Author: Samikhsya Bureau

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଓଡିଶାରେ କରୋନା ସତର୍କ ପାଇଁ ଜାରି କରାଯାଇଥିବା କଟକଣା ଅବଧିକୁ ଏପ୍ରିଲ୍ 15 ଯାଏଁ   ବଢାଇଦିଆଯାଇଛି । ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବାପରେ ଏହାର ମୁକାବିଲା ଲାଗି ଅଧିକ ତତ୍ପର ହୋଇପଡିଛନ୍ତି ରାଜ୍ୟ ସରକାର । ପୂର୍ବରୁ ରାଜ୍ୟର ଆସନ୍ତା 31 ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ମଲ ବନ୍ଦ କରାଯିବା ସହ ଜନଗହଳି ସ୍ଥାନରେ 144 ଧାରା ଜାରି କରାଯାଇଥିଲା। ତେବେ ରାଜ୍ୟରେ ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପକୁ ଆସନ୍ତା ଏପ୍ରିଲ 15 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରିଛନ୍ତି ।କରୋନା ଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ରହିବା ସହିତ ଏହାକୁ ମାନିବା ପାଇଁ ଜନସାଧାରଣ ନିକଟରେ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର ।

Read More

ମୁମ୍ବାଇ : ସାରା ବିଶ୍ବରେ କରୋନା ମୃତ୍ୟୁର ତାଣ୍ଡବ ରଚି ଚାଲିଥିବାବେଳେ ଆଜି ଭାରତରେ ତୃତୀୟ ମୁଣ୍ଡ ନେଇଛି କରୋନା।  ସାରା ବିଶ୍ବରେ ଛଅ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁବରଣ କରିଛନ୍ତି। ପ୍ରତ୍ୟେକ ଦିନ ଭାରତରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ କରୋନା ସମ୍ପର୍କିତ 12ଟି ନୂଆ ମାମଲା ଆସିଥିବାବେଳେ ସର୍ବମୋଟ କରୋନ ସଂକ୍ରମିତଙ୍କ ସଂଖ୍ୟା 128ରେ ପହଞ୍ଚିଛି । ଏଥିରେ ମହାରାଷ୍ଟ୍ରର ତିନି ବର୍ଷର ଶିଶୁ ମଧ୍ୟ ସାମିଲ୍‌ ରହିଛି। ସଦ୍ୟତମ ସୂଚନାନୁସାରେ ମହାରାଷ୍ଟ୍ରରେ ଜଣେ କରୋନା ପୀଡ଼ିତଙ୍କ ମୃତ୍ୟୁ ହୋଇଛି। କସ୍ତୁରବା ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା 64 ବର୍ଷୀୟ ବୟସ୍କଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଛି । ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି ଘଟିଛି। ମହାରାଷ୍ଟ୍ରରେ କରୋନା ପୀଡ଼ିତାଙ୍କ ସଂଖ୍ୟା 39ରେ ପହଞ୍ଚିଛି। ମୁମ୍ବାଇ ପୋଲିସ୍‌ ସହରରେ 144 ଧାରା ଜାରି କରିଛନ୍ତି । ପୁଣରେ ଏ…

Read More

ନୋଏଡା : ନୋଏଡାଠାରେ ଅଭିନବ ଉପାୟରେ ଏକ ବିଏମ୍‌ଡବ୍ଲ୍ୟୁ ଚୋରି ହୋଇଥିବାର ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ ଜଣେ ଷ୍ଟକ୍‌ ବ୍ରୋକର୍‌ ନିଶାରେ କାର୍‌ ଚଳାଇ ଘରକୁ ଫେରୁଥିବାବେଳେ ପରିସ୍ରା କରିବା ପାଇଁ ରାସ୍ତା କଡରେ ଗାଡିକୁ ଅଟକାଇ ବାହାରକୁ ବାହାରିଥିଲେ । ଠିକ୍‌ ଏହି ସମୟରେ କିଛି ବଦମାସ୍‌ ତାଙ୍କ ବିଏମଡବ୍ଲ୍ୟୁ ଗାଡ଼ିକୁ ଲୁଟ୍‌ କରି ଫେରାର ହୋଇଛନ୍ତି । ପୋଲିସ୍‌ କହିବାନୁସାରେ ଏହି ଘଟଣାର ଶନିବାର ଦିନ ସେକ୍ଟର 90ର ଫେଜ୍‌-2 ଅଞ୍ଚଳରେ ଘଟିଛି । ବ୍ୟକ୍ତିଜଣକ କାର୍‌ଟିକୁ ଲୋନ୍‌ରେ କ୍ରୟ କରିଥିଲେ । ଏବେବି କାର୍‌ଟି ଉପରେ 40 ଲକ୍ଷର ଲୋନ୍‌ ରହିଛି । ତେବେ କାର୍‌ଟିକୁ ସମ୍ପୃକ୍ତ ବ୍ୟକ୍ତିଙ୍କ କେହି ପରିଚିତ ଏହି କାର୍‌କୁ ଚୋରି କରିଛନ୍ତି । ଅଭିଯୋଗୀ ଜଣକ କହିଛନ୍ତି ଯେ, କିଛି ଦୁର୍ବୃ୍ତ୍ତ ମୋଟରସାଇକେଲରେ ଆସିଥିଲେ । ତାଙ୍କ ପାଖରେ ବନ୍ଧୁକ ମଧ୍ୟ ଥିଲା ।  ପୋଲିସ୍‌…

Read More

ସ୍ପେନ୍‌ : ସାରା ବିଶ୍ବରେ କରୋନା ଭୟର ତାଣ୍ଡବ ରଚୁଥିବାବେଳେ ସ୍ପେନର ଜଣେ ଯୁବ ଫୁଟବଲ୍‌ କୋଚଙ୍କ ପ୍ରାଣ ନେଇଛି । ସ୍ପେନର ଫୁଟବଲ୍‌ କୋଚ୍‌ ଫ୍ରାନ୍‌ସିସ୍କୋ ଗ୍ରୋର୍ସିଆଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର 21 ବର୍ଷ ହୋଇଥିଲା।  କିଛିଦିନ ପୂର୍ବରୁ ତାଙ୍କ ଦେହରେ କରୋନା ସଂକ୍ରମଣର ସୂଚନା ମିଳିଥିଲା । ଗ୍ରୋର୍ସିଆ ୟୁଥ୍‌ ଟିମ୍‌ର ହେଡ୍‌ କୋଚ ରହିଥିଲେ । ଗ୍ରୋସିଆ ସ୍ପେନ୍‌ର ଜଣେ ପ୍ରତିଭାଶାଳୀ ଖେଳାଳୀ ରୂପେ ପରିଚିତ । ସେ କୋଚ୍‌ ଦାୟିତ୍ବ ସହ ମ୍ୟାନେଜର୍‌ର ପଦବୀ ମଧ୍ୟ ସମ୍ଭାଳିଥିଲେ । ମାତ୍ର 21 ବର୍ଷ ବୟସରେ ଗ୍ରୋର୍ସିଆ ଜଣେ ପ୍ରଶିକ୍ଷକ ତଥା ମ୍ୟାନଜେର୍‌ ଭାବରେ ବେଶ ଧୂରୀଣ ଥିଲେ । ୟୁଥ୍‌ କ୍ଲବ୍‌ର କୋଚ୍‌ ରୂପେ ସେ ଦଳକୁ ଏକ ନୂତନ ଦିଶା ପ୍ରଦାନ କରିଥିଲେ । ମଙ୍ଗଳବାର ଦିନ ସ୍ପେନ୍‌ରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟର ସଭାପତି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ସାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଏଥିସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଚ୍ଚ ୧୬ ତାରିଖ ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କରୋନା ଭୂତାଣୁ ସତର୍କତା ସମ୍ପର୍କରେ କେତେକ ନୀତି-ନୀୟମ ପ୍ରଣୟନ କରିଛନ୍ତି। ମନ୍ଦିରର ଦକ୍ଷିଣ ଦ୍ୱାର ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ।କେବଳ ସିଂହଦ୍ୱାର ବାଟେ ଯାତ୍ରୀ, ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ସମେତ ସେବାୟତମାନେ ଯାତାୟତ କରିପାରିବେ। ମା’ଙ୍କ ସିଂହାସନ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ଦର୍ଶନ କରାଇବା ନିମନ୍ତେ ସେବାୟତମାନେ ନିବୃତ୍ତ ରହିବାକୁ ଅନୁରୋଧ କରାଯାଇଛି। ଏଥିସହିତ ୩/୪ ଜଣରୁ ଉର୍ଦ୍ଧ୍ଵ ଭକ୍ତ ଓ ସେବାୟତ ଏକତ୍ର ହୋଇ ମନ୍ଦିର ବେଢା ମଧ୍ୟରେ ରହିପାରିବେ ନାହିଁ। ମନ୍ଦିର ବେଢା ଓ ପୀଠର…

Read More

ରମେଶ ମହାନ୍ତି ଜଗତସିଂହପୁର:  ଟୋପାଏ ବି ବର୍ଷା ନାହିଁ ହେଲେ ଘଡଘଡି ପଡି ଚାଲିଗଲା ଏକ ନିରୀହ ଜୀବନ । ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କନକପୁର ପଂଚାୟତ ସ୍ଥିତ ବଡସାରୋଳ ଗ୍ରାମର ଦିଜବର ଭୋଇ (୬୦) ସନ୍ଧ୍ୟା ୬ଟା ବେଳେ ନିଜ ଘର ଆଗରେ ଦୁଆର ମୁହଁରେ ବସିଥିଲେ। ଠୋପାଏ ବି ବର୍ଷା ନଥିଲା ହେଲେ ତାଙ୍କ ନିକଟରେ ଥିବା ଏକ ନଡିଆ ଗଛ ଉପରେ ହଠାତ୍ ପ୍ରଚଣ୍ଡ ଶବ୍ଦକରି ଏକ ଶୁଖିଲା ଘଡଘଡି ପଡିବାରୁ ନଡିଆ ଗଛଟି ହୁତୁହୁତୁ ହୋଇ ଜଳିବା ସହ ନଡିଆ ଗଛ ନିକଟରେ ବସିଥିବା ଦିଜବର ଭୋଇଙ୍କ ଦେହରେ ନିଆଁ ଲାଗିଯିବାରୁ ସେହିଠାରେ ସେ ଟଳିପଡିଥିଲେ । ଯଥାଶିଘ୍ର ତାଙ୍କୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ହିଁ ଦିଜବରଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି କୁହାଯାଉଛି।ଏଥିସହିତ ତିର୍ତ୍ତୋଲ ଦମକଳ ବାହିନୀର ୨ଟି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନକୁ ଦିନ କରୋନା ସଂକ୍ରମଣରୁ ସଚେତନତା ପାଇଁ ପ୍ରଶାସନ ପକ୍ଷରୁ ପଦେକ୍ଷପ ନିଆଯାଉଥିବାବେଳେ କେତେକ ଦୋକାନୀ ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ କରିଛନ୍ତି । ଫଳରେ ମହାନଗର ନିଗମ ଏଥିପ୍ରତି ସଜାଗ ହୋଇ ଗତକାଲି ଜନୈକ ମେଡ଼ିସିନ୍ ଦୋକାନର ଲାଇସେନସ ପ୍ରତ୍ୟାହାର କରିବା ସହ ଦୋକାନକୁ ସିଲ୍ କରିଦେଇଛନ୍ତି । ସୂଚନାଯୋଗ୍ୟ ସିଟି ହସ୍‌ପିଟାଲ୍ ରୋଡ଼୍‌ରେ ଥିବା ଶିବା ହୋମିଓ ହଲ୍ ୨୦ ଟଙ୍କାରେ ମିଳୁଥିବା ମାସ୍କକୁ ୮୦ ଟଙ୍କାରେ ବିିକ୍ରି କରୁଥିବା ନେଇ ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କୌଣସି ବିଶେଷ ସୂତ୍ରରୁ ଖବର ପାଇ ଦୋକାନରେ ଚଢ଼ାଉ କରିଥିଲେ । କେନ୍ଦ୍ର ସରକାରଙ୍କ ଉପଭୋକ୍ତା ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗରେ ଏହି ହୋମିଓ ହଲ୍‌ର ଲାଇସେନସ ରବ୍ଦ କରିବା ସହ ଦୋକାନକୁ ବନ୍ଦ କରିଦେଇଛନ୍ତି । ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଦୋକନଟି ବନ୍ଦ ରହିବ ବୋଲି…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ଗଂଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣକୁ ନେଇ ଭୂତାଣୁର ମୁକାବିଲା ଓ ନିରାକରଣକୁ ଗୁରୁତ୍ୱର ସହ ଗ୍ରହଣ କରିଥିବାବେଳେ ସମ୍ଭାବ୍ୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ୱାନ ଷ୍ଟପ୍ ସେଣ୍ଟର (ସଖୀ), ବ୍ରହ୍ମପୁର ତରଫରୁ ଏକ ସତର୍କତାମୂଳକ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ର ପ୍ରଶାସିକା ମହେଶ୍ୱତା ପାଢ଼ୀଙ୍କ ନେତୃତ୍ୱରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ପାଞ୍ଚଜଣିଆ ବିଶିଷ୍ଟ ଦସଗୋଟି ଦଳରେବ ବିଭକ୍ତ କରାଯାଇଥିଲା ଓ ପ୍ରତିଟି ଦଳ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ସଚେତନତା ହିଁ ପ୍ରତିକାର ସ୍ୱରରେ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଜନଜାଗରଣ ଓ ଦାୟିତ୍ୱବୋଧ ସହ ଭୂତାଣୁ ଯେଭଳି ନ ବ୍ୟାପିବ ସେଥିନିମନ୍ତେ ପ୍ରତ୍ୟେକ ଜନମାନସରେ ସଚେତନତା ସୃଷ୍ଟି କରିବା ସହ ନିଜେ ସତର୍କତା ଅବଲମ୍ବନ କଲେ କରୋନା ଭୂତାଣୁର ଭୟ ରହିବ ନାହିଁ ସଂଦେଶ ପ୍ରଦାନ କରିଥିଲେ…

Read More

ରଞ୍ଜିତ୍‌ ପଣ୍ଡା କୁଜଙ୍ଗ : ଗତକାଲି ମଧ୍ୟାହ୍ନ ସମୟରେ କୁଜଙ୍ଗବ୍ଳକ  ପଙ୍କପାଳ ପଂଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପଂଚାୟତର ଅଗ୍ରଣୀ ଶ୍ରୀରାମ , ବନ୍ଦେ ଉତ୍କଳ ଜନନୀ , ତ୍ରିନାଥ, ସାଇରାମ , ଗାୟତ୍ରୀ ଏସଏଚଜି, ସ୍ଥାନୀୟ ଅଙ୍ଗନବାଡ଼ୀ କର୍ମୀ ମାନଙ୍କ ସହାୟତାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ବ୍ଳକ ମହିଳା ଏବଂ ଶିଶୁ ବିକାଶ ଅଧିକାରୀଣୀ ତନୁପ୍ରଭା ବେଉରା, ସ୍ଥାନୀୟ ସରପଂଚ ମିନାକ୍ଷୀ ଦାସ, ୱାର୍ଡ଼ ମେମ୍ବର ମିନତୀ ପ୍ରଧାନ, ସମାଜସେବୀ ତଥା ରାଜ୍ୟ ଉପଭୋକ୍ତ ମହିଳା କଲ୍ୟାଣ ମହାସଙ୍ଘର ସମ୍ପାଦିକା ସ୍ନେହମୟୀ ଆଚାର୍ଯ୍ୟ, ପଙ୍କପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀ ଲକ୍ଷ୍ମୀପ୍ରିୟା ମିଶ୍ର, ସାମ୍ବାଦିିକ ମାନସ କୁମାର ମହାନ୍ତି ପ୍ରମୁଖ ଯୋଗଦାନକରି ଚୀନର ଓହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଥିବାବେଳେ କିପରିଭାବେ ଏହାର ପ୍ରକୋପରୁ ରକ୍ଷା କରାଯାଇ…

Read More

କେଦାର ମିଶ୍ର ମଧ୍ୟ ପ୍ରଦେଶରେ ଆଜି ଯାହା ଘଟୁଛି, ଛଅ ମାସ ତଳେ ସମାନ କଥା କର୍ଣ୍ଣାଟକରେ ଘଟୁଥିଲା। ନିର୍ବାଚନରେ ପରାଜିତ ହୋଇଥିବା ବିଜେପି କିଣାବିକା ମାଧ୍ୟମରେ ସରକାର ଗଢିବାକୁ ଓ ଅଳ୍ପ ବହୁମତରେ ଥିବା ସରକାରକୁ ଭାଙ୍ଗିବା ପାଇଁ ଏକ ନୂତନ କୌଶଳ ଆପଣାର କରିଛି। ଦଳ ବଦଳ ନିରୋଧ ଆଇନ ଅନୁଯାୟୀ କ୍ରସ ଭୋଟିଂ ଆଉ ସମ୍ଭବ ହେଉ ନଥିବାରୁ ଏବେ ଶାସକ ଦଳର ବିଧାୟକମାନଙ୍କୁ ଇସ୍ତଫା ଦେବାକୁ କୁହା ଯାଉଛି। ଅଳ୍ପ ବହୁମତର ସରକାର ଭାଙ୍ଗିବା ଲାଗି ୮-୧୦ ଜଣ ବିଧାୟକ ଇସ୍ତଫା ଦେଲେ ସରକାର ଭାଙ୍ଗି ଯାଉଛି। ଏହାର ସଫଳ ପରୀକ୍ଷା କର୍ଣ୍ଣାଟକରେ କଳା ପରେ ମଧ୍ୟ ପ୍ରଦେଶରେ ଏହାର ନୂଆ ପ୍ରୟୋଗ ଆରମ୍ଭ ହୋଇଛି। ପ୍ରଥମେ କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପିକୁ ଅଣାଯିବା ପରେ, ତାଙ୍କରି ମାଧ୍ୟମରେ କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ସୁନିଶ୍ଚିତ କରା ଯାଇଛି। ଏହା ଫଳରେ…

Read More

ଭୁବନେଶ୍ୱର, ରାଜ୍ୟସଭା ନିର୍ବାଚନ ପାଇଁ ହୋଇଥିବା ନାମାଙ୍କନ ପତ୍ର ଯାଞ୍ଚ ପକ୍ରିୟା ଆଜି ଶେଷ ହେଇଛି। ଏଥିରେ ନାମାଙ୍କନ ଦାଖଲ କରିଥିବା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 4 ଜଣଙ୍କ ପ୍ରାର୍ଥିତ୍ବ କାୟମ ରହିଲା। ସେମାନେ ହେଲେ ସୁବାସ ସିଂ, ମୁଜିବୁଲ୍ଲା ଖାଁ, ସୁଜିତ କୁମାର ଏବଂ ମମତା ମହନ୍ତ। ଭାରତୀୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଅନୁଯାୟୀ ରାଜ୍ୟସଭା ନିର୍ବାଚନ-୨୦୨୦ ନିମନ୍ତେ ଆଜି ଏହି ନାମାଙ୍କନ ପତ୍ର ଯାଞ଼୍ଚ କରାଯାଇଥିଲା। ଆଜି ଦିନ ୧୧ଟା ୩୦ ମିନିଟ୍‌ ସମୟରେ ପ୍ରାର୍ଥୀମାନଙ୍କ ଉପସ୍ଥିତିରେ ଏହି ଯାଞ୍ଚ କରାଯାଇଥିଲା। ଓଡ଼ିଶା ବିଧାନସଭାର କକ୍ଷରେ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ଦାଶରଥୀ ଶତପଥୀଙ୍କ ଦ୍ୱାରା ଏହି ଯାଞ୍ଚ କରାଯାଇଛି। ଏହି ପ୍ରକ୍ରିୟାରେ ୮ ଜଣ ପ୍ରାର୍ଥୀଙ୍କ ଦ୍ୱାରା ଦାଖଲ ହୋଇଥିବା ୧୨ ଗୋଟି ନାମାଙ୍କନ ପତ୍ର ସେଟ୍‌ ଯାଞ୍ଚ କରାଯାଇଥିଲା।  ଯାଞ୍ଚ ପକ୍ରିୟା ବେଳେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁାମର ଲୋହାନୀ ପର୍ଯ୍ୟବେକ୍ଷକ ଭାବେ…

Read More

ନୂଆଦିଲ୍ଲୀ, ବର୍ତମାନ ସୁଦ୍ଧା ଦେଶରେ ୧୧୪ ଜଣ କରୋନା ଭୂତାଣୁ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଦ୍ୟସୂଚନା ଅନୁଯାୟୀ ଓଡ଼ିଶା, ଜମ୍ମୁ କଶ୍ମୀର, କେରଳ ଓ ଲଦାଖରେ ଗୋଟିଏ ଲେଖାଏଁ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୧୩ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୫୨୦୦ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ଉପରେ ନଜର ରଖାଯାଇଛି । ଇରାନରୁ ଚତୁର୍ଥ ପର୍ଯ୍ୟାୟରେ ୫୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଆଜି ଭାରତରେ ପହଁଚିବା ପରେ ସେମାନଙ୍କୁ ଜୟଶାଲମେରସ୍ଥିତ ସେନା ସୁବିଧା କେନ୍ଦ୍ରରେ ପୃଥକ ଭାବେ ରଖାଯାଇଛି। କାହାରି ନିକଟରେ ରୋଗର ଲକ୍ଷଣ ଦେଖାଯାଉନାହିଁ ଏବଂ ସମସ୍ତଙ୍କୁ ନିୟମ ଅନୁଯାୟୀ କ୍ୱାରେଂଟିନ (ପୃଥକ) ଭାବେ ରଖାଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ନିର୍ମାଣ ଭବନରେ କରୋନା ଭୂତାଣୁ (କୋଭିଡ-୧୯)କୁ…

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଟିଏମ୍‌ ସର୍ବସାଧାରଣ ବ୍ୟବହାର ସ୍ଥଳ ହୋଇଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ଏବଂ ସଙ୍କ୍ରମଣ କରାଯିବ ଏହାକୁ ନେଇ ସସ୍ମିତ ପ୍ରଶ୍ନ ଉଠାଇଥିଲେ । ଏଟିଏମ୍‌କୁ ସମସ୍ତେ ଛୁଉଁଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମଗ୍ର ଦେଶରେ 51ଟି ପରୀକ୍ଷଣ କେନ୍ଦ୍ର ରହିଥିବା ବେଳେ ଏହାର ସଂଖ୍ୟା ବଢାଇବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ସେହିପରି ଡାକ୍ତରଙ୍କ ପାଇଁ ବ୍ୟବହୃତ ସୁଟ୍‌ ମଧ୍ୟ ଆବଶ୍ୟକ ସଂଖ୍ୟକ ନଥିବା ଉପରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍‌ । ସେହିପରି ଓଡିଶା ବିଧାନସଭାରେ…

Read More

ବବୁଲୁ ସାହୁ କଳାହାଣ୍ଡି: ଆଜି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଲାଞ୍ଚ ନେଉଥିବା ବେଳେ ଶ୍ରମ ନିରୀକ୍ଷକ ଜୟନ୍ତ କୁମାର ପଣ୍ଡା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଶ୍ରମିକ ପ୍ରେରଣ ଲାଇସେନ୍ସ ନବୀକରଣ ପାଇଁ ଡକ୍ଟର ତରାଇ ନାମକ ବ୍ୟକ୍ତିଙ୍କ ଠାରୁ ୩୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଡିଏସ୍ ପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ଵରେ ଭିଜିଲାନ୍ସ କମିଟି ଉପଶ୍ରମ କମିଶନର ପ୍ରଦୀପ କୁମାର ମହାନ୍ତି ଓ ଆରଏଲ୍ଆଇ ଜୟନ୍ତ ପଣ୍ଡାଙ୍କୁ ଗିରଫ କରିଥିଲେ। ପୂର୍ବରୁ ଡିଏଲସି ମହାନ୍ତି ଙ୍କ ନାମରେ ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ ଲାଇସେନ୍ସ ପ୍ରଦାନ ଓ ପଞ୍ଜୀକରଣ ଏବଂ ଶ୍ରମିକଙ୍କୁ ସାଇକେଲ ବଣ୍ଟନ, ମୃତ୍ୟୁକାଳୀନ ସହାୟତା, ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ସହାୟତା ପ୍ରଦାନ ଓ ବିବାହ ସହାୟତା ପ୍ରଦାନ ଆଦିରେ ଲାଞ୍ଚ ନେଉଥିବା ଅଭିଯୋଗ ରହିଥିଲା।

Read More

ଗୁଜରାଟ : ଗୁଜରାଟର 5 କଂଗ୍ରେସ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ବିଜେପିକୁ ଦୋଷ ଦେଇଛନ୍ତି ଗୁଜରାଟ କଂଗ୍ରେସ ମୁଖ୍ୟ ଅମିତ ଚାଭଡା । 5 କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ବିଜେପି 65 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଗୁଜରାଟ କଂଗ୍ରେସ ମୁଖ୍ୟ ଚାଭଡା ଅଭିଯୋଗ କରିଛନ୍ତି । 5 ବିଧାୟକଙ୍କୁ କିଣାଯାଇଥିବା ଅଭିଯୋଗ କରି କଂଗ୍ରେସ ପକ୍ଷରୁ ବିଧାନସଭାରେ ହଟ୍ଟଗୋଳ କରାଯାଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ଏହି 65 କୋଟି ଟଙ୍କା ବିଧାୟକଙ୍କ ମଧ୍ୟରେ ବଣ୍ଟା ଯାଇଥିଲା ବୋଲି ଅଭିଯୋଗ କରି କଂଗ୍ରେସ ସଦସ୍ୟ ମାନେ ଚାଭଡାଙ୍କ ନେତୃତ୍ବରେ କକ୍ଷତ୍ୟାଗ କରିଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ମନୋନୀତ ସଦସ୍ୟ ଭାବରେ ଦେଶର 46 ତମ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ମନୋନୟନ ନେଇ ସୋମବାର ଦିନ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ ପକ୍ଷରୁ ରଞ୍ଜନ ଗୋଗୋଇଙ୍କୁ ସୋମବାର ଦିନ ମନୋନୀତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର 46 ତମ ମୁଖ୍ୟ ବିଚାରପତି ଗୋଗୋଇ 3 ଅକ୍ଟୋବର 2018ରେ ଦାୟିତ୍ବ ଗ୍ରହଣ କରିଥିବା ବେଳେ 17 ନଭେମ୍ବର 2019ରେ ନିଜ ପଦରୁ ଅବସର ଗ୍ରହଣ କରିଥିଲେ । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ଜରିଆରେ କୋରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏହି ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ସାର୍କ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା ପରେ ମୋଦିଙ୍କୁ ନେଇ ସୁଦର୍ଶନ ଏହି ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି । କୋରୋନା ଭାଇରସ୍‌କୁ ନେଇ ଭୟଭୀତ ନ ହୋଇ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍‌ ବୋଲି ସୁଦର୍ଶନ ଲେଖିଛନ୍ତି । ଏହା ସହିତ ନମସ୍କାରକୁ ହଁ ଏବଂ ହାତ ମିଳାଇବାକୁ ନାଁ ବୋଲି କହି ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ଲେଖିଛନ୍ତି ସୁଦର୍ଶନ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ 225 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛି । ସୋମବାର ସନ୍ଧ୍ୟା 6.15ରେ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ବୈଠକରେ ଏହି ଘୋଷଣା କରାଯାଇଛି । ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ 225 କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରାଶିକୁ କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରାଇବା, ନମୁନା ସଂଗ୍ରହ, ରୋଗୀଙ୍କ ସାମୟିକ ରହଣି, ଖାଦ୍ୟ ଏବଂ ଔଷଧରେ ଏହି ଅର୍ଥ ବିନିଯୋଗ କରାଯିବ ।

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ଭାଇରସ୍‌ ସଙ୍କ୍ରମଣକୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନୂତନ ବ୍ୟବସ୍ଥା ଘୋଷଣା କରାଯାଇଛି । ଏହି ପଦକ୍ଷେପ ସ୍ବରୂପ ଟ୍ରେନ୍ କୋଚ୍ ଗୁଡ଼ିକରେ ପ୍ରତିସଂକ୍ରମଣ ବା ଜୀବାଣୁ ନାଶ ପ୍ରକ୍ରିୟାକୁ ତୀବ୍ରତର କରାଯାଇଛି । ଯାତ୍ରୀମାନଙ୍କୁ ଜ୍ୱର କିମ୍ବା କଫ ଥିଲେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ଖୋଲାଥିବା ସାହାଯ୍ୟ କେନ୍ଦ୍ର ନିକଟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ଷ୍ଟେସନମାନଙ୍କରେ ଯାଞ୍ଚ୍ ବୁଥ୍ ବା ସ୍କ୍ରିନିଙ୍ଗ୍ ବୁଥ୍ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କୋରୋନା ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍‌ପିଟାଲକୁ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନମାନଙ୍କରେ ଆମ୍ବୁଲାନ୍ସ୍ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ । କୋରୋନା ଭୂତାଣୁର ସଂକ୍ରମଣକୁ ରୋକିବା ଓ ନିୟନ୍ତ୍ରଣ କରିବା ନିମନ୍ତେ ପୂର୍ବ ତଟ ରେଳପଥ ପକ୍ଷରୁ ମହାପ୍ରବନ୍ଧକ ବିଦ୍ୟା ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଯାଇ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି…

Read More

ମୁମ୍ବାଇ : ବାହାରିନ୍‌ରେ 210 କୋଟି ନିବେଶ କରିବାକୁ ଯାଉଛନ୍ତି 7 ଭାରତୀୟ କମ୍ପାନୀ । ଆଇଟି, ମହାକାଶ ବିଜ୍ଞାନ ଏବଂ ବୈଷୟିକ କୌଶଳ କ୍ଷେତ୍ରରେ ଏହି 7 କମ୍ପାନୀ ନିବେଶ କରିବାକୁ ଯାଉଛନ୍ତି । ବାହାରିନ୍‌ ମଇକୋନୋମିକ୍‌ ଡେଭେଲପମେଣ୍ଟ ବୋର୍ଡ (ବିଇଡିବି) ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପରିବହନ ସଂସ୍ଥା ଆକବର ଟ୍ରାଭେଲ୍‌ସ୍‌ର ସହଯୋଗୀ ସଂସ୍ଥା ବେଞ୍ଜି ଇନ୍‌ଫୋଟେକ୍‌, ଟେକ୍ନୋ ପାଥ୍‌ ସଲ୍ୟୁସନ୍‌ସ, ଜେକେଟି ଟେକ୍ନୋସଫ୍ଟ, ଜେ ଓ୍ବେ ଟେକ୍‌, ଜେରେକ୍‌ ଟେକ୍ନୋଲୋଜି, ହାକ୍‌ଟେକ୍‌ ସଲ୍ୟୁସନ୍‌ କମ୍ପାନୀକୁ 3.1 ମିଲିୟନ୍‌ ଡଲାର ବା ପ୍ରାୟ 210 କୋଟି ଟଙ୍କାର ଚୁକ୍ତି ହୋଇଛି । (ଏଜେନ୍ସି)

Read More

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର : କୋରୋନା ମୁକାବିଲା ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଏକ ନୂତନ ପଦକ୍ଷେପ ନିଆଯାଇଛି । ସତର୍କତା ପଦକ୍ଷେପ ସ୍ବରୂପ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ଭାଇରସ୍‌ର ଚିହ୍ନବର୍ଣ୍ଣ ନଥିବାରୁ ବିଦେଶରୁ ଫେରୁଥିବା ବ୍ୟକ୍ତିଙ୍କ ଜରିଆରେ ହିଁ ଭାଇରସ୍‌ ଆସିବାର ସର୍ବାଧିକ ସମ୍ଭାବନା ରହିଥାଏ । ଏହି ଭାଇରସ୍‌ କାରଣରୁ ବିଦେଶରେ ଅବସ୍ଥାନ କରୁଥିବା ବହୁସଂଖ୍ୟକ ଓଡିଶା ବାସୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ତେଣୁ ପ୍ରତିଶେଧକ ବ୍ୟବସ୍ଥା ସ୍ବରୂପ ସରକାର ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏହା ସହିତ ପଞ୍ଜୀକରଣ ପାଇଁ 15 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବା ପାଇଁ ଘୋଷଣା କରାଯାଇଛି ।

Read More