନଙ୍କ ବଡ ଫ୍ୟାନ୍‌ ଫଲୋଇଙ୍ଗ ରହିଥିବା ବେଳେ ରାଇନାଙ୍କ ସହିତ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସେୟାର କରିଛନ୍ତି । ଓକେ କନମନି, ଚାର୍ଲି ଏବଂ ମହାନାଟୀ ପରି ଫିଲ୍ମପାଇଁ ପ୍ରସିଦ୍ଧି ଲାଭ କରିଥିବା ଦୁଲ୍‌କର ଦୁଇଟି ବଲିଉଡ୍‌ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ନିକଟରେ ରିଲିଜ୍‌ ହୋଇଥିବା ଦୁଲ୍‌କରଙ୍କ ଫିଲ୍ମ ଭରାନେ ଅବଶ୍ୟମୁଡ ବକ୍ସ ଅଫିସ୍‌ରେ ବ୍ଲକ୍‌ବଷ୍ଟ ହୋଇଛି । ଅପ୍‌କମିଙ୍ଗ ଫିଲ୍ମ କନ୍ନମ କନ୍ନମ୍‌ କୋଲାୟାଡିଥାଲ୍‌ କୋ ଷ୍ଟାର ବିକ୍ରମ ପ୍ରଭୁ ରାଇନାଙ୍କ ସହିତ ଏହି ଫଟୋରେ ନଜର ଆସିଛନ୍ତି । (ଏଜେନ୍ସି)

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରର ଧରାକୋଟ ଅଂଚଳରେ ନାଟକ ଚାଲିଥିବାବେଳେ ବାଣ ବିସ୍ଫୋରଣ ଘଟି ୮ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଦୋଳପୂର୍ଣ୍ଣିମା ଅବସରରେ ଧରାକୋଟ ଥାନା ଅନ୍ତର୍ଗତ କେ. ରାମଚନ୍ଦ୍ରପୁର, କଇଠଡ଼ା ଗ୍ରାମରେ ମହାଭାରତ ନାଟକ କାଲି ରାତ୍ରଠାରୁ ଆରମ୍ଭ ହୋଇଥିଲା । ରବିବାର ସକାଳେ ନାଟକ ଚାଲିଥିବାବେଳେ ନାଟକରେ ବାଣ ଫୁଟାଇବା ପାଇଁ ମଂଚ ତଳେ ଗଚ୍ଛିତ ରଖାଯାଇଥିବା ବାଣରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ମଂଚ ତଳେ ବିସ୍ଫୋରଣ ହୋଇଥିଲା । ଏହି ସମୟରେ ପ୍ରାୟ ୧୦୦ ଲୋକ ନାଟକ ଦେଖିବା ପାଇଁ ବସିଥିଲେ । ଫଳରେ ବିସ୍ଫୋରଣରେ ରାଜା ଗୌଡ଼, ଓମ୍ ଗୌଡ଼, ସୁମନ ରେଡ଼ି, ଚନ୍ଦନ ବିଷୋୟୀ, ଅରୁଣ ବିଷୋୟୀ, ବାବୁ ବିଷୋୟୀ, ବିଜୟ ଗୌଡ଼ ଆହତ ହୋଇଥିଲେ । ସମସ୍ତ ଆହତକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଧିଗ୍ଧ ମେଡ଼ିକାଲ୍‌ରୁ ଚମ୍ପଟ ମାରିଛନ୍ତି । ଏଥିନେଇ ସହରରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ କୁମାର ପଲାଇ (୨୪)ଙ୍କୁ ଥଣ୍ଡା, କାଶ ତଥା କରୋନା ଲକ୍ଷଣ ଦେଖାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଅନ୍ତଃବିଭାଗର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଆଜି ସେ ମେଡ଼ିକାଲ୍‌ରୁ କାହାରିକୁ କିଛି ନ ଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଏନେଇ ଏମ୍‌କେସିଜି ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ତୁରନ୍ତ ତାଙ୍କୁ ଖୋଜିବା ପାଇଁ କୁହାଯାଇଛି । ଏପଟେ ସନ୍ଧିଗ୍ଧ କରୋନା ରୋଗୀ ଫେରାର୍ ହୋଇଯିବା ପରେ ଗଂଜାମ ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି ।

Read More

ଭୋପାଳ : ମଧ୍ୟପ୍ରଦେଶର ରେଜନୈତିକ ସଙ୍କଟ ସମୟରେ ଆସ୍ଥା ଭୋଟକୁ ନେଇ କୌଣସି ମତ ଦେବାକୁ ମନା କରିଛନ୍ତି ମଧ୍ୟପ୍ରଦେଶ ବାଚସ୍ପତି । ଗତକାଲି ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ୍‌ 16 ତାରିଖରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ସାକ୍ଷାତକାର ସମୟରେ ବାଚସ୍ପତି ନୀରବତା ଅବଲମ୍ବନ କରିଛନ୍ତି । ଆସ୍ଥା ଭୋଟ ସମ୍ପର୍କରେ ଆସନ୍ତା କାଲି ଜଣାପଡିବ ବୋଲି କହିବା ସହିତ ଏହା ଉପରେ ଲାଗି ରହିଥିବା ସସ୍‌ପେନ୍ସ ରଖିଛନ୍ତି ବାଚସ୍ପତି ନର୍ମଦା ପ୍ରସାଦ । ରବିବାର ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଏକ ଭିଡିଓ ମେସେଜ୍‌ ଜରିଆରେ ଇସ୍ତଫା ଗ୍ରହଣ କରିବା ପାଇଁ କୁହାଯିବା ପରେ ଆସନ୍ତା କାଲି ଆସ୍ଥା ଭୋଟ ହେବାର ଆଶଙ୍କା ପ୍ରକାଶ ପାଇଛି । ଯଦି ବିଧାୟକ ମାନଙ୍କ ଇସ୍ତଫା ଗୃହୀତ ହୁଏ ତେବେ କଂଗ୍ରେସ ସରକାର ପାଇଁ ସଙ୍କଟ ବଢିଯିବ । (ଏଜେନ୍ସି)

Read More

ନୂଆଦିଲ୍ଲୀ : କ୍ରିକେଟର ସର୍ବପୁରାତନ ଫର୍ମାଟ୍‌ ଟେଷ୍ଟ କ୍ରିକେଟକୁ ଆଜି 143 ବର୍ଷ ପୁରିଛି । 1877 ମସିହାର ଆଜିର ଦିନରେ ବିଶ୍ବର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ ପରଠାରୁ ଟେଷ୍ଟ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି । ଅନେକ ନୂତନ ନିୟମ ସହିତ ବର୍ତ୍ତମାନ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ମଧ୍ୟ ଆୟୋଜିତ ହେଉଛି । ବିଶ୍ବର ପ୍ରଥମ ଅଫିସିଆଲ୍‌ ଟେଷ୍ଟମ୍ୟାଚ୍‌ରେ ଇଂଲଣ୍ଡ ଦଳର ନେତୃତ୍ବ ନେଇଥିଲେ ଜେମ୍‌ସ ଲିଲିହ୍ବାଇଟ୍‌ । ବିଶ୍ବର ଏହି ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ 45 ରନ୍‌ରେ ପରାଜିତ ହୋଇଥିଲା । ଐତିହାସିକ ଇଡେନ୍‌ ଟେଷ୍ଟ : ଏହି ଦିନରେ ଆଉ ଏକ ଐତିହାସିକ ଟେଷ୍ଟ ମ୍ୟାଚ୍‌ ଖେଳାଯାଇଥିଲା । 2001 ମସିହାରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଐତିହାସିକ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ଇନିଂସରେ ପଛୁଆ ରହି ବିଜୟୀ ହେବାର ଇତିହାସ ରଚିଥିଲା…

Read More

ତେହେରାନ୍‌ : ଇରାନ୍‌ରେ କୋରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଛି । ରବିବାର ଇରାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 724ରେ ପହଞ୍ଚିଛି । ରବିବାର ନୂତନ ଭାବରେ 113 ଜଣ ଲୋକ ପ୍ରାଣ ହରାଇଛନ୍ତି । ରବିବାର ସୁଦ୍ଧା ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ପହଞ୍ଚିଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଚୀନ୍‌ ପ୍ରଥମ ସ୍ଥାନରେ ରହିଥିବା ବେଳେ ଇଟାଲୀ ଏବଂ ଇରାନ୍‌ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଇରାନ ନାଗରିକଙ୍କୁ ନିଜର ବିଦେଶ ଗସ୍ତ ବାତିଲ କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ରାଜନୀତି ମଇଦାନରେ ପାଦ ଥାପିଛନ୍ତି । ରବିବାର ଆଜାଦ୍‌ ନିଜର ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିଛନ୍ତି । ନୋଇଡାର ସେକ୍ଟର 70 ଅନ୍ତର୍ଗତ ବସାଇ ଗ୍ରାମରେ ଆଜାଦ ନିଜର ଦଳ ଘୋଷଣା କରିଛନ୍ତି । ଆଜାଦ ନିଜ ଦଳର ନାମ ଆଜାଦ୍‌ ସମାଜ ପାର୍ଟି ରଖିବା ନେଇ ଘୋଷଣା କରିଛନ୍ତି । ଭୀମ ଆର୍ମିର ଶତାଧିକ ସମର୍ଥକଙ୍କ ସହିତ 28 ଜଣ ପୂର୍ବତନ ବିଧାୟକ ଏବଂ 6 ଜଣ ପୂର୍ବତନ ସାଂସଦ ଏହି ଦଳ ଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦଳିତ ନେତା କାଂଶୀରାମଙ୍କ ଜନ୍ମଦିବସରେ ଏହି ଦଳ ଘୋଷଣା କରିବା ସହିତ ଆଗାମୀ ଦିନରେ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆଜାଦ୍‌ କହିଛନ୍ତି । (ଏଜେନ୍ସି)

Read More

ପର୍ତ୍ତୁଗାଲ : ଫୁଟବଲ୍‌ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣିଥରେ ନିଜର ବଦାନ୍ୟତାର ଏକ ଉଦାହରଣ ଦେଇଛନ୍ତି । ସର୍ବଦା ନିଜର ଦାନ ପାଇଁ ଚର୍ଚ୍ଚିତ ରହୁଥିବା ରୋନାଲ୍ଡୋ ନିଜର ହୋଟେଲ୍‌ ଗୁଡିକୁ ହସ୍ପିଟାଲରେ ପରିଣତ କରିଛନ୍ତି । ପର୍ତ୍ତୁଗାଲରେ କୋରୋନା ମୁକାବିଲା ପାଇଁ ରୋନାଲ୍ଡୋ ନିଜର ସମସ୍ତ ହୋଟେଲକୁ ହସ୍ପିଟାଲରେ ପରିଣତ କରାଇବା ସହିତ ମାଗଣା ଚିକିତ୍ସା ବ୍ୟବସ୍ଥା ଲାଗୁ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପର୍ତ୍ତୁଗାଲ୍‌ରେ ରୋନାଲ୍ଡୋଙ୍କ ସିଆର 7 ଚେନ୍‌ର ପ୍ରାୟ 50ଟି ହୋଟେଲ୍‌ ରହିଛି । ସମସ୍ତ ହୋଟେଲ୍‌ରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି ନିଜେ ରୋନାଲ୍ଡୋ । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ବେତନ ସହିତ ଲୋକଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ରୋନାଲ୍ଡୋ ବହନ କରିବେ ବୋଲି ଜଣାପଡିଛି ।

Read More

ନୂଆଦିଲ୍ଲୀ : କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଥିବା ବେଳେ ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନ ପୁଣି ଥରେ କାଶ୍ମୀର ପ୍ରସଙ୍ଗ ଉଠାଇଛି । କୋରୋନା ଭାଇରସ୍‌ କାରଣରୁ ବିଶ୍ବ ସଙ୍କଟରେ ରହିଥିବା ବେଳେ ପାକିସ୍ତାନର ଜାମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଜମ୍ମୁ କାଶ୍ମୀରରୁ ସମସ୍ତ ପ୍ରକାର କଟକଣା ଉଠାଇବା ପାଇଁ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ଏହି ସମ୍ମିଳନୀରେ ମୋଦି ସମସ୍ତ ରାଷ୍ଟ୍ରଙ୍କୁ କୋରୋନାର ମୁକାବିଲାର ପରାମର୍ଶ ଦେଇଥିଲେ । ପ୍ରସ୍ତୁତ ରହିବା ସହିତ ଦୃଢ ଭାବରେ ଭାଇରସ୍‌ର ମୁକାବିଲା କରିବା ପାଇଁ ମୋଦି ସମସ୍ତ ରାଷ୍ଟ୍ରମୁଖ୍ୟଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଭୟଭୀତ ନହେବା ପାଇଁ ମୋଦି ପରାମର୍ଶ ଦେଇଥିଲେ । ଏହା ସହିତ ସମସ୍ତ ସାର୍କ ସମୁଦାୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି…

Read More

ଚେନ୍ନାଇ : ତାମିଲନାଡୁର କୁଡାନକୁଲମରେ କାର୍ଯ୍ୟକ୍ଷମ ହୋଇଛି ଦ୍ବିତୀୟ ଆଣବିକ ରିଆକ୍ଟର । 1000 ମେଗାଓ୍ବାଟର ଏହି ଆଣବିକ ରିଆକ୍ଟରଟି ରବିବାର କାର୍ଯ୍ୟକ୍ଷମ ହୋଇଛି । ମେଣ୍ଟେନାନ୍ସ କାମ ପାଇଁ ଏହି ଆଣବିକ ରିଆକ୍ଟରଟି ଡିସେମ୍ବର 15, 2019ରୁ ବନ୍ଦ ପଡି ରହିଥିଲା । ତିରୁନେଲଭେଲିରେ ରହିଥିବା ଏହି ରିଆକ୍ଟରର ଗୋଟିଏ ୟୁନିଟ୍‌ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଟି ରିଆକ୍ଟର କାର୍ଯ୍ୟକ୍ଷମ ବନ୍ଦ ରହିଛି । ଜାନୁୟାରୀ 31, 2018ରୁ ବନ୍ଦ ପଡିଥିବା ଅନ୍ୟ ଦୁଇ ୟୁନିଟ୍‌ର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ମାର୍ଚ୍ଚ 31 ସୁଦ୍ଧା ଏହି ଦୁଇ ୟୁନିଟ୍‌ କାର୍ଯ୍ୟକ୍ଷମ ହେବ ବୋଲି ଏନ୍‌ପିସିଆଇଏଲ୍‌ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Read More

ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ସମଗ୍ର ବିଶ୍ବ ଏକତ୍ର ଛିଡା ହୋଇଥିବା ବେଳେ ଭାରତ ମଧ୍ୟ ପଛରେ ରହିନାହିଁ । ଦକ୍ଷିଣ ଏସୀୟ ରାଷ୍ଟ୍ର ସୁମଦାୟ (ସାର୍କ)କୁ ଭାରତ 10 ମିଲିୟନ୍‌ ଡଲାରର ସହାୟତା ରାଶି ପ୍ରଦାନ କରିଛି । ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘୋଷଣା କରିଛନ୍ତି । ଏହା ସହିତ ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ର ନିମନ୍ତେ ଭାରତୀୟ ମେଡିକାଲ୍ ଟିମ୍‌ ପ୍ରସ୍ତୁତ ରହିଛି । କୌଣସି ରାଷ୍ଟ୍ର ଆବଶ୍ୟକ କଲେ ମେଡିକାଲ୍‌ ଟିମ୍‌ ପଠାଯିବ ବୋଲି ମୋଦି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋରୋନା ଭାଇରସ୍‌ ଆତଙ୍କ କାରଣରୁ ଚଳିତ ବର୍ଷର ସାର୍କ ସମୁଦାୟ ବୈଠକକୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯାଉଛି । ଭାରତ ସମେତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ବୀପ, ନେପାଳ, ଶ୍ରୀଲଙ୍କା ଏବଂ ପାକିସ୍ତାନର ଶୀୋଷ ନେତୃତ୍ବ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି । (ଏଜେନ୍ସି)

Read More

ଆଗ୍ରା: ଜଣେ କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାୟର ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ହୋଥିବାର ସୂଚନା ରହିଛି। କରୋନାଭାଇରସ୍ ରୋଗୀ ଏବଂ ତାଙ୍କ ପରିବାର ବିରୋଧରେ ଆଗ୍ରା ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଗ୍ରା କ୍ୟାଣ୍ଟନମେଣ୍ଟ ରେଳ କଲୋନୀରେ ରହୁଥିବା  ଏକ ଦମ୍ପତି ହନିମୁନ୍‌ ପାଇଁ ନିକଟରେ ଇଟାଲୀ ଯାଇଥିଲେ। ସେମାନେ ଫେରିବା ପରେ ତାଙ୍କ ସ୍ୱାମୀ ବେଙ୍ଗାଲୁରୁରେ ଭାଇରସ ପରୀକ୍ଷା କରି ରିପୋର୍ଟ ଆସିବା ପୂର୍ବରୁ ସେ ତାଙ୍କ ପରିବାରକୁ ଫେରିଥିଲେ। ତେବେ ପରୀକ୍ଷା ରିପୋର୍ଟରେ ତାଙ୍କର କରୋନାଭାଇରସ୍ ପଜିଟିଭ ଜଣାପଡିଥିଲା। ସ୍ୱାସ୍ଥ୍ୟ ବିଭାଗର ସଦସ୍ୟଙ୍କ ଏକ ଟିମ୍ ଯିଏ ତତ୍କାଳୀନ ସନ୍ଦିଗ୍ଧ ରୋଗୀଙ୍କ ଘରେ ପହଞ୍ଚି ତାଙ୍କ ଅବସ୍ଥା ବିଷୟରେ ପଚାରିବାରୁ ପୀଡିତ ରୋଗୀଙ୍କ ସ୍ତ୍ରୀ ଏହି ବାବଦରେ ଲୁଚାଇଥିଲେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗ୍ରା ସଦର ବଜାର ପୋଲିସ ଷ୍ଟେସନରେ…

Read More

ସମୀକ୍ଷାବ୍ୟୁରୋ ଭୁବନେଶ୍ୱର: ପୂର୍ବତଟ ରେଳପଥ କରୋନା ଭୂତାଣୁ (କୋଭିନ୍‌-୧୯) ସଂକ୍ରମଣକୁ ରୋକିବା ନିମନ୍ତେ ତାହାର ସମସ୍ତ କଳକବ୍‌ଜା ଓ ଶକ୍ତି ବିନିଯୋଗ କରି ବ୍ୟାପକ ବ୍ୟବସ୍ଥା କରିଛି। ରେଳବାଇର ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳବାଇ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ମଣ୍ଡଳ ରେଳ ପ୍ରବନ୍ଧକମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ସମସ୍ତ ରେଳପଥରେ ପର୍ଯ୍ୟାପ୍ତ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରିତାକୁ ନିୟମିତ ଭାବେ ଯାଞ୍ଚ କରିବା ସହ ଆବଶ୍ୟକୀୟ ବ୍ୟାପକ ପଦକ୍ଷେପ ଗ୍ରହଣ କରି ସଂକ୍ରମଣକୁ ରେଳ ପରିସରରେ ରୋକିବାକୁ ସମସ୍ତ ଉଦ୍ୟମ କରିବା ପାଇଁ ବିଦ୍ୟାଭୂଷଣ ପରାମର୍ଶ ଦେଇଛନ୍ତି। ଏହି ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟନ୍ତ୍ରଣ କକ୍ଷ ଖୋଲିବା ସହ ହେଲପ୍‌ଲାଇନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି। ଏହାସହିତ କର୍ମଚାରୀମାନଙ୍କୁ ସୂକ୍ଷ୍ମାନୁଭୂତି ସଂପନ୍ନ ଓ ଶିକ୍ଷିତ କରାଯାଉଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କ ସହ ସହଯୋଗିତା ଓ ସଂଯୋଗ ରଖାଯାଇଛି। ପୂର୍ବ ତଟ ରେଳପଥ…

Read More

ବବୁଲୁ ସାହୁ କଳାହାଣ୍ଡି: ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର। ଏହି କେନ୍ଦ୍ର ସମ୍ମୁଖରେ ମାତ୍ର ୧୦ ମିଟର ଦୂରତାରେ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର। ଏହି ଟ୍ରାନ୍ସଫର୍ମରରୁ ବାହାରିଥିବା ବିଦ୍ୟୁତ ତାର କୁନି କୁନି ପିଲାଙ୍କ ମୁଣ୍ଡ ଉପରେ ରହି ଆହୁରି ବିପଦ ସୃଷ୍ଟି କରୁଛି। କିନ୍ତୁ ଏଥିପ୍ରତି ବିଦ୍ୟୁତ ବିଭାଗର କୌଣସି ଚିନ୍ତା ନାହିଁ। ଏନେଇ ଗ୍ରାମବାସୀଙ୍କ ତରଫରୁ କେନ୍ଦ୍ର ସମ୍ମୁଖରୁ ଟ୍ରାନ୍ସଫର୍ମରକୁ ହଟାଇ ଅନ୍ୟତ୍ର ଖୋଲା ସ୍ଥାନରେ ରଖିବା ପାଇଁ ଦାବୀ କରାଯାଉଛି। ଉକ୍ତ ଅଙ୍ଗନବାଡି କେନ୍ଦ୍ରର ଚତୁଃପାର୍ଶ୍ଵରେ ପାଚେରୀ ନଥିବାରୁ  କୁନି କୁନି ପିଲାଙ୍କ ଜୀବନ ସହ ପ୍ରଶାସନ ଖେଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଯାହା ଫଳରେ ପଢିବାକୁ ଆସୁଥିବା ୩ ରୁ ୫ବର୍ଷ ପିଲାଙ୍କ  ଜୀବନ ପ୍ରତି ବିପଦ ରହୁଥିବାରୁ ଅଭିଭାବକ ପିଲାଙ୍କୁ ଅଙ୍ଗନବାଡି ଛାଡିବାକୁ ଭୟ କରୁଛନ୍ତି। ବିଦ୍ୟୁତ ବିଭାଗ ଏହିପରି ଅନେକ…

Read More

ସମୀକ୍ଷାବ୍ୟୁରୋ ପୁରୀ: ଆଜି ପୁରୀ ପ୍ରଶାସନ ପକ୍ଷରୁ କରୋନା କାରଣରୁ କଟକଣା ଜାରି କରାଯାଇଛି। ପୁରୀ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଏକ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଏପ୍ରିଲ ୧ତାରିଖ ଯାଏଁ ପୁରୀ ନ ଆସିବା ପାଇଁ ଅପିଲ କରାଯାଇଛି। ଏହି ବୈଠକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ନିର୍ଦ୍ଧିଷ୍ଠ ନିୟମ କରାଯାଇଛି। ଦର୍ଶନ ପାଇଁ ସେମାନଙ୍କୁ ଫର୍ମ ପୂରଣ କରିବାକୁ ପଡିବ। ଉକ୍ତ ଫର୍ମରେ ନିଜର ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। ଦର୍ଶନାର୍ଥୀ ଏହି ଫର୍ମକୁ ଶ୍ରୀମନ୍ଦିର ବାହାରେ ଥିବା ହେଲ୍ପ ଡେସ୍କରୁ ଗ୍ରହଣ କରିପାରିବେ। ପରିବାରର କୌଣସି ସଦସ୍ୟ ଯଦି ବିଦେଶରୁ ଆସିଥାନ୍ତି ତେବେ ଏହି ଫର୍ମରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅରୁଣସ୍ତମ୍ଭ, ଗରୁଡସ୍ତମ୍ଭ, ଦେବାଦେବୀଙ୍କୁ ସ୍ପର୍ଶ ନକରିବା ସହ ସଙ୍କୀର୍ତ୍ତନ ମାଧ୍ୟମରେ ପୂଜାପାଠ କରିବା ବାରଣ କରାଯାଇଛି। ଭକ୍ତଙ୍କ ପାଇଁ ହ୍ୟାଣ୍ଡ ୱାସ ର ବ୍ୟବସ୍ଥା…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର୍‌: ବ୍ରହ୍ମପୁରକୁ ସ୍ୱଚ୍ଛ ପରିମଳ ଓ ପ୍ରଦୂଷଣ ମୁକ୍ତ ପରିବେଶ କରିବାର କେତେ କେତେ ସ୍ୱପ୍ନ ଓ ସଂକଳ୍ପ ଫିକା ପଡ଼ିଯିବା ପରେ ଚକ୍ରବର୍ତ୍ତୀ ସିଂ ରାଠୋର ମହାନଗର କମିଶନର ସାହେବ ସାନିଟେସନ ଫୋରମ୍ ଗଠନ କରି ନିଜ ଦାୟିତ୍ୱ ଅନ୍ୟମାନଙ୍କ କାନ୍ଧରେ ଲଦିଦେଇ କର୍ତ୍ତବ୍ୟପରାୟଣତାର ଏକ ବାହାଦୁରୀ ନେବାର ଯେଉଁ ପ୍ରୟାସ କରିଛନ୍ତି ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ବ୍ରହ୍ମପୁର ସିଟି ସାନିଟେସନ ଫୋରମ୍ ଇଂରାଜୀରେ ଶୁଣିବାକୁ ଯେତିକି ଭଲ ଲାଗୁଛି ଆବର୍ଜନା ସଫା କରିବା ନାମରେ ଦଳେ ବିଚାରବନ୍ତ ମଣିଷଙ୍କୁ ଗୋଟାଗୋଟି କରି ପ୍ରତିମାସରେ ଦୁଇଟି ବୈଠକ ହେଉଛି କିନ୍ତୁ ଗାଁ ପରିମଳ ଧୋବା ତୁଠରୁ ନ୍ୟାୟରେ ପ୍ରତି ସ୍ଥାନ, ପ୍ରତି ବଜାର ଓ ବସ୍‌ଷ୍ଟାଣ୍ଡରେ ପରିମଳର ନଗ୍ନ ରୂପ ଦେଖିବାକୁ ମିଳୁଛି। ଆଜିକାଲି ଗଣ ଓ ଗଣମାଧ୍ୟମରେ ବିଶେଷ ଭାବରେ ସହର ବିକାଶ ଚିନ୍ତାକରି ଅପର୍ଯ୍ୟାପ୍ତ ଆନନ୍ଦ ପାଉଥିବା ମାତ୍ର ହାତଗଣତି ମଣିଷଙ୍କ ମଧ୍ୟରୁ…

Read More

ଶ୍ରୀନଗର: ଆଜି ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ୪ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଏନକାଉଣ୍ଟର ସକାଳ ପ୍ରାୟ ୧୦.୪୦ ସମୟରେ ଦୟାଲଗାମ ଜନବସତି ଅଞ୍ଚଳରେ ହୋଇଥିବା ନେଇ ଜଣେ ସିଆରପିଏଫ ଅଧିକାରୀ କହିଥିଲେ। ଆତଙ୍କବାଦୀ ଲୁଚିରହିଥିବାର ସୂଚନା ମିଳିବାପରେ ଜାମ୍ମୁ କାଶ୍ମୀର ପୋଲିସ୍, ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ ଏବଂ ସେନାର ସୁରକ୍ଷା କର୍ମୀଙ୍କ ଏକ ଟିମ୍ ରାତିରେ ଏହି ଅଞ୍ଚଳକୁ ଘେରି ରହିଥିଲେ। ଯାହାଫଳରେ ଆତଙ୍କବାଦୀମାନେ ଅଚାନକ ଗୁଳି ଚଳାଇଥିଲେ। ଏହାପରେ ତୁରନ୍ତ ଭାରତୀୟ ଜବାନମାନେ ପାଲଟା ଆକ୍ରମଣକରି ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଅପରେସନ୍ ପରେ ଚାରିଜଣ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।” ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥାନରୁ ବିପୁଳ ପରିମାଣର ଗୁଳି ଜବତ କରାଯାଇଥିଲା।

Read More