Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମଧ୍ୟପ୍ରଦେଶ ରାଜନୀତି : ଆଜି ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଲାଗିପାରେ ମୋହର
ଆଜିର ଖବର

ମଧ୍ୟପ୍ରଦେଶ ରାଜନୀତି : ଆଜି ବିଜେପି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଲାଗିପାରେ ମୋହର

March 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶର ରାଜନୈତିକ ଛକାପଞ୍ଝା ପରେ କାଲି ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପଦବୀରୁ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ କମଲନାଥଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଢିବ ନା ପୁଣି ଥରେ ନିର୍ବାଚନ ହେବ, ସେଥିନେଇ ଆଶଙ୍କା ଲଗାଯାଉଛି । ଆଜି ବିଜେପିର ବିଧାୟକ ଦଳ ବୈଠକ ହେବାର ସମ୍ଭାବନା ରହିଛି । ସେହିପରି ଆଜି କଂଗ୍ରେସର ବିଦ୍ରୋହୀ ବିଧାୟକ ଭୋପାଳରୁ ପ୍ରତ୍ୟାବର୍ତ୍ତନ କରିବେ ।

କଂଗ୍ରେସରୁ 22 ବିଧାୟକ ଇସ୍ତଫା ଦେବା ପରେ ବିଜେପି ଏବଂ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବଡ଼ ଦଳ ଭାବେ ଉଭା ହୋଇଛି । ବିଜେପି ପାଖରେ 106 ବିଧାୟକ ରହିଛନ୍ତି । କଂଗ୍ରେସ ପାଖରେ ବାଚସ୍ପତିଙ୍କ ସମେତ 92ଜଣ ବିଧାୟକ ରହିଛନ୍ତି । ସେହିପରି ନିର୍ଦ୍ଦଳୀୟ, ବସପା-ସପାର 7ଜଣ ବିଧାୟକଙ୍କ ସମର୍ଥନ ରହିଛି କଂଗ୍ରେସ ପାଖରେ । ସେହିପରି ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ 103ର ବହୁମତ ରହିଛି ।

ସେହିପରି ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ ଏକ ଟୁଇଟ୍‌ ମଧ୍ୟ ବେଶ୍‌ ଚର୍ଚ୍ଚାକୁ ଆସିଛି । କଂଗ୍ରେସ ଟୁଇଟ୍‌ କରି କହିଛି ଯେ, 2020 ମସିହା ଅଗଷ୍ଟ 15 ତାରିଖରେ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଧ୍ବଜାରୋହରଣ କରି ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିବେ । ମଧ୍ୟପ୍ରଦେଶ କଂଗ୍ରେସର ଏହି ଟୁଇଟ୍‌କୁ ସମ୍ଭାଳି ରଖିବାକୁ କୁହାଯାଉଛି ।

ତେବେ ଆଜି ବିଜେପିର ବିଧାୟକ ଦଳ ବୈଠକରେ ରଣନୀତି ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ । ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇପାରେ । କାଲି ଶିବରାଜ ସିଂହ ଚୌହ୍ବାନ କମଲନାଥଙ୍କ ସହ ସାକ୍ଷାତ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାପ୍ରଭୃଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026
Latest News

ଆଜି ମହାପ୍ରଭୃଙ୍କ ଅଧରପଣା ନୀତି: ଜାଣନ୍ତୁ ଏମିତି କାହିଁକି ହୁଏ?

July 26, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଓଡ଼ିଆ ଏବଂ ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ

July 26, 2026

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.